ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ର ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବା ନିମନ୍ତେ ସ୍ଥିର କରାଯାଇଛି । ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗଜପତି ଜିଲ୍ଲାଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ. କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଉପ-ଜିଲ୍ଲାପଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଯୋଗ ଦେଇଥିଲେ । ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ପରୀକ୍ଷା ପାଇଁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବା ସହ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେବୋଲି ସ୍ଥିରୀକୃତ ହୋଇଛି ।

ଏଥି ସକାଶେ ଚଳିତ ମାସ ୨୩ ତାରିଖ ଓ ୨୪ ତାରିଖ ଦିନ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ।ଏହି ଜାତୀୟ ଦିବସରେ ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୫.୦୦ ଘଟିକା ସମୟରେ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ। ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଗଜପତି ଷ୍ଟାଡିୟମ ଠାରେ ପୁରସ୍କୃତ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ଘ.୭.୦୦ ଘଟିକା ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ଚଳିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳାର ପୋଷ୍ଟର ଅତିଥି ମାନଙ୍କ ଦ୍ଵାର ଉନ୍ମଚିତ କରାଯାଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ ( ଯାନ୍ତ୍ରିକ), ଜିଲ୍ଲା ପରିଷଦ ଜ୍ୟୋତିରାଜ ଅଧିକାରୀ, ଆର୍. ଆଇ. ଅଫ୍ ପୋଲିସ୍ ଦାମଧର ହୋନଙ୍ଗା, ଉପଖଣ୍ଡ ପୋଲିସ ଅଧିକାରୀ ରାମକୃଷ୍ଣ ପତି, ଡେପୁଟି କଲେକ୍ଟର ତଥା ପୌର ନିର୍ବାହୀ ଅଧିକାରୀ ନଟବର ଗରଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସ୍ଵଂୟ ଶାସିତ ମହାବିଦ୍ୟାଳୟ ଅଧକ୍ଷ ଅଜୟ କୁମାର ତ୍ରପାଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଟ ନଗରିକ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ମୁଖ୍ୟ, ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଜାମୁକୋଳି ଗଛ ହଟିବ କେବେ ?

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ନୂତନ କୋଠା କୁ ବିପଦ ସାଜିପାରେ ବହୁ ପୁରାତନ ବିରାଟ ବଡ଼ ଜାମୁକୋଳି ଗଛ । ରାୟଗଡା ଜିଲ୍ଲା ରାମନାଗୁଡା ଅଞ୍ଚଳରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରୋଗୀ ବୃଦ୍ଧି ସଂଖ୍ୟା ନଜର ରେ ରଖି ରାଜ୍ୟ ସରକାର ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ ଅଟକଳ ଦୁଇ କୋଟି ଦୁଇ ଲକ୍ଷ ଟଙ୍କା ବ୍ୟୟ ରେ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗର ଡାକ୍ତର ,ପରୀକ୍ଷାଗାର ପାଇଁ ନୂତନ କୋଠା ନିର୍ମାଣ କରିଥିଲେ , ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ କୋଠା କୁ ଲାଗି ବହୁ ପୁରାତନ ଜାମୁକୋଳି ଗଛ ବିପଦ ସାଜିପାରେ ବୋଲି ଗତ କିଛି ଦିନ ଧରି ବାରମ୍ବାର ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳ ରେ ଶୋଇ ହୋଇରହିଥିବା ଭଳି ଜଣାପଡୁଛି ।ଏହି ଘଟଣା ସମ୍ପର୍କରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଯଥା ବରଂ ତଥା ପରଂ ସଦୃଶ ହୋଇ ପଡିଛି । ଯାହାକି ଭବିଷ୍ୟତରେ ଗଛ ଶୁଖିଯିବା କିମ୍ବା ବାତ୍ୟା ପ୍ରଭାବ ରେ ସେହି ନିର୍ମାଣଧୀନ ନୂତନ କୋଠା ଉପରେ ପଡ଼ି କୋଠା ଟି ଭାଙ୍ଗିଯିବା କିମ୍ବା ଚିକିତ୍ସାଧୀନ ରୋଗୀ ଙ୍କ ପାଇଁ ବିପଦ ର କାରଣ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍ ବେଗ ପ୍ରକାଶ ପାଉଛି ।ଉକ୍ତ ଜାମୁକୋଳି ଗଛ କୁ ସେହି ସ୍ଥାନରୁ ହଟାଇବା ନିମନ୍ତେ ସାଧାରଣ ରେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ନଥିବାରୁ ଅସନ୍ତୋଷ ର ଦାନା ବାନ୍ଧୁଛି । ଏହି ବିରାଟକାୟ ଜାମୁକୋଳି ଗଛ କୁ ଉକ୍ତ ସ୍ଥାନରୁ ହଟାଇବା ସମ୍ପର୍କରେ ଚଳିତ ମାସ ୮ ତାରିଖ ଦିନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କୋଠା ଲୋକାର୍ପଣ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲ ମୋହନ ରାଉତରାୟ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଙ୍କ ସହିତ କଥା ବାର୍ତ୍ତା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଦୀର୍ଘ ୩ ମାସ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟ ଚୁପ କାହିଁକି ବୋଲି ପ୍ରଶ୍ନ ଉଠିଛି । ଯଦି ଏହି ବିରାଟ କାୟ ଜାମୁକୋଳି ଗଛ କୁ ନେଇ ବିପଦ ଆସିଲେ ବିଭାଗୀୟ ଅଧିକାରୀ ଦାୟୀ ରହିବେ କି ? ଏହି ବିରାଟକାୟ ଜାମୁକୋଳି ଗଛ ସେହି ସ୍ଥାନ ରୁ ହଟା ନଯିବା ପଛରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଙ୍କ ସ୍ୱାର୍ଥ ରହିଛି ନା ନା ଆଉ କାହାର ଚାପ ପଡୁଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ,ଏମିତି ଏବେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଜନତା ଙ୍କ ମନରେ ।ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ବିରାଟ କାୟ ଜାମୁକୋଳି ଗଛ କୁ ହଟାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।