ନିର୍ଦ୍ଵନ୍ଦରେ ସମବାୟ ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ …!

!!! ଭବାନୀପାଟଣା ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ର ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ। ସମିତିର ୧୫ ଗୋଟି ନିର୍ବାଚନ ମଣ୍ଡଳୀ ଥିବା ବେଳେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିନା ପ୍ରତିଦ୍ବନ୍ଦିତାରେ ଡାଇରେକ୍ଟର ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମୀ ଧର ମାଝୀ, ଧନୁ ଗହିର, ଜଗଦିଶ ଯାଦବ, ଅହିଧ୍ୱଜ ନାଗ, ଭୁଜ ନାଗ,ତୁଳମଣି ନାଗ, ରୁକଧର ମାଝୀ, ଟିକଚନ ଧଙ୍ଗଡାମାଝୀ, ପୁରୁଷୋତ୍ତମ ଗହିର, ବିରେନ୍ଦ୍ରନାଥ ସୁନାନୀ , ପୂର୍ଣ୍ଣ ଚନ୍ଦ୍ର ଶବର, କରୁଣା ଚଣ୍ଡି, ଭୀମ ଭୋଇ, ଶ୍ରୀମତୀ ଅହଲ୍ୟା ନାଗ, ପଦ୍ମିନୀ ନାଗ ନିର୍ବାଚିତ ହୋଇ ଥିଲେ। ଗତ ୧୨ ତାରିଖ ଦିନ ସଭାପତି ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର ନିର୍ବାଚନ ଅଧିକାରୀ ମାନଗୋବିନ୍ଦ ଦଳାଇଙ୍କ ନିକଟରେ ଦାଖଲ କରିଥିଲେ । ତେବେ ୧୩ ତାରିଖ ୨ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଥିବାରୁ ନିର୍ଦ୍ଵନ୍ଦରେ ଡାଇରେକ୍ଟର ଶ୍ରୀ ନାଗ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବାକୁ ପଥ ପରିଷ୍କାର ହୋଇ ଯାଇଥିଲା। ଶେଷରେ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ବିରୋଧ ସଭାପତି ନିର୍ବାଚିତ ହୋଇ ଥିବାର ଘୋଷଣା କରିଥିଲେ। ଶ୍ରୀନାଗ ସମିତି ର ସମସ୍ତ ଡାଇରେକ୍ଟର ଙ୍କୁ ସାଧୁବାଦ ଜଣାଇଥିଲେ।

ମୁକୁନ୍ଦପୁର ମୁଖ୍ୟ ବଜାରରେ ଶୌଚାଳୟ ନିର୍ମାଣ ଦାବି…!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁକୁନ୍ଦପୁର)- କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ସ୍ଥିତ ମୁଖ୍ୟ ବଜାରରେ ଶୌଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ବହୁବାର ଦାବି କରୁଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଶୌଚାଳୟ ନଥିବା ହେତୁ ଜରୁରୀ ସମୟରେ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। କୋଲନରା ବ୍ଲକର ମୁକୁନ୍ଦପୁର ଅଞ୍ଚଳରେ ୭ ଗୋଟି ପଞ୍ଚାୟତ ରହିଥିବା ବେଳେ ଅଞ୍ଚଳର ପ୍ରାୟ ୨୦ ହଜାର ଜନସାଧାରଣ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ କିଣାବିକା କରିବା ପାଇଁ ମୁକୁନ୍ଦପୁର ବଜାର ଉପରେ ନିର୍ଭର କରିଥାନ୍ତି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ମୁକୁନ୍ଦପୁର ବଜାର ଜନଗହଳି ପୂର୍ଣ୍ଣ ରହିଥାଏ। ମୁକୁନ୍ଦପୁର ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଦୂର ଦୂରାନ୍ତରକୁ ଯାଉଥିବା ଯାତ୍ରୀମାନେ ମୁଖ୍ୟ ବଜାର ନିକଟରେ ଶୌଚାଳୟର ବ୍ୟବସ୍ଥା ନଥିବା ହେତୁ ଖାସକରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଦୀର୍ଘ ବର୍ଷ ହେବ ଏପରି ସମସ୍ୟା ଲାଗି ରହିଥିବା ବେଳେ ସ୍ଥାନୀୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସେହିପରି ଦୈନିକ ପ୍ରାୟ ୫ ହଜାର ଲୋକ ମୁକୁନ୍ଦପୁର ମୁଖ୍ୟ ବଜାର ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ଜରୁରୀ ସମୟରେ ନିରଳା ସ୍ଥାନ ଦେଖି ପରିସ୍ରା ଓ ମଳତ୍ୟାଗ ଖୋଲା ସ୍ଥାନରେ କରୁଥିବା ଦେଖିବାକୁ ମିଳୁଛି। ଏପଟେ ସ୍ୱଚ୍ଛ ଭାରତ, ନିର୍ମଳ ଅନୁଷ୍ଠାନ ଦ୍ଵାରା ସଚେତନତା କରାଯାଉଛି। ଅନ୍ୟପଟେ ଗ୍ରାମ୍ୟ ଜଳ ଯୋଗାଣ, ପରିମଳ ମିଶନ ଏବଂ ବ୍ଲକ ପ୍ରଶାସନ ଦ୍ବାରା ବିଭିନ୍ନ ପ୍ରକାର ଜନ ସଚେତନତା କରାଯାଉଥିଲେ ମଧ୍ୟ ଶୌଚାଳୟ ନଥିବା ହେତୁ ଖୋଲା ସ୍ଥାନରେ ପରିସ୍ରା କିମ୍ବା ମଳତ୍ୟାଗ କରିବା ଦ୍ୱାରା ପରିବେଶ ଦୂଷିତ ହେଉଛି। ମୋଟାମୋଟି କହିବାକୁ ଗଲେ ମୁକୁନ୍ଦପୁର ମୁଖ୍ୟ ବଜାର ନିକଟରେ ଏକ ଶୌଚାଳୟ ନିର୍ମାଣ ପାଇଁ କାହାରି ହେଲେ ଆନ୍ତରିକତା ନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେଣୁ ତୁରନ୍ତ ଶୌଚାଳୟ ନିର୍ମାଣ ପ୍ରତି ଦୃଷ୍ଟି ନ ଦେଲେ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା କେବଳ ସଚେତନତାରେ ହିଁ ସୀମିତ ହୋଇ ରହିଯିବ। ସେହିପରି ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦ ପାଣ୍ଠିରୁ କୋଟି କୋଟି ଟଙ୍କା ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହେଉଥିଲେ ସୁଦ୍ଧା ସ୍ଥାନୀୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆବଶ୍ୟକ ସ୍ଥାନରେ ଇ-ଟୟଲେଟ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତାହାର ବିନିଯୋଗ କରୁନାହିଁ। ତେଣୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ତୁରନ୍ତ ଲୋକଙ୍କ ସୁବିଧା ଦୃଷ୍ଟି ଦେଖି ମୁକୁନ୍ଦପୁର ମୁଖ୍ୟ ବଜାର ନିକଟରେ ଏକ ଇ-ଟୟଲେଟ କିମ୍ବା ଶୌଚାଳୟ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଜରାଜୀର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମଗାର …!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ସଦର ମୁକୁନ୍ଦପୁର ମୁଖ୍ୟ ବଜାର ଉପରେ ଥିବା ଯାତ୍ରୀ ବିଶ୍ରାମଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ମୁକୁନ୍ଦପୁର ମୁଖ୍ୟ ବଜାରରେ ନିର୍ମିତ ଏହି ବହୁ ପୁରାତନ ବିଶ୍ରାମଗାର ଏବେ ଅଲୋଡା ହୋଇଯାଇଛି। ଫଳରେ ଦୈନିକ ମୁକୁନ୍ଦପୁର ବଜାର ଉପରେ ନିର୍ଭରଶୀଳ ୭ ଗୋଟି ପଞ୍ଚାୟତ ବାସୀଙ୍କ ସମେତ ବହୁ ଯାତ୍ରୀ ଯେକୌଣସି କାମରେ ମୁକୁନ୍ଦପୁର ଆସିଲେ ଭଲ ବିଶ୍ରାମଗାର ନଥିବା କାରଣରୁ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦଶନ୍ଧି ଦଶନ୍ଧି ଧରି ଅଞ୍ଚଳର ପ୍ରାୟ ୨୦ ହଜାର ଲୋକଙ୍କୁ ସେବା ଯୋଗେଇ ଆସୁଥିବା ଏହି ବିଶ୍ରାମଗାର ୧୯୯୪-୯୫ ମସିହାରେ ଜବାହାର ରୋଜଗାର ଯୋଜନାରେ ନିର୍ମାଣ ହୋଇଥିବା ସୂଚନା ମିଳିଛି। ରାୟଗଡା ଠାରୁ ରାଜଧାନୀ ଭୁବନେଶ୍ବରକୁ ଯାତ୍ରା କଲେ କୋଲନରା ପଞ୍ଚାୟତ ସମିତି ଅଧିନ ୩୨୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଦେଇ ଯାତାୟାତର ସୁବିଧା ରହିଛି। କିନ୍ତୁ ଅନେକ ସମୟରେ ଯାତ୍ରୀମାନେ ବିଶ୍ରାମଗାରରେ ବିଶ୍ରାମ ଟିକେ ନେବାପାଇଁ ଏବେ ନାନା ପ୍ରକାର ଅସୁବିଧା ଭୋଗ କରୁଛନ୍ତି। ମୁକୁନ୍ଦପୁର ଗ୍ରାମ ପଞ୍ଚାୟତକୁ ଅଧିକାରୀ ଉପରେ ଅଧିକାରୀ ଆସିକି ଯାଉଛନ୍ତି କିନ୍ତୁ ଏହି ଜରାଜୀର୍ଣ୍ଣ ବିଶ୍ରାମଗାର ଉପରେ କେବେ କାହାର ନଜର ପଡ଼ିନାହିଁ। ନିର୍ବାଚନ ସମୟରେ ମୁକୁନ୍ଦପୁର ଗ୍ରାମବାସୀଙ୍କୁ ଲୋକ ପ୍ରତିନିଧି ମାନେ ଏହି ଅଲୋଡା ଯାତ୍ରୀ ବିଶ୍ରାମଗାରର କଥା ମନେ ପକାଇ ମରାମତି କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସାରି ପଦପଦବୀ ପାଇଲା ପରେ ଜନ ପ୍ରତିନିଧି ମାନେ ଏହି ବିଶ୍ରାମଗାର କଥା ଭୁଲି ଯିବା ସହ ଏବେ ଗ୍ରୀଷ୍ମପ୍ରବାହ ଲାଗି ରହିଛି ଏବଂ ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଯଦି ଏହି ଯାତ୍ରା ବିଶ୍ରାମଗାରର ମରାମତି କରା ନ ଯାଏ ତାହେଲେ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ସହ ଗୁରୁବାର ସାପ୍ତାହିକ ହାଟ ଏବଂ ଦୈନିକ ମୁକୁନ୍ଦପୁର ବଜାର ଉପରେ ନିର୍ଭରଶୀଳ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ନେଇ ଗ୍ରାମବାସୀ କହିଛନ୍ତି। ମୁକୁନ୍ଦପୁର ବଜାର ପ୍ରତିଦିନ ଚଳଚଞ୍ଚଳ ଥିବା ବେଳେ ଗୁରୁବାର ସାପ୍ତାହିକ ହାଟ ଉପରେ ଅଞ୍ଚଳର ସାତଟି ପଞ୍ଚାୟତବାସୀଙ୍କ ସମେତ ଜିଲ୍ଲା ବାହାରୁ ମଧ୍ୟ ଲୋକେ ଆସି ଆବଶ୍ୟକୀୟ ଜିନିଷପତ୍ର ସୌଦା କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟ ଜନକ କୌଣସି ପ୍ରକାରେ ଆକସ୍ମିକ ଦୁର୍ବିପାକ ହୁଏ ତାହେଲେ ବିଶ୍ରାମ ନେବାପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଏହି ଜରାଜୀର୍ଣ୍ଣ ବିଶ୍ରାମଗାରର ମରାମତି ପାଇଁ ପୂର୍ବତନ ସରପଞ୍ଚ ଶିବ କଣ୍ଡାଗରିଙ୍କୁ ଗ୍ରାମ ସହ ଅଞ୍ଚଳବାସୀ ବହୁବାର ଗୁହାରୀ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହି ଯାଇଥିଲା। ସରକାର ପ୍ରତି ଅଞ୍ଚଳରେ ଥିବା ଯାତ୍ରୀ ବିଶ୍ରାମଗାର ଗୁଡିକୁ ମଡେଲ ଆକାରରେ ନିର୍ମାଣ କରୁଥିବା ବେଳେ ମୁକୁନ୍ଦପୁର ଗ୍ରାମରେ ଥିବା ଏହି ଯାତ୍ରୀ ବିଶ୍ରାମଗାର ଉପରେ କେବେ ଶୁଭଦୃଷ୍ଟି ପଡିବ ତାହା ସମୟ ହିଁ କହିବ। ତେଣୁ ଜିଲ୍ଲା ପ୍ରଶାସନ ସହ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହି ଜରାଜୀର୍ଣ୍ଣ ବିଶ୍ରାମଗାରର ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ମୃତ୍ୟୁ ହୋମଗାର୍ଡ ଙ୍କ ପରିବାର ଙ୍କୁ ସହାୟତା କଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି କୁନା ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ)- ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ କାର୍ଯ୍ୟରତ ମହିଳା ହୋମଗାର୍ଡ, ଅନୁ ବେହେରା ଙ୍କର ଗତ ତା , ୩୧ ,୦୫ , ୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା । ଫୁଲବାଣୀ ଟାଉନ ଥାନା ର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା ଓ ସହଯୋଗ ପ୍ରକାରେ ମୃତ ଅନୁ ବେହେରା ଙ୍କ ଦଶାହ କାର୍ଯ୍ୟରେ ତାଙ୍କ ପରିବାର ଙ୍କୁ ଟାଉନ ଥାନାର ହୋମଗାର୍ଡ ସଂଘ ତରଫରୁ ,ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଦେଇ ତାଙ୍କ ପରିବାରକୁ ସାନ୍ତନା ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପଞୀକୃତ ହୋମଗାର୍ଡ ସଂଘର ସଭାପତି , ପ୍ରଭାତ କୁମାର୍ ସାହାଣି ,ଉପ ସଭାପତି ,ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି , ଅଖୟ କୁମାର ରାୟ କୋଷାଧ୍ୟକ୍ଷ ,ଏସ୍ କେ,ରିହାଜୁଦିନ, ଏବଂ ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜ୍ କୁମାର୍ ବେହେରା, ଉପସଭାପତି, ସାଫ୍ରିନ ଖାନ୍,,ସହ ସମ୍ପାଦକ ଚିଦାନନ୍ଦ ଦାସ , କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ ,ଉପ କୋଷାଧ୍ୟକ୍ଷ ଭଜରାମ ନାୟକ,ଏବଂ ସଂଘର କର୍ମକର୍ତା ସରୋଜ ଦାସ, ସୁନିତା ପାତ୍ର, ଶୋରସ୍ୱତୀ ନାୟକ,ଭାଗ୍ୟଲତା ନାୟକ,ଏବଂ ଅନ୍ୟାନ୍ୟ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ । କିନ୍ତୁ ଦୁଃଖର ବିଷୟ , ଜୀବନସାରା ପୋଲିସ୍ ବିଭାଗରେ ହୋମଗାର୍ଡ ଭାବରେ ରହି ନିଜ ଜୀବନ କୁ ବାଜି ଲଗାଇ ରାଜ୍ୟ ସରକାର ଙ୍କୁ ସହଯୋଗ କରିଆସୁଥିଲେ ମଧ୍ୟ ସରକାର କୌଣସି ହୋମଗାର୍ଡ କର୍ମଚାରୀ ମାନଙ୍କ ର ଦୁଃଖ ବୁଝୁନ ଥିବା ଅଭିଯୋଗ ହେଉଛି । କୈଣସି ହୋମଗାର୍ଡ ଭାଇ ଭଉଣୀ ଜଦି ଅବସର ନିଅନ୍ତି, କି,ମୃତ୍ୟୁ ବରଣ କରନ୍ତି ତାଙ୍କ ପରିବାରକୁ ସରକାରଙ୍କ ତରଫରୁ କୈଣସି ଆର୍ଥିକ ସହାୟତା ଏବଂ ପରିବାର ର କୌଣସି ସଦସ୍ୟ ଙ୍କୁ ଚାକିରୀ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ନାହିଁ । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ପରିବାର ଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁନାହିଁ । ଏ ବାବଦରେ ଜିଲ୍ଲା ଗୃହରକ୍ଷୀ ଆର୍ ଆଇ ଦାୟିତ୍ୱ ରେ ଥିବା ସୁବେଦାର ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ଆରକ୍ଷୀ କ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ବିଫଳ ହେଇଛନ୍ତି । ରାଜ୍ୟ ସରକାର ଙ୍କର ଏ ସବୁ ସୁବ୍ୟବସ୍ତା ନଥିବାରୁ ଅବସର ନେଇଥିବା ହୋମଗାର୍ଡ ପରିବାର ଏବଂ ମୃତ୍ୟୁବରଣ କରିଥିବା ହୋମଗାର୍ଡ ପରିବାର ବିଭିନ୍ନ ଅସୁବିଧାର ସମୂଖିନ ଭୋଗୁଛନ୍ତି । ସେହିପରି ଦିନକୁଦିନ ସମସ୍ତ ସାମଗ୍ରୀ ତଥା ପନିପରିବା , ରାସନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଥିବା ବେଳେ ହୋମଗାର୍ଡ ଚାକିରୀଆ ଙ୍କର ଦରମା ବୃଦ୍ଧି ହୋଇପାରୁ ନାହିଁ । ସେଥି ସକାସେ କନ୍ଧମାଳ ଜିଲ୍ଲାର ମଞ୍ଜୁଲତା ଏବଂ କିଛି ଶୃଙ୍ଖଳୀତ ହୋମଗାର୍ଡ ଭାଇ ମାନେ ଆଇନୀଗତ ଭାବରେ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ୨୦୧୯ ମସିହାରେ ହାଇକୋର୍ଟରେ କେସ୍ କରି ଡିଗ୍ରୀ କରିଥିଲେ ।


କିନ୍ତୁ ହାଇକୋର୍ଟ ଦୈନିକ, ଭତା ୫୩୩ ଟଙ୍କା ହୋମଗାର୍ଡ ମାନଙ୍କୁ ଦେବାପାଇଁ ସରକାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରିବା ହେତୁ ବର୍ତ୍ତମାନ ଷ୍ଟେଟ ହୁମାନରାଇଟ୍ ମିସନ ସଭାପତି ,ଦିଲ୍ଲୀପ କୁମାର ଧଳ,ମହିଳା ସଭାପତି ଆରତୀ ମଙ୍ଗରାଜ, ଏବଂ ହୁମାନରାଇଟ୍ ମିସନ ଚ୍ୟାରମେନ , ସୁପ୍ରିମକୋର୍ଟ ଆଇନ ଜୀବି ଶୀଖର ଶୀବାସ୍ତଙ୍କ ସହଯୋଗ କ୍ରମ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା କଟକ ,ସଭାପତି ରଞ୍ଜନ କୁମାର ମଲିକ, ଉପ ସଭାପତି ସୁସାନ୍ତ କୁମାର ପ୍ରଧାନ ସମ୍ପାଦକ ,ବିଚିତ୍ରନନ୍ଦ ବିଶ୍ବାଳଙ୍କ ମାଧ୍ୟମରେ ମଞ୍ଜୁଲତା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ୍ ବର୍ତ୍ତମାନ ସୁପ୍ରିମକୋର୍ଟରେ ଫାଇଲ କରାଯାଇଛି । ସୁପ୍ରିମକୋର୍ଟ ଜୁନ ମାସରେ ସରକାର ଙ୍କୁ ମାସିକ ଗୃହରକ୍ଷୀ ମାନଙ୍କ ଦରମା – ୨୧ , ୭୦୦ ଟଙ୍କା ଦେବାପାଇଁ ନିର୍ଦେଶ ଦେଇ ଛନ୍ତି । ଏବଂ ଏହାର ପୂର୍ଣବିଚାର କରିବାପାଇଁ ସୁପ୍ରିମକୋର୍ଟ ଛୁଟି ଖୋଲିବା ପରେ ହୋମଗାର୍ଡ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳୀତ ହୋମଗାର୍ଡ ସଂଘ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସରକାର ପାଳନ କରି – ୧୭.୬୦୦  ହୋମଗାର୍ଡ ପରିବାର ଙ୍କୁ ନ୍ୟାୟ ଦେବା ପାଇଁ ସଂଘ ଅନୁରୋଧ କରିଛି  ।

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ …!

ଏଥର ସମ୍ଭାଳ ବ୍ୟୁରୋ (କଟକ)- କଟକ ଜିଲ୍ଲା ରେ ରାଜ୍ୟସ୍ତରୀୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହେଇଯାଇଛି । ଉକ୍ତ ବୈଠକ ଟିକୁ ମାନବାଧିକାର ମିସନ ସଭାପତି ଦିଲ୍ଲୀପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜ୍ ଙ୍କ ଉପସ୍ଥିତରେ କଟକ ସ୍ଥିତି ଦରଖା ପାଟନା ,ରାଜ ଗାଡେନ୍ ଠାରେ ରାଜ୍ୟର ସମସ୍ତ ଜିଲ୍ଲାର ଶୃଙ୍ଖଳୀତ ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟିକୁ ନିରଞ୍ଜନ ସେନାପତି ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲା ରୁ ଏହି ବୈଠକରେ ଯୋଗଦେଇଥିବା ସମସ୍ତ ଗୃହରକ୍ଷୀ କର୍ମଚାରୀ ଶୃଙ୍ଖଳା ର ସହିତ ସହଯୋଗ କରିଥିଲେ । ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ ସଭାପତି ଭାବରେ ରଞନ କୁମାର ମଲିକ, କାର୍ଯ୍ୟକାରି ସଭାପତି, ଭଜମନ ମହାନ୍ତି, ରଘୁନାଥ ମହାନ୍ତି, ଉପସଭାପତି, ସୁସାନ୍ତ ପଣ୍ଡା, ପ୍ରଭାତ ବାରିକ, ସମ୍ପାଦକ ଭାବେ ବିଚିତ୍ରାନନ୍ଦ ବିଶ୍ୱାଳ, ସହ ସମ୍ପାଦକ , ବିରାଜ କୁମାର ପ୍ରଧାନ, ପ୍ରଦୀପ୍ କୁମାର୍ ପତି, କୋଷାଧ୍ୟକ୍ଷ ଭାବେ , ଉମାକାନ୍ତ ରାଉତ, ଉପ କୋଷାଧ୍ୟକ୍ଷ ଭାବେ, ସୁଭକାନ୍ତ ପାଣି, ଇ,ନରେଶ ଦୋରା, ଉପଦେଷ୍ଟା, ଭାବେ ମାନବାଧିକାର ମିସନ ସଭାପତି, ଦିଲ୍ଲୀପ କୁମାର ଧଳ,ମହିଳା ସଭାପତି ଆରତୀ ମଙ୍ଗରାଜ୍ , ଦେବାଶିଷ ମହାନ୍ତି, ନ୍ୟାୟ ପରାମର୍ଶ ଦାତା ଭାବେ ଗାନେନ୍ଦୈ ମହାନ୍ତି ଏବଂ ସୋରଜ କୁମାର ମହାନ୍ତି ଙ୍କୁ ଚୟନ କରାଯାଇଛି । ରାଜ୍ୟରେ ଥିବା ଅନେକ ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କୁ ଅନେକ ଉପରିସ୍ତ ଅଧିକାରୀ ମାନେ ନାହିଁନ ଥିବା ନିର୍ଯାତନା ଦେଉଥିବା ଏବଂ ରାଜ୍ୟ ସରକାର ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ଅଣଦେଖା କରୁଥିବା , ବୌଠକ ରେ ଗୃହରକ୍ଷୀ ମାନଙ୍କ ର ଦରମା ବୃଦ୍ଧି ଏବଂ ସମାନ କାମ କୁ ସମାନ ଦରମା ଓ ଛବର୍ଷ ହେଉଥିବା ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ରେଗୁଲାର୍ କରିବା ଏପରି ଅନେକ ସମସ୍ୟା କୁ ନେଇଁ ଆଲୋଚନା ମଧ୍ୟ କରାଯାଇଥିଲା । ସେଷରେ ସମ୍ପାଦକ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ ।

ଗରିବ ଙ୍କୁ ମିଳି ପାରୁନି ବିଜୁଳି ସହିତ ପାଣି …?

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି କୁନା ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ ଜିଲ୍ଲାରେ ଗରିବ ଲୋକଙ୍କୁ ମିଳୁନି ସ୍ୱଚ୍ଛ ପାନୀୟ ଜଳ, ମିଳୁନି ବିଜୁଳି ଆଲୁଅ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ୍ କୁଡୁତୁଲି ଗ୍ରାମ ପଞ୍ଚାୟତ ର ସାରକେତା ଗାଁ ର ନିମାପଡା ଖଲିଆ ପଦର ଓ ବାଲି ପଙ୍କାଲ ଗାଁ ରେ l ଦୀର୍ଘ ପାଖା ପାଖି 30 ବର୍ଷ ହେବ କୋଡିଏ ଆଦିବାସୀ ଓ ସାଧାରଣ ବର୍ଗର ଗରିବ ନିରୀହ ପରିବାର ବସବାସ କରିଆସୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସେ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇନଥିବା ଅଭିଯୋଗ ହେଇଛି l ଗାଁ ରେ ନଳ କୂଅ ନୂତନ ଭାବେ ଖୋଳା ହୋଇଛି ସତ କିନ୍ତୁ କାର୍ଯ୍ୟକ୍ଷମ ହୋଇନଥିବାରୁ ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ l ଦୁଇ କିଲୋମିଟର ବାଟଯାଇ ବିଲମାଳ ରେ ଚୁଆଁ ଖୋଳି ଚୁଆଁ ର ଗୋଳିଆ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ ।

ବିଭିନ୍ନ ସମୟରେ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି ଲୋକେ l ସେହିପରି ବିଜୁଳି ଆଲୋକ ନଥିବାରୁ ଲୋକେ ହୀନସ୍ତା ହେଉଛନ୍ତି ବିଭାଗୀୟ ଅଧିକାରୀ ରାଜନେତା ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳସୁନ ।  ଜିଲ୍ଲାପାଳ ମହୋଦୟା ଙ୍କୁ ଏହି ବିଷୟରେ ଅବଗତ କରେଇ ସମସ୍ୟାକୁ ତୁରନ୍ତ କାର୍ଯ୍ୟ କାରି କରାଯିବା ସହିତ ବ୍ଲକ୍ ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ନିବେଦନ କରିଛନ୍ତି ଗ୍ରାମବାସୀ । ଦେଖିବାକୁ ରହିଲା ଏନେଇ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ।