ଗୁଣପୁର ମିନି ଷ୍ଟାଡିୟମ ଠାରେ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ରାୟଗଡ ଜିଲ୍ଲା ଗୁଣପୁର ମିନି ଷ୍ଟାଡିୟମ ଠାରେ ୭୬ ତମ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଆଇ ଟି ଡ଼ି ଏ ପ୍ରକଳ୍ପ ନିର୍ଦ୍ଧେଶକ ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଟି ସମସ୍ତ ପ୍ରକାର କୋଭିଡ ନିୟମ କୁ ପାଳନ କରି ଆୟୋଜିତ କରାଯାଇଥିଲା । ଆଜି ସକାଳ ୫ ଘଣ୍ଟା ସମୟ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମ ଧୁନ ପ୍ରଚାର କରାଯାଇଥିବା ବେଳେ ସକାଳ ୬ ଘଣ୍ଟା ସମୟ ରେ ସହର ରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଥାନା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ , ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଆଶ୍ରିତା ଖାଲକୋ , ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ , ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ୱର ତାଣ୍ଡି ଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ରାୟଗଡା ଓ କୋରାପୁଟ କୁ ସଂଯୋଗ କରୁଥିବା ରେଳ ଲାଇନ ରେ ଖସିଲା ବଡ଼ ପଥର…!

!!! ରାୟଗଡ଼ା ଜିଲ୍ଲା ରୁ ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ରାୟଗଡା) –ରାୟଗଡ଼ା-କୋରାପୁଟ କେଆର ରେଳଲାଇନରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟିଅତଡା ଖସି ଧାରଣା ଉପରେ ପଡିଥିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବରିଷ୍ଠ ବାଣିଜ୍ୟିକ ପରିଚାଳକ ଏକେ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟ୍ରେନ ନମ୍ବର ୦୮୫୪୬ ବିଶାଖାପାଟନମ୍-କୋରାପୁଟ ଟ୍ରେନ୍ ବିଶାଖାପାଟନମ୍ ୧୪ତାରିଖରେ ଛାଡ଼ିବାକୁ ଥିବାବେଳେ ରାୟଗଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ରାୟଗଡା ଠାରୁ ବିଶାଖାପାଟନମ୍‌କୁ ୦୮୫୪୫ ଭାବରେ ଫେରିଥିଲା। ଟ୍ରେନ ନମ୍ବର ୦୮୫୪୫ କୋରାପୁଟ-ବିଶାଖାପାଟନମ୍ ଟ୍ରେନ ୧୪ ତାରିଖରେ କୋରାପୁଟ ଛାଡି ସିକରପାଇରେ ରହି ପରେ ଶିଖରପାଇରୁ କୋରାପୁଟକୁ ୦୮୫୪୬ ଭାବରେ ଫେରି ଆସିଥିଲା । ​ଟ୍ରେନ ନମ୍ବର ୧୮୧୮୯ ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ ସମ୍ବଲପୁର, ଅନୁୁଗୁଳ, ଖୋର୍ଦ୍ଧା ରୋଡ଼, ବିଜୟନଗରମ୍‌ ଦେଇ ଡାଇଭର୍ଟ ରୁଟରେ ୧୪ ତାରିଖରେ ଚାଲିବ। ସେହିପରି ଟ୍ରେନ ନମ୍ବର ୨୦୮୦୯ ୧୪ତାରିଖରେ ସମ୍ବଲପୁର-ନାନ୍ଦେଡ ଏକ୍ସପ୍ରେସ ବାତିଲ କରାଯାଇଛି। ବିଭାଗୀୟ ଅଧିକାରୀମାନେ ସିକରପାଇ ଷ୍ଟେସନ ଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥିବାବେଳେ ଯଥା ଶୀଘ୍ର ଟ୍ରେନ ସେବାକୁ ଚଳାଚଳ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ସୂଚନା ରହିଛି।ସୂଚନାଯୋଗ୍ୟ, ରାୟଗଡ଼ା-କୋରାପୁଟ କେଆର ରେଳଲାଇନରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟିଅତଡା ଖସି ଧାରଣା ଉପରେ ପଡି ଯାଇଥିବାରୁ ଦୀର୍ଘ ୪ ଘଣ୍ଟା ପାଇଁ ୪ଟି ରେଳ ଚଳା ଚଳ ଏକ ରକମ ଠପ ହୋଇଯାଇଥିଲା। ଆଜି ସକାଳୁ ସିକରପାଇ ଓ କେଉଟଗୁଡ଼ା ମଧ୍ୟରେ ଥିବା ଯମଗୁଡା ଗ୍ରାମର ୩୪ ନମ୍ବର ତନାଲ ନିକଟରେ ମାଟି ଅତଦା ବଡ଼ ଗଛ ରେଳ ଧାରଣା ଓ ବିଜୁଳି ତାର ଉପରେ ପଡି ଯାଇଥିବାରୁ ଏହି ସମସ୍ୟା ଉପୁଜିଥିଲା ।

ଗୁଣପୁର ଠାରେ ତ୍ରିରଙ୍ଗା ଯାତ୍ରା …!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ପ୍ରତିନିଧି ଚେପାଲି ପ୍ରେମ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ଗୁଣପୁର ର କଲେଜ ବିଦ୍ୟ।ର୍ଥୀ ମାନଙ୍କୁ ନେଇ ଆଜି ଏକ ଶୋଭାଯାତ୍ରା ଗୁଣପୁର ସହର ପରିକ୍ରମା କରି ନୂତନ ବସ ଷ୍ଟାଣ୍ଡ ରେ ପହଞ୍ଚି ଅଛନ୍ତି । ସ୍ଥାନୀୟ ଶାନ୍ତି ନିକେତନ ମହାବିଦ୍ୟାଳୟ, ବଂଶଧାରା ମହାବିଦ୍ୟାଳୟ, ଗାୟତ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସହାର ର ବିଭିନ୍ନ ସାହି ଶ୍ରୀରାମ ନଗର, ବଳରାମ ନଗର, ଶାନ୍ତି ନଗର ,ଡେରା ସାହି ,ପୁରୁଣା ପୋଷ୍ଟ ଅଫିସ ସାହି ,ଢେପ ସାହି ଇତ୍ୟାଦି ପରିକ୍ରମା କରି ଶେଷରେ ନୂତନ ବସ ଷ୍ଟାଣ୍ଡ ରେ ପହଁଚି ଥିଲେ ।

ଶାନ୍ତି ନିକେତନ ର ଶିଵ ପୂଜାରୀ, ରଜତ ସାର, ତାମସା ତମସା ପାତ୍ର ଅନ୍ୟ ଭାଗ ନେବା ବେଳେ ଗୁରୁକୂଳ କଲେଜ ର ମାନସ ଵୈଦ୍ୟ ଭୂଷଣ, ବିଭୁତି ,ଗାୟତ୍ରୀ କଲେଜ ର ରାଜୀବ ପଣ୍ଡା ଓ ବଂଶଧାରା କଲେଜ ର ଲକ୍ଷ୍ମୀ ମହାଙ୍କୁଡ଼ ସହ ବିଦ୍ୟର୍ଥୀ ପରିଷଦ ର ଇନ୍ଦ୍ର।କ୍ଷୀ ଦାଶ, ଉମା ଦାଶ, ସତୀଶ କୁମାର ,ପ୍ରଭାତ ମହାପାତ୍ର, ଜିତେନ୍ଦ୍ର ପୃଷ୍ଟି , ଶିଵ ଡାକୁଆ, ଚିନ୍ମୟ ପାଣିଗ୍ରାହୀ ,ସାଇ ପାଣିଗ୍ରାହୀ,ବି କିରଣ ,ବି ସତୀଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ତୁଲାଇ ଥିଲେ । ନୂତନ ବସ ଷ୍ଟାଣ୍ଡ ନିକଟରେ ଶିଶୁ ମନ୍ଦିର ଛାତ୍ରୀଙ୍କ ଦ୍ୱାରା ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ଙ୍କ ମାର୍ଗଦର୍ଶକ ରେ ପୂର୍ଣ ବନ୍ଦେ ମାତାରମ ଗାନ କରି କାର୍ଯ୍ୟକ୍ରମ କୁ ସମାରୋପ କରାଯାଇଥିଲା ।

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ….!

!!! ରାୟଗଡା ଜିଲ୍ଲା ଗୁଣୁପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗୁଣପୁର ପୌରପରିଷଦର ୱାର୍ଡ ନଂ 5 ସମସ୍ତ ବାସିନ୍ଦାଙ୍କ ଦ୍ୱାରା ବୃକ୍ଷ ରୋପଣ କରାଗଲା। ପ୍ରକୃତି ସୁରକ୍ଷା ଓ ସାମାଜିକ ଦାୟିତ୍ୱ ବୋଧତାକୁ ହ୍ରୁଦୟଙ୍ଗମ କରି ୱାର୍ଡ ନଂ 5ର ବାସିନ୍ଦା ମାନେ ଆଜି ସ୍ଥାନୀୟ ପ୍ରଶିକ୍ଷଣ ବିଦ୍ୟାଳୟ ନିକଟରେ ବିଭିନ୍ନ କିସମର ବୃକ୍ଷମାନ ରୋପଣ କରିଥିଲେ। ନିମ,ବେଲ,ଅଁଳା, କଦମ, ବାଦାମ ଭଳି ପ୍ରକୃତିର ବନ୍ଧୁ ସ୍ୱରୁପ ବୃକ୍ଷ ରୋପଣ କରାଯାଇଥିଲା । ୱାର୍ଡ ବାସିନ୍ଦାଙ୍କ ମିଳିତ ଏଭଳି ପଦକ୍ଷେପ ଏକ ନୂତନ ପ୍ରୟାସ ଯୋଗୁଁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା ମିଳିଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ୱାର୍ଡ ମେମ୍ବର ଶାନ୍ତୁନୁ ରଥ, ଚିନ୍ମୟ ପାଣିଗ୍ରାହୀ, ପୂର୍ଣ୍ଣ ଷଡଙ୍ଗୀ, ଉମ ଦାସ, ଡିଡି ବାଉରୀ, ଶିଵ ସାହୁ, ଦେବାଶିଷ ସାହୁ, ବନାଞ୍ଚଳ ଅଧିକାରୀ ନୀଳମାଧବ ପ ଵନପାଳ ଶିବାନୀ ପାତ୍ର, ବନରଖି ଶିବ ଶଙ୍କର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଆର. ବିଜୟ ଶେଖର, ସୁରେନ୍ଦ୍ର ଗୌଡ଼ ପୃମୁଖଙ୍କ ତତ୍ୱାବବଧାନ ରେ କରାଯାଇଥିଲା ।

ସ୍ୱାଧୀନତା ସଂଗ୍ରାମୀ ଙ୍କ ପତ୍ନୀଙ୍କୁ ସଂଗ୍ରାମୀ ଭତ୍ତା କେବେ ?

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ବୟସ ଛୁଇଁଲାଣି ୯୦ ପାଖାପାଖି । ସ୍ୱାମୀ ତାଙ୍କର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଙ୍କୁ ଆଜିଯାଏଁ ମିଳି ପାରୁନି ସ୍ୱାଧୀନତା ସଂଗ୍ରାମୀ ଭତ୍ତା । ଏବୃଦ୍ଧା ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ରାମନଗୁଡା ବ୍ଲକ୍ କୁଜେନ୍ଦ୍ରି ଗ୍ରାମର ମାଙ୍ଗି ଶବର । ବୟସ ପାଖାପାଖି ୯୦ ଛୁଇଁଲାଣି । ଚମଧୁଡୁ ଧୁଡୁ ଅଣ୍ଟା ନଇଁ ଗଲାଣି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ବୃଦ୍ଧା ହେଉଛନ୍ତି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ । ୧୯୪୨ ମସିହାରେ ଗାନ୍ଧିଙ୍କ ଡାକରା ଓ କୋରାପୁଟ ଗାନ୍ଧୀ କୁହାଯାଉଥିବା ବିଶ୍ୱନାଥ ପଟ୍ଟନାୟକ ଙ୍କ ପ୍ରେରଣା ରେ ସ୍ଵାମୀ ତୁଡୁକୁ ଶବର ଭାରତ ଛାଡ଼ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ରମାନଗୁଡା ବ୍ଲକ୍ ର କୁଜେନ୍ଦ୍ରି, ଗୁଲୁମୁଣ୍ଡା, ଆଚବା,ନାରାୟଣ ଗୁଡା, ଗୁଲୁଣ୍ଠି ଏଭଳି ଅନେକ ଗ୍ରାମର ପ୍ରାୟ ୫୦ ଆଦିବାସୀ ପୁରୁଷ ଓ ମହିଳା ଏହି ସ୍ୱାଧୀନତା ସଂଗ୍ରାମ ରେ ଯୋଗ ଦେଇ ମା ମାଟି ପାଇଁ ସଂଗ୍ରାମ କରିଥିବା ଜଣାପଡେ ।

କୁଜେନ୍ଦ୍ରି ସ୍ଥିତ ବାଇରୁ ଗମାଙ୍ଗ ଆଶ୍ରମ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପୀଠ ରେ ଏହି ବୃଦ୍ଧା ଙ୍କ ସ୍ୱାମୀ ତୁଡୁକୁ ଶବର ଙ୍କ ନାମ ଉଲ୍ଲେଖ କରାଯାଇଛି । ଦେଶ ସ୍ୱାଧୀନତା ପାଇବା ପରେ ତୁଡୁକୁ ଶବର ଙ୍କୁ ସେ ସମୟରେ ୪୦ ରୁ ୫୦ ଟଙ୍କା ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳୁଥିବା ଗ୍ରାମବାସୀ କହିଛନ୍ତି । ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମାଙ୍ଗି ଶବର ଙ୍କୁ ଏହି ଭତ୍ତା ଟଙ୍କା ମିଳିବା କଥା । ହେଲେ ଆଜି ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ତାଙ୍କୁ ମିଳି ନାହିଁ । ବର୍ତ୍ତମାନ ସେ ତାଙ୍କର ଭଙ୍ଗା ଦଦରା ଘରେ ଏକୁଟିଆ ପଡ଼ି ରହିଛନ୍ତି । ମଝିରେ ମଝିରେ ସ୍ୱାମୀଙ୍କ କର୍ମ ସ୍ଥଳୀ ବାଇରୁ ଗମାଙ୍ଗ ଙ୍କ ଆଶ୍ରମ କୁ ଆସି ସ୍ମୃତିପୀଠ ନିକଟରେ ଅତୀତର ଗୌରବମୟ ଗାଥା କୁ ମନେପକାଇ ପୁଣି ଘରକୁ ଫେରି ଯାଆନ୍ତି । ବର୍ତ୍ତମାନ ଆମ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ମାଙ୍ଗି ଶବରଙ୍କ ପ୍ରତି ଅବହେଳା ପ୍ରଶାସନିକ ଉଦାସୀନତା କୁ ସ୍ପଷ୍ଟ ପ୍ରମାଣିତ କରିଛି । ଏନେଇ ରମାନଗୁଡା ବ୍ଲକ୍ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଙ୍କୁ ଅବଗତ କରାଇବାରୁ ଏମିତି ଅନେକ ସ୍ୱାଧୀନତା ସଂଗ୍ରାମୀ ଙ୍କ ନାମ ଲୋକଲୋଚନକୁ ଆସିପାରି ନାହିଁ ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ମାଙ୍ଗି ଶବର କିଭଳି ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇପାରିବେ ବ୍ୟବସ୍ଥା ଗ୍ରହଣ କରିବି ବୋଲି କହିଛନ୍ତି । ତେବେ ଦେଖାଯାଉ କେବେ ତାଙ୍କୁ ଏହି ଭତ୍ତା ଟଙ୍କା ମିଳୁଛି ।

ଇଶ୍ରମ କାର୍ଡ ସଂଶୋଧନ କରିଦେବୁ କହି ନିରୀହ ଲୋକ ଙ୍କ ଠାରୁ ଠକିନେଲେ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା …!

!!! ରାୟଗଡା ଜିଲ୍ଲା କାଶୀପୁର ରୁ ପ୍ରତିନିଧି ମଧୁସୂଦନ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କାଶୀପୁର)- ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି ଠକେଇ ଅଭିଯୋଗ । ସୂଚନା ଅନୁସାରେ, ଗାଁକୁ ୨ ଜଣ ଅଜଣା ଯୁବକ ଆସି କହିଥିଲେ ଇ-ଶ୍ରମ କାର୍ଡ ଭୁଲ୍ ଅଛି । ଆଉ ସେମାନଙ୍କ କଥାରେ ଭଳି ଯାଇଥିଲେ ଗାଁର ଏକାଧିକ ନୀରିହ, ସରଳ ଆଦିବାସୀ । ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଶ୍ରମ କାର୍ଡ ସଂଶୋଧନ ନାଁରେ ଗାଁର ୮ ପରିବାରର ଫିଙ୍ଗର ପ୍ରିଣ୍ଟ ନେଇଥିଲେ ୨ ଯୁବକ । ଆଉ ଦୁର୍ବୃତ୍ତ ଗାଁ ଛାଡ଼ି ଚାଲିଯିବା ପରେ ଖାଲି ହୋଇ ଯାଇଥିଲା ଆକାଉଣ୍ଟ । ଗୁରୁ ମାଝୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ପୂର୍ବରୁ ଠକ ଅନଲାଇନ୍ ଫ୍ରଡ୍ କରୁଥିବା ବେଳେ ଓଟିପି ମାଧ୍ୟମରେ ଆକାଉଣ୍ଟ ଖାଲି କରି ନେଉଥିଲେ । ଏବେ ଏ ଠକଙ୍କ ନଜର ଗାଁ ଉପରେ । କାହାର ଆଧାର କାର୍ଡ ତ କାହାର ଶ୍ରମ କାର୍ଡ ସଂଶୋଧନ ନାଁରେ ଠକେଇ କରୁଛନ୍ତି । ଯଦି ଆପଣଙ୍କ ଗାଁକୁ କି ଘରକୁ କିଏ ଏଭଳି ଭୁଲ୍ ସଂଶୋଧନ ପାଇଁ ଆସୁଛି ତ ସତର୍କ ରୁହନ୍ତୁ । ନଚେତ୍ ଆପଣ ବି ହରାଇ ପାରନ୍ତି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ।

ରାୟଗଡା ଠାରେ ୩ୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ଆଜି ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ୩ୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି।  ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର,ବିଷମକଟକ, କାଶିପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୩୧୮ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୫୩,୧୫,୯୨୩(ତେପନ ଲକ୍ଷ ପନ୍ଦର ହଜାର ନଅଶହ ତେଇଶି) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୯ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୪,୫୫,୧୦୦(ଚାରି ଲକ୍ଷ ପଞ୍ଚାବନ ହଜାର ଶହେ) ଟଙ୍କା ଆଦାୟ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ।  ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମ୍ରୁତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀମତି ରୀନା ଚୌଧୁରି, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ରେଜିଷ୍ଟର ଶ୍ରୀ ଦେବିଯୋତି ମହାପାତ୍ର, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶନୀ, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରିଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁବାସିନୀ ବେହେରା ପ୍ରମୁଖ ଯୋଗଦେଇଥିଲେ।  ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।

ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ଉଚ୍ଚ ବିଦ୍ୟାଳୟ ରାୟଗଡ ଠାରେ ଆଜାଦି କା ଅମୃତ ମହୋତ୍ସବ ଉତ୍ସବ ପାଳନ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ଆଜି ରାୟଗଡ ଜିଲ୍ଲା ସଦର ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ଉଚ୍ଚ ବିଦ୍ୟାଳୟ ରାୟଗଡ ଠାରେ ଆଜାଦି କା ଅମୃତ ମହୋତ୍ସବ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସର ରେ ବିଦ୍ୟାଳୟ ର କାର୍ଯ୍ୟନିର୍ବାହୀ ପ୍ରଧାନ ଶିକ୍ଷକ ଶ୍ରୀ ଶଶୀଭୂଷଣ ପଟ୍ଟନାୟକ , ହିନ୍ଦୀ ଶିକ୍ଷକ ତଥା ବାଳକ ବିଭାଗ ଏନ ସି ସି ଫାଷ୍ଟ ଅଫିସର ଶ୍ରୀ ଅଶୋକ କୁମାର ଦାଶ , ବିଜ୍ଞାନ ଶିକ୍ଷୟତ୍ରୀ ତଥା ବାଳିକା ବିଭାଗ ଏନ ସି ସି ଫାଷ୍ଟ ଅଫିସର ଶ୍ରୀମତୀ ପ୍ରମିଳା ମହାପାତ୍ର , ଶିକ୍ଷୟତ୍ରୀ ଏମ ମୁରଲୀ , ଶିକ୍ଷକ ସୁନୀଲ ମହାନ୍ତ , ଶିକ୍ଷୟିତ୍ରୀ ଆର ରଜନୀ , ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ବେହେରା , ଶିକ୍ଷୟତ୍ରୀ ପି ସୌଜନ୍ୟା , ଶିକ୍ଷକ ପ୍ରଦୋଷ ସେନାପତି , ଶିକ୍ଷକ ଅଜୟ କୁମାର ପତି , ଶିକ୍ଷୟତ୍ରୀ ମଧୁମିତା ଦାସ , ଶିକ୍ଷୟତ୍ରୀ ସୁଦୀପ୍ତା ଦାସ , ଶିକ୍ଷୟତ୍ରୀ ଏସ ଗାୟତ୍ରୀ , ଶିକ୍ଷୟତ୍ରୀ ଜୟଶ୍ରୀ ବେହେରା ଙ୍କ ସମେତ ବିଦ୍ୟାଳୟ ର ବାଳକ ଓ ବାଳିକା ବିଭାଗ ର ଏନ.ସି.ସି ଆର୍ମି ବିଭାଗ ର ଛାତ୍ର ଛାତ୍ରୀ ଏବଂ ଏନ.ସି.ସି ଏୟାର ବିଭାଗ ର ଛାତ୍ର ମାନେ ଯୋଗ ଦେଇ ୭୫ ତମ ଆଜାଦି ର ମହୋତ୍ସବ ପାଳନ କରି ଦେଶ ପ୍ରେମ ର ଭାବ କୁ ପରିପ୍ରକାଶ କରିଥିଲେ ।

ଏହି ଅବସର ରେ ବିଦ୍ୟାଳୟ ର ୫୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତେ ଏକ ବିରାଟ ସଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଭାରତ ମାତା ଙ୍କ ଜୟଗାନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ କୁ ମନେ ରଖି ଦେଶ ପ୍ରେମ ରେ ପ୍ରେଣିତ ହେବା ନିମନ୍ତେ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ ।

ଟିମ୍ ଇଣ୍ଡିଆ ସହ ଜିମ୍ବାୱେ ଯିବେ ଲକ୍ଷ୍ମଣ ; ରାହୁଲଙ୍କୁ ବିଶ୍ରାମ ଦେଲା ବିସିସିଆଇ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବ୍ରେକ୍ ଦେଲା ବିସିସିଆଇ। ସେ କିଛି ଦିନ ବିଶ୍ରାମ କରିବେ। ତାଙ୍କ ବଦଳରେ ଟିମ୍ ଇଣ୍ଡିଆ ସହିତ ଜିମ୍ବାୱେ  ଗସ୍ତରେ ଯିବେ ନ୍ୟାଶନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଲକ୍ଷ୍ମଣ ନେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ। ଆଗକୁ ଏସିଆ କପ୍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ସେ କୋଚ୍ ଦାୟିତ୍ୱ ନେବା ପରଠୁ ଟିମ୍ ଇଣ୍ଡିଆ ସହିତ ପ୍ରତି ସିରିଜ୍‌ରେ ରହିଥିଲେ ଓ ଛୁଟି ନେଇ ନଥିଲେ। ସେହିଭଳି ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ଼ ଓ ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ସେମାନଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ତାଙ୍କ ଡେପୁଟି ହୋଇ ଜିମ୍ବାୱେ ଯିବେ ସାଇରାଜ ବାହୁତୁଲେ ଓ ହୃଷିକେଶ କାନିତକର। ଜିମ୍ବାୱେରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ସରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ୨ୟ ଓ ୩ୟ ମ୍ୟାଚ୍ ଯଥାକ୍ରମେ ୨୦ ଓ ୨୨ରେ ହେବ। ସମସ୍ତ ମ୍ୟାଚ୍ ହରାରେରେ ଖେଳାଯିବ। ଏସିଆ କପ୍ ଖେଳିବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଗସ୍ତ କରିବା ବେଳେ ରାହୁଲ ଦ୍ରାବିଡ ସେମାନଙ୍କ ସହିତ ଯୋଗ ଦେବେ। ଅଗଷ୍ଟ ୨୦ ତାରିଖରେ ଟିମ୍ ଇଣ୍ଡିଆ ୟୁଏଇ ଗସ୍ତ କରିବ। ଅଗଷ୍ଟ ୨୮ ତାରିଖରେ ଭାରତର ପ୍ରଥମ ମ୍ୟାଚ୍ ଅଛି। ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ। ଜିମ୍ବାୱେ ଗସ୍ତରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟଶ ଆୟରଙ୍କୁ ବାଦ୍ ଦିଆଯାଇଛି। ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପରେ କେଏଲ୍ ରାହୁଲ, ଦୀପକ ହୁଡ଼ା ଓ ଅବେଶ ଖାନ ଏସିଆ କପ୍ ଦଳରେ ସାମିଲ ହେବେ।

କେଏଲ୍‌ ରାହୁଲ ପାସ୍‌, ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ନେବେ ନେତୃତ୍ୱ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ହେଲେ କେଏଲ ରାହୁଲ। ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବେ। କେବଳ ଖେଳିବେନି, ସେ ଟିମ୍‌ର ନେତୃତ୍ୱ ମଧ୍ୟ ନେବେ। ଗୁରୁବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପୂର୍ବରୁ ବିସିସିଆଇ ଶିଖର ଧୱନଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା। ତେବେ ଆଜି କେଏଲ୍ ରାହୁଲ ଫିଟ୍‌ନେସ୍ ଟେଷ୍ଟରେ ପାସ୍ କରିବା ପରେ ବିସିସିଆଇ ତାଙ୍କୁ ଟିମ୍‌ରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ଦେଇଛି। ଶିଖର ଧାୱନଙ୍କୁ ଉପ-ଅଧିନାୟକ କରାଯାଇଛି। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ ଟିମ୍ କେଏଲ୍ ରାହୁଲଙ୍କ ପରୀକ୍ଷା କରିଥିଲେ ଓ ସେ ଜିମ୍ବାୱେ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ଖେଳିପାରିବେ ବୋଲି କହିଥିଲେ। ଏହା ପରେ ଚୟନ କମିଟି କେଏଲ୍ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଥିବା ବେଳେ ଶିଖର ଧାୱନଙ୍କୁ ତାଙ୍କ ଡେପୁଟି କରିଛି। ସୂଚନାଯୋଗ୍ୟ, ୨୦୨୨ ଆଇପିଏଲ ପରଠୁ କେଏଲ ରାହୁଲ ଆଉ କୌଣସି କ୍ରିକେଟ୍ ଖେଳି ନାହାନ୍ତି। ସେ ଏହି ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ନେତୃତ୍ୱ ନେଇଥିଲେ। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ମୋଟ ୩ଟି ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୦ ତାରିଖରେ ହେବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୨ ତାରିଖରେ ଖେଳା ଯିବ। ସମସ୍ତ ମ୍ୟାଚ୍ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳା ଯିବ। ଭାରତର ୧୫ ଜଣିଆ ଟିମ୍: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧୱନ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ୍ କିପର), ସଞ୍ଜୁ ସାମ୍‌ସନ୍‌ (ୱିକେଟ୍ କିପର), ୱାଶିଂଟନ୍‌ ସୁନ୍ଦର, ଶର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଅକ୍ଷର ପଟେଲ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର।