ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଶୋଭା ଯାତ୍ରା ।

!!! ଡାବୁଗାଁ ରୁ ଦକ୍ଷିଣାଞ୍ଚଳ ଚ୍ୟାନେଲ ବ୍ୟୁରୋ ଚିଫ ପ୍ରବୀର ପାତ୍ର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ — ନବରଂଗପୁର ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ ର ଆବାହକ ରାଜେଶ ଜନୀଙ୍କ ଆହ୍ବାନ କ୍ରମେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଭା ପକ୍ଷରୁ ଡାବୁଗାଁ ବ୍ଲକ ସଦମହକୁମା ଠାରେ ଏକ ବିଶାଳ ଆଦିବାସୀ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବ୍ଲକରେ ବସବାସ କରୁଥିବା ଆଦିବାସୀ ମହିଳା ଓ ପୁରୁଷ ମାନେ ସହସ୍ରାଧିକ ସଂଖ୍ୟାରେ ଡ଼ାବୁଗାଁ ବ୍ଲକ ସଦର ମହକୁମା ଠାରେ ସମ୍ମିଳିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମ କରି ସ୍ଥାନୀୟ ବ୍ଲକ,ତହସିଲ ଓ ବନବିଭାଗ କାର୍ଯ୍ୟାଳୟ ଠାରେ ପହଞ୍ଚି ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ଆଦିବାସୀଙ୍କୁ ଜମିପଟ୍ଟା ଓ ବାସଗୃହ ପ୍ରଦାନ କରିବା ,ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ସାର ଯୋଗାଇ ଦେବା, ଜମିକୁ ଜଳ ଯୋଗାଇବା,ଶିକ୍ଷିତ ଯୁବକ – ଯୁବତୀ ଙ୍କୁ ଚାକିରି ଯୋଗାଇଦେବା,ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବା, ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ଯୋଗାଇବା ଭଳି ଦାବୀ ମାନ ଉଲ୍ଲେଖ କରିଛନ୍ତି ।ମଞ୍ଚ ପକ୍ଷରୁ ପ୍ରସ୍ତାବିତ ଦାବୀ ଗୁଡ଼ିକ ପୂରଣ କରାନଗଲେ ଆଗାମୀ ଦିନରେ ଦାବୀ ପୁରାଣ ନିମନ୍ତେ ମଞ୍ଚ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଗଣ ବିକ୍ଷୋଭ କରିବ ଏ.ଓ.ଏସ.ସି.ଏଫ୍ ।

!!! ଜୟପୁର ରୁ ଦକ୍ଷିଣାଞ୍ଚଳ ବ୍ୟୁରୋ ହେଡ ପ୍ରବୀର ପାତ୍ର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଜୟପୁର) – ବହୁଜନ ସମାଜର ନାବାଳିକା ଭଉଣୀ କନକ ନିଆଲ ହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆସନ୍ତା ୧୫ ତାରିଖ ଭବାନୀପାଟଣା ଠାରେ ଏକ ଗଣବିକ୍ଷୋଭର ଆୟୋଜନ କରାଯାଇଛି ।ଏଥିରେ ରାଜ୍ୟର ସମସ୍ତ ସଂଗଠନ ମାନେ ତନ ମନ ଧନ ଦେଇ ଏହାକୁ ସଫଳ କରିବା ସହ ସମସ୍ତ ବହୁଜନ ସଂଗଠନ ଏକତ୍ରିତ ହୋଇ ସାମ୍ବିଧାନିକ ଅଧିକାର ପାଇଁ ଲଢେ଼ଇ କରିବାକୁ ଆହ୍ବାନ କରାଯାଇଛି । ଏହି ବାର୍ତ୍ତା ସମସ୍ତ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ପାଇଁ ନିଜ ନିଜ ଆଞ୍ଚଳିକ ସଂଗଠନ ଜରିଆରେ ଛୋଟ ଛୋଟ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମ ଜରିଆରେ ଦେବା ସହିତ ନିଜ ନିଜ ସଂଗଠନର ବ୍ୟାନର ସହ ୧୫ ତାରିଖ ବହୁସଂଖ୍ୟାରେ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳ କରିବାକୁ ଆୟୋଜକ କମିଟି ପକ୍ଷରୁ ଏ ଓ ଏସ ସି ଏଫ୍ ର ସଭାପତି ଧନଞ୍ଜୟ ଦୀପ ଅନୁରୋଧ କରିଛନ୍ତି ।

୨୬ ବର୍ଷ ତଳ ର କେଶ ର ଶୁଣାଣି କଲେ ଗୁଣପୁର SDJM କୋର୍ଟ ବିଚାରପତି ମାନ୍ୟବରା ସାନ୍ଥାଶ୍ରୀ ମହାନ୍ତି ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଏସଡ଼ିଜେଏମ ବିଚାରପତି ଙ୍କ ଅଦାଲତ ରେ ଗତ ୧୯୯୬ ମସିହା ଅକ୍ଟୋବର ମାସ ୧୧ ତାରିଖ ଦିନ ସ୍ବର୍ଗତଃ ପି.ଭି ଗୋପଲମ୍ ଓ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଙ୍କ ଦ୍ଵାରା ଦାବିଦାରୀ ଶ୍ରୀମତୀ କୁମାରୀ ଗମାଙ୍ଗ ଙ୍କ ତରଫରୁ ଧାରା ୧୨୫ ସି.ଆର.ପି.ସି ଅନୁଯାୟୀ କେଶ ନମ୍ବର ୧୦୪/୯୬ କ୍ରମେ ବିପକ୍ଷ ବାଦୀ ଦୟା ଗମାଙ୍ଗ ଙ୍କ ବିରୋଧ ରେ ମକଦ୍ଦମା ଦାଖଲ କରାଯାଇଥିଲା । ଦୟା ଗମାଙ୍ଗ ଙ୍କ ପକ୍ଷରୁ ଉକ୍ତ ମକଦ୍ଦମା ଟି ସ୍ବର୍ଗତଃ କମ୍ରେଡ଼ ନାଗ ଭୂଷଣ ପଟ୍ଟନାୟକ , ଆଇନଜୀବୀ ଶ୍ରୀ ଫଣି ଭୂଷଣ ପଟ୍ଟନାୟକ ଏବଂ ଅନ୍ୟ ଆଇନଜୀବୀ ମାନେ ମକଦ୍ଦମା ଲଢୁଥିଲେ । ବର୍ତ୍ତମାନ ପରିସ୍ଥିତି ରେ ଦାବିଦାରୀ ଶ୍ରୀମତୀ କୁମାରୀ ଗମାଙ୍ଗ ଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଗୌରୀ ଶଙ୍କର ଦାଶ ଲଢ଼ୁଥିବା ବେଳେ ବିପକ୍ଷବାଦୀ ଦୟା ଗମାଙ୍ଗ ଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଫଣି ଭୂଷଣ ପଟ୍ଟନାୟକ ଲଢ଼ୁଛନ୍ତି । କେଶ ଦାଖଲ ହେବା ର ଦୀର୍ଘ ୨୬ ବର୍ଷ ପରେ ଉଭୟ ପକ୍ଷର ସାକ୍ଷ ପ୍ରମାଣ କୁ ଭିତ୍ତି କରି  ମାନ୍ୟବରା ବିଚାରପତି ଶ୍ରୀମତୀ ସାନ୍ଥାଶ୍ରୀ ମହାନ୍ତି ଉକ୍ତ ମକଦ୍ଦମା ର ରାୟ ଶୁଣାଇଛନ୍ତି । ଏଥିରେ ବିଚାରପତି ଶ୍ରୀମତୀ କୁମାରୀ ଗମାଙ୍ଗ ଙ୍କ ସପକ୍ଷ ରେ ରାୟ ପ୍ରକାଶ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ ଶ୍ରୀମତୀ କୁମାରୀ ଗମାଙ୍ଗ ମକଦ୍ଦମା ଦାଖଲ କରିବା ଦିନ ଠାରୁ ଏଯାବତ ୨୦୨୨ ପର୍ଯ୍ୟନ୍ତ କୁ ମାସିକ ୨୦୦୦ ଟଙ୍କା ହିସାବ ରେ ଦୟା ଗମାଙ୍ଗ ଭରଣ ପୋଷଣ ବାବଦ କୁ ଟଙ୍କା ପୈଠ କରିବେ । ଏଥି ସହ ଦ୍ଵିତୀୟ ଦାବିଦାରୀ ମେନକା ଶବର ଙ୍କୁ ସାକ୍ଷାତ କରିବାରୁ ସେ କହିଥିଲେ ଯେ ମତେ ଜନ୍ମ ରୁ ମୋ ମା ଭରଣ ପୋଷଣ କରି ବଡ଼ କରିଛି ଉକ୍ତ ଖର୍ଚ୍ଚ ବାବଦ କୁ ଖର୍ଚ୍ଚ ରାଶି ପାଇଁ କରିଥିବା ଦାବୀ କୁ ଖାରଜ କରିଛନ୍ତି ବିଚାରପତି ।

ଏହି ବିଷୟ ନେଇ ମୁଁ ଉପର କୋର୍ଟ କୁ ଯିବି ବୋଲି କହିଛନ୍ତି । ଆମ ପ୍ରତିନିଧି ଉଭୟ ପକ୍ଷର ଆଇନଜୀବୀ ଙ୍କ ପ୍ରତିକ୍ରିୟା ନେବା ରୁ ଶ୍ରୀ ଗୌରୀ ଶଙ୍କର ଦାଶ ଦୀର୍ଘ ୨୬ ବର୍ଷ ର ବ୍ୟବଧାନ ପରେ ମଧ୍ୟ ସତ୍ୟ ର ବିଜୟ ହୋଇଛି ଆଉ ଦାବିଦାରୀ ଙ୍କୁ ନ୍ୟାୟ ମିଳିଛି ବୋଲି କହିଥିବା ବେଳେ ବିପକ୍ଷବାଦୀ ଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଫଣି ଭୂଷଣ ପଟ୍ଟନାୟକ ଆମେ ଉକ୍ତ କେଶ କୁ ନେଇ ଉପର କୋର୍ଟ ରେ ଲଢ଼ିବୁ ଏବଂ ଏହାର ନିର୍ଯ୍ୟାଶ ସେଠାରେ ଫଇସଲା ହେବ ବୋଲି କହିଥିଲେ । ଏହି ଦୀର୍ଘ ଦିନ ର ମକଦ୍ଦମା କୁ ଶୁଣାଣି କରିଥିବା ବିଚାରପତି ଙ୍କୁ ସାଧାରଣ ରେ ଭୁୟସୀ ପ୍ରଶଂସା କରାଯାଇଛି ।