ଗୁଣପୁର ପୌର ପରିଷଦ ଠାରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି ।

!!! ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ ଶାସନ ଦିବସ ୨୦୨୨ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ ସଭା ରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ଼ , ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ , ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମ କୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପରିଚାଳନା କରିଥିବା ବେଳେ ପରିଷଦ ର ସମସ୍ତ କାଉନ୍ସିଲର ମାନେ ଉପସ୍ଥିତ ରହିଥିଲେ । ମଞ୍ଚାସିନ ଅତିଥି ମାନେ ଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜିର ଦିବସ ରେ ୭ ଜଣ ଙ୍କୁ ହରିଶ୍ଚନ୍ଦ୍ର ସହାୟତା ଭତ୍ତା , ୫ ଜଣ ଙ୍କୁ ଭେଣ୍ଡିଙ୍ଗ ସାର୍ଟିଫିକେଟ ଏବଂ ୯ ଜଣ ଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଯାଇଥିବା ବେଳେ ୨ ଜଣ ଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ସହ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଉକ୍ତ ସଭା ରେ ସମ୍ମାନିତ ଅତିଥି ତଥା ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ଼ ଗୁଣୁପୁର ପରିମଳ ବ୍ୟବସ୍ଥା କୁ ଆହୁରି ଅଧିକ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ପରିମଳ ସଫେଇ କର୍ମୀ ଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଅତ୍ୟାଧୁନିକ ସାମଗ୍ରୀ ର ବ୍ୟବସ୍ଥା କରାଯାଇଛି ଏବଂ ସହର ର ସମସ୍ତ ବସ୍ତି ବାସିନ୍ଦା ଙ୍କୁ ଥଇଥାନ ଯୋଜନା ରେ ଘରଦିହ ପ୍ରମାଣ ପତ୍ର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନ୍ତର୍ଭୁକ୍ତ କରି ନୂତନ ଭାବେ ଗଢି ଉଠିଥିବା ସହି ମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦିଆଯିବ ବୋଲି ନିଜ ଅଭିଭାଷଣ ରେ କହିଥିବା ବେଳେ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଆଜିର ଶୁଭ ଦିବସ ରେ ସଂକଳ୍ପ ନେବା ଯେ ଗୁଣପୁର ସହର କୁ ପରିଷ୍କାର ରଖିବା , ରାସ୍ତା କଡ ରେ ବୃକ୍ଷ ରୋପଣ କରିବା , ଗୃହ ପାଳିତ ପଶୁ ଙ୍କୁ ରାସ୍ତା ଉପରକୁ ଛାଡିବା ନାହିଁ , ଅଳିଆ ଗୁଡାକୁ ରାସ୍ତା ୱାରେ ନ ପକାଇ ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ରଖିବା ଓ ନିୟମଟି ଟିକସ ପୈଠ କରିବା ସହ ଯେଉଁ ଗୁଣପୁର ସହର ରେ ଆମେ ବାସ କରୁଛୁ ସେ ସହର ଆମର ଆପଣା ର ତାହାର ମଙ୍ଗଳ ସାଧନ କରିବା ଏହି ପବିତ୍ର ସ୍ୱାୟତ ଶାସନ ଦିବସ ରେ ଆମ ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ନିଜ ଅଭିଭାଷଣ ରେ କହିଥିଲେ ।

ପୁଣି ଚର୍ଚ୍ଚାରେ ରାଇରଙ୍ଗପୁର, ଓଡ଼ିଆ ଝିଅ ହେବେ କି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ …?

ଏଥର ସମ୍ଭାଳ ବ୍ୟୁରୋ(ବାରିପଦା)- ପୁଣି ଥରେ ଚର୍ଚ୍ଚାରେ ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର। ଏଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନାଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା। ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ଆଶଙ୍କା ଭିତରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି। କଳ୍ପନା ସୋରେନ୍‌ ମୁଖ୍ୟମନ୍ତ୍ରୀ ହେଲେ, ଓଡ଼ିଶା ପାଇଁ ଗୌରବର ବିଷୟ। କାରଣ ସେ ଝାଡ଼ଖଣ୍ଡର ବୋହୂ ହେଲେ ମଧ୍ୟ ଓଡ଼ିଶାର ଝିଅ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସବ୍‌ଡିଭିଜନ ବହଳଦା ବ୍ଲକ୍‌ର ତେନ୍ତଳା ଗାଁର ଝିଅ ହେଉଛନ୍ତି କଳ୍ପନା ସୋରେନ୍‌। ତାଙ୍କ ବାପା ଆନପ୍ପା ମାଝୀ ଜଣେ ଭଲ ଫୁଟବଲ ଖେଳାଳି। ଏଥିସହ ସେ ଭାରତୀୟ ସେନାରେ ଚାକିରି କରୁଥିଲେ। ଆନପ୍ପା ପଞ୍ଜାବରେ ଚାକିରି କରୁଥିବା ବେଳେ କପୁରଥାଲାରେ କଳ୍ପନା ଜନ୍ମ ଗ୍ରହଣ କରିଥିଲେ। କଳ୍ପନା ବାପା-ମାଆଙ୍କ ବଡ଼ ଝିଅ ହୋଇଥିବା ବେଳେ ବାପାଙ୍କ ଚାକିରି ସମୟରେ କୋଲକାତା, ଅମ୍ବାଲା, ଆହ୍ଲାବାଦ, ଶ୍ରୀନଗର ଆଦି ବିଭିନ୍ନ ସହରରେ ପାଠ ପଢ଼ିଥିଲେ। ଏଥିସହ ସେ ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢିଥିବା ବେଳେ ବାରିପଦାର ଏମ୍‌ପିସି ଜୁନିୟର କଲେଜରେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ। କଳ୍ପନା ଏହା ପରେ ଭୁବନେଶ୍ୱର ଚାଲି ଯାଇଥିଲେ।  ସେଠାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ବି-ଟେକ କରିଥିଲେ। ପରେ କୋଳକାତାରେ ଏମ୍‌ବିଏ କରିଥିଲେ। ପାଠପଢ଼ା ସରିବା ବାରିପଦାରେ ରହୁଥିବା ବାପା-ମାଆଙ୍କ ପାଖକୁ ଚାଲି ଆସିଥିଲେ କଳ୍ପନା। ୨୦୦୬ ଫେବୃଆରୀ ୭ ତାରିଖରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ଙ୍କ ପୁଅ ହେମନ୍ତ ସୋରେନଙ୍କ ସହିତ କଳ୍ପନାଙ୍କ ବିବାହ ହୋଇଥିଲା। ବାରିପଦାରେ ବିବାହ ହୋଇଥିଲା। ବିବାହ ପରେ ହେମନ୍ତଙ୍କ ସହିତ କଳ୍ପନା ଶାଶୁଘର ଝାଡ଼ଖଣ୍ଡ ଚାଲି ଯାଇଥିଲେ। ଘର ସଂସାର ଭିତରେ ନିଜକୁ ସୀମିତ ରଖୁଥିବା କଳ୍ପନା ରାଜନୀତିଠାରୁ ଦୂରେଇ ରହୁଥିଲେ। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ସେ ସ୍ୱାମୀଙ୍କୁ ସହଯୋଗ କରୁଥିଲେ। ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ) ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଏପରିସ୍ଥିତିରେ ଓଡ଼ିଆ ଝିଅ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ନେଇ ଆଲୋଚନା ହେଉଛି।

ବିଜେଡି ନେତା ଯଯାତି ସାହୁ ହତ୍ୟା ମାମାଲା ରେ ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ; ଏ॰ଡି॰ଜେ କୋର୍ଟ ଙ୍କ ରାୟ ପ୍ରକାଶ…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ବହୁ ଚର୍ଚ୍ଚିତ ବିଜେଡି ର ତୁଙ୍ଗ ନେତା ଯଯାତି ସାହୁ ହତ୍ୟା ମାମଲା ର ରାୟ ପ୍ରକାଶ ପାଇଛି । ଗୁଣପୁର ଏ॰ଡି॰ଜେ କୋର୍ଟ ମାଓନେତା ସବ୍ୟସାଚୀ ଙ୍କୁ ଏହି ମାମାଲା ରେ ଆଜି ନିର୍ଦୋଷ ରେ ଖଲାସ କରିଥିବା ସବ୍ୟସାଚୀ ଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।୨୦୦୨ ମସିହା ନଭେମ୍ବର ୨୬ ତାରିଖ ରେ ଗୁଡାରୀ ଥାନା ନାଇରା ଗ୍ରାମ ରେ ଯଯାତି ସାହୁ ଘରେ ଥିବା ବେଳେ ଘରୁ ଡାକି ନେଇ ବିଳମ୍ବିତ ରାତିରେ ସଂଘ ବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଦୀର୍ଘ ୨୦ ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି ।

ମା ମାର୍କମା କଲେଜର ନୂତନ ହଷ୍ଟେଲ ଉଦଘାଟିତ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା ବିଷମକଟକ ମା ମାର୍କମା କଲେଜର ନୂତନ ହଷ୍ଟେଲ ଉଦଘାଟିତ ଅବସରରେ ଜାତି ଓ ଜନଜାତି ପଛୁଆ ବର୍ଗ ଉର୍ଣୟନ ତଥା ଆଇନ ମନ୍ତ୍ର ଶ୍ରୀଯୁକ୍ତ ଜଗନ୍ନାଥ ସାରକା , ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ , ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି ସୁଧୀର କୁମାର ଦାଶ , ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ପୃଥିବୀରାଜ ସାହୁ , ଜିଲ୍ଲା ପରିଷଦ ଚେରମେନ ସରସ୍ଵତୀ ମାଝୀ , ବିଷମକଟକ ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ , ଜୋତି ସାହୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ , ବିଜୁ ଛାତ୍ର ଜନତା ଦଳ ବ୍ଲକ ସମ୍ପାଦକ ଅଶ୍ୱିନୀ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l

ଭାରତର ବିଶିଷ୍ଟ କ୍ରୀଡ଼ାବିତ ମେଜର ଦୟାଚନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଭାରତର ବିଶିଷ୍ଟ କ୍ରୀଡ଼ାବିତ ମେଜର ଦୟାଚନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ରାୟଗଡା ବ୍ଳକ ପିତମହଲ ଠାରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପିତାମହଲ ପଞ୍ଚାୟତ ପକ୍ଷରୁ ପିତାମହଲ ରିତମ୍ ମହାବିଦ୍ୟାଳୟ ପଡ଼ିଆରେ ବରିଷ୍ଠ ଓ କନିଷ୍ଟ ଦଳର ମାରାଥନ ସହ କବାଡି ଖେଳର ଆୟୋଜନ କରାଯାଇଥିଲା ।

ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବସନ୍ତ ଉଲ୍ଲାକା, ସମାଜ ସେଵୀ ମହେନ୍ଦ୍ର ଉଲ୍ଲାକା, ଗୋବିନ୍ଦ ଉଲ୍ଲାକା, ଯୋଗଦାନ କରିଥିବା ବେଳେ ଉମେଶ ତାଡିଙ୍ଗୀ, ଚନ୍ଦ୍ରଶେଖର ଖରସେଲୀ ବଂଶ ଏବଂ ସୋମନାଥ ଜାକାକା, ପିତାମହଲ ଗ୍ରାମ ପଂଚାୟତର ସରପଞ୍ଚ ଟୁଟୁ ତାଡିଙ୍ଗୀ ଏବଂ ତାଡ଼ମା ସରପଞ୍ଚ, ସମିତି ସଭ୍ୟା, ପିତାମହଲ ନାଏବ ସରପଞ୍ଚ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ପଲମା ବିଦ୍ୟାଳୟର କ୍ରୀଡା ଶିକ୍ଷକ ବାବୁଲା ମେଲାକା ଏବଂ ଶିକ୍ଷୟିତ୍ରୀ ଭବାନୀ ପୁଲାକା ପରିଚାଳନା କରିଥିଲେ । ଏଥିରେ ବାବୁଲା ମେଲାକା , ମନୋଜ ନାୟକ,ଏବଂ ଭବାନୀ ପୁଲାକା ତାଙ୍କୁ ସହଯୋଗ କରିଥିଲେ । ଏହି ଅଞ୍ଚଳର ଆଦିବାସୀ କ୍ରୀଡା ପ୍ରେମୀ ମାନଙ୍କ କ୍ରୀଡା କ୍ଷେତ୍ରରେ ଉନ୍ନତି ଲାଗି ଏଠାରେ ଏକ ମିନିଷ୍ଟାଡ଼ିଅମ ର ସ୍ଥାପନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା ; ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବର୍ଦ୍ଧିତ ଜନ ସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଲା – : ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା । ଏ ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଉନ୍ନତି କରଣ ନିମନ୍ତେ ସୃଷ୍ଟି କରାଯାଇଛି ।
ଏହି ନୂତନ ଥାନା ଗୁଡିକ ନିମନ୍ତେ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟା ରେ ୫୬୩ ଟି ନୁଆ ପଦବୀ ସୃଷ୍ଟି କରାଯାଇଛି। ଏହି ନୁଆ ୩୬ ଟି ଥାନା ପ୍ରତିଷ୍ଠା ହେଵା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ।

୧୦ ଦଫା ଦାବୀ ନେଇ ଆଦିବାସୀ ଙ୍କ ଶୋଭାଯାତ୍ରା ଓ ଧାରଣା ।

!!! ଦକ୍ଷିଣ ଓଡିଶା ଜୋନାଲ ମୁଖ୍ୟ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର) – ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସମ୍ପାଦକ ରାଜେଶ ଜାନୀ ଏବଂ ରାଷ୍ଟ୍ରୀୟ ମଜଦୂର୍ କିଶାନ ସଂଘ୍ ଜିଲ୍ଲା ସଭାପତି ଦିବାକର ପୁଜାରୀ ଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ଆଦିବାସୀ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ର ଚାରୋଟି ଗାଁ ର ଜଙ୍ଗଲଜମି ବିବାଦ ଓ ମକା ଫସଲ ନଷ୍ଟ ଘଟଣାର ପ୍ରତିବାଦରେ ସହସ୍ରାଧିକ ଆଦିବାସୀ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ପରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ଧାରଣା ରେ ବସିଥିଲେ।ସେମାନେ ପୂର୍ବରୁ ଦେଇଥିବା ସେମାନଙ୍କ ଦାବୀ ଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଅଫିସ୍ ସମ୍ମୁଖରେ ଧାରଣା ରେ ବସିବେ ବୋଲି ଜିଦ୍ କରି ବସିଥିଲେ। ସେମାନେ ଦେଇଥିବା ଦାବୀ ଗୁଡ଼ିକ ମଧ୍ୟରେ ଉମରକୋଟ ବ୍ଲକର ଚାରି ଗୋଟି ଗ୍ରାମରେ ଭି ଏସ ଏସ ର ଶତାଧିକ ସଦୟ ପଶି ଭିଆଇଥିବା ଦୁଃଖଦ ଘଟଣା ପାଇଁ ସେମାନଙ୍କ ନେତୃତ୍ୱ ନେଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଗିରଫ କରିବା , ନଷ୍ଟ ହୋଇଥିବା ମକା ଫସଲ ର କ୍ଷତି ପୂରଣ ଦେବା କ୍ଷତି ଗ୍ରସ୍ତ ଚାଷୀ ଙ୍କ ଋଣ ଛାଡ କରିବା , କ୍ଷତିଗ୍ରସ୍ତ ଗ୍ରାମ ରେ ଜଙ୍ଗଲ ଅଧିକାର କମିଟି ଗଠନ କରିବା ଭଳି ରହିଥିବା ଦଶ ଦଫା ଦାବି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇନଥିବାରୁ ଏହା ଆଦିବାସୀ ଙ୍କ ମଧ୍ୟରେ ଅସନ୍ତୋଷ ର ଦାନା ବାନ୍ଧି ଜନ ଆନ୍ଦୋଳନ ର ରୂପ ନେଇଥିବା ଆଦିବାସୀ ସଭାନେତ୍ରୀ ହାରାବତି ଗଣ୍ଡ କହିଛନ୍ତି । ଜିଲ୍ଲା ପ୍ରଶାସନ ର ପ୍ରତଶୃତି ପରେ ରାତ୍ର ଆଠ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ଯଥାଶୀଘ୍ର ଦାବୀ ଗୁଡ଼ିକ ପୂରଣ କରାନଗଲେ ଏହା ଉଗ୍ର ରୂପ ନେବ ବୋଲି ଆନ୍ଦୋଳନକାରି ପ୍ରକାଶ କରିଛନ୍ତି ।

୫ ଦଫା ଦାବୀ ନେଇ ଜିଲ୍ଲାପାଳ ଅଫିସରେ ଆଦିବାସୀ ସଂଘ …!

!!! ଦକ୍ଷୀଣ ଓଡିଶା ଜୋନାଲ ମୁଖ୍ୟ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋରାପୁଟ)- ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ୫ ଦଫା ଦାବୀ ପତ୍ର ପ୍ରଦାନ କରିବା ନିମନ୍ତେ ସଂଘ କର୍ମକର୍ତ୍ତା ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ନିକଟରେ ପହଞ୍ଚି ଥିଲେ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।  କପସାଲଟା ଗାଁ ରେ ମକା ଫସଲ ନଷ୍ଟ ଓ ଘରପୋଡ଼ି ଘଟଣା ଭଳି ଅଶୋଭନୀୟ ବର୍ବୋରଚିତ ଘଟଣା କୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଦାବୀ ପତ୍ର ରେ କପସାଲଟା, ସାରିଆଲଟା ଓ ଲାକଟିପକନା ଗାଁ ରେ  ବନ ସୁରକ୍ଷା ସମିତି ପକ୍ଷରୁ ନଷ୍ଟ କରାଯାଇଥିବା ୧୦୦ ଏକରରୁ ଉର୍ଦ୍ଧ୍ଵ ମକା ଫସଲ ର କ୍ଷତିପୂରଣ ଦେବା, ଚାରି ଖଣ୍ଡ ଗ୍ରାମର ବାସିନ୍ଦା ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସରକାରଙ୍କ ଜଙ୍ଗଲ ଜମି ସତ୍ୱାଧିକାର ନିୟମକୁ ସଠିକ ଭାବେ କାର୍ଯ୍ୟକାରୀ କରିବା, ବୁର୍ଜା ପଞ୍ଚାୟତ ରେ ଗଠିତ ହୋଇଥିବା ବନ ସୁରକ୍ଷା ସମିତି କୁ ରଦ୍ଦ କରି ନୂତନ କମିଟି ଗଠନ କରିବା, ଫସଲ ନଷ୍ଟ ଓ ଘର ପୋଡ଼ିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମାଲକାନଗିରି କନ୍ଧ ସାମାଜ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ଏହି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ମାଲକାନଗିରି ଜିଲ୍ଲା କନ୍ଧ ସମାଜ ସଭାପତି ଗୋପୀ ପାଙ୍ଗି ,ସମ୍ପାଦକ ହରିବନ୍ଧୁ ଗୋଲୋରି ,ଉପଦେଷ୍ଟା ବିଲୋ ପାଙ୍ଗି ,ଅଭିଭକ୍ତ କୋରାପୁଟ ଜିଲ୍ଲା ମୂଳ ନିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଧ୍ଵଜ ମାଝି , ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଜିଲ୍ଲା ସଭାପତି ଦିବାକର ପୂଜାରୀ , ସାଧାରଣ ସମ୍ପାଦକ ଭଗବାନ ବୈରାଗୀ ,ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସଭାପତି ରାଜେଶ ଜାନି ପ୍ରମୁଖ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ଠାରେ ଦାବି ପତ୍ର ନେଇ ପହଞ୍ଚି ଥିଲେ ।

ଗୁଣପୁରରେ ସଦଭାବନା ଦିବସ ପାଳିତ …!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଚେପାଲି ପ୍ରେମ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଦ ଭାବନା ଦିବସ ପାଳିତ ହୋଇ ଯାଇଛି । ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ କରାଯାଇଥିଲା । ଜାତି, ବର୍ଣ୍ଣ, ଧର୍ମ, ଭାଷା ନିର୍ବିଶେଷରୁ ଉର୍ଦ୍ଧରେ ରହି କାର୍ଯ୍ୟ କରିବାକୁ ଉପ ଜିଲ୍ଲାପାଳଙ୍କ ସମସ୍ତ କର୍ମଚାରୀ ଆଜି ଶପଥ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉପ ବିଭାଗୀୟ ଅଧିକାରୀ ଶ୍ରୀମତୀ ମନୋରଂଜନୀ କାର୍ଜି, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ବରିଷ୍ଠ ରାଜସ୍ୱ ସହାୟକ ବସନ୍ତ ବେହେରା, ଗିରିଧର ସାହୁ, ରାଧାକୃଷ୍ଣ ସେଠି, ଶ୍ରୀମତି ଶାନ୍ତି ଖ।ଡଙ୍ଗା, କନିଷ୍ଠ ରାଜସ୍ବ ସହାୟକ କବିତା, ଅଞ୍ଜଳି ମିଶ୍ର, ନନ୍ଦିତା, ଭାଗ୍ୟଶ୍ରୀ, ସୁମତି, ବିନୋଦ, ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଅନନ୍ତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଗୁଣପୁର ପ୍ରାଇମାର୍ଟ ସପିଙ୍ଗ ମଲ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ରାୟଗଡ ଜିଲ୍ଲା ଗୁଣପୁର ନୂତନ ବସ ଷ୍ଟାଣ୍ଡ ନିକଟସ୍ଥ ପ୍ରାଇମାର୍ଟ ସପିଙ୍ଗ ମଲ ଠାରେ ୭୬ ତମ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଯୁବ ଚଳଚ୍ଚିତ୍ର ନିର୍ଦ୍ଧେଶକ ତଥା ସାମ୍ବାଦିକ ଶ୍ରୀ ସିଦ୍ଧାର୍ଥ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମଲ ସ୍ଥଳ ର ମାଲିକ ଶ୍ରୀ ଲାଡି ସାବରିଷ , ସପିଙ୍ଗ ମଲ ର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ଅମୀୟ ପଣ୍ଡା , ଫ୍ଲୋର ମ୍ୟାନେଜର ବିଜୟ ନାୟକ , ଶଙ୍କର ପରମାଣିକ , ଇଣ୍ଟରନାଲ ଅଫିସର ପ୍ରକାଶ ଷଡଙ୍ଗୀ , ସିନିଅର ସେଲସ ଷ୍ଟାଫ ଲିଲି ମାର୍ଥା , ସିନିଅର ସେଲସ ଷ୍ଟାଫ ସନ୍ତୋଷ ପ୍ରଧାନ , ସିନିଅର ସେଲସ ଷ୍ଟାଫ ମସେସ ଭୂୟାଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ଅବସର ରେ ମୁଖ୍ୟ ଅତିଥି ଦେଶ ପ୍ରେମ ସହ ଭାଇ ଚାରା ନିଜ ଭିତରେ ବଜାଇ ରଖି ଦେଶ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ନିମନ୍ତେ ସମସ୍ତ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ ।