ରାଷ୍ଟ୍ରପତି ଙ୍କୁ ଭେଟିଲେ ଓ ଉପହାର ଦେଲେ ଓଡ଼ିଶାର ବିଧାୟକ ।

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ) – ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷତ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଧାୟକ। ରାଷ୍ଟ୍ରପତିଙ୍କ ସହ ବେଶ୍‌ କିଛି ସମୟ ଧରି ଆଲୋଚନା କରିଥିଲେ ବିଧାୟକମାନେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ଥିବାରୁ ଖୁସିରେ ବିଭୋର ହୋଇଥିଲେ ସମସ୍ତ ବିଧାୟକ। ଏହି ସମୟରେ ବିଧାୟକମାନେ ରାଷ୍ଟ୍ରପତି ଶ୍ରୀ ମୁର୍ମୁଙ୍କୁ ଉପହାର ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କୋଟ୍‌ପାଡ ଶାଢ଼ି ଉପହାର ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହିନୀପତି। ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଶାଢ଼ି ଉପହାର ଦେଇଥିଲେ। ସେହିଭଳି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କବିତା ଲେଖିଥିଲେ। କବିତା ସଙ୍କଳନକୁ ଫ୍ରେମ୍‌ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ। ଏହାପରେ ବିଧାୟକଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ କରାଯାଇଥିଲା। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, “ଓଡ଼ିଶା ବିଧାନସଭା ତରଫରୁ ଆସିଥିବା ସର୍ବ ଦଳୀୟ କମିଟିର ସଦସ୍ୟମାନେ ଆଜି ରାଷ୍ଟ୍ରପତିଙ୍କୁ ଭେଟିଲୁ। ରାଷ୍ଟ୍ରପତିଙ୍କୁ ଭେଟିବାର ସମୟ ଆମ ପାଇଁ ଥିଲା ସବୁଠାରୁ ଆନନ୍ଦର ମୁହୂର୍ତ୍ତ। ପରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଙ୍ଗଳ୍ପ ପତ୍ର ତାଙ୍କୁ ପ୍ରଦାନ କରିଥିଲୁ। ତାହା ସହିତ ଓଡ଼ିଶା ବିଧାନସଭା ତରଫରୁ ସମ୍ୱର୍ଦ୍ଧିତ କରିଥିଲୁ। ଆଗାମୀ ଦିନରେ ଓଡ଼ିଶାର ପ୍ରଗତିରେ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଭିତରେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।” କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଭେଟିବାର ମୁହୂର୍ତ୍ତ ଥିଲା ଆନନ୍ଦର ମୁହୂର୍ତ୍ତ। ବିଭିନ୍ନ ଲୋକ ବିଭିନ୍ନ ଉପହାର ଦେଇଛନ୍ତି। ମୁଁ କୋଟପାଡ ଶାଢ଼ୀ ଦେଇଛି। ୨୦୦୦ ମସିହାରେ ସେ ମନ୍ତ୍ରୀ ଥିଲେ। ସେତେବେଳେ ମୁଁ ବିଧାୟକ ଥିଲି। ଏହାଛଡ଼ା ଶ୍ରୀମତି ମୁର୍ମୁ ଝାଡ଼ଖଣ୍ଡରେ ରାଜ୍ୟପାଳ ଥିବା ବେଳେ ଆମେ ରାଜଭବନ ଯାଇଥିଲୁ। ସେଥିପାଇଁ ଆମେ ଅତି ପରିଚିତ। ସେ ମୋତେ ଦେଖି କହିଥିଲେ, ଭାଲୁ ଭାଇ କେମିତି ଅଛନ୍ତି?”

ରାଜଧାନୀରେ ଝୁଲି ପଡ଼ିଲେ ପୁଣି ଜଣେ ଯୁବତୀ .

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଯୁବତୀ ଜଣକ ନୂଆପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ମୃତ ଯୁବତୀଙ୍କ ନାଁ ରଂଜିତା ସାହୁ। ତାଙ୍କ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି। ମାତ୍ର ସେ କେଉଁ କାରଣରୁ ଆତ୍ମହତ୍ୟାର କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଓ ସାଇଣ୍ଟିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ କହିବା ଅନୁସାରେ ରଞ୍ଜିତା ଏଠାରେ ୫ ମାସ ଧରି ରହୁଥିଲେ। ସେ ଗତ ମାସର ଘର ଭଡ଼ା ଦେଇନଥିଲେ। ଘର ଭଡ଼ା ମାଗିବାରୁ ଛାଡ଼ିଦେବ ବୋଲି କହିଥିଲେ। ଏଠି ଜଣେ ଯୁବକ ଆସି ହଇରାଣ କରୁଥିବା କହିଥିଲେ। ମାତ୍ର ସେହି ଯୁବକ ଜଣକ କିଏ ସେ ବିଷୟରେ କହିନଥିବା ମହିଳା ଜଣକ କହିଛନ୍ତି। ସୂଚନାରୁ ପ୍ରକାଶ, ଦୁଇ ମାସ ତଳେ ଜୟଦେବ ବିହାର ଅଞ୍ଚଳରେ ଜଣେ ଏମ୍‌ସିଏ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘର ମାଲିକଙ୍କଠାରୁ ଖବର ପାଇ କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରିଥିଲା। ମୃତଦେହ ପାଖରୁ ପୁଲିସ ଗୋଟିଏ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା।  ପ୍ରେମିକଙ୍କ ନିର୍ଯାତନା ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲା। ଏହା ପୁଲିସ ପ୍ରେମିକ ପ୍ରବରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଇଏଏସ ସ୍ତରରେ ବଦଳି ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଆଇଏଏସ୍ ଏସ୍. ଅଶ୍ୱଥିଙ୍କୁ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତି ମିଳିଛି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସଞ୍ଜିବ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ଶ୍ରୀ ସେଠୀ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ନେବା ଦିନ ହିଁ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କ ପାଖରେ ଥିବା ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହୋଇଯିବ। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ପାଢ଼ୀ କୃଷି ବିଭାଗର ଦାୟିତ୍ୱ ନେବା ଦିନ ହିଁ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରାଙ୍କ ପାଖରେ ଥିବା ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହୋଇଯିବ । ସେହିପରି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ସିଂ ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିବେ । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୩ ବ୍ୟାଚ୍ ଆଇଏଏସ୍ ଏସ୍ ଅଶ୍ୱଥିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି ।

କଲ୍ୟାଣସିଂହପୁର ବ୍ଲକ ମୁଖ୍ୟମନ୍ତ୍ରୀ କଳା ସଂସ୍କୃତି ସହାୟକ ଯୋଜନା ବୈଠକ ଅନୁଷ୍ଠିତ …!

!!!  ଶୁଭଜିତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଲ୍ୟାଣସିଂହପୁର)- ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଆଞ୍ଚଳିକ କଳା ଓ ସଂସ୍କୃତି କ୍ଷେତ୍ରକୁ ବ୍ୟବସ୍ଥିତ ଓ ବ୍ୟାପକ ପ୍ରୋତ୍ସାହନ ଦେବା କାର୍ଯ୍ୟ କରିବା ସହ ବିଭାଗ ଓଡ଼ିଶାର ପୁରାତନ ସାଂସ୍କୃତିକ ପରମ୍ପରା ଓ ପ୍ରାଚୀନ କଳାକୃତି ଗୁଡ଼ିକର ସଂରକ୍ଷଣ ପାଇଁ କାର୍ଯ୍ୟ କରି ଆସୁଅଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦଭାଵନା ଗ୍ରହ ଠାରେ ଜିଲ୍ଲା କଳା ସଂସ୍କୃତି ସଂଯୋଜକ ଶ୍ରୀ ପ୍ରଦୀପ କୁମାର ମାଲ୍ ବିଶଇ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ମୁଖ୍ୟମନ୍ତ୍ରୀ କଳା ସଂସ୍କୃତି ସହାୟକ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇ ଯାଇଛି।

ଏହି ବୈଠକରେ ପାରମ୍ପାରିକ ଲୋକକଳା ଲୋକନାଟ୍ୟ, ଭାଗବତ ଟୁଙ୍ଗୀ , କୀର୍ତ୍ତନ ମଣ୍ଡଳୀ ଧୀରେ ଲୋପ ପାଇବାକୁ ବସିଲାଣି ତାକୁ ଲୋକଲୋଚନ କରିବା ସହ ସାଂସ୍କୃତିକ ଦଳ ମାନଙ୍କୁ ଅନ୍ତର୍ଭୁକ୍ତ କରି ପଞ୍ଜିକୃତ ହୋଇ ମୁଖ୍ୟମନ୍ତ୍ରୀ କଳା ସହାୟତା ଯୋଜନାରେ କିପରି ଲାଭାନ୍ନିତ ହେବେ ସେ ବିଷୟରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଆଞ୍ଚଳିକ କଳାକାର ଙ୍କୁ କଳାକାର ଭତ୍ତା ପାଇବା ପାଇଁ ତାଙ୍କ ଯୋଗ୍ୟତା ବିଷୟରେ ଆଲୋକପାତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା କଳା ସଂସ୍କୃତି ଅଧିକାରୀ ପ୍ରଦୀପ ମାଲ୍ ବିଶଇ ଙ୍କ ସହ ସ୍ଥାନୀୟ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବଳରାମ ପାତ୍ର, ବ୍ଲକ ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ କଳ୍ପତରୁ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୟାନିଧି ବାତ୍ରା, ବ୍ଲକ କଳାକାର ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ମଞ୍ଚାସିନ ରହିଥିଲେ। କଳାକାରଙ୍କ ମଧ୍ୟରେ କୀର୍ତ୍ତନ ମଣ୍ଡଳୀ ଗୁରୁ, ଭାଗବତ ଟୁଙ୍ଗୀ ସଦସ୍ୟ, ପାରମ୍ପରିକ ବାଜା ବାଦକ ଓ ଅନେକ ନୃତ୍ୟ ଦଳ ଉପସ୍ଥିତ ରହିଥିଲେ।