ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ ।

ଏଥର ସମ୍ଭାଳ ବ୍ୟୁରୋ ( ରାମନାଗୁଡା ) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରାମନାଗୁଡା ତହସିଲ ଠାରେ ରାଜସ୍ୱ ବିଭାଗ ପକ୍ଷରୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ରାମନାଗୁଡା ତହସିଲ ଅନ୍ତର୍ଗତ ସ୍ଥାନୀୟ ସର୍କଲ ର ୫୦ ଜଣ ହିତାଧିକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ।ଏହି ଜଙ୍ଗଲ ଜମି ପଟ୍ଟା ପାଇବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ,ଅତିରିକ୍ତ ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ, ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦ ଉପସ୍ଥିତି ରେ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ଅମିନ ରାମଳତା ମାଣ୍ଡାଙ୍ଗି ,ରାମନାଗୁଡା ରାଜସ୍ୱ ନିରୀକ୍ଷକ ମମତାରାଣୀ ଖଞ୍ଜା ,ଆରତୀ ବାଉରୀ କୈବଲ୍ୟ ପାଢ଼ୀ ଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ରାମନାଗୁଡା ତହସିଲଦାର ଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷ ଙ୍କ ପକ୍ଷରୁ ସ୍ମାରକପତ୍ର ପ୍ରଦାନ ।

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡା)– ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ରାମନାଗୁଡା ପଂଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ,ରାମନାଗୁଡା ବ୍ଲକ ର ପେଣ୍ କାମ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ନିମନ୍ତେ ନୂତନ ଭାବେ କୋଠା ନିର୍ମାଣ କରିବା ପାଇଁ ଜମି ଅଧିଗ୍ରହଣ କରି ସ୍ଥାନ ଚିହ୍ନଟ କରି ପ୍ରଦାନ କରିବା ,ତହସିଲ ଅନ୍ତର୍ଗତ ସମସ୍ତ ମୌଜାରେ ଥିବା ଗୋଚର ଜମି ଚିହ୍ନଟ କରିବା, ଉକାମ୍ବା ପଂଚାୟତ ଅଧିନ ରେ ଥିବା ଟିକରପଡ଼ା ନିକଟ ଉଡାଯାହାଜ ପଡିଆ କୁ ଚିହ୍ନଟ କରି ଜମି ଅଧିଗ୍ରହଣ କରି ଉଡାନ ଯୋଜନା ରେ ସାମିଲ କରିବା ଏବଂ ରାମନାଗୁଡା ବ୍ଲକ ରେ ନୂତନ ଭାବେ ହେବାକୁ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରି ପ୍ରଦାନ କରିବା ନେଇ ଉଲ୍ଲେଖ କରାଯାଇଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ତାଙ୍କ ସହ ରାମନାଗୁଡା ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା ଏବଂ ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଗୋଗୁପାଡୁ ପଂଚାୟତ ରେ ବିଡ଼ିଓ ଙ୍କ ଅଭିଯୋଗ ଶୁଣାଣି ।

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡା) – ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଂଚାୟତ କାର୍ଯ୍ୟାଳୟ ଠାରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ, ନାଏବ ସରପଞ୍ଚ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିବା ବେଳେ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ,,ଗ୍ରାମ୍ୟ ରୋଜଗାର ସେବକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,, ପାନୀୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ,ବିପିସି ଅଧିକାରୀ,ଯୋଗାଣ ସହାୟକ ଓ ପଂଚାୟତ ଅଧିନ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।ଏଥିରେ ସମୁଦାୟ ୨୪୭ ଟି ଆବେଦନକାରୀ ଙ୍କ ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଏହି ଅଭିଯୋଗ ସମ୍ପର୍କରେ ଆଶୁ ସମାଧାନ ନିମନ୍ତେ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବାରୁ ଲୋକଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହୋଇ ପାରିବ ବୋଲି ମତ ସାଧାରଣରେ ଆଶା ପ୍ରକାଶ ପାଇଥିଲା ,। ଏହି ଅଭିଯୋଗ ଶୁଣାଣି କୁ ଗ୍ରାମ୍ୟ ରୋଜଗାର ସେବକ ଏବଂ ଯୋଗଣ ସହାୟକ ପରିଚାଳନା କରିଥିବା ବେଳେ ଏଥିରେ ପଂଚାୟତ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଛତୁଆ ବଣ୍ଟନ କୁ ଅଙ୍ଗନବାଡି କର୍ମୀ ଙ୍କ ବିରୋଧ ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) -ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ନାଲାପାଣ୍ଡା ଗ୍ରାମ ରେ ଶିଶୁ , ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ଛତୁଆ କୁପ୍ରଶାସନ ପକ୍ଷରୁ ବଣ୍ଟନ କରାଯିବାକୁ ଆସିଥିବା ଗାଡ଼ି କୁ ଅଙ୍ଗନବାଡି କର୍ମୀ ମାନେ ଅଟକାଇଥିଲେ । ୮ ଦଫା ଦାବି ନେଇ ସାରା ରାଜ୍ୟରେ ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିବା ଅବସରରେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ସମସ୍ତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଭଳି ତରବରିଆ ଭାବେ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କରିଛନ୍ତି ଅଙ୍ଗନବାଡି କର୍ମୀ । ଧାରଣା ଚାଲିଥିବା ହେତୁ ଦୀର୍ଘଦିନ ଧରି ଶିଶୁ , ଗର୍ଭବତୀ ଏବଂ ପ୍ରସୂତି ମହିଳାମାନେ ପୁଷ୍ଟିକର ଖାଦ୍ୟ ରୁ ବଞ୍ଚିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ତରଫରୁପ୍ରତି ଅଙ୍ଗନବାଡି କେନ୍ଦ୍ର ରେ କୌଣସି ପରିସ୍ଥିତିରେ ମଧ୍ୟ ସୁରୁଖୁରୁରେ ଛତୁଆ ବଣ୍ଟନ ପାଇଁ ସେକ୍ଟର ସୁପରଭାଇଜର ମାନଙ୍କ ସହଯୋଗ ରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ବଣ୍ଟନ କରିବା ପାଇଁ ଯୋଜନା କରାଯାଇଛି ।ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨ ତାରିଖ ଦିନ ରାମନାଗୁଡା ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରୀ ଙ୍କ ତରଫରୁ ସନ୍ଧ୍ୟା ସମୟରେ ପ୍ରତି କେନ୍ଦ୍ର ରେ ଛତୁଆ ବଣ୍ଟନ କରିବାକୁ ଯାଉଥିବା ଖବର ପାଇ ରାମନାଗୁଡା ଅଙ୍ଗନବାଡି କର୍ମୀ ସଂଘ ସମ୍ପାଦିକା ଯମୁନା ଶବର ଙ୍କ ନେତୃତ୍ୱରେ ପ୍ରତିମା ଶବର, ଚନ୍ଦ୍ରକଳା ଗମାଙ୍ଗ, ଜୟନ୍ତୀ ଗମାଙ୍ଗ, ଉଷାବତୀ ଶବର ଙ୍କ ସମେତ କୁଜେନ୍ଦ୍ରୀ ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀ ଛତୁଆ ବଣ୍ଟନ ଗାଡ଼ି କୁ ପିଛା କରି ନାଲାପାଣ୍ଡା ଗ୍ରାମ ରେ ପହଞ୍ଚି ଅଟକାଇ ଥିଲେ ,ପୁଣି ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଛତୁଆ ବଣ୍ଟନ କରିବାକୁ ହେବ ନାହିଁ ବୋଲି ତାଗିଦ୍ କରିବା ସହ ଉକ୍ତ ଗାଡ଼ି ରେ ଛତୁଆ ବୋଝେଇ କରି ଫେରେଇ ନେଇଯିବା କୁ କହିଥିଲେ ।

ମହିଳା ଙ୍କୁ ସ୍ୱାଭଲମ୍ବୀ ଓ ଉଦ୍ୟୋଗୀ କରିବା ଆମ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଭୁବନେଶ୍ବର ରେ ଚାଲିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ଙ୍କୁ ସ୍ୱାଭଲମ୍ବୀ ଓ ଉଦ୍ୟୋଗୀ କରିବା ଆମ ଲକ୍ଷ୍ୟ ମତ ବ୍ୟକ୍ତ କରିଛନ୍ତି l ଏହା ମଧ୍ଯ କହିଛନ୍ତି କି ମୋ ସରକାର ପାଇଁ ମହିଳା ସଶକ୍ତି କରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ ଓଡିଶା ରେ କାମ କରୁଥିବା ୬ ଲକ୍ଷ ସ୍ଵୟଂ ସହାୟକ ମିଶନ ଶକ୍ତି ମା ମାନଙ୍କୁ ବିନା ଶୁଦ୍ଧ ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଦେବା ସଙ୍କ୍ରାନ୍ତୀୟ ନିଷ୍ପତ୍ତି ରାଜ୍ଯ ସରକାର ନେଇଛନ୍ତି ପ୍ରତି ଜିଲ୍ଲା ଫେଡେରେସନ କୁ ୧ କୋଟି ଟଙ୍କା ର ରିଭଲ୍ଡିଂ ପାଣ୍ଠି ପ୍ରତି ବ୍ଲକ ସ୍ତରୀୟ ଫେଡେରେସନ କୁ ୫୦ ଲକ୍ଷ ଟଙ୍କା ର ରିଭଲ୍ଡିଂ ପାଣ୍ଠି ଦିଆଯିବ l ସେହିଭଳି ପଞ୍ଚାୟତ ସ୍ତରୀୟ ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ l ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ କୁ ସାକାର କରିବା ପାଇଁ ୩୦ ଟି ଜାକ ଜିଲ୍ଲା ରେ ମାଇକ୍ରୋ ମିନି ଶିଳ୍ପ ପାଥ୍ କରାଯିବ l ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରୁଣ ଦେବାରେ ଭଲ କାମ୍ କରିଥିବା ଓଡ଼ିଶା ଗ୍ରାମୀ ବ୍ୟାଙ୍କ୍, ଷ୍ଟାଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ୍ କୁ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ରେ ମିସନ୍ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ୍ ଭାଷଣ ଦେଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମବ୍ରମ ଅତିଥି ଭାବେ ଯୋଗଦେଇ ମାଁ ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଉଦବୋଧନ ଦେଇ ଥିଲେ l

ନୂତନ ଉପ ଜିଲ୍ଲାପାଳ ଙ୍କ ଦାୟୀତ୍ବ ଗ୍ରହଣ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀଯୁକ୍ତ ଲଳିତ କୁମାର କହଁର ନୂତନ ଉପ ଜିଲ୍ଲାପାଳ ଭାବେ ରାୟଗଡା ଜିଲ୍ଲା ଗୁଣପୁର ଠାରେ ଯୋଗ ଦେଇ ପୂର୍ବତନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଲୋକନାଥ ଦଲବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ । ଉପ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ସେ ସମସ୍ତ କର୍ମଚାରୀଙ୍କୁ ଭେଟିଛନ୍ତି। ଗୁଣପୁର ଉପ ଜିଲ୍ଲାପାଳ ଭାବେ ଗୁଣପୁର ଉପଖଣ୍ଡର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ସୈନିକ ସ୍କୁଲ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) -ସହୋଦୟ ସ୍କୁଲ କମ୍ପ୍ଲେକ୍ସ ଆନୁକୂଲ୍ୟରେ ସୈନିକ ସ୍କୁଲ ଭୁବନେଶ୍ୱରର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଅଛି । ଏହି ପ୍ରଦର୍ଶନୀଟି ବିଦ୍ୟାଳୟର କନିଷ୍ଠତମ କ୍ୟାଡ଼େଟ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏଥିରେ ସମୁଦାୟ ୩୮ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ କନିଷ୍ଠ ବିଭାଗ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ ବିଭାଗ (ନବମରୁ ଦ୍ୱାଦଶ) ଶ୍ରେଣୀର ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଂଶଗ୍ରହଣ କରିଥିଲେ ।ବରିଷ୍ଠ ବିଭାଗର ପ୍ରତିଯୋଗୀମାନେ ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ, ଜୈବବିବିଧତାର ସଂରକ୍ଷଣ ଜଳବାୟୁ ପରିବର୍ତନର ପ୍ରଭାବ, ମାନବ ସମାଜ ପାଇଁ ଜୀବବିଜ୍ଞାନର ଅବଦାନ ଏବଂ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ଆଦି ବିଷୟରେ ଉପସ୍ଥାପନା କରିଥିବା ସ୍ଥଳେ କନିଷ୍ଠ ବିଭାଗରେ ଗମନାଗମନ ଏବଂ ଯୋଗାଯୋଗରେ ଟେକ୍‌ନୋଲୋଜିର ଅବଦାନ । ମାନବଜୀବନରେ ଟେକ୍‌ନୋଲୋଜିର ଉପକାର ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିଜ୍ଞାନର ବରଦାନ ବିଷୟରେ ଉପସ୍ଥାପନା କରିଥିଲେ ।ବିଚାରକ ଭାବରେ ଆଇ.ଏମ୍‌.ଏମ୍‌.ଟି ଆଂଚଳିକ ବିଜ୍ଞାନ କେନ୍ଦ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଆର୍‌.ଆଇ.ଇ, କେନ୍ଦ୍ରୀୟ ବିଦ୍ୟାଳୟ ୪ ନମ୍ବର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ବୈଜ୍ଞାନିକମାନେ ପ୍ରତିଯୋଗୀମାନଙ୍କର ମୂଲ୍ୟାୟନ କରିବା ସହ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ଏହି ପ୍ରଦର୍ଶନୀକୁ ସଫଳ କରିବାରେ ଉପାଧ୍ୟକ୍ଷ କମାଣ୍ଡର ଉଷା ସାଙ୍ଗୱାନ, ପ୍ରଶାସନିକ ଅଧିକାରୀ ଲେପ୍‌ଟନାଂଟ କର୍ଣ୍ଣଲ ଅମିତ ତିୱାରୀ ଏବଂ ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟକ୍ଷ କର୍ଣ୍ଣଲ ବାଲୁ ଭରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କ୍ୟାଡ଼େଟ୍‌ମାନଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ମେ କ୍ ଇନ୍ ଓଡ଼ିଶା କନ୍ କ୍ଲେଭାର ରେ ଯୋଗ ଦେଲେ ୧୧ଟି ଦେଶ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ଯ ସରକାରଙ୍କ ପକ୍ଷରୁ ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶ କୁ ବ୍ୟାପକ କରିବା ଲକ୍ଷ୍ୟ ରେ ଆୟୋଜିତ ମେକ୍ ଇନ୍ ଓଡିଶା କନକ୍ଳେଭର୍ ର ତୃତୀୟ ସଂସ୍କରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଆୟୋଜିତ ବୈଠକରେ ୫୪ ଜଣ ବିଶିଷ୍ଠ ଶିଳ୍ପପତି ମେକ୍ ଇନ୍ ଓଡିଶା ମଞ୍ଚ ରେ ବସିଥିଲେ l ଏହି ସମ୍ମିଳନୀ କୁ ୧୧ ଗୋଟି ଦେଶରୁ ପ୍ରଦର୍ଶନୀ ପାଇଁ ଶିଳ୍ପ ଉଦ୍ୟୋଗି ମାନେ ଆସି ଇଣ୍ଡ ଷ୍ଟ୍ରିଆଲ ଏକ୍ସପୋ ରେ ଅଂଶଗ୍ରହଣ କରିଛନ୍ତି l କନକ୍ଳେଭର୍ ରେ ୨ ହଜାର ପ୍ରତିନିଧି ଯୋଗ ଦେଇଥିବା ବେଳେ ସମୁଦାୟ ୧୩ ଟି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିବା ଜଣା ପଡିଛି l ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ଯ ସରକାରଙ୍କୁ ସଫଳତା ମିଳିଛି l ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆସିଥିବା ପ୍ରସ୍ତାବ ଜରିଆରେ ରାଜ୍ୟ କୁ ୭ ଲକ୍ଷ ୨୬ ହଜାର ୧୨୮ କୋଟି ୪୫ ଲକ୍ଷ ଟଙ୍କା ର ପୁଞ୍ଜି ନିବେଶ ଆଗ୍ରହ ସାମିଲ ଥିବା ସୂଚନା ମିଳିଛି l ଏହା ଦ୍ଵାରା ୩ ଲକ୍ଷ ୨୦ ହଜାର ୭୪୧ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି l କେବଳ ପ୍ଲେନାରୀ ସେସନ୍ ରେ ୬୭ ଟି ପୁଞ୍ଜି ନିବେଶ ଆଗ୍ରହ ଜରିଆରେ ୫ ଲକ୍ଷ ୫୦ ହଜାର ୭୪୨ କୋଟି ୨୬ ଲକ୍ଷ ଟଙ୍କା ର ନିବେଶ ପ୍ରସ୍ତାବ ଆସିଛି l ଏହା ଜରିଆରେ ୨ ଲକ୍ଷ ୪୭ ହଜାର ୮୯୨ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ l ସେହି ଭଳି ପୂର୍ବରୁ ରୋଡ୍ ଶୋ ଜରିଆରେ ମେକ୍ ଇନ୍ ଓଡିଶା ପାଇଁ ଆସିଥିବା ୭୮ ଟି ଆଗ୍ରହ ନିବେଶ କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି l ଏହା ମାଧ୍ୟମରେ ରାଜ୍ଯ କୁ ୧ ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କା ର ପୁଞ୍ଜି ନିବେଶ ସମ୍ଭାବନା ଓ ୭୨ ହଜାର ୮୪୯ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ଆସିଛି ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଓଡିଶା ର ରୂପାନ୍ତରଣ କ୍ଷେତ୍ର ରେ ମେକ୍ ଇନ୍ ଓଡିଶା ର ଭୂମିକା ଗୁରୁତ୍ୱପୂର୍ଣ୍ଣ, ରାଜ୍ଯ ସରକାର ଶିଳ୍ପ ର ବିକାଶ ଲାଗି ପ୍ରତିଶ୍ରୁତି ବଦ୍ଧ ଏବଂ ରାଜ୍ଯ ରେ ନୂଆ ସୁଯୋଗ ସୃଷ୍ଟି ହେଉଛି ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି l