କ୍ୟାବିନେଟରେ ଥିଲେ ୨ ଜଣ, କାଲି ସାମିଲ ହେବେ ୧୪ ମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ଆସନ୍ତକାକାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ। ଏଥିରେ ୧୪ ଜଣମନ୍ତ୍ରୀ ଶପଥ ନେଇପାରନ୍ତି।  ନୂଆମନ୍ତ୍ରୀମଣ୍ଡରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ। ଅର୍ଥାତ ପ୍ରତି ଅଞ୍ଚଳରୁ ଜଣକୁ ମନ୍ତ୍ରୀପଦଦ ମିଳିବ। ବରିଷ୍ଠ ବିଜେପି ନେତା ସୁଧିର ମୁଙ୍ଗାନତୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ୍‌ଙ୍କୁ ନୂଆ ମନ୍ତ୍ରିମଣ୍ଡରେ ସାମିଲ କରାଯିବ।  ସେହିପରି ସିନ୍ଧେଙ୍କ ଟିମର  ଗୁଲାବ ରଖୁନାଥ ପାଟିଲ, ସଦା ସର୍ଭନକା ଏବଂ ଦୀପକ ବସନ୍ତ କେଶରକର ପ୍ରମୁଖ ଶପଥ ନେଇ ପାରନ୍ତି।   ଗତ ଜୁନ୍‌ ୩୦ ତାରିରେ ଶିବସେନା ବିଧାୟକ ଏକନାଥ ସିନ୍ଧେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶିବସେନାର ବିଦ୍ରୋହ ପରେ ଉଦ୍ଧବଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମହାରାଷ୍ଟ୍ରରେ ଗଠନ ହୋଇଥିଲା ସିନ୍ଦେ ସରକାର। ସେବେଠାରୁ କ୍ୟାବିନେଟରେ କେବଳ ଏହି ୨ ଜଣ ସାମିଲ ଥିଲେ।  ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା।  ତେଣୁ  ସରକାର ଗଠନର ୨ ମାସ ମଧ୍ୟରେ  ସିନ୍ଦେ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବାଧ୍ୟ ହୋଇଛନ୍ତି।  ଏହାପୂର୍ବରୁ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଫଡ଼ନାଭିସ ବାରମ୍ବାର ଦିଲ୍ଲୀ ଗସ୍ତ କରିଥିଲେ। ଗତକାଲି ସିନ୍ଧେ ଅନ୍ୟ ୨୨ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ନୀତି ଆୟୋଗ ବୈଠକରେ ବି ଯୋଗଦେଇଥିଲେ। ଏହି ବୈଠକ ପରେ ବିଜେପି ହାଇକମାଣ୍ଡ ସହ ଫଡନାଭିସ ଓ ସିନ୍ଧେ ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି। ତେବେମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଳମ୍ବ ହୋଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ କୌଣସି ବାଧାପ୍ରାପ୍ତ ହୋଇ ନଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି।

ସ୍ଵାଧୀନତା ଦିବସ ରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ସ୍ୱାଧୀନତା ଦିବସରେ ରାଜ୍ୟର ୨୧ ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ। ବ୍ରହ୍ମପୁର ଓ ରାଉରକେଲାରେ ଆର୍‌ଡିସି ପତାକା ଉତ୍ତୋଳନ କରିବେ। ବାକି ଜିଲ୍ଲାରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କନ୍ଧମାଳରେ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା, ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଢେଙ୍କାନାଳରେ କୃଷୀ ଓ କୃଷକ ସଶକ୍ତ କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଲାଙ୍ଗିରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, କେନ୍ଦୁଝରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ନୟାଗଡ଼ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, କଟକରେ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁନ୍ଦରଗଡ଼ରେ ଏମ୍‌ଏମ୍‌ଇ ମନ୍ତ୍ରୀ ପ୍ରଦାପ କେଶରୀ ଦେଓ, ମୟୂରଭଞ୍ଜରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିବେ। ଠିକ୍‌ ସେହିପରି ବରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବାଲେଶ୍ୱରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଗଞ୍ଜାମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କଳାହାଣ୍ଡିରେ ଯୋଜନା ଓ ସଂଯୋଜନା ରାଜେନ୍ଦ୍ର ଢୋଲକିଆ, ମାଲକାନଗିରିରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ୱଲପୁରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, କୋରାପୁଟରେ ଗ୍ରାମ୍ୟ ଉନ୍ନୟନ ପ୍ରତିରଞ୍ଜନ ଘଡାଇ, ଗଜପତିରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ସୋନପୁରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ନୂଆପଡ଼ାରେ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ ଅନୁଗୋଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ଜାତୀୟ ପତାକା ଉତ୍ତୋଳନ କରିବେ। ବ୍ରହ୍ମପୁର ଓ ରାଉରକେଲାରେ ଆର୍‌ଡିସି ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ , ହେଲେ ଆମ ରାସ୍ତା …!

ଏଥର ସମ୍ଭାଳ ବ୍ୟୁରୋ (ବିନିକା) – କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଡେଙ୍ଗୁରା ପିଟିବାରେ ବ୍ୟସ୍ତ । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ କାହାର ତର ନାହିଁ।  ଆମେ ନମ୍ବର ୱାନ, ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ ତଥା ଆମ ଯୋଜନା ବି ବିଶ୍ୱସ୍ତରୀୟ ବୋଲି ଡେଙ୍ଗୁରା ପିଟୁଛନ୍ତି ରାଜ୍ୟ ସରକାର। ସେହିଭଳି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ।  ହେଲେ ଆମ ଗାଁ ରାସ୍ତା ଦେଖିଲେ ଯେ କେହି ନିଶ୍ଚୟ ପଚାରିବ ଯେ, ଏହା କେଉଁ ବିଶ୍ୱସ୍ତରୀୟ ଯୋଜନାରେ ଅନ୍ତର୍ଭୁକ୍ତ । ଆଉ ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍‌ କି ଜିରୋ, ତାହା ବି ଜଣାପଡ଼ିବ। ଏହି କାଦୁଅ ପଚ ପଚ ରାସ୍ତାରେ ଠିକ୍‌ ଭାବେ ଚାଲିବା କଷ୍ଟକର ହେଉଥିବା ବେଳେ ଆମ ପିଲା କିପରି ତ୍ରିରଙ୍ଗା ଉଡ଼ାଇ ଯିବେ।’ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ପଞ୍ଚାୟତର ସିଲଯୁରୀ ଗ୍ରାମବାସୀ। ବିନିକା ବ୍ଲକର ସିଞ୍ଜୁରୀ ଓ କୁଇବାହାଲକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ଦିନେ ଯିବା କଷ୍ଟକର ହୋଇପଡ଼ୁଛି। ୨ କିମି ପରିବ୍ୟାପ୍ତ ଏହି ରାସ୍ତା ବର୍ଷା ଦିନେ କାଦୁଅ ପଚ ପଚ ହୋଇଯାଉଥିବାରୁ ପିଲାଠୁ ବୁଢ଼ା ସମସ୍ତେ ଯା’ଆସ କଲା ବେଳେ ନାକେଦମ ହେଉଛନ୍ତି। କାଦୁଅ ଯୋଗୁ ଏହି ରାସ୍ତାରେ ପିଲାମାନେ ସ୍କୁଲ୍ ଯାଇପାରନ୍ତି ନାହିଁ। ସେଥିପାଇଁ ୫ କିମି ବାଟ ବୁଲି ବୁଲି ସେମାନେ ସ୍କୁଲ୍ ଯାଆନ୍ତି। ଏହାବାଦ ରୋଗୀଙ୍କୁ ମଧ୍ୟ ଡାକ୍ତରଖାନା ନେବାକୁ ନାକେଦମ ହେବାକୁ ପଡ଼େ। ସରକାର ତୁରନ୍ତ ଏହି ରାସ୍ତା କାମ ନ କଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ଗ୍ରାମବାସୀ। ବିନିକା ବିଡିଓ କହିଛନ୍ତି, ସେ ରାସ୍ତାରେ ଯେପରି ଲୋକେ ସୁରୁଖୁରୁରେ ଯାତାୟତ କରିପାରିବେ ସେଥିପାଇଁ ଆମେ ତୁରନ୍ତ ବ୍ୟବସ୍ଥା କରିବୁ। ପୂର୍ବରୁ ପ୍ରଶାସନିକ ଓ ରାଜନୀତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଏମିତି ଅନେକ ପ୍ରତିଶ୍ରୁତି ମିଳିଥିବା ବେଳେ ଏହି ରାସ୍ତାର ଭାଗ୍ୟ କେବେ ସୁଧୁରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଲଗାଣ ବର୍ଷା ଜାରି ରହିଲେ ବଂଶଧାରା ଜଳସ୍ତର କାଲି ଛୁଇଁବ ସତର୍କ ସଂକେତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ଠାରେ ଲଘୁଚାପ ପ୍ରଭାବ ରୁ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଆଜି ରାୟଗଡା ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ ଗତ କାଲି ଠାରୁ ଗୁଣପୁର ଅଞ୍ଚଳ ରେ ତୁହାକୁ ତୁହା ବର୍ଷା ପଡୁଛି । ଏହାର ପ୍ରଭାବ ରେ ଗୁଣପୁର ର ଜୀବନଧାରା କୁହାଯାଉଥିବା ବଂଶଧାରା ନଦୀ ର ଜଳସ୍ଥର ଧୀରେ ଧୀରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସତର୍କ ସଙ୍କେତ ଠାରୁ ଅଳ୍ପ ଦୂର ରେ ପ୍ରବାହିତ ହେଉଛି ନଦୀ ଜଳ । ଏଠାରେ ବିପଦ ସଙ୍କେତ ୮୪ ମିଟର , ସତର୍କ ସଙ୍କେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳ ସ୍ଥର ୮୨.୧୫ ମିଟର ନିକଟ ରେ ରହିଛି । ଯଦି ଏହି ପରି ଭାବେ ଉପର ମୁଣ୍ଡ ରେ ଲଗାଣ ବର୍ଷା ଜାରି ରହେ ତେବେ ଆସନ୍ତା କାଲି ବେଳେକୁ ନଦୀ ଜଳ ସତର୍କ ସଙ୍କେତ ଛୁଇଁବା ଅନୁମାନ କରାଯାଉଛି । ବର୍ତ୍ତମାନ ବର୍ଷା ର ପରିମାଣ ୫୫.୮ ମିଲି ମିଟର ରହିଥିବା ବେଳେ ତାହାର କ୍ରମବର୍ଦ୍ଧନଶୀଳ ପରିମାଣ ୭୧୪ ମିଲି ମିଟର ରହିଛି । ଏହାକୁ ନଜର ରେ ରଖି ବଂଶଧାରା ନଦୀ ର ସମସ୍ତ ଉପକୂଳ ବର୍ତ୍ତି ଅଞ୍ଚଳ ର ତହସିଲଦାର ଓ ବିଡ଼ିଓ ମାନଙ୍କୁ ସତର୍କ ରହିବାକୁ ରାୟଗଡା ଜିଲ୍ଲାପାଳ କହିଥିବା ସୂଚନା ମିଳିଛି । ଲଗାଣ ବର୍ଷା ଫଳ ରେ ପଦ୍ମପୁର ବ୍ଲକ ର ବହୁ ଚାଷ ଜମି ଜଳମଗ୍ନ ରହିଥିବା ବେଳେ ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ର ତର୍ଗିସିଂ ରେ ମାଟି ଅତଡା ଧସି ଦୁଇ ଗୋଟି ଘର ଭାଙ୍ଗି ଯାଇଛି ।

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…!

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ମୋନଜ କୁମାର ନାଲା ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କୋଲନରା) – ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି କୋଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମୋନାଥ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷ ରାମଚନ୍ଦ୍ର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ,ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ପଂଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଳେଶିକା,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଶ୍ରୀ ପ୍ରଦୀପ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥାର ସହାକାରୀ ଯନ୍ତ୍ରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ସାହୁ,ତହସିଲଦାର କଲନାରା, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ,ବିଡ଼ିଓ ଗୌର ଚନ୍ଦ୍ର ପଟନlୟକ, ଅତିରିକ୍ତ ବିଡିଓ ନୃସିଂହ ଚରଣ ପଟ୍ଟନାୟକ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ,ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଆଜି ମୋଟ ୨୦ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୧୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୩ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା l l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ….!

ଏଥର ସମ୍ଭାଳ ବ୍ୟୁରୋ(ଯାଜପୁର)- ଜିଏସଟି ବିଭାଗ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଣିଜ୍ୟକର ଓ ଜିଏସଟି ବିଭାଗ,କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷ ପାଣିଙ୍କ ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟାସନଗର, କଟକ, ଭୁବନେଶ୍ୱରର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ସୂଚନା ମିଳିଛି। ବ୍ୟାସନଗର ସହରର ଚୋରଦା ଛକଠାରେ ଥିବା ପିୟୁଷ ପାଣିଙ୍କ ଘରେ ଆଜି ସକାଳୁ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଏହି ଚଢାଉରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି। କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରୁଛି। ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି।

କ୍ୟାନ୍‌ସର ପରେ ଏବେ ଏଡସ୍‌ ; ମାତ୍ର ଗୋଟିଏ ଟିକାରେ ଭଲ ହୋଇଯିବ ରୋଗ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କ୍ୟାନ୍‌ସପର ପରେ ଏବେ ଭଲ ହୋଇଯିବ ମାରାତ୍ମକ ଏଡସ୍‌। ମାତ୍ର ଗୋଟିଏ ଡୋଜରେ ସମ୍ପୂର୍ଣ୍ଣ ଭଲ ହୋଇଯିବେ ରୋଗୀ। ଏନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି। ବୈଜ୍ଞାନିକମାନେ ଏକ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ରେ ସମୂଳେ ଧ୍ୱଂସ ହୋଇଯିବ ଏହି ମାରାତ୍ମକ ଭୂତାଣୁ। ଇସ୍ରାଏଲର ତେଲ ଅବିବ ୟୁନିର୍ଭସିଟିର ବୈଜ୍ଞାନିକଙ୍କ ଦ୍ୱାରା ଏହି ଟିକାକୁ ତିଆରି କରାଯାଇଛି, ଯାହାର ଲ୍ୟାବ୍‌ ରେଜଲ୍ଟ ବେଶ୍‌ ସଫଳ ରହିଛି। ବୈଜ୍ଞାନିକମାନେ ଶୀରରେ ଥିବା ଟାଇପ୍‌-ବି ଧଳା ରକ୍ତର କୋଷିକାର ଜିନ୍‌ରେ କିଛି ପରିବର୍ତ୍ତନ କରିଥିଲେ, ଯାହା ଏଚ୍‌ଆଇଭି ଭୂତାଣୁ ନଷ୍ଟ କରିଦେଇଥିଲା। ଏହି ସଫଳତାରୁ ଏଚ୍‌ଆଇଭି ଏଡସ୍‌ ଭଳି ମାରାତ୍ମକ ଭାଇରସର ମଧ୍ୟ ଏବେ ଦୂର ହୋଇଯିବ ବୋଲି ଆଶା କରାଯାଉଛି। ଏଚ୍‌ଆଇଭି-ଏଡସ୍‌ର ବର୍ତ୍ତମାନ ଯାଏ କୌଣସି ସଫଳ ଚକିତ୍ସ ଉପଲବ୍ଧ ନାହିଁ। ତେବେ କେବଳ ଔଷଧ ଦ୍ୱାରା ଏହି ରୋଗ ବ୍ୟାପିବାରେ ରୋକାଯାଇପାରୁଛି। ଫଳରେ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତି ଦୀର୍ଘ ସମୟ ଧରି ଜୀବିତ ରହିପାରୁଛନ୍ତି। ଏହି ଏଚ୍‌ଆଇଭି ହ୍ୟୁମନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଦ୍ୱାରା ବ୍ୟାପେ। ଏହି ଭାଇରସ ଶରୀରର ଇମ୍ୟୁନ ସିଷ୍ଟମ ଉପରେ ଆକ୍ରମଣ କରେ। ଏକ ରିପୋର୍ଟ ମୁତାବକ, ୨୦୨୦ରେ ପର୍‌ରା ୩.୭ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତ, ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହାର ହୋଇଥିବା ଛୁଞ୍ଚିର ବ୍ୟବହାର ଓ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଗର୍ଭବତୀ ମା’ଙ୍କ ଠାରୁ ଛୁଆକୁ ବ୍ୟାପିଥାଏ। ଏହି ରୋଗର ସଫଳ ଚିକିତ୍ସା ପାଇଁ ଡ. ଆଦି ବାର୍ଲେଜଙ୍କ ଅଧ୍ୟକ୍ଷତାରେ ଏକ ବୈଜ୍ଞାନିକଙ୍କ ଟିମ୍‌ ‘ବି’ କୋଷିକାର ବ୍ୟବହାର କରିଥିଲେ। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଏହି କୋଷିକା ଆମ ଶରୀରରେ ଭାଇରସ ଏବଂ ମାରାତ୍ମକ ବ୍ୟାକ୍ଟେରିଆ ସହ ଲଢ଼ିବା ପାଇଁ ଆଣ୍ଟିବଡି ଉତ୍ପନ୍ନ କରିଥାଏ। ଏହି ଧଳା କୋଷିକା ବୋନ୍‌ ମେରୋରୁ ତିଆରି ହୁଏ। ପରପକ୍ୱ ହେବା ପରେ ଏହା ରକ୍ତ ଜରିଆରେ ଆମ ଶରୀରକୁ ପହଞ୍ଚି ଥାଏ। ବୈଜ୍ଞାନିକମାନେ ଏହି ‘ବି’ କୋଷିକାର ଜିନ୍‌ରେ ପରିବର୍ତ୍ତନ କରି ଏଚ୍‌ଆଇଭି ଭାଇରସର କିଛି ଅଂଶ ସହ ଯୋଗାଯୋଗ କରିଥିଲେ। ଏହାଦ୍ୱାରା ଏଚ୍‌ଆଇଭି ଭାଇରସ ନଷ୍ଟ ହେଉଥିବା ଦେଖିବାକୁ ମିଳିଥିଲା। ଏହା ଏଚ୍‌ଇଭି ଭାଇରସ ସହ ମୁକାବିଲା କରିବା ସହ ଶରୀରରେ ଆଣ୍ଟିବଡି ବଢ଼ାଇଥିଲା।ମେଡିକାଲ୍ ଜର୍ନାଲ୍ ଏହି ଆଣ୍ଟିବଡିଗୁଡ଼ିକୁ ନିରାପଦ, ଶକ୍ତିଶାଳୀ ଏବଂ କାର୍ଯ୍ୟକ୍ଷମ ବୋଲି ବର୍ଣ୍ଣନା କରିଛି। ଏହା କେବଳ ସଂକ୍ରାମକ ରୋଗର ନୁହେଁ ବରଂ କ୍ୟାନ୍‌ସର ଏବଂ ଅଟୋଇମ୍ୟୁନ ରୋଗର ଚିକିତ୍ସାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ବୋଲି କୁହାଯାଇଛି।

ଜାଭେଲିନ ଥ୍ରୋରେ ଦେଶ ପାଇଁ ପ୍ରଥମ ପଦକ ଜିତିଲେ ଅନୁରାଣୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶ ପାଇଁ ପୁଣି ଏକ ପଦକ ଜିତିଲେ ଆଉ ଜଣେ ଆଥଲେଟ୍‌। ରବିବାର ବର୍ମିଂହାମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୨ରେ ମହିଳା ଜାଭେଲିନ ଥ୍ରୋ ବର୍ଗରେ  ଅନୁରାଣୀ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଫାଇନାଲରେ ଜାଭେଲିନରେ ପଦକ ଜିତବାରେ ଅନୁରାଣୀ ପ୍ରଥମ ଭାରତୀ ହେବାରେ ଗୌରବ ଅର୍ଜନ କରିଛନ୍ତି । ୬୦ ମିଟର ଥ୍ରୋରେ ଅନୁରାଣୀ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।  ତେବେ ଆଉ ଜଣେ ଭାତୀୟ ଶିଳ୍ପାରାଣୀ ଜାଭେଳିନ ଥ୍ରୋରେ ସପ୍ତମ ରାଉଣ୍ଡରେ ଅଟକିଯାଇନ୍ତି। ଏହି ପ୍ରତିଯୋଗିତାରେ ଅଷ୍ଟେଲିୟାର କେଲସି-ଲି ବାରବର୍ ସ୍ୱର୍ଣ୍ଣପଦକ ଜିତିଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମାକେଞ୍ଜି ଲିଟେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟପଦକ ହାତେଇଛନ୍ତି।  ଏହା ହେଉଛି ରାଣୀଙ୍କ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ରବିବାର  ଭାରତ ତତୁର୍ଥ ମେଡାଲ ହାସଲ କରିବାରେ ସମର୍ଥ ହୋଇଛି। ପ୍ରଥମ ପ୍ରୟାସରେ ରାଣୀ  ୫୫.୬୧ ମିଟର ପାଇଁ ପଞ୍ଚମ ସ୍ଥାନ ପାଇଥିଲେ।  କିନ୍ତୁ ଚତୁର୍ଥ ଥ୍ରୋରେ ସେ ଜବରଦସ୍ତ ଫର୍ମକୁ ଫେରି  ୬୦ ମିଟରରେ ତୃତୀୟ ସ୍ଥାନରେ ପହଞ୍ଚି ପାରିଥିଲେ। ସେହିପରି  ଆଜି ଭାରତକୁ ୨ ସ୍ୱର୍ଣ୍ଣ ସହ ହକି ଟିମ୍‌କୁ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ଭାରତ ୨ ଖେଳାଳି ଜିତିଲେ ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

ଭାରତକୁ ବକ୍ସିଂ ଓ ଟ୍ରିପଲ୍ ଜମ୍ପରେ ମିଳିଲା ୩ ସ୍ୱର୍ଣ୍ଣ, ହକିରେ ବ୍ରୋଞ୍ଜ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ୨ ସ୍ୱର୍ଣ୍ଣ ସହ ହକି ଟିମ୍‌କୁ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ଭାରତ ୨ ଖେଳାଳି ଜିତିଲେ ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସୂଚନା ଥାଉକି ୨୧ ବର୍ଷିୟ ନିତୁ ସେମିଫାଇନାଲାରେ କାନାଡ଼ାର ଖେଳାଳିଙ୍କୁ ପରାଜିତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ସେହିପରି ୪୮-୫୧ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ପଙ୍ଗଲ। ସେ ଫାଇନାଲରେ ଇଂଲଣ୍ଡର କିଆରନ୍ ମ୍ୟାକଡୋନାଲ୍ଡଙ୍କୁ  ୫-୦ ପଏଣ୍ଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ସେହିପରି ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳାଙ୍କ ବ୍ରୋଞ୍ଜ ପଦକ ହାସଲ କରିଛି। ପେନାଲିଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ୨-୧ରେ ହରାଇଲା ଭାରତ। ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍‌ରେ ଖେଳ ବରାବର ରହିଥିଲା। ଫଳରେ ଦୀର୍ଘ ୧୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳକୁ ପଦକ ମିଳିଛି। ୨୦୦୬ ମସିହାରେ ଭାରତୀୟ ମହିଳା ହକି ଟିମ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ ପଦକ ହାସଲ କରିଥିଲା। ସେହିପରି ଟ୍ରିପଲ୍ ଜମ୍ପରେ ଭାରତକୁ ଆଜି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଏଲଧସ ପୌଲ୍। ଅବଦୁଲ୍ଲା ଆବୁବାକର ଜିତିଲେ ରୌପ୍ୟ ପଦକ। ସେମାନେ ଯଥାକ୍ରମେ ୧୭.୩ ମିଟର ଓ ୧୭.୨ ମିଟର ଡେଇଁ ପଦକ ହାସଲ କରିଥିଲେ। ପୁରୁଷ ବର୍ଗରେ ୧୦ କିଲୋମିଟର ରେସ ୱାକରେ ସନ୍ଦୀପ କୁମାର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୫କୁ ବୃଦ୍ଧି। ଭାରତକୁ ମିଳିଲାଣି ୧୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ। ସେପଟେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ପିଭି ସିନ୍ଧୁ। ସେମିଫାଇନାଲରେ ସେ ସିଙ୍ଗାପୁରର ଜିଆ ମିନ୍ ୟୋଙ୍କୁ ୨୧-୧୯, ୨୧-୧୭ରେ ହରାଇଛନ୍ତି। ଭାରତୀୟ ସଟଲର ଲାସଖ୍ୟ ସେନ୍ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ୨ ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିବା ନେଇ ଆଶା ପ୍ରକାଶ ପାଇଛି।

ଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ବି ଜିତିଲା ଟିମ୍‌ ଇଣ୍ଡିଆ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜକୁ ୩-୧ କବଜା କରିଥିବା ଟିମ ଇଣ୍ଡିଆ ୫ମ ତଥା ଶେଷ ମ୍ୟାଚକୁ ବି ଜିତି ନେଇଛି। ରବିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ଟିମ ଇଣ୍ଡିଆର କୌଣସି ଅଭିଜ୍ଞ କ୍ରିକେଟର ଖେଳୁ ନଥିଲେ। ତଥାପି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ଇଣ୍ଡିଆ ୮୮ ରନରେ ମ୍ୟାଚ୍‌କୁ ଜିତି ନେଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ କରିଥିଲା। ଏହାର ଜବାବରେ ନିକୋଲସ ପୂରନଙ୍କ ଇଣ୍ଡିଜ ଟିମ୍‌ ୧୫.୩ ଓଭର୍‌ରେ ୧୦୦ ରନ କରି ଅଲଆଉଟ ହୋଇଯାଇଛି। ଦମଦାର ବୋଲିଂ ପାଇଁ ଭାରତର ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। ସେହିପରି ପୂରା ସିରିଜ୍‌ରେ ଦମ ଦେଖାଇଥିବା ଭାରତର ଯୁବ ତାରକା ଅର୍ଶଦୀପ ସିଂହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଟସ୍‌ ହାରି ଦଳ ପ୍ରଥମ ବ୍ୟାଟିଂ କରୁଥିବା ବେଳେ ୩୮ ରନରେ ଈଶାନ କିଶନ(୧୧)ଙ୍କୁ ହରାଇଥିଲା। ତେବେ ଇନିଂସ ଆରମ୍ଭ କରିଥିବା ଶ୍ରେୟସ ଆୟର ଓ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ୍ଡା କାଉଣ୍ଟର ଆଟାକ କରିଥିଲେ। ଏଥିସହ ଆୟର ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୧୮ ଥିବା ବେଳେ ବ୍ୟକ୍ତିଗତ ୩୮ ରନ କରି ହୁଡ୍ଡା ଆଉଟ ହୋଇଥିଲେ। ଏହାପରେ ଶ୍ରେୟସ ଆୟର(୬୪)ଙ୍କୁ ଜେସନ ହୋଲ୍ଡର ପ୍ୟାଭିଲିୟନ ପଠାଇ ଦେଇଥିଲେ। ସଞ୍ଜୁ ସାମସନ(୧୫)ଙ୍କୁ ଓଡେନ ସ୍ମିଥ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ଦୀନେଶ କାର୍ତ୍ତିକ ମଧ୍ୟ କେବଳ ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ୨୮ ରନ କରିବାରୁ ଦଳୀୟ ସ୍କୋର ୧୮୧ରେ ପହଞ୍ଚିଥିଲା। ଶେଷ ଭାଗରେ ଅକ୍ଷର ପଟେଲ ମଧ୍ୟ ୯ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ କରିଥିଲା। ୧୮୯ ରନର ଟାର୍ଗେଟ ପାଇଥିବା ୱେଷ୍ଟଇଣ୍ଡିଜକୁ ଅକ୍ଷର ପଟେଲ ଆରମ୍ଭରୁ ରନ କରିବାର କୌଣସି ସୁଯୋଗ ଦେଇ ନଥିଲେ। ସେ ନିଜର ପ୍ରଥମ ଓଭର୍‌ରେ ଜେସନ ହୋଲ୍ଡରଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ। ବ୍ରୁକ୍ସ(୧୩) ଅକ୍ଷର ପଟେଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଡେଭନ ଥୋମାସ(୧୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ପାୱାର ପ୍ଲେ ମଧ୍ୟରେ ଇଣ୍ଡିଜକୁ ତୃତୀୟ ଝଟକା ଦେଇଥିଲେ। ୩୩ ରନରେ ୩ଟି ୱିକେଟ ହରାଇଥିବା ଘରୋଇ ଟିମ୍‌ ଅଧିନାୟକ ପୂରନଙ୍କ ଠାରୁ ବଡ଼ ଇନିଂସ ଆଶା କରୁଥିଲା। ହେଲେ ସେ ମାତ୍ର ୩ ରନ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ରବି ବିଷ୍ଣୋଇ ନିଜର ଯାଦୁ ଦେଖାଇ ପ୍ରଥମେ ରୋଭମନ ପାୱେଲ(୯), କେମୋ ପଲ(୦) ଓ ଓବେଦ ମ୍ୟାକୟଙ୍କୁ ଆଉଟ କରିଥିଲେ। ଗୋଟିଏ ପଟେ ୱିକେଟ ଝଡ଼ୁଥିବା ବେଳେ ଅନ୍ୟପଟେ ଶିମରନ ହେଟମେୟର ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୬ ରନ କରିଥିବା ବେଳେ ରବି ବିଷ୍ଣୋଇଙ୍କ ବଲରେ ଆଉଟ ହୋଇଥିଲେ। ସେ ଏକାକୀ ୫୬ ରନ କରିଥିବା ବେଳେ ଇଣ୍ଡିଜର ପୂରା ଟିମ ୧୦୦ ରନ କରି ଅଲଆଉଟ ହୋଇ ଯାଇଛି। ବିଷ୍ଣୋଇଙ୍କ ବ୍ୟତୀତ କୁଲଦୀପ ଯାଦବ ମଧ୍ୟ ଦମ ଦେଖାଇଛନ୍ତି। ସେ ପୂରନ, ଡୋମିନିକ ଡ୍ରାକ୍ସ ଓ ହାୟଡେନ ୱାଲ୍ସଙ୍କ ୱିକେଟ ନେଇଛନ୍ତି। ୱେଷ୍ଟଇଣ୍ଡିଜର ୩ ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କେହି ବି ଦୁଇ ଅଙ୍କ ଛୁଇଁ ନାହାନ୍ତି। ଭାରତ ପକ୍ଷରୁ ବିଷ୍ଣୋଇ ୪ଟି ୱିକେଟ ନେଇଥିବା ବେଳେ କୁଲଦୀପ ଓ ଅକ୍ଷର ପଟେଲ ୩ଟି ଲେଖାଏ ସଫଳତା ପାଇଛନ୍ତି।