ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ୨୦୨୩-୨୪ ପାଇଁ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅଜି ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗୋସାଣୀ, କାଶୀନଗର,ସମେତ ଜିଲାର ସମସ୍ତ ବ୍ଲକରେ ସଚେତନତା କରାଯିବ। ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା ୨୯.୧୨.୨୦୨୩ ଶୁକ୍ରବାର ଦିନ ଠାରୁ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଏଥି ନିମନ୍ତେ ସମସ୍ତ ଚାଷୀମାନଙ୍କୁ ଅନୁରୋଧ ସରକାରଙ୍କ ନିୟମ ବଳୀ ଅନୁସରଣ କରିବେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତକାର କୃଷି ସମବାୟ ସମିତି ଏବଂ ୧୯ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ସେମାନଙ୍କର ଧାନ ବିକ୍ରୟର ପ୍ରାପ୍ୟ, ପୂର୍ବରୁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ପାଇପାରିବେ ଏବଂ ଧାନ ବିକ୍ରୟ ସମୟରେ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବହିର ପ୍ରଥମ ପୃଷ୍ଠାର ନଖଳ ଓ SMS Token ପତ୍ର ସହ ଧାନ କ୍ରୟ କେନ୍ଦ୍ରକୁ ଆଣିବାକୁ ଆବଶ୍ୟକ।
ଏହି ଅବସରରେ ଜିଲ୍ଲା ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ହରିହର ସେଠ, ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ ଓ ଜିଲ୍ଲା ଯୋଗାଣ ଅଧିକାରୀ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

ଗୁଣୁପୁର ରେଳବାଇ ଜାଗାରୁ ହଟିବ ୨୫ ଘର, ଜବରଦଖଲ କାରିଙ୍କୁ କତାଲୁ ଗୁଡାରେ ଥଇଥାନ;୧୦ ତାରିଖ ସୁଧା ପଟ୍ଟା ପ୍ରଦାନ..!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର) –ଗୁଣପୁର ସହରର ୨ ନମ୍ବର୍ ୱାର୍ଡରେ ଥିବା ରେଳ ବିଭାଗର ଜମିକୁ ଜବରଦଖଲ କରି ବସବାସ କରୁଥିବା ୨୫ ପରିବାରକୁ ରେଳ ବିଭାଗ ପକ୍ଷରୁ ଉଛେଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ଆଜି ଜବରଦଖଲ କାରି ଏବଂ ପୌର କର୍ତ୍ତୁପକ୍ଷଙ୍କ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜବରଦଖଲ କାରୀମାନଙ୍କୁ ଆସନ୍ତା ୧୦ ତାରିଖ ମଧ୍ୟରେ ସ୍ତାନୀୟ କତାଲୁଗୁଡା ନିକଟରେ ଜାଗା ଚିହ୍ନଟ କରିବା ସହ ପଟ୍ଟା ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍ଷରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଗୃହ ନିର୍ମାଣ ନିମନ୍ତେ ପ୍ରଦାନ କରାଯିବ ବୋଲି ପୌରପରିଷଦ ପକ୍ଷରୁ ଜବରଦଖଲ କାରି ମାନଙ୍କୁ ପ୍ରତିଶୃତି ଦିଆଯାଇଥିଲା। ଏବଂ ପୌରପରିଷଦ ପରିଷଦ ପକ୍ଷରୁ ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କୁହା ଯାଇଥିଲା। ଫଳରେ ସମସ୍ତ ଜବରଦଖଲ କାରି ସ୍ଥାନାନ୍ତରିତ ପାଇଁ ରାଜି ହୋଇଯାଇଥିଲେ। ଦିର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତଘଟିଛି।ଆଜିର ଏହି ବୈଠକରେ ଗୁଣୁପୁର ପୌରପରିଷଦର ଉପାଦକ୍ଷ ଶିବ ପ୍ରସାଦ ଗୌଡ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, କାଉନ୍ସିଲର ମମତା ଶତପଥୀ ଓ ସ୍ଥାନୀୟ ନେତା ସୁଜିତ୍ ଶତପଥୀ ଉପସ୍ଥିତ ଥିଲେ।

ଉପାନ୍ତ ଗୁଣପୁର ର ଯୁବକ ହେଲେ ବିଚାରପତି…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ଉପାନ୍ତ ଗୁଣପୁର ଅଞ୍ଚଳର ଜଣେ ଯୁବକ ବିଚାରପତି ହୋଇଛନ୍ତି। ପଛୁଆ ଇଲାକାରୁ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା । ଯାନ୍ତ୍ରୀକ ଇଞ୍ଜିନିୟର (ଆଇଟି)ରୁ ସିଧା ବିଚାର ବିଭାଗ। ସ୍ଥାନୀୟ ଏସ. ଏଲ. ଏନ. ଏମ୍ ହାଇସ୍କୁଲ ର ଛାତ୍ର ଶ୍ରୀତମ ସିଦ୍ଧାନ୍ତ ପାଢ଼ୀ ୨୦୨୨ ଓଜେଏସ ପରିକ୍ଷାରେ କୃତକାଯ୍ୟ ହୋଇଛନ୍ତି । ଓଡିଶାର ୫୫ଜଣଙ୍କ ମଧ୍ୟରେ ରାୟଗଡା ଜିଲାରୁ ଜଣେ ମାତ୍ର ଏହି ପରିକ୍ଷାରେ ସଫଳତା ପାଇଛନ୍ତି ।
ଓଡିଶା ଜୁଡିସିଆଲ ସର୍ଭିସ ପରିକ୍ଷା ଫଳ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି । ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ବିକ୍ରମପୁର ଭଳି ଗୋଟିଏ ନିପଟ ମଫସଲ ଗାଁର ଶ୍ରୀତମ ସିଦ୍ଧାନ୍ତ ପାଢ଼ୀ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରଭାବେ ଜଣାଶୁଣା । ଜୟପୁର ସରସ୍ୱତୀ ଶିଶୁ ମନ୍ଦିରରୁ ନିଜ ଶିକ୍ଷା ଜୀବନ ଆରମ୍ଭ କରି ପରେ ରାୟଗଡା ଆସି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୬ଷ୍ଟ ଶ୍ରେୀଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ପୁଣି ବାପାଙ୍କ ବଦଳି ହେବାପରେ ଗୁଣପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସରକାରୀ ହାଇସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ସମୟ କ୍ରମେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଭୂବନେଶ୍ୱର ସ୍ଥିତ ଏକ ବେସରକାରୀ ଇଞ୍ଜିନିୟର କଲେଜରେ ବୈଷୟୀକ ଶିକ୍ଷା ଗ୍ରହଣ କିରି ଇମ୍ଫୋସିସରେ କାର୍ଯ୍ୟ କରୁଥିଲେ । ପରେ ଇଞ୍ଜିନିୟର ଚାକିରି ଛାଡି ଆଇନ ସେବା ଦିଗକୁ ନିଜ ଅଧ୍ୟୟନ ପରିବର୍ତ୍ତନ କରିଥିଲେ । କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରେ ସେ ଆଇନ ଶିକ୍ଷା ଗ୍ରହଣ କରିବାପରେ ଉଚ୍ଚ ନ୍ୟାୟାଳୟରେ ଅଭ୍ୟାସ କରିଆସୁଥିଲେ । ତେବେ ୨୦୨୩ ମସିହାରେ ହୋଇଥିବା ଓଜେଏସ ପରିକ୍ଷା ଦେବାପରେ ଗତକାଲି ବାହାରିଥିବା ଫଳାଫଳରେ ସେ ସାରା ରାଜ୍ୟରେ ୨୫ତମ ର୍ୟାଙ୍କ ରଖିଥିବା ଜଣାପଡିଛି । ଏହି କୃତ୍ତକାର୍ଯ୍ୟ ପରେ ଉପାନ୍ତ ରାୟଗଡ ଜିଲାରୁ ଶୁଭେଚ୍ଛାର ସୁଅ ଛୁଟିଛି ।‌ ଏହି ସଫଳତା ବାପା ମାଁ ଓ ନିଜ ପରିବାର ଏବଂ ସର୍ବାଗ୍ରେ ଭଗବାନଙ୍କ ଆଶିର୍ବାଦରୁ ପାଇପାରିଥିବା ଆଲୋଚନା ବେଳ ସେ ପ୍ରକାଶ କରିଛନ୍ତି।

ଗୁଣପୁର ଠାରେ ଆରମ୍ଭ ହେଲା ଚଇତି ; ଆଦିବାସୀ ନୃତ୍ୟ, ଝାଞ୍ଜ ଓ ସମ୍ବଲପୁରୀ ଡିଜେ ରେ ଦୁଲୁକିଲା ଗୁଣପୁର ସହର .

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ ଅବସର ରେ ଦୁଲୁକିଲା ଗୁଣପୁର ସହର . ଆଜି ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା , ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ଅନୁସୟା ମାଝୀ , ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଚଇତି ଇଡିତାଲର ଅଧକ୍ଷ୍ୟ ତଥା ଉପଜିଲ୍ଲାପାଳ ଲଳିତ କହଁର , ଆବାହକ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଚଇତି କଳସ ଜଗନ୍ନାଥ ମନ୍ଦିରରୁ ବାହାରି ନୂଆ ବସ୍ ଷ୍ଟାଣ୍ଡର ଚଇତି ମଣ୍ଡପରେ ପହଁଚି ଥିଲା। ସେଠାରେ ଏହି କଳସ ସ୍ଥାପନ କରାଯାଇଥିଲା . ଆଜି ସଂଧ୍ୟାରୁ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରଥମ ଦିନ ଜିଲ୍ଲାପାଳ ସ୍ଵଧା ଦେବ ସିଂ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ପ୍ରମୁଖ ଯୋଗ ଦେବା ବେଳେ ଦ୍ୱିତୀୟ ଦିନ ଆଦିବାସୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧୀର ଦାସ , ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଚଇତି ଇଡିତାଲ ର ଆବାହକ ଡ଼କ୍ଟର ଚନ୍ଦ୍ର ପଣ୍ଡା ଜଣାଇଛନ୍ତି । ଦୁଇ ଦିନ ଧରି ହେବାକୁ ଯାଉଥିବା ଚଇତି କାର୍ଯ୍ୟକ୍ରମ ରେ ଆାଦିବାସୀ ଲୋକ କଳା ସହ ରାଜ୍ୟ ସ୍ତର ରେ ସୁନାମ ଅର୍ଜନ କରିଥିବା ଓଡିଆ କଣ୍ଠଶିଳ୍ପୀ , କମେଡିଆନ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୋଭା ମଣ୍ଡନ କରିବେ ବୋଲି ସୂଚନା ମିଳିଛି.

 

ସ୍କାଉଟ ଗାଇଡର ଦୀକ୍ଷାନ୍ତ ଦିବସ ସମାରୋହ ପାଳିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ କୁମାରିପାରୀ ଉତିନ୍ନ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଅମିତ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ସ୍କାଉଟ ଗାଇଡର ଦୀକ୍ଷାନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରଘୁନାଥ ପ୍ରଧାନ ହରିଚନ୍ଦନଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୀଳକଣ୍ଠ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୧୮ ଜଣ ସ୍କଉଟ୍ ଓ ୧୨ ଜଣ ଗାଇଡଙ୍କୁ ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ବେହେରା, ସମିତି ସଭ୍ୟ ସତିଶ କୁମାର ତାରିଣୀ, ବିଦ୍ୟାଳୟ ପରିଚାଳନା କମିଟି ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଗଜପତି ଉତ୍ସବ ୨୦୨୩ ମହା ସମାରୋହ ରେ ଉଦଘାଟିତ

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

 ଏଥର ସମ୍ଭାଳ(ଗଜପତି) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଗଜପତି ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆଜି ପ୍ରଥମେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥବା ମଶାଲ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାର କରାଯାଇ ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଉତ୍କଳ ହିତୈଷୀନୀ ଅନୁଷ୍ଠାନ ପକ୍ଷରୁ ଗୁରୁ କୈଳାଶ ପଟ୍ଟନାୟକ ଙ୍କ କଳାକାର ମାନଙ୍କ ଦ୍ଵାରା ସ୍ୱାଗତ୍ ସଙ୍ଗୀତ ପରିବେଷଣ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁସାଙ୍ଗୀକ ଭାବେ ପ୍ରାରମ୍ଭ ହୋଇଥିଲା l ପ୍ରଥମ ଦିନ ସଂଧ୍ୟା ରଜନୀରେ ୧୦ ଟି ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ ସୁଦୂର ଆସାମ ର ବିହୁ ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଯୋଡ଼ି ଶଙ୍ଖ, ଉତ୍ତର ପ୍ରଦେଶ ନୃତ୍ୟ, ମହାରାଷ୍ଟ୍ରର ଲାଭନି ନୃତ୍ୟ ପ୍ରମୁଖ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ l ଆଜିର ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି ଅଧ୍ୟକ୍ଷା ମାରୀୟମ ରଇତ, ଜିଲ୍ଲା ପରିଷଦ ସଭାପତି ଗଜପତି ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ମହାଦେଇ କଲ୍ୟାଣୀ ଗଜପତି, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ସିନେ ଜଗତର ସୁନାମଧନ୍ୟ କଳାକାର ତଥା ଉଦଘୋଷୀକା ସୁମନ ଓ କୁଇନ ସୂଚାରୁ ରୂପେ ଉପସ୍ଥାପନା କରିଥିଲେ l ଏହି ଉତ୍ସବରେ ହଜାର ହଜାର ସଂଖ୍ୟାର ଦର୍ଶକ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l 

ସ୍ଥାନୀୟ ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ଶାଳିଆ ଡ୍ୟାମରେ ସଫେଇ କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ଯ୍ୟାୟ ରେ…!

!!! ଗଞ୍ଜାମରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନା ଅବସ୍ଥାରେ ପଡିଛି l ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ । ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ସ୍ଥାନୀୟ ଜନସାଧାରଣ ମାନେ ଭୋଜି କରି ଖାଇବା ସହ ସେହି ସ୍ଥାନ କୁ ସଫା ନ କରି ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି । ଗମନାଗମନ ର ଅସୁବିଧା ସହିତ ପରିମଳ ବ୍ୟବସ୍ଥା କଥା ନ କହିବା ଆହୁରି ଭଲ l ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଛି କେତେ ବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ l ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହିଛି l ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଗତ କିଛିଦିନ ତଳେ ୱାଚ ଟାୱାର ଠାରେ ଏକ ସଫେଈ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ରୁ ଉର୍ଦ୍ଧ ବ୍ୟାଗ କାଚ, ଟିଣ ଓ ପ୍ଲାଷ୍ଟିକ ବୋତଲ ଗୋଟେଇବା ସହ ସଫା କରିଥିଲେ । ଆଜି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଆହୁରି ସଫା କରିବା ସହ ଡିସ୍ପୋଜ କରିଥିଲେ l ଏଥିରେ ଗୌତମ ସ୍ୱାଇଁ, ପବିତ୍ର ସ୍ୱାଇଁ ,ନାରାୟଣ ସ୍ୱାଇଁ ,ପ୍ରକାଶ ସ୍ୱାଇଁ ଓ ନତୀପ ପ୍ରମୁଖ ସମେତ ଅନ୍ୟମାନେ ଯୋଗ ଦେବା ସହ ସହଯୋଗ କରିଥିଲେ l
ଏଥିସହିତ ଅନ୍ୟ ସ୍ଵେଚ୍ଛାସେବୀ ଙ୍କୁ ମଧ୍ଯ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି l ଆଗାମି ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।

ଗ୍ରାମାଞ୍ଚଳରେ ରହୁଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଖେଳୁଆଡ଼ ଭାବନା ସୃଷ୍ଟି ନିମନ୍ତେ ଉଚ୍ଚ ବିଦ୍ୟାଳୟ ର ପ୍ରୟାସ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ଗ୍ରାମାଞ୍ଚଳରେ ପଢ଼ୁଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି ନିମନ୍ତେ ବଣ ପାହାଡ଼ ଘେରା ନେତାଜୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ସମାବେଶ ଆଜି ଆରମ୍ଭ କରାଯାଇଛି ଗ୍ରାମ ଦେବୀ ମନ୍ଦିର ରୁ ମଶାଲ ଶୋଭାଯାତ୍ରାରେ ବାହାରି ଆଜି ଆରମ୍ଭ ହୋଇଥିବା କ୍ରୀଡା ଉତ୍ସବ 3 ଦିନ ଧରି ଜାରି ରହିବ। ଏହି କ୍ରୀଡ଼ା ସମାବେଶରେ ବିଭିନ୍ନ ଅଲମ୍ପିକ ଖେଳ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଶୋର୍ଟ ଫୁଟ, ଡିସ୍କସ ,ଜବଳିଙ୍ଗ ,ଜବାଡି ଝିଅ ମାନଙ୍କ ଦୌଡ଼, ଲେମ୍ବୁ ଚାମଚ, ଅଖା ଡିଆଁ ଇତ୍ୟାଦି ଖେଳ ଗୁଡିକ କରାଯିବ । ଏହି କ୍ରୀଡ଼ା ଉତ୍ସବ ପ୍ରଧାନ ଶିକ୍ଷକ ଇନ୍ଦିରା ମହାପାତ୍ର ଓ କ୍ରୀଡାଙ୍ଗନା ଦାୟିତ୍ବ ରେ ଥିବା ଶିକ୍ଷକ ଘନଶ୍ୟାମ ବେହେରା ଙ୍କ ତତ୍ୱାବଧାନରେ କ୍ରୀଡ଼ା ସବୁ ଚାଲିଛି ଏହି କ୍ରୀଡ଼ା ସମାବେଶରେ ନେତାଜୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଘ।ସିରାମ ରଥ, କିରାଣୀ ବିଶ୍ଵନାଥ ପାଢ଼ୀ, ଶିକ୍ଷକ ଉମା ଶଙ୍କର ଦାଶ, ସହାୟକ ପ୍ରକାଶ ରାଉତ, ସୁନିତ ଶବର, ରବୀନ୍ଦ୍ର ପ୍ରଧାନୀ, ଭବ।ନୀ ଶଙ୍କର ବେହେରା ପ୍ରମୁଖ ଏହି କ୍ରୀଡା ସମୂହ ପରିଚାଳନା କରୁଛନ୍ତି ।

ମହାତ୍ମା ଗାନ୍ଧୀ ଇଣ୍ଟରନେସନାଲ ପବ୍ଲିକ୍ ସ୍କୁଲ୍ ଠାରେ ଅଷ୍ଟମ ତମ ବାର୍ଷିକ ଉତ୍ସବ ” ସ୍ଵର – 2023 ” ଉଦ୍ଘାଟିତ ହୋଇଯାଇଛି .

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଆଜି ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ନିକଟ ରେ ମହାତ୍ମା ଗାନ୍ଧୀ ଇଣ୍ଟରନେଶ୍ନାଲ ପବ୍ଲିକ୍ ସ୍କୁଲ୍ ର 8ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଡି ଡବ୍ଲ୍ୟୁ ଓ ଶ୍ରୀଯୁକ୍ତ ଭାରତ୍ ଭୂଷଣ ବିଶ୍ଵାଳ , ସମ୍ମାନିତ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ଜବାହର ଚୌଧୁରୀ ଓ ଏ ଡି ଡବ୍ଲ୍ୟୁ ଓ ଶ୍ରୀ ସୂରଜ ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ବ୍ରଜ ସୁନ୍ଦର ପାଢୀ , ଉପାଧକ୍ଷ ଶ୍ରୀ ସନ୍ତୋଷ କୁମାର ଗୁରୁ , ସମ୍ପାଦକ ଶ୍ରୀ ରାଜେଶ କୁମାର ପଣ୍ଡା , ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର ଓ ବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ରୀମତୀ ମିନାକ୍ଷୀ ସାହୁ ମଞ୍ଚାସୀନ ରହି ଉପସ୍ଥିତ ରହିଥିଲେ .

ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ” ସ୍ଵର – 2023 ” ଉଦ୍ଘାଟନ କରିଥିଲେ. ବିଦ୍ୟାଳୟ ର ସମସ୍ତ୍ ଶ୍ରେଣୀ ବର୍ଗ ର ଶିଶୁ ମାନଙ୍କ ଦ୍ଵାରା ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ କରାଯାଇଥିଲା. ପୂର୍ବରୁ ହୋଇଥିବା କ୍ରୀଡା ପ୍ରତିଯୋଗିତା ରେ କୃତିତ୍ଵ ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ଶ୍ରୀମତୀ ମିନାକ୍ଷୀ ସାହୁ ଦେଇଥିବା ବେଳେ ପରିଶେଷରେ ଅନୁଷ୍ଠାନ ର ଆଡମିନ ଅଫିସର ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ. ଏଥିରେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ. କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା .

ସେଦିନ ଥିଲା ସାଢେ ଏଗାର ଆଜି ସାଢେ ଦଶ ;ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଝୁଲୁଛି ତାଲା ?

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗତ ଏଗାର ତାରିଖ ଦିନ ଠିକ ୧୧.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଭୁକ୍ତ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ତାଲା ଝୁଲିଥିଲା | ଖବର ପ୍ରସାରଣ ର ଠିକ ଚାରି ଦିନ ପରେ ମଧ୍ୟ ସାଢେ ଦଶ ସମୟରେ ଝୁଲୁଛି ତାଲା । ଯାହା ଫଳରେ ପ୍ରଭାବିତ ହେଉଛି ତହସିଲ କାର୍ଯ୍ୟ ଏଵଂ ହଇରାଣ ହେଉଛନ୍ତି ଅନେକ ମହିଳା ଓ ପୁରୁଷ | ସ୍ଥାନୀୟ କୋଦଳା ତହସିଲଦାର ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ କହିଛନ୍ତି ଯେ ସରକାରି କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟ ଦଶ ଟା ରେ ଖୋଲିବା କଥା କିନ୍ତୁ କାହିଁକି ଖୋଲା ଯାଇନାହିଁ ସେ ଅନୁସନ୍ଧାନ କରିବେ | ହେଲେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ କଣ ଅଧିକାରୀ ଙ୍କ ଠାରୁ ଉର୍ଦ୍ଧରେ କି? ନା ଅନ୍ୟ କାହାର ଆଶୀର୍ବାଦ ରହିଛି, ଯାହା କି ତଦନ୍ତ ସାପେକ୍ଷ | ଏହି କାର୍ଯ୍ୟାଳୟ ଉପରେ ସ୍ଥାନୀୟ ଅଞ୍ଚଳରୁ ଶହ ଶହ ଲୋକ ଜମିଜମା ସମ୍ବଦ୍ଧିୟ କାର୍ଯ୍ୟ ପାଇଁ ନିର୍ଭର କରୁଥିବା ବେଳେ ଏଠିକାର କର୍ମଚାରୀ ଙ୍କ ମନ ମୁଖୀ କାର୍ଯ୍ୟ କଳାପ କୁ ନେଇ ପ୍ରଶ୍ନ ଉଠୁଛି | ଯଦି ରାଜସ୍ୱ ନିରୀକ୍ଷକ ମହୋଦୟ କୌଣସି ଫିଲ୍ଡ କାର୍ଯ୍ୟ କିମ୍ବା ଅଫିସ କାର୍ଯ୍ୟରେ ଯାଇଛନ୍ତି ତାହା ହେଲେ କାର୍ଯ୍ୟାଳୟ ରେ ଅନ୍ୟମାନେ ଉପସ୍ଥିତ ଥାନ୍ତେ। ନତୁବା ସୂଚନା ଫଳକ ରେ କାର୍ଯ୍ୟକ୍ରମ ବିଷୟ ନେଇ ଲିପିବଦ୍ଧ କରିଥାନ୍ତେ । ଏସବୁ ରେ କିନ୍ତୁ ବାରମ୍ବାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ଝୁଲୁ ଥିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମଧ୍ୟ ଦେଖା ନାହିଁ । କିନ୍ତୁ ସରକାରୀ ଦପ୍ତର ରୁ ମୋଟା ଅଙ୍କର ଦରମା ପାଉଥିବା ବାବୁଙ୍କ ଏହା ମନମାନି ନା ବେଖାତିର ମନୋଭାବ ଯାହାକୁ ନେଇ ତାତିଲେଣି ସାଧାରଣ ଲୋକେ | ପୂର୍ବରୁ ଏ ନେଇ ଖବର ପ୍ରସାରଣ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଟାନ ଅଭାବରୁ ଏମିତି ଘଟୁଥିବା ସାଧାରଣରେ ଆଲୋଚନା ହେଉଛି | ତେବେ ବାରମ୍ବାର ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେଉଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତାହା ଦେଖିବାକୁ ବାକି ରହିଲା ?