ଦାୟିତ୍ୱ ନେଲେ ସୁଶ୍ରୀ ପ୍ରଭାତି ଝୋଡିଆ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ଗୁଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରି କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ କରିଚନ୍ତି ।ମୁକ୍ତା ଯୋଜନା ର ସଫଳ ରୂପାୟନ କରିବା , ରାଜ୍ୟ ସରକାରଙ୍କ ଜାଗା ମିଶନ ରେ ଅଧିକ ରୁ ଅଧିକ ବସ୍ତି ବାସିନ୍ଦା ଙ୍କୁ ଜମି ଅଧିକାର ଦେବା,ଗୁଣୁପୁର ସହର ରେ ପରିମଳ ବ୍ୟବସ୍ଥା ର ତଦାରଖ କରିବା ସୁସ୍ଥ ବାତାବରଣ ସୃଷ୍ଟି କରିବା ,ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସଶକ୍ତି କରଣ କରିବା , ଜାତୀୟ ସହରାଞ୍ଚଳ ଉନ୍ନତି କରଣ ମିଶନ ମାଧ୍ୟମ ରେ ଗୁଣୁପୁର ସହର ର ବିକାଶ କୁ ପ୍ରାଧାନ୍ୟ ଦେବା ଦିଗରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି ।ଆଗାମୀ ଦିନରେ ସହରାଞ୍ଚଳ ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁଶ୍ରୀ ପ୍ରଭାତୀ ଝୋଡିଆ ନିଜ ପ୍ରତିକ୍ରିୟା ରେ କହିଛନ୍ତି ।ଜଣେ ଦକ୍ଷ ସୁ ପ୍ରଶାସକ ନିର୍ବାହୀ ଅଧିକାରୀ ଦାୟିତ୍ଵ ଗ୍ରହଣ କରି ଥିବାରୁ ଆଗାମୀ ଦିନରେ ପରିଷଦର କିଛି ସମସ୍ୟା ଦୂର ହୋଇପାରିବ ବୋଲି ସାଧାରଣରେ ଆଶା ପ୍ରକଟ ପାଇଛି ।

ରାମନାଗୁଡା ବ୍ଲକ ରେ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ…!

!!! ରାୟଗଡ଼ା ଜିଲ୍ଲା ରାମନାଗୁଡା ରୁ ଶୁଭଜିତ୍ ପଟନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ରାମନାଗୁଡ଼ା) – ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଠାରେ ଚଇତି ୨୦୨୨ ପାଳନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଜାନୁଆରୀ ୨ ତାରିଖ ଦିନ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ଉପକଣ୍ଠ ମିନାଝୁଲାର ପବିତ୍ର ଶୈବପୀଠ ନିକଟସ୍ଥ ତ୍ରିବେଣୀ ସଙ୍ଗମ ଠାରୁ ପବିତ୍ର ଅଭିମନ୍ତ୍ରୀତ ଜଳ ସଂଗ୍ରହ କରାଯିବା ପରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ପାଳନ ହେବାକୁ ଥିବା ବେଳେ ଏ ନେଇ ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଦ୍ ଭାବନା ଗୃହ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ ମଞ୍ଚାସିନ ରହିଥିବା ବେଳେ ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ବରିଷ୍ଠ ନେତା ତଥା ସାମାଜିକ କର୍ମୀ ନବୀନ ନାୟକ ବେହେରା, ବ୍ଲକ କଂଗ୍ରେସ ସଭାପତି ବାଞ୍ଚାନିଧି ବେହେରା, ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା ,ସମିତି ସଭ୍ୟ କମଳ ଲୋଚନ ମୁଟିକା, ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା, ବିଜେଡି ବ୍ଲକ ସଭାପତି ସଞ୍ଜୟ କୁମାର ପ୍ରଧାନ ,ଯୁବ ନେତା ଆନନ୍ଦ ପରିଛା ଙ୍କ ସମେତ ବିଭିନ୍ନ ପଂଚାୟତ ର ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ପ୍ରଶାସନିକ ସ୍ତରରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର,ତତ୍କାଳୀନ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତଥା ପଂଚାୟତ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ଶତପଥୀ ,ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ କୁମାର ମହାପାତ୍ର,ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ,ଓଡ଼ିଶା ଜୀବିକା ମିଶନ ବିପିଏମ ଯସ୍ମୀନ ମୁଟିକା, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ରାମନାଗୁଡା ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର, ଗୋଗୁପାଡୁ ମଣ୍ଡଳ ପରିଦର୍ଶିକା ସାବିତ୍ରୀ ନାୟକ, ଶିକ୍ଷକ ଶରତ ନେମାଲପୁରୀ ଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ପଦାଧିକାରୀ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ,ସମାଜସେବୀ ଉପସ୍ଥିତି ରହି ବ୍ଲକ ଚଇତି ମହୋତ୍ସବକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଆଲୋଚନା କରି ବିଭିନ୍ନ ଦାୟିତ୍ଵ କୁ ସମ୍ପାଦନା ସହ ପରିଚାଳନା କରିବା ପାଇଁ ସ୍ଵତନ୍ତ୍ର କମିଟି ଗଠନ କରାଗଲା । ଜାନୁଆରୀ ମାସ ୪ ତାରିଖ ଦିନ ହେବାକୁ ଥିବା ବ୍ଲକ ସ୍ତରୀୟ ଚଇତି ଉତ୍ସବ କାର୍ଯ୍ୟକ୍ରମ ରେ ପ୍ରଥମେ ଗୁମୁଡ଼ା ସ୍ଥିତ ବଂଶଧାରା ନଦୀ ରୁ କଳସ ମାଧ୍ୟମରେ ପବିତ୍ର ଜଳ କୁ ଆଣି ରାମନାଗୁଡା ସ୍ଥିତ ମଙ୍ଗଳା ମନ୍ଦିର ରୁ ପାରମ୍ପରିକ ବାଦ୍ୟ ମାଧ୍ୟମରେ ବିରାଟ ପଟୁଆର ରେ ସ୍ଥାନୀୟ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପଡ଼ିଆ ରେ ପହଞ୍ଚିବା ପରେ କଳସ ସ୍ଥାପନ କରାଯିବ ତାପରେ ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ରାୟଗଡା ଜିଲ୍ଲା ର ସୁନାମଧନ୍ୟ ହାସ୍ୟ ଅଭିନେତା ଟୁନା ଟନ ଟନ ଙ୍କୁ ଓ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ସ୍ତରୀୟ ହକି ଖେଳ ର ଉଦଘାଟନୀ ଉତ୍ସବ ର କଣ୍ଠଶିଳ୍ପୀ ନମିତା ମେଲାକା ,ଓ ଜି ସାର୍ଥକ ର ସାରେଗାମାପା ରିଆଳିଟି ଶୋ ରେ ଭାଗ ନେଇଥିବା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ସ୍ଥିତ ସୁଲୁଡି ର ଯୁବକ ନାଗ ଭୂଷଣ ନିମାଲା ଙ୍କୁ ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ ରେ ନିମନ୍ତ୍ରଣ କରାଯିବା ନେଇ ଆଲୋଚନା କରାଯାଇଥିଲା । ରାମନାଗୁଡା ବ୍ଲକ ର ତାରକା ମାନଙ୍କୁ ମାନ ପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର କରାଯାଇଥିବା ବେଳେ ଚଇତି ମହୋତ୍ସବ ପାଳନ ବେଳେ ୧୦ ଗୋଟି ଷ୍ଟଲ୍ ବିଭିନ୍ନ ବିଭାଗ ତରଫରୁ କରାଯିବା ପାଇଁ ଆଲୋଚନା ରେ ସ୍ଥାନ ପାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିପିଇଓ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ବଂଶଧାରା କପ୍ ଫାଇନାଲ ରେ ସମ୍ବଲପୁର ବିଜୟୀ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଚଳିତ ମାସ ୨୪ ତାରିଖରୁ ଗୁଣପୁର ବଂଶଧାରା ବସନ୍ତ ମୋହତ୍ସବ ଆନୁକୁଲ୍ୟରେ ପ୍ରଥମ କରି ମିନି ଷ୍ଟାଡିୟମରେ ଚାଲିଥିବା ଡ୍ୟୁଜ ବଲ୍ କ୍ରିକେଟ ଟର୍ଣ୍ଣ। ମେଣ୍ଟ ବଂଶଧାରା କପ୍ ର ଫାଇନାଲ ମ୍ୟାଚ୍ ଆଜି ମହା ଆଡ଼ମ୍ବରରେ ଶେଷ ହୋଇ ଯାଇଛି । ଏଥିରେ ସମ୍ବଲପୁର ଏମ ଏମ ସି ସି ଏବଂ ବାଲେଶ୍ଵର ଆଦର୍ଶ କ୍ରିକେଟ କ୍ଲବ୍ ମଧ୍ୟରେ ଟକ୍କର ଖେଳ ପ୍ରଦର୍ଶନ କରାଯାଇଥିଲା । ଶେଷରେ ସମ୍ବଲପୁର ଏମ ଏମ ସି ସି ଟିମ୍ ବାଲେଶ୍ଵର କୁ ୮୪ ରନ୍ ରେ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ଆୟୋଜିତ ସଭାରେ ଜି ଆଇ ଇ ଟି ବିଶ୍ବ ବିଦ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀ ଜଗଦୀଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଦୀର୍ଘ ୭ଦିନ ଧରି ଚାଲିଥିବା ଏହି ବଂଶଧାରା କପ୍ ରେ ଆମ୍ପାୟର ଭାବେ ରହିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଶ୍ରୀ ସାରଦା ପ୍ରସନ୍ନ ମହାପାତ୍ର ଏବଂ ମ୍ୟାଚ୍ କମେଣ୍ଟେଟର ଭାବେ ରହିଥିବା ଶ୍ରୀ ପ୍ରତ୍ୟୁଷ ସାହୁ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଷ୍ଟାଡିୟମ ଠାରେ ରହିଥିବା କ୍ରୀଡା ପ୍ରେମୀ ଦର୍ଶକ ମାନଙ୍କୁ ପରିଚାଳନା କମିଟି ପକ୍ଷରୁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରି ଆପ୍ୟାୟିତ କରାଯାଇଥିଲା । କୃତି ଖେଳାଳି ମାନଙ୍କୁ ଆୟୋଜିତ ସଭାରେ ବଳରାମ ପଣ୍ଡା ସ୍ମାରକୀ ଟ୍ରଫି ସ୍ୱରୂପ ୬୦ ହଜାର ଟଙ୍କା ସହ ୱିନର ଟ୍ରଫି ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବାଲେଶ୍ବର ଟିମ୍ ଖେଳାଳିଙ୍କୁ ୪୦ ହଜାର ଟଙ୍କା ସହ ରାନର୍ ଟ୍ରଫି ଫେବୃଆରୀ ମାସ ୧ ତାରିଖ ଦିନ ମହୋତ୍ସବ ର ଅନ୍ତିମ ଦିନ ରେ ପୁରସ୍କୃତ କରାଯିବ । ପରି ଶେଷରେ ନବ ନିର୍ମାଣ ସମିତି ର ସମ୍ପାଦକ ଶ୍ରୀ ରଞ୍ଜିତ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ହୀନ ରାଜନୀତି ରେ ବଳି ପଡ଼ିବ କି ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ …!

!!! ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ଦିବ୍ୟରଞ୍ଜନ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନୟାଗଡ଼/ନୂଆଗାଁ)- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା +୩ ମହାବିଦ୍ୟାଳୟ ର ପ୍ରିନ୍ସପାଲ ପଦବି ଓ ସଭାପତି ଚୟନ ପାଇଁ କୁଜିନେତା ଙ୍କ ରାଜନୀତି ଚରମ ସୀମା ରେ ପହଞ୍ଚିଥିବା ଚର୍ଚ୍ଚା ଜୋର୍ ଧରିଛି |ଦଶପଲ୍ଲା ବିଧାୟକ ଙ୍କ ନିର୍ଦେଶ ରେ ରାଜନୀତି ହେଉଥିବା ମଧ୍ୟ ଅଭିଯୋଗ ଉଠିଛି । ୨୦୧୨ ମସିହାରୁ କଲେଜ ର ପ୍ରିନ୍ସପାଲ ପଦବି ଓ ସଭାପତି ପଦବି ପାଇଁ ଉଚ୍ଚ ନ୍ୟାୟଳୟ ରେ ମକଦ୍ଦମା ବିଚାରଧୀନ ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବାହାଡାଝୋଲା ରେ ଆଞ୍ଚଳିକ ବିକାଶ ପରିଷଦ ନାଁ ନେଇ +୩ ମହାବିଦ୍ୟାଳୟ କୁ ବିନାଶ କରିବାକୁ ଷଡଯନ୍ତ୍ର କରୁଥିବା ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି | ସେ ମଧ୍ୟ୍ୟ କହିଛନ୍ତି ବିଧାୟକ ଙ୍କ ଇଙ୍ଗିତ ରେ ଏଭଳି ମହାବିଦ୍ୟାଳୟ ରେ ରାଜନୀତି କରାଯାଉଥିବା କଥା କହିଛନ୍ତି | ମହାବିଦ୍ୟାଳୟ ରେ ପିଲା ପାଠ ପଢ଼ୁଥିବା ସମୟରେ କିଛି ଲୋକଙ୍କୁ ମେଳିକରି ମହାବିଦ୍ୟାଳୟ ର ନୋମିନେଟ ସଭାପତି କହି ପ୍ରହଲ୍ଲାଦ ସାହୁ ମହାବିଦ୍ୟାଳୟ ପରିସରରେ ହୋହାଲ୍ଲା କରିବା ସହ ବିଶୃଙ୍ଖଳା ମଧ୍ୟ୍ୟ କରୁଥିବା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି | ୨୦୧୨ ମସିହା ରୁ ଅଧକ୍ଷା ଶ୍ରୀମତୀ ପଣ୍ଡା ଏବଂ ଅଧ୍ୟାପକ ଅଶୋକ ସାହୁ ଙ୍କ ମଧ୍ୟରେ ପ୍ରିନ୍ସପାଲ ପଦବି କୁ ନେଇ ଉଚ୍ଚ ନ୍ୟାୟଳୟ ରେ ମକଦମା ବିଚାରଧୀନ ଥିବା ବେଳେ ୨୦୨୨ ମସିହା ଏହାର ସମାଧାନ ହୋଇଥିଲା | ନୟାଗଡ଼ ଏଡିଏମ୍ ର ନିର୍ଦେଶନାମା ଅନୁସାରେ ମହାବିଦ୍ୟାଳୟ ର ଅଧ୍ୟାପକ ନଳିନୀ ରଞ୍ଜନ ଭୂୟାଁ କୁ ପ୍ରିନ୍ସପାଲ ଭାବେ ଯୋଗ ଦେବା ସହ ୩ ଦିନ ଭିତରେ ଚାର୍ଜ ନେବା ପାଇଁ ନିର୍ଦେଶ ଥିବା ବେଳେ ନୟାଗଡ଼ ଏଡିଏମ୍ ଙ୍କ ଚିଠି କୁ ଚ୍ୟଲେଞ୍ଜ କରି ପ୍ରହଲ୍ଲାଦ ସାହୁ ବିଧାୟକ ଙ୍କ ଇଙ୍ଗିତ ରେ ପୁଣି ମହାବିଦ୍ୟାଳୟର ସଭାପତି ପଦବି ପାଇଁ ରାଜନୀତି କରି ପୁଣି ଉଚ୍ଚ ନ୍ୟାୟଳୟ ରେ ମକଦମା ରୁଜୁ କରିଥିବା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି | ବିଲେଇ କୁ ମାଛ ଜଗିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି |ସେପଟେ ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ମହାବିଦ୍ୟାଳୟ ର ୩୦ ଲକ୍ଷ ଟଙ୍କା ଶ୍ରୀମତୀ ପଣ୍ଡା ଙ୍କ ନାଁ ରେ ଆସିଥିବା ହଡ଼ପ ଅଭିଯୋଗ କୁ ଖଣ୍ଡନ କରିବା ସହ ତାଙ୍କୁ ମିଛ ରେ ବଦନାମ କରୁଥିବା କଥା କହିଛନ୍ତି | ସେ ମଧ୍ୟ୍ୟ କହିଛନ୍ତି ୩୦ ଲକ୍ଷ ଟଙ୍କା କେଉଁ ବାବଦରେ ରେ ମୁଁ ନେଇଛି ତାର ହିସାବ ମଧ୍ୟ୍ୟ କୋର୍ଟ ରେ ଦାଖଲ କରିବାକୁ ଶ୍ରୀମତୀ ପଣ୍ଡା କହିଛନ୍ତି | ଏପଟେ ଆସନ୍ତା ୩୧ ତାରିଖ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଫର୍ମ ପୂରଣ ର ଶେଷ ତାରିଖ ଥିବା ବେଳେ କୁଜିନେତା ଙ୍କ ରାଜନୀତି ର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ |ଏ ଘଟଣା କୁ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ବିରଞ୍ଚି ନାରାୟଣ ବେହେରା ଘୋର ନିନ୍ଦା କରିବା ସହ ଯଦି ପିଲାଙ୍କ ଭବିଷ୍ୟତ ଖରାପ ହୁଏ ତେବେ ଆଗାମୀ ଦିନରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ ଆଇନି ଗତ କାର୍ଯ୍ୟାନୁଷ୍ଠାନ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି |

ଛାତ୍ରଛାତ୍ରୀ ମହାବିଦ୍ୟାଳୟ ର ସାମୁହିକ ସମସ୍ୟା ରାସ୍ତା, କମନ ରୁମ୍, ମହାବିଦ୍ୟାଳୟ ର ଘର ଶ୍ରେଣୀ ଗୃହ ଅବ୍ୟବସ୍ଥା ଘେରରେ ଥିବା ନେଇ ନୂଆଗାଁ ବ୍ଲକ ପ୍ରଶାସନ କୁ ୨୦ ହଜାର ଟଙ୍କା କଲେଜ ତରଫରୁ କାମ ତିଆର ପାଇଁ ଦିଆଯାଇଥିବା ବେଳେ ତାହା ଉପରେ ବିକାଶ ପରିଷଦ କାମ ନକରି ବିଧାୟକ ଙ୍କ ପ୍ରରୋଚନା ରେ ହୀନ ରାଜନୀତି କରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ବାହାଡାଝୋଲା ଗ୍ରାମପଞ୍ଚାୟତ ର ବରିଷ୍ଠ ସମାଜସେବୀ ଭବାନୀ ପ୍ରସାଦ ଦେଓ ଏ ଘଟଣା କୁ ଘୋର ନିନ୍ଦା କରିବା ସହ ପିଲା ଙ୍କ ଭବିଷ୍ୟତ କୁ ନେଇ ରାଜନୀତି କରଣକରିବା ଠିକ୍ ନୁହେଁ ବୋଲି କହିଛନ୍ତି । କଲେଜ ର ଏ ସମସ୍ୟା ଆଜିର ନୁହେଁ ୨୦୧୦ ମସିହା ରୁ ଲାଗିରହିଛି | ବିକାଶ ପରିଷଦ ନା କୁ ବର୍ତମାନ ବିନାଶ ପରିଷଦ ରେ ପରିଣତ କରିକୁଜି ରାଜନୀତି କରି ପିଲା ଙ୍କ ଭବିଷ୍ୟତ ସହ ଖେଳ ହେଲୁଛନ୍ତି ବୋଲି ପୁରାତନ ଛାତ୍ର ପ୍ରଶାନ୍ତ କୁମାର ଡାକୁଆ ଓ ମାଧବ ନାୟକ ମତବ୍ୟକ୍ତ କରିଛନ୍ତି ।ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳା ଯାଉଥିବା ଖେଳକୁ ଏବେ ବନ୍ଦ କରାଯାଉ । ଆମ୍ଭ ପରୀକ୍ଷା ରେ କିଛି ବି ଅସୁବିଧା ହୁଏ ତେବେ ଆମେ ରାଜରାସ୍ତା ରୋକ ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲେଜ ବନ୍ଦ କରିଦେବୁ ବୋଲି ଛାତ୍ରୀ ପ୍ରିୟଦର୍ଶିନୀ ସାହୁ କହିଛନ୍ତି । ଏଠାରେ ଚାଲିଥିବା ହୀନ ରାଜନୀତିକୁ ବନ୍ଦ କରାଯାଉ ନଚେତ ଆମେ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବୁ ,ଏଥିରେ ଯାହା ଅଘଟଣ ଘଟିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ବିଦ୍ୟାର୍ଥୀ,ଗ୍ରାମବାସୀ ଓ ବୁଦ୍ଧିଜୀବି ମାନେ ଚେତାବନୀ ଦେଇଛନ୍ତି ।

ବିଶ୍ଵ ହକି କପ କୁ ଗୁଣପୁର ଠାରେ ଭବ୍ୟ ସମ୍ବର୍ଦ୍ଧନା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ଗଜପତି ଜିଲ୍ଲା ରୁ ହକି ବିଶ୍ୱକପ୍ ଟ୍ରଫି ରାୟଗଡ଼ା ଜିଲ୍ଲା କୁ ଆସିବା ରାସ୍ତାରେ ଏହାକୁ ରାୟଗଡ଼ା ଜିଲ୍ଲା ସୀମା ପୂର୍ବରୁ ଅଲଡା ଗ୍ରାମ ଠାରୁ ଗୁଣପୁର ଉପ ଖଣ୍ଡ ପ୍ରଶାସନ ପକ୍ଷରୁ ବିଧାୟକ ରଘୁନାଥଗମାଙ୍ଗ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ ଉପଦେଷ୍ଟା ସୁଧୀର ଦାସ,ଉପ ଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଶରତ ଚନ୍ଦ୍ର ନାୟକ, ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସମ୍ପାଦକ ଡ଼ଃ.ଚନ୍ଦ୍ର ଧ୍ଵଜ ପଣ୍ଡା,ସାମ୍ବାଦିକ ସିଦ୍ଧାର୍ଥ ପ୍ରେମ ଦାଶ,ସୁନିଲ ସାବତ,ସୁରେନ୍ଦ୍ର ମହାନ୍ତି ଭବ୍ୟ ସ୍ଵାଗତ କରି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପହଞ୍ଚାଇ ଥିଲେ । ଏଠାରେ ଆୟୋଜିତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସ୍ଥାନୀୟ ପୌର ନିର୍ବାହୀ ଅଧିକାରୀ ପ୍ରଭାତୀ ଝୋଡ଼ିଆ,ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ ,ସମାଜସେବୀ ଅକ୍ଷୟ ଦାସ , ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟ ,ଯୁବ ସାମ୍ବାଦିକ ଶକ୍ତି ଦାଶ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀ,ସ୍ଥାନୀୟ ରାଜନୈିତିକ ନେତ୍ରୁ ବର୍ଗ ଓ ସରକାରୀ କର୍ମଚାରୀ ଯୋଗଦେଇ ଥିଲେ ।

ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଦ୍ୟାର୍ଥୀ ଯୋଗ ଦେଇ ସେମାନଙ୍କ କଳା ପ୍ରଦର୍ଶନ କରିବା ସହ ଟ୍ରଫି କୁ ସମ୍ମାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷ ରେ ରମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଉପସ୍ଥିତ କ୍ରୀଡା ପ୍ରେମୀ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଫି କୁ ଏଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡା ଅଭିମୁଖେ ନିଆଯାଇଥିଲା।ସ୍ଥାନୀୟ ଆଦର୍ଶ ଥାନା ଅଧିକାରୀ ନିଳାମ୍ୱର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ଜାନୁଆରୀ ୧୮ ରୁ ୨୨ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଠାରେ ଚଇତି ୨୦୨୨ ପାଳନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ଉପକଣ୍ଠ ମିନାଝୁଲାର ପବିତ୍ର ଶୈବପୀଠ ନିକଟସ୍ତ ତ୍ରିବେଣୀ ସଙ୍ଗମ ଠାରୁ ପବିତ୍ର ଅଭିମନ୍ତ୍ରୀତ ଜଳ ସଂଗ୍ରହ କରାଯିବା ପରେ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦ୍ ଭାବନା ଗୃହ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ତାପସ କୁମାର ଭୋଇ ଙ୍କ ତତ୍ତ୍ଵାବଧାନରେ ସମିତି ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଜିପିଓ ମାନସ ପ୍ରଧାନ, ଡିକେଡିଏ ର ସ୍ଵତନ୍ତ୍ର ଅଧିକାରୀ ସଲମନ୍ ରାଇକା, ମଞ୍ଚାସିନ ରହିଥିବା ବେଳେ ବ୍ଲକ କଳା ଓ ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ପଦାଧିକାରୀ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ ଓ ଡ୍ରାଇଭର ସଂଘ , ବଣିକ ସଂଘ ସଦସ୍ୟଙ୍କ ଉପସ୍ଥିତି ରହି ବ୍ଲକ ଚଇତି ମହୋତ୍ସବକୁ କିଭଳି ସୁଚାରୁ ରୂପେ ପାଳନ କରାଯିବ ଏନେଇ ଆଲୋଚନା କରି ବିଭିନ୍ନ ଦାୟିତ୍ଵ ସମ୍ପାଦନା ପାଇଁ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି । ଚଇତି ମହୋତ୍ସବ ପାଳନ ବେଳେ ୧୦ ଗୋଟି ଷ୍ଟଲ୍ ବିଭିନ୍ନ ବିଭାଗ ତରଫରୁ କରାଯିବାର ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା ହେଇଥିଲା । ତାସହ ଜାନୁଆରୀ ୪ରେ ସେରିଗୁମା ମିନି ଷ୍ଟାଡିୟମ ଠାରେ ଓ ୬ ତାରିଖରେ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟର ପରିସର ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ସର୍ବ ସହମତିରେ ନିଷ୍ପତି ନିଆଗଲା । ଏହି ବୈଠକକୁ ମଙ୍ଗଳ ଅଧିକାରୀ ଶ୍ରୀ ଚନ୍ଦନ ଦାସ ବାଙ୍ଗାରି ପରିଚାଳନା କରିଥିଲେ।

ଅଙ୍ଗନବାଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା ; ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ …!

!!! ରାୟଗଡ଼ ଜିଲ୍ଲା ରୁ ଶୁଭଜିତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା)- ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ର ଦୀର୍ଘ ଦିନ ର ଦାବିକୁ ନେଇ ନଭେମ୍ବର ମାସ ୨୧ ତାରିଖ ରୁ ରାଜ୍ୟ ର ସମସ୍ତ ବ୍ଳକ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଭୁବନେଶ୍ୱର ଲୟେର ପିଏମଜି ଠାରେ ଧାରଣାରେ ବସିଥିଲେ କିନ୍ତୁ ସରକାର କୈାଣସି ଦାବି ଶୁଣିନଥିବା ଯୋଗୁଁ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ ଙ୍କ ନେତୃତ୍ୱରେ ଗାନ୍ଧୀ ପାର୍କ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରି ବିଭିନ୍ନ ଦାବି ଗୁଡ଼ିକ ନେଇ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଦିନ ତମାମ ଧାରଣା ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବୀ ପତ୍ର ସହ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସମର୍ଥନ କରି ୧ ଲକ୍ଷ ଲୋକଙ୍କ ସମର୍ଥନ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଏବଂ ଦକ୍ଷିଣ ଓଡ଼ିଶା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଯେଉଁ ଭଳି ମନୋଭାବ ରଖି ସେମାନଙ୍କୁ ଅଣଦେଖା କରି ଦାବି ଗୁଡ଼ିକ ପ୍ରତି ଦୃଷ୍ଟି ଦେଉନଥିବା କୁ ନିନ୍ଦା କରିବା ସହ ତୁରନ୍ତ ସରକାର ଏହାର ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ କୈାଣସି ପ୍ରକାର ସମସ୍ୟା ସୃଷ୍ଟି ହୁଏ ତାହା ହେଲେ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ। ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀ , କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ , ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ , ବ୍ଳକ ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ , ନିରଞ୍ଜନ ସେନାପତି ଯୋଗ ଦେଇ ସରକାରଙ୍କ ଅସହଯୋଗ ମନୋଭାବକୁ ନିନ୍ଦା କରିବା ସହ ଦୃଢ଼ ବିରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକର ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ମୀ , ମିନୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ।

ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା)-  ରାୟଗଡ଼ା ଜିଲ୍ଲାର ଜିଲ୍ଲା ସାମ୍ୱାଦିକ ସଙ୍ଘର ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭାକୁରଗୁଡା ଉଦ୍ୟାନ ବିଭାଗର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ୨୦୧୯ ଠାରୁ କୋରୋନା କଟକଣା ଯୋଗୁଁ ସଂଘ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକର ଆୟୋଜନ କରାଯାଇ ନଥିବା ବେଳେ ଦୀର୍ଘ ୩ବର୍ଷ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ଅଜୟ ରଥ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ପରେ ବୈଠକକୁ ସଙ୍ଘର ଉପଦେଷ୍ଟା ତଥା ପ୍ରତିଷ୍ଠାତା ଡଃ ଶ୍ରୀ ବାଦଲ ତା ପରିଚାଳନା କରିଥିଲେ । କମିଟିର କାର୍ଯ୍ୟକାଳ ସରି ଯାଇଥିବାରୁ ଉପସ୍ଥିତ ସଦସ୍ୟଙ୍କ ମତ ଗ୍ରହଣ ପରେ ନୂତନ କମିଟି ଚୟନ କରାଯାଇଥିଲା । ନୂତନ କମିଟିରେ ସଭାପତି ଭାବେ ସର୍ବସମ୍ମତିକ୍ରମେ ଡଃ ବାଦଲ କୁମାର ତା, ଉପ-ସଭାପତି ଭାବେ ଶ୍ରୀ ସୁରେଶ ମିଶ୍ର ଓ ଶ୍ରୀ ଅନିଲ ସାହୁକାର, ସାଧାରଣ ସମ୍ପାଦକ ଭାବେ ଶ୍ରୀ ରବୀନ୍ଦ୍ର ପାଟଖଣ୍ଡାଳ, ସମ୍ପାଦକ ଭାବେ ଶ୍ରୀ ଉମାକାନ୍ତ ନିମାଲପୁରୀ ଏବଂ ଶ୍ରୀ ରମାକାନ୍ତ ପାତ୍ର, କୋଷାଧ୍ୟକ୍ଷ ଭାବେ ଶ୍ରୀ ପ୍ରଶାନ୍ତ ପାଳ ଓ ଉପଦେଷ୍ଟା ଭାବେ ବିଜୟ ମିଶ୍ରଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ୮୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ପୂର୍ବତନ ସଭାପତି ଅଜୟ ରଥ ସୁଚାରୁ ରୂପେ ସମସ୍ତ ଦାୟୀତ୍ବ ନିର୍ବାହ କରିଥିବା ବେଳେ ସଭାପତି ଡ଼ଃ ତା ତାଙ୍କ ବକ୍ତବ୍ୟରେ ସଂଘ ସାମୁହିକ ସହଯୋଗରେ ବ୍ୟବହାର ହେବା ଆବଶ୍ୟକ ଯାହାକି ଜିଲା ସାମ୍ବାଦିକ ସଙ୍ଘ ଆବିର୍ଭାବ ହେବାଠାରୁ ଦୀର୍ଘ ବର୍ଷ ଧରି ତୁଲାଇ ଆସିଛି । ଜିଲ୍ଲା ସାମ୍ବାଦିକ ସଂଘର ଏଭଳି ଚିନ୍ତା ଧାରାକୁ ନେଇ ଜିଲ୍ଲାର ସମସ୍ତ ବ୍ଲକ ପ୍ରତିନିଧିମାନେ ଆକୃଷ୍ଟ ହୋଇ ସଂଘରେ ସାମିଲ ହୁଅନ୍ତି । ଆଗାମୀ ଦିନରେ ମଧ୍ୟ ସଂଘ ସଦସ୍ୟ ମାନଙ୍କ ସାମୁହିକ ସହଯୋଗରେ ଜିଲ୍ଲାର ପ୍ରତ୍ୟେକ ଉନ୍ନତି କ୍ଷେତ୍ରରେ ନିଜର ଦାୟିତ୍ୱ ବହନ କରିବ । ଏହିଭଳି ସମସ୍ତଙ୍କ ଦାୟିତ୍ଵବୋଧ ରହିଲେ ସଂଘ ନିଶ୍ଚିତ ଆଗକୁ ବଢିବ ବୋଲି କହିଛନ୍ତି । ରାଜ୍ୟ ସ୍ତରର ସଂଘ ନୁହେଁ ବରଂ ଜିଲ୍ଲା ସ୍ତରର ସଂଘ ଗୁଡ଼ିକୁ ସଜାଡି ଜିଲ୍ଲାର ବୃହତ୍ତର ସମସ୍ୟାର ସମାଧାନରେ ବ୍ରତୀ ହେବାକୁ ମତ ପ୍ରକାଶ ପାଇଥିଲା । ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା, ଉତ୍କଳ ଆଲୁମିନା କମ୍ପାନୀର ସି ଏସ ଆର୍ ମୁଖ୍ୟ ଡଃ ଶ୍ରୀମତୀ ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏବଂ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶ୍ରୀ ଡ଼ମ୍ବୁରୁଧର ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମର ନେତୃବୃନ୍ଦ ଯଥା ଶ୍ରୀ ରଞ୍ଜନ ରଥ, ଶ୍ରୀ ଗୋପରଂଜନ ବକ୍ସିପାତ୍ର, ଶ୍ରୀ ଦୀପକ କୁମାର ପୃଷ୍ଟି, ଶ୍ରୀ ନିରଞ୍ଜନ ପାଳ, ଶ୍ରୀ ରଶ୍ମିରଞ୍ଜନ ଦୋରା, ଶ୍ରୀ ରଘୁନାଥ କାମ୍ବା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ପ୍ରସାଦ ଲିମା ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା ।

ବିଧାୟକ ଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ ….!

!!! ରାୟଗଡ଼ ଜିଲ୍ଲା ରୁ ଶୁଭଜିତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଅନ୍ତର୍ଗତ ଗୋଗୁପାଡୁ ପଂଚାୟତ ଅଧିନସ୍ଥ ଆଚପା , ଅଡ଼ାବାଇ,ପିରିବା ଆଦି ଗ୍ରାମର ଲୋକ ମାନଙ୍କୁ ରାମନାଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗୋଗୁପାଡୁ ପଞ୍ଚାୟତ ସ୍ଥିତ ଆଚପା ଠାରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ଦ୍ଵାରା ଜମି ପଟ୍ଟା ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୋଟ ୧୧୮ ଜନ ହିତାଧିକାରୀଙ୍କୁ ପଟ୍ଟା ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କ ଉପସ୍ଥିତି ରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଯେଉଁ ଲୋକ ମାନେ ରାଜସ୍ୱ ବିଭାଗ ପକ୍ଷରୁ ଶିରୋନାମା ପାଇଛନ୍ତି ସେମାନଙ୍କୁ ଖୁବଶୀଘ୍ର ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯିବ ଏବଂ ଯେଉଁ ଲୋକ ମାନଙ୍କର ଆଦୌ ଶିରୋନାମା ତାଲିକା ରେ ନାମ ପଞ୍ଜିକରଣ କରାଯାଇ ନାହିଁ ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଜଙ୍ଗଲ ଜମି ଆଇନ ମାଧ୍ୟମରେ ବ୍ୟବସ୍ଥା ଗ୍ରହଣ କରାଯାଇ ଶିରୋନାମା ପ୍ରଦାନ କରାଯିବ ବୋଲି ତହସିଲଦାର କହିବା ସହିତ ଜଙ୍ଗଲ ଜମି ପଟ୍ଟା ସମ୍ପର୍କିତ ସମସ୍ୟା ହେଉ କିମ୍ବା ତ୍ରୁଟି ଥାଏ କୌଣସି ପ୍ରକାର ପ୍ରମାଣ ପତ୍ର ପାଇବା ରେ ସମସ୍ୟା ଥାଏ ତେବେ ତହସିଲ କାର୍ଯ୍ୟାଳୟ କୁ ନ ଯାଇ ପ୍ରଥମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମାନଙ୍କୁ ଯୋଗାଯୋଗ କରିବାକୁ ବୁଝାଇଥିଲେ ।ପଟ୍ଟା ବଣ୍ଟନ ବେଳେ ରାଜସ୍ବ ବିଭାଗ କର୍ମଚାରୀଙ୍କ ସମେତ ଗୋଗୁପାଡୁ ସରପଞ୍ଚ ସଭାବତୀ ମାଣ୍ଡାଙ୍ଗି,ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ବିଜୟ ମାଣ୍ଡାଙ୍ଗି ଉପସ୍ଥିତ ଥିଲେ ।

ସୋଲାର ଅଛି ଟାଙ୍କି ନାହିଁ ; ଲୋକେ ପିଉଛନ୍ତି ଝରଣା ପାଣି..!

!!! ରାୟଗଡ଼ ଜିଲ୍ଲା ରୁ ଶୁଭଜିତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବିଷମକଟକ)- ଲୋକଙ୍କୁ ଜଳଯୋଗାଇ ଦେବା ଏବଂସାଧାରଣଙ୍କଜଳ କଷ୍ଟ କୁ ଦୂର କରିବା ନେଇ ଓଡ଼ିଶା ସରକାର ବସୁଧା ଯୋଜନା କାର୍ଯ୍ୟକ୍ଷମ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଇଲାକର ଜନତା ଏହାର ସୁବିଧା ପାଇପାରୁ ନାହାନ୍ତି ।ସୋଲାର ଟାଙ୍କି ଅଛି ହେଲେ ପାଣି ନାହିଁ ।ଲୋକେ ପିଉଛନ୍ତି ଝରଣା ପାଣି , ଏଭଳି ଏକ ଅଭାବନିୟ ଦ୍ରୁଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତ ର ଡଙ୍ଗର ବୋଲାଙ୍ଗିର ଗ୍ରାମ ଠାରେ ।ସୋଲାର ଟାଙ୍କି ଓ ବୋର ୱେଲ୍ ଥାଇ ବି ଲୋକେ ଗୋଳିଆ ଝରଣା ପାଣି ପିଇ ଦିନ ବିତାଉଛନ୍ତି ।ହେଲେ ଏଠି ପ୍ରଶ୍ନ ଉଠୁଛି,ସରକାର ପାଣି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କାହାପାଇଁ ? ଲୋକ ଙ୍କ ପାଇଁ ନା ଠିକାଦାର ଙ୍କୁ ମାଲେମାଲ୍ କରିବା ପାଇଁ ? ଟିକେ ଭଲ କରି ନଜର ପକାନ୍ତୁ ଏ ଦ୍ରୁଶ୍ୟ କୁ ,କିଭଳି ଲୋକେ ବ୍ୟବହାର ପାଇଁ ଗୋଳିଆ ପାଣି ନେଉଛନ୍ତି |ପୁଣି ତାହା ମଧ୍ୟ ବହୁ ସମୟ ସମୟ ଧରି ଅପେକ୍ଷା କରି ।ଥରେ ଜଣେ ପାଣି ନେଲେ ପାଣି ଗୋଳିଆ ହେଇଯାଉଛି । ପୁଣି ପାଣି ସଫା ହେବା ଯାଏଁ ଅପେକ୍ଷା କରିବାକୁ ପଡୁଛି |ଶହେ ମିଟର କି ଦୁଇଶହ ମିଟର ନୁହେଁ । ଦୁଇ କିମି ବାଟ ଚାଲି ଚାଲି ଝରଣା ରୁ ପାଣି ବୋହି ନେବାକୁ ପଡୁଛି ତାହା ମଧ୍ୟ ପଥୁରିଆ ଓ ବିଲ ହିଡ ରାସ୍ତା ଦେଇ । ବୁଢ଼ୀ ମାଁ ମାନେ,ଟିକିଏ ଝୁଣ୍ଟି ପଡିଗଲେ ଆର ପାରିକୁ ଯିବା ଥୟ |ବାଢି ସାଜିଛି ସେମାନଙ୍କ ବଳ । ଜୀବନ ବଞ୍ଚେଇଵାକୁ ବାଢି ଟିଏ ଧରି ବହୁ କଷ୍ଟ ରେ ପାଣି ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି |ଅନ୍ୟପଟେ ପଞ୍ଚାୟତ ପକ୍ଷରୁ ପ୍ରଦତ୍ତ ସୋଲାର ଟାଙ୍କି,ବୋରୱେଲ ଖରାପ ଅଵସ୍ଥା ରେ ପଡିରହିଛି |ସୋଲାର ଟାଙ୍କି ବୋରୱେଲ ଚାରିପଟ ଲତା ମାଡିବସିଲାଣି । ଗାଁ ଲୋକ ଙ୍କ କହିବା ଅନୁସାରେ ଜାନୁୟାରି ୨୩ ଆସିଲେ,ତିନି ବର୍ଷ ହେବ ସୋଲାର ଟାଙ୍କି ଖରାପ ହେଇ ପଡି ରହିଛି |ଏଥି ପ୍ରତି ପଞ୍ଚାୟତ କି ବ୍କକ ପ୍ରସାସନ ଧ୍ୟାନ ଦେଉନାହାନ୍ତି |ଗ୍ରାମବାସି ବହୁବାର ୱାଡମେମ୍ବର କୁ ଜଣାଇ ସାରିଛନ୍ତି |ହେଲେ ଫଳ ଶୂନ |ଏ ବିଷୟ ନେଇ କୁ କେନ୍ଦ୍ର କରି ପାଣି ବିଭାଗ ବ୍କକ କନିଷ୍ଟା ଯନ୍ତ୍ରି ରାଜଶ୍ରୀ ମହାଶୟା କୁ ଯୋଗାଯୋଗ କରିବାରୁ ,ଏଁ ଯାଇ ତାଙ୍କ ନିକଟକୁ କୌଣସି ଅଭିଯୋଗ ଆସିନି ,କିଛି ଗ୍ରାମବାସି କୁଆଡେ ମିଛ କହୁଛନ୍ତି । ଭାତପୁର ପଞ୍ଚାୟତ ରେ ରଖା ଯାଇଥିବା ଅଭିଯୋଗ ଶୁଣାଣି ଶିବିର ରେ ପାଣି ସମସ୍ୟା କୁ ନେଇ କୈଣସି ଅଭିଯୋଗ ଆସିନି ।ଯଦି ଖରାପ ଅଛି ତେବେ ଭାତପୁର ପଈଓଙ୍କୁ କହି ମରାମତି କରିବା ବ୍ୟବସ୍ଥା କରିବୁ କହିଛନ୍ତି । ବ୍କକ ଅଧିକାରି ସଦାଶିବ ନାୟକ ସହ ଯୋଗା ଯୋଗ କରିବାରୁ ଜେ॰ଇ ଙ୍କୁ କହି ଯଥା ଶିଘ୍ର ମରାମତି କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଦେଖିବାକୁ ରହିଲା କେବେ ଗ୍ରାମବାସୀଙ୍କ ଏହି ଜଳକଷ୍ଟ ଦୂର ହେବ । ଲୋକେ ଖରାପ ପାଣି ପିଇ ବିଭିନ୍ନ ରୋଗ ରେ ଶିକାର ହେଉଥିବା କଷ୍ଟରୁ କେବେ ମୁକ୍ତି ପାଇବେ |