ଗୁଣପୁର ଓକିଲ ସଂଘ ପକ୍ଷରୁ ଦିନିକିଆ କୋର୍ଟ ବନ୍ଦ …!
ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ସୁପ୍ରିମକୋର୍ଟ ର ଗତ ଦିନ ଦେଇଥିବା ସମସ୍ତ ବାର ସଦସ୍ୟ ଙ୍କ ଲାଇସେନ୍ସ ରଦ୍ଧ ନିଷ୍ପତ୍ତି କୁ ବିରୋଧ କରି ଭୁବନେଶ୍ୱର ବାର ଆସୋସିଏସନ ର ଡାକରା କ୍ରମେ ଆଜି ରାୟଗଡା ଜିଲ୍ଲା ଗୁଣୁପର ବାର ର ସଦସ୍ୟ ମାନେ ଦିନିକିଆ କୋର୍ଟ ବନ୍ଦ ପାଳନ କରିଛନ୍ତି । ଫଳରେ ଆଜି ସମ୍ପୂର୍ଣ କୋର୍ଟ କାମ ଏକରକମ ଅଚଳ ହୋଇଯାଇଚି । ଫଳରେ ଦୁରଦୂରାନ୍ତ ରୁ କୋର୍ଟ କାମରେ ଆସିଥିବା ଲୋକେ ନାହିଁ ନଁ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ସୁପ୍ରିମକୋର୍ଟ ତୁରନ୍ତ ରଦ୍ଧ ନିଷ୍ପତ୍ତି କୁ ପ୍ରତ୍ୟାହାର କରନ୍ତୁ ବୋଲି ଗୁଣୁପୁର ବାର ର ସଭାପତି ବ୍ରହ୍ମାନନ୍ଦ ପଟନାୟକ ଦାବି କରିଛନ୍ତି । ଗୁଣୁପୁର ବାର ର ସଭାପତି ବ୍ରହ୍ମାନନ୍ଦ ପଟନାୟକ ,ଦେବୀ ଆଚାର୍ଯ୍ୟ,ଏସ ଗଣାପତିରାଓ, ପ୍ରମୋଦ କୁମାର ସାହୁ , ଗଦା ପଣ୍ଡା ଗୁଡୁଲା ମାଧବୀ , ପ୍ରବୀଣ ପଟନାୟକ , ଅକ୍ଷୟ ଶତପଥୀ ପ୍ରଦୀପ ପ୍ରମୁଖ ଦିନିକିଆ ବନ୍ଦ ରେ ସାମିଲ ହୋଇଥିଲେ ।


ଉକ୍ତ ସାଧାରଣ ସଭାରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସମେତ ସି ପି ଆଇ ( ଏମଏଲ) ଲିବରେସନ କେନ୍ଦ୍ର କମିଟି ସଭ୍ୟ ଜନାର୍ଦ୍ଦନ ପ୍ରସାଦ ଓ ଆନ୍ଧ୍ର ପ୍ରଦେଶ କେନ୍ଦ୍ର କମିଟି ସଭ୍ୟ ଏନ ମୂର୍ତ୍ତୀ,ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା – ସବିତା ବରଜ ,ମୁରଲୀ ବେହେରା , ମନ୍ଦାକିନୀ ସେଠି ,ବୃନ୍ଦାବନ ବିଡିକା ଓ ଅନାନ୍ୟ ସାଥି ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧ ରେ ସମବେତ ଲୋକଙ୍କୁ ଉଦବୋଧନ ଦେଇଥିଲେ। ଗଣତନ୍ତ୍ର ବଞ୍ଚlଅ ଓ ଦେଶ ବଞ୍ଚାଓ, ଦେଶରେ ଗରିବ ଲୋକ ମାନଙ୍କ ଉପରେ ବୁଲଡୋଜର ରାଜକୁ ବନ୍ଦ କରିବା,କେନ୍ଦ୍ର ସରକାର ଆଣିଥିବା ଜଂଗଲ ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରିବା ଚକ୍ରାନ୍ତ କୁ ବନ୍ଦ କରିବା,ସମସ୍ତଙ୍କୁ ସିଲିଂ ବହିର୍ଭୂତ ଜମି – ଜଂଗଲ ଜମି – ଘର ଡିହ ପଟା ଯୋଗାଇ ଦେବା, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ୩୦୦୦ ଟଙ୍କା ସହ ଭାଗଚାଷୀ ମାନଙ୍କୁ ଚାଷି ର ମାନ୍ୟତା ପ୍ରଦାନ କରିବା ଓ ବିଦ୍ୟୁତ ଆଇନ ବାତିଲ କରିବା ପ୍ରଭୃତି ଦାବୀ ରହିଛି ।