ତାଗିଦ୍ ପରେ ସୁଧୁରିଲେ ; ବଢିଲା ଭୋଜନାର୍ଥି ଙ୍କ ଭିଡ଼…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ଶ୍ରୀଯୁକ୍ତ ଲଳିତ କୁମାର କହଁର ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ଏବଂ ସୁଶ୍ରୀ ପ୍ରଭାତୀ ଝୋଡିଆ ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସହରର ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ସମୟ ରେ ତାଙ୍କ ସହିତ ଥିବା ସ୍ଥାନୀୟ ତହସିଲଦାର ଶରତ ଚନ୍ଦ୍ର ନାୟକ ଆହାର କେନ୍ଦ୍ରରେ ଯୋଗାଯାଉଥିବା ଖାଦ୍ୟକୁ ଖାଇ ପରଖିଥିଲେ । ଦିଆଯାଇଥିବା ଖାଦ୍ୟ ନିମ୍ନ ମାନର ଏବଂ କମ୍ ଗୁଣ ବତ୍ତା ଥିବା ଅନୁଭବ କରି ପରିଚାଳନା କର୍ତ୍ତୃପକ୍ଷ ଙ୍କୁ ତାଗିଦ୍ କରିବା ସହ ଆଗାମୀ ଦିନରେ ଏଭଳି ଖାଦ୍ୟ ଦିଆଗଲେ ସେମାନଙ୍କ ଠାରୁ ପରିଚାଳନା ଦାୟୀତ୍ବ କୁ ଓହରାଇ ନେବେ ବୋଲି ନିର୍ବାହୀ ଅଧିକାରୀ ରୋକ୍ ଠୋକ୍ କହିଥିଲେ ।

ପ୍ରକାଶ ଥାଉକି ଏଠାରେ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ହୋଇ ଆସୁଥିଲା ।ଏହି ନିମ୍ନ ମାନ ଖାଦ୍ୟ ଯୋଗୁଁ ଲୋକେ ଏଠାରୁ ମୁହିଁ ଫେରାଇ ନେଉଥିଲେ । ତାଗିଦ୍ କରିବା ପରେ ପରିଚାଳନା କମିଟି ଖାଦ୍ୟରେ କିଛି ସୁଧାର ଆଣିଛନ୍ତି । ଯଦ୍ୱାରା ପରିଦର୍ଶନ ସମୟ ରେ ଆହାର କେନ୍ଦ୍ରକୁ ଆସିଥିବା କମ୍ ସଂଖ୍ୟକ ଭୋଜନାର୍ଥି ଙ୍କ ସଂଖ୍ୟା ପରଦିନ ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ଏଭଳି ମଝି ମଝିରେ ଅଚାନକ ପରିଦର୍ଶନ କରାଗଲେ ଗ୍ରାହକ ସୁବିଧାରେ ଭଲ ଖାଦ୍ୟ ପାଇବା ସହ ଏଠାରେ ଚାଲିଥିବା ଦୁର୍ନୀତିକୁ ରୋକା ଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଶୁଭାରମ୍ଭ ହେଲା ଗଜପତି ଉତ୍ସବ-୨୦୨୨ ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୨ ଶୁଭାରମ୍ଭ ହୋଇଯାଇଛି। ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର , ଜିରାଙ୍ଗ, ମଣ୍ଡଳ ସାହି , ରାମଗିରି , ଛେଲିଗଡ , ଆର୍.ଉଦୟଗିରି , ଖଜୁରୀପଦା , ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ନିକଟରେ ଅପରାହ୍ନ ୩ ଘଣ୍ଟା ସମୟରେ ପହଞ୍ଚିଥିଲା।

ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଶ୍ରୀ ପ୍ରଦୀପ କୁମାର ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଓ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ।

ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର ନିମନ୍ତେ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ତା ୧୮.୦୧.୨୦୨୩ ରିଖ ଠାରୁ ତା ୨୨.୦୧.୨୦୨୩ ପର୍ଯ୍ୟନ୍ତ ପାଳନ କରାଯିବ । ଜିଲ୍ଲାର ଅଧିବାସୀଙ୍କ ପରମ୍ପରା ଓ ଖେଳକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଜପତି ଉତ୍ସବ ମଶାଲକୁ ଫରେଷ୍ଟ ଗେଟରେ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯାଇ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି। ଜଗନ୍ନାଥ ମନ୍ଦିରରେ ମଶଲ୍ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ।

ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ା , ବାସୁଦେବ ଦାସ , ଗଣେଶ କୁମାର ରାଜୁ , ବସନ୍ତ ପଣ୍ଡା , ହରିହର ପଟ୍ଟନାୟକ ଙ୍କ ସମେତ ପାରଳାଖେମୁଣ୍ଡି ତହସିଲଦାର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ବରିଷ୍ଟ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ ଯୋଗଦେଇଥିଲେ ।

କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

!!! ରାମନାଗୁଡ଼ା ରୁ ପ୍ରତିନିଧି ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) :- ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଭାବନା କକ୍ଷ ରେ ଶନିବାର ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ସଭାପତିତ୍ୱ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସେକ୍ସନ ଅଫିସର ସୁରେନ୍ଦ୍ର ମହାପାତ୍ର, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ,ବ୍ଲକ ଉପାଧକ୍ଷା ଜାନକୀ ନିମାଲା ମଞ୍ଚାସୀନ ଥିବା ବେଳେ ବ୍ଲକ ମଙ୍ଗଳ ଅଧିକାରୀ ଜୟଶ୍ରୀ ବିଷୋୟୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ସମେତ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରୁ ଯୋଗ ଦେଇଥିବା କ୍ରୀଡା ଶିକ୍ଷକ, ବିଭିନ୍ନ ବିଭାଗୀୟ କର୍ମଚାରୀ ,ସରପଞ୍ଚ ,ସମିତି ସଭ୍ୟ ଓ ସଭ୍ୟା ,ଗଣମାଧ୍ୟମ ପ୍ରତିନିଧିମାନେ ଏହି ବୈଠକ ରେ ଅଂଶଗ୍ରହଣ କରି ଚଳିତ ମାସ ୦୯ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସକାଳ ୮ ଟା ରେ ଆଦର୍ଶ ବିଦ୍ୟାଳୟ ନିକଟ ମିନି ଷ୍ଟାଡିୟମରେ କ୍ରୀଡା ଉତ୍ସବ ପାଳନ କରିବା ପାଇଁ ଆଲୋଚନା କରିଥିଲେ ।

କ୍ରୀଡା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି।ଏହି କ୍ରୀଡା ଉତ୍ସବ କୁ ସଫଳ କରିବା ନିମନ୍ତେ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ କୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିବା ସହ ବୈଠକ ରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆହାର କେନ୍ଦ୍ର ରେ ନିମ୍ନମାନର ଖାଦ୍ୟ ଚାଖି ପ୍ରଶାସକ ଖପ୍ପା …!

ଏଥର ସମ୍ଭାଳ (ବ୍ୟୁରୋ)- ଗୁଣପୁର ଉପ ଜିଲ୍ଲାପାଳ ଲଲିତ କୁମାର କହଁର ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ବିକ୍ରି କରୁଥିବା ଖାଦ୍ୟର ମାନ ପରଖିଛନ୍ତି । ଉପଜିଲ୍ଲାପାଳ ଙ୍କ ସହିତ ଯାଇଥିବା ସ୍ଥାନୀୟ ତହସିଲଦାର ଶରତ ଚନ୍ଦ୍ର ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ସ୍ଥାନୀୟ ବିଡିଓ ଶାନ୍ତି ପ୍ରଭା ପ୍ରଧାନ, ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ସମ୍ପପାଦକ ଚନ୍ଦ୍ର ଧ୍ଵଜ ପଣ୍ଡା  ଲିମା କେନ୍ଦ୍ର ରେ ରନ୍ଧା ଖାଦ୍ୟ କୁ ଖାଇଥିଲେ । ଖାଦ୍ୟର ମାନ ନିମ୍ନ୍ ମାନ ହୋଇଥିବାରୁ ସୁଶ୍ରୀ ଝୋଡ଼ିଆ କେନ୍ଦ୍ର ପରିଚାଳକ ଙ୍କ ଉପରେ ଖପ୍ପା ହୋଇଥିଲେ । ବର୍ତ୍ତମାନ ସମୟରେ ବଜାରରେ ପରିବାଦର ଖୁବ୍ ଶାସ୍ତା ଥିବା ବେଳେ ତିଆରି ହୋଇଥିବା ଡାଲମା ରେ ଆବଶ୍ଯକ ପରିମାଣ ରେ ପାରିବା ପକାଯାଇ ନଥିବା ଏବଂ ତିଆରି ଡାଲ ମା ବହୁ ପତଳା ହୋଇଥିବାରୁ ନିର୍ବାହୀ ଅଧିକାରୀ ପରିଚାଳକ ଙ୍କୁ ତାଗିଦ୍ କରିଛନ୍ତି । ଏହି କେନ୍ଦ୍ରରେ ନିୟମିତ ୫୦୦ ଜଣ ହିତାଧିକାରୀ ଙ୍କ ନିମନ୍ତେ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ଥିବା ବେଳେ ନିୟମିତ ଅଙ୍କ ବିଶିଷ୍ଟ ସଂଖ୍ୟା ତପୁ ନଥିବା ଅଭିଯୋଗ ହେଉଛି । ପ୍ରାଶାସନିକ ଅଧିକାରୀ ମାନେ ତଦାରଖ କରିବା ପାଇଁ ଯିବା ଦିନ ମାତ୍ର ୪୦ ଜଣ ବ୍ଯକ୍ତି ହିଁ ଖାଇବାକୁ ଥିବା ଦେଖା ଯାଇଥିଲା ।

ଏହି କେନ୍ଦ୍ରରେ ଦିଆ ଯାଉଥିବା ଏଭଳି ନିମ୍ନ୍ ମାନ ର ଖାଦ୍ୟ ଯୋଗୁଁ ଲୋକେ ଏଠାରୁ ମୁହଁ ଫେରାଇ ନେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପ୍ରଶାସନର ନିୟମିତ କଡା ଯାଞ୍ଚ ନଥିବାରୁ ଉପ ଭୋକ୍ତା ଠିକ୍ ଭାବେ ଏହାର ସୁବିଧା ପାଉନଥିବା ବେଳେ ପରିଚାଳନା କର୍ତ୍ତୃପକ୍ଷ ମାଲାମାଲ୍ ହେଉଥିବା କୁହା ଯାଇଛି । ପ୍ରସାଶନିକ ଅଧିକାରୀ ଙ୍କ ଏଭଳି ଅଚାନକ ପରିଦର୍ଶନ କୁ ସାଧାରଣରେ ସ୍ଵାଗତକରିବା ସହ ନିୟମିତ ବ୍ୟବଧାନରେ ଯାଞ୍ଚ ର ଆଶା ପ୍ରକଟ କରିଛନ୍ତି ।

ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନିର୍ଦେଶ କ୍ରମେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କର ନେତୃତ୍ୱରେ ପ୍ରାୟ ୮ ହଜାର ରୁ ଉର୍ଧ୍ଵ ବିଜୁ ପ୍ରେମୀ ମାନଙ୍କୁ ନେଇ ଭୁବନେଶ୍ୱରସ୍ଥିତ ଡମଣା ଯାତ୍ରା ପଡିଆ ଠାରେ ଆୟୋଜିତ ହୋଇଯାଇଅଛି । ଓଡିଶାରେ ଏକ ଆଞ୍ଚଳିକ ଦଳ ବହୁ ବାଧା ବିଘ୍ନ ଭିତରେ ୨୫ ବର୍ଷ ଧରି ଓଡିଶା ବାସୀଙ୍କୁ ନିରନ୍ତର ଭାବରେ ସେବା ଯୋଗାଇ ଆସିଛି ବୋଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ନିଜର ଅଭିଭାଷଣ ରଖିଥିଲେ । ଆଜି ଶିକ୍ଷା କ୍ଷେତ୍ରରେ ୫-ଟି ମାଧ୍ୟମରେ ହାଇସ୍କୁଲ ଗୁଡିକର ରୁପାନ୍ତିକରଣ ହେଉ କିମ୍ବା କ୍ରୀଡା କ୍ଷେତ୍ରରେ ଓଡିଶା ଦୁଇ ଦୁଇ ଥର ପୁରୁଷ ୱାର୍ଲଡ କପ ହକି ଆୟୋଜନ କରି ସାରା ବିଶ୍ୱ ପାଇଁ ଆମ ରାଜ୍ୟ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି ନିଜର ଅଭିଭାଷଣ ରଖିଥିଲେ । କୋଭିଡ ପରିଚାଳନା କ୍ଷେତ୍ରରେ ନିଜ ରାଜ୍ୟର ପ୍ରତ୍ୟକ ବର୍ଗର ବ୍ୟକ୍ତିଙ୍କ ମୂଲ୍ୟବାନ ଜୀଵନକୁ ସୁରକ୍ଷା ଦେବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ଅମ୍ଳଜାନ ଯୋଗାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ୱ ତାହା ଓଡିଶାବାସୀ କେବେ ଭୁଲିବେ ନାହିଁ ଏବଂ ପୁନର୍ବାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ ନିବେଦନ କରିଥିଲେ ।

ଆଜି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ହେଉ କିମ୍ବା ମା ମାନଙ୍କୁ ମୁକ୍ତ ଯୋଜନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଏବଂ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଉର୍ଧ୍ଵ ମହିଳାଙ୍କୁ ରୋଜଗାର ଯୋଗାଇବାରେ ରାଜ୍ୟ ସରକାରଙ୍କର ଦାୟିତ୍ୱକୁ ମାନନୀୟ ମେୟର ଶ୍ରୀମତୀ ସୁଲୋଚନା ଦାସ ଭୁରି ଭୁରି ପ୍ରସଂଶା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ଛାତ୍ର ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ , ବରିଷ୍ଠ ନେତା ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ , ଶ୍ରୀଯୁକ୍ତ କୁନ ବିହାରୀ ଦାସ, ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ, ଶ୍ରୀଯୁକ୍ତ ମିହିର ମହାନ୍ତି, ଶ୍ରୀଯୁକ୍ତ ପ୍ରକାଶ ବସ୍ତିଆ, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଶ୍ରୀଯୁକ୍ତ କୁନାଲ ରାଉତ, ଯୁବନେତା ମନୋଜ ସାହୁ, ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ ,ଶ୍ରୀଯୁକ୍ତ ଅମରେଶ ଜେନା, ଶ୍ରୀଯୁକ୍ତ ବିରଂଚି ନାରାୟଣ ମହସୂପକାରଙ୍କ ସହିତ ସମସ୍ତ କର୍ପୋରେଟର , ଜିଲ୍ଲା ପରିଷଦ ସମସ୍ତ ସରପଂଚ, ସମିତି ସଭ୍ୟ, ସମସ୍ତ ବରିଷ୍ଠ ମୁରବି , ସମସ୍ତ ସାଙ୍ଗଠନିକ ପଦାଧିକାରୀ, ଯୁବ, ଛାତ୍ର, ମହିଳା ତଥା ଏସ ଏଚ ଜି ର ମା ମାନେ ଯୋଗ ଦେଇ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

ଅଲେଖ ମହିମା ଧ୍ଵନିରେ ମୁଖରିତ ଆମ୍ବାବଡି…!

!!! ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣୁପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଆମ୍ବ ବାଡ଼ି ଗ୍ରାମରେ ଥିବା ଅଲେଖ ମହିମା ଆଶ୍ରମ ଠାରେ ପୌଷ ପୂର୍ଣ୍ଣିମା ଦିନ ଜଗତ କଲ୍ୟାଣ ନିମନ୍ତେ ଅଲେଖ ମହାଯଜ୍ଞ ଆଶ୍ରମ ପରିଚାଳକ ଶ୍ରୀ ଶେଷ ଦେବ ସେନାପତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଲେଖ ଗୁରୁ ସ୍ଵର୍ଗତ ॰ ଗୋପାଳ ଶବର ଙ୍କ ଉଦ୍ୟମରେ ଓ ସମାଜ ସେବୀ ତଥା ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଙ୍କ ସଂଚାଳନା ରେ ଦୀର୍ଘ ଦସନ୍ଦି ଧରି ଆୟୋଜିତ ହୋଇ ଆସୁଥିବା ଏହି ମହା ଯଜ୍ଞ ରେ ଅଞ୍ଚଳ ବାସୀଙ୍କ ସମେତ ବହୁ ଦୂର ଦୁରନ୍ତ ରୁ ଆସିଥିବା ଭକ୍ତ ଙ୍କ ସହ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଡଃ ଗିରିଧର ଗମାଙ୍ଗ ଏବଂ ନବ ଭାରତ ନିର୍ମାଣ ସେବା ପାର୍ଟି ଅଧ୍ୟକ୍ଷ ଡଃ ବୋମାଲି କାନ୍ତା ରାଓ  ସାମିଲ ହୋଇ ଜଗତ ବାସୀଙ୍କ ମଙ୍ଗଳ ନିମନ୍ତେ ବ୍ରହ୍ମ ପ୍ରାର୍ଥନା କରିଥିଲେ ।

ଧାନ ବିକ୍ରି ପାଇଁ ଟୋକେନ ପାଉନାହାନ୍ତି ଚାଷୀ…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ବଲରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା)- ରାୟଗଡ଼ା ଜିଲ୍ଲାରେ ଧାନ ବିକ୍ରି ର ସଙ୍କଟ ସଙ୍କଟ ଦେଖାଦେଇଛି । ଚାଷୀ ମାନଙ୍କୁ ଆବଶ୍ୟକୀୟ ପରିମାଣର ଟୋକେନ୍ ମିଳୁ ନଥିବା ରୁ ଦଲାଲ ଓ ମଧ୍ୟସ୍ଥି ବେପାରୀ ମାନେ ମଲାମାଲ ହେଉଥିବା ବେଳେ ଚାଷୀ ହନ୍ତସନ୍ତ ହେଉଛି ।ଦଲାଲ ମାନେ ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ଦର ଠାରୁ କମ୍ ଦରରେ ଧାନ କିଣି ପୋଦଶୀ ରାଜ୍ୟକୁ ପଠାଇ ମାଲାମାଲ ହେଉଛନ୍ତି । ଚାଷୀ ସେମାନଙ୍କ ଧାନ କୁ ସରକାରଙ୍କୁ ବିକ୍ରି କରିବାପାଇଁ ଇଛା ପ୍ରକାଶ କରିଥିବା ବେଳେ ସେମାନଙ୍କୁଏନେଇ ତୋକେନ୍ ପାଇପାରୁ ନାହାନ୍ତି ବୋଲି ନବ ଭାରତ ନିର୍ମାଣ ସେବା ପାର୍ଟିର ଅଧ୍ୟକ୍ଷ ଡଃ ବୋମାଲି କାନ୍ତା ରାଓ ଅଭିଯୋଗ କରିଛନ୍ତି ।

ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ଚାଷୀ ଙ୍କୁ ଆବଶ୍ୟକୀୟ ପରିମାଣର ଧାନ ବିକ୍ରୟ ପାଇଁ ତୋକେନ ମେଲିପରୁନାହିଁ । ଫଳରେ ନିଜ ଉତ୍ପାଦିତ ଧାନ କୁ ମଣ୍ଡି ରେ ଚାଷୀ ବିକ୍ରୟ କରିପାରୁ ନାହାନ୍ତି । ଚାଷୀ ମାନେ ବାଧ୍ୟ ହୋଇ ଦଲାଲ ଙ୍କୁ କମ୍ ଦରରେ ଧାନ ବିକ୍ରି। କରିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ଚାଷୀମାନେ ଜିଲ୍ଲାପାଳ ଙ୍କୁ ଭେଟି ଫେରାଦ କରିଛନ୍ତି । ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଏନେଇ ଏକ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚାଷୀକୁଳ ପ୍ରକାଶ କରିଛି ।

ଦେଶର ପ୍ରଥମ ସ୍ଥାନର ମାନ୍ୟତା ପାଇଲା ଆସିକା ଥାନା ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେଶ୍ରରେ ପ୍ର ଟାଥମ ସ୍ଥାନର ମାନ୍ୟତା ପାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ଓଡିଶା ସରକାରଙ୍କ ଷ୍ଟେଟ୍ କ୍ରାଇମ୍ ରେ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ହୋଇ ଥିବା ରିପୋର୍ଟ୍ ଓ ପ୍ରଗତି ଡ୍ୟାସ୍ ବୋର୍ଡ ତାଲିକାରେ ରାଜ୍ୟର ଏକ ନମ୍ବର ଥାନା ଭାବେ ଆଇ.ଏସ୍.ଓ ମାନ୍ୟତା ମିଳିବା ଓ ଆଦର୍ଶ ଥାନା ର ମାନ୍ୟତା ପାଇ ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆସିକା ଥାନା ବର୍ତ୍ତମାନ ଏହାର ବୃତ୍ତିଗତ ପାରଦର୍ଶିତା, ସ୍ଵଚ୍ଛତା, ନିଷ୍ଠା ସେବା ପ୍ରଦାନ, ଜନତା ଙ୍କୁ ଉତ୍ତମ୍ ବ୍ୟବହାର ପ୍ରଦର୍ଶନ, କର୍ତ୍ତବ୍ଯ ପ୍ରତି ବର୍ଦ୍ଧତା, ତ୍ଵରିତ କାର୍ଯ୍ୟାନୁଷ୍ଠାନ, ଦଳଗତ କାର୍ଯ୍ୟ, ସମୟ ସୀମା ପାଳନ ଭଳି ୧୬୫ ଟି ବିଷୟରେ ଉତ୍ତମ୍ ପ୍ରଦର୍ଶନ କରି ଥାନା ଏହି ସମ୍ମାନ ହାସଲ କରି ପାରିଛି । ଥାନାର ଏଭଳି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା ୨୦ ତାରିଖ ରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ପୁରସ୍କାର ବିତରଣ ସମାରୋହ ରେ ଥାନା କୁ ସମ୍ମାନିତ କରାଯିବ । ଏହି ସମାରୋହରେ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଥାନା ପକ୍ଷରୁ ପୁରସ୍କାର ଗ୍ରହଣ କରିବେ । ଶ୍ରୀ ସାହୁ ଏହି ଥାନାର ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ୨୦୧୯ ମସିହା ଅଗଷ୍ଟ ମାସରେ ନିଯୁକ୍ତି ପାଇ ଥାନା ଅଧିକାରୀ ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି । ସ୍ଥାନୀୟ ଅଞ୍ଚଳର ଅପରାଧ ଦମନ ଏବଂ ପୋଲିସ ଓ ସର୍ବ ସାଧାରଣ ଙ୍କ ମଧ୍ୟରେ ଉତ୍ତମ ଯୋଗଯୋଗ୍ ସ୍ଥାପନ ଦିଗରେ ଉଲ୍ଲେଖନିୟ କାର୍ଯ୍ୟ ଦକ୍ଷତା ନିମନ୍ତେ ଶ୍ରୀ ସାହୁ ୨୦୧୧ ମସିହା ରେ ସର୍ବ୍ ଶ୍ରେଷ୍ଠ ଅଧିକାରୀ, ୨୦୧୨ ମସିହାରେ ଡିଜିପି ମେଡ଼ାଲ, ୨୦୧୫ ମସିହାରେ ସେବା ମେଡ଼ାଲ, ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ମେଡ଼ାଲ ରେ ସମ୍ମାନିତ ହୋଇଥିବା ବେଳେ ଏବେ ୨୦୨୩ ମସିହାରେ ଦେଶର ସର୍ବ ଶ୍ରେଷ୍ଠ ଥାନା ଭାବେ ସର୍ବ ଭାରତୀୟ ସ୍ତରରେ ସମ୍ମାନୀତ ହେବେ । ଥାନାର ଏଭଳି ସଫଳତା ଓଡିଶା ରାଜ୍ୟ ର ପୋଲିସ ଇତିହାସ ରେ ଏକ୍ କିମ୍ଵ ଦନ୍ତି ପଲାଟି ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟୁଈଟ କରି ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ଅନ୍ୟାନ୍ୟ ଥାନା ଆସିକା ଥାନାର ପଦାନୁକରଣ କଲେ ରାଜ୍ୟର ଗୃହ ବିଭାଗ ଉତ୍ତମ ବିଭାଗ ଭାବେ ପ୍ରତିପାଦିତ ହୋଇପାରିବ ବୋଲି ଜନ ମତ ପ୍ରକାଶ ପାଉଛି।