ଅଧ୍ୟକ୍ଷ ଚୌକି ଛାଡ଼ିବେ ସୂର୍ଯ୍ୟ ; ଚଢିବେ ନୀଳମାଧବ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ର ବର୍ତ୍ତମାନ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିବା ଅଧ୍ୟକ୍ଷ ସୂର୍ଯ୍ୟ ନାରାଣ ପଣ୍ଡା ଙ୍କ ସ୍ଥାନରେ ପ୍ରାଧ୍ୟାପକ ନୀଳମାଧବ ଦାଶ ଅଧ୍ୟକ୍ଷ ଭାବେ ଚୌକି ସମ୍ଭାଳିବେ । ଉଚ୍ଚ ଶିକ୍ଷା ବିଭାଗର ପତ୍ର ନମ୍ବର୍ ୨୬୦୪୭ ତା:୨୪.୬.୨୨ ରିଖ କ୍ରମେ ସୂର୍ଯୟନାରାୟଣ ପଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଏଠାରେ ତାଙ୍କରି ଠାରୁ ବରିଷ୍ଠ ଅଧ୍ୟାପକ ମାନେ ରହିଥିବା ବେଳେ ଶ୍ରୀ ପଣ୍ଡା ଏହି ଦାୟିତ୍ଵ ଗ୍ରହଣ କରିବା ଅଧ୍ୟାପକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । କେବଳ ଗୁଣପୁର ମହା ବିଦ୍ୟାଳୟ ରେ ନୁହଁ ରାଜ୍ୟର ଅନେକ ମହାବିଦ୍ୟାଳୟରେ ସମାନ ପରିସ୍ଥିତି ଦେଖା ଦେଇଥିଲା । ରାଜ୍ୟ ସରକାରଙ୍କ ଏଭଳି ପାତର ଅନ୍ତର ନୀତି କୁ ବରିଷ୍ଠ ଅଧ୍ୟାପକ ମାନେ ବିରୋଧ କରିଥିଲେ ।ଶେଷରେ ରାଜ୍ୟ ସରକାର ତାଙ୍କର ମତ ବଦଳାଇ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରି ,ବରିଷ୍ଠ ଅଧ୍ୟାପକ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିବା ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏହି କ୍ରମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନମ୍ବର୍ ୫୩୩୯୧ ତା:୨୮.୧୨.୨୨ ରିଖ ରେ ବରିଷ୍ଠ ଅଧ୍ୟାପକ ଙ୍କୁ ଦାୟୀତ୍ବ ହସ୍ତାନ୍ତର କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ପରନ୍ତୁ,ଗୁଣପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ବରେ ଥିବା ସୂର୍ଯ୍ୟ ନାରାୟଣ ପଣ୍ଡା ଏଯାଏଁ ଦାୟୀତ୍ବ ହସ୍ତାନ୍ତର କରିନଥିବା ଘଟଣା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏତେଦିନ ହେବ ନିର୍ଦ୍ଧେଶ ପାଇଥିବା ସତ୍ତ୍ୱେ ଦାୟୀତ୍ବ ହସ୍ତାନ୍ତର କରୁ ନଥିବାରୁ ପଣ୍ଡା ସାର୍ ଙ୍କୁ ଚୌକିର ମୋହ ଛାଡୁନିକି ବୋଲି ପ୍ରଶ୍ନ ଉଠିଛି । ତେବେ ଦେଖିବାକୁ ରହିଲା ପାଣ୍ଡା ସାର୍ କେବେ ଗାଦି ଛାଡ଼ିବେ ।

ଷ୍ଟାର୍ଟଅପ୍ ଫେଷ୍ଟ୍ ୨୦୨୩ରେ ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶର ଉଦ୍ୟମିତା ଭାବକୁ ପାଳନ କରିବା ଲାଗି ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଅଟଳ ଇନକୁବେସନ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ (ଏଆଇସି-ନାଳନ୍ଦା) ପକ୍ଷରୁ ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଛି ଯେଉଁଥିରେ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ୫ ପ୍ରମୁଖ କାର୍ଯ୍ୟକ୍ରମ ସାମିଲ ଥିଲା । ସେଗୁଡ଼ିକ ହେଲା ନବସୃଜନ ଓ ଉଦ୍ୟମିତା ଉପରେ କର୍ମଶାଳା, ବିଜନେସ୍ କୁଇଜ୍‌, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟିଙ୍କରର୍ସ ପ୍ରଦର୍ଶନୀ, ଆର୍ଟ ଅଫ୍ ଷ୍ଟାର୍ଟିଂ ଅପ୍ ଉପରେ ସେମିନାର ଏବଂ ଆଇଡିଆଥନ୍ ଚ୍ୟାଲେଞ୍ଜ୍ । ଟିଙ୍କରର୍ସ ପ୍ରଦର୍ଶନୀରେ ଭୁବନେଶ୍ୱରର ୫ଟି ଅଟଳ ଟିଙ୍କରର୍ସ ଲ୍ୟାବ୍ ଯଥା ୟୁନିଟ-୮ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ଡିଏଭି ପବ୍ଲିକ୍ ସ୍କୁଲ, ବିଜେଇଏମ୍ ସ୍କୁଲ, ସରକାରୀ ହାଇସ୍କୁଲ, ଆଇଆରସି ଭିଲେଜ୍ ଏବଂ ସଇଦ ମମତାଜ୍ ଅଲ୍ଲୀ ସରକାରୀ ହାଇସ୍କୁଲର ୩୦ରୁ ଅଧିକ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିବନ ଚିନ୍ତାଧାରାର ନମୁନା ପ୍ରଦର୍ଶନ କରିଥିଲେ । ହେଡ୍‌ଷ୍ଟାର୍ଟ ସଂସ୍ଥାର ନିବେଶକ ଓ ବିଶେଷଜ୍ଞମାନେ ଷ୍ଟାର୍ଟଅପ୍ ଓ ନବସୃଜନକାରୀମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଏହି ଅବସରରେ ଏଆଇସି-ନାଳନ୍ଦାର କଫି ଟେବୁଲ୍ ବୁକ୍ “ଉଦଘୋଷ’କୁ ଉନ୍ମୋଚନ କରାଯାଇଥିଲା । ଏଥି ସହିତ ବଡିଂ ଇନୋଭେଟର ଅଫ୍ ଦି ଇୟର, ବେଷ୍ଟ ଆଇଡିଆ ଅନଲକରର୍ସ, ଟିଙ୍ଗର ଚାମ୍ପ୍ ପୁରସ୍କାର ଆଦି ପ୍ରଦାନ କରାଯାଇଥିଲା ।

ଶେଷରେ ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ୍ ରିସର୍ଚର ବ୍ରାଣ୍ଡ୍ ୮ ଫେଜ୍‌ର ଲାଇଭ୍‌ମୁୃ୍ୟଜିକାଲ୍ ପ୍ରଦର୍ଶନ କରାଯାଇଥିଲା ।

ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ସଫଳତା…!

!!! ବଲାଙ୍ଗିର ରୁ ଜିତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର)- ଗତ ୧୪ ଓ ୧୫ ଦୁଇ ଦିନ ଧରି ପୁରୀର ସତି ରାନୀଘାଟ ସ୍ଥିତ ଟାଇକଣ୍ଡୋ ଟ୍ରେନିଂ ହଲ ଠାରେ ୩୫ ତମ ରାଜ୍ୟସ୍ତରୀୟ ଖିରୋଗି ଓ ୮ତମ ପୁମସାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ୬ ଜଣିଆ ଟିମ୍ ଭାଗ ନେଇଥିଲେ । ଏଥିରେ ଜୁନିୟର ବାଳିକା ଖିରୋଗି ( ଫାଇଟ) ବିଭାଗରେ କୋଶଲ୍ୟା ଷାଣ୍ଢ (୪୬ କେଜି) ବ୍ରୋଞ୍ଚ ପଦକ, ପ୍ରିୟଙ୍କା ପଶାୟତ ଓ ପରିମିତା ବିଶ୍ୱାଲ (୪୯ କେଜି) ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ଏବଂ ରାଜ୍ୟ ଟାଇକଣ୍ଡୋ ସାଧାରଣ ସଂପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉ କି ପରିମିତା ବିଶ୍ୱାଲ ଓ କୌଶଲ୍ୟ ଷାଣ୍ଢ ଚିକଲବାହାଲ ୟୁଜିଏଚଏସ୍ ସ୍କୁଲର ଛାତ୍ରୀ ଥିବା ବେଳେ ପ୍ରିୟଙ୍କା ପଶାୟତ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ । ଏହି ଟାଇକଣ୍ଡୋ ଟ୍ରେନିଂ ପାଇଁ ନିଜସ୍ୱ ଏକ ଇନ୍‌ଡୋର ହଲ୍ ର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କଲେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହି ଜିଲ୍ଲାରୁ ଛାତ୍ର ଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କୋଚ ଶ୍ରୀ ଭୋଇ ମତପ୍ରକାଶ କରିଛନ୍ତି ।