ମିଶନ୍ -୨୦୨୪: ଅରୁଣ-ସଞ୍ଜୟ ଓ ଦେବୀଙ୍କୁ ପୁଣି ବାଜି ଲଗାଇବ ବିଜେଡି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ସହ କ୍ରମାଗତ ଷଷ୍ଠଥର ନିମନ୍ତେ କ୍ଷମତାକୁ ଆସିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସରିବା ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓଡ଼ିଶାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାର ଆଶଙ୍କା କରି ବିଜେଡି ନିଜର କିଛି ଅଭିଜ୍ଞ ଓ ଗ୍ରହଣୀୟ ଚେହେରାଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବାକୁ ଯାଉଛି। ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶାକୁ ୪ଟି ଜୋନରେ ବିଭକ୍ତ କରି ଜିଲ୍ଲାସ୍ତରରେ ଦଳୀୟ ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ ଗୋଷ୍ଠୀବିବାଦର ସମାଧାନ ପାଇଁ ଅଭିଜ୍ଞ ନେତା ସଞ୍ଜୟ ଦାସବର୍ମା , ଅରୁଣ ସାହୁ , ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ରଙ୍କ ଭଳି ନେତାଙ୍କୁ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଓଡ଼ିଶାକୁ ୪ଟି ଜୋନରେ ବିଭକ୍ତ କରି ଏବେ ଦଳରେ ପୁରୁଣା ପୀଢ଼ୀ ଓ ନୂଆ ପିଢ଼ିର ନେତାଙ୍କ ମଧ୍ୟରେ ଚାଲିଥିବା ପତିଆରା ଦେଖାଇବାର ପ୍ରତିଯୋଗିତା ଉପରେ ଅଙ୍କୁଶ ଲଗାଇବାକୁ ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୧୭ ପଂଚାୟତ ନିର୍ବାଚନ ପରେ ସଞ୍ଜୟ, ଅରୁଣ, ଅତନୁ, ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ନେତାଙ୍କୁ ଆଗକୁ ଆଣି ବିଜେଡି ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ନିଜର ମାର୍ଗ ପ୍ରଶସ୍ତ କରିଥିଲା । ଆଉ ଦଳର ଏହି ରଣନୀତି ମଧ୍ୟ ୨୦୧୯ ନିର୍ବାଚନରେ ଫଳପ୍ରଦ ହୋଇଥିଲା । ଏବେ ସମାନ ଢଙ୍ଗରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ବ୍ୟକ୍ତିକେନ୍ଦ୍ରିକ ହୋଇଯାଇଛି ତଥା ଦଳ ନିଜର ନେତାମାନଙ୍କ ଆପତ୍ତି-ଅଭିଯୋଗ ଶୁଣି ତା’ର ସମାଧାନ କରିବା ପରିବର୍ତ୍ତେ ବିରୋଧୀ ଦଳକୁ ମ୍ୟାନେଜ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ବିଭିନ୍ନ ପ୍ରସଙ୍ଗରେ ଉପରେ ପଡ଼ି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ସମର୍ଥନ ଦେଇ ବିଜେଡି ନେତୃତ୍ୱ ରାଜ୍ୟରେ ବିଜେପି ସଂଗଠନ ଉପରେ ମାନସିକସ୍ତରରେ ଚାପ ପକାଇବାରେ ସକ୍ଷମ ହେବା ସହ ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତୃଣମୂଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ ନେତାମାନଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେଡି ନେତୃତ୍ୱ ଗତ ୨-୩ବର୍ଷ ମଧ୍ୟରେ ସାମାନ୍ୟତମ ଉଦ୍ୟମ କରିନଥିବାରୁ ଦଳର ୭୦ରୁ ୮୦ ଭାଗ ନେତା ନିଜର ଅସନ୍ତୋଷକୁ ଚାପି ରଖି ଆତ୍ମସମ୍ମାନ ପାଇଁ ଚୁପ୍ ରହିଛନ୍ତି । ବିଜେଡିର ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭ କରି ବରିଷ୍ଠ ନେତାମାନେ ଏବେ ଗତ ୩ବର୍ଷ ଧରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତାଙ୍କୁ ନିଜ ଇଚ୍ଛାରେ ଭେଟିବାର ସୁଯୋଗ ପାଉନଥିବାବେଳେ ସଂଗଠନକୁ ନେଇ ଆପତ୍ତି-ଅଭିଯୋଗ ଶୁଣାଇବାର ବାଟ ସେମାନଙ୍କ ପାଇଁ ବନ୍ଦ ହୋଇଯାଇଛି। ଯଦିଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଦଳୀୟ ନେତାମାନଙ୍କ ଆପତ୍ତି-ଅଭିଯୋଗ ଶୁଣିବାର ଦାୟିତ୍ୱ ନ୍ୟସ୍ତ ହୋଇଛି, କିନ୍ତୁ ସେ ନିଜର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ତୋଷାମଦକାରୀଙ୍କୁ ଧରି ସଂଗଠନକୁ ପରିଚାଳନା କରୁଥିବାରୁ ତାହା ଦଳର ସବୁ ବର୍ଗର ନେତାମାନଙ୍କ ପାଇଁ ଗ୍ରହଣୀୟ ହୋଇପାରୁନି। ଦଳର ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ପାଖରେ ଦଳୀୟ ନେତାମାନେ ପହଂଚିବାର ସୁଯୋଗ ନଥିବାରୁ ସଂଗଠନ ସମ୍ପାଦକ ଶ୍ରୀ ଦାସ ଯାହା ବୁଝାଉଛନ୍ତି ତା’ଉପରେ ଭରସା କରି ବିଜେଡି ନେତୃତ୍ୱ ସଂଗଠନକୁ ପରିଚାଳନା କରୁଛନ୍ତି । ତେବେ ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ତୋଷମଦକାରୀଙ୍କୁୁ ଗୁରୁତ୍ୱ ମିଳୁଥିବାବେଳେ ସଂଗଠନ ସହ ମୂଳରୁ ଜଡ଼ିତ ଥିବା ନେତାମାନେ ନିଜକୁ କଣଠେସା ମନେକରି ଅସନ୍ତୋଷକୁ ଚାପି ରଖିବାକୁ ବାଧ୍ୟ ହେଉଛନ୍ତି । ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନର ଭୟ ଥିବାରୁ ଦଳୀୟ ନେତାମାନେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ୨ଦଶନ୍ଧି ଧରି ବିଜେଡି ରାଜନୀତିରେ ଅରୁଣ, ସଞ୍ଜୟ, ଦେବୀ ଓ ପ୍ରସନ୍ନଙ୍କ ଭଳି ନେତା ରାଜ୍ୟର ବିଭିନ୍ନ ଭାଗରେ ଥିବା ସବୁବର୍ଗର ନେତାମାନଙ୍କ ନିକଟରେ ପହଂଚି ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣି ତା’ର ସମାଧାନ କରିପାରୁଥିବାବେଳେ ୨୦୧୯ ନିର୍ବାଚନ ପରଠୁ ଏହି ବାଟ ବନ୍ଦ ହୋଇଯାଇଛି। ଦଳ ଭିତରେ ବଢ଼ୁଥିବା ଏଭଳି ଅସନ୍ତୋଷ ଆଗାମୀ ଦିନରେ ବିସ୍ଫୋରକ ରୂପ ନେବାର ଆଶଙ୍କା କରାଯାଉଥିବା ନେଇ ଗୁଇନ୍ଦା ରିପୋର୍ଟ ଓ ନିଜର ଥିଙ୍କଟ୍ୟାଙ୍କ୍ ଗୋଷ୍ଠୀର ପରାମର୍ଶରେ ଏବେ କିଛି ନେତାଙ୍କୁ ମ୍ୟାନେଜ କରିବାକୁ ବିଜେଡି ନେତୃତ୍ୱ ଆଗେଇ ଆସିଛନ୍ତି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରେ ଓଡ଼ିଶାରେ ବିଜେପି ନିଜର ରଣନୀତିକୁ ଆକ୍ରମଣାତ୍ମକ କରିବାର ଆଶଙ୍କା ଥିବାରୁ ବିଜେଡି ତା’ର ମୁକାବିଲା ପାଇଁ ଅରୁଣ,ସଞ୍ଜୟ,ଦେବୀ ଓ ପ୍ରସନ୍ନଙ୍କ ଭଳି ନେତାଙ୍କ ମାଧ୍ୟମରେ ଦଳର ସବୁ ଗୋଷ୍ଠୀକୁ ମ୍ୟାନେଜ କରିବାକୁ ନିଷ୍ପତ୍ତି ନେଇଛି । ଅବଶ୍ୟ ସଂଗଠନସ୍ତରରେ ହେବାକୁ ଥିବା ପରିବର୍ତ୍ତନରେ ପ୍ରଣବଙ୍କ ଭୂମିକା ରହିବ । ବିଜେଡି ପରାମର୍ଶଦାତାଙ୍କ ଖାସ୍ ଭାବେ ସେ ବି ଏଥିରେ ତାଙ୍କର ଅନୁଗତ ଥିବା ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଭଳି ନେତାଙ୍କୁ ସାମିଲ କରିବାକୁ ଚାପ ପକାଇ ପାରନ୍ତି। ଆଉ ଯଦି ସେଭଳି ହୁଏ ତା’ହେଲେ ବିଜେଡିରେ ପୁରୁଣା ଓ ନୂଆ ନେତାଙ୍କୁ ନେଇ ଚାଲିଥିବା ପ୍ରତିଯୋଗିତାରେ ଅନ୍ତ ହେବା ପରିବର୍ତ୍ତେ ଆଗକୁ ଆହୁରି ତୀବ୍ର ହେବାର ଆଶଙ୍କା ଅଛି। ବିଜେଡି ସୂତ୍ର ଅନୁସାରେ, ଖୁବଶୀଘ୍ର ଦଳ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ସଞ୍ଜୟ, ଅରୁଣ, ଦେବୀ, ପ୍ରସନ୍ନ ଆଦି ନେତାଙ୍କୁ ୪-୫ଟି ଜୋନ୍ ଗଠନ କରି ଜୋନୱାରି ଦାୟିତ୍ୱ ବଂଟନ କରିବ । ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ ଭଳି ନେତାଙ୍କୁ ବି ଏହି କମିଟିରେ ଦାୟିତ୍ୱ ମିଳିବ । ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ସମନ୍ୱୟ ରକ୍ଷା କରି ତୃଣମୂଳସ୍ତରରେ ଦଳୀୟ ନେତାମାନଙ୍କୁ ସଂଗଠନ ସହ ବାନ୍ଧି ରଖିବା ଦିଗରେ ଏହି ଜୋନ୍ ମୁଖ୍ୟମାନେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ଅବଶ୍ୟ ଦଳର ଏହି ଜୋନ୍ କମିଟିର ବାସ୍ତବ ରୂପରେଖ ନେଇ ବିସ୍ତୃତ ତଥ୍ୟ ମିଳିନି । ମାତ୍ର କିଛି ପୁରୁଣା ନେତାଙ୍କୁ ସଂଗଠନ କାର୍ଯ୍ୟରେ ଆଗକୁ ଆଣି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆଡ଼ୁ ଆସିଥିବା ସୁନାମିର ମୁକାବିଲା ନିମନ୍ତେ ବିଜେଡି ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

ଓଡ଼ିଶାରେ ବେଆଇନ ଖଣି କାରବାର: ସୁପ୍ରିମକୋର୍ଟ ଖପ୍ପା, ୬ ମାସ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାରେ କେତେକ ଖଣି କମ୍ପାନୀ କୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଆଳରେ ବେଆଇନ ଖଣି ଖନନ କରୁଥିବା ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ମାମଲାଗୁଡ଼ିକର ନିଷ୍ପତ୍ତି ଓ ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ୬ ମାସ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ଆଜି ବାଲେଶ୍ୱର ଆଲଏଜ୍ ଲିଃ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, କର୍ତ୍ତୃପକ୍ଷଙ୍କଠୁ ଜଙ୍ଗଲ ଅନୁମତି ନଥାଇ ଏସବୁ ଖଣି କମ୍ପାନୀଗୁଡ଼ିକ ବେଆଇନ ଭାବେ ଖନନ କରୁଛନ୍ତି । ବିବାଦ ଉପରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବା ଆଳ ଦେଖାଇ ସେମାନେ ଏଭଳି ବେଆଇନ ଖନନ କରୁଛନ୍ତି । ତେବେ ଜଙ୍ଗଲ ଅନୁମତି ବିନା କିଭଳି ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ବଳରେ ଖଣି ଖନନ କରାଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଅବଧିକୁ ବୃଦ୍ଧି କରିବାକୁ ବାଲେଶ୍ୱର ଆଏଲଜ୍ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିବାରୁ ତା’ର ପ୍ରତିବାଦରେ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଜଙ୍ଗଲ ଅନୁମତି ବିନା ଖଣି ଖନନ ଓ ଉତ୍ତୋଳଜନ କରାଯିବା ବେଆଇନ । ଜଙ୍ଗଲ ମଞ୍ଜୁରୀ (ଫରେଷ୍ଟ କ୍ଲିଅରାନ୍ସ) ନଥାଇ ଖଣି ଖନନ କିମ୍ବା ଉତ୍ତୋଳନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏହାସହିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ,ହାଇକୋର୍ଟ ଏଭଳି ‘ସ୍ଥିତାବସ୍ଥା’ ବଜାୟ ରଖିବାକୁ ରାୟ ଦେଉଥିବାରୁ ଖଣି କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଯାଉଛି । ଏହା ନିଃସନ୍ଦେହ ଯେ, ଆବେଦନକାରୀ କମ୍ପାନୀ ବାଲେଶ୍ୱର ଆଏଲଜ୍ ଲିଃ ପାଖରେ ବର୍ତ୍ତମାନ ସମୟରେ ଜଙ୍ଗଲ ମଞ୍ଜୁରୀ ନାହିଁ । ଆଉ ଜଙ୍ଗଲ ମଞ୍ଜୁରୀ ଆବେଦନ ବିଚାରଧୀନ ଥିବାକୁ ଖଣି ଖନନ ପାଇଁ ଜଙ୍ଗଲ ଅନୁମତି ମିଳିଯାଇଛି ବୋଲି କଦାପି ବିଚାର କରାଯାଇ ପାରିବ ନାହିଁ । ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଆଳ ଦେଖାଇ ଆବେଦନକାରୀଙ୍କୁ ବିନା ଜଙ୍ଗଲ ମଞ୍ଜୁରୀରେ ଖଣି ଖନନ ଓ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ସ୍ଥିତାବସ୍ଥା ଅବଧିକୁ ବୃଦ୍ଧି ନକରି ହାଇକୋର୍ଟ ଉଚିତ୍ ପଦକ୍ଷେପ ନେଇଛନ୍ତି । ତେବେ ହାଇକୋର୍ଟ ଯେଉଁ ସବୁ ଖଣି ମାମଲାରେ ସ୍ଥିତାବସ୍ଥା ଜାରି ରହିଛି ସେଗୁଡ଼ିକର ଆଜିଠୁ ୬ମାସ ମଧ୍ୟରେ ଶୁଣାଣି କରି ତା’ର ନିଷ୍ପତ୍ତି ଓ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି । ଏହାସହିତ ଏସଏଲପିକୁ ଖାରଜ କରିଦେଇଛନ୍ତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏହି ରାୟ ଅବଗତ କରାଇବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ନବୀନଙ୍କ ନୂଆ ଟିମ୍‌;ଜାଣନ୍ତୁ, କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ଏଥର ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଓ ପୂର୍ବ ଦାୟିତ୍ୱ ମଧ୍ୟ ପାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାଶ। ସେମାନଙ୍କ ମଧ୍ୟରୁ କେହି କେହି ପୁରୁଣା ବିଭାଗ ସହିତ ନୂଆ ଦାୟିତ୍ୱ ମଧ୍ୟ ପାଇଛନ୍ତି। ଯେପରିକି  ନିରଞ୍ଜନ ପୂଜାରୀ ପୁଣି ଅର୍ଥ ବିଭାଗ ପାଇଥିବା ବେଳେ ତା’ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନୂଆ ବିଭାଗ ମିଳିଛି। ପୂର୍ବରୁ ଥିବା ବିଭାଗ ତାଙ୍କ ହାତରୁ ଚାଲି ଯାଇଛି। ଏବେ ନଜର ପକାନ୍ତୁ କାହାକୁ କେଉଁ ଦାୟିତ୍ୱ ମିଳିଛି।

କ୍ୟାବିନେଟ୍ ପାହ୍ୟା

  • ଜଗନ୍ନାଥ ସାରକା- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
  • ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ
  • ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
  • ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
  • ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
  • ପ୍ରତାପ ଦେବ- ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
  • ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
  • ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ
  • ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
  • ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ
  • ଟୁକୁନି ସାହୁ- ଜଳ ସଂପଦ, ବାଣିଜ୍ୟ ଓ ପରିବହନ
  • ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା
ମରଣଯନ୍ତା ପାଲଟିଛି ଭୋଇମଡା…!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି  ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରତ୍ୟେକ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଖାଲି ବିକାଶର କଥା କହି ଡିମଡିମା ପିଟୁଥିବା ବେଳେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ଉପାନ୍ତ ଅଞ୍ଚଳରେ ନ ପହଞ୍ଚି ଖାଲି କାଗଜ କଲମରେ ସୀମିତ ହୋଇ ରହିଯାଉଥିବା ଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୋଇମଡା ଠାରୁ ପାଣିଛତ୍ର ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ। ମୁଖ୍ୟତଃ ଗ୍ରାମାଞ୍ଚଳରେ ଥିବା ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ଉପରେ ସରକାର ଅଧିକ ଦୃଷ୍ଟି ଦେଉଥିବା ବେଳେ ଏମିତି ବି ଅଞ୍ଚଳ ରହିଛି ଯେଉଁଠି ବର୍ଷ ବର୍ଷ ଧରି ରାସ୍ତାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ଆବଶ୍ୟକ ସ୍ଥାନରେ ତାହା ଉପଯୋଗ କରୁ ନ ଥିବା ଭଳି ଚିତ୍ର ଦେଖିବାକୁ ମିଳିଛି। ଫଳରେ ଶୋଚନୀୟ ରାସ୍ତା ହେତୁ ସ୍ଥାନୀୟ ଅଞ୍ଚଳବାସୀ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ସେମିତି ଏକ ଚିତ୍ର ଦେଖିବାକୁ ମିଳିଛି ଭୋଇମଡା ଠାରୁ ପାଣିଛତ୍ର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଆରଡି ରାସ୍ତାରେ। ଏହି ରାସ୍ତା ଉପରେ ଅଞ୍ଚଳର ପ୍ରାୟ ୮ ହଜାର ଜନସାଧାରଣ ନିର୍ଭରଶୀଳ ରହିଥିବା ବେଳେ ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ଯାହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏମିତିକି ବେଳେ ବେଳେ ଉକ୍ତ ରାସ୍ତା ଦେଇ ବହୁ ସରକାରୀ କର୍ମଚାରୀ ଓ ଖୋଦ ସ୍ଥାନୀୟ ବିଧାୟକ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ମହୋଦୟ ମଧ୍ୟ ଉକ୍ତ ରାସ୍ତା ଦେଇ ବହୁବାର ଯା ଆସ କରିଥିଲେ ମଧ୍ୟ ଖାଲଖମା ରାସ୍ତାର ମରାମତି ଦିଗରେ କେହି ହେଲେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିଲେ ମଧ୍ୟ ନିର୍ମାଣ ଦିଗରେ ପଦକ୍ଷେପ ନିଆ ଯାଉନି। ଉକ୍ତ ରାସ୍ତାର ପ୍ରାୟ ବହୁ ସ୍ଥାନରେ ପିଚୁ ସହ ଚିପ୍ସ ବାହାରି ମେଟାଲ ଦେଖା ଗଲାଣି ଏବଂ ମଝି ମଝିରେ ଖାଲଖମା ଯୋଗୁଁ ପ୍ରାୟ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ମୂଲ୍ୟବାନ ଧନ ଜୀବନ ମଧ୍ୟ ନଷ୍ଟ ହେଉଥିବା ବି ନଜୀରରେ ରହିଛି। ଏହି ରାସ୍ତାର ମରାମତି ପାଇଁ ବହୁ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କେହିବି ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିବା ଅଭିଯୋଗ ହୋଇଛି। ମୋଟାମୋଟି କହିବାକୁ ଗଲେ ଏହି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ବର୍ଷ ଧରି ଏହି ରାସ୍ତା ମରାମତି ନ ହେବା କାରଣରୁ ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଉକ୍ତ ଶୋଚନୀୟ ରାସ୍ତାର ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସୀମା ସଶସ୍ତ୍ର ବଳ ରେ ରାୟଗଡା ରୁ ପ୍ରଥମ ମହିଳା ଯବାନ….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡ଼ା ଜିଲ୍ଲା ର ପ୍ରଥମ ମହିଳା ସଶସ୍ତ୍ର ଯବାନ ଭାବେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଗ୍ରାମର ଝିଅ କୁମାରୀ ରଶ୍ମିତା କୁମ୍ଭାର ଆଜି ସେନା ରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାୟଗଡ଼ା ମାଟିରେ ପାଦ ଦେଇଥିଲେ। ତାଙ୍କୁ ଗେଟିପଡ଼ା ଗ୍ରାମ ଓ ରାୟଗଡ଼ା ବାସି ବଡ ଆଡ଼ମ୍ବରରେ ରାୟଗଡ଼ା ଷ୍ଟେସନ ରୁ ବେଣ୍ଡ୍ ବାଜା ସହ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ।ସୂଚନା ଅନୁଯାୟୀ ସେ ୨୦୧୯ ମସିହାରେ ଭରଟ ସଶସ୍ତ୍ର ସୀମା ବଳ ବାହିନୀରେ ଯୋଗ ଦେଇଥିଲେ। ରାୟଗଡ଼ା ମାଟିର ଝିଅ ଯିଏ ଦେଶ ସୁରକ୍ଷା ପାଇଁ ପିଲା ବେଳୁ ଲକ୍ଷ୍ୟ ରଖି ଆଜି ସଫଳତା ପାଇଥିଲେ ତାଙ୍କ ପାଇଁ ରାୟଗଡ଼ା ଆଜି ଗର୍ବିତ ବୋଲି ରାୟଗଡ଼ା ବ୍ଲକ C ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲାକା କହିଛନ୍ତି।ରଶ୍ମି କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ଦୃଢ଼ ନିଷ୍ଠା ଓ ପରିବାରର ସହଯୋଗ ମୁଖ୍ୟ କାରଣ ବୋଲି।ଏବଂ ସେ ମହିଳା ଯୁବ ପିଢ଼ି କୁ ଏଭଳି ଲକ୍ଷ୍ୟ ରଖି ସେନା ରେ ଯୋଗ ଦେଇ ଦେଶ ସେବା କରିବା ପାଇଁ ଆହ୍ବାନ ଦେଇଛନ୍ତି। ତାଙ୍କୁ ଏଭଳି ସମ୍ମାନ ରାୟଗଡ଼ା ବାସି ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ;୩୩୦୦ଲିଟର ପୋଚ୍ଚ ଓ ୪୯୬ଲିଟର ଦେଶୀ ମଦ ଜବତ, ୧୦ଜଣ ଅଭିଯୁକ୍ତ ଗିରଫ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ଅବକାରୀ କମିଶନର ଆଶିଷ ସିଂହ ଓ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ନୂତନ ଭାବେ ଗତ ତା.୩/0୬/୨୨ରିଖରେ ଯୋଗଦେଇଥିବା ଅବକାରୀ ଅଧିକ୍ଷକ ରାୟଗଡ଼ ଅଭିରାମ ବେହେରାଙ୍କ ତତ୍ୱାବଧାନରେ ରାୟଗଡ଼ ସଦର ମହକୁମାର ଅଫିସର ଇଂଚାର୍ଜ ଏବଂ ଜିଲ୍ଲା ମୋବାଇଲ ଟିମର ମିଳିତ ଭାବେ ସଦର ଇଲାକାରେ ଚଢ଼ାଉ କରି ୨୬୪ଲିଟର ଦେଶୀ ମଦ ଜବତ କରିବାସହ ୧୧୦୦ଲିଟର ପୋଚ୍ଚ ନଷ୍ଟ କରିଥିଲେ ଏବଂ ଏଥିରେ ସମ୍ପୃକ୍ତ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି l ସେହିପରି ଗତ ୫/୦୬/୨୨ରିଖ ଦିନ ଚାନ୍ଦିଲି ଥାନା,କଲ୍ୟାଣ ସିଂ ପୁର ଥାନl,ଗୁଣପୁର ଥାନା, ବିଷମ କଟକ ଥାନା, ଅଂଚଳରେ ବ୍ୟାପକ ଚଢ଼ାଉ କରି ୨୩୨ଲିଟର ଦେଶୀ ମଦ ଜବତ କରିବା ସହ ୨୨୦୦ଲିଟର ପୋଚ୍ଚ ନଷ୍ଟ କରୁଥିଲେ ଏବଂ ଏଥିରେ ସଂପୃକ୍ତ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ସୂତ୍ରରୁ ପ୍ରକାଶ l ସେହିପରି ରାୟଗଡ ସଦର ଇଲାକାରେ ମହୁଲ ବ୍ୟସାୟାରେ ଜଡିତ ବ୍ୟକ୍ତିଙ୍କ ଠାରୁ ୧୨କ୍ୱିଣ୍ଟାଲ ମହୁଲ ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ଜଣାଇଛନ୍ତି l ନୂତନ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ନିଜ କାର୍ଯ୍ୟରେ ଯୋଗଦାନ କରିବାର ଦୁଇ ଦିନ ମଧ୍ୟରେ ଏତେ ବଡଧରଣର ଚଢ଼ାଉ କରି ଚୋରା ମଦ କାରବାର ଉପରେ ଦୃଢ଼ ପଦ୍ଧକ୍ଷେପ ନେଇଛନ୍ତି l ଉକ୍ତ ଧରପଗଡ଼ରେ ଅବକାରୀ ନିରୀକ୍ଷକ,ଭାରପ୍ରାପ୍ତ ଅଧିକାରୀ ଓ ଅନ୍ୟାନ୍ୟ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମୋହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମୋହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଅତିରିକ୍ତ ଆରକ୍ଷୀ ଅଧିକାରୀ ରାମଚନ୍ଦ୍ର ସାହୁ,ଉପଜିଲ୍ଲାପାଳ ରାୟଗଡ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଏଲେଏନ ପୃଷ୍ଟି, ଜିଲା ଗ୍ରାମୀୟ ଜଳଯୋଗାଣ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଘ, ଉଦୟାନ କୃଷି ଉପନିର୍ଦେଶକ, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ,ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୪୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ୩୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୭ଗୋଟି ଗ୍ରାମ ବାସୀ ମାନଙ୍କର ସାମୁହିକ ଓ ୨ଗୋଟି ଅଭିଯୋଗ ରେଡ଼କ୍ରସ ସହାୟତା ପାଇଁ ଥିଲା । ଏହି ଶିବିରରେ ଜଣକୁ ୫ହଜାର ଓ ଅନ୍ୟ ଜଣକୁ ୨ହଜାର ଟଙ୍କା ରେଡ଼କ୍ରସରୁ ସହାୟତା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଲ୍ୟାମ୍ପ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ; ସନ୍ଦେହ ଘେରରେ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟ କଳାପ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣପୁର ଲ୍ୟାମ୍ପ୍ସ ର ୧୫ ଗୋଟି ନିର୍ଦ୍ଦେଶକ ପଦବୀ ପାଈଁ ଗତ ୨୯/୦୫/୨୦୨୨ ରିଖ ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଗତ ଶୁକ୍ରବାର ଦିନ ଏଥି ଲାଗି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଦିନ ରହିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ କୌଣସି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇନଥିବା ଲ୍ୟାମ୍ପ୍ସ ପକ୍ଷରୁ ସୂଚନା ମିଳିଛି । ସମୁଦାୟ ୫୧ ଗୋଟି ପ୍ରାର୍ଥୀ ପତ୍ର ମଧ୍ୟରୁ ୭ ଗୋଟି ପ୍ରାର୍ଥୀ ପତ୍ର ନାକଚ ହୋଇଥିବା ଫଳରେ ୪୪ ଗୋଟି ପ୍ରାର୍ଥୀ ଙ୍କ ନାମାଙ୍କନ କାୟମ ରହିଛି ବୋଲି ବିଜ୍ଞାପନ ଫଳକ ରେ ୦୩/୦୬/୨୦୨୨ ତାରିଖ ଦିନ ନିର୍ବାଚନୀ ପ୍ରତୀକ ସହ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟ ରେ ୦୪/୦୬/୨୦୨୨ ତାରିଖ ଦିନ ଚଂଚକତା କରି ପୁଣି ଆଉ ଥରେ ସେହି ତାରିଖ ଦର୍ଶାଇ ଅନ୍ୟ ଗୋଟିଏ ସଂଶୋଧିତ ୪୩ ଜଣ ପ୍ରାର୍ଥୀ ଙ୍କ ନାମ ରହିଥିବା ତାଲିକା ପ୍ରକାଶ କରାଯାଇଥିଲା । ନିର୍ବାଚନ ଅଧିକାରୀ , ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ଠାରୁ ପ୍ରତୀକ ପ୍ରଦାନ ତାଲିକା ପର୍ଯ୍ୟନ୍ତ ତାଲିକା ବିଜ୍ଞାପନ ଫଳକରେ ପ୍ରତ୍ୟେକ ଥର ଲଗାଯାଇ ପୁଣି ସଂଶୋଧିତ ତାଲିକା ଲଗା ଯାଉଥିଲା । ପ୍ରାର୍ଥୀ ଗୌରୀ ଗମାଙ୍ଗ ଙ୍କ ସମେତ , ପୂର୍ବତନ ସଭାପତି ଅଶ୍ୱିନ ଗମାଙ୍ଗ , ପୂର୍ବତନ ନିର୍ଦ୍ଦେଶକ ଦେବେନ୍ଦ୍ର ଚୌଧୁରୀ , ପୂର୍ବତନ ନିର୍ଦ୍ଦେଶକ ବାଲା କ୍ରୀଷ୍ଣା ରାଓ ଏକ ସଙ୍ଗ ରେ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଜଣେ ବ୍ୟକ୍ତି ଗୋଟିଏ ରୁ ଉର୍ଦ୍ଧ ନିର୍ବାଚନ ମଣ୍ଡଳୀ ରେ ନିଜ ନାମାଙ୍କନ ଦାଖଲ କରିପାରିବେ ନାହିଁ କହି ଗୌରୀ ଗମାଙ୍ଗ ଙ୍କ ସହ ଅନ୍ୟ ମାନଙ୍କ ନାମାଙ୍କନ ପତ୍ର ଗୁଡିକୁ ନିର୍ବାଚନ ଅଧିକାରୀ ସମୀର ସ୍ୱାଇଁ ଉପରକ୍ତ ପ୍ରାର୍ଥୀ ଙ୍କୁ ବିନା ସୂଚାଇ ନିଜ ଇଚ୍ଛା ମୁତାବକ ରାଜନୈତିକ ପ୍ରରୋଚନାରେ ପଡ଼ି ଗୋଟିଏ କୁ କାୟମ ରଖି ଅନ୍ୟ ଟିକୁ ରଦ୍ଧ କରିଦେଇଥିବା ଅଭିଯୋଗ ହେଉଛି । ନାମାଙ୍କନ ପତ୍ର ଦାଖଲ ବେଳେ ଚଂଚକତା କରି ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର କୁ ଓଲଟ ପାଲଟ କରି ସେମାନେ ଚାହୁଁ ଥିବା ନିର୍ବାଚନ ମଣ୍ଡଳୀ ବଦଳ ରେ ଅନ୍ୟତ୍ର ସେମାନଙ୍କ ନାମାଙ୍କନ କୁ କାୟମ କରିଥିବା ଅଭିଯୋଗ ଉଠିଛି । ନିର୍ବାଚନ ଟି ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ନିର୍ବାଚନ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେ ନିଜେ ଏଥିରେ ଚଂଚକତା କରୁଥିବା ନେଇ ଡ଼ି ଆର ସି ଏସ ଙ୍କୁ ଗୌରୀ ଗମାଙ୍ଗ ଅଭିଯୋଗ କରିବା ପରେ ମଧ୍ୟ ଏଥି ପ୍ରତି କୌଣସି ପଦକ୍ଷେପ ନିଆଯାଇ ନାହିଁ । ସମ୍ପୃକ୍ତ ନିର୍ବାଚନ ଅଧିକାରୀ ଲ୍ୟାମ୍ପରେ ଡ଼ାଇରେକ୍ଟର ପଦବୀ ନିମନ୍ତେ ପ୍ରତିଦ୍ବନ୍ଧିତା  କରୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ଉଠିଛି । ଦୀର୍ଘ ସମୟ ଧରି ଉକ୍ତ ରାଜନୈତିକ  ପ୍ରତିଦ୍ୱନ୍ଦୀ ଏବଂ ତାଙ୍କ ସମର୍ଥକ ଙ୍କ ସହ ବସି ଲ୍ୟାମ୍ପ୍ ର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଓ ସମସ୍ତ  ନାମାଙ୍କନ ପତ୍ର ତାଙ୍କ ହାତ ରେ ଦେଇ ୩୦/୦୫/୨୦୨୨ ତାରିଖ ଦିନ ଉକ୍ତ ନାମାଙ୍କନ ପତ୍ର ଗୁଡିକୁ ଛେଡ ଛାଡ଼ କରାଯାଇଥିବା ଅଭିଯୋଗ ହେଉଛି । ଉକ୍ତ ୩୦/୦୫/୨୦୨୨ ଦିନ ଠାରୁ ନିର୍ବାଚନ ଅଧିକାରୀ ଲ୍ୟାମ୍ପ୍ କାର୍ଯ୍ୟାଳୟ କୁ ନ ଆସି କୌଣସି ଏକ କାମର ବାହାନା କରି ଲୁଚି ରହିବା ଏବଂ କେବଳ ଦୁଇ ଦିନ ସହ ନିର୍ବାଚନ ଅଧିକାରୀ ଙ୍କୁ ପଠାଇ କୌଣସି କାଗଜ ପତ୍ର ନଦେଇ ଚଂଚକତା କରୁଥିବା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟଶୈଳୀ କୁ ଅଙ୍ଗୁଳି ନିର୍ଦେଶ କରୁଛି । ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଓ ନାମାଙ୍କନ ପତ୍ର ଲ୍ୟାମ୍ପ୍ କାର୍ଯ୍ୟାଳୟ ଠାରେ ରଖିବା ଏବଂ ସମସ୍ତ ନିର୍ବାଚନୀ କାର୍ଯ୍ୟ ଲ୍ୟାମ୍ପ୍ ପରିସର ମଧ୍ୟରେ କରାଯିବା ନେଇ ବିଜ୍ଞପ୍ତି ଥିବା ବେଳେ ନିର୍ବାଚନ ଅଧିକାରୀ ଏହାକୁ ନିଜ ଅଧିନ ରେ ରଖିଥିବା ଓ ନିଜେ ସମସ୍ତ ନୋଟିସ ଗୁଡିକୁ ଅନ୍ୟତ୍ର ପ୍ରସ୍ତୁତ କରି ଲ୍ୟାମ୍ପ୍ ର ପରିଚାଳନା ନିର୍ଦେଶକ ଙ୍କୁ ଡକାଇ ତାଙ୍କ ଦ୍ଵାରା ନୋଟିସ ବୋର୍ଡ଼ ରେ ଲଗାଇବା ଭଳି କାର୍ଯ୍ୟ କୁ ସାଧାରଣ ରେ ନିନ୍ଦା କରାଯାଇଛି । ଜଣେ ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀ ରେ ନାମାଙ୍କନ ଦାଖଲ କରିପାରିବେ ନାହିଁ ବୋଲି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ମାନଙ୍କୁ ସୂଚାଇ ନଥିଲେ ଏବଂ ଏଥି ନିମନ୍ତେ କୌଣସି ବିଜ୍ଞପ୍ତି ମଧ୍ୟ ନୋଟିସ ବୋର୍ଡ଼ ରେ ଟଙ୍ଗାଇ ନଥିଲେ । ଏହି ବିଷୟ ନେଇ ନିର୍ବାଚନ ଅଧିକାରୀ ଙ୍କୁ ପଚାରି ବୁଝିବାରୁ ଏଭଳି ସୁଚାଇବା କିମ୍ବା ବିଜ୍ଞପ୍ତି ପ୍ରକାଶ କରି ଟଙ୍ଗାଇବା ନେଇ ଜରୁରୀ ନୁହଁ ବୋଲି ନିଜ ପ୍ରତିକ୍ରିୟା ରେ କହିଥିଲେ । ଜଣେ ପ୍ରାର୍ଥୀ ଦୁଇ ଗୋଟି ସ୍ଥାନ ରେ ନାମାଙ୍କନ ଦାଖଲ କରିପାରିବେନି ବୋଲି ପ୍ରାର୍ଥୀ ଙ୍କୁ ନ ସୂଚାଇ ସେମାନେ  ଏକ ସଙ୍ଗେ ଦାଖଲ କରିଥିବା ନାମାଙ୍କନ ମଧ୍ୟରୁ ଯେଉଁଟି ନିର୍ବାଚନ ଅଧିକାରୀ ଙ୍କ ଉପଦେଷ୍ଟା ତଥା ନିଜ ପାଖ ଲୋକ ଙ୍କ ନିମନ୍ତେ ଉପଯୁକ୍ତ ସେହି ନାମାଙ୍କନ କୁ ଉଦ୍ଦେଶ୍ୟ ମୂଳକ ଭାବେ ରଦ୍ଧ କରି ଅନ୍ୟ ଟି କାୟମ ରଖିଥିବା ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ପ୍ରାର୍ଥୀ ଙ୍କ ଦ୍ଵାରା ନିର୍ବାଚନ ଅଧିକାରୀ ଙ୍କ ନିକଟ ରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନଥିପତ୍ର ର ସାର୍ଟିଫାଇଡ଼ କପି କୋର୍ଟ ଫି ଷ୍ଟାମ୍ପ ସହ ଜରୁରୀ କାଳୀନ ଆବେଦନ କରି ବାରମ୍ବାର କାର୍ଯ୍ୟାଳୟ କୁ ମାଗିବାକୁ ଯାଉଥିଲେ ମଧ୍ୟ ଏହାକୁ ଦିଆଯାଉନଥିବା ଏବଂ ଏହାକୁ ଜାଣିସୁଣି ବିଳମ୍ବ କରିବା ନେଇ ଉଦ୍ଦେଶ୍ୟ ମୂଳକ ଭାବେ ଡାକଯୋଗେ ପଠାଯିବ ବୋଲି ନିର୍ବାଚନ ଅଧିକାରୀ କହୁଥିବା ଅଭିଯୋଗ ହେଉଛି । କିଛି ପ୍ରାର୍ଥୀ ନିଜ ଇଚ୍ଛା ମୁତାବକ ଆବେଦନ କରିଥିବା ପ୍ରତୀକ ମାଗିଥିଲେ ମଧ୍ୟ ତାକୁ ଦିଆନଯାଇ ନିର୍ବାଚନ ଅଧିକାରୀ ଙ୍କ ମନ ଇଚ୍ଛା ମନଭାବ କୁ ସାଧାରଣ ରେ ନିନ୍ଦା କରାଯାଇଛି । ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ହସ୍ତକ୍ଷେପ ଜରୁରୀ ବୋଲି ଆବେଦନକାରୀ ପ୍ରାର୍ଥୀ ମାନେ ଦାବି କରିଛନ୍ତି ।

ଶୀତଳ ଭଣ୍ଡାର ଏବେ ଭୂତ କୋଠରୀ ରେ ପରିଣତ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଚାଷୀଙ୍କ କାମରେ ଲାଗିପାରୁନାହିଁ ରାୟଗଡ଼ା ଜିଲ୍ଲାର ଏକମାତ୍ର ସରକାରୀ ଶିତଳ ଭଣ୍ଡାର ।ରାୟଗଡା ସଦର ମହକୁମାରେ ଥିବା ତିନି ତାଲା ବିଶିଷ୍ଟ ଏହି ଶୀତଳ ଭଣ୍ଡାରଟି ନାମକୁ ମାତ୍ର ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବେଳେ ଏହା ଏବେ ଭୂତ କୋଠରୀ ରୂପେ ସଦୃଶ ମନେ ହେଉଛି । ବର୍ଷ ବର୍ଷ ଧରି ଏଠାରେ ତାଲା ଝୁଲିରହିଥିବା ବେଳେ ଏବେ ଜଙ୍ଗଲରେ ପରିଣତ ହୋଇଛି। ୨୦୧୩ ମସିହା ଫେବୃଆରି ୪ ତାରିଖରେ ଅବିଭକ୍ତ ରାୟଗଡାରେ ଥିବା ଶୀତଳ ଭଣ୍ଡାରକୁ ବିତିଲାଣି ୯ ବର୍ଷ ତଳେ ୫ ସହ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଅତ୍ୟାଧୁନିକ ଶିତଳ ଭଣ୍ଡାର ନିର୍ମାଣ କରିଥିଲେ । ମାର୍କ ଫେଡ ସଂସ୍ଥା ଶୀତଳ ଭଣ୍ଡାର ପରିଚାଳନା ଦାଇତ୍ୱ ନେଇଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ ଚାଷୀଙ୍କ କାମରେ । ଚାଷୀଙ୍କ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ଭଣ୍ଡାରେ ଏବେ ଭୂତ କୋଠରୀ ରେ ପରିଣତ ହୋଇଛି । ମାର୍କ ଫେଡ୍ ସେକ୍ରେଟାରୀ ଶୀତଳ ଭଣ୍ଡାର ବିଦ୍ୟୁତ୍ ସଂଯୋଗ ଆରମ୍ଭ କରିବେ କହିଥିଲେ।

ବିଷମ କଟକ ପୁଲିସ କୁ ମିଳିଲା ଆଉ ଏକ ସଫଳତା,୨୫ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ନଡ଼ିଆ ବୋଝେଇ ଟ୍ରକରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୁ ମାଡିବସିଲା ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ।ଗଜପତିରୁ ଦିଲ୍ଲୀ କୁ ୫ କ୍ୟୁଣ୍ଟାଲ ୧୦କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ମାଫିଆ ଗିରଫ। ଗତ ଏକ ମାସ ମଧ୍ୟରେ ବିଷମ କଟକ ପୁଲିସ କୁ ମିଳିଛି ପୁଣି ଆଉ ଏକ ବଡ଼ ସଫଳତା ।ବର୍ତ୍ତମାନ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ସମୟରେ ବିଭିନ୍ନ ଅଭିନବ ଉପାୟ ମାଧ୍ୟମରେ ଗଞ୍ଜେଇ ଚୋର ଚାଲାଣ କରୁଥିବା ବାରମ୍ବାର ନଜରକୁ ଆସୁଛି।କୌଣସି ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ନିକଟ କୁ ଖବର ଆସିଥିଲା। ଏଭଳି ଖବର ଆସିବ ପରେ ଗତ କାଲି ବିଳମ୍ବିତ ରାତିରେ ଏହି ଗଞ୍ଜେଇ ଟ୍ରକ କୁ ମାଡି ବସିଥିଲା ବିଷମ କଟକ ପୋଲିସ । ବିଷମ କଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍କରା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ୪୬ ନମ୍ବର୍ ରାଜ୍ୟରାଜପଥର ହାଜାରୀ ଡାଙ୍ଗ ନିକଟରେ ଯାଞ୍ଚ କରିବା ସମୟରେ ଏହି ନଡ଼ିଆ ବୋଝେଇ ଟ୍ରକ କୁ ଅଟକାଇ ଥିଲା। ମିନୀ ଟ୍ରକ ରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକ ସହ ଗଞ୍ଜେଇ ମାଫିଆ କୁ ଥାନାରେ ଅଟକ ରଖାଯାଇଥିଲା। ଟ୍ରକ ଡାଲା ରେ ଯାଞ୍ଚ କରିବା ସମୟରେ ନଡ଼ିଆ ବସ୍ଥା ତଳେ ୧୭ ପେକେଟ ଗଞ୍ଜେଇ ବାହାରିଥିଲା।ଏହି ମିନୀ ଟ୍ରକ ଟି ଗଜପତି ଜିଲାରୁ ୩୪ ଗୋଟି ନଡ଼ିଆ ବସ୍ତା ତଳେ ଗଞ୍ଜେଇ ରଖି ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି। ଏନେଇ ବିଷମ କଟକ ଥାନା ରେ ଏନଡିପିଏସ୍ ମାମଲା ରୁଜୁ କରି ଜଣେ ମାଫିଆ କୁ ଗିରଫ କରିଛି। ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ଙ୍କ ପରିଚୟ ସହରଫ ବୋଲି ଜଣା ପଡ଼ିଛି । ତାଙ୍କ ଘର ମିୱାତ ଜିଲ୍ଲାର ନାଗିନ ଥାନା ଅଞ୍ଚଳ ହୋଇଥିବା ବେଳେ ତାଙ୍କ ନିକଟରୁ ଗୋଟାଏ ମୋବାଇ ଏକ ହୋଜର ଟଙ୍କା ନଗଦ ଜବତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ୫୦ ହୋଜର ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି। ଏହି ଗଞ୍ଜେଇ ର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଏଥିରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ଖଲତାଡ଼ କରୁଥିବା ବିଷମ କଟକ ଥାନା ଅଧିକାରି ସୂଚନା ଦେଇଛନ୍ତି।