ହକି ଷ୍ଟାଡିୟମ ବୁଲି ଦେଖିପାରିବେ ସାଧାରଣ ଜନତା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ୍ । ତେଣୁ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ସଫଳତାର ସହ ସମାପନ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶର ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସେଥିପାଇଁ ଦୁଇ ସହର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହକି ଷ୍ଟାଡିୟମ ଭିତରକୁ ସାଧାରଣ ଲୋକେ ପ୍ରବେଶ କରି ମଜା ନେଇ ପାରିବେ । ମ୍ୟାଚ ଦିନରେ ଟିକେଟ ଧାରୀମାନେ ଓ ଅନ୍ୟ ଦିନମାନଙ୍କରେ ସାଧାରଣ ଜନତା ଷ୍ଟାଡିୟମରେ ବୁଲି ପାରିବେ । ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଦର୍ଶକମାନେ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲି ପାରିବେ । ତେବେ ଦର୍ଶକଙ୍କ ପାଇଁ ଷ୍ଟାଡିୟମରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଓ ଭରପୂର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଦର୍ଶକମାନେ ମ୍ୟାଚ ନଥିବା ଦିନ ୧୦, ୧୨, ୧୫, ୧୮, ୨୦, ୨୧, ୨୬, ୨୮ ତାରିଖରେ ପ୍ରବେଶ କରିପାରିବେ । ସେହିପରି ବିର୍ସାମୁଣ୍ଡା ଷ୍ଟାଡିୟମରେ ଦର୍ଶକମାନେ ୧୭, ୧୯, ୨୧, ୨୫, ୨୭, ୨୯ ତାରିଖରେ ପ୍ରବେଶ କରିପାରିବେ । ପୁରୀ ବେଳାଭୂମିରେ ମଧ୍ୟ ହକି ଉତ୍ସବ ଦେଖିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ୧୩ ତାରିଖରୁ ୨୯ ତାରିଖ ମଧ୍ୟରେ ଦର୍ଶକମାନେ ଅପରାହ୍ଣ ୩ରୁ ରାତି ୧୦ ମଧ୍ୟରେ ମଜା ନେଇପାରିବେ ।

ଚଇତି ଉଦଯାପନ ଉତ୍ସବ ମଞ୍ଚରେ କବୟିତ୍ରୀ ଙ୍କୁ ଅସମ୍ମାନ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ତିନି ଦିନ ଧରି ସ୍ଥାନୀୟ ନୂତନ ବଷ୍ଟାଣ୍ଡ ସ୍ଥିତ ଚଇତି ମଣ୍ଡପ ଠାରେ ଜିଲ୍ଲା ଚଇତି କମିଟି ଆନୁକୁଲ୍ୟରେ ଚାଲି ଥିବା ଉପଖଣ୍ଡ ଚଇତି ର ସଂସ୍କୃତି ମହୋତ୍ସବ ” ଇଡାଇ ଇଡିତାଲ ” ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆଜି ମୁଖ୍ଯ ଅତିଥି ଭାବେ ଆଇନ ଓ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର କୁମାର ଦାଶ, ପଛୁଆବର୍ଗ କଲ୍ୟାଣ ଯୋଜନା ବୋର୍ଡ ଉପଦେଷ୍ଟା ପୃଥିବୀରାଜ ସାହୁ ଯୋଗଦେଇ କଳା ସଂସ୍କୃତି, ଐତିହ୍ୟ କୁ ଲୋକ ଲୋଚନକୁ ଆଣିବା ନିମନ୍ତେ ରାଜ୍ୟ ସରକାର ତୃଣମୂଳ ସ୍ତରରୁ ଜିଲାସ୍ତରୀୟ ପର୍ଯ୍ୟନ୍ତ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଥାଲେ ।

ବିଶେଷ କରି ଏହି ଅଞ୍ଚଳର ସ୍ବର୍ଗତ ରଘୁନାଥ ପାଣିଗ୍ରାହୀ, ଡଃ ଗିରିଧର ଗମାଙ୍ଗ କଳା କ୍ଷେତ୍ରରେ କିଭଳି ଅଗ୍ରଣୀ ଭୂମିକା ନିଭାଇଛନ୍ତି ତାହା ବର୍ଣ୍ଣନା କରିଥିଲେ । ଅଞ୍ଚଳ ର କଳା ସଂସ୍କୃତି ଦେଶ ବିଦେଶରେ ସୁନାମ ଆଣିବା ସକ୍ଷମ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଚଇତି କମିଟିର ଆବାହକ ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ତ୍ୱବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଇତି କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଲଳିତ କୁମାର କଅଁର ସଭାପତିତ୍ୱ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନୀତ ସମୟରେ ଜଣେ କବୟିତ୍ରୀ ତାଙ୍କ ରଚିତ କବିତା ନେଇ କିଛି କହୁଥିବା ବେଳେ ମଞ୍ଚ ଉପରେ ତାଙ୍କ ଠାରୁ ମାଇକ ଛଡାଇ ନେଇଥିବା ଘଟଣା କବି,ଲେଖକ ଓ ଗାଳ୍ପିକ ଙ୍କ ମନରେ କ୍ଷୋଭ ପରିପ୍ରକାଶ କରିଥିଲା । ଏହାକୁ ସମାଜ ପକ୍ଷରୁ ନିନ୍ଦା କରାଯାଇଛି । ନିକଟରେ ଉତ୍ସବ କମିଟି ସଦସ୍ୟ ଏବଂ ପ୍ରଶାସକ ଥାଇ ମଧ୍ୟ ନୀରବ ଦ୍ରଷ୍ଟା ସାଜିଥିବା ରୁ ଏହା ସେମାନଙ୍କ ସମ୍ଭାଷଣ ରେ କହୁଥିବା,”ଏହି ଉତ୍ସବ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନ କୁ ଆଣିବା ଏକ ଖୋଲା ମଞ୍ଚ” ଭାଷଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୁଣପୁର ଉପଖଣ୍ଡର ୨୫ଟି ଦଳ ଅଂଶଗ୍ରହଣ କରି ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ କୃଷ୍ଣ ଚନ୍ଦ୍ର ସେନାପତି ଓ ସୁଶ୍ରୀ ଇପ୍ସିତା ମିଶ୍ର ସଂଯୋଜନା କରିଥିଲେ। ଏତତ୍ ସହିତ ହାସ୍ୟ ଅଭିନେତା ଶଙ୍କର ଓ ପ୍ରଜ୍ଞା ଙ୍କ ହାସ୍ୟ ରୋଳ ର ଭରପୁର ମଜା ନେଇଥିଲେ ଦର୍ଶକ । ଅନ୍ତିମ ଦିବସରେ ଚଇତି ପଡ଼ିଆରେ ରେ ପ୍ରବଳ ଭିଡ଼ ଜମିଥିଲା। ସଭା ଶେଷରେ ବରିଷ୍ଠ ଆଇନଜୀବୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଇନ ଶୃଙ୍ଖଳା ବଜାୟ ନିମନ୍ତେ ଏସଡିପିଓ ବିକାଶ ଚନ୍ଦ୍ର ବେହୁରା ଏବଂ ଆଇଆଇସି ନିଳାମ୍ବର ଜାନୀ ଙ୍କ ନେତୃତ୍ୱରେ ପୋଲିସ , ଗୁଣପୁର ମହାବିଦ୍ୟାୟ ଓ ଥାୟରମ୍ମା ମହିଳା ମହାବିଦ୍ୟାଳୟ ର ଏନସିସି ସ୍ବେଛାସେବୀ ମାନେ ଉତ୍ସବ ପଡ଼ିଆରେ ନିୟୋଜିତ ରହି  ଶୃଙ୍ଖଳା ରକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ତହସିଲଦାର ଶରତ ଚନ୍ଦ୍ର ନାୟକ, ଆଇଟିଡିଏ ପିଏ ଲୋକନାଥ ଦଳବେହେରା,ବିଡ଼ିଓ ଶାନ୍ତି ପ୍ରଭା ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ପ୍ରଭାତୀ ଝୋଡ଼ିଆ, ପଦ୍ମପୁର ତହସିଲଦାର ରୀନା ପ୍ରଧାନ, ସହକାରୀ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀନିବାସ ଆଚାରି, ପଦ୍ମପୁର ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ, ଆରଏମସି ସମ୍ପାଦକ ଦଳପତି କାର୍ଜି, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସେକ୍ସନ ଅଫିସର ମନୋରଂଜନୀ କାର୍ଜି, ପରିଚାଳନା କରିଥିବା ବେଳେ ଏଥିରେ ନାଜିର ବସନ୍ତ କୁମାର ବେହେରା, ଗୋପୀନାଥ ରାଉତ, ଗିରିଧର ସାହୁ, ରାଧା କୃଷ୍ଣ ସେଠୀ ସହଯୋଗ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଓ ଅନନ୍ତ ପାତ୍ର ସୁଚାରୁ ରୂପେ ଶୃଙ୍ଖଳିତ ଭାବେ ୩ ଦିନ ଧରି ମଞ୍ଚ କାର୍ଯ୍ୟପରିଚାଳନା କରି ଦର୍ଶକ ଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

 

ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ଉଦଘାଟନ କଲେ ବିଧାୟକ …!

!!! ବଲାଙ୍ଗୀରରୁ ପ୍ରତିନିଧି ଦିଲ୍ଲୀପ ମେହେର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ବିଧିବଦ୍ଧ ଭାବେ ୯, ୧୧,୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିନ୍ଟନ ର‌୍ୟାଙ୍କିଂ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ପ୍ରତିଯୋଗିତାର ସାଗଂଠନିକ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାର ଆୟୋଜିତ ଉଦଘାଟନି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ବହୁ ଶିଘ୍ର ବଲାଙ୍ଗିର ଏକ ସ୍ପୋର୍ଟସ ହବ୍ ରେ ପରିଣତ ହେବ । ଜିଲ୍ଲାରୁ ବିଭିନ୍ନ ଖେଳର ଅନେକ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ଭିତ୍ତିଭୂମୀ ଅଭାବ ଦୃଷ୍ଟିରୁ ସେମାନେ ତାଙ୍କ ଖେଳ ସ୍ତରରେ ଉନ୍ନତି କରି ପାରୁ ନଥିଲେ, କିନ୍ତୁ ବର୍ତ୍ତମାନ ଆଉ ସେ ସ୍ଥିତି ନାହିଁ । ଏହି ଇନଡୋର ଷ୍ଟାଡିଅମ ଆଗାମୀ ଦିନରେ ଅନେକ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ଯୋଗ ଦେଇ ବଲାଙ୍ଗିରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଲଗାତାର ଦ୍ୱିତୀୟ ଥର ସୁଯୋଗ ଦେଇଥିବା ପାଇଁ ରାଜ୍ୟ ସଂଘ ଓ ଏହି ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ପାଇଁ ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ । ଆହୁରି ଆଗାମୀ ଦିନରେ ଜାତୀୟ ବ୍ୟଡମିନ୍ଟନ ପ୍ରତିଯୋଗିତା ପାଇଁ ବଲାଙ୍ଗିର ପ୍ରସ୍ତୁତ ଅଛି । ତାହା ପାଇଁ ଆବଶ୍ୟକ ସମସ୍ତ ଆନୁଶଙ୍ଗିକ ବ୍ୟବସ୍ଥା ଯଥା ଶିଘ୍ର ପୁରଣ କରାଯିବ ବୋଲି କହିଥିଲେ । ସେହିପରି ଏସିଆର ସର୍ବବୃହତ ଅଣ୍ଡା ଉତ୍ପାଦନକାରୀ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳ ଓ ଖେଳାଳିଙ୍କ ଉନ୍ନତି ଦିଗରେ ସମସ୍ତ ପ୍ରୟାସ କରାଯିବା ସହ ବଲାଙ୍ଗିର ରେ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ଆୟୋଜକଙ୍କୁ ସମସ୍ତ ସହେଯାଗ ଯୋଗଇ ଦିଆ ଯିବ ବୋଲି କହିଥିଲେ । ବଲାଙ୍ଗିର ଏସପି ନିତିନ କୁଶଲକର ବ୍ୟାଡମିନ୍ଟନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ବ୍ୟାଡମିନ୍ଟନ ପାଇଁ ସମସ୍ତ ସହଯୋଗ ଯୋଗଇ ଦିଅଯିବା ବୋଲି କହିଥିଲେ । ଏଥି ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲ ସଂଘ ସଭାପତି ଗୋପାଲ ପଣ୍ଡା, ଜିଲ୍ଲା ସଂଘ କାଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର ହାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନି ସେଠି , ସିଏସି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରେଫରି ଲଖ୍ୟପତି ନନ୍ଦ ଓ ଡେପୁଟି ରେଫରି ଜୟନ୍ତ ମିଶ୍ର ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥିମାନଙ୍କୁ ଜିଲ୍ଲା ସଂଘର କାଯ୍ୟକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ କତିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିତା କାଟି ଖେଳ ଆରମ୍ଭ ଘୋଷଣା କରିଥିଲେ । ପ୍ରଥମ ଦିନରେ ମିନି ଓ ସବ ଜୁନିଅର ବର୍ଗର ସମୁଦାୟ ୮୫ଟି ମ୍ୟାଚ ହେବା ସୁଚନା ରହିଛି । ସହରର ଶହ ଶହ ଛାତ୍ର ଛାତ୍ରୀ, ଖେଳ ପ୍ରେମୀ ପ୍ରତିଯୋଗିତାକୁ ବେଶ ଉପଭୋଗ କରୁଥରବା ଦେଖିବାକୁ ମିଳିଥିଲା ।