ବାହାର ରାଜ୍ୟ ମିସ୍ତ୍ରୀ କୁ ନେଇ ବିବାଦ …!

!!! ବଲାଙ୍ଗୀର ରୁ ପ୍ରତିନିଧି ଜୀତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗୀର ଠାରେ ବାହାର ରାଜ୍ୟ ମିସ୍ତ୍ରୀ ଓ ଶ୍ରମିକ ଙ୍କୁ ନେଇ ବିବାଦ ଘାନେଇଛି। ଓଡ଼ିଆ ଓ ବଙ୍ଗାଳି ମିସ୍ତ୍ରୀ ଙ୍କ ମଧ୍ୟରେ ମୁହାଁ ମୁହିଁ ସ୍ଥିତି ଉପୁଜିଛି। ଗତ କିଛି ଦିନ ତଳେ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ବାହାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ସହାୟତା ନକରିବାକୁ ନିଷ୍ପତି ନେଇଥିଲା |ରାଜ୍ୟ ବାହାରୁ ଆସି ବଲାଙ୍ଗୀର ସହରରେ କାମ କରୁଥିବା ରାଜ ମିସ୍ତ୍ରୀଙ୍କୁ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିରୋଧ କରାଯାଇଛି |ଜଣେ ମହିଳା ଏହାର ପ୍ରତିବାଦ କରି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଟାଉନ ଥାନା କୁ ଆସି ଘଟଣା ର ଓଲଟା ପ୍ରତିବାଦ କରାଯାଇଛି |ଗତ ସୋମବାର ସ୍ଥାନୀୟ କଲେଜ ଛକ ଠାରେ ଜଣେ ବାହାର ରାଜ୍ୟର ମିସ୍ତ୍ରୀ ଙ୍କୁ ଜଣେ ମହିଳା କିଛି ନିର୍ମାଣ ଶ୍ରମିକ ଯୋଗାଇଥିଲେ |

ଏହାକୁ ନିର୍ମାଣ ଶ୍ରମିକ ସଂଘର କିଛି ସଦସ୍ୟ ବିରୋଧ କରିଥିବା ରୁ ରାଜୀବନଗର ରେ ସୀତା ସାହୁ ନାମକ ଜଣେ ମହିଳା ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ |ମହିଳାଙ୍କ ଏପରି ଅଭିଯୋଗ ପ୍ରତିବାଦରେ ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁସଂଘ ସଭାପତି ଶମ୍ବୁନାଗ ନେତୃତ୍ୱରେ ବଲାଙ୍ଗୀର ରାଜ ମିସ୍ତ୍ରୀ ମାନେ ସନ୍ଧ୍ୟାରେ ଟାଉନ ଥାନାକୁ ଆସି ଏକ ପାଲଟା ଲିଖିତ ଅଭିଯୋଗ କରିଛନ୍ତି | ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ବାହାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ସହାୟତା ନକରିବାକୁ ନିଷ୍ପତି ହୋଇଇଥିଲା |

ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ଯୋଗାଣ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସାମିଲ….!

!!! ରାୟଗଡ଼ ଜିଲ୍ଲା ଗୁଣୁପୁର ରୁ ବାସନ୍ତୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣୁପୁର)- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଗୁଣୁପୁର ବ୍ଲକର ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ପ୍ରଦାନ କରିଥିଲେ ଏବଂ ଏହି ମାଗଣାରେ ପୃଷ୍ଟିସାର ଖାଦ୍ୟ ଛଅମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କହିଲେ।

ଏଥିରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ଼ଃ ମମତା ସାହୁ,ଯକ୍ଷ୍ମା ଜିଲ୍ଲା ସଂଯୋଜକ ନବୀନ କୁମାର ମହାନ୍ତି, ସସ୍ମିତା ମହାରଣା ,ବିଶ୍ବ ବିଦ୍ୟାଳୟ ର ସ୍କୁଲ ଅଫ ମ୍ୟାନଜମେଣ୍ଟ ର ଡିନ ଏମ ଜଗଦୀଶ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଯକ୍ଷ୍ମା ରୋଗ ବିଷୟରେ ସଚେତନତା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ପରିଚଳନା କରିଥିବା ବେଳେ ପ୍ରଫେସର ବାଣୀ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଧୁମଧାମରେ ଗୁଡାରୀ ରେ ପାଳନ ହେଲା ଲୋକ ମହୋତ୍ସବ ଚଇତି…!

!!! ରାୟଗଡ଼ ଜିଲ୍ଲା ଗୁଡାରୀ ରୁ ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡ଼ାରି)- ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ଆଜି ଧୁମଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ପରିସରରେ ଅସ୍ଥାୟୀ ମଣ୍ଡପରେ ଚଇତି ଉତ୍ସଵକୁ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସକାଳେ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ରୁ ଗତ କାଲି ମିନାଝୋଲା ରୁ ଅଣା ଯାଇଥିବା ପୂର୍ଣ୍ଣ କଳସ କୁ ପୂଜାର୍ଚ୍ଚନା ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଚଇତି ମଣ୍ଡପକୁ ନିଆ ଯାଇଥିଲା। ଶୋଭାଯାତ୍ରାରେ ବିଧାୟକ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଆଦିବାସୀ ବାଦ୍ୟ ରେ ନାଚ କରିଥିଲେ।

ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରୁ ଆସିଥିବା ଛାତ୍ରଛାତ୍ରୀ ଓ ଲୋକମାନେ ମଣ୍ଡପରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଚଇତି ଅବସରରେ ପଲ୍ଲୀଶ୍ରୀ ମେଳା ର ବିଭିନ୍ନ ଷ୍ଟଲ କୁ ବିଧାୟକ ଓ ଅଧିକାରୀ ମାନେ ବୁଲି ଦେଖିଥିଲେ। ପୂର୍ବରୁ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତା ଓ ଆଜି ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଡିଓ ଶ୍ରୀ ନୃସିଂହ ଚରଣ ସେଠି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଚଇତି ରେ ତହସିଲଦାର ଶ୍ରୀମତି ଭାରତୀ ଦେବୀ, ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର, ଉପାଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା, ଡିଗ୍ରୀ କଲେଜ ଅଧ୍ୟକ୍ଷ ଅମୂଲ୍ୟ ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ହୃଷିକେଶ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର ଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।