ଅଟଳ ସ୍ମୃତି କମିଟି ପକ୍ଷରୁ ବାଜପେୟୀ ଙ୍କ ଜନ୍ମ୍ ଜୟନ୍ତୀ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମାର ସ୍ଥିତ ସ୍ଥାନୀୟ ବଂଶଧରା ଘରୋଇ ଆବାସିକ ବିଦ୍ୟାଳୟରେ ଅଟଳ ସ୍ମୃତି କମିଟି ( ସାମାଜିକ, ସାଂସ୍କୃତିକ ଏଵଂ ଅଣ ରାଜନୈତିକ ସଂଗଠନ)ପକ୍ଷରୁ ଭାରତ ର ଭୂତ ପୂର୍ବ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କମିଟି ପକ୍ଷରୁ ସଭାପତି ସୂର୍ଯ୍ୟ ନାରାୟଣ ରଥ ପ୍ରଥମେ ବାଜପେୟୀଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ବାଜପେୟୀଙ୍କ ଜୀବନୀ ତଥା ଆଦର୍ଶ ଉପରେ ସମ୍ୟକ୍ ଆଲୋଚନା କରିଥଲେ। ଆବାହକ ଚିନ୍ମୟ ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ରଥ , ସମାଜସେବୀ ଶ୍ରୀମତୀ ଅମ୍ବିକା ରାଣୀ ମହାପାତ୍ର, ନନ୍ଦିନୀ ପଣ୍ଡା, ଲକ୍ଷ୍ମୀ ନାରାୟଣ ମହାଙ୍କୁଡ, ସୁନିଲ କୁମାର ଗୌଡ, ବସନ୍ତ ମିଶ୍ର, ନଗର ଯୁବ ସଭାପତି ରାମଚନ୍ଦ୍ର ପଣ୍ଡା, ଯୁବ ନେତା ଫାଲଗୁନୀ ଶବର, ଆଇନଜୀବୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ, ଯୁବ ସାମ୍ବାଦିକ ଶକ୍ତି ପ୍ରଦ ଦାଶ,ସୁନୀଲ କୁମାର ସାବତ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।

ଏକାଦଶ ତମ ରାଜ୍ଯ ସ୍ତରୀୟ ବଂଶଧାରା କ୍ରୀଡ଼ା ମହୋତ୍ସବ ଉଦଘାଟିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ନବନିର୍ମାଣ ସମିତି ପକ୍ଷରୁ ଗୁଣପୁର ଠାରେ ରାଜ୍ୟ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହା ଡିସେମ୍ବର ୨୪ ତାରିଖରୁ ୩୧ତାରିଖ ଯାଏଁ ଅନୁଷ୍ଠିତ ହେବ । କ୍ରୀଡ଼ା ମହୋତ୍ସବ ପ୍ରାରମ୍ଭ ରେ ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ଠାରୁ ପୂଜାର୍ଚ୍ଚନା ସାରି ସେହି ନିକଟରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ କ୍ରୀଡା ମହୋତ୍ସବ ର ମୁଖ୍ୟ ଆକର୍ଷଣ ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୌଡ଼ ରାଣୀ ଦ୍ଵିତୀ ଚାନ୍ଦ ମଶାଲ ନେଇ ଏକ ବିଶାଳ ଶୋଭାଯାତ୍ରାରେ ସହର୍ ପରିକ୍ରମା କରି ମିନି ଷ୍ଟାଡିୟମଠାରେ ପହଁଚି ଥିଲେ l ଶୋଭା ଯାତ୍ରାରେ ସ୍ଥାନୀୟ ବିଧାୟକ, ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ପ୍ରଥମ ଭାଗରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଘୋଷ, ଲାଞ୍ଜିଆ ସୌରା ଙ୍କ ପାରମ୍ପରିକ ନୃତ୍ୟ, ଛୋଟ ପିଲାଙ୍କ ଢ଼ାମ୍ପ ବାଦ୍ୟ, ଡିଜେ ସାଉଣ୍ଡ, ଗୁଣପୁର ମହାବିଦ୍ୟାଳୟ ଓ ଥାୟୋରାମା ମହିଳା ମହାବିଦ୍ୟାଳୟ ର ଏନ.ସି.ସି ଏବଂ ଏନ.ଏସ୍.ଏସ୍ ପିଲାଙ୍କ ଶୃଙ୍ଖଳା ଶୋଭାଯାତ୍ରା କୁ ବେଶ ମନୋରଞ୍ଜନ କରି ପାରିଥିଲା ।

ଶୋଭାଯାତ୍ରା ମିନି ଷ୍ଟାଡିୟମ ରେ ପହଞ୍ଚି ବା ପରେ କ୍ରୀଡ଼ା ପରିଷଦ ର ସଭାପତି ଶ୍ରୀ ଦେବୀ ପ୍ରସାଦ ପାଢି ମଶାଲ ଗ୍ରହଣ କରି ପଡ଼ିଆରେ ସ୍ଥାପନ କରିବା ପରେ କ୍ରୀଡ଼ା ମହୋତ୍ସବ ପତାକା ଅତିଥି ଙ୍କ ଦ୍ଵାରା ଉତ୍ତୋଳନ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା l ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ , ସମ୍ମାନୀତ ଅତିଥି ଭାବେ ଓଡିଶା କ୍ରିକେଟ୍ ଦଳର ଏମ୍ପାୟାର ସାରଦା ପ୍ରସନ୍ନ ମହାପାତ୍ର , ଭାଷ୍ୟକାର ପ୍ରତ୍ୟୁଷ କୁମାର୍ ସାହୁ ଓ ଗୁଣପୁର ଉପଜିଲ୍ଲାପାଳ ଲଲିତ କହଁର ଏଵଂ ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ମମତା ଗୌଡ଼,ଗୁଣପୁର ବିଜୁ ଜନତା ଦଳ ର ନଗର୍ ସଭାପତି ରାମ ଚନ୍ଦ୍ର ପଣ୍ଡା ,ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଗୁଣପୁର କ୍ରୀଡ଼ା ମହୋତ୍ସବର ସଭାପତି ଦେବୀ ପ୍ରସାଦ ପାଢୀ ଓ ସମ୍ପାଦକ ସପନ ଦାଶ ସମୁହ ମଞ୍ଚାସିନ ହୋଈଥିଲେ l ସଭା ପ୍ରାରମ୍ଭରେ ଗୁଣପୁର ନବ ନିର୍ମାଣ ସମିତି ର ଉପସଭାପତି ଶ୍ରୀ ଉମା ଶଙ୍କର ଦାଶ ସ୍ୱାଗତ୍ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଅକ୍ଷୟ ଦାଶ ମଞ୍ଚ ପରିଚାଳନା କରିଥିଲେ । ରାୟଗଡା ଜିଲ୍ଲା ର ନାମକୁ ରାଜ୍ଯ ଓ ରାଜ୍ଯ ବାହାରେ ଗୌରାବନ୍ବିତ କରିଥିବା ବିଭିନ୍ନ ବର୍ଗର ୬୫ ଜଣ କ୍ରୀଡାବିତ୍ ମାନଙ୍କୁ “କ୍ରୀଡ଼ା ଗୌରବ ସମ୍ମାନ” ରେ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସମୂହ ଭାବେ ଗୁଣପୁର ନବ ନିର୍ମାଣ ସମିତି ର ସମ୍ପାଦକ ରଞ୍ଜିତ କୁମାର୍ ପାଢ଼ୀ ପରିଚାଳନା କରିଥିଲେ।ସଭା ଶେଷରେ କ୍ରୀଡ଼ା ପରିଷଦ ର ସମ୍ପାଦକ ସପନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ ସମିତି ଓ ବିଭିନ୍ନ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିବା ସହ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଆକର୍ଷିତ ଦୌଡ଼ ରାଣୀ ଦ୍ଵିତୀ ଚାନ୍ଦ ଙ୍କୁ ନବ ନିର୍ମାଣ ସମିତି ର ସମସ୍ତ ସଭ୍ଯ ଓ ନିମନ୍ତ୍ରିତ ଅତିଥି ଏବଂ ମଞ୍ଚାସୀନ ଅତିଥିବୃନ୍ଦ ମିଶି ଉପଢୌକନ ଓ ମାନପାତ୍ର ଦେଇ ସମାନିତ କରିଥିଲେ l

ଗୁଣପୁର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେବେ ସୁଶ୍ରୀ ପ୍ରଭାତି ଝୋଡ଼ିଆ । 

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ଗୁଣପୁର ପୌର ପରିଷଦର ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟାସମ୍ପର୍ଣ୍ଣ। ରାଉତ ଆଗାମୀ ୨୭.୧୨.୨୨ ଠାରୁ ୨୫.୦୬.୨୦୨୩ ଯାଏଁ ମାତୃତ୍ଵ ଛୁଟିରେ ଯାଉଥିବାରୁ ଏହାଙ୍କ ସ୍ଥାନରେ ରାୟଗଡ଼ା ଜିଲ୍ଲା ର ଦକ୍ଷ ଓ ସାହସୀ ପ୍ରଶାସିକା ତଥା ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କୁ ଅତିରିକ୍ତ ଦାୟିତ୍ଵ ଅର୍ପଣ କରାଯାଇଛି।ଏଭଳି ଏକ ଆଦେଶ ନାମା ରାୟଗଡା ଜିଲ୍ଲାପାଳ ଙ୍କ ଦପ୍ତରରୁ ଚିଠି ନମ୍ବର ୪୬୭୨/୨୦୨୨/ଡିୟୁଡିଏ ତା:୨୩.୧୨.୨୨ରିଖରେ ପ୍ରକାଶ ପାଇଛି । ରାଜ୍ୟ ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗର ବିଜ୍ଞପ୍ତି ନଂ:୧୬୧୮୫/ଏଚୟୁଡି କ୍ରମେ ସୁଶ୍ରୀ ପ୍ରଭାତି ଝୋଡ଼ିଆ ଗୁଣପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ନେବା ପରେ ପୌର ପରିଷଦର ର ସମସ୍ତ ଆର୍ଥିକ ନେଣ ଦେଣ କାରବାର ଓଜିଏଫ୍ଆର ର ନିୟମ ୨(୯- କ) ଅନୁଯାୟୀ ତୁଲାଇ ପାରିବା କ୍ଷମତା ପ୍ରଦାନ କରାଯାଇଥିବା ମଧ୍ୟ ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ।ସଚ୍ଚୋଟ ଓ ନିଷ୍ଠାପର କାର୍ଯ୍ୟ ଦକ୍ଷତା ପାଇଁ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇଥିବା ସୁଶ୍ରୀ ଝୋଡିଆ ଗୁଣପୁର ପୌର ପରିଷଦର ର ସମସ୍ତ ବିଭାଗୀୟ ଉନ୍ନତୀ ମୂଳକ କାର୍ଯ୍ୟ ଓ ସାଧାରଣ ଙ୍କ ଅଭିଯୋଗ କୁ ସୁରୁଖୁରୁ ରେ ସମ୍ପାଦିତ କରିପାରିବେ ବୋଲି ସାଧାରଣରେ ଆଶା ପ୍ରକଟ କାରାଯାଇଛି।

ଉପଖଣ୍ଡ ଚିକିତ୍ସାଳୟ ରେ କର୍ମଚାରୀ ଅଭାବ ପ୍ରଶାସନର ନିଘା ନାହିଁ ; ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲାର  ଗୁଣପୁର, ଗୁଡ଼ାରୀ,ରାମାନାଗୁଡ଼ା,ପଦ୍ମପୁର ବ୍ଲକର ଜନସାଧାରଣ ନିର୍ଭର କରୁଥିବା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବା ଠପ୍ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସ ପଦବୀ ଗୁଡିକ ଖାଲି ପଡିଥିଲେ ମଧ୍ୟ ଏହାକୁ ପୁରଣ୍ କରିବା ଦିଗରେ ପ୍ରଶାସନ ର ନିଘା ନାହିଁ । ଏଠାରେ ପଦବୀ ଗୁଡିକ ଖାଲି ପଡିଥିବା ବେଳେ ଏଠାରୁ କିଛି କର୍ମଚାରୀ ଙ୍କୁ ଅନ୍ୟତ୍ର ଡେପୁଟେସନ କରି କର୍ମଚାରୀ ଅଭାବକୁ ସ୍ଥାନୀୟ ପ୍ରଶାସନ ଦ୍ଵିଗୁଣିତ କରୁଛି । ତଥାପି ଜନ ପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ପଦବୀ ଗୁଡିକ ପୂରଣ ନିମନ୍ତେ ସହରବାସୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ସ୍ଵର ଉଠାଉ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖାତିର୍ କରୁନାହିଁ । ୧୯ ଜଣ ସ୍ଥାୟୀ ଡାକ୍ତର ଙ୍କ ଆବଶ୍ୟକତା ଥିବା ବେଳେ ରହିଛନ୍ତି ମାତ୍ର୍ ୬ ଜଣ ଡାକ୍ତର ।  ବିଶେଷଜ୍ଞ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ଖାଲି ପଡିରହିଛି । ସେହି ପରି ୭ ଜଣ ଲେବ୍ ଟେକନିସିଆନ ଙ୍କ ବଦଳରେ ରହିଛନ୍ତି ୩ ଜଣ ଏବଂ ୩୮ ଜଣ ଷ୍ଟାଫ୍ ନର୍ସ ଙ୍କ ସ୍ଥାନରେ ମାତ୍ର ରହିଛନ୍ତି ୧୫ ଜଣ । ଏକ୍ସ ରେ ବିଭାଗ ନିମନ୍ତେ ତିନି ଜଣ ଆବଶ୍ୟକ ଥିବାବେଳେ ରହିଛନ୍ତି ମାତ୍ର ଜଣେ । ଏସବୁ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଅତିଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏନେଇ ଏକ ଜନ ଆନ୍ଦୋଳନ ମୁଣ୍ଡ ଡଟେକିବା ପ୍ରସଙ୍ଗକୁ ଦୂରେଇ ଦିଆଯାଇ ନପାରେ । କର୍ମଚାରୀ ଅଭାବ ଯୋଗୁଁ ଗତ ୨୦୧୯ ମସିହା ରୁ ଜନ ସାଧାରଣ ଆବେଦନ କରିଥିବା ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଏଯାବତ ପାଇ ପାରିନଥିବା ଅଭିଯୋଗ ହେଉଛି । ସମସ୍ତ ସରକାରୀ କାର୍ଯ୍ୟ ରେ ଏହି ପ୍ରମାଣ ପତ୍ର ର ବାଧ୍ୟତା ମୂଳକ ଥିବାରୁ ଆବେଦନ କାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ତତ ପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଲେ ସମସ୍ୟା ଦୂର ହୋଇପାରିବ ବୋଲି ଦାବୀ ହେଉଛି ।

ମହାତ୍ମା ଗାନ୍ଧୀ ଇଣ୍ଟରନେସନାଲ୍ ପବ୍ଲିକ୍ ସ୍କୁଲ୍ ର ସପ୍ତମ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ମହାତ୍ମା ଗାନ୍ଧୀ ଇଣ୍ଟରନେସନାଲ୍ ପବ୍ଲିକ୍ ସ୍କୁଲ୍ ର ସପ୍ତମ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ .ସୂର୍ଯ୍ୟ ନାରାୟଣ ପଣ୍ଡା,ଅନ୍ୟତମ ଅତିଥି ଭାବେ ଭାରପ୍ରାପ୍ତ ଗୁଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୃଜନ ମଲ୍ଲିକ, ବିଦ୍ୟାଳୟର ସଭାପତି ଶ୍ରୀ ବ୍ରଜ ସୁନ୍ଦର ପାଢ଼ୀ, ସମ୍ପାଦକ ଶ୍ରୀ ବାଣୀ ପ୍ରସାଦ ନାୟକ ଓ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ରାଜୁଗୁରୁ ମହାପାତ୍ର ଯୋଗଦେଇଥିଲେ । ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଗମାଙ୍ଗ ତାଙ୍କ ବାକ୍ତବ୍ୟରେ ପିଲାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ସୁନ୍ଦର କାର୍ଯ୍ୟକ୍ରମକୁ ଦେଖି ଅନୁଷ୍ଠାନର ପରିଚାଳନା କମିଟି ଓ ଅଧ୍ୟକ୍ଷ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ ଶୁଭ ମନାସି ଥିଲେ। ସମ୍ମାନିତ ଅତିଥି ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ପିଲାଙ୍କୁ ବର୍ତ୍ତମାନ ଯୁଗରେ ପିଲାମାନେ ଦୈନନ୍ଦିନ ଜୀବନରେ ବିଜ୍ଞାନର ସାହାଯ୍ୟ ଓ ସହଯୋଗରେ କିପରି ଅଗ୍ରଗତି କରିପାରିବେ ସେହି ପ୍ରସଙ୍ଗକୁ ଉପସ୍ଥାପନ କରି ଥିଲେ। ପିଲାମାନେ ସବୁବେଳେ ଏକ ଉଚ୍ଚ ଆକାଂକ୍ଷା ନେଇ ଜୀବନର ଲକ୍ଷ ରଖି ଭବିଷ୍ୟତରେ ଯେପରି ଓ ଏ ଏସ , ଆଈ ଏ ଏସ ଭଳି ଉଚ୍ଚ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ପାଇଁ ଉପଦେଶ ଦେଇଥିଲେ। ସେହିପରି ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ସୁଜନ ମଲିକ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ଅଭିଭାବକ ମାନଙ୍କ ଭାବନାକୁ ଗୁରୁତ୍ଵ ଦେଇ ପିଲାକୁ କିପରି ଜୀବନରେ ଜଣେ ଆଦର୍ଶ ମନୁଷ୍ୟ ରୂପେ ଗଢି ତୋଳିବେ ସେ ବିଷୟ ରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ପିଲାମାନଙ୍କୁ ମଜାଳିଆ ଗଳ୍ପ ମଧ୍ୟମରେ ଉଚିତ୍ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସମ୍ମାନିତ କରାଯାଇଥିଲା। ବେଦ ଉଚ୍ଚାରଣ ସହ ଦ୍ଵୀପ ପ୍ରଜ୍ବଳନ ଓ ପିଲାଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଭା ଆରମ୍ଭରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମହିତା ପାଣି ଅତିଥି ଙ୍କ ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପି॰କଲ୍ୟାଣୀ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶିକ୍ଷୟତ୍ରୀ ସ୍ମରଣିକା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ପରେ ବିଦ୍ୟାର୍ଥୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଂସୃତିକ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଅନୁରାଧା ମଣ୍ଡଳ ପରିଚାଳନା କରିଥିବା ବେଳେ ମଞ୍ଚ ଉପରେ ପିଲାଙ୍କୁ ନାଚ ଗୀତ ପରିବେଷଣ ରେ ଶିକ୍ଷୟତ୍ରୀ ମନୋଶ୍ଵିନି ବାଉରୀ , ବୃନ୍ଦାବତି ଶବର ଓ ସପ୍ନା ସିଂ ଆଦି ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ର ବିଭିନ୍ନ ପ୍ରତିଯୋଗିତା ରେ କୃତି ବିଦ୍ୟାର୍ଥୀ ଙ୍କୁ ମଞ୍ଚସ୍ଥ ଅତିଥି ଓ ଆବାହିତ ଅତିଥି ତଥା ନିମନ୍ତ୍ରିତ ଅତିଥି ଭାବେ ମହର୍ଷି ଗୁରୁକୁଳ କଲେଜର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ , ଆଇନଜୀବୀ ଇନ୍ଦ୍ରକ୍ଷୀ ପ୍ରସାଦ ଦାସ, ସମାଜ ସେବୀ ଉମା ପ୍ରସାଦ ଦାସଙ୍କ ଦ୍ଵାରା ପୁରସ୍କାର ସହ କୃତିତ୍ୱ ପତ୍ର ପ୍ରଦାନ କରାଯାଇ ପ୍ରଶଂସିତ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ପାଳନ ରେ ବହୁ ସଂଖ୍ୟାରେ ଅଭିଭାବକ ମାନେ ଯୋଗ ଦେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ସାଫଲ୍ୟ କରିଥିଲେ ।

ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଆଦର୍ଶ ୫ଟି ବିଦ୍ୟାଳୟ ପରିଦର୍ଶନ ।

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡା) – ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ର ଆଦର୍ଶ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ପରିଦର୍ଶନ କରିଥିଲେ, ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସମେତ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବିଦ୍ୟାଳୟ କୁ ସ୍ୱାଗତ କରିଥିଲେ , ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଳୟ ପରିସରରେ ଥିବା ଭଗ୍ନାବସ୍ଥାରେ ରହିଥିବା କୋଠା ,ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠ ,ଶିକ୍ଷକ କମନ ରୁମ୍ ,ସହ କାର୍ଯ୍ୟାଳୟ ଗୁଡିକ କୁ ବୁଲି ଦେଖିଥିଲେ,ଏହାର ନବୀକରଣ ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା, ସେହିପରି ବାଳକ ଛାତ୍ରାବାସ ବୁଲି ଦେଖିବା ସମୟରେଛାତ୍ରାବାସ ର ଉଭୟ ପାର୍ଶ୍ୱ ସମତଳ, ଜଳ ନିଷ୍କାସନ ବ୍ୟବସ୍ଥା, ସିସି ରୋଡ଼ ନିର୍ମାଣ,ଖେଳ ପଡ଼ିଆ ପ୍ରସ୍ତୁତି ,ହାଇ ମାଷ୍ଟ ଲାଇଟ ପ୍ରଦାନ କରିବା ନିମନ୍ତେ ଅବଗତ କରାଯାଇଥିଲା, ବିଦ୍ୟାଳୟ ର ଅନେକ ସମସ୍ୟା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ୟା ସମ୍ପର୍କରେ ହୃଦୟଙ୍ଗମ କରି ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଙ୍କ ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ,ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଗୁଣପୁର ଓକିଲ ସଂଘ ପକ୍ଷରୁ ଦିନିକିଆ କୋର୍ଟ ବନ୍ଦ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)-  ସୁପ୍ରିମକୋର୍ଟ ର ଗତ ଦିନ ଦେଇଥିବା ସମସ୍ତ ବାର ସଦସ୍ୟ ଙ୍କ ଲାଇସେନ୍ସ ରଦ୍ଧ ନିଷ୍ପତ୍ତି କୁ ବିରୋଧ କରି ଭୁବନେଶ୍ୱର ବାର ଆସୋସିଏସନ ର ଡାକରା କ୍ରମେ ଆଜି ରାୟଗଡା ଜିଲ୍ଲା ଗୁଣୁପର ବାର ର ସଦସ୍ୟ ମାନେ ଦିନିକିଆ କୋର୍ଟ ବନ୍ଦ ପାଳନ କରିଛନ୍ତି । ଫଳରେ ଆଜି ସମ୍ପୂର୍ଣ କୋର୍ଟ କାମ ଏକରକମ ଅଚଳ ହୋଇଯାଇଚି । ଫଳରେ ଦୁରଦୂରାନ୍ତ ରୁ କୋର୍ଟ କାମରେ ଆସିଥିବା ଲୋକେ ନାହିଁ ନଁ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ସୁପ୍ରିମକୋର୍ଟ ତୁରନ୍ତ ରଦ୍ଧ ନିଷ୍ପତ୍ତି କୁ ପ୍ରତ୍ୟାହାର କରନ୍ତୁ ବୋଲି ଗୁଣୁପୁର ବାର ର ସଭାପତି ବ୍ରହ୍ମାନନ୍ଦ ପଟନାୟକ ଦାବି କରିଛନ୍ତି । ଗୁଣୁପୁର ବାର ର ସଭାପତି ବ୍ରହ୍ମାନନ୍ଦ ପଟନାୟକ ,ଦେବୀ ଆଚାର୍ଯ୍ୟ,ଏସ ଗଣାପତିରାଓ, ପ୍ରମୋଦ କୁମାର ସାହୁ , ଗଦା ପଣ୍ଡା ଗୁଡୁଲା ମାଧବୀ , ପ୍ରବୀଣ ପଟନାୟକ , ଅକ୍ଷୟ ଶତପଥୀ ପ୍ରଦୀପ ପ୍ରମୁଖ ଦିନିକିଆ ବନ୍ଦ ରେ ସାମିଲ ହୋଇଥିଲେ ।

ସିପିଆଇ (ଏମ୍ଏଲ) ଲିବରେସନ ଜନସଂକଳ୍ପ ଶୋଭାଯାତ୍ରା ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ରାୟଗଡା ଜିଲ୍ଲା ଗୁଣପୁର ବାଇପାସ୍ ଛକ ନାଗଭୂଷଣ ପ୍ରତିମୂର୍ତ୍ତି ଠାରେ ସିପିଆଇ (ଏମ୍ଏଲ) ଲିବରେସନ ର ଝାଡ଼ଖଣ୍ଡ ର ପଲିଟିବ୍ୟୁରୋ ସଦସ୍ୟ ଜନାର୍ଦ୍ଦନ ପ୍ରସାଦ ଓ ଆନ୍ଧ୍ର ପ୍ରଦେଶ ର ଏନ ମୂର୍ତ୍ତୀ ଏବଂ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ରାଧାକାନ୍ତ ସେଠୀ ଶ୍ରମିକ ନେତା ମହେନ୍ଦ୍ର ପରିଡା କୃଷକ ନେତା ଅଶୋକ ପ୍ରଧାନ ସମେତ ରାଜ୍ୟ ନେତୃବୃନ୍ଦ ସହ ପ୍ରତିନିଧି ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗିତ ସହ ଏକ ବିଶାଲ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଜନ ସଂକଲ୍ପ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସାଧାରଣ ସଭାରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସମେତ ସି ପି ଆଇ ( ଏମଏଲ) ଲିବରେସନ କେନ୍ଦ୍ର କମିଟି ସଭ୍ୟ ଜନାର୍ଦ୍ଦନ ପ୍ରସାଦ ଓ ଆନ୍ଧ୍ର ପ୍ରଦେଶ କେନ୍ଦ୍ର କମିଟି ସଭ୍ୟ ଏନ ମୂର୍ତ୍ତୀ,ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା – ସବିତା ବରଜ ,ମୁରଲୀ ବେହେରା , ମନ୍ଦାକିନୀ ସେଠି ,ବୃନ୍ଦାବନ ବିଡିକା ଓ ଅନାନ୍ୟ ସାଥି ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧ ରେ ସମବେତ ଲୋକଙ୍କୁ ଉଦବୋଧନ ଦେଇଥିଲେ। ଗଣତନ୍ତ୍ର ବଞ୍ଚlଅ ଓ ଦେଶ ବଞ୍ଚାଓ, ଦେଶରେ ଗରିବ ଲୋକ ମାନଙ୍କ ଉପରେ ବୁଲଡୋଜର ରାଜକୁ ବନ୍ଦ କରିବା,କେନ୍ଦ୍ର ସରକାର ଆଣିଥିବା ଜଂଗଲ ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରିବା ଚକ୍ରାନ୍ତ କୁ ବନ୍ଦ କରିବା,ସମସ୍ତଙ୍କୁ ସିଲିଂ ବହିର୍ଭୂତ ଜମି – ଜଂଗଲ ଜମି – ଘର ଡିହ ପଟା ଯୋଗାଇ ଦେବା, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ୩୦୦୦ ଟଙ୍କା ସହ ଭାଗଚାଷୀ ମାନଙ୍କୁ ଚାଷି ର ମାନ୍ୟତା ପ୍ରଦାନ କରିବା ଓ ବିଦ୍ୟୁତ ଆଇନ ବାତିଲ କରିବା ପ୍ରଭୃତି ଦାବୀ ରହିଛି ।

ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଫେସନ୍ ସୋ’ ଓ ୱାକ୍ ଫର ୱିଭର୍ସ ଆୟୋଜିତ; ନଅ ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶୁକ୍ରବାର ଦିନ କଳା ଭୂମି ଏକ ଭିନ୍ନ ପରିବେଶ ଆହରଣ କରିଥିଲା ଯେଉଁଠାରେ ଏକ ଫେସନ ଶୋ’ରେ ମଡେଲ୍‌ମାନେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଡିଜାଇନର ପୋଷାକ ପରିଧାନ କରି ର‌୍ୟାମ୍ପ୍ ୱାକ୍ କରିଥିଲେ । ଦର୍ଶକମାନଙ୍କୁ ତାହା ଏକ ରୋମାଂଚକ ଅନୁଭୂତି ପ୍ରଦାନ କରିଥିଲା । ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଏହି ଫେସନ୍ ଶୋ’ ଆୟୋଜନ କରାଯାଇଥିଲା । ଏଥିରେ ଭାଗ ନେଇଥିବା ମଡେଲ୍‌ମାନେ ହାତବୁଣା କପଡ଼ାରେ ତିଆରି ପୋଷାକ ପିନ୍ଧି କେବଳ ସୁନ୍ଦର ନୁହେଁ ବରଂ ବେଶ ଆକର୍ଷଣୀୟ ଦେଖାଯାଉଥିଲେ । ସମାଜର ବିଭିନ୍ନ କ୍ଷେତ୍ର ଏଥିରେ ଅଂଶଗ୍ରହଣ କରି ର‌୍ୟାମ୍ପ୍‌ରେ ଚାଲିଥିଲେ ଏବଂ ଏହାର ମହତ୍ ଉଦ୍ଦେଶ୍ୟକୁ ସମର୍ଥନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, “ଓଡ଼ିଶା ହସ୍ତତନ୍ତର ଇତିହାସ ଅତ୍ୟନ୍ତ ପ୍ରାଚୀନ ଏବଂ ଏହା ପ୍ରକୃତି ଦ୍ୱାରା ପ୍ରେରିତ । ଓଡ଼ିଶାର ଗର୍ବ ଏବଂ ଗୌରବ ହୋଇଥିବା ଏହି ହସ୍ତତନ୍ତରେ ଓଡ଼ିଶାର ଜନଜୀବନର ଶୈଳୀ, ପରମ୍ପରା, ଲୋକଚରିତ୍ର ଏବଂ ଲୋକକଥା ବହୁମାତ୍ରାରେ ପ୍ରକାଶିତ । ଏହି ପରମ୍ପରାକୁ ଆହୁରି ପରିପୁଷ୍ଟ କରିବା ଏବଂ ହସ୍ତତନ୍ତ ସାମଗ୍ରୀ କିଭଳି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିବ ସେଥିପାଇଁ ବିଭିନ୍ନ ସ୍ତରରେ ଯୋଜନା ହେବା ଆବଶ୍ୟକ । ଏହି ଦିଗରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କାର୍ଯ୍ୟ ଜାରି ରଖିଛନ୍ତି । ଏହାବ୍ୟତୀତ ବେସରକାରୀ ସ୍ତରରେ କର୍ପୋରଟ ଜଗତ ମଧ୍ୟ ଏହାକୁ ପ୍ରୋସାôହିତ କରିବା ଲାଗି ଆଗେଇ ଆସିବା ଦରକାର । ସଭିଙ୍କୁ ମୁଁ ହସ୍ତତନ୍ତର ବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦେବାକୁ ଚାହିଁବି । ’’ ଆହୁରି ମଧ୍ୟ ଶ୍ରୀ ଗଣେଶୀ ଲାଲ ବିଦେଶୀ ପରିକଳ୍ପିତ ପୋଷାକ ବଦଳରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କାର୍ଯ୍ୟକ୍ରମରେ ହସ୍ତତନ୍ତ ତିଆରି ପୋଷାକର ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ । ଅନେକ ବିଶ୍ୱବିଦ୍ୟାଳୟ ସେହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । କଳାହାଣ୍ଡୀ ବିଶ୍ୱବିଦ୍ୟାଳୟ ଏଥନିକ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ଆଗେଇ ଆସିଛି ।” ଏହି ଅବସରରେ ଡବ୍ଲୁଟିସି ଭୁବନେଶ୍ୱରର ସହକାରୀ ନିର୍ଦେଶିକା ନିମେଶିକା ନଟରାଜନ କହିଛନ୍ତି ଯେ, “ଓଡ଼ିଶାର ହସ୍ତତନ୍ତ ଏବଂ ନିରନ୍ତର ଫେସନର ପ୍ରସାର କରିବା ଏବଂ ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ଆନ୍ତର୍ଜାତିକ ବଜାରରେ ପହଂଚାଇବା ଲାଗି ୱାର୍ଲଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ଏହା ହେଉଛି ଏକ ଉଦ୍ୟମ । ଏଭଳି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଇଡିଆଇଆଇର ଡାଇରେକ୍ଟର ଜେନେରାଲ ଡକ୍ଟର ସୁନିଲ ଶୁକ୍ଳା କହିଛନ୍ତି ଯେ, “ପାରମ୍ପରିକ ହସ୍ତକଳା ଏବଂ ବୟନକୁ ପୁନଃସୃଷ୍ଟି କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ଯାହା ଦ୍ୱାରା ରାଜ୍ୟର ସଂସ୍କୃତି ଓ ପାରମ୍ପରିକ ଐତିହ୍ୟ ବଜାୟ ରହିବ । ଅଳ୍ପ ସହାୟତା ଏବଂ ପ୍ରଶିକ୍ଷଣ ଦ୍ୱାରା ବୁଣାକାର ଓ କାରିଗରମାନେ କିଭଳି ଚମତ୍କାର ନବସୃଜନ ଉପସ୍ଥାପନ କରିଛନ୍ତି ତାହା ଜଣାପଡ଼ିଛି । ଏଭଳି ମଂଚ ସେମାନଙ୍କୁ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ । ମୁଁ ବହୁତ ଖୁସି ଯେ କାରିଗରମାନଙ୍କ ବ୍ୟବସାୟ ସମ୍ଭାବନାରେ ଉନ୍ନତି ଆଣିବାରେ ଇଡିଆଇଆଇ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ।’’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡବ୍ଲୁଟିସି ଭୁବନେଶ୍ୱରର ପରାମର୍ଶଦାତା ପଂଚମି ମାନୋ ଉକିଲ୍ ବିବରଣୀ ପ୍ରଦାନ କରିଥିବା ବେଳେ ଡକ୍ଟର ରୀନା ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜିର ପ୍ରଫେସର ବି ବି ଜେନା ଏବଂ ଅହମ୍ମଦାବାଦ ସ୍ଥିତ ଏଟଂରପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ୍ ଡକ୍ଟର ସୁନିଲ ଶୁକ୍ଳା ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟର ନଅ ଜଣ ବୁଣାକାର ପ୍ରଫୁଲ୍ଲ ମେହେର, ସୁଶିଳା ମେହେର, ରାମପ୍ରସାଦ ମେହେର, ବବିତା ମେହେର, ସୁକାନ୍ତି ମେହେର, ମଲ୍ଲିକା ବେୱା, ଜଗଜୀବନ ଚାନ୍ଦ, ପ୍ରମୋଦ କୁମାର ସୁର ଏବଂ ପ୍ରସନ୍ନ କୁମାର ଗୁଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅପରାହ୍ନରେ ଏକ ପ୍ରଦର୍ଶନୀକୁ କବିସୂର୍ଯ୍ୟନଗରର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଡବ୍ଲୁଟିସି ଭୁବନେଶ୍ୱର ମହିଳା ଫୋରମ୍‌ର ପରାମର୍ଶଦାତା ଡକ୍ଟର ରୀନା ରାଉତରାୟ, ବୟନ ଉପ ନିର୍ଦେଶିକା ମଧୁସ୍ମିତା ଦାସ, ଓଏଏସ୍ ରାଜା ପରିଜା, ଜାତୀୟ ପୁରସ୍କାର ବିଜୟିନୀ ବୁଣାକାର ସୁକାନ୍ତି ମେହେର ଏବଂ ବୟନିକାର ବିପଣନ ପ୍ରବନ୍ଧକ ଅର୍ଥରଂଜନ ମହାପାତ୍ର ବୁଣାକାରମାନେ ସାମ୍ନା କରୁଥିବା ସମସ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ଆହ୍ୱାନ ବିଷୟରେ ଆଲୋଚନା କରିଥିଲେ ।

ଅଙ୍ଗନବାଡ଼ି କର୍ମୀ ଙ୍କ ଆନ୍ଦୋଳନ ରେ ଯୋଗଦେଲେ ସଂଘ ଉପଦେଷ୍ଟା ଓ ସମାଜସେବୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ଗୁଣପୁର ବ୍ଲକ ଆଇ.ସି.ଡି.ସ୍ କେନ୍ଦ୍ରରେ ପରିସରରେ ଆସୋସିଏସନ୍ ତରଫରୁ ଲେଡିଜ୍ ୱର୍କରସ ଙ୍କ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଅଙ୍ଗନୱାଡ଼ି ଆସୋସିଏସନ୍ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ତରଫରୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ। ଶ୍ରୀମତୀ ସଭାପତିତ୍ବରେ ଆୟୋଜିତ ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ, ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସଂପାଦିକା ଉଷାରାଣୀ ଦାଶ , ଗୁଣପୁର ବ୍ଲକ ସମ୍ପାଦିକା ସୁସୁମ ଦାସ ଗୁଣପୁର ବ୍ଲକ ସଭାପତି ମନୋଜ ଦାସ ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇ ଅଙ୍ଗନବାଡି କର୍ମୀଙ୍କ ୮ ଦଫା ଦାବିକୁ ପୂରଣ କରିବା ପାଇଁ ଧାରଣାରେ ବସିଥିଲେ।ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖାକୁ ବିରୋଧ କରିବା ସହ ଦୃଢ଼ ବିରୋଧ କରିଥିଲେ।

ସରକାରଙ୍କ ଓଜନ ସପ୍ତାହ କାର୍ଯ୍ୟକ୍ରମ କରିବା ଦ୍ଵାରା କର୍ମୀମାନେ ବିଭ୍ରାନ୍ତ ହେଉଥିବାରୁ ସେହି କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ଉକ୍ତ କାମକୁ ଖାତା ପତ୍ର ମାଧ୍ୟମରେ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦରମା ବିଭାଜିତ ହୋଇ ପ୍ରଦାନ କରୁଥିବାରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା ଏପରିକି ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଯଦି ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା। ବଢାଇବା ପାଇଁ ଦାବି କରାଯାଇଛି । ଅଙ୍ଗନବାଡି କର୍ମୀ ଙ୍କ ବିଭିନ୍ନ ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ସମର୍ଥନ କରି ଆଇନଜୀବୀ ତଥା ଅଙ୍ଗନବାଡ଼ି କର୍ମୀ ସଂଘ ର ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ଦାଶ ଅଙ୍ଗନବାଡ଼ି ଙ୍କ ନାର୍ୟ୍ଯ ଦାବୀ ଶୀଘ୍ର ପୂରଣ କରିବା ନେଇ ଦାବୀ କରିଥିଲେ । ଏହାସହ ସେମାନଙ୍କ ସେଲାରି ଆକାଉଣ୍ଟ କୁ କୌଣସି ବାବଦ ରେ ଅର୍ଥ ଆସିଲେ ତାହାକୁ ସରକାରୀ ଚିଠି ନଆସିବା ପର୍ଯ୍ୟନ୍ତ ଫେରସ୍ତ କରନ୍ତୁ ନାହିଁ ବୋଲି ମତବ୍ୟକ୍ତ କହିଛନ୍ତି ।