ରାଜ୍ୟ ପ୍ରତିଭା ସମ୍ବର୍ଦ୍ଧିତ ଉତ୍ସବ ପାଳିତ ।

!!! ଜୟପୁର ରୁ ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ୍ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ସଦର ମହକୁମା ଠାରେ ଅବସ୍ଥିତ ଟାଉନ ହଲ ଠାରେ ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ , ଓଡ଼ିଶା ପକ୍ଷରୁ ପାରମ୍ପରିକ ଲୋକ କଳାକାର ଙ୍କ ସମାବେଶ ତଥା ସମ୍ବର୍ଦ୍ଧନା ଉତ୍ସବ ୨୨ ମହାଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପ ଜିଲ୍ଲାପାଳ ଦେବକର ପ୍ରଧାନ , ସମ୍ମାନୀତ ଅତିଥି ଭାବେ ସମାଜସେବୀ ଚିନ୍ମୟ ସାହୁ , ବରିଷ୍ଠ ଓକିଲ ରଜତ ବିଶ୍ବାସୀ , ବରିଷ୍ଠ କଳାକାର ଉଜ୍ବଳ ଚନ୍ଦ୍ର ଖୋରା , ଅନ୍ୟତମ ସମାଜସେବୀ ଅନନ୍ତ ଟାକ୍ରି ମଞ୍ଚାସୀନ ହୋଇ ରାଜ୍ୟର ବଛା ବଛା କୋଡ଼ିଏ ଜଣ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ମହାସଂଘ ର ରାଜ୍ୟ ସମ୍ପାଦକ ପ୍ରବୀର କୁମାର ପାତ୍ର ପରିଚାଳନା କରିଥିଲେ ।

ଜିଲ୍ଲାପାଳ , ଏସ.ପି ଙ୍କୁ ଘେରାଉ ପଡିଲା ମହଙ୍ଗା ; କତୁରୁ ର ୪୦ ଜଣ ଙ୍କ ନାମ ରେ ମାମଲା ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ଗତ ତା ୧୯/୦୯/୨୨ ରିଖ ଦିନ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲାପାଳ ସ୍ୱଧା ଦେବସିଂ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ନଦୀ ଶଯ୍ୟା ରୁ ବାଲି ଉଠାଣ କୁ ବିରୋଧ କରି କତୁରୁ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଭେଟିବାକୁ ଆସିଥିଲେ । ଜିଲ୍ଲାପାଳ ଜନ ଶୁଣାଣି ରେ ବ୍ୟସ୍ତ ଥିବା ଯୋଗୁଁ ଗ୍ରାମବାସୀ ଭେଟିନପାରି ଉତ୍ୟକ୍ତ ହେବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଫଳ ରେ ଜିଲ୍ଲାପାଳ ଓ ଏସ.ପି ପୋଲିସ ର ସୁରକ୍ଷା ବଳୟ ରେ ଚାଲି ଚାଲି ରାଜସ୍ୱ ବଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ । ଜିଲ୍ଲାପାଳ ଓ ଏସପି ଙ୍କୁ ଘେରାଉ କରିବା , ଗାଡି ଅଟକାଇବା , ଚଲେଇ ଚଲେଇ ନେବା ଭଳି ହାସ୍ୟାସ୍ପଦ କାର୍ଯ୍ୟ କତୁରୁ ଗ୍ରାମବାସୀ ଙ୍କ ପାଇଁ ମହଙ୍ଗା ପଡିଛି । ଗ୍ରାମ ର ପ୍ରାୟ ୪୦ ଜଣ ବିକ୍ଷୋଭକାରୀ ଙ୍କ ନାମ ରେ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କ ନାମରେ ସଂଘବଦ୍ଧ ଆକ୍ରମଣ ଯୋଜନା , ଅପରାଧିକ ଷଡଯନ୍ତ୍ର ଯୋଜନା , ଅସଦ ବ୍ୟବହାର ପ୍ରଦର୍ଶନ , ସରକାରୀ କାର୍ଯ୍ୟାଳୟ ରେ ପଶି କାମ ରେ ବାଧା ସୃଷ୍ଟି କରିବା ଏବଂ ପୁଲିସ କୁ ଅଟକାଇବା ଭଳି ସଙ୍ଗିନ ଅଭିଯୋଗ ଲାଗିଛି । ଏସ.ଆଇ ସୁଶ୍ରୀ ସାରିକା ସେଠୀ ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି ଗାଁ ର ପ୍ରାୟ ୪୦ ଜଣ ଙ୍କ ନାମ ରେ ଦଫା ୧୨୦(ବି) , ୧୪୩ , ୪୫୨ , ୨୯୪ , ୩୪୧ , ୧୪୭ , ୩୫୩ , ୧୪୯ ଆଇ ପି ସି ଏବଂ ୭ କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ ରେ ମାମଲା ରୁଜୁ କରାଯାଇଛି । ଏସ.ଆଇ ଶ୍ରୀ ମୁଦୁଲି ଏହାର ତଦନ୍ତକାରୀ ଅଧିକାରୀ ରହିଛନ୍ତି ।

ପୋଲିସ ର ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ ।

!!! ନବରଙ୍ଗପୁର ରୁ ଦକ୍ଷିଣ ଓଡିଶା  ବ୍ୟୁରୋ ଚିଫ୍ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର) – ଖବର ସଂଗ୍ରହ ସମୟରେ ନବରଂଗପୁର ଜିଲ୍ଲା ପାପଡ଼।ହାଣ୍ଡି ଠାରେ ତିନିଜଣ ସାମ୍ବାଦିକଙ୍କୁ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ ବେହେରା ଦୁର୍ବ୍ୟବହାର କରି ମାଡ଼ ମାରି ଥିବା ଘଟଣାର ପ୍ରତିବାଦ କରି ଏହାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଇଘର ସାମ୍ବାଦିକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହି ମର୍ମରେ ସଂଘର ସମସ୍ତ କର୍ମକର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେ ପଠାଯାଇଛନ୍ତି । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ପହଞ୍ଚି ସାମ୍ବାଦିକ ମାନେ ଏହି ଦାବୀପତ୍ର ଟିକୁ ଭାରପ୍ରାପ୍ତ ଗୋଷ୍ଟି ଅଧିକାରୀଙ୍କୁ ହସ୍ତାନ୍ତର କରି ଏସପି ଙ୍କ ଏତାଦୃଶ୍ୟ କାର୍ଯ୍ୟ କୁ ନିନ୍ଦା କରିଛନ୍ତି।

ଶିକ୍ଷକ ସମସ୍ୟା କୁ ନେଇ ରାଜରାସ୍ତା କୁ ଓଲ୍ହାଇଲେ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ।

!!! ରାଇଘର ରୁ ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ୍ ପ୍ରବୀର ପାତ୍ରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର) – ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜପରା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଦାବିକରି ବିଦ୍ୟାଳୟ ର ବିଦ୍ୟାର୍ଥିମାନେ ପ୍ଲାକାର୍ଡ ଧରି ସ୍ଥାନୀୟ ବି ଇ ଓ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ବିଦ୍ୟାର୍ଥୀଙ୍କ ପାଠ ପଢାରେ ଅସୁବିଧା ସୃଷ୍ଟି ହେଉଥିବା , ବିଦ୍ୟାଳୟରେ ଆବଶ୍ୟକୀୟ ପାନୀୟ ଜଳ ଓ ଶୌଚାଳୟ ରେ ସୁବିଧା ନଥିବା ଅଭିଯୋଗ କରି ଏଥିପୂର୍ବରୁ ଅଧ୍ୟୟନରତ ବିଦ୍ୟାର୍ଥୀ ବିଦ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଧାରଣାରେ ବସିଥିଲେ । ଓଡ଼ିଶା ସରକାରଙ୍କ ୫ ଟି ପକ୍ଷରୁ ବିଦ୍ୟାଳୟ ରୂପାନ୍ତର କରଣ ଯୋଜନା ମାଧ୍ୟମରେ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଉଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି ନଥିବା ଅବିଭାବକ ଅଭିଯୋଗ କରିଛନ୍ତି। ବିଦ୍ୟାର୍ଥିମାନେ ବିଭିନ୍ନ ସ୍ଳୋଗାନ ଦେଇ ବି ଇ ଓ ଙ୍କ କାର୍ଯ୍ୟାଳରେ ପହଞ୍ଚି ସେମାନଙ୍କ ଦାବୀ ଉପସ୍ଥାପନ କରି ଧାରଣାରେ ବସିଥିବା ବିଦ୍ୟାର୍ଥୀ ମାନଙ୍କ ଦାବୀ କୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶୃତି ଦେଇଛନ୍ତି । ପ୍ରତିଶ୍ରୁତି ପାଇବା ପରେ ବିଦ୍ୟାର୍ଥିମାନେ ଧାରଣା ରୁ ଉଠିଥିଲେ ।

ପୁଣି ଏକାଠି ହେବେ କି ନୀତୀଶ କୁମାର ଓ ପିକେ ? ବୈଠକକୁ ନେଇ ଚର୍ଚ୍ଚା ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଣିଥରେ ଏକାଠି ହେବେ କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ? କିଛି ଦିନର ବାକ ଯୁଦ୍ଧ ପରେ ଏହି ଦୁଇ ନେତା ଗୋଟିଏ ବନ୍ଦ କୋଠରୀରେ ବୈଠକ କରିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ନୀତୀଶ କୁମାର ସବୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏବେ ସେ ପିକେଙ୍କୁ ଭେଟିଥିବାରୁ ୨୦୨୪ରେ ଏମାନଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ବୁଧବାର ସନ୍ଧ୍ୟାରେ ନୀତୀଶ କୁମାର ଓ ପିକେ ଦୀର୍ଘ ୪୫ ମିନିଟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ସମ୍ପର୍କରେ ଏମାନେ ଆଲୋଚନା କରିଥିବା କୁହାଯାଉଛି। ଏକଦା ପିକେ ଜେଡିୟୁରେ ନୀତୀଶ କୁମାରଙ୍କ ଡେପୁଟି ଥିଲେ। ହେଲେ ଦୁଇ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ବିବଦା ଚାଲିଥିଲା। ଏପରି କି ଉଭୟ ପରସ୍ପରକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନଥିଲେ। କିନ୍ତୁ ସମୟ ବଦଳିବା ସହ ଉଭୟଙ୍କ ଆଭିମୁଖ୍ୟ ମଧ୍ୟ ବଦଳିଛି। ଦୁଇ ନେତା ପରସ୍ପର ସହ ବୈଠକ କରିଛନ୍ତି। ନୀତୀଶ କୁମାର ଓ ପିକେଙ୍କୁ ଏକାଠି କରିବାର ବ୍ୟବସ୍ଥା ପବନ ବର୍ମା କରିଛନ୍ତି। ପବନ ବର୍ମା ହେଉଛନ୍ତି ନୀତୀଶଙ୍କ ଜେଡିୟୁର ପୂର୍ବତନ ନେତା। ଦୁଇ ବର୍ଷ ତଳେ ପବନ ଓ ପିକେଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁରୁ ବିଦା କରାଯାଇଥିଲା। ଏବେ ସେ ହିଁ ପିକେ ଓ ନୀତୀଶ କୁମାରଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବୁଧବାର ବୈଠକରେ ପବନ ବର୍ମା ମଧ୍ୟ ଉପସ୍ଥିତ ଥିଲେ। ନୀତୀଶ କୁମାର ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ନାହାନ୍ତି। ପିକେଙ୍କ ସହ ତାଙ୍କର କିଛି ସାଧାରଣ କଥାବାର୍ତ୍ତା ହୋଇଥିବା ସେ କହିଛନ୍ତି। ନୀତୀଶ କୁମାର ବୈଠକ ପରେ କହିଛନ୍ତି, “ଆମେ ଦେଖାହେଲୁ। ତାଙ୍କୁ ଏ ବିଷୟରେ ପଚରା ଯାଉ। ଆମେ କୌଣସି ସ୍ୱତନ୍ତ୍ର ବିଷୟରେ କଥା ହୋଇନୁ। ଏହା ଏକ ସାଧାରଣ ଭେଟଘାଟ। ଆପଣମାନେ କୌଣସି ପ୍ରକାରର ଆକଳନ କରନ୍ତୁ ନାହିଁ। ମିଟିଂରେ ଖରାପ କ’ଣ? ଆମେ ପରସ୍ପରକୁ ବହୁତ ଦିନରୁ ଜାଣିଛୁ।” ବିହାର ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପିକେଙ୍କୁ ସବୁ କିଛି ପଚାରିବାକୁ ମଧ୍ୟ କହିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଶ୍ନରେ ନୀତୀଶ କୁମାର କହିଛନ୍ତି, “ମୁଁ ପିକେଙ୍କ ଉପରେ ଆଦୌ କ୍ଷୁବ୍ଧ ନୁହେଁ। ତାଙ୍କ ଉପରେ ମୋର କୌଣସି ପୂର୍ବାଗ୍ରହ ନାହିଁ।”ଗତ ସପ୍ତାହରେ ଉଭୟ ପରସ୍ପରକୁ ସମାଲୋଚନା କରିଥିଲେ। ନୀତୀଶ କୁମାର ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି, କଂଗ୍ରେସ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିବାରୁ ପିକେ ଏହାକୁ ତାଚ୍ଛଲ୍ୟ କରିଥିଲେ। ପିକେ କହିଥିଲେ “ନୀତୀଶ କୁମାର ମାସକ ତଳେ ପକ୍ଷ(ଶାସକ ଦଳ) ସହ ରହିଥିବା ବେଳେ ଏବେ ସେ ବିପକ୍ଷ(ବିରୋଧୀ ଦଳ)ରେ ରହିଛନ୍ତି। ଏହା କେତେ ଭରାସାଯୋଗ୍ୟ ସେକଥା ଲୋକମାନେ ନିଷ୍ପତ୍ତି ନେବେ। କିନ୍ତୁ ବିହାରରେ ଏପରି ନୂଆ ମହାମେଣ୍ଟ ଜାତୀୟ ସ୍ତରରେ ବଡ଼ ପ୍ରଭାବ ପକାଇବ ବୋଲି ମୋର ଆଶା ନାହିଁ।” ସେ ପରୋକ୍ଷରେ ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହାର ଜବାବରେ ନୀତୀଶ କୁମାର କହିଥିଲେ, “ସେହି ବ୍ୟକ୍ତି(ପିକେ) ମୋ ସହ ଆସିଥିଲେ ଓ ଏହାପରେ ମୁଁ ତାଙ୍କୁ ନିଜର କାମ ଛାଡ଼ି ମୋ ସହ ରହିବାକୁ କହିଥିଲି। କିନ୍ତୁ ସେ ମୋ କଥା ଶୁଣି ନଥିଲେ। ସେ ଦେଶର ବିଭିନ୍ନ ରାଜନୀତିକ ଦଳ ସହ କାମ କରିଛନ୍ତି। ଏହା ତାଙ୍କର ଗୋଟିଏ ଧନ୍ଧା ବା ବ୍ୟବସାୟ। ଯେତେବେଳେ ଜଣେ ଏମିତି କଥା କହୁଛନ୍ତି ସେତେବେଳେ ତାଙ୍କ ମୁଣ୍ଡରେ ଅଲଗା କିଛି ଚାଲିଛି ବୋଲି ଭାବିବାକୁ ପଡ଼ିବ। ସେ ବିଜେପି ସହ ରହିବାକୁ ଚାହୁଁଛନ୍ତି କିମ୍ବା ବିଜେପି ପାଇଁ ଗୁପ୍ତରେ କାମ କରିବାକୁ ଚାହୁଁଛନ୍ତି।” ଏହାପରେ ପିକେ ୪ଟି ଫଟୋ ବିନା କମେଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ କେମିତି ନତମସ୍ତକ ହୋଇଥିଲେ, ତା’ର ଦୃଶ୍ୟ ରହିଥିଲା।

ଚିତାଚୈତନ ଲଗାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଚିତା କାଟିଛି ବାସୁଦେବ….!

ଏଥର ସମ୍ଭାଳ ବ୍ୟୁରୋ(କେନ୍ଦ୍ରାପଡ଼ା)- ଚିତା ଚୈତନ ଲଗାଇ ପୂଜକ ବେଶରେ ବାସୁଦେବ ପଣ୍ଡା! ତାଙ୍କୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହିତ ଫେକ୍‌ ଫଟୋରେ ଦେଖିବାକୁ ମିଳୁଛି। ଆଉ କେତେବେଳେ ତାଙ୍କୁ ସେନା ଅଧିକାରୀଙ୍କ ସହିତ ଫଟୋରେ ଦେଖିବାକୁ ମିଳୁଛି। ଅତି ଚତୁରତାର ସହିତ ଫଟୋ ଏଡିଟ୍‌ କରି ନିଜକୁ ଫ୍ରେମ୍‌ରେ ରଖିଛନ୍ତି ବାସୁଦେବ। ପରବର୍ତ୍ତୀ ସମୟରେ ସେହି ଫଟୋ ଦେଖାଇ ସ୍ପଷ୍ଟ ଦିବାଲୋକରେ ଠକୁଥିଲେ। କାହାକୁ ଭଲ ଡାକ୍ତରକୁ ଦେଖାଇବାକୁ କହି ତ ଆଉ କାହାକୁ ସେନାରେ ଚାକିରି କରାଇଦେବାକୁ କହି, ଏମିତି କେତେ କ’ଣ ପ୍ରତିଶ୍ରୁତି ଦେଇ ବାସୁଦେବ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏପରି ୪୨୦ ଠକଙ୍କୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ନିକିରାଇ ଥାନା ଢୋଲ ଗାଁର ଯୁବକ ହେଉଛନ୍ତି ବାସୁଦେବ ପଣ୍ଡା। ପେଶାରେ ସେ ଜଣେ ପୂଜକ। ହେଲେ ନିଶା ଠକିବା। ତାଙ୍କ ଠକାମୀ ଶିକାର ହୋଇଛନ୍ତି ଜମରା ଗାଁର କରୁଣାକର ରଣା। କରୁଣାକରଙ୍କ ସାନ ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସାମାନ୍ୟ ରୋଗ ହୋଇଥିଲା। ହେଲେ ତାଙ୍କୁ କ୍ୟାନସର ହୋଇଥିବା କହି ଭୟଭୀତ କରାଇ ଥିଲେ ବାସୁଦେବ। ଭଲ ଡାକ୍ତର ଦେଖାଇବାକୁ ହେଲେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। କିଛି ଉପାୟ ନପାଇ କରୁଣାକର, ସାନ ଭାଇର ଚିକିତ୍ସା ପାଇଁ ଜମି ବିକ୍ରି କରି ବାସୁଦେବଙ୍କୁ ଟଙ୍କା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ କରୁଣାକର ଜାଣିଥିଲେ ଯେ ତାଙ୍କ ଭାଇକୁ ସାମାନ୍ୟ ରୋଗ ହୋଇଛି। ଡାକ୍ତରଙ୍କୁ ଦେଖାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଥିଲା। ଏହା ପରେ କରୁଣାକର ଦେଇଥିବା ଟଙ୍କା ବାସୁଦେବଙ୍କୁ ମାଗିଥିଲେ। ମାତ୍ର ସେ ଧରାଛୁଆଁ ଦେଇଥିଲେ। ଶେଷରେ କିଛି ଉପାୟ ନପାଇ କରୁଣାକର ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଆଉ ଜଣେ ଚାଷୀ ହେଉଛନ୍ତି ରବୀନ୍ଦ୍ର ସାହୁ। ତାଙ୍କୁ ଚୁନ ଲଗାଇଛନ୍ତି ବାସୁଦେବ ପଣ୍ଡା। ପୁଅକୁ ସେନା ବାହିନୀରେ ଚାକିରି କରାଇଦେବାକୁ କହି ରବୀନ୍ଦ୍ରଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ରବୀନ୍ଦ୍ର ଜାଣିଥିଲେ ବାସୁଦେବ ଜଣେ ଠକ ବୋଲି। ଏହା ପରେ ସେ ଦେଇଥିବା ଟଙ୍କା ଫେରି ପାଇବାକୁ ଚାହିଁଥିଲେ। ମାତ୍ର ବାସୁଦେବ ଧରାଛୁଆଁ ଦେଇନଥିଲେ। ସେ ମୋବାଇଲ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଠକାମୀରେ ଶିକାର ହୋଇଥିବା ଲୋକ ବାସୁଦେବଙ୍କ ଘରେ ପହଞ୍ଚିଥିଲେ। ହେଲେ ସେ ଫେରାର ହୋଇଯାଇଛନ୍ତି। ବାସୁଦେବାଙ୍କ ଜାଲରେ କେବଳ କରୁଣାକର ଓ ରବୀନ୍ଦ୍ର ପଡ଼ି ନାହାଁନ୍ତି। ଏକାଧିକ ଲୋକଙ୍କୁ ବାସୁଦେବ ନିଜ ଫାସରେ ଫସାଇଥିବା ଅଭିଯୋଗ ହୋଇଛି। ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ନିଜ ଫଟୋକୁ ଏଡିଟ୍‌ କରି ଯୋଡ଼ି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା। ପରେ ସମୟ ସୁବିଧା ଦେଖି ବିଭିନ୍ନ ଲାଳସା ଦେଖାଇ ଟଙ୍କା ଆଦାୟ କରିଥିଲା। ବାସୁଦେବଙ୍କ ନାଁରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ପରେ ଘଟଣା କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପାଖକୁ ଯାଇଥିଲା। ଏସ୍‌ପି ପୂରା ଘଟଣା ଶୁଣିବା ପରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନକଲି ଔଷଧ ବିକ୍ରି ଅଭିଯୋଗରେ କଟକରେ ୨ଜଣ ଗିରଫ ହୋଇଥିବାବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନକଲି ଔଷଧ ଧରପଗଡ଼ ନିମନ୍ତେ ଚଢ଼ଉ ଜୋରଦାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟରେ ନକଲି ଔଷଧ ବିକ୍ରି ଓ ଯୋଗାଣକୁ କୌଣସି ପରିସ୍ଥିତିରେ ବି ସରକାର ବରଦାସ୍ତ କରିବେ ନାହିଁ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାରିକୁ ଛଡ଼ାଯିବ ନାହିଁ । କଟକ ଓ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ମେଡିସିନ୍ ଷ୍ଟୋର ଓ ଡିଷ୍ଟ୍ରିବ୍ୟୁଟର ଉପରେ ଚଢ଼ଉ ପରେ ବ୍ଲଡପ୍ରେସରର ନକଲି ଔଷଧ ‘ଟେଲମା-୪୦’ ମିଳିଥିଲା । ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହି ନକଲି ଟେଲମା-ଏମ୍ ଓ ଟେଲମା-୪୦ କୁ ଜବତ କରିଛନ୍ତି । ମଙ୍ଗଳବାର କମିଶନରେଟ ପୁଲିସ ଏହି ନକଲି ଔଷଧ ଯୋଗାଣ ମାମଲାରେ ୨ଜଣଙ୍କୁ ଗିରଫ କରିଛି । ଗ୍ଲେନମାର୍କ କମ୍ପାନୀ ପକ୍ଷରୁ ଏହି ଦୁଇଟି ମେଡିସିନକୁ କମ୍ପାନୀ ଦ୍ୱାରା ପ୍ରସ୍ତୁତ କିମ୍ବା ଯୋଗାଣ କରାଯାଇନଥିବା ନେଇ ସ୍ପଷ୍ଟ କରାଯିବା ପରେ ଏଫଆଇଆର ରୁଜୁ ହୋଇଥିଲା ।

ଗୁଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ପାଳିତ …!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଚଳିତ ଶିକ୍ଷା ବର୍ଷ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଉଚ୍ଚ ନମ୍ବର ରଖି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ୭୫ ଜଣ ଵିଦ୍ୟାର୍ଥୀନୀ ବିଦ୍ୟାର୍ଥୀ ମାନଙ୍କୁ ଏ॰ବି॰ଭି॰ପି ଗୁଣପୁର ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା । ମହର୍ଷି ଗୁରୁକୂଳ ପ୍ରଯୋଜନା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ରାଜେନ୍ଦ୍ର ପ୍ରସାଦ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ କପିଳେଶ୍ୱର ତାଣ୍ଡି ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିଖିକା ସଙ୍ଘମିତ୍ର। ମିଶ୍ର ଉପସ୍ଥିତ ରହି । ବିଦ୍ୟାର୍ଥୀ ମାନଙ୍କୁ ନିଜର ଉଦ୍ୟମ, କର୍ମତତ୍ପର ରହିବା ସହ ସଂଯମୀ ଓ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାର୍ଥୀ ପରିଷଦ ର ବରିଷ୍ଠ କାର୍ଯ୍ୟକାର୍ତ୍ତା ଡ଼ ପ୍ରଶାନ୍ତ ହୋତା ସ୍ୱାଗତ କରିଥିଲେ ,ସଭାପତି ପ୍ରଫୁଲ୍ଲ ଲିମା ସଂଯୋଜନା କରିଥିଲେ ,ସଂପାଦକ ଦେବାଶିଶ ସେନାପତି ବିବରଣୀ ପାଠ କରିଥିଲେ। ।

ସଭାରେ ପୂଣ୍ୟ ଶ୍ଳୋକ ସାହୁ ଧନ୍ୟବାଦ ଆର୍ପଣ କରିଥିବାବେଳେ ଇନ୍ଦ୍ର।କ୍ଷୀ ଦାଶ୍ ପୁରସ୍କାର ଓ ସମ୍ବର୍ଦ୍ଧନା କୁ ସଂଯୋଜନା କରିଥିଲେ । ଶତ ପ୍ରତିଶତ ଉଚ୍ଚ ନମ୍ବର ର ପରୀକ୍ଷା ଫଳ ନିମନ୍ତେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଗଜପତି ରାଓ, ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ସମ୍ବର୍ଦ୍ଧିତ ହୋଇଥିଲେ ସେଭଳି ଜିଲ୍ଲା ସ୍ତର ବିଜ୍ଞାନ ରେ ଉଚ୍ଚ ନମ୍ବର ରଖିଥିବା ଜି ସାଇ ଶ୍ରୀ ସୁବୁଦ୍ଧି ,ବଂଶଧାରା ମହାବିଦ୍ୟାଳୟ ର ଓ ମ୍ୟାଟ୍ରିକ ରେ ଉଚ୍ଚ ନମ୍ବର ରଖିଥିବା ସରସ୍ଵତୀ  ଶିଶୁ ବିଦ୍ୟା ମନ୍ଦିର ର ଡି॰ ଆୟୁସମାନ  ଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା । ସେଭଳି ପ୍ରଯୋଜକ ଓ ଶତ ପ୍ରତିଶତ ପରୀକ୍ଷା ଫଳ ରଖୀଥିବା ମହର୍ଷି ଗୁରୁକୁଳ ର ରାଜେଶ କୁମାର ପଣ୍ଡା ଓ ପ୍ରିୟବ୍ରତ ବିଶୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭିକ ସଙ୍ଗୀତ ଓ ବନ୍ଦେ ମାତାରମ ଶିଶୁ ବିଦ୍ୟ ମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରମୁଖ ଶେଷ ସାଇ ସେନାପତି, ବିଭାଗ ପ୍ରମୁଖ ଉମା ଦାଶ୍ ,ବି କିରଣ କୁମାର, ସାଇ ପାଣିଗ୍ରାହୀ, ବି ସତୀଶ କୁମାର ,ମାନସ ବୈଦ୍ୟ ଭୂଷଣ ପ୍ରମୂଖ ପରିଚ।ଳନ। କରିଥିଲେ ।

ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଶୋଭା ଯାତ୍ରା ।

!!! ଡାବୁଗାଁ ରୁ ଦକ୍ଷିଣାଞ୍ଚଳ ଚ୍ୟାନେଲ ବ୍ୟୁରୋ ଚିଫ ପ୍ରବୀର ପାତ୍ର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ — ନବରଂଗପୁର ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ ର ଆବାହକ ରାଜେଶ ଜନୀଙ୍କ ଆହ୍ବାନ କ୍ରମେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଭା ପକ୍ଷରୁ ଡାବୁଗାଁ ବ୍ଲକ ସଦମହକୁମା ଠାରେ ଏକ ବିଶାଳ ଆଦିବାସୀ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବ୍ଲକରେ ବସବାସ କରୁଥିବା ଆଦିବାସୀ ମହିଳା ଓ ପୁରୁଷ ମାନେ ସହସ୍ରାଧିକ ସଂଖ୍ୟାରେ ଡ଼ାବୁଗାଁ ବ୍ଲକ ସଦର ମହକୁମା ଠାରେ ସମ୍ମିଳିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମ କରି ସ୍ଥାନୀୟ ବ୍ଲକ,ତହସିଲ ଓ ବନବିଭାଗ କାର୍ଯ୍ୟାଳୟ ଠାରେ ପହଞ୍ଚି ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ଆଦିବାସୀଙ୍କୁ ଜମିପଟ୍ଟା ଓ ବାସଗୃହ ପ୍ରଦାନ କରିବା ,ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ସାର ଯୋଗାଇ ଦେବା, ଜମିକୁ ଜଳ ଯୋଗାଇବା,ଶିକ୍ଷିତ ଯୁବକ – ଯୁବତୀ ଙ୍କୁ ଚାକିରି ଯୋଗାଇଦେବା,ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବା, ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ଯୋଗାଇବା ଭଳି ଦାବୀ ମାନ ଉଲ୍ଲେଖ କରିଛନ୍ତି ।ମଞ୍ଚ ପକ୍ଷରୁ ପ୍ରସ୍ତାବିତ ଦାବୀ ଗୁଡ଼ିକ ପୂରଣ କରାନଗଲେ ଆଗାମୀ ଦିନରେ ଦାବୀ ପୁରାଣ ନିମନ୍ତେ ମଞ୍ଚ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଗଣ ବିକ୍ଷୋଭ କରିବ ଏ.ଓ.ଏସ.ସି.ଏଫ୍ ।

!!! ଜୟପୁର ରୁ ଦକ୍ଷିଣାଞ୍ଚଳ ବ୍ୟୁରୋ ହେଡ ପ୍ରବୀର ପାତ୍ର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଜୟପୁର) – ବହୁଜନ ସମାଜର ନାବାଳିକା ଭଉଣୀ କନକ ନିଆଲ ହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆସନ୍ତା ୧୫ ତାରିଖ ଭବାନୀପାଟଣା ଠାରେ ଏକ ଗଣବିକ୍ଷୋଭର ଆୟୋଜନ କରାଯାଇଛି ।ଏଥିରେ ରାଜ୍ୟର ସମସ୍ତ ସଂଗଠନ ମାନେ ତନ ମନ ଧନ ଦେଇ ଏହାକୁ ସଫଳ କରିବା ସହ ସମସ୍ତ ବହୁଜନ ସଂଗଠନ ଏକତ୍ରିତ ହୋଇ ସାମ୍ବିଧାନିକ ଅଧିକାର ପାଇଁ ଲଢେ଼ଇ କରିବାକୁ ଆହ୍ବାନ କରାଯାଇଛି । ଏହି ବାର୍ତ୍ତା ସମସ୍ତ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ପାଇଁ ନିଜ ନିଜ ଆଞ୍ଚଳିକ ସଂଗଠନ ଜରିଆରେ ଛୋଟ ଛୋଟ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମ ଜରିଆରେ ଦେବା ସହିତ ନିଜ ନିଜ ସଂଗଠନର ବ୍ୟାନର ସହ ୧୫ ତାରିଖ ବହୁସଂଖ୍ୟାରେ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳ କରିବାକୁ ଆୟୋଜକ କମିଟି ପକ୍ଷରୁ ଏ ଓ ଏସ ସି ଏଫ୍ ର ସଭାପତି ଧନଞ୍ଜୟ ଦୀପ ଅନୁରୋଧ କରିଛନ୍ତି ।