ସାମନାକୁ ଆସିଲା ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୁର୍ନୀତି ; ଛାତ୍ରଛାତ୍ରୀଙ୍କ ଏମ୍.ଡି.ଏମ୍ ଟଙ୍କା ହଡ଼ପ ଅଭିଯୋଗ …!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବିଷମକଟକ)- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ଼ ପଞ୍ଚାୟତର ହୁକୁମତୋଳା ପ୍ରାଥମିକ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଜଣେ ଅଭିଭାବକଙ୍କ ଠାରୁ ପିଲାର ନାମ ଲେଖାଇବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରଲ ହେବା ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଆଉ ଏକ ବଡ଼ ଦୁର୍ନୀତି ସାମନାକୁ ଆସିଛି।କୋଭିଡ ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଥିବା ଚାଉଳ ଓ ଟଙ୍କା ହଡ଼ପ କରିଥିବା ନେଇ କିଛି ଅଭିଭାବକ ଏବେ ଅଭିଯୋଗ କରିଛନ୍ତି।ଅନ୍ୟପଟେ ଏହି ଭିଡିଓରେ ଟଙ୍କା ଦେଉଥିବା ବ୍ୟକ୍ତି ଜଣକଙ୍କ ପରିଚୟ ମିଳିବା ପରେ ଆମ ପ୍ରତିନିଧି ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ଘଟଣା ସମ୍ପସର୍କରେ ପଚାରି ବୁଝିଥିଲେ ବ୍ୟକ୍ତି ଜଣକ ଚାରି ଜଣ ପିଲାଙ୍କୁ ନାମ ଲେଖା ବେଳେ ଟଙ୍କା ଦେଇଥିବା ସ୍ୱୀକାର କରିଛନ୍ତି ।ଭାଇରଲ ଭିଡିଓ ଟିକୁ ଦେଖିବା ପରେ ଏହି ଭିଡିଓରେ ସେ ନିଜେ ଟଙ୍କା ଦେଉଥିବା ସ୍ୱୀକାର କରିଥିବା ବେଳେ ଏହା କେମିତି ଭାଇରଲ ହେଲା ସେ ଜାଣିନଥିବା କହିଛନ୍ତି । ଏଥିରୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ ନାମ ଲେଖାଇବାକୁ ଟଙ୍କା ଗ୍ରହଣ କରିଥିବା ସ୍ପଷ୍ଟ ହୋଇ ଯାଇଥିବା ବେଳେ ତଦନ୍ତ କେଉଁ ବାଟରେ ଯାଉଛି ଦେଝିବାକୁ ରହିଲା ।ଅନ୍ୟପଟେ ଆଗୁଳ ପଞ୍ଚାୟତ ବଡ଼ମୁଦ୍ରା ଗାଁର ଜଣେ ଅବିଭାବକ କୃଷ୍ଣ ଯାକେସିକା ତାଙ୍କ ପିଲାର ଏମ॰ଡି॰ଏମ ଟଙ୍କା ଓ ଚାଉଳ ନେବାକୁ ତିନି ତିନି ଥର ଆସି ଫେରିବା ପରେ ପୁଣି ଆସିଥିବା ବେଳେ ଆମ ପ୍ରତିନିଧିଙ୍କ ସହିତ ଦେଖା ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଜଣକ ବାରମ୍ବାର ଆକାଉଣ୍ଟ ଭୁଲ ଦର୍ଶାଇ ଫେରାଇ ଦେଉଥିବା ବେଳେ ଆକାଇଣ୍ଟ କିନ୍ତୁ ଠିକ ଥିବା ଏବଂ ସେ ତିନି ଥର ଆକାଉଣ୍ଟ ଜେରକ୍ସ କରି ଦେଇଥିବା ପରେ ମଧ୍ୟ ଟଙ୍କା,ଚାଉଳ ଓ ତାଙ୍କ ଝିଅର ପୋଷାକ ଦେଇ ନଥିବା ସେ ଅଭିଯୋଗ କରିଛନ୍ତି ।।ଏହିପରି ପିସ୍କାପଙ୍ଗା ପଞ୍ଚାୟତର ଅଣଚୁଆଁ,ଗେଣ୍ଡାବାଜୁ ଗାଁର ଅନେକ ପିଲାଙ୍କ ଏମ॰ଡି॰ଏମ ଟଙ୍କା,ଚାଉଳ ଓ ପୋଷାକ ପ୍ରଧାନ ଶିକ୍ଷୟତ୍ରୀ ଦେଇ ନ ଥିବା ଅଭିଯୋଗ ଉଠିଛି ।ବିଦ୍ୟାଳୟ ଡେଭେଲପ ମେଣ୍ଟ ଟଙ୍କା ଉଠାଣ,ଖର୍ଚ୍ଚ ନେଇ ବିଧ୍ୟଳୟ କମିଟି ସଭାପତି ପଚାରି ବୁଝିବାରେ ଏଥିରେ ତାଙ୍କରକିଛି ମୁଣ୍ଡ ଖେଳାଇବାର ନାହିଁ ବୋଲି କହୁଥିବା କମିଟି ସଭାପତି ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ପାଣ୍ଠିକୁ ଖର୍ଚ୍ଚ କରିବା ପୂର୍ବରୁ ଏହା କମିଟି ବୈଠକରେ ସୁପାରିସ ହେବାର ଜରୁରୀ ଥିବା ବେଳେ ଖର୍ଚ୍ଚ ବିଷୟରେ କେମିତି ସଭାପତି ଜାଣିପାରିନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।ଏବେ ତାଙ୍କୁ ବିଦ୍ୟାଳୟ ଭିତରକୁ ଯିବାକୁ ଦିଆଯାଉ ନାହିଁ ବୋଲି ସଭାପତି କହିଥିଲେ। ଶୀଘ୍ର ଏହାର ତଦନ୍ତ ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇ କରଷାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

ଅବହେଳିତ ଅବସ୍ଥାରେ ଅଛି ମୁନିଗୁଡାର ରାସ୍ତାଘାଟ,ନାଳ ନାର୍ଦମା ଓ ଗୋପବନ୍ଧୁ ଦୈନିକ ବଜାର…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୁନିଗୁଡା)- ରାୟଗଡା ଜିଲ୍ଲାର ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠ ମୁନିଗୁଡାର ରାସ୍ତାଘାଟ ଓ ଡ୍ରେନ ସମସ୍ୟା ବର୍ଷାଋତୁରେ ଚରମ ସୀମା ଲଙ୍ଘିଛି।ପୂର୍ତ୍ତବିଭାଗ,ଆର.ଡି ବିଭାଗ,ବ୍ଲକ ଓ ପଂଚାୟତ ସବୁ ଏହି ସମସ୍ୟା ପ୍ରତି ନିରବ ଦ୍ରଷ୍ଟା। ମୁନିଗୁଡାର ରାସ୍ତାଘାଟ,ନାଳ ନାର୍ଦମାର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ଇଛାନାହିଁ କି ଲୋକପ୍ରତିନିଧି ମାନଙ୍କର ନିଘାନାହିଁ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଖରାଦିନ ରେ ଯେତେବେଳ ଏମାନେ ଏସବୁର ଉନ୍ନୟନ ପାଇଁ ଚିନ୍ତା କଲେନି,ଏବେ ବର୍ଷାଋତୁରେ ଏମାନେ କଣ ତାଡି ନେବେ ?ଏମାନଙ୍କର ଗଠନାତ୍ମକ ମନବୃତ୍ତି ଆଦୌ ନାହିଁ ବୋଲି କିଛି ବ୍ୟବସାୟୀ କଟାକ୍ଷ କରିଛନ୍ତି । ପ୍ରକୃତରେ କଣ ପାଇଁ ଦୀର୍ଘବର୍ଷ ହେବ ରାସ୍ତାଘାଟ,ଡ୍ରେନ ସଫା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ହେଉନାହିଁ?ସରକାରଙ୍କ ତହବିଲରେ ମୁନିଗୁଡା ଉନ୍ନୟନ ପାଇଁ ଅର୍ଥର ଅଭାବ ନାଁ ଲୋକପ୍ରତିନିଧି ଓ ପ୍ରଶାସନର ମୁନିଗୁଡା ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ବୋଲି ସାଧାରଣ ରେ ଏଭଳି ଅନେକ୍ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

ସାଧାରଣ ଜନତା ଏସବୁର ଖିଅ ଖୋଜି ପାଉନଥିଲା ବେଳେ ଜୀବନ ଜୀବିକାକୁ ନେଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନିଗୁଡା ସିନେମା ହଲ ରୋଡ଼ ସାଇଡ଼ରେ ଥିବା ଗୋପବନ୍ଧୁ ଦୈନିକ ବଜାର ପରିବା ବେପାରୀ ଓ ଆମିଷ ବେପାରୀଙ୍କ ନିମନ୍ତେ ଗଲା ଦେଢବର୍ଷ ପୂର୍ବୁ ରୁ ଆରମ୍ଭ ହୋଇଥିବା ବେଳେ ଏବେ ଏଠାରେ ମାତ୍ର ଦୁଇଜଣ ପରିବା ବେପାରୀ ଓ ୨୦ରୁ ୨୫ମାଛ, ମାଂସ ଓ ଚେକେନ ବେପାରୀ ଅଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ପ୍ରାୟ ପଚାଶରୁ ଉର୍ଦ୍ଧ ପରିବା ଦୋକାନୀ ଓ ମାଛ,ମାଂସ ଦୋକାନୀ ଗୋପବନ୍ଧୁ ଦୈନିକ ବଜାର ପରିବେଶର ଅସୁବିଧା କାରଣରୁ ଗୋବର୍ଦ୍ଧନ,ଗୁଣ୍ଡିଚା ଛକ,ମେଡ଼ିକାଲ ଛକ,ସିଂହଦ୍ଵାର ଓ ବସଷ୍ଟାଣ୍ଡ ଛକରେ ପସରା ମେଲେଇ ବେପାର କରୁଥିବା । ବର୍ତ୍ତମାନ୍ ର ଲଗାଣ ବର୍ଷା ଯୋଗୁଁ ମୁନିଗୁଡ଼ାରେ ରାସ୍ତାଘାଟ ପରିସ୍ଥିତି ଅତି ଦୟନୀୟ।ଏଥିମଧ୍ୟରେ ମୁନିଗୁଡାର ଗୋପବନ୍ଧୁ ଦୈନିକ ବଜାରର ରାସ୍ତା ଖାଲଖମାରେ ବର୍ଷାପାଣି ପରିପୂର୍ଣ୍ଣ ହୋଇଯାଇଛି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏଥି ପ୍ରଶାସନ ର ନଜର ପଡ଼ୁନଥିବାରୁ ଏହି ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଜନ ଆନ୍ଦୋଳନ ହିଁ ଏକ୍ ମାତ୍ର୍ ପନ୍ଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଷ୍ଟେଚର ସାହାଯ୍ୟ ରେ ନଦୀ ପାର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଲେ ରୋଗୀ …!

!!! ରାୟଗଡା ଜିଲ୍ଲା କାଶୀପୁର ରୁ ମଧୁସୂଦନ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କାଶୀପୁର)- ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଶିଶୁପାଲ ଗ୍ରାମରେ ଜମୁନା ସାହୁ ଙ୍କ ଦେହ ଅସୁସ୍ଥ ହେବା ପରେ ଡଙ୍ଗାସିଲ ଗ୍ରାମବାସୀ ସ୍ଵାସ୍ଥ୍ୟ କର୍ମଚାରୀ କୁ ଜଣାଇଥିଲେ । ଏହି ଫୋନ ପାଇବା ପରେ ତୁରନ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଏକ ଆମ୍ବୁଲାନ୍ସ ନେଇ ସେହି ଗ୍ରାମକୁ ଯାଇ ଥିଲେ । ଏହି ଗ୍ରାମକୁ ଯିବା କୁ ହେଲେ ଏକ ନଦୀ ପାର ହୋଇ ଯିଵା କୁ ପଡେ । ନଦୀ ଆରପାରିରେ ଗାଡ଼ି ରଖି ସ୍ଵାସ୍ଥ୍ୟ କର୍ମଚାରୀ ଓ ଆସା ଦିଦି ଆମ୍ବୁଲାନ୍ସ ଡ଼୍ରାଇଭର ଶିବାଜୀ ବିଶୋଇ ସହ ନଦୀ ପାର ହୋଇ ସେହି ଗ୍ରାମକୁ ଯାଇ ପହଞ୍ଚିଥିଲେ । ଜମୁନା ସାହୁ ଙ୍କ ଦେହ ବହୁତ ଖରାପ ହେବା ରୁ ତାଙ୍କୁ ତୁରନ୍ତ ଷ୍ଟେଚର ସାହାଯ୍ୟ ରେ ନଦୀପାର କରି ଆଣିବାବେଳେ ଉପର ମୁଣ୍ଡରେ ଅଧିକା ବର୍ଷା ହେବାରୁ ନଦୀରେ ପାଣି ବଢ଼ିଥିବା ପରେବି କିଛି ଗ୍ରାମ ବାସୀଙ୍କ ସାହାଯ୍ୟରେ ସ୍ଵାସ୍ଥ୍ୟ କର୍ମୀ ,ଆଶା ଦିଦି ଓ ଆମ୍ବୁଲାନ୍ସ ଡ଼୍ରାଇଭର ବହୁତ କଷ୍ଟରେ ରୋଗୀକୁ ନଦୀ ପାର କରିଥିଲେ ।

ଏହି ସମୟରେ ଏଏନ୍ଏମ୍ ଦିଦି ଙ୍କ ଗୋଡ଼ ନଦୀରେ ଖସି ପଡିଯାଉଥୁବାବେଳେ ପଛରେ ଆସୁଥିବା କିଛି ଗ୍ରାମବାସୀ ତାଙ୍କୁ ଧରିନେଇଥିବା ସୂଚନା ମେକିଛି । ଏହି ଭଳି ଦୃଶ୍ୟ ସବୁ ସମୟରେ କାଶିପୁର ରେ ଦେଖିବାକୁ ମିଳୁଛି। କେଉଁ ଗ୍ରାମକୁ ରାସ୍ତା ନାହିଁତ କେଉଁ ଗ୍ରାମ ରେ ଏଯାଏଁ ବିଦ୍ୟାଳୟ ଟେ ନାହିଁ ଆଉ କେଉଁଠି ଛୋଟ ନଦୀ ଉପରେ ପୋଲ ଟିଏ ନାହିଁ। ଏସବୁ ସମସ୍ୟା ନେଇ ମନ୍ତ୍ରୀ , ବିଧାୟକ ଙ୍କ ନିକଟରେ ଖବର ରହିଛି କିନ୍ତୁ ଆଜି ଯାଏଁ କାଶିପୁର ବ୍ଲକ ର ଏସବୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଏସବୁ ସମସ୍ୟାର ସମାଧାନ କେବେ ହେବ ଦେଖିବାକୁ ରହିଲା।

ଦୁଇଦିନ ହେବ ବିଶବ୍ଦ ପାଣି ଯୋଗାଣ ବନ୍ଦ…!

!!! ରାୟଗଡା ଜିଲ୍ଲା କାଶୀପୁର ରୁ ମଧୁସୂଦନ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କାଶୀପୁର)-  ରାୟଗଡ଼ା ଜିଲା କାଶୀପୁର ବ୍ଲକର କେତେକ ଗ୍ରାମରେ ଦୁଇଦିନ ହେବ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । କାଶୀପୁର ପ୍ରଶାସନ କହୁଛି ବର୍ତ୍ତମାନ ଝାଡାବାନ୍ତି ସମୟରେ ଆମେ ଗାଁ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଟେଂକେର ଯୋଗେ ଯୋଗାଇ ଦେଉଛୁ l କିନ୍ତୁ ଦୁଇ ଦିନ ହେବ କରେଣ୍ଟ ନଥିବାରୁ ସଦର କାଶୀପୁର ରେ ପାଣି ଯୋଗାଣ ବନ୍ଦ ଅଛି l ଏହାକୁ ନେଇଁ ଦୁଇ ଦିନ ହେଲା କରେଣ୍ଟ ନଥିବାରୁ ଏବେ କେଉଁ ପାଣି ବ୍ୟବହାର କରୁଛନ୍ତି l ତାହା ନେଇ ଲୋକ ଙ୍କ ମନରେ ପ୍ରଶ୍ନ ଉଠୁଛି ? ଏବେ କେଉଁ ଗାଁର ଲୋକମାନେ ବ୍ୟବହାର କରୁଛନ୍ତି । ଏବେ କିଛି ଦିନ ହେବ ବିଶୁଦ୍ଧ ପାଣି ଗାଁକୁ ଗାଁ ପହଁଞ୍ଚାଇ ଦଉଥିବାରୁ ଝାଡ଼ାବାନ୍ତିରେ ଆୟତନ କୁ ଆସିଥିବା ବେଳେ ଯଦି ଏହି ପରି କିଛି ଦିନ କରେଣ୍ଟର ଅସୁବିଧା ରହିବ ତାହା ହେଲେ ଆଗର ସେହି ପରିସ୍ଥିତି କୁ ପୁଣି ଥରେ ସେହି ରୂପ ନେବ ବୋଲି ଲୋକଙ୍କ ମନରେ ଉଙ୍କି ମାରିବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ବଢିବାର ଆଶଙ୍କା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହଉଛି l ତେଣୁ କରି ଏଥି ପ୍ରତି ବିଦ୍ୟୁତ୍ ବିଭାଗ ଅଧିକାରୀ ଓ ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି l

ବ୍ରହ୍ମ କୁମାରୀ ସଂସ୍ଥାନ ପକ୍ଷରୁ ରାକ୍ଷୀ ବନ୍ଧନ ଉତ୍ସବ ପାଳନ…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ସି॰ଏଚ॰ପ୍ରେମ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ବଡ ଜୀଉ ଙ୍କ ପବିତ୍ର ଜନ୍ମ ଦିବସ ଅବସରରେ ଗୁଣପୁର ବ୍ରହ୍ମ କୁମାରୀ ସଂସ୍ଥାନ ପକ୍ଷରୁ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଛି । ସଂସ୍ଥାନ ର ସଦସ୍ୟ ଭଉଣୀ ସୁଶ୍ରୀ ଜ୍ୟୋତି, ବି. କେ ପଦ୍ମିନୀ, ବି. କେ ରିତା ଓ ଭାଇ ସୁରେନ୍ଦ୍ର ମହାନ୍ତି, ଜି. ଉପେନ୍ଦ୍ରା ଗୁଣପୁର ସହର ର ସମସ୍ତ ସରକାରୀ ଅନୁଷ୍ଠାନ କୁ ଯାଇ କାର୍ଯ୍ୟରତ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଷ୍ଟାନ ଖୁଆଇ ସେମାନଙ୍କ ଉତ୍ତମ୍ ସ୍ଵାସ୍ଥ୍ଯ ଓ ଦୀର୍ଘାୟୁ କାମନା କରିଛନ୍ତି । ସଂସ୍ଥାନ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକ୍ରମ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି ।

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍‌…!

ଏଥର ସମ୍ଭାଳ ବ୍ୟୁରୋ(ସମ୍ବଲପୁର)- ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି। ପରେ ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ ଲକ୍ଷ ୯୬ ହଜାର ୭ ଶହ ୪୩ କ୍ୟୁସେକ ଜଳ  ପ୍ରବେଶ କରୁଥିବା ବେଳେ, ୩୯ ହଜାର ୯୫୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏବେ ଜଳଭଣ୍ଡାରରେ ଜଳସ୍ତର ୬୧୨ ଦଶମିକ ୪୭ ଫୁଟ୍ ରହିଛି। ଗେଟ୍ ଖୋଲିବା ପୂର୍ବରୁ ସକାଳ ୯ଟା ୩୦ରୁ ସାଇରନ୍ ବଜାଇ ତଳମୁଣ୍ଡ ଲୋକଙ୍କୁ ସତର୍କ କରାଯାଇଥିଲା। ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, ମହାନଦୀ ଉପମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ସରାଡିହରେ ସକାଳ ୬ଟା ସୁଦ୍ଧା ୪ଲକ୍ଷ କ୍ୟୁସେକ୍‌ ଜଳ ଜଳଭଣ୍ଡାର ମଧ୍ୟକୁ ଆସିଛି। ତାକୁ ଦୃଷ୍ଟିରେ ରଖି ଆଜିଠାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ଆରମ୍ଭ କରିବୁ। ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲିବୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲିବୁ। ମୋଟ ଉପରେ ୧୦ଟି ଗେଟ୍‌ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯିବ। ପରେ ଜଳସ୍ତର ଦେଖି ହୀରାକୁଦ ଜଳଭଣ୍ଡାରରେ ଗେଟ୍‌ ଗୁଡ଼ିକ ଖୋଲାଯିବ।