ରେଲୱେର ଇଞ୍ଚିଏ ବି ଜାଗା ଛଡାଯିବ ନାହିଁ – ଡି॰ଆର॰ଏମ
!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର)- ଗୁଣପୁର ରେଳ ଷ୍ଟେସନର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ସମସ୍ତ ପଦକ୍ଷେପ ନିଆ ସରିଛି। ତେଣୁ କାମ ମଧ୍ଯ ଆରମ୍ଭ ହୋଇଯାଇଛି। ପାର୍କିଂ ପାଇଁ ମଧ୍ୟ ଶିଘ୍ର ଟେଣ୍ଡର ହବ। ବୁଧବାର ଗୁଣପୁର ଗସ୍ତରେ ଆସିଥିବା ଅବସରରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ରେଳବାଇର ଓ୍ବାଲଟର ଡିଭିଜନର ଡିଆରଏମ ଅନୁପ ଶତପଥୀ । ସେ ତାଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଅବସରେ ସ୍ଥାନୀୟ ବୁଦ୍ଧିଜୀବି ଏବଂ ସାଧାରଣ ଲୋକେ ଡିଆରଏମଙ୍କୁ ଭେଟି ଷ୍ଟେସନର ଉନ୍ନତିକରଣ ସହ ହାଇଦ୍ରାବାଦ୍-ବିଶାଖପାଟଣା ଗୋଦାବରୀ ଏକ୍ସପ୍ରେସକୁ ଗୁଣପୁର ଯାଏଁ ସଂପ୍ରସାରଣ ପାଇଁ ଦାବି କରିଥିଲେ। ଏଥିରେ ଡିଆରଏମ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଗୋଦାବରୀ ଟ୍ରେନ ଓ୍ବାଲଟର ଡିଭିଜନ୍ ର ଟ୍ରେନ୍ ନୁହେଁ, ଏଥିପାଇଁ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯାଇପାରିବ। ତେଣୁ ଏହା କିଭଳି ହେବ ସେନେଇ ଉଚ୍ଚ ସ୍ତରରେ ନିଷ୍ପତ୍ତି ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ଯପକ୍ଷ କଟକ ରୁ ଆସୁଥିବା ମେମୁ ଟ୍ରେନଟିକୁ ଦୈନନ୍ଦିନ ସଫେଇ କରାଯାଉ ନଥିବା ନେଇ ବାରମ୍ବାର ଯାତ୍ରୀ ମାନେ ଅଭିଯୋଗ କରିବା ସମ୍ପର୍କରେ ଧ୍ଯାନ ଦିଆଯାଇ ପଦକ୍ଷେପ ନିଆଯାଇଛି। ସେହି ସମସ୍ଯା ଆଗକୁ ଆଉ ରହିବନି ବୋଲି ସେ କହିଥିଲେ। ଗୁଣପୁର ଥେରୁବାଲି ନୂତନ ରେଳ ଲାଇନ ସଂଯୋଗ ନେଇ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ନିତି ଆୟୋଗଙ୍କ ଠାରେ ରହିଛି । ଅତିଶିଘ୍ର କାର୍ଯ୍ୟ ହେବାର ସମ୍ଭାବନା ଅଧିକ ବୋଲି ସେ କହିଥିଲେ।



ସ୍ଥାନୀୟ ଡମ୍ବସରା ଗ୍ରାମର ଆଦିବାସୀ ବାଳକ ବିଭୂତି ଶବର(୧୫) ବାପା ମୀନକେତନ ଶବରଙ୍କ ଏକମାତ୍ର ପୁତ୍ର ଅଟନ୍ତି । ବିଭୂତିଙ୍କ ଆଉଜଣ ଭଉଣୀ ମଧ୍ୟ ଅଜଣା ରୋଗରେ ପଡି ମୃତ୍ୟୁବରଣ କରିଥିବାବେଳେ ବିଭୂତି ହିଁ ଏକମାତ୍ର ବାପା,ମାଆଙ୍କ ସାହାଭରସା ଥିଲା । ବିଭୂତିଙ୍କ ବାପା,ମାଆ ଦିନ ମଜୁରିଆ କାମ କରି ପରିବାର ଚଳନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମାମୁଁ ଘର ପଦ୍ମପୁର ବ୍ଲକ ଗୁଡିଆବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବିଭୂତି । ସେ ବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ର ଥିଲେ । ପଞ୍ଚମ ଶ୍ରେଣୀ ଅଧ୍ୟୟନ ସମୟରେ ହଠାତ୍ ଗୋଡ,ହାତ ବିନ୍ଧା ହୋଇଥିଲା । ପରିବାର ଲୋକ ପ୍ରଥମେ ଗୁଣପୁର ତାପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଚିକତ୍ସା ନିମନ୍ତେ ଅର୍ଥର ଅଭାବ ଯୋଗୁଁ ବିଭୂତିଙ୍କ ଅଣ୍ଟାରୁ ଗୋଡ ଯାଏଁ ସରୁ ହୋଇ ଆସୁଛି । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଅବଗତ କରିଥିଲେ ସୁଦ୍ଧା ଚିକିତ୍ସା ନିମନ୍ତେ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । ଯାହାଫଳରେ ବିଭୂତିଙ୍କୁ ପରିବାର ଲୋକ ଚିକିତ୍ସା କରିବାରେ ସକ୍ଷମ ହୋଇନପାରି ଘରେ ପକାଇ ରଖିଛନ୍ତି । ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପ୍ରଦାନ କରାଯାଉନାହିଁ । କେବଳ ଗୋଟିଏ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ଏହା ଚଳାଇବା ବିଭୂତିଙ୍କ ପାଇଁ ସମ୍ଭବପର ହେଉନାହିଁ । ଗତ ୪ବର୍ଷରୁ ଉଦ୍ଦ୍ୱର୍ ହେଲା ଶର୍ଯ୍ୟରେ ବିତୁଛି ଜୀବନ । ବିଭୁତି ଚାହୁଛି ସେ ପାଠପଢି ନିଜେ ମଣିଷ ହେବାସହ ପରିବାରର ଦୁଃଖକୁ ଲାଘବ କରିବ । ବିଡମ୍ବନା ସହାୟତାର ଅଭାବ । ଉକ୍ତ ବାଳକକୁ ଯଦି ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସହାୟତା କରାଗଲେ ସମାଜରେ ମୁଖ୍ୟତ୍ସୋତରେ ସାମିଲ ହୋଇପାରିବ । ଅନ୍ୟପକ୍ଷରେ ବାପା,ମାଆ ପିଲାଦିନରୁ ଜଣେ ମାତ୍ର ପୁଅକୁ ଦେଖି ହାଡଭଙ୍ଗା ପରିଶ୍ରମ କରି ବହୁ କଷ୍ଟରେ ଚଳି ଆସୁଥିଲେ । ପୁଅର ଏଭଳି ଅବସ୍ଥା ଯୋଗୁଁ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରଶସାନ ତୁରନ୍ତ ବିଭୂତିକୁ ଚିକିତ୍ସା ସହାୟତାର ହାତ ବଢାଇବାକୁ ବିଭିନ୍ନ ମହଲରେ ଦାବୀ କରାଯାଉଛି ।