ଜଗନ୍ନାଥ ମନ୍ଦିର ଉନ୍ନୟନ ନିମନ୍ତେ ନୂତନ କମିଟି ଗଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଜଗନ୍ନାଥ ମନ୍ଦିରର ଉନ୍ନୟନ କମିଟି ଗଠନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଗୁଣୁପୁର ତହସିଲଦାର କାର୍ଯ୍ୟକାଳ ପରିସରରେ ଅନୁଷ୍ଠିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୋଡ଼, ଡ ସତ୍ୟ ପ୍ରକାଶ ପଣ୍ଡା ମଞ୍ଚାସୀନ ହୋଇଥିଲେ।ଜଗନ୍ନାଥ ମନ୍ଦିରର ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାନେ ଏଥିରେ ଯୋଗ ଦେଇ ମନ୍ଦିରର ଉନ୍ନତି ନିମନ୍ତେ ଏବଂ ନୂତନ କମିଟି ଗଠନ ନିମନ୍ତେ ଆଲୋଚନା କରିଥିଲେ।

ଜଗନ୍ନାଥ ମନ୍ଦିର ଉନ୍ନୟନ ଓ ପରିଚାଳନା ନିମନ୍ତେ କମିଟିର ନୂତନ ସଭାପତି ଭାବେ ଡ ସତ୍ୟ ପ୍ରକାଶ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରି ସଭାପତି ଭାବେ ସୂର୍ଯ୍ୟନାରାୟଣ ପଣ୍ଡା, ଉପ ସଭାପତି ଭାବେ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ, ସମ୍ପାଦକ ଭାବେ ନିରଞ୍ଜନ ପାଢୀ , ଯୁଗ୍ମ ସମ୍ପାଦକ ଭାବେ ଏସ୍ ବାବା ପ୍ରସାଦ ଏବଂ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟନାରାୟଣ ନାୟକଙ୍କୁ ଚୟନ କରାଯାଇଛି। ମାର୍ଗଦର୍ଶକ କମିଟି ରେ ଦେବେନ୍ଦ୍ର ଚୌଧୁରୀ, ଡ ରାମ ମହାନ୍ତି, ମନୋରଂଜନ ରଥ ଏବଂ କୃଷ୍ଣ ଚନ୍ଦ୍ର ବେବର୍ତା ଙ୍କୁ ଚୟନ କରାଯାଇଛି। ପରିଚାଳନା କମିଟି ର ସଦସ୍ଯ ଭାବେ ଉମା ଦାଶ , ରଞ୍ଜିତ ପାଢି, ଅକ୍ଷୟ ଦାଶ, ପଂଣିଭୁଷଣ ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି। ମନ୍ଦିର ର ସେବା ଓ ସୁରକ୍ଷା କମିଟି ଗଠନ କରାଯାଇ ସେଥିରେ ଗାଜ ପାଳ, ହୃଷିକେଶ ରଥ, ଶକ୍ତି ଦାଶ,ତ୍ରିପତି ରଥ , ବି ସତୀଶ କୁମାର,ଡ଼ ପ୍ରଶାନ୍ତ ହୋତା ,କୃଷ୍ଣ ପଣ୍ଡା , ଚିନ୍ମୟ ପାଣିଗ୍ରାହୀ,ଲାଡି ଇଶ୍ଵର ରାଓ ଙ୍କୁ ଚୟନ କରାଯାଇଛି। ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା ପଣ୍ଡା ଏକ ସୁନ୍ଦର ବଗିଚା ନିର୍ମାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ନୀତି ଆୟୋଗ ବୈଠକରେ ଏହି ସବୁ ପ୍ରସଙ୍ଗ ଉଠିଲା;ସାମିଲ ହେଲେନି କେସିଆର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦିଲ୍ଲୀରେ ଆଜି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ  ଦେଶର  ବିଭିନ୍ନ ପ୍ରସଙ୍ଗ ଉଠିଛି। ଏହି ବୈଠକରେ ତୈଳବୀଜ, ଡାଲି, କୃଷି ଜାତ ଦ୍ରବ୍ୟ, ନୂଆ ଶିକ୍ଷା ଆଇନ୍ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ବୈଠକରେ ଦେଶର ପ୍ରାୟ ସମସ୍ତ ମୁଖ୍ୟମମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର  ଯୋଗ ଦେଇଥିଲେ। ହେଲେ ଏହି ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖଫର ରାଓ ଯୋଗ ଦଆଇ ନାହାନ୍ତି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଛତିଶଗଡ଼ା ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା  ସମେତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଏହି ବୈଠକରେ  ରେଳ, ଟେଲିକମ୍, ବ୍ୟାଙ୍କ ସେବା ଭଳି ଗୁରୁତ୍ୱପୂର୍ଣ୍ଣ  କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ତାସହ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି ଓଡ଼ିଶା।  ପ୍ରାକୃତିକ ବିପର୍ଯ୍ୟୟ  ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେବା ସହ  ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ନବୀନ।  ଏଥିସହ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ କିଛି ସମସ୍ୟା ରହିଯାଇଛି। କାରଣ କିଛି ପ୍ରକୃତ ଚାଷୀ ଏଥିରୁ ବାଦ ପଡୁଛନ୍ତି।  ତେଣୁ ନୀତି ଆୟୋଗ ଏନେଇ  ଧ୍ୟାନ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ନବୀନ ।  ଅଧିକାଂଶ  ଆଦିବାସୀ ଓ KBK ଜିଲ୍ଲା PMAYରୁ ବଞ୍ଚିତ ହୋଇଛନ୍ତି।   PMAY ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ବୈଠକରେ ASI ଓ AMSARର  ରୂପାନ୍ତରଣ ଦାବି କରିଛନ୍ତି ନବୀନ। ସେହିପରି ଐତିହ୍ୟ ସ୍ଥଳର ବିକାଶ ଏବଂ ଟେକ୍ନୋଲୋଜି ଏବଂ ନ୍ୟାୟିକ ଢାଞ୍ଚା ଅନୁସାରେ ଏଏସଆଇରେ ଟ୍ରାନ୍ସଫର୍ମ ହେବାର ଆବଶ୍ୟକତା ରହିଛି ।  AMSAR ଆକ୍ଟା ସଂଶୋଧନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ‘ଯାଯାବର’ ସଂଗଠନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ବନ୍ଧୁତ୍ୱ ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳିଛି ଭୁବନେଶ୍ୱରର ଯାଯାବର ସଂଗଠନ। ବନ୍ଧୁତ୍ୱ ଦିବସରେ ଦେଇଛି ସ୍ୱଚ୍ଛତାର ବାର୍ତ୍ତା। ଖଣ୍ଡଗିରି ସ୍ଥିତ ବସଷ୍ଟାଣ୍ଡ ପରିସରକୁ ସଫା କରିଛନ୍ତି ସଂଗଠନର ସଦସ୍ୟମାନେ। ଏହା ସହିତ ରାସ୍ତାକଡ଼ରେ ବୃକ୍ଷରୋପଣ କରିଛନ୍ତି। ପରିବେଶକୁ ସଫାସୁତର ରଖିବା ସହିତ ବୃକ୍ଷରୋପଣ କରିବାକୁ ଯାଯାବର ସଂଗଠନର ସଦସ୍ୟମାନେ ଯୁବକଯୁବତୀମାନଙ୍କୁ ନିବେଦନ କରିଛନ୍ତି। ଆଗାମୀ ଦିନରେ ପରିବେଶ ସୁରକ୍ଷା ଦିଗରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହା ସହିତ ଆଗାମୀ ଦିନରେ ସଂଗଠନ ତରଫରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି। ମୁକେଶ ପରିଡ଼ାଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟ ମନୋରଞ୍ଜନ ମହାନ୍ତି, ସ୍ମୃତି ରଞ୍ଜନ ବିଶ୍ୱାଳ, ସତ୍ୟଜିତ୍ ରାଉତ, ଦିଲ୍ଲୀପ ରାଉତ, ସସ୍ମିତା ମଲ୍ଲ, ପ୍ରିୟଦର୍ଶିନୀ ସାହୁ, ସତ୍ୟାନନ୍ଦ ନାୟକ, ନଳିନୀ ରାଉତ, ସମ୍ବିତ ବେହେରା, ଅନିଲକାନ୍ତ ଦାସ, ଶ୍ରୀରାମ ମହାନ୍ତି ଓ ଅରୂପାନନ୍ଦ ବାରିକ ପ୍ରମୁଖ ଆଜିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ।

ପ୍ରଶାସନ ର କଠୋର ନିସ୍ପତି ; ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତ ରଥ ଚଢ଼ିବେ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି। କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିବେ। ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଭକ୍ତ। ଆଜି ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଶେଷ ଭାବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଗରିବ ସେବାୟକଙ୍କ ନିମନ୍ତେ ଆବାସ ପ୍ରକଳ୍ପ ଓ ସେବାୟତ ପିଲାଙ୍କ ପାଠପଢ଼ା ପାଇଁ ଗୁରୁକୁଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଅଲୋଚନା ନିମନ୍ତେ ଏଜେଣ୍ଡାରେ ଅନେକ ବିଷୟ ରହିଥିଲେ ହେଁ ନିର୍ଦ୍ଧାରିତ ସମୟ ଭିତରେ ଯାହି ଯେତିକି ଆଲୋଚନା କରି ବୈଠକକୁ ସମାପ୍ତ କରାଯାଇଥିଲା। ତେଣୁ ଶ୍ରୀମନ୍ଦିର ଜମିଜମା ସୁରକ୍ଷା ଓ ବିକ୍ରିବଟା, ରତ୍ନଭଣ୍ଡାର ସୁରକ୍ଷା, ଶ୍ରୀମନ୍ଦିର କରିଡ଼ର ପ୍ରଭୃତି ବିଷୟରେ ବିଶେଷ କୌଣସି ଆଲୋଚନା ହୋଇପାରିନି। ତେବେ ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ଠାକୁରମାନଙ୍କ ଆଗପଛରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ସେବାୟତମାନେ ଘେରି ରହିବାରୁ ଭକ୍ତଙ୍କୁ ଭଲ ଦର୍ଶନ ନ ମିଳିବା ଏବଂ ସ୍ଥିରିକୃତ ଆଚରଣ ସଂହିତାକୁ ଉଲ୍ଲଂଘନ କରାଯିବା ନେଇ କ୍ଷୁବ୍ଧ ଥିବା ପ୍ରଶାସନ କଠୋର ମନୋଭାବ ପୋଷଣ କରିଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା ହୋଇଥିଲା। ଆସନ୍ତା ବର୍ଷ ଏହି ଉତ୍ସବ ପାଳନ ବେଳେ ସେବାୟତମାନେ ଠାକୁରଙ୍କ ପାଖରେ ଏମିତି ଠିଆ ହେବେ, ଯେପରି ଭକ୍ତ ଭଲଭାବେ ଠାକୁର ଦର୍ଶନ କରିବେ। ଠାକୁରଙ୍କ ନୀତି ପରିଚାଳନା ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ରହିବେ। ୩୬ ନିଯୋଗ ସହିତ ଏନେଇ ବୈଠକ କରି ଅଲୋଚନା ହେବ। ଏହାଛଡ଼ା ବୈଠକରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଆଲୋଚନା ହୋଇଛି। ସେହିପରି ସେବକ ବାସଗୃହ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ ହୋଇଛି। ୪ ମାସ ଭିତରେ କାମ ଆରମ୍ଭ ହେବ। ଗତ ବୈଠକରେ ଲ୍ୟାଣ୍ଡ ସବ୍ କମିଟି ନେଇଥିବା ନିଷ୍ପତ୍ତିକୁ ଆପ୍ରୁଭାଲ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଗେଷ୍ଟ ହାଉସ୍ ରୁମ୍‌ଗୁଡ଼ିକ ସୁବିଧାରେ ଅନ୍‌ଲାଇନ୍‌ରେ ବୁକିଂ ପାଇଁ ଏଚ୍‌ଡିଏଫ୍‌ସି ସହିତ ଏକ ଏମ୍‌ଓଏୟୁ କରାଯିବ। ଏହାକୁ ପରିଚାଳନା କମିଟିରେ ମଞ୍ଜୁରୀ ମିଳିଛି। ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ସବୁଦିନିଆ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ବେଦୀ ଓ ରୋଷଘର ବ୍ୟାରିକେଟ କରାଯିବ। ଭକ୍ତ ଏଠାରେ ବୁଲିପାରିବେ ନାହିଁ। ଅନ୍ୟ ସମସ୍ତ ସ୍ଥାନ ଦେଖିପାରିବେ ବୋଲି ସେ କହିଛନ୍ତି। ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ବୈଠକରେ ସେବାୟତଙ୍କ ସୁବିଧା ପାଇଁ ମାଟିତୋଟା ପରିବର୍ତ୍ତେ ହରଚଣ୍ଡିସାହିର ୩.୧୮୩ ଏକର ଓ ମାଟିମଣ୍ଡପସାହିର ୨.୮୧୧ ଏକର ଜମିରେ ସେବକ ଆବାସ କରାଯିବାକୁ ନିଷ୍ପତ୍ତି ହୋଇଛି। ହରଚଣ୍ଡି ସାହିରେ ୨୨୪ ବାସଗୃହ ପ୍ରଥମେ କରାଯିବ। ପ୍ରତ୍ୟେକ ସେବାୟତଙ୍କ ନିମନ୍ତେ ଏଠାରେ ୨ଟା ରୁମ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ସେହିପରି ଆସନ୍ତା ୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ସବୁ ଉନ୍ନତିକରଣ କାମ ଆବଶ୍ୟକ ସେନେଇ ଏଏସ୍‌ଆଇକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି। ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଆରକ୍ୟୁଲୋଜିଷ୍ଟ ଅରୁଣ ମଲ୍ଲିକ ରତ୍ନସିଂହାସନ ପଛରୁ ଖସି ପଡ଼ିଥିବା ପ୍ଲାଷ୍ଟର ସମ୍ପର୍କରେ କହିଛନ୍ତି, ଏହା ମନକୁ ଖସିନି କିମ୍ବା ଆଦ୍ରତା ଯୋଗୁ ଖସିନି। ଏହାକୁ ଖସାଇ ଦିଆଯାଇଛି। ପ୍ଲାଷ୍ଟର ଉପରେ କୌଣସି ଜିନିଷ ମାଡ଼ ହେବାରୁ ଏହା ଖସି ପଡ଼ିଛି। ପୂଜକମାନେ ଏହା ଜାଣିଥିବେ। ଏହି ପ୍ଲାଷ୍ଟର ବହୁତ ବର୍ଷ ତଳେ କରାଯାଇଥିଲା। ଏଭଳି ଘଟଣା ପୁଣି ଘଟିବନି ବୋଲି କହି ହେବନି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଯନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇସାରିଛି। ଆସନ୍ତାବର୍ଷ ରଥଯାତ୍ରା ସମୟରେ ପୁଣି ଆବଶ୍ୟକ ମରାମତି କାମ ହେବ। ସେହିପରି ସେ ରତ୍ନ ଭଣ୍ଡାର ସମ୍ପର୍କରେ କହିଛନ୍ତି, ଏହାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କହିଲେ କରାଯିବ। ୨୦୧୮ରେ ରତ୍ନ ଭଣ୍ଡାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇ ନ ଥିଲା।

କାଗଜକଲମରେ ଚାଲିଛି ମେଗା ଜଳଯୋଗାଣ ପ୍ରକଳ୍ପ ….!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- କାଶୀପୁର ବ୍ଲକର ହଇଜା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଏହି ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଲା ଦୁଷିତ ଜଳ । ଦଶ ଦଶନ୍ଧି ଧରି ଏହି ବ୍ଲକର ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟନ୍ୟ ଜଳଉତ୍ସର ପାଣିକୁ ଜୀବନ ଧାରଣ ପାଇଁ ସିଧାସଳଖ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ କଳାହାଣ୍ଡି ଜିଲ୍ଲା ଅଧିନରେ ଥିବା ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାଣିଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସମସ୍ୟାର ସମାଧାନ ପାଇଁ ଯେଉଁ ଯୋଜନା ହୋଇଛି ତାହା କେବଳ ନାଲିଫିତା ତଳେ ସୀମିତ ରହିଛି । କାରଣ ଗତ ଏକ ବର୍ଷ ତଳେ କାଶୀପୁର ବ୍ଲକର ୨୪ ପଞ୍ଚାୟତ ଅନ୍ତର୍ଗତ ୪୨୫ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ଏକ ବୃହତ ପ୍ରକଳ୍ପ ରାଜ୍ୟ ସରକାର ଠିକାଦାରଙ୍କ ସହିତ ଚୁକ୍ତି ନାମା ସ୍ଵାକ୍ଷର କରିଥିଲେ । ଏଥିସହ କାଶୀପୁର ବ୍ଲକକୁ ସଂଲଗ୍ନ ଥିବା ରାୟଗଡା ବ୍ଲକର ୪ ଟି ପଞ୍ଚାୟତ ଅନ୍ତର୍ଗତ ୪୯ ଟି ଗ୍ରାମକୁ ମଧ୍ୟ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ହେବ ବୋଲି ଘୋଷଣା ହୋଇଥିଲା । ଏପରିକି ୨୦୧୮-୧୯ ମସିହାରେ ୨୯୮ କୋଟି ୬୯ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କେବିନେଟରେ ମଧ୍ୟ ମଞ୍ଜୁରି ମିଳିଥିଲା । ଏତଦ ବ୍ୟତିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅଧିକ ୪୦ କୋଟି ଟଙ୍କା ଖର୍ଚ ଅଟକଳ ମଧ୍ୟ ମଞ୍ଜୁର ହୋଇଥିଲା । ମୋଟ ୩୩୮ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଜଳ ଜୀବିକା ମିଶନ ଜରିଆରେ ଏହି ପ୍ରକଳ୍ପ ୩ ନଭେମ୍ବର ୨୦୨୩ ରେ ସାରିବାର ଲକ୍ଷ ଧାର୍ଯ୍ୟ ହୋଇଥିଲା । ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିବା ବେଳେ ମାଟି ତଳେ ପାଇପ ଖଣ୍ଡିଏ ମଧ୍ୟ ପୋତାଜାଇ ନାହିଁ । ଏଭଳିକି ଏକ ବର୍ଷ ପରେ ଏହି ପ୍ରକଳ୍ପର ସ୍ଥିତି ଯଥା ପୂର୍ବମ ତଥା ପରମ ରେ ରହିଯାଇଛି । ଏହି ପ୍ରସ୍ତାବିତ ମେଗା ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀରୁ ଜଳ ଉଠାଯାଇ ପାଇପ ମାଧ୍ୟମରେ କାଶୀପୁର ବ୍ଲକର ୯୦ ପ୍ରତିଶତ ଗ୍ରାମକୁ ଜଳ ଯୋଗାଣ କରିବାର ଲକ୍ଷ ସରକାର ହାତକୁ ନେଇଛନ୍ତି ।

ଏହାଦ୍ଵାରା କାଶୀପୁର ବ୍ଲକ ଅଞ୍ଚଳରୁ ସବୁଦିନ ପାଇଁ ପାନୀୟ ଜଳ ସମସ୍ୟା ଦୁର ହେବା ସହ କଲେରା , ହଇଜା ଭଳି ମହାମାରୀରୁ କାଶୀପୁର ବାସୀଙ୍କୁ ନିସ୍ତାର ମିଳିବ । ହେଲେ ପ୍ରକଳ୍ପ କାର୍ଯ୍ୟର କଚ୍ଛପ ଗତି ଦେଖିଲେ ବିଶ୍ବାସ ହେଉନି ସମୟ ସୀମା ଭିତରେ ଲୋକଙ୍କୁ ବିଶୁଦ୍ଧ ପାଇପ ଜଳ ମିଳିପାରିବ । ଇନ୍ଦ୍ରାବତିରୁ ଜଳଉଠାଣ କରାଯାଇ ଲଦିଗୁଡା, କେ.ପଞ୍ଜରା ଗ୍ରାମର ବାଟଦେଇ ଆସିବ ଡଙ୍ଗାସିଲକୁ । ଡଙ୍ଗାସିଲ ଠାରେ ପ୍ରାୟ ୫ ଟି ବୃହତ ଟାଙ୍କିରେ ଜଳ ସଂରକ୍ଷଣ ହେବ । ସଂରକ୍ଷଣ ପରେ ତାହା ବିଶୋଧନ କରାଯାଇ ସେଠାରୁ ପାଇପ ମାଧ୍ୟମରେ ସମସ୍ତ ଗାଁ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ପଠାଯିବ । ଏଥି ପାଇଁ ୧୦୦୦ କିଲୋମିଟର ବାଟ ପାଇପ ବିଛାଯାଇ ଜଳ ଯୋଗାଣ କରିବାର ଯୋଜନା ରହିଛି । ତେବେ ଠିକାଦାର ପାଇପ ନ ପକାଇ କେବଳ ରାସ୍ତାକଡରେ ପାଇପ ଗୁଡିକ ଗଛିତ ରଖି ପ୍ରଦର୍ଶନୀ କରୁଥିବା ଅଭିଯୋଗ ହୋଇଛି । ଏଭଳିକି ଡଙ୍ଗାସିଲ ଠାରେ ଟ୍ୟାଙ୍କ ନିର୍ମାଣକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ଏହିଭଳି ସ୍ଥିତି ଯଦି ଲାଗିରହେ ତେବେ ଆଉ ବର୍ଷକ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବା ନେଇ ସନ୍ଦେହ ସୃଷ୍ଟିହୋଇଛି । ବର୍ତ୍ତମାନ ପରିସ୍ଥିତିରେ କଲେରା ମୃତ୍ୟୁର ତାଣ୍ଡବ ଲୀଳାକୁ ଦେଖି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ନ୍ୟାୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେବଳ ମିଥ୍ୟା ତଥ୍ୟ ପ୍ରଦାନ କରିବାରେ ଲାଗିଛି । ଗୋଟିଏ ପଟେ ସ୍ୱଛ ପାନୀୟ ଜଳ ପାଇନପାରି ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ସ୍ୱଛ ଜଳପ୍ରଦାନ ପାଇଁ ସରକାର ଅନୁଦାନ ପ୍ରଦାନ କରିବାପରେ ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉଦାସୀନତା କାରଣରୁ ନିର୍ମାଣ ବିଳମ୍ବ ହେଉଛି । ତେବେ କିଛି ସ୍ଥାନରେ ଫରେଷ୍ଟ କ୍ଲିୟରାନ୍ସ ମିଳିନଥିବା କାରଣରୁ ନିର୍ମାଣ ଆଗେଇପାରୁ ନଥିବା ସୂଚନା ମଧ୍ୟ ହସ୍ତଗତ ହୋଇଛି । ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଚିତରଞ୍ଜନ ଜେନା କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଜାରି ରହିଛି । ବହୁତ ଦୁରରୁ ଜଳ ଅଣାଯିବ, ତେଣୁ ଅଧିକ ଜ୍ଞାନକୌଶଳ ଅବଲମ୍ବନ କରାଯାଉଛି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।

ଗୁଣୁପୁର ଅଦାଲତ ଭିତ୍ତିଭୂମି ବିକାଶ କରିବାକୁ ଦାବୀ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ସ୍ଥାନୀୟ ଓକିଲ ସଂଘର ଏକ ପ୍ରତିନିଧି ଦଳ ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଗୁଣୁପୁର ଅଦାଲତ ପରିସରରେ ଥିବା ଭିତ୍ତିଭୂମି ର ବିକାଶ, ନୂଆ କୋଠା ନିର୍ମାଣ ସହ ରାୟଗଡା ଠାରେ ଏକ ଆଇନ ମହାବିଦ୍ୟାଳୟ ଖୋଲିବା କୁ ପଦକ୍ଷେପ ନେବାକୁ ମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।

ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ଦେବୀ ପ୍ରସାଦ ଆଚାର୍ଯ୍ୟ, ଗୌରୀ ଦାଶ, ପ୍ରବୀଣ ପଟ୍ଟନାୟକ, ଗଣେଶ ପଣ୍ଡା , କୃଷ୍ଣ ସେନାପତି , ମୋନଜ ରତ୍ନ।ଲୁ ଓ ଜଗଦୀଶ ଶବର ଉପସ୍ଥିତ ଥିଲେ ।