୨୬ ବର୍ଷ ତଳ ର କେଶ ର ଶୁଣାଣି କଲେ ଗୁଣପୁର SDJM କୋର୍ଟ ବିଚାରପତି ମାନ୍ୟବରା ସାନ୍ଥାଶ୍ରୀ ମହାନ୍ତି ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଏସଡ଼ିଜେଏମ ବିଚାରପତି ଙ୍କ ଅଦାଲତ ରେ ଗତ ୧୯୯୬ ମସିହା ଅକ୍ଟୋବର ମାସ ୧୧ ତାରିଖ ଦିନ ସ୍ବର୍ଗତଃ ପି.ଭି ଗୋପଲମ୍ ଓ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଙ୍କ ଦ୍ଵାରା ଦାବିଦାରୀ ଶ୍ରୀମତୀ କୁମାରୀ ଗମାଙ୍ଗ ଙ୍କ ତରଫରୁ ଧାରା ୧୨୫ ସି.ଆର.ପି.ସି ଅନୁଯାୟୀ କେଶ ନମ୍ବର ୧୦୪/୯୬ କ୍ରମେ ବିପକ୍ଷ ବାଦୀ ଦୟା ଗମାଙ୍ଗ ଙ୍କ ବିରୋଧ ରେ ମକଦ୍ଦମା ଦାଖଲ କରାଯାଇଥିଲା । ଦୟା ଗମାଙ୍ଗ ଙ୍କ ପକ୍ଷରୁ ଉକ୍ତ ମକଦ୍ଦମା ଟି ସ୍ବର୍ଗତଃ କମ୍ରେଡ଼ ନାଗ ଭୂଷଣ ପଟ୍ଟନାୟକ , ଆଇନଜୀବୀ ଶ୍ରୀ ଫଣି ଭୂଷଣ ପଟ୍ଟନାୟକ ଏବଂ ଅନ୍ୟ ଆଇନଜୀବୀ ମାନେ ମକଦ୍ଦମା ଲଢୁଥିଲେ । ବର୍ତ୍ତମାନ ପରିସ୍ଥିତି ରେ ଦାବିଦାରୀ ଶ୍ରୀମତୀ କୁମାରୀ ଗମାଙ୍ଗ ଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଗୌରୀ ଶଙ୍କର ଦାଶ ଲଢ଼ୁଥିବା ବେଳେ ବିପକ୍ଷବାଦୀ ଦୟା ଗମାଙ୍ଗ ଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଫଣି ଭୂଷଣ ପଟ୍ଟନାୟକ ଲଢ଼ୁଛନ୍ତି । କେଶ ଦାଖଲ ହେବା ର ଦୀର୍ଘ ୨୬ ବର୍ଷ ପରେ ଉଭୟ ପକ୍ଷର ସାକ୍ଷ ପ୍ରମାଣ କୁ ଭିତ୍ତି କରି  ମାନ୍ୟବରା ବିଚାରପତି ଶ୍ରୀମତୀ ସାନ୍ଥାଶ୍ରୀ ମହାନ୍ତି ଉକ୍ତ ମକଦ୍ଦମା ର ରାୟ ଶୁଣାଇଛନ୍ତି । ଏଥିରେ ବିଚାରପତି ଶ୍ରୀମତୀ କୁମାରୀ ଗମାଙ୍ଗ ଙ୍କ ସପକ୍ଷ ରେ ରାୟ ପ୍ରକାଶ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ ଶ୍ରୀମତୀ କୁମାରୀ ଗମାଙ୍ଗ ମକଦ୍ଦମା ଦାଖଲ କରିବା ଦିନ ଠାରୁ ଏଯାବତ ୨୦୨୨ ପର୍ଯ୍ୟନ୍ତ କୁ ମାସିକ ୨୦୦୦ ଟଙ୍କା ହିସାବ ରେ ଦୟା ଗମାଙ୍ଗ ଭରଣ ପୋଷଣ ବାବଦ କୁ ଟଙ୍କା ପୈଠ କରିବେ । ଏଥି ସହ ଦ୍ଵିତୀୟ ଦାବିଦାରୀ ମେନକା ଶବର ଙ୍କୁ ସାକ୍ଷାତ କରିବାରୁ ସେ କହିଥିଲେ ଯେ ମତେ ଜନ୍ମ ରୁ ମୋ ମା ଭରଣ ପୋଷଣ କରି ବଡ଼ କରିଛି ଉକ୍ତ ଖର୍ଚ୍ଚ ବାବଦ କୁ ଖର୍ଚ୍ଚ ରାଶି ପାଇଁ କରିଥିବା ଦାବୀ କୁ ଖାରଜ କରିଛନ୍ତି ବିଚାରପତି ।

ଏହି ବିଷୟ ନେଇ ମୁଁ ଉପର କୋର୍ଟ କୁ ଯିବି ବୋଲି କହିଛନ୍ତି । ଆମ ପ୍ରତିନିଧି ଉଭୟ ପକ୍ଷର ଆଇନଜୀବୀ ଙ୍କ ପ୍ରତିକ୍ରିୟା ନେବା ରୁ ଶ୍ରୀ ଗୌରୀ ଶଙ୍କର ଦାଶ ଦୀର୍ଘ ୨୬ ବର୍ଷ ର ବ୍ୟବଧାନ ପରେ ମଧ୍ୟ ସତ୍ୟ ର ବିଜୟ ହୋଇଛି ଆଉ ଦାବିଦାରୀ ଙ୍କୁ ନ୍ୟାୟ ମିଳିଛି ବୋଲି କହିଥିବା ବେଳେ ବିପକ୍ଷବାଦୀ ଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଫଣି ଭୂଷଣ ପଟ୍ଟନାୟକ ଆମେ ଉକ୍ତ କେଶ କୁ ନେଇ ଉପର କୋର୍ଟ ରେ ଲଢ଼ିବୁ ଏବଂ ଏହାର ନିର୍ଯ୍ୟାଶ ସେଠାରେ ଫଇସଲା ହେବ ବୋଲି କହିଥିଲେ । ଏହି ଦୀର୍ଘ ଦିନ ର ମକଦ୍ଦମା କୁ ଶୁଣାଣି କରିଥିବା ବିଚାରପତି ଙ୍କୁ ସାଧାରଣ ରେ ଭୁୟସୀ ପ୍ରଶଂସା କରାଯାଇଛି ।

ରାୟଗଡ ଜିଲ୍ଲାପାଳ ଙ୍କ ଗୁଣପୁର ଗ୍ରସ୍ଥ

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧ।ଦେଵ ସିଂ ଗୁଣପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଁଚି ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ 42ଟି ବିଦ୍ୟାଳୟର ପଟ୍ଟା ବଣ୍ଟନ କରିଥଲେ । ଗୁଣପୁର ଓଟି ଇଏଲପି ଅଧିନସ୍ଥ ଜୀବିକା ମିଶନ ତରଫରୁ ପ୍ରଧାନୀଗୁଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଠାମକା ବିହନ ବଣ୍ଟନ କରିଥିଲେ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ । ଗୁଣପୁର ପୌର ପରିଷଦ ଅଧିନସ୍ଥ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସଷ୍ଟାଣ୍ଡରେ ନିର୍ମିତ ତୋରଣ ଗେଟ, ପାର୍କ ଆଦି ପରିଦର୍ଶନ ସହ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ସେଫ।ଳି ପାହାଡ଼, ମିନିଷ୍ଟ।ଡିୟମ ଆଦି ପରିଦର୍ଶନ କରି ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମନକୁ ତାଗିଦ କରିଥିଲେ । ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମୟରେ ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରା, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ପୋୖରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ ।

ନବୀନଙ୍କ ସ୍ୱାଗତ ପାଇଁ ସେଲିବ୍ରେଶନ ଆରମ୍ଭ, ବିରୋଧୀ କହିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ। ସେ ଆଜି ପୂର୍ବାହ୍ନ ୧୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଛି।  ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ୮ ଡିସିପିଙ୍କ ସହ ୧୬ ଏସିପି ଏବଂ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଭିଡ଼ ନିୟନ୍ତ୍ରଣ ଲାଗି ସବୁ ଛକରେ ପୁଲିସ ଜଗିବ । ସ୍ୱତନ୍ତ୍ର ଟ୍ରାଫିକ୍ ସହ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏପରିକି ଆଜି ବିମାନଯାତ୍ରା କରୁଥିବା ଲୋକଙ୍କୁ ଆଗୁଆ ଏୟାରପୋର୍ଟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।  ଅନ୍ୟ ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ସ୍ୱାଗତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଓ ବିଜେପି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର, କେନ୍ଦ୍ର ସରକାର ନା ଜାତିସଂଘ ଏ ପୁରସ୍କାର କିଏ ଦେଲା ତାହା ସ୍ପଷ୍ଟ ହୋଇନି।  ଦିଲ୍ଲୀରେ ଏମିତି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ପୁରସ୍କାର ଦେଇଥାନ୍ତି । ସେ ଆହୁରି କହିଛନ୍ତି ଯେ,  ରାଜ୍ୟ ସରକାର ଆଜି ଯାଏ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ । ୨୨ ବର୍ଷ ଧରି ଶାସନ କଲାପରେ ଶିକ୍ଷକ ଦେଇପାରିଲେ ନାହିଁ କି ଡାକ୍ତର ଦେଇପାରିଲେନି । ତା ହେଲେ ଏହା କଣ ସଫଳତା କି ବୋଲି ନରସିଂହ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବିଜେପି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ପୁରସ୍କାରକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ୨୦୨୪ରେ କିପରି ନିର୍ବାଚନ ଜିତିବେ, ସେଥିଲାଗି ବିଜେଡିର ଏ ପ୍ରସ୍ତୁତି ବୋଲି ସେ କହିଛନ୍ତି ।ତେବେ ବିଜେଡିର ଯୁକ୍ତି ଯେ, ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଖାଦ୍ୟ ନିରାପତ୍ତା ହେଉ କି ଦାରିଦ୍ର୍ୟ ଦୂରୀକରଣ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଛନ୍ତି  । ଆଉ ସରକାରର ନେତୃତ୍ୱ ନବୀନ ପଟ୍ଟନାୟକ ନେଉଥିବାରୁ ଏଭଳି ଏକ ସେଲିବ୍ରେସନ କରାଯାଉଛି ବୋଲି କୁହାଯାଇଛି।

 

୧୫ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ କୋମାରେ: ପୁର୍ନଗଠନ ହେଲା ପୁରୀ ଓ ଗଞ୍ଜାମ ଜିଲ୍ଲା ଯୋଜନା କମିଟି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ବର୍ଷ ଧରି ରାଜ୍ୟ ଶାସନରେ ଥିବାବେଳେ ରାଜନୀତିକ କାରଣରୁ ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ପକାଇ ରଖିଛନ୍ତି । ଗତ ୧୫ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିନଥିବା ବେଳେ ରାଜ୍ୟ ସରକାର ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁର୍ନଗଠନ କରିଛନ୍ତି । ଜୁନ୍ ପ୍ରଥମ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ହଟାଇ ଦେବା ପରେ ରାଜ୍ୟ ଯୋଜନା ବୋର୍ଡ କେବଳ କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁନର୍ଗଠନ କରାଯାଇଛି । ପୁରୀ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇସାରିଛନ୍ତି । ଶ୍ରୀ ସାହୁ ରାଜ୍ୟ ସରକାରରେ ମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ୨୦୨୨ ପଂଚାୟତ ନିର୍ବାଚନ ପରଠୁ ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ ଆବଶ୍ୟକ ହୋଇପଡ଼ିଥିଲା । ଜିଲ୍ଲା ଯୋଜନା କମିଟିରେ ୮୦ ପ୍ରତିଶତ ପଦବୀ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବାର ପ୍ରାବଧାନ ବାକି ପଦବୀରେ ମନୋନୀତ ସଦସ୍ୟ, ସରକାରୀ ଅଧିକାରୀଙ୍କୁ ସାମିଲ କରିବାର ନିୟମ ରହିଛି । ତେବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗଞ୍ଜାମ ଜିଲ୍ଲା ଯୋଜନା କମିଟିରେ ଖାଲି ପଡ଼ିଥିବା ସଦସ୍ୟ ଭାବେ ମୋଟ ୧୪ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ସେଥିରୁ ୭ଜଣ ସଂରକ୍ଷିତ ବର୍ଗର । ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନା କୁମାରୀ ସେଠୀ, ଦୀପକ କୁମାର ସାମନ୍ତ,ମନୋରମା ପଲାଇ, ପ୍ରଫୁଲ୍ଲ ଚନ୍ଦ୍ର ମହାକୁଡ଼, ପ୍ରୀତି ସାହୁ,ରାଧାକାନ୍ତ ମହାକୁଡ଼,ରଶ୍ମୀ ନାହାକ, ସ୍ମିତା ସ୍ୱାଇଁ, ସନ୍ତୋଷ କୁମାର ପାଢ଼ୀ, ଶିବ ସେଠୀ, ତନ୍ମୟ ନାହାକ, ଟୁକୁନା ଗୌଡ଼ ଓ ଭି.ଲକ୍ଷ୍ମୀ ରେଡ୍ଡୀଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି । ଆଉ ୨ଟି ପଦବୀ ଜିଲ୍ଲାର ବିଭିନ୍ନ ପୌର ସଂସ୍ଥାରୁ ଚୟନ କରାଯିବ । ଆଉ ୨ଜଣଙ୍କୁ ଜିଲ୍ଲା ପ୍ରଶାସନ ବା ସରକାର ମନୋନୀତ କରିବେ । ଜିଲ୍ଲାପାଳ ଏହି କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ତେବେ ଗଞ୍ଜାମ ଜିଲ୍ଲା ଯୋଜନା କମିଟିରୁ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ସରକାର ସେଠାରେ କାହାରିକୁ ଅଧ୍ୟକ୍ଷ ପଦବୀ ଦେଇନଥିବା ଜଣାପଡ଼ିଛି । ସେହିପରି ପୁରୀ ଜିଲ୍ଲା ଯୋଜନା କମିଟିରେ ମୋଟ ୧୫ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସାମିଲ କରାଯାଇଛି । ଏଥିରେ ୭ଜଣ ସଂରକ୍ଷିତ ବର୍ଗର ରହିଥିବାବେଳେ ପ୍ରାୟତଃ ସବୁ ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧିତ୍ୱ ରହିଛି । ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ପାଇକରାୟ, ଧରଣୀଧର ସାହୁ, ଲକ୍ଷ୍ମୀଧର ସାହୁ, ମୋନାଲି ମିଶ,ପ୍ରଦୀପ୍ତ କୁମାର ଖାଟୋଇ, ପ୍ରଣତୀ ଜେନା, ପ୍ରସନ୍ନ କୁମାର ସାହୁ, ପୁଷ୍ପାରାଣୀ ସ୍ୱାଇଁ, ରତିକାନ୍ତ ମିଶ୍ର, ସରସ୍ୱତୀ ସ୍ୱାଇଁ, ସସ୍ମିତା ନାୟକ, ସୁଶ୍ରୀ ସଙ୍ଗୀତା ବେହେରା, ସ୍ୱାଧୀନ କୁମାର ନାୟକ ଓ ସ୍ୱପ୍ନାରାଣୀ ସ୍ୱାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବେ । ସରକାର ଖୁବଶୀଘ୍ର ୨ଜଣ ବିଶେଷଜ୍ଞ ସଦସ୍ୟ ଓ ପୌରାଂଚଳରୁ ୨ଜଣଙ୍କୁ ସଦସ୍ୟ ଭାବେ ଚୟନ କରିବେ । ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟପକ୍ଷରେ ଗତ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡ ମାତ୍ର ୩ଥର ବୈଠକ କରିଛି । ୨୦୦୩ ମସିହା ମେ’ ୯ ଓ ଅଷ୍ଟ ୯ତାରିଖ ଏବଂ ୨୦୦୭ ଅକ୍ଟୋବର ୧୫ତାରିଖରେ ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିଥିଲା । ଏହା ପରଠୁ ଆଉ ଯୋଜନା ବୋର୍ଡ ବୈଠକ ବସିନାହିଁ । ଏପରିକି ଯୋଜନା ବୋର୍ଡରେ ଥିବା ନନଅଫିସିଆଲ ସଦସ୍ୟ ପଦବୀକୁ ମଧ୍ୟ ପୂରଣ କରାଯାଇ ନାହିଁ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରୁଥିବା ସରକାର ୨୦୧୪ ନଭେମ୍ବରରୁ ଏଥିରେ ନୂଆ କରି ଉପଦେଷ୍ଟା ପଦବୀ ସୃଷ୍ଟି କରିଥିଲେ । ସେହି ପଦବୀକୁ ବି ଏବେ ଆଉ କାର୍ଯ୍ୟ କରୁନି । ଶ୍ରୀ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହାକୁ ପୁର୍ନଗଠନ କରିବା ସହ ପୋଷାଦାର ଢଙ୍ଗରେ କାର୍ଯ୍ୟକ୍ଷମ କରାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସରକାରୀ ଉଦାସୀନତାରୁ ତାହା ସମ୍ଭବପର ହୋଇପାରିନଥିଲା । ରାଜ୍ୟ ଓ ଜିଲ୍ଲାମାନଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନର ସମୀକ୍ଷା ଓ ମୂଲ୍ୟାୟନ ସହ ଆବଶ୍ୟକ ସଂଶୋଧନ ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଗଠନ ହୋଇଥିଲା । କିନ୍ତୁ ଏବେ ଯୋଜନା ବୋର୍ଡର ବିନା ଏସବୁ କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ଜଣାପଡ଼ିଛି ।

ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ସାଙ୍ଗଠନିକ ଦିବସ ପାଳିତ …!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ପବିତ୍ର ଗୁରୁ ଦିବସ ତଥା ସଂଘ ର ସାଙ୍ଗଠନିକ ଦିବସ ଅବସରରେ ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ଗୁଣପୁର କତ୍ଵାଲୁଗୁଡା ଠାରେ ଅବସ୍ଥିତ ୱେଥ୍ ସେଣ୍ଟର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ନିଳାମ୍ବର ଜାନୀ , ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ , ଗୁଣପୁର ବନଖଣ୍ଡ ଅଧିକାରୀ ଶ୍ରୀ ନୀଳମାଧବ ପାଢ଼ୀ , ଗୁଣପୁର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ ଙ୍କ ସମେତ ପୋଲିସ ଏସ୍. ଆଇ ଶ୍ରୀ ଅଶୋକ ପାଢୀ ଓ ବନଖଣ୍ଡ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସରିବା ପରେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂଘ ର ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ଉପଖଣ୍ଡ ର ଅନ୍ୟନ୍ୟ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏହି ସଂଘରେ ସାମିଲ କରିବା ନେଇ ଏକ ଖସଡା ପ୍ରସ୍ତୁତି କରାଯାଇଛି ।

ବୈଠକ ରେ ସଂଘ ଆଗାମି ଦିନରେ କିଭଳି ଅନ୍ୟ ସାମାଜିକ ଓ ସେବା କାର୍ଯ୍ୟକ୍ରମ କରିବ ଏନେଇ ବିଷଦ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ନିମନ୍ତେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଶ୍ରୀ ମାଧବ ବିଡିକା , ଉପ ସଭାପତି ଭାବେ ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସମ୍ପାଦକ ଭାବେ ଶ୍ରୀ ତ୍ରିପତି ବିଡିକା , ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ହରିହର ଶତପଥୀ ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ସିଦ୍ଧାର୍ଥ ପ୍ରେମ ଦାଶ ଓ ଆଇନ ପରାମର୍ଶଦାତା ଭାବେ ଶ୍ରୀ ଗୌରୀ ଶଙ୍କର ଦାଶ ଙ୍କୁ ମନୋନୀତ କରାଯାଇଥିବା ବେଳେ ସଂଘର ଉପଦେଷ୍ଟା ଭାବେ ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ଶ୍ରୀ ରାଧା କାନ୍ତ ପଣ୍ଡା, ଦୀପକ କୁମାର ବେହେରା ଙ୍କୁ ସଂଘ ସଂଚାଳକ ଭାବେ ଶ୍ରୀ ସୁନୀଲ କୁମାର ଦାଶ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା ।

୧୫ ଦିନରେ ୧୨,୫୪୫ଜଣ ବାଇକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ମୋଟ ୧୨୫୪୫ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହାସହିତ ମୋଟ ୨୪୪୭୪ଜଣଙ୍କୁ ଇ-ଚାଲାଣ ମଧ୍ୟ ଜାରି କରିଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅଗଷ୍ଟ ୧୬ରୁ ୩୦ତାରିଖ ମଧ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନରେ ଟ୍ରାଫିକ ନିୟମ ଉଲ୍ଲଘଂନ ଓ ହେଲମେଟ୍ ପିନ୍ଧିନଥିବା ଯୋଗୁ ମୋଟ ୬୩ଲକ୍ଷ ୯୮ହଜାର ୧୧୮ଟଙ୍କା ଜୋରିମାନା ଆଦାୟ ହୋଇଛି । କେବଳ ହେଲମେଟ୍ ପିନ୍ଧିନଥିବା ଯୋଗୁ ୧୨୫୪୫ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବା ଯୋଗୁ ୮୮୮ଟି ଗାଡ଼ିକୁ ଜବତ କରାଯାଇଛି ।
ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ରାସ୍ତା ଦୁର୍ଘଟଣାଜନିତ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବାଇକ ଚାଳକଙ୍କ ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ଅଧିକାଂଶ ଦୁର୍ଘଟଣା ହେଉଥିବାରୁ ବିନା ହେଲମେଟରେ ଗାଡ଼ି ଚଳାଇବାକୁ କଟକଣା କରିବା ପାଇଁ ଏହି ଅଭିଯାନକୁ ଜୋରଦାର କରାଯାଇଥିଲା । ସୂଚନାଯୋଗ୍ୟ, ୨୦୨୧ ମସିହାରେ ରାସ୍ତା ଦୁର୍ଘଟଣାରେ ୮୬୮ଜଣ ବାଇକ ଚାଳକ ଓ ପଛରେ ବସିଥିବା ୪୪୦ଜଣଙ୍କ ସମେତ ମୋଟ ୧୩୦୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧି ନଥିଲେ । ବାଇକ୍ ଆରୋହୀଙ୍କ ମଧ୍ୟରୁ ୧୨୮୦ଜଣ ଗୁରୁତର ଆହତ ଓ ୭୪୭ଜଣ ସାମାନ୍ୟ ଆହତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା। କାଶୀପୁର ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କେଲେ ଜିଲ୍ଲାପାଳ ସ୍ୱାଧାଦେବ ସିଂ। ଜମିପଟ୍ଟା ପ୍ରଦାନରେ କ୍ଷେତ୍ର କର୍ମଚାରୀମାନେ ଅବହେଳା କରୁଥିଲେ। ଏନେଇ ଆପତ୍ତି ଉଠିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ତହସିଲର ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍‌ରେ ଅନୁପସ୍ଥିତ ରହୁଥିଲେ। ଜମି ଚିହ୍ନଟ ପ୍ରକ୍ରିୟାରେ ଅବହେଳା କରୁଥିଲେ। ଏନେଇ ଅଭିଯୋଗ ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଯାହାକୁ ନେଇ ପ୍ରଶାସନ ଉପରେ ଅସ୍ଥା ହରାଇଥିବା ଅଭିଯୋଗକାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି। କାଶୀପୁର ତହସିଲ ଅନ୍ତଗର୍ତ ଦୁର୍ଗମ ଅଞ୍ଚଳର ଗରିବ ଲୋକ ଜମିଜମା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବାରମ୍ବାର ତହସିଲ ଅଫିସ ଆସି ନିରାଶ ହେଉଥିଲେ। ଏ ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଗତ ମାସ ୨୨ ତାରିଖ ଦିନ ଜିଲ୍ଲାପାଳ କାଶୀପୁର ଗସ୍ତ କରି ତହସିଲ କାର୍ଯ୍ୟାଳୟର କାର୍ଯ୍ୟକଳାପ ସମୀକ୍ଷା କରିଥିଲେ। ଏହି ସମୟରେ ବିଭିନ୍ନ ଅନିୟମିତତା ଲକ୍ଷ୍ୟ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।

ସହକାରୀ ଯନ୍ତ୍ରୀ ଙ୍କୁ ଘାରିଛି ଚୌକି ନିଶା ; ମନମୁଖୀ କାର୍ଯ୍ଯ କୁ ନେଇ ଜନ ଅସନ୍ତୋଷ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଉନ୍ନୟନ ବିଭାଗ ରେ ନାନା ପ୍ରକାର ଅଵ୍ୟଵସ୍ଥା ଦେଖା ଦେଇଛି । ବ୍ଲକରେ ଗତ ଜାନୁଆରୀ ୧୯ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ ସୁଦ୍ଧା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଶ୍ରୀ ତ୍ରିପାଠୀ ଙ୍କୁ ଦାୟିତ୍ୱ ହସ୍ତାନ୍ତର ନ କରି ନିଜ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି । ବେକ୍ ଡେଟରେ ଶହ ଶହ କେସ ରେକର୍ଡ଼ରେ ଚେକ୍ ମେଜରମେଣ୍ଟ କରିଥିବା ଗୁରୁତର ଅଭିଯୋଗ ହୋଇଛି । ଏପରିକି ଗତ ୮ ମାସ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖକୁ ମାତ୍ର ୪ ରୁ ୫ ଟି କେସ ରେକର୍ଡ ଯାଇଛି । ଦୀର୍ଘ ୭ ମାସ ପରେ ସହକାରୀ ଯନ୍ତ୍ରୀ (ଅପଗ୍ରେଡେସନ) ପ୍ରଶାନ୍ତ କୁମାର ପାଣିଗ୍ରାହୀ ଙ୍କୁ ବିଡ଼ିଓ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୮୨ ତା: ୨୬.୦୭.୨୦୨୨ ରେ ବିଷମକଟକ ବ୍ଲକର ଦୁର୍ଗୀ , ଡୁମୁରିଲେଲି, ଚଞ୍ଚରାଗୁଡା ପଂଚାୟତର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପି.ଏସ.ରାଓ ଙ୍କ ଠାରୁ ଦାୟିତ୍ୱ ନେବା ପାଇଁ ଆଦେଶ ଦେଇଥିଲେ । ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଁ ଏଠାରେ ଏ.ଇ ଭାବେ କାମ କରୁଥିଲି ଏବେ ପଞ୍ଚାୟତ ଦାୟିତ୍ୱ ନେଇ ଜେଇ ଭାବେ କାମ କରିବି କି @ ମୋର କଣ ମାନ ସମ୍ମାନ ନାହିଁ କହୁଥିବା ଚର୍ଚ୍ଚା ହେଉଥିବା ବେଳେ ଗତ ଏକ ମାସ ହେଲା ପଞ୍ଚାୟତର ଦାୟିତ୍ୱ ନେଇ ନ ଥିବାରୁ ଶ୍ରୀ ପାଣିଗ୍ରାହୀ ଙ୍କ କାର୍ଯ୍ୟକଳାପ ଦାଣ୍ଡ ରେ ପଡି ହାଟ ରେ ଗଡୁଛି । ଅପର ପକ୍ଷେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଓ ବିଡ଼ିଓ ଙ୍କ ମୌଖିକ ଆଦେଶ ପରେ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା ଙ୍କୁ ତିନୋଟି ପଂଚାୟତର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୁନଃଶ୍ଚ ବିଡ଼ିଓ ଙ୍କ ପତ୍ର ସଂଖ୍ୟା ୨୨୧୧ ତା: ୬.୮.୨୦୨୨ ରେ ସହକାରୀ ଯନ୍ତ୍ରୀଙ୍କୁ କୌଣସି ପଞ୍ଚାୟତ ଦାୟିତ୍ୱ ନ ଦେଇ ଅନ୍ୟ ୩ ଯନ୍ତ୍ରୀଙ୍କୁ ଉକ୍ତ ପଞ୍ଚାୟତ ଦାୟିତ୍ୱ ବଣ୍ଟନ କରିଛନ୍ତି । ଗତ ଏକ ମାସରୁ ଉର୍ଦ୍ଧ୍ବ ଧରି ସହକାରୀ ଯନ୍ତ୍ରୀ ବ୍ଲକରେ କାମ ନ କରି ବସି ରହି ଦରମା ନେଉଥିବା ଅଭିଯୋଗ ଉଠିଛି । ସୂଚନାଯୋଗ୍ୟ ଯେ , ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗତ ତିନି ବର୍ଷ ତଳେ ରାମନାଗୁଡା ବ୍ଲକରୁ ବିଷମକଟକ ବ୍ଲକକୁ ବଦଳି ହୋଇ ଆସିଥିଲେ । ବିଷମକଟକ ବ୍ଲକର କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ପାଣିଗ୍ରାହୀ ବ୍ୟାପକ ଦୁର୍ନୀତି କରିଥିବା , ଅନିୟମିତତା , ମିଥ୍ୟା ଭାଉଚର ପ୍ରସ୍ତୁତ କରିଥିବା ନେଇ ବହୁ ଗୁରୁତ ଅଭିଯୋଗ ଆଣିଛନ୍ତି ବ୍ଲକ ବାସୀ । ରାଜନୈତିକ ଛତ୍ରଛାୟା ରେ ରହି ସହକାରୀ ଯନ୍ତ୍ରୀ ଅରାଜକତା ଚଳାଇଥିବା ଅଭିଯୋଗ ହେଉଛି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଜାନୁୟାରୀ ମାସରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀ ଙ୍କୁ ବ୍ଲକରେ ଅବସ୍ଥାପିତ କରାଯାଇଥିଲା। ଜାନୁଆରୀ ୧୯ ତାରିଖରେ ବ୍ଲକରେ ଶ୍ରୀ ତ୍ରିପାଠୀ ଜଏନ କରିଥିଲେ । ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦୀର୍ଘ ମାସ ଧରି ତାଙ୍କୁ ଦାୟିତ୍ୱ ନ ଦେବା ଏପରିକି ସହକାରୀ ଯନ୍ତ୍ରୀଙ୍କ ଅଫିସ ଚାମ୍ବର , ବୋଲେର ଗାଡି , ୬ ମାସ ଧରି ନ ଦେବାରୁ ଗତ ଜୁନ ୨୫ ତାରିଖରେ ସହକାରୀ ଯନ୍ତ୍ରୀଙ୍କ ପ୍ରକୋଷ୍ଠ ଚାବି ଭଙ୍ଗାଯାଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ ବସି କାମ କରିବା ପାଇଁ ଦିଆଯାଇଥିଲା । ଗତ ଜାନୁୟାରୀ ମାସରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକରେ ଯୋଗ ଦେଇଥିଲେ ମଧ୍ୟ ବିଡ଼ିଓ କାହିଁକି ଦୀର୍ଘ ୮ ମାସ ଧରି ଶ୍ରୀ ପାଣିଗ୍ରାହୀ ଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ନଥିଲେ । ଉକ୍ତ ସମୟରେ ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କେଉଁ ଦାୟିତ୍ୱରେ ଥିଲେ , ତାହା ତଦନ୍ତ ସାପେକ୍ଷ । ସହକାରୀ ଯନ୍ତ୍ରୀ କୁଆଡେ ପଞ୍ଚାୟତ ଦାୟିତ୍ୱ ନ ନେଇ ଖାଲି ଉନ୍ନୟନ କାର୍ଯ୍ୟ ତଦାରଖ କରିବେ ସେ ନେଇ ଏକ ଅର୍ଡର କରିବା ପାଇଁ ବିଡ଼ିଓଙ୍କ ଉପରେ ଚାପ ପକାଉଥିବା ଚର୍ଚ୍ଚା ହେଉଛି । ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ରେ ବ୍ଲକର ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। କେତେଜଣ ଶାସକ ଦଳର ଛାମୁଆ ନେତାଙ୍କ ଛତ୍ରଛାୟା ତଳେ ଥିବା ଯୋଗୁଁ କେହି ଭୟରେ ପାଟି ଖୋଲୁ ନାହାନ୍ତି ବୋଲି ସୂଚନା ମିଳିଛି । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଡ଼ିଓ ଙ୍କୁ ବର୍ତ୍ତମାନ ବିଷମକଟକ ବ୍ଲକକୁ ବଦଳି ହୋଇଛି । ନୂତନ ବିଡ଼ିଓ ଯୋଗଦେବା ପୂର୍ବରୁ ବିଷମକଟକ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଅନ୍ୟ କିଛି କର୍ମଚାରୀଙ୍କ ସହ ମିଶି ଗତ ଶୁକ୍ରବାର ସିନାପାଲି ଯାଇ ନୂତନ ବିଡ଼ିଓଙ୍କୁ ଭେଟି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ପୁଣି ଶ୍ରୀ ପାଣିଗ୍ରାହୀ ଦାୟିତ୍ଵ ନେବା ଲାଗି ଯୋଜନା କରିଥିବା ଜୈନକ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି । ଏ ସମ୍ପର୍କରେ ବିଡ଼ିଓ ଆଲବର୍ଟ ଲାକ୍ରାଙ୍କୁ ପଚାରିବାରୁ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହି ସମସ୍ତ ଅଭିଯୋଗକୁ ଏଡ଼ାଇ ଦେଇଥିଲେ । ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତ୍ରିପାଠୀ ଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀ ମାନେ କୌଣସି କେସ ରେକର୍ଡ ବିଲ ମୋ ପାଖକୁ ଆଣୁ ନାହାନ୍ତି । ମାତ୍ର ୬ଟି ଵିଲ ମୁ ଦସ୍ତଖତ କରିଛି ବୋଲି କହିଛନ୍ତି। ବିଲ ଚେକ ମେଜର ମେଣ୍ଟ କିଏ କରୁଛି ମୁଁ ଜାଣିନି। କନିଷ୍ଠ ଯନ୍ତ୍ରୀ ପି ଏସ ରାଓଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀ ମତେ ବେଆଇନ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ ମୁଁ ତାହା କରିନଥିବା ରୁ ଚକ୍ରାନ୍ତ କରି ମତେ ସେଠାରୁ ବଦଳି କରାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏହି ସମ୍ପୂର୍ଣ୍ଣ ବିଷୟ ର ଏକ ଉଚ୍ଚ ସ୍ଥାରୀୟ ତଦନ୍ତ ଜିଲ୍ଲାପାଳ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବ୍ଲକ ବାସୀ ଏବଂ ବୁଦ୍ଧିଜୀବି ମହଲ ରେ ଦାବୀ ହେଉଛି ।

ଗୁଣପୁର ଡ୍ରାଇଭର୍ ସଂଘ ପକ୍ଷରୁ ଡ୍ରାଇଭର୍ ଦିବସ ପାଳିତ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍  !!! 

ଏଥର ସମ୍ଭାଳ(ଗୁଣପୁର) –ସେପ୍ଟେମ୍ବର ୧ ଡ୍ରାଇଭର୍ ଦିବସ ଅବସରରେ ଓଡ଼ିଶା ଡ୍ରାଇଭର୍ ମହା ସଂଘ ର ରାଜ୍ଯ ସଭାପତି ଅଜୁ ଭାଇ ଙ୍କ ଆହ୍ଵାନ କ୍ରମେ ରାୟଗଡା ଜିଲ୍ଲା ଗୁଣପୁର ଶାଖା ପକ୍ଷରୁ ଡ୍ରାଇଭର୍ ଦିବସ ପାଳନ କରାଯାଇଛି । ଏହି ଅବସରରେ କାର୍ଯ୍ୟରତ ଡ୍ରାଇଭର୍ ମାନେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ନିକଟରେ ସଂଘ ବଦ୍ଧ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ ।

ସେଠାରୁ ଏକ ଶୋଭାଯାତ୍ରା ବାହାରି ପୂରଣା ବସଷ୍ଟାଣ୍ଡ ଠାରେ ପହଞ୍ଚି ସେଠାରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରି ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡ ଠାରେ ପହଞ୍ଚି ଏକ ପଥପ୍ରାନ୍ତ ସଭା କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ସଂଘ ର ଗୁଣପୁର ବ୍ଲକ ଶାଖା ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଦେବବ୍ରତ ପାଢି, କୋଷାଧକ୍ଷ ବାସୁଦେବ ରତ୍ନାଲୁ ଙ୍କ ସମେତ ସମସ୍ତ ଡ୍ରାଇଭର୍ ଉପସ୍ଥିତ ଥିଲେ ।