ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ।

!!! ବଲାଙ୍ଗୀର ରୁ ଜୀତେଶ୍ କୁମାର୍ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) –  ବଲାଙ୍ଗୀର ମନୋହରପୁର ପୋଲିସ ହାଇସ୍କୁଲଠାରେ ଆଜି ଦୁଇଓଡିଆ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ବିରାଟକେଶରୀ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ପ୍ରେରଣା ଖବରକାଗଜର ସଂପାଦକ ରଘୁନନ୍ଦନ  ସିଂହ ଓ ମୁଖ୍ୟବକ୍ତା ଭାବରେ କୁରୁଲ ହାଇସ୍କୁଲର ଶିକ୍ଷକ ତଥା ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ ଯୋଗଦେଇଥିଲେ । ଅତିଥିଗଣ  ସ୍ୱଧିନତା ଆନ୍ଦୋଳନର ବୀରସଂଗ୍ରାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଭୟଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ବୀର ସୁରେନ୍ଦ୍ର ସାଏ ଖିଣ୍ଡାମାଟିରୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ କରିଥିବା ବେଳେ ତାଙ୍କର ଦୁର୍ଦ୍ଦର୍ଶ ଗରିଲା ଯୁଦ୍ଧଆଗରେ ବ୍ରୀଟିସ ସୈନିକ ହାର ମାନୁଥିଲେ । ବ୍ରିଟିସମାନେ ଛଳନାକରି ତାଙ୍କୁ ଗିରଫ କରି ଜୀବନର ଅଧା ସମୟ ଜେଲ ଦଣ୍ଡ ଦେଇଥିଲେ । ସେହିପରି ନେତାଜୀ ସୁଭାଷ ବୋଷ କେବଳ ଭାରତୀୟ ମୁକ୍ତିସଂଗ୍ରାମ ନୁହେଁ ସବୁସ୍ଥାନରେ ଗୁଲାମିକୁ ପ୍ରତିବାଦ କରୁଥିଲେ । ସେ ଓଡିଆପୁଅ ଭାବରେ ଓଡିଶାରେ ପାଠପଢି ପରେ କଲିକତା ଓ ତାପରେ ବ୍ରିଟେନଯାଇ ଆଇସିଏସ ପରୀକ୍ଷା ଦେଇ ପାସ ହୋଇଥିଲେ । କିନ୍ତୁ ସ୍ୱାଧିନଚେତା ମଣିଷ ବ୍ରିଟିସସାମ୍ରାଜ୍ୟର ଗୁଲାମ ନହୋଇ ଚାକିରି କରିବାକୁ ବିରୋଧ କରି ଶେଷରେ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିଲେ ।ବ୍ରିଟିସ ଆଖିରୁ ଖସିଯାଇ ଜର୍ମାନୀରେ ଆଜାଦହିନ୍ଦ ଫୌଜ ଗଠନକରି ଭାରତର ମୁକ୍ତି ପାଇଁ ଯୁଦ୍ଧର ଡାକରା ଦେଇଥିଲେ । ଉଭୟ ସ୍ୱାଧିନତା ସଂଗ୍ରାମୀ ନିଜ ଅଞ୍ଚଳ ତଥା ଦେଶ ପାଇଁ ଅନେକ ପରିଶ୍ରମ କରି କଠୋରଦଣ୍ଡ ଭୋଗିଥିଲେ । ହେଲେ ସ୍ୱାଧିନଚେତା ହୋଇଥିବାରୁ କାହାରି ବଶ୍ୟତା ସ୍ୱୀକାର କରିନଥିଲେ । ଆଜି ମଧ୍ୟ ସେଭଳି ଦେଶଭକ୍ତଙ୍କର ଆବଶ୍ୟକତା ରହିଛି । ସୁଭାଷଙ୍କ ଫୌଜରେ ଯୁବତୀମାନେ ପ୍ରମୁଖ ଭୂମୀକା ନେଇଥିଲେ । ତେଣୁ ଛାତ୍ରଛାତ୍ରୀ ସଂକଲ୍ପନେଇ ପରିଶ୍ରମି ଓ ସ୍ୱାଧିନଚେତା ହେଲେ ଆମ ଦେଶ ଆଗେଇ ଯିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତାର କୃତୀଛାତ୍ରୀ ସୌଦାମିନୀ ଦତ୍ତ ଓ ରୋଜାଲିନ ମହାକୁରଙ୍କୁ ମେମେଣ୍ଟୋଦେଇ ପୁରସ୍କୃତ କରାଯାଇଥିଲା । ନବମ ଶ୍ରେଣୀର ଛାତ୍ରୀ ସୌଦାମିନୀ ଦତ୍ତ ଓ ଦଶମ ଶ୍ରେଣୀଛାତ୍ରୀ ରାଜେଶ୍ୱରୀ ମାଟକାମୀ ବୀର ସୁରେନ୍ଦ୍ର ଓ ନେତାଜୀଙ୍କ ସଂମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଶେଷରେ ସ୍କୁଲର ଶିକ୍ଷକ ସରୋଜ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର କର୍ମଚାରୀ କୃଷ୍ଣପ୍ରୀୟା ପଣ୍ଡା,ଚତୁଥଶ୍ରେଣୀକର୍ମଚାରୀ ଶରତ ନାଗ,ସ୍କୁଲର ପୁରାତନ ଛାତ୍ରସଂଘର ସଭାପତି ଗୋବିନ୍ଦ ବହିଦାର,ସଂପାଦକ ଜୟକୃଷ୍ଣ ରଣା ଓ ଚୈତନ୍ୟ ସା ପ୍ରମୁଖ  ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର୍ ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ସ୍ଥାନୀୟ ବଂଶଧାରା ଯୁକ୍ତ ଦୁଇ କଳା ମହାବିଦ୍ୟାଳୟ ପରିସରରେ ଅଟଳ ସ୍ମୃତି କମିଟି ପକ୍ଷରୁ ଆବାହକ ଶ୍ରୀ ଚିନ୍ମୟ ପାଣିଗ୍ରାହୀଙ୍କ ପରିଚାଳନା ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ୍ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୂର୍ଯୟନାରାୟଣ ରଥ ଯୋଗଦେଇ ଦ୍ଵୀପ ପ୍ରଜ୍ବଳନ କରିବା ସହ ଅମର ଆତ୍ମା ଙ୍କ ତୈଳ ଚିତ୍ର ଉପରେ ପୁଷ୍ପାମଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଆଇନଜୀବି ଶ୍ରୀ ଇଦ୍ରାକ୍ଷୀ ପ୍ରସାଦ ଦାସ, ସାମାଜସେବୀ ଲକ୍ଷ୍ମୀନାରାୟଣ ମହାଙ୍କୁଡ, ଯୁବ ସାମ୍ବାଦିକ ଶକ୍ତି ଦାଶ ଓ ସତ୍ୟ ନାରାୟଣ ସାହୁ ଯୋଗଦେଇ ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିବା ସହ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ନିଜ ନିଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରାୟଗଡ ନାଗରିକ ମଞ୍ଚ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ା ତହସିଲ ଅନ୍ତର୍ଗତ ୧୦ ଟି ମୌଜରେ ରହିଥିବା ୫୦୬.୬୯ ଏକର ସିଲିଂ ଜମିକୁ ଏବେ ଜିଲ୍ଲା ପ୍ରଶାସନ ନିଜ କବଜାକୁ ନେବାପରେ ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି । ଏନେଇ ନାଗରିକ ମଞ୍ଚ ତରଫରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଭୁଇୟସୀ ପ୍ରଶଂସା କରାଯିବା ସହ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଆଦିବାସୀ ହରିଜନ , ପଛୁଆ ବର୍ଗ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ , ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମା , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ। ଅନୁଶୟା ମାଝି , ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି , ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ , ଉପଜିଲ୍ଲାପାଳ ଭୀମସେନ ସବାର ଏବଂ ତହସିଲଦାର ତାପସ ରାଉତ ଅଥିତି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜୋଳନ କରିଥିଲେ । ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଞ୍ଚାସିନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘ ୪୮ ବର୍ଷ ହେବ ବେଆଇନ ଭାବେ ଜଯପୁର ସୁଗାର କମ୍ପାନୀ ୭୮୭ ଏକର ଜମି ନିଜ ଅକ୍ତିଆରରେ ରଖି ଥିବା ବେଳେ ଏନେଇ ନାଗରିକ ମଞ୍ଚ ଆଇନଗତ ସଂଗ୍ରାମ ସାଙ୍ଗକୁ ତୃଣାମୂଳରେ ମଧ୍ୟ ସଂଗ୍ରାମ ଜାରି ରଖିଥିଲା । ଯାହାର ଫଳ ସ୍ୱରୂପ ୫୦୬.୬୯ ଏକର ଜମି ଫେରି ପାଇଥିବା ସଭାରେ ମତ ପ୍ରକାଶ ପାଇଥିଲା । ୫୦୬.୬୯ ଏକର ଜେଏସକୋ ଜମି ଜିଲ୍ଲାପ୍ରଶାସନକୁ ମିଳିବା ଫଳରେ ଜିଲ୍ଲା ବାସୀଙ୍କ ଉନ୍ନତିର ପଥ ଫିଟିଲା ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ମଞ୍ଚ ପକ୍ଷରୁ ସେହି ଜମିର ସୁବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ମୁଖ୍ୟତଃ ଏହାକୁ ମେଡିକାଲ କଲେଜ, ଏୟାରପୋର୍ଟ, ବୃହତ ଷ୍ଟାଡିୟମ, ନୂତନ କଲେଜ, ନୂତନ ହାଇସ୍କୁଲ, ନୂତ ବସଷ୍ଟାଣ୍ଡ ଭଳି ପ୍ରକଳ୍ପ ନିର୍ମାଣ କରିବାକୁ ନିବେଦନ କରି ଏକ ଲିଖିତ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏଥିପୂର୍ବରୁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ବୋର୍ଡ ୬.୩୦ ଏକର ଜମି ଅଂଚଳ ବଦଳ କରିଥିବା ବେଳେ ବର୍ତମାନ ୫୦୬ ଏକର ଜମି ସରକାରୀ ଖାତାକୁ ଫେରିବା କିଛି କମ୍ କଥା ନୁହଁ ବୋଲି ମତ ପ୍ରକାଶ ପାଇଛି । ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ୫୦୬.୬୯ ଏକର ଜମି ଗତ କାଲି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର ଲେଣ୍ଡ ରେକର୍ଡ ମଧ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସମସ୍ତ ଜମି ରାୟଗଡ଼ା ତହସିଲ ରେକର୍ଡରେ ସ୍ଥାନ ପାଇଛି । ଦୀର୍ଘ ୪୮ ବର୍ଷ ହେବ ଏହି ଜମି ପାଇଁ ଦ୍ଵନ୍ଦ ଲାଗିରହିଥିଲା । ୧୯୭୪ ମସିହାରେ ଚିନି କାରଖାନା ନିର୍ମାଣ ପାଇଁ ୭୮୭ ଏକର ଜମି ଅଧିଗ୍ରହଣ କରାଯାଇଥିଲା।

ସେଥିରୁ ଅଳ୍ପ କିଛି ଜମି ବ୍ୟବହାର କରି ଜେଏସକୋ କାରଖାନା ପ୍ରତିଷ୍ଠା କରିଥିଲା। ବଳକା ଜମିରେ କୌଣସି କାରଖାନା ନିର୍ମାଣ ନକରି ବ୍ୟବସାୟୀକ ଚାଷ କରାଯାଉଥିଲା । ଏହାକୁ ନେଇ ଉଭୟ ଜେଏସକୋ ଏବଂ ଜିଲ୍ଲା ପ୍ରଶାସନ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ୫୦୬.୬୯ ଏକର ଜମି ବର୍ତ୍ତମାନ ତହସିଲ ରେକର୍ଡ ଅନ୍ତର୍ଭୁକ୍ତ ହୋଇଛି। ଓଡ଼ିଶାର ସର୍ବପୁରାତନ ଚିନି କଳରେ ୨୫ ବର୍ଷ ଧରି ତାଲା ଝୁଲୁଥିବା ବେଳେ ବେଆଇନ ଭାବେ ସହରର କେନ୍ଦ୍ର ସ୍ଥଳରେ ଥିବା ମୁଲ୍ୟବାନ ଜମି ମାଡିବସିଥିଲା । ଏନେଇ ବାରମ୍ବାର ସ୍ଥାନିୟ କୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଗିଦ୍ ସତ୍ତ୍ୱେ ପ୍ରଶାସନକୁ ନିୟମ ମୁତାବକ ୫୦୬.୬୯ ଏକର ଜମି ଫେରେଇବା ବଦଳରେ ବରଂ ବ୍ୟେଙ୍କରେ ବନ୍ଧା ପକାଇ ଲୁଟି ନେଇଛି ଶହଶହ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୧୯୩୬ ମସିହାରେ ଓଡ଼ିଶାର ସର୍ବପୁରାତନ ଜୟପୁର ସୁଗାର କମ୍ପାନି ରାୟଗଡ଼ା ଠାରେ ପ୍ରତିଷ୍ଟିତ ହୋଇଥିଲା । ଧିରେ ଧିରେ ବ୍ୟବସାୟ ବୃଦ୍ଧି ସହିତ ଜୟପୁର ସୁଗାର ଡ଼ିଷ୍ଟଲାରି ଏବଂ ଫେରୋ ମାଙ୍ଗାନିଜ ପ୍ଲାଷ୍ଟ ପ୍ରତିଷ୍ଟା ସାଙ୍ଗକୁ ସଂପ୍ରସାରଣ ହୋଇଥିଲା । କିନ୍ତୁ ସମୟ କ୍ରମେ ୧୯୯୩ ରେ ବ୍ୟବସାୟୀକ କ୍ଷତି ଦର୍ଶାଇ ତିନୋଟି ଯାକ କାରଖାନାରେ ତାଲା ପକାଇବା ସହ ସମସ୍ତ କର୍ମଚାରିଙ୍କୁ ଆବଶ୍ୟକିୟ କ୍ଷତିପୁରଣ ଦେଇ ଛଟେଇ କରାଯାଇଥିଲା । କିନ୍ତୁ କାରଖାନା କର୍ତ୍ତୃପକ୍ଷ ଜମି ଫେରାଇ ନଥିଲେ ।କେବଳ ସେତିକି ନୁହେଁ ୧୯୯୩ ରେ କାରଖାନା ସମ୍ପୁର୍ଣ୍ଣ ବନ୍ଦ ହେବା ସହ ଅଧା ଯନ୍ତ୍ରାଶଂ ଯରାଜିର୍ଣ୍ଣ ହେବା ବେଳେ ବାକି ଯନ୍ତ୍ରକୁ ମଧ୍ୟ କାରଖାନା କତୃପକ୍ଷ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଆସୁଥିଲା । ସେପଟେ କିନ୍ତୁ ଆଇନ ଆଖିରେ ଧୁଳିମାରିବା ଭଳି ୨୦୧୫ ପର୍ଯ୍ୟନ୍ତ କାରଖାନାରୁ ବାଷ୍ପ ବାହାରୁଥିବା ପ୍ରମାଣପତ୍ର ଫେକ୍ଟ୍ରୀ ଏବଂ ବୟେଲର ବିଭାଗ ଠାରୁ ନେଇ ଲାଇସେନସ ନବିକରଣ କରିବାରେ ସକ୍ଷମ ହୋଇଥିଲା କମ୍ପାନି । ସ୍ଥାନୀୟ ତହସିଲଦାରଙ୍କ ରାୟକୁ କାୟମ ରଖି ୫୦୬.୬୯ ଏକର ଜମିକୁ ତୁରନ୍ତ ସରକାରି ଖାତାକୁ ଆଣିବାକୁ ମାନ୍ୟବର ଓଡିଶା ଉଚ ନ୍ୟାୟାଳୟ ନିର୍ଦ୍ଧେଶ ଦେବାପରେ ପ୍ରଶାସନ ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଜମିକୁ ଜମିକୁ ଆଜି ନିଜ ଦଖଲକୁ ନେଇଛି ।

ଅଙ୍ଗନବାଡ଼ି କର୍ମୀ ଙ୍କ ସମସ୍ୟା ନେଇ ସାଧାରଣ ବୈଠକ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଅଙ୍ଗନବାଡ଼ି କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ର ଦାବୀ ନେଇ ଗୁଣୁପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂଘ ର ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ସାଧରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଙ୍ଗନବାଡି କେନ୍ଦ୍ର ର ଚାବିକାଠି ସିଡିପିଓ, ସୁପରଭାଇଜର ଓ କର୍ମୀ ଏହି ତିନିଜଣଙ୍କ ହାତରେ ରଖିବାକୁ ନିର୍ଦ୍ଦେଶ ହୋଇଛି l ଯଦି କୌଣସି କାରଣ ରୁ କେନ୍ଦ୍ର ରୁ ଚୋରୀ ହୁଏ, ତେବେ ଏଥି ପାଇଁ କର୍ମୀ ମାନେ ଦାୟୀ ରହିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି l ଗତ କିଛି ମାସ ତଳେ ଗାଡ଼ିଆବାଙ୍ଗ, ନର୍ସିଂମୁଣ୍ଡା, ମହୁଲବଣିଆ ଅଙ୍ଗନବାଡ଼ି କେନ୍ଦ୍ର ରୁ ଟିଭି ଏବଂ ସୋଲାର ଚୋରୀ ହୋଇଥିଲେ ହେଁ ଏଥି ପ୍ରତି ବିଭାଗ କୌଣସି ଦୃଷ୍ଟି ଦେଉନଥିବା ନେଇ ସଂଘ କ୍ଷୋଭ ପ୍ରକାଶ କରିଛି l ମମତା ଯୋଜନା ରେ ପ୍ରତି ମାସରେ ଆସିଥିବା ୨୦୦ ଟଙ୍କା ଲେଖାଏଁ ଗତ ୬ ମାସ ହେଲା କର୍ମୀ ମାନେ ପାଇନଥିବା ଏବଂ କେତେକ କେନ୍ଦ୍ର ମରାମତି ଅଭାବ ରୁ କାର୍ଯ୍ୟକ୍ଷମ ହେବା ସମ୍ଭବ ହେଉନ ଥିଲେ ମଧ୍ଯ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା କର୍ମୀ ମାନେ ବୈଠକ ରେ ଅଭିଯୋଗ ଉଠାଇଛନ୍ତି l ଗତ କିଛି ମାସ ହେଲା କର୍ମୀ ମାନଙ୍କୁ ଘର ଭଡା ପ୍ରଦାନ କରାଯାଉନଥିବା ଏପରିକି ରେଗେଡା, ନାଉଡା, ଖଇରା, ତର୍ଗୀସିଂ ଓ ଭାଲେରୀ କୁଡ଼ିଆ ର ମିନି ଅଙ୍ଗନବାଡି କର୍ମୀ ଙ୍କୁ ଗତ ୬ ମାସ ହେଲା ଦରମା ପ୍ରଦାନ କରାଯାଇନାହିଁ ତଥାପି ଏଦିଗରେ ବିଭାଗ ଦୃଷ୍ଟି ଦେଉନଥିବା ଯୋଗୁଁ ଏମାନେ ସ୍ଵଳ୍ପ ଦରମା ବ୍ୟତୀତ କିଭଳି ଚଳିବେ ବୋଲି ପ୍ରଶ୍ନ ଉଠିଛି l ଆଗାମୀ ଦିନରେ କର୍ମୀ ମାନଙ୍କ ର ଏସବୁ ସମସ୍ୟା ପ୍ରତି ସ୍ଥାନୀୟ କତୃପକ୍ଷ ଦୃଷ୍ଟି ଦେଇ ଏହାର ସମାଧାନ ନକଲେ ସଂଘ ପକ୍ଷରୁ କଡା ଆଭିମୁଖ୍ଯ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଅନୁଷ୍ଠିତ ଏହି ବୈଠକ କୁ ସଂଘ ସଭାପତି ଜେ. ମହାପାତ୍ର ଶୁନ୍ତନୀ ରଇତ ପରିଚାଳନା କରିଥିଲେ l

ନିଯୁକ୍ତି ହେଲେ ଜମି ଗ୍ରହଣ ଅଧିକାରୀ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ଥେରୁବାଲି ରେଳପଥ ସଂପ୍ରସାରଣ ନିମନ୍ତେ ଆବଶ୍ୟକ ଜମି ଗ୍ରହଣ କରିବା ନିମନ୍ତେ ଜମି ଗ୍ରହଣ ଅଧିକାରୀ ନିଯୁକ୍ତି ପାଇଥିବା ଜଣା ପଡ଼ିଛି। ଏହାର ସଂପ୍ରସାରଣ ନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ ୧୬୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ବର୍ତ୍ତମାନ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି କୁ ଅପେକ୍ଷା କରାଯାଇଥିବା କୁହାଯାଇଛି । କେନ୍ଦ୍ର ସରକାରଙ୍କ ଠାରୁ ଗ୍ରୀନ ସିଗ୍ନାଲ ପାଇବା ପରେ କାମ ତ୍ୱରାନ୍ୱିତ ହେବ ବୋଲି ମତପ୍ରକାଶ ପାଇଛି ।ଏହି ରେଳପଥ କାର୍ଯ୍ୟକାରୀ ହେଲେ ନୌପଡ଼ା ଠାରୁ ରାୟଗଡ଼ା ମଧ୍ୟରେ ୧୧୫କିଲୋମିଟର ରାସ୍ତା ଦୂରତା କମିଯିବ ଏବଂ ଏହା ଦ୍ଵାରା ବହୁ ରାଜସ୍ୱ ଲାଭ ପାଇବାର ଆକଳନ କରାଯାଇଛି । ଏହି ରାସ୍ତା ଉନ୍ମୋଚନ ହେଲେ ଅଞ୍ଚଳ ବାସୀଙ୍କ ବହୁ ଦିନର ଆକାଂକ୍ଷା ପୂରଣ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।