ଭର୍ଚୁଆଲ ମାଧ୍ୟମରେ ରାମନାଗୁଡା ଥାନା ଉଦ୍ଘାଟିତ ।

!!! ରାମନାଗୁଡା ରୁ ସୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – ରାୟଗଡ଼ା ଜିଲ୍ଲା ରାମନାଗୁଡା ର ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଭର୍ଚୁଆଲ ମାଧ୍ୟମରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଶୁଭ ଉଦଘାଟନ କରିଛନ୍ତି । ପୂର୍ବରୁ ଅଗଷ୍ଟ ୨୭ତାରିଖରେ ରାମନାଗୁଡାରେ ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି।ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ରାୟଗଡା ଜିଲ୍ଲା ଅନୁସୂଚିତ ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆର ରାଜପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ରାମନାଗୁଡା ଥାନା ପ୍ରତିଷ୍ଠା ନେଇ ଦୀର୍ଘ ଦିନ ଦାବି ହେବା ପରେ ଏହାର ଉଦଘାଟନ ହେବା ନେଇ ସମସ୍ତେ ଖୁସି ଅନୁଭବ କହିବା ଆଗକୁ ପୋଲିସ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ରାମନାଗୁଡା ଶିକ୍ଷା ବିଭାଗର ଶିକ୍ଷକ ଓ ରାମନାଗୁଡାର କର୍ତ୍ତବ୍ୟନିଷ୍ଠା ଗଣମାଧ୍ୟମ ପ୍ରତିନିଧି ଭାବେ ଶୁଭଜିତ ପଟ୍ଟନାୟକ ,ବିଶ୍ୱନାଥ ସେନାପତି ଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ, ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ରାମନାଗୁଡା ଥାନା ର ଗୃହ ରକ୍ଷୀ, ଝାଡୁଦାର ମାନଙ୍କ ସମେତ ୧୭ଜଣ ଜଣଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ୨୬ଜଣ ବରିଷ୍ଠ ନାଗରିକଙ୍କୁ ମଧ୍ୟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଏସଡିପିଓ ବିକାଶ ଦେହୁରୀ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ,ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ବିଷମକଟକ ଏସଡିପିଓ ବିକାଶ ସାହୁ, ଗୁଣୁପୁର ଆଇଆଇସି ନିଳାମ୍ବର ଜାନି,ପୁଟାସିଂ ଆଇଆଇସି ସୁନିତା ବେହେରାଙ୍କ ସହ ସମସ୍ତ ଥାନା ଆଇଆଇସି ଯୋଗଦାନ କରିଥିବାବେଳେ ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ବିଜୁ ଛାତ୍ର ଜନତା ଦଳ ସଭାପତି ପିଙ୍କୁ ପଣ୍ଡା ,ଯୁବ ବିଜେଡି ନେତା ଅମିତ ମହାରଣା ଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ହକି କପ୍ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ।

!!! ରାମନାଗୁଡା ରୁ ସୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ସୋମବାର ଦିନ ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହକି କପ୍ ଟୁର୍ଣ୍ଣାମେଣ୍ଟ କୁ ସମ୍ମାନ ଦେଇ ରାଜ୍ୟର ୩୧୪ ଟି ବ୍ଲକ ରେ ପାଳିତ ହେଉଥିବା ବେଳେ ରାମନାଗୁଡା ବ୍ଲକ ରେ ମଧ୍ୟ ଏହା ପାଳନ କରାଯାଇଛି । ଭାମିନି ଆଇଆରବି ୨ୟ ବାଟାଲିୟନ କମାଣ୍ଡେଣ୍ଟ ଦୀପକ କୁମାର ଦେହୁରୀ ତତ୍ତ୍ୱାବଧାନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ପ୍ରଥମେ କ୍ରୀଡା ମହୋତ୍ସବ ମଶାଲ କୁ ଉଦ୍ଘାଟିତ କରି ପତାକା ଉତ୍ତୋଳନ କରିଥିଲେ । ପରେ ବିଦ୍ୟାର୍ଥୀ ମାନେ ପ୍ୟାରେଡ଼ ମାଧ୍ୟମରେ ସମ୍ମାନ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ବିଜେଡି ବ୍ଲକ ସଭାପତି ବିଜୟ କୁମାର ମାଣ୍ଡାଙ୍ଗି, ଜିଲ୍ଲା ପରିଷଦ ସଭ୍ୟ(ଖ)ସୁରେଶ ଗମାଙ୍ଗ,ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, କୁଜେନ୍ଦ୍ରୀ ସମିତି ସଭ୍ୟା ଲାଷ୍ମୀପ୍ରିୟା ମାଣ୍ଡାଙ୍ଗି, ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ ।ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମ ବଳରେ ଓଡ଼ିଶା ରେ ଏହି ବିଶ୍ୱ ହକି କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ,ତାହା ଓଡ଼ିଶାର ଲୋକ କିପରି ଉପଭୋଗ କରିପାରିବେ ଏବଂ ଓଡ଼ିଶା ରେ ଏହି ବିଶ୍ୱ ହକି କପ ଖେଳର ଆୟୋଜନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ର ପାତ୍ର ପାଲଟି ଥିବା ପ୍ରକାଶ କରିଥିଲେ । ସେହିପରି ବ୍ଲକ ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯେଉଁମାନେ ଭାଗ ନେଇଛନ୍ତି ସେମାନେ ଦମ୍ଭର ସହ ଖେଳିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଭବିଷ୍ୟତ ରେ ଏହି କ୍ରୀଡା ପ୍ରତିଯୋଗିତା ର ପ୍ରମାଣ ପତ୍ର ହିଁ ସେନା ବାହିନୀ ରେ ଯୋଗ ଦେବା ନିମନ୍ତେ ସହାୟକ ହୋଇ ପାରିବ କହି କ୍ରୀଡା ମହୋତ୍ସବ ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡା ପ୍ରତିଯୋଗିତାରେ ସଟପୁଟ, ମ୍ୟୁଜିକ ଚେୟାର, ଭଲିବଲ ,ଉଚ୍ଚ ଡିଆଁ, ଲମ୍ବ ଡିଆଁ,୧୦୦ ମିଟର ଦୌଡ଼ ଭଳି ଖେଳ ମାନ ପ୍ରସ୍ତୁତ କରାଯାଇ ଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ଭଲି ବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ଏଥିରେ ଗଣମାଧ୍ୟମ ପ୍ରତିନିଧି ଙ୍କ ବିଜୟୀ ହୋଇଥିଲା ।ଏହି କ୍ରୀଡା ମହୋତ୍ସବ ରେ ରାମନାଗୁଡା ବ୍ଲକ ର ୧୮ ଟି ବିଦ୍ୟାଳୟ ର ୧୧୫ ଜଣ ଛାତ୍ର ୫୨ଜଣ ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ କ୍ରୀଡା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଖେଳାଳି ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ,ସେକ୍ସନ ଓଫିସର ନରେନ୍ଦ୍ର କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିଥିଲେ।

ଆରମ୍ଭ ହେଲା ଫ୍ୟାଶନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଇ.ଏନ୍‌.ଡ଼ବ୍ଳ୍ୟୁ.ଇ.ସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ୍ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା । ପଟିଆ ସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରି ନିଜର ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଆଇ.ଏ.ଏସ୍‌. ତଥା ହ୍ୟାଣ୍ଡଲୁମ୍ ଟେକ୍ସଟାଇଲ ଓ ହ୍ୟାଣ୍ଡିକ୍ରାଫ୍‌ଟର ପ୍ରିନ୍ସିପାଲ ସେକ୍ରେଟାରୀ ଅରବିନ୍ଦ ପାଢୀ, ଏମ୍‌.ଏସ୍‌.ଏମ୍‌.ଇ. ଡ଼ି.ଏଫ୍‌.ଓ କଟକର ଯୁଗ୍ମ ନିର୍ଦ୍ଦଶକ ପୱନ ଗୁପ୍ତା, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତି ମିଶ୍ର, ଇଭୋସ୍ ବିଲ୍ଡକନ ପ୍ରା. ଲିଃ.ର ସହ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ଆଇ.ସି.ସି. ଓଡ଼ିଶା ଶାଖାର ଅଧ୍ୟକ୍ଷ ଜେ.ବି. ପାଣି, ସହ-ଅଧ୍ୟକ୍ଷ ଏମ୍‌. କେ. ଗୁପ୍ତା, ଆଇ.ଏନ୍‌.ଡ଼ବ୍ଳୁ.ଇ.ସି ଆବାହକ ସୁକିର୍ତ୍ତିି ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ, କୋର ମେମ୍ବର ପ୍ରୀତି ପଲ୍ଲଭୀ ପଟ୍ଟନାୟକ, ଆଞ୍ଚଳିକ ମୁଖ୍ୟ ଆଇ.ସି.ସି. ଓଡ଼ିଶା କାଉନସିଲ ଜେ.ପି.ପାଲ ଉପସ୍ଥିତ ଥିଲେ ।

ପ୍ରଥମ ଦିନରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଭାରତୀୟ କ୍ରିକେଟର ଇରଫାନ ପଠାନ୍ । ତାଙ୍କର ପ୍ରେରଣା ଦାୟକ ବତ୍କୃତ ଉପସ୍ଥିତ ଦର୍ଶକଙ୍କୁ ସେଠାରେ ବାନ୍ଧି ରଖିଥିଲା । ସେହିପରି ଭୁବନେଶ୍ୱର ସୁପର ବାଇକ୍‌ର କ୍ଳବର ର‌୍ୟାମ୍ପ ସୋରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ସୋ ଷ୍ଟପର ଭାବରେ ଦେଖିବାକୁ ମିଳିଥିଲା । ଏଥିରେ ଡ଼ିଜାଇନର ଭେଦିକା ଖଣ୍ଡେଲ୍‌ୱାଲ୍‌, ଜୁବିନା ଅଲ୍ଲି, ଲୋପାମୁଦ୍ରା ଭଞ୍ଜ ଓ ରିତିକା ରୁଲ୍‌ହାନ୍ ସେମାନଙ୍କ ପ୍ରଦର୍ଶିତ କରିଥିଲେ । ଏହା ସହିତ ଆଇ.ସି.ସି. କୋର ମେମ୍ବର ପଦ୍ମିନୀ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ବର୍ଣ୍ଣାଳୀ ହୋତାଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ମନମୁଗ୍ଧକର ଥିଲା । ଓଲିଉଡ଼୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଶୀତଲ ପାତ୍ର, ଭୂମିକା ଦାଶ, ଦେବଜାନୀ ଡୁଙ୍ଗରିଆ, ପୁନମ୍ ମିଶ୍ର, ଅଭିନେତା ଅନୁଭବ ମହାନ୍ତି, ଜ୍ୟୋତି ରଞ୍ଜନ ନାୟକ, ଦ୍ୱିପନିତ୍‌, ପାର୍ଥ ସାରଥି, ସୁବାଶିସ୍ ଶର୍ମା ଉପସ୍ଥିତ ଥିଲେ । ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏଠାରେ ଚାଲିବ ।

ପଟିଆ ଇତିହାସ ପୁସ୍ତକର ଉନ୍ମୋଚନ ଉତ୍ସବ, ଇତିହାସ ହେଉଛି ସତ୍ୟର ପ୍ରତୀକ ଓ ମୁକସାକ୍ଷୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସ୍ଥାନୀୟ ପଟିଆସ୍ଥିତ ଯାତ୍ରାପଡ଼ିଆରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ‘ପଟିଆ ଇତିହାସ’ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟିଆ ରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଯେ, ଏ ମାଟି ଭାଇଚାରାର ମାଟି । ଓଡ଼ିଶାରେ ପଟିଆ ମାଟିର ସ୍ୱତନ୍ତ୍ରତା ରହିଛି । ପଟିଆର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପଟିଆ ଅଞ୍ଚଳ ଶିକ୍ଷାର ହବ୍‌ରେ ପରିଣତ ହୋଇଛି । ନୂତନ ଭୁବନେଶ୍ୱର ହେଉଛି ପଟିଆ । ପଟିଆଗଡ଼ରେ ରାହାଗିରି ଆଗାମୀ ଦିନରେ ଆୟୋଜିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଶ୍ରୀ ବସନ୍ତ କୁମାର ମଲ୍ଲିକ କହିଲେ ଯେ, ଏହି ପୁସ୍ତକ ଉତ୍ତରପିଢିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା, ପଟିଆ ପାଇଁ ଆଜି ଏକ ଐତିହାସିକ ଦିନ । ବିଶିଷ୍ଟ ଐତିହାସିକ ଡଃ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇ କହିଲେ ଯେ, ଇତିହାସ ହେଉଛି ସତ୍ୟର ପ୍ରତୀକ ଏବଂ ମୂକସାକ୍ଷୀ । ପୁସ୍ତକ ହିଁ ମାଟିର ଐତିହ୍ୟ ଗାଥାର କଥା କୁହେ । ବିଶିଷ୍ଟ ଲେଖକ ମନୋଜ କୁମାର ମହାପାତ୍ର ଅନ୍ୟତମ ସମ୍ମାନିତ ବକ୍ତା ଭାବେ କହିଲେ ଯେ, ପୁସ୍ତକ ପ୍ରକାଶନ ଦ୍ୱାରା ପଟିଆ ଗ୍ରାମବାସୀଙ୍କର ସ୍ୱପ୍ନ ସାକାର ହୋଇଛି । ପଟିଆର ପରିଚୟ ବୃଦ୍ଧି ଲାଗି ଏହା ଏକ ମାଇଲଖୁଣ୍ଟ । ଅନ୍ୟତମ ସମ୍ମାନିତ ବକ୍ତା ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଶ୍ରୀ ରାମକୃଷ୍ଣ ପଣ୍ଡା କହିଲେ ଯେ, ପୁସ୍ତକ ପ୍ରକାଶନ ନିଶ୍ଚୟ ସ୍ୱାଗତଯୋଗ୍ୟ । ପଟିଆ ସାରାଓଡ଼ିଶା ଓ ଦେଶରେ ଜନ ଆନ୍ଦୋଳନ ପାଇଁ ପରିଚିତ । ସମାଜସେବୀ ତଥା ଉତ୍ସବର ଆୟୋଜକ ଶ୍ରୀ ଅଭୟ କୁମାର ବଡ଼ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପଟିଆର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏହି ପୁସ୍ତକ ରଚିତ ହୋଇଛି ଏବଂ ଭବିଷ୍ୟତରେ ଏହାର ଦ୍ୱିତୀୟ ସଂସ୍କରଣ ଆହୁରି ଉନ୍ନତମାନର ହୋଇ ପ୍ରକାଶିତ ହେବ ବୋଲି କହିଥିଲେ । ବରିଷ୍ଠ ଗ୍ରାମବାସୀ ଶ୍ରୀ ନୃସିଂହ ଚରଣ ରାଉତ କହିଲେ ଯେ, ପଟିଆଗଡ଼ର ଭାଇଚାରା ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ । ପଟିଆ ଗ୍ରାମ ମଙ୍ଗଳ କମିଟି ସଭାପତି ଶ୍ରୀ ଚିତ୍ତରଞ୍ଜନ ପାତ୍ର କହିଲେ ଯେ, ଏହି ପୁସ୍ତକର ପ୍ରକାଶନ ନିଶ୍ଚୟ ବଡ଼କଥା । ପଟିଆ ମାଟିରେ ଜନ୍ମ ହୋଇ ମୁଁ ନଜକୁ ଗର୍ବ ଅନୁଭବ କରୁଛି । ସ୍ଥାନୀୟ କର୍ପୋରେଟ ଲକ୍ଷ୍ମୀପ୍ରିୟା ପରିଡ଼ା ଯୋଗଦେଇ କହିଲେ ଯେ, ପଟିଆ ଇତିହାସ ଆମ୍ଭମାନଙ୍କ ପାଇଁ ତଥା ଆମ୍ଭ ପିଢିମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ଓ ଗୌରବର ଦିନ । ଅମୂଲ୍ୟ କୁମାର ଜେନା କହିଲେ ଯେ, ଉତ୍ତର ପିଢି ପାଇଁ ଏହା ଏକ ଶିକ୍ଷଣୀୟ ବିଷୟବସ୍ତୁ । ଭବିଷ୍ୟତ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

ସହରାଞ୍ଚଳର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟନ କଲେ ମନ୍ତ୍ରୀ ଓ ସାଂସଦ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ପୈାରପରିଷଦ ବିକ୍ରମପୁର ଠାରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ଆଇନ୍ ଓ ଆଦିବାସି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ କୋରାପୁଟ ସାଂସଦ ସପ୍ତଗିରି ଉଲକା ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ର ଲୋକ ଙ୍କ ପାଇିଁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି । ମନ୍ତ୍ରୀ ଓ ସାଂସଦ ଉଦ୍ଘାଟନ ଉତ୍ସବ ରେ ଯୋଗଦାନ କରିବା ପୁର୍ବରୁ ବିକ୍ରମପୁର ଛକ ନିକଟରେ ଦଳିୟ କର୍ମୀ ମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ।

ଏହାପରେ ମନ୍ତ୍ରୀ ଓ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ ଓ କର୍ମୀ ମାନେ ବିକ୍ରମପୁର ଛକରୁ ପଦଯାତ୍ରା କରି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମକୁ ପୈାର ନିର୍ବାହି ଅଧିକାରି ପ୍ରଭାତୀ ଝଡିଆ ପରିଚାଳନା କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମର ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କଉଁର ପୈାର ପରିଷଦର ଅଧକ୍ଷ ମମତା ଗୈାଡ ଓ ଉପାଧକ୍ଷ ଶିବ ଗୈାଡ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଅନ୍ୟାନ୍ୟ ବରିଷ୍ଟ ଲୋକପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

!!! ବଲାଙ୍ଗିର ରୁ ଜିଲ୍ଲା ପ୍ରତିନିଧି ଜିତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗିର ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଆଗାମୀ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ ଦେବକୀ ସାହୁ ,ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସୁଦର୍ଶନ ସାଏ,ଡିଏସପି ଡିଆଇବି ତପନ ନାରାୟଣ ରଥ ,ଏସଡିପିଓ ତୋଫାନ କୁମାର ବାଗ ଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ,ବୁଦ୍ଧିଜୀବୀ ,ବିଭିନ୍ନ ବିଭାଗର ଅଧିକାରୀ ,ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ,ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର କର୍ମକର୍ତ୍ତା ଓ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କୁ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ତା ୨୬ .୦୧.୨୦୨୩ ରିଖ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୫ ଘଟିକା ସମୟରେ ରାମଧୁନ ,ସକାଳ ୬ ରୁ ୭ ଘଟିକା ମଧ୍ୟରେ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତ ଫେରି ,ସକାଳ ୭ ରୁ ୭ .୩୦ ମଧ୍ୟରେ ସରକାରୀ ,ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ,ସକାଳ ୭.୧୫ ରୁ ୭.୪୫ ମଧ୍ୟରେ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ସକାଳ ୮.୩୦ ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆ ରେ ଆନୁଷ୍ଠାନିକ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଦିବସର ମୁଖ୍ୟ ଅତିଥି ସକାଳ ୮.୩୦ ସମୟରେ ଆନୁଷ୍ଠାନିକ ଉତ୍ସବ ରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡ ରେଏପିଆର ,ହୋମଗାର୍ଡ ,ଏନସିସି ,ସ୍କାଉଟ ,ଗାଇଡ ,ରେଡକ୍ରସ ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ,ସ୍ଵାଧୀନତା ସଂଗ୍ରାମୀ ବେଶ ,ଓଡିଆ ,ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଆଗାମୀ ୧୩ ତାରିଖ ଠାରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏତଦବ୍ୟତୀତ ସାଧାରଣତନ୍ତ୍ର ଦିବସ ପାଳନ ଦିନ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା କୁ ଗର୍ବାନ୍ଵିତ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯିବା, ବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା,ବିଭିନ୍ନ ବିଭାଗ ଦ୍ଵାରା ସଚେତନତା ମୂଳକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବା, ପ୍ୟାରେଡ ଉତ୍ସବ ପରେ ଜିଲ୍ଲା କାରାଗାର ର ଅନ୍ତେବାସୀ ,ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚିକିତ୍ସାଧୀନ ରୋଗୀ ଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ ସହ ପୁଇଁତଳା ସ୍ଥିତ କୁଷ୍ଠ କଲୋନୀ ଅନ୍ତେବାସୀ ଙ୍କୁ ବସ୍ତ୍ର ବଣ୍ଟନ କରାଯିବା, ଜିଲ୍ଲା ସାମ୍ବାଦିକ ସଂଘ ଆନୁକୁଲ୍ୟ ରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ରକ୍ତ ଭଣ୍ଡାର ଠାରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯିବା ସହ ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାପାଳ ଏକାଦଶ ବନାମ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଖେଳର ଆୟୋଜନ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଛି । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପାଣିଗ୍ରାହୀ ବୈଠକରେ ଉପସ୍ଥିତ ସମସ୍ତ ବୁକି ବିଶେଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୁଲ୍ୟରେ ସ୍ବତନ୍ତ୍ର ଅଧିବେଶନ ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) –  ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୂଲ୍ୟରେ ସ୍ବତନ୍ତ୍ର ଅଧିବେଶନ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେ଼ମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ। ଉପଦେଷ୍ଟା ବିନୋଦ ଚନ୍ଦ୍ର ଜେନା ସାଂପ୍ରତିକ ସମୟରେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଜରୁରୀ ବୋଲି କହିଥିଲେ। ସମ୍ପାଦକ ଲିଙ୍ଗରାଜ ପ୍ରସାଦ ଦାଶ ନବ ନିର୍ବାଚିତ ସଭ୍ୟ / ସଭ୍ୟାଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ। ଶେଷରେ ଗୌରହରି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶରତ ସାହୁ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ସତ୍ୟନାରାୟଣ ମହାରଣା , ଜଗଦୀଶ ମହାପାତ୍ର , ଡ.କଲ୍ୟାଣୀ ମିଶ୍ର , ନରସିଂହ ଗୌଡ଼ , କୈଳାସ ପଟ୍ଟନାୟକ , ରମେଶ ହୋତା ପ୍ରଭୃତି ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ଉଦ୍ଦଘାଟିଟ ।

!!! ରାମନାଗୁଡାରୁ ସୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୁଇ କୋଟି ଦୁଇ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ବହିର୍ବୀଭାଗ , ଅସ୍ତ୍ରୋପଚାର, ପ୍ରସବ ବିଭାଗ କୋଠା ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଗୁଡାରି ର ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ ,ପଦ୍ମପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ,ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ରାମନାଗୁଡା ବିଜୁ ଯୁବ ଜନତା ଦଳ ସଭାପତି ସଞ୍ଜୟ କୁମାର ପ୍ରଧାନ,ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କଣ୍ଡାଗରୀ,କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ସମିତି ସଭ୍ୟା ଲାଷ୍ମୀପ୍ରିୟା ମାଣ୍ଡାଙ୍ଗି, ଜି. କାରିଆନା ,ଆନନ୍ଦ ପରିଛା, ରଞ୍ଜନ ନାୟକ ବେହେରା ଙ୍କ ସମେତ ସମସ୍ତ ବିଜେଡି ଓ କଂଗ୍ରେସ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ ସେହିପରି ପ୍ରଶାସନିକ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟ, ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ,ଓଡ଼ିଶା ଜୀବିକା ମିଶନ ବିପିଏମ ଯସ୍ମୀନ ମୁଟିକା ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।