ଉପଖଣ୍ଡ ସ୍ତରୀୟ “ଚଇତି ” ସାଂସ୍କୃତିକ ମହୋତ୍ସବ “ଇଡାଇ ଇଡିତାଲ ” ଅବସର ରେ କବିତା ଆସର ଆୟୋଜିତ ।

!!! ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଉପଖଣ୍ଡ ସ୍ତରୀୟ “ଚଇତି ” ସାଂସ୍କୃତିକ ମହୋତ୍ସବ “ଇଡାଇ ଇଡିତାଲ ” ପାଳନ ଅବସରରେ ଆୟୋଜିତ ଶେଷ ଦିନ କାର୍ଯ୍ୟକ୍ରମର ପ୍ରଥମ ପ୍ରହରରେ ସ୍ଥାନୀୟ କବି ଓ କବୟିତ୍ରୀ ଙ୍କୁ ନେଇ ଏକ କବିତା ସଦର ଚଇତି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ସ୍ଥାନୀୟ ଉପ ଜିଲ୍ଲପାଳ ତଥା ଚଇତି ସାଂସ୍କୃତିକ କମିଟି ର ଅଧକ୍ଷ ଶ୍ରୀ ଲଳିତ କୁମାର କହଁର ଦ୍ଵୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଅଞ୍ଚଳର ଜଣାଶୁଣାଏକାଧାର ରେ କବି, ଲେଖକ ଓ ଗାଳ୍ପିକ ସମ୍ମାନରେ ସମ୍ମାନୀତ ହୋଇଥିବା ସର୍ବଶ୍ରୀ ପ୍ରତାପ ରାୟ , ସିମାଞ୍ଚଳ କର ଏବଂ କୈଳାଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ମୋଟ ୨୬ ଜଣ କବି ଓ ୧୫ ଜଣ କବୟିତ୍ରୀ ଯୋଗ ଦେଇ ନିଜ ନିଜ ସ୍ବରଚିତ କବିତା ପାଠ କରିଥଲେ । କାର୍ଯ୍ୟକ୍ରମ କୁ ଶ୍ରୀ ଦୁର୍ଗା ପ୍ରସାଦ ଶତପଥୀ ଏବଂ ଶ୍ରୀ ନିଳାଞ୍ଚଳ ମିଶ୍ର ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଶେଷରେ ରେ ଶ୍ରୀ ରମେଶ ମିଶ୍ର ଉପସ୍ଥିତ ଅତିଥି ଏବଂ କବି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ । ପରିଶେଷରେ ସାଂସ୍କୃତିକ କମିଟି ପକ୍ଷରୁ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ସାରସ୍ୱତ ସମ୍ମାନ ପତ୍ର ପ୍ରଦାନ କରାଯାଇଛି ।

ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ପ୍ରତିଯୋଗିତା

!!! ବଲାଙ୍ଗୀର ରୁ ପ୍ରତିନିଧି ଦିଲ୍ଲୀପ ମେହେରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) :- ଗତ ଅକ୍ଟୋବର ମାସରେ ବାଲାଙ୍ଗିର ପିଆର୍ ହାଇସ୍କୁଲ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସବଜୁନିଅର ପ୍ରତିଯୋଗିତାର ବିଶେଷ ସଫଳତା ପରେ ପୁଣି ରାଜ୍ୟ ବ୍ୟାଡମିନ୍ଟନ ପ୍ରତିଯୋଗିତା ବାଲାଙ୍ଗିରକୁ ଫେରିଛି । ଭାରତୀୟ ତଥା ରାଜ୍ୟ ବ୍ୟାଡମିନ୍ଟନ ସଂଘର ଅନୁମୋଦନ ଦ୍ୱାରା ପିଆର ହାଇସ୍କୁଲ ଇନଡୋର ବ୍ୟାଡମିନ୍ଟନ ଷ୍ଟାଡିଅମ ଠାରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ଆନୁକୁଲ୍ୟରେ ଆସନ୍ତା ଜାନୁଆରି ୧୩ରୁ ମିନି ଓ ସବଜୁନିଅର ବିଭାଗର ର‌୍ୟାଙ୍କିଂ ପ୍ରତିଯୋଗିତା ଆରମ୍ଭ ହେଉଥିବାବେଳେ ୧୫ ତାରିଖରୁ ଓଡିଶା ରାଜ୍ୟ ସିନିଅର ଚମ୍ପିଆନସିପ୍ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୫୦ ପ୍ରତିଯୋଗୀ ଭାଗ ନେବେ, ଯାହାକୁ ବଲାଙ୍ଗିରବାସୀ ତଥା ବ୍ୟାଡମିନ୍ଟନ ପ୍ରେମୀ ନିଶୁକ୍ଳରେ ଉପଭୋଗ କରିପାରିବେ ବୋଲି ଜିଲ୍ଲା ବ୍ୟାଡମିନ୍ଟନ ସଂଘ ପକ୍ଷରୁ ଇନଡୋର ଷ୍ଟାଡିଅମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସୁଚନା ଦେଇଛନ୍ତି ।ସେହିପରି ୧୩ ତାରିଖରୁ ଓଡିଶା ରାଜ୍ୟ ୯ , ୧୧ ବର୍ଷ ବର୍ଗ ପାଇଁ ମିନି ଓ ୧୫ ଓ ୧୭ ବର୍ଷ ବର୍ଗ ପାଇଁ ସବ ଜୁନିଅର ର‌୍ୟାଙ୍କିଂ ପ୍ରତିଯୋଗିତା ହେବ । ଏଥିରେ ସାରା ଓଡିଶା ରୁ ପ୍ରାୟ ୧୫୦ ପ୍ରତିଯୋଗି ଭାଗ ନେବାର ସୁଚନା ରହିଛି । ଲକ୍ଷପତି ନନ୍ଦ ଓ ଜୟନ୍ତ ମିଶ୍ର ଏହି ପ୍ରତିଯୋଗିତାର ରେଫରି ତଥା ମ୍ୟାଚ ନିୟନ୍ତ୍ରକ ଦାଇତ୍ୱ ତୁଲାଇବେ ବୋଲି ଶ୍ରୀ ମଟାରୀ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ସଭାପତି ଗୋପାଲ ପଣ୍ଡା, ଉପ ସଭାପତି ପବିତ୍ର ବେହେରା, ବରିଷ୍ଠ ସଭ୍ୟ, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜୋନାଲ ସଂଯୋଜକ ଦେବାଶିଷ ମିଶ୍ର, ଭେନ୍ୟୁ ଦାଇତ୍ବ ଅନନ୍ତ ବେହେରା ଓ ଖାଦ୍ୟ ଇନଚାର୍ଜ ମାନସ ମହାନ୍ତି ମଞ୍ଚାସୀନ ଥିଲେ ।