ଜାଗର ପାଇଁ ପ୍ରସ୍ତୁତି ବୈଠକ …!

!!! ବଲାଙ୍ଗୀର ରୁ ଜୀତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାକ (ବଲାଙ୍ଗିର) –ଖୁଜେନପାଲି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ତପସ୍ୱୀ କଲ୍ୟାଣ ଦାସ ବାବାଙ୍କ ପ୍ରେରିତ ଓ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ସ୍ୱହସ୍ତେ ସ୍ଥାପିତ ନର୍ମଦୋଶ୍ୱର ଶିବ ଲିଙ୍ଗ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ଆସନ୍ତା ୧୮ ତାରିଖ ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ମନ୍ଦିରକୁ ଆଲୋକମାଳାରେ ସଜାଇବା ପାଇଁ ବୈଠକ ରେ ସ୍ଥିର କରାଯାଇଛି । ଗତ ୨ ବର୍ଷ କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ଉପସ୍ଥିତ କମ୍‌ ଥିବାରୁ ଚଳିତ ବର୍ଷ ବହୁତ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏଣୁ ପୋଲିସ ବାହିନୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିୟୋଜିତ କରାଯିବ । ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଭାପତି ଯୁଧିଷ୍ଠିର ସିଂ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ସୁରେଶ ଚନ୍ଦ୍ର ସିଂ, ସୁଶାନ୍ତ ନାଗ, ଜଗତ ରାମ ସାହୁ, ଖଗେଶ୍ୱର ସାହୁ, ମନ୍ଦିର ପୂଜକ ବିଘ୍ନେଶ୍ୱର ଥନାପତି, ଲାଲଚନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ ।ମହାଦେବ ଙ୍କ ଜାଗର ଯାତ୍ରାକୁ ମହା ଆଡମ୍ବର ସହକାରେ ପାଳନ କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ନେଇଛନ୍ତି ।

ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ….!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅନୁସୂଚିତ ଜାତି , ଜନଜାତି ସଂଖ୍ୟାଲଘୁ ,ପଛୁଆବର୍ଗ ବିକାଶ ଏବଂ ଆଇନ୍ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ,ଜଗନ୍ନାଥ ସାରକାଓଡ଼ିଶା ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ସାଂସଦ, ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାରାୟଣ ରାଓ , ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତ୍ରିପତି ରାଓ , ଜିଲ୍ଲାପରିଷଦ ଉପ-ଅଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ , ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍. କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ମଞ୍ଚାସୀନ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ଗଜପତି ଜିଲ୍ଲାରେ ଚାଲୁ ରହିଛି ଏବଂ ଆଗକୁ କରାଯିବାର ଯୋଜନା ରହିଛି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନେ ସେଗୁଡ଼ିକୁ ତଦାରଖ କରିବା ଆବଶ୍ୟକତା ରହିଅଛି। ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ରାଜ୍ଯ ସରକାର ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।୫-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଏକ ଅଭିନବ ପଦକ୍ଷେପ। ଗଜପତି ଜିଲ୍ଲାପ୍ରଶାସନ କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରସା ମଧ୍ୟ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।ସେମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ। ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନା ଗୁଡ଼ିକର ସମାଧାନ ପାଇଁ ଆମେ ଯୋଜନା ମଧ୍ୟ କରିଛୁ। ତେବେ ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କଲ୍ୟାଣ କନ୍ଧମାଳ ଓ ଗଜପତି ଯୋଜନା ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ସମସ୍ତଙ୍କର ପରାମର୍ଶ କାମନା କରିଥିଲେ।ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁଳମଣୀ ରାଉତ ପଏଣ୍ଟ ମାଧ୍ୟମରେ ସଂକ୍ଷିପ୍ତ ଜିଲ୍ଲା ପରିଚୟ , ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ , ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟ , ଆଶଂକା ଆଧାରିତ ରଣନୀତିକ ଯୋଜନା , ଆର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିବା ବେଳେ କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ , ଗ୍ରାମ୍ୟ ଉନ୍ନୟନ , ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ , ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ , ଶକ୍ତି ବିଭାଗ , ଶିଳ୍ପ ଓ ଖଣିଜ , ପରିବହନ , ବିଜ୍ଞାନ , ପରିବେଶ , ସାଧାରଣ ଆର୍ଥିକ ସେବା , ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧୨୫୯ କୋଟି ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସମୁଦାୟ ୧୪୩୨ କୋଟି ୩୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ , ବିଜୁଳି , ପାଣି ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୩ କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେହି ସବୁ ବାବଦରେ ସମୁଦାୟ ୩ କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ (ଯାନ୍ତ୍ରିକ) ଶ୍ରୀ ଜ୍ୟୋତିରାଜ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ସମିତି ସଭ୍ୟ ଓ ସଭ୍ୟାଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ ସଭ୍ୟା , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଆୟୋଜିତ…!

 !!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ସ୍ଥାନୀୟ ଗୀତା ସୁଗୀତା କର୍ତ୍ତବ୍ୟା ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭାଗନେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଗୁରୁ ଚରଣ ଶବର ପରିଚାଳନା କରିଥିବାବେଳେ ଗଜପତି ଗୀତାଜ୍ଞାନ ପ୍ରଚାର ପ୍ରସାର ସମିତିର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ।

ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଖାାପାଟଣା ଡି ଆର ଏମ ଓ ଙ୍କୁ ସ୍ମାରକ ଏକ ସ୍ମାରକପତ୍ର
ପ୍ରଦାନ କରାଯାଇଛି । ଏଥିରେ ମଞ୍ଚ ଆବାହକ ସୁନିଲ ଦାଶ ଗୁଣପୁର ରେଲୱେ ରଷ୍ଟେସନ୍ ଠାରେ ଉପୁଜୁଥିବା ଯାତ୍ରୀଙ୍କ ସମସ୍ୟା ନେଇ ଉଲ୍ଲେଖ କରି ଏହାର ପ୍ରତିକାର ନିମନ୍ତେ ଦାବୀ ଉପସ୍ଥାପନ କରିଛନ୍ତି । ଗାଡ଼ି ଯିବା ଆସିବା ସମୟରେ ଗୁଣପୁର ଷ୍ଟେସନ୍ ସମ୍ମୁଖ ଫାଟକ ନିକଟରେ ମୋଟର ଗାଡି, ବାଇକ୍ ଏବଂ ମୁଖ୍ୟତଃ ଅଟୋ ଗୁଡ଼ିକ ରାସ୍ତା ଜାମ କରୁଥିବାରୁ ଯାତ୍ରୀ ଯିବା ଆସିବା କରୁଥିବା ରେ ନାହିଁ ନଥିବା ଅସୁବିଧା ହେଉଥିବା ରୁ ଯାନ ଗୁଡ଼ିକ ନିମନ୍ତେ ଫାଟକ ସମ୍ମୁଖରେ ଥିବା ରେଲୱେ ଜମିରେ ପାର୍କିଂ ର ବ୍ୟବସ୍ଥା କରିବା,ବିଳମ୍ବିତ ରାତ୍ରରେ ଆସୁଥିବା ମେ – ମୋ ଟ୍ରେନ ରେ ଯାତାୟାତ କରୁଥିବା ବାହାର ଗ୍ରାମର ଯାତ୍ରୀା ମାନେ ସକାଳ ପର୍ଯ୍ୟନ୍ତ ଷ୍ଟେସନ୍ ରେ ଅପେକ୍ଷା କରି ରହୁଥିବାରୁ ଏମାନଙ୍କ ନିମନ୍ତେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ର ନିର୍ମାଣ ସହ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଷ୍ଟେସନରେ ରୀତିମତ ରେଲୱେ ପୋଲିସ ମୁତୟନ, ବୃଦ୍ଧ,ବୃଦ୍ଧା ଓ ଛୋଟ ପିଲା ମାନେ ପ୍ରଥମ ଟ୍ରାକ ଲାଇନ୍ ପାର୍ କରି ଦ୍ୱିତୀୟ ଟ୍ରାକ ରେ ରହୁଥିବା ଗାଡ଼ିରେ ଚଢ଼ା ଓଲ୍ହା କରିପାରୁ ନଥିବାରୁ ଅନ୍ୟ ଟ୍ରେନ ଆସିବା ଯାଏଁ ମେ ମୋ ଏବଂ ବିଶାଖାପାଟଣା ଗାଡ଼ିକୁ ପ୍ରଥମ ଲାଇନରେ ରଖିବା ବ୍ୟବସ୍ଥା କରିବା ,ଗୁଣପୁର ଷ୍ଟେସନରେ ଗାଡ଼ି ପହଞ୍ଚିବା ପରେ ଏହାର ବଗି ଓ ଶୌଚାଳୟ କୁ ନିୟମିତ ସଫା କରିବା ଏବଂ ବଗି ରେ ପାଣି ଭରିବା ଭଳି ବ୍ୟବସ୍ଥା ଗୁଡ଼ିକ ପ୍ରତି ଦୃଷ୍ଟିଦେଇ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ସ୍ମାରକ ପତ୍ରରେ ମଞ୍ଚ ପକ୍ଷରୁ ଦାବୀ ଉପସ୍ଥାପନ କରି ଅନୁରୋଧ କରାଯାଇଛି । ଏକ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଏକ ଉତ୍ସବ ରେ ଡି ଆର ମ ଓ ଯୋଗ ଦେବା ନିମନ୍ତେ ଆସିବା ବେଳେ ମଞ୍ଚ ସଦସ୍ୟ ମାନେ ଏହାଙ୍କୁ ସାକ୍ଷାତ କରି ଏହି ସ୍ମାରକ ପତ୍ର ଦେବାର ଥିବା ବେଳେ ସେ ଆସୁନଥିବାରୁ ଏହି ସ୍ମାରକ ପତ୍ରକୁ ତାଙ୍କୁ ପ୍ରେରଣ କରିଥିବା ମଞ୍ଚ ସଂଚାଳକ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ବ୍ରାହ୍ମଣ ସଂଘ କର୍ମ କର୍ତ୍ତା ଚୟନ …!

!!! ରାୟଗଡ଼ ଜିଲ୍ଲା ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡା)-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବ୍ରାହ୍ମଣ ସଂଘ କର୍ମ କର୍ତ୍ତା ଚୟନ ରାମନାଗୁଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ରାମନାଗୁଡା ବ୍ରାହ୍ମଣ ସଂଘର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଏବଂ ସର୍ବସହମତି କ୍ରମେ ସଂଘର ସଭାପତି ଭାବେ ଲଳିତ ମୋହନ ନନ୍ଦ, ଉପସଭାପତି ଭାବେ ସୁବ୍ରମଣ୍ୟମ୍ ଆଚାର୍ଯ୍ୟ, ସମ୍ପାଦକ ସୁଦାମ ଚରଣ ପଣ୍ଡା, ସହ ସମ୍ପାଦକ ପୁଷ୍ପାଞ୍ଜଳି ଦାଶ, କୋଷାଧ୍ୟକ୍ଷ ଶକ୍ତି ପ୍ରସାଦ ପାତ୍ର ପ୍ରମୁଖ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟି ରେ ସମ୍ପଦ କୁମାର ଦାଶ, ରଘୁନାଥ ପାଢ଼ୀ, ଗଙ୍ଗାଧର ପାଣିଗ୍ରାହୀ, ଶିବଶଙ୍କର ଶତପଥି, ରାଧାକୃଷ୍ଣ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ପାତ୍ର ଏବଂ ପରିଚାଳନା ନିମନ୍ତେ ବିଜୟ କୁମାର ମହାପାତ୍ର ଓ ପ୍ରମୋଦ ଚନ୍ଦ୍ର ପାଣିଗ୍ରାହୀ ମନୋନୀତ ହୋଇଥିବା ଜଣାପଡିଛି ।

ସଂଘ ସଭାପତି ଲଳିତ ମୋହନ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ବ୍ରାହ୍ମଣ ସଂଘ କିପରି ସୁପରିଚାଳନା ହୋଇପାରିବ ଏବଂ ସମସ୍ତ ବ୍ରାହ୍ମଣ ପରିବାରର ସୁବିଧା ଅସୁବିଧାରେ ମିଳିମିଶି କିପରି ସହଯୋଗ କରିବେ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ଗୁଲୁଣ୍ଠୀ ସ୍ଥିତ ମନ୍ଦିର ପାଇଁ ବ୍ରାହ୍ମଣ ସଂଘ ତରଫରୁ ଆଦାୟ ହୋଇଥିବା ଅର୍ଥରାଶି ଦାନ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା।

ମରଣ ଯନ୍ତା ପାଲଟିଛି କର୍ଲାଘଟି ବିଷମକଟକ ରାସ୍ତା…!

!!! ଗୁଡ଼ାରିରୁ ପ୍ରତିନିଧି ନୀଳାଦ୍ରି ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଡ଼ାରୀ )-ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ଅଧୀନ କର୍ଲାଘଟି ଠାରୁ ବିଷମକଟକ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହା ଯାତ୍ରୀ ମାନଙ୍କ ପାଇଁ ମରଣ ଯନ୍ତା ହୋଇ ପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅପଦୃଷ୍ଟିରୁ ଏହା ଦିନକୁ ଦିନ ପଥଶୁନ୍ୟ ହେବାରେ ଲାଗିଛି । ଯାହାକି ରାସ୍ତା ଉପରେ ଗଛ, ରାସ୍ତା ମଧ୍ୟରେ ଖାଲୋ ଖମା ଆଦିରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏହା ଯାତାୟାତ ରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହେଉଛି । ଗୁଣୁପୁର ସବଡିଭିଜନର ଚିକିତ୍ସାଳୟ ଉପରେ ସମସ୍ତ ଅଞ୍ଚଳ ବାସୀ ନିର୍ଭର କରୁଥିବା ବେଳେ ଯାତାୟାତ ରେ ବହୁ ବାଧା ବିଘ୍ନ ଘଟୁଥିବା ବେଳେ ମୃତ୍ୟୁକୁ ହାତେଇବାକୁ ପଡ଼ୁଛି । ସ୍ବାସ୍ଥ୍ୟ ଓ ଗମନା ଗମନ କୁ ଦୃଷ୍ଟିରେ ରଖି ଏହାର ମରାମତି ଜରୁରୀ ଆବଶ୍ୟକତା ହୋଇପଡିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ, ଉଭୟ ଗୁଡ଼ାରୀ ଓ ବିଷମକଟକର ପ୍ରଶାସନ ଅଧିକାରି ମାନେ ଦୃଷ୍ଟି ଦେଲେ ଉଭୟ ବ୍ଲକ୍ ର ଲୋକ ମାନଙ୍କ ଜୀବନ ଜୀବିକା କୁସୁମିତ ହେବ । ନହେଲେ ଉଭୟ ବ୍ଲକର ସ୍ଥାନୀୟ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାବାକୁ ବାଧ୍ୟ ହେବେ ବୋଲି ଜନମତ ପ୍ରକାଶ ପାଇଛି ।

ରାମନାଗୁଡ଼ା ଠାରେ ଭାରତ ଯୋଡ ଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡ଼ା) – ରାୟଗଡ଼ା ଜିଲ୍ଲ ରମନାଗୁଡ଼ା ଠାରେ ଭାରତ ଯୋଡ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହୋଇଛି। ହଜାର ହଜାର ଲୋକ ଏହି ଭାରତ ଯୋଡ ପଦ ଯାତ୍ରାରେ ସାମିଲ ହୋଇଥଲେ ।ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଟି.ଶ୍ରୀଧର ଙ୍କ ନେତୃତ୍ବରେ ଏବଂ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରମନାଗୁଡ଼ା ଠାରେ ଭାରତ ଯୋଡ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ପଦ ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଥମେ ନବରଙ୍ଗପୁର, ବୋରିଗୁମ୍ମା ଓ ଜୟପୁର ଠାରେ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇ ରମନାଗୁଡ଼ା ଠାରେ ପହଞ୍ଚିଥିଲେ। କୋରାପୁଟ ଜିଲ୍ଲା ସାଂସଦ ସପ୍ତଗିରି ଉଲାକା ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଏହି ଶୋଭା ଯାତ୍ରା ରେ ଯୋଗଦେଇଥିଲେ ।

ରାଜ୍ୟରେ ୨୨ ଶହ କି.ମି ପର୍ଯ୍ୟନ୍ତ ଭାରତ ଯୋଡ ପଦ ଯାତ୍ରା କରିବା ନେଇ ପିସିସି ସଭାପତି ବାହାରିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଥିଲେ। ଭାରତରେ ବିଜେପି ସରକାର ସାମ୍ପ୍ରଦାୟିକ ହିଂସା, ଦରଦାମ ବୃଦ୍ଧି, ଚାଷୀଙ୍କୁ ଅଣଦେଖା, ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରି ନ ଦେବା ଦେଶକୁ ହରିଲୁଟ କରି ଶାସନ କରୁଥିବା ଭାରତ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାରେ ୩୫୭୦ କିମି ପଦଯାତ୍ରା କରିଆସୁଛନ୍ତି ବୋଲି ପିସିସି ସଭାପତି ତାଙ୍କ ବକ୍ତବ୍ୟରେ କହି ରାଜ୍ୟ ସରକାରଙ୍କ ଉପରେ ବର୍ସିଥିଲେ। ଯଦି ରାଜ୍ୟରେ କଂଗ୍ରେସ ଦଳ ସରକାର କରେ ତେବେ ୨୦୦ ୟୂନିଟ୍ ବିଜୁଳି ମାଗଣା ଦିଆଯିବ ବୋଲି ତାଙ୍କ ଭାଷଣରେ କହିଥିଲେ। ଯେଉଁ ଭଳି ଭାବରେ ଆଦିବାସୀ ଙ୍କ ପାରମ୍ପରିକ ବାଜା ଓ ଆଦିବାସୀ ଲୋକ ନୃତ୍ୟର ତାଳେ ତାଳେ କର୍ମୀ ଏବଂ ନେତାଙ୍କ ନୃତ୍ୟରେ ଭରପୁର ଜନ ସମାଗମ ନେଇ ଭାରତ ଯୋଡ ଯାତ୍ରାର ଆୟୋଜନ କରାଯାଇଥିଲା ଏହାକୁ ଦେଖି ପିସିସି ସଭାପତି ଆୟୋଜକ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟ ସରକାର ଯେଉଁ ଭଳି ଭାବେ ଦୁର୍ନୀତି, ଭ୍ରଷ୍ଟାଚାର, ଦିନକୁଦିନ କରି ଚାଲିଛି ତାହାକୁ ବର ଦାସ୍ତ କରାଯିବ ନାହିଁ ବୋଲି ପଦ ଯାତ୍ରାରେ ଯୋଗ ଦେଇଥିବା ନେତ୍ରୁ ବୃନ୍ଦ ମତବ୍ୟକ୍ତ କରିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ଅଭିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷିତ ଯୁବକ, ଯୁବତୀ ମାନଙ୍କୁ ଚାକିରି ଖଣ୍ଡେ ରାଜ୍ୟ ସରକାର ଦେବେ ନାହିଁ , ସେତେଡି ଯାଏଁ ଏଥିପାଇଁ ବିଧାନ ସଭା ଓ ଲୋକ ସଭାରେ ଲଢେଇ ଜାରି ରହିବ ବୋଲି କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲକା ତାଙ୍କ ଭାଷଣରେ କହିଛନ୍ତି। ଏହି ପଦଯାତ୍ରା ସ୍ଥାନୀୟ ବାସିନ୍ଦା ଙ୍କ ଉପରେ ପ୍ରଭାବ ପକାଇ ଥିବା ଏବଂ ବହୁ ସଂଖ୍ୟାରେ ଲୋକ ଏହି ଦଳପ୍ରତି ଆକୃଷ୍ଟ ହୋଇ ପୁଣି ଘର ବହୁଡ଼ାଣି କରିବାକୁ ମନସ୍ଥ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

ଜୟପୁର ଠାରେ ଭାରତ ଯୋଡ ଯାତ୍ରା।

!!! ଜୟପୁର ରୁ ପ୍ରବୀର କୁମାର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ଠାରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଲୋକ ଏହି ଭାରତ ଯୋଡ ପଦ ଯାତ୍ରାରେ ସାମିଲ ହୋଇଥିଲେ। କୋରାପୁଟିଆ ବଜା ସହିତ ଢେମସା ନାଚ ଏବଂ ଲୋକଙ୍କ ସମାଗମରେ ଦୁଲୁକିଲା ଜୟପୁର ସହର।ଯୁବକ, ଯୁବତୀଙ୍କ ଠାରୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ। ଜୟପୁର ବ୍ଲକ ଏବଂ ଜୟପୁର ପୈାର ଅଞ୍ଚଳରୁ ଶହ ଶହ ଲୋକ ଏହି ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଏବଂ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜୟପୁର ଠାରେ ଭାରତ ଯୋଡ ଯାତ୍ରା ସଫଳ ମଣ୍ଡିତ ହୋଇଛି। ଏହି ଭାରତ ଯୋଡ ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଥମେ ନବରଙ୍ଗପୁର, ଏବଂ ବୋରିଗୁମ୍ମା ଠାରେ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇ ଜୟପୁର ଠାରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସାଂସଦ ସପ୍ତଗିରି ଉଲାକା, କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜୟପୁର ପୈାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପସ୍ଥିତ ରହିଥିଲେ। ଏହି ପଦଯାତ୍ରା ଜୟପୁର କାଳିଆ ପେଟ୍ରୋଲ ପମ୍ପ ନିକଟରୁ ବିଶାଳ ପଦଯାତ୍ରାରେ ବାହାରି ଜୟପୁର ମୂଖ୍ୟ ସହର ଦେଇ ରାଜ ନଗର ଠାରେ ପହଞ୍ଚିଥିଲା। ରାଜ୍ୟରେ ୨୨ ଶହ କି.ମି ପର୍ଯ୍ୟନ୍ତ ଭାରତ ଯୋଡ ପଦ ଯାତ୍ରା କରିବା ନେଇ ପିସିସି ସଭାପତି ବାହାରିଥିବା କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଥିଲେ। ଭାରତରେ ବିଜେପି ସରକାର ସାମ୍ପ୍ରଦାୟିକ ହିଂସା, ଦରଦାମ ବୃଦ୍ଧି, ଚାଷୀଙ୍କୁ ଅଣଦେଖା, ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରି ନ ଦେବା ଦେଶକୁ ହରିଲୁଟ କରି ଶାସନ କରୁଥିବା ଭାରତ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାରେ ୩୫୭୦ କିମି ପଦଯାତ୍ରା କରିଆସୁଛନ୍ତି ବୋଲି ପିସିସି ସଭାପତି ତାଙ୍କ ଭାଷଣରେ କହିଥିଲେ। ଏବଂ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷୀୟ ଥିଲେ। ଯଦି ରାଜ୍ୟରେ କଂଗ୍ରେସ ଦଳ ସରକାର କରିଲେ ୨୦୦ ୟୂନିଟ୍ ବିଜୁଳି ମାଗଣା ଦିଆଯିବ ବୋଲି ତାଙ୍କ ଭାଷଣରେ କହିଥିଲେ। ଏବଂ ଯେଉଁ ଭଳି ଭାବରେ ଲୋକଙ୍କ ସମାଗମ ଏବଂ ଭାରତ ଯୋଡ ଯାତ୍ରାର ଆୟୋଜନ କରାଯାଇଥିଲା ସେଥିପାଇଁ ପିସିସି ସଭାପତି ଜୟପୁର ବିଧାୟକ, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଏବଂ ଚେୟାରମେନ, କାଉନସିଲର ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟ ସରକାର ଯେଉଁ ଭଳି ଭାବେ ଦୁର୍ନୀତି, ଭ୍ରଷ୍ଟାଚାର,ଗରିବ ଲୋକଙ୍କ ପାଇଁ ଦିନକୁଦିନ କରି ଚାଲିଛି ତାହାକୁ ବର୍ଦ୍ଧାସ୍ କରାଯିବ ନାହିଁ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଶିକ୍ଷିତ ଯୁବକ, ଯୁବତୀ ମାନଙ୍କୁ ଚାକିରି ଖଣ୍ଡେ ରାଜ୍ୟ ସରକାର ଦେବେ ନାହିଁ , ଏଥିପାଇଁ ବିଧାନ ସଭାରେ ମୋର ଲଢେଇ ଜାରି ରହିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ଭାଷଣରେ କହିଛନ୍ତି। ଆଜିର ଏହି ଜୟପୁର ପଦଯାତ୍ରା ସାରି ଜୟପୁର ଠାରେ ପିସିସି ସଭାପତିଙ୍କ ରାତ୍ରୀଯାପନ କରିବା ନେଇ ସୂଚନା ଦେଇଛି ଜିଲ୍ଲା କଂଗ୍ରେସ କମିଟି।

ଜଙ୍ଗଲରେ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଡାରି) : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଗୁଡ଼ାରୀ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ର ପ୍ରତିରୋଧ ଓ ପ୍ରତିକାର ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏସିଏଫ ରାୟଗଡ଼ ଅଶୋକ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ,ଗୁଡ଼ାରୀ ପଞ୍ଚାୟତ ସମିତର ର ଅଧକ୍ଷା ଉପାଧ୍ୟକ୍ଷ ଏବଂ ପାନୀୟ ଜଳ ଓ ପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଗୁଡ଼ାରୀ ବନଖଣ୍ଡ ଅଧିକାରୀ ଶ୍ରି ଗଙ୍ଗାଧର ମିଶ୍ର ପରିଚାଳନା କରିଥିଲେ।ଏଥିରେ ଗୁଡ଼ାରୀ, ପଦ୍ମପୁର ଏବଂ ରାମନଗୁଡ଼ା ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଯୋଗ ଦେଇଥିଲେ। ଗୁଡ଼ାରୀ ଅଞ୍ଚଳ ର ବିଭିନ୍ନ ବୁଦ୍ଧିଜୀବୀ, ଗଣ ମାଧ୍ୟମ ର ପ୍ରତିନିଧି ଏବଂ ଗୁଡ଼ାରୀ ବନାଞ୍ଚଳ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଡ଼.ଗିରିଧର ଉଚ୍ଚ ବିଦ୍ୟାଳୟ ର ବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

 !!! ଗୁଡ଼ାରୀ ବ୍ଲକ୍ ରୁ ପ୍ରତିନିଧି  ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡ଼ାରୀ)  – ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅନ୍ତର୍ଗତ ଏମ୍.କେ.ରାଇ ଗ୍ରାମ ପଞ୍ଚାୟତ ଅଧୀନ ଡ଼.ଗିରିଧର ଉଚ୍ଚ ବିଦ୍ୟାଳୟ ଏମ୍ .କେ.ରାଇ ସ୍କୁଲ ଠାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଵତନ୍ତ୍ର ମୂଖ୍ୟ ଅତିଥି ଭାବେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ , ମୂଖ୍ୟ ଅତିଥି ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅଧ୍ୟକ୍ଷ ବା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ , ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଶବର, ରାୟଗଡ଼ା ଜିଲ୍ଲା ଓଡିଶା ମାଧ୍ୟମିକ ଶିକ୍ଷକ ସଂଘଠନ ସଭାପତି ଶ୍ରୀଯୁକ୍ତ ପ୍ରମୋଦ ପରିଡ଼ା ଓ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ବେଜ୍, ପ୍ରତିଷ୍ଠାତା ଶ୍ରୀଯୁକ୍ତ ନାଗ ଭୂଷଣ ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରତି କ୍ରାଷ୍କା, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ଏମ୍.କେ.ରାଇ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ତେୟାର ଗ୍ରାସ୍ମି  ଶବର ଅତିଥି ଆସନ ଅଳଙ୍କୃତ କରିଥିଲେ ।  ଡ଼.ଗିରିଧର ଉଚ୍ଚ ବିଦ୍ୟାଳୟ ଏମ୍.କେ.ରାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ତୁଳ ମଞ୍ଚାସିନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଜଗନ୍ନାଥ୍ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଧୂପ ଦେଇ  ସଭା କାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବିଭିନ୍ନ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।ଡ଼.ଗିରିଧର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ ବିଂଶତମ ବାର୍ଷିକ ଉତ୍ସବରେ ଢେପାଗୁଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ସାମଲ ମଞ୍ଚ ପରିଚାଳନା କରିଥିଲେ ।