ଶୀତଳ ଭଣ୍ଡାର ଏବେ ଭୂତ କୋଠରୀ ରେ ପରିଣତ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଚାଷୀଙ୍କ କାମରେ ଲାଗିପାରୁନାହିଁ ରାୟଗଡ଼ା ଜିଲ୍ଲାର ଏକମାତ୍ର ସରକାରୀ ଶିତଳ ଭଣ୍ଡାର ।ରାୟଗଡା ସଦର ମହକୁମାରେ ଥିବା ତିନି ତାଲା ବିଶିଷ୍ଟ ଏହି ଶୀତଳ ଭଣ୍ଡାରଟି ନାମକୁ ମାତ୍ର ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବେଳେ ଏହା ଏବେ ଭୂତ କୋଠରୀ ରୂପେ ସଦୃଶ ମନେ ହେଉଛି । ବର୍ଷ ବର୍ଷ ଧରି ଏଠାରେ ତାଲା ଝୁଲିରହିଥିବା ବେଳେ ଏବେ ଜଙ୍ଗଲରେ ପରିଣତ ହୋଇଛି। ୨୦୧୩ ମସିହା ଫେବୃଆରି ୪ ତାରିଖରେ ଅବିଭକ୍ତ ରାୟଗଡାରେ ଥିବା ଶୀତଳ ଭଣ୍ଡାରକୁ ବିତିଲାଣି ୯ ବର୍ଷ ତଳେ ୫ ସହ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଅତ୍ୟାଧୁନିକ ଶିତଳ ଭଣ୍ଡାର ନିର୍ମାଣ କରିଥିଲେ । ମାର୍କ ଫେଡ ସଂସ୍ଥା ଶୀତଳ ଭଣ୍ଡାର ପରିଚାଳନା ଦାଇତ୍ୱ ନେଇଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ ଚାଷୀଙ୍କ କାମରେ । ଚାଷୀଙ୍କ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ଭଣ୍ଡାରେ ଏବେ ଭୂତ କୋଠରୀ ରେ ପରିଣତ ହୋଇଛି । ମାର୍କ ଫେଡ୍ ସେକ୍ରେଟାରୀ ଶୀତଳ ଭଣ୍ଡାର ବିଦ୍ୟୁତ୍ ସଂଯୋଗ ଆରମ୍ଭ କରିବେ କହିଥିଲେ।

ବିଷମ କଟକ ପୁଲିସ କୁ ମିଳିଲା ଆଉ ଏକ ସଫଳତା,୨୫ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ନଡ଼ିଆ ବୋଝେଇ ଟ୍ରକରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୁ ମାଡିବସିଲା ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ।ଗଜପତିରୁ ଦିଲ୍ଲୀ କୁ ୫ କ୍ୟୁଣ୍ଟାଲ ୧୦କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ମାଫିଆ ଗିରଫ। ଗତ ଏକ ମାସ ମଧ୍ୟରେ ବିଷମ କଟକ ପୁଲିସ କୁ ମିଳିଛି ପୁଣି ଆଉ ଏକ ବଡ଼ ସଫଳତା ।ବର୍ତ୍ତମାନ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ସମୟରେ ବିଭିନ୍ନ ଅଭିନବ ଉପାୟ ମାଧ୍ୟମରେ ଗଞ୍ଜେଇ ଚୋର ଚାଲାଣ କରୁଥିବା ବାରମ୍ବାର ନଜରକୁ ଆସୁଛି।କୌଣସି ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ନିକଟ କୁ ଖବର ଆସିଥିଲା। ଏଭଳି ଖବର ଆସିବ ପରେ ଗତ କାଲି ବିଳମ୍ବିତ ରାତିରେ ଏହି ଗଞ୍ଜେଇ ଟ୍ରକ କୁ ମାଡି ବସିଥିଲା ବିଷମ କଟକ ପୋଲିସ । ବିଷମ କଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍କରା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ୪୬ ନମ୍ବର୍ ରାଜ୍ୟରାଜପଥର ହାଜାରୀ ଡାଙ୍ଗ ନିକଟରେ ଯାଞ୍ଚ କରିବା ସମୟରେ ଏହି ନଡ଼ିଆ ବୋଝେଇ ଟ୍ରକ କୁ ଅଟକାଇ ଥିଲା। ମିନୀ ଟ୍ରକ ରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକ ସହ ଗଞ୍ଜେଇ ମାଫିଆ କୁ ଥାନାରେ ଅଟକ ରଖାଯାଇଥିଲା। ଟ୍ରକ ଡାଲା ରେ ଯାଞ୍ଚ କରିବା ସମୟରେ ନଡ଼ିଆ ବସ୍ଥା ତଳେ ୧୭ ପେକେଟ ଗଞ୍ଜେଇ ବାହାରିଥିଲା।ଏହି ମିନୀ ଟ୍ରକ ଟି ଗଜପତି ଜିଲାରୁ ୩୪ ଗୋଟି ନଡ଼ିଆ ବସ୍ତା ତଳେ ଗଞ୍ଜେଇ ରଖି ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି। ଏନେଇ ବିଷମ କଟକ ଥାନା ରେ ଏନଡିପିଏସ୍ ମାମଲା ରୁଜୁ କରି ଜଣେ ମାଫିଆ କୁ ଗିରଫ କରିଛି। ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ଙ୍କ ପରିଚୟ ସହରଫ ବୋଲି ଜଣା ପଡ଼ିଛି । ତାଙ୍କ ଘର ମିୱାତ ଜିଲ୍ଲାର ନାଗିନ ଥାନା ଅଞ୍ଚଳ ହୋଇଥିବା ବେଳେ ତାଙ୍କ ନିକଟରୁ ଗୋଟାଏ ମୋବାଇ ଏକ ହୋଜର ଟଙ୍କା ନଗଦ ଜବତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ୫୦ ହୋଜର ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି। ଏହି ଗଞ୍ଜେଇ ର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଏଥିରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ଖଲତାଡ଼ କରୁଥିବା ବିଷମ କଟକ ଥାନା ଅଧିକାରି ସୂଚନା ଦେଇଛନ୍ତି।

ଥେରୁବାଲି ଠାରେ ସମସ୍ତ ଯାତ୍ରୀବାହି ଟ୍ରେନ ରହଣି ଦାବି ନେଇ ନାଗରିକ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା ଥେରୁବାଲି ଠାରେ ସମସ୍ତ ଯାତ୍ରୀବାହୀ ଟ୍ରେନ ରହଣି ଦାବି ନେଇ ଆଜି ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗର ଇଷ୍ଟକଷ୍ଟ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଥେରୁବାଲି ଏକ ଶିଳ୍ପ ସମୃଦ୍ଧି ସହର ସହ ପାତାଳେଶ୍ୱର ମହାଦେବଙ୍କ ପ୍ରଶିଦ୍ଧ ଶୈବ ପୀଠ ଭଳି ପର୍ଯ୍ୟଟନ ସ୍ଥଳୀ ରହିଥିବା ହେତୁ ଏଠାକୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ବହୁ ଶିଳ୍ପପତିଙ୍କ ସମତେ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ରେଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ଖାମ ଖିଆଲି ମନଭାବ ଯୋଗୁଁ ଥେରୁବାଲିକୁ ଆସୁଥିବା ଯାତ୍ରୀ ରାୟଗଡା ଯାଇ ଦୀର୍ଘ ୨୫ କିଲୋମିଟର ବାଟ ଦେଇ ପୁଣି ଥେରୁବାଲି ଆସିଥାନ୍ତି। ଏହି ଅସୁବିଧା ନେଇ ଅଞ୍ଚଳବାସୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଡିଆରଏମ ଜେନେରାଲ ମ୍ୟାନେଜରଙ୍କୁ ବାରମ୍ବାର ଦେଖା କରି ଥେରୁବାଲି ଠାରେ ସମସ୍ତ ଯାତ୍ରୀବାହି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଥେରୁବାଲି ମିଳିତ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗର ଇଷ୍ଟ କଷ୍ଟ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଥେରୁବାଲି ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଜୁନ ୧୮ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତାହେଲେ ୧୯ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମସ୍ତ ମାଲବାହି ଟ୍ରେନ ସହିତ ଯାତ୍ରୀବାହି ଟ୍ରେନ ଥେରୁବାଲି ଠାରେ ଅଟକାଇ ଦିଆଯିବ ବୋଲି ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ରେଳ ବିଭାଗ କର୍ତୃପକ୍ଷ ଦାୟୀ ରହିବେ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିରେ ଥେରୁବାଲି ନାଗରିକ ମଞ୍ଚ ସଭାପତି ଏମ ଗୌରୀଶଙ୍କର, ସାଧାରଣ ସମ୍ପାଦକ ଭାସ୍କର ସିଂ ମନୋଡା, କାର୍ଯ୍ୟକାରୀ ସଭାପତି ଅଶୋକ ହିକକା, ନକୁଳ ସେନାପତି ଓ ନିରଞ୍ଜନ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

ରେଖାପଦର ଗାଁରେ ମା ଠାକୁରାଣୀଙ୍କ ଘଣ୍ଟ ପର୍ବ ଉଦଯାପିତ….!

!!! ରାୟଗଡା ଜିଲ୍ଲା କୋଲନରା ବ୍ଲକ ରୁ ପ୍ରତିନିଧି ମୋନଜ ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋଲନରା)- କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମ ପଞ୍ଚାୟତ ସଦର ଗ୍ରାମରେ ଚାଲି ଥିବା ମା ଠାକୁରାଣୀ ଘଣ୍ଟ ପର୍ବ ଉଦଯାପିତ ହୋଇ ଯାଇଛି। ଆଜି ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଗାଁ ଠାକୁରାଣୀ ମନ୍ଦିର ନିକଟରେ ସମସ୍ତ ଘଣ୍ଟ ବିସର୍ଜନ କରା ଯାଇଥିଲା। ଦୀର୍ଘ ୫ ଦିନ ଧରି ଏହି ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଆଖପାଖ ଗାଁର ବହୁ ଲୋକେ ପ୍ରତ୍ୟେକ ଦିନ ରେଖାପଦର ଗାଁ ରେ ପହଞ୍ଚି ବିଭିନ୍ନ ବେଶ ପୋଷାକରେ ସଜ୍ଜିତ ହୋଇ ଲୋକଙ୍କ ମନୋରଞ୍ଜନ କରିଥିଲେ। ଗ୍ରାମରେ ଦୀର୍ଘ ଦଶ ବର୍ଷ ପରେ ମାଙ୍କ ଏହି ଘଣ୍ଟ ପର୍ବ ପାଳନ କରାଯାଇଛି। ପର୍ବରେ ପ୍ରତ୍ୟେକ ଲୋକଙ୍କ ଘରକୁ ବନ୍ଧୁ ବାନ୍ଧବ ନିମନ୍ତ୍ରିତ ହୋଇ ଆସିଥାନ୍ତି ଏବଂ ଚଳିତ ବର୍ଷ ବହୁ ଆଡ଼ମ୍ବର ସହ ମାଙ୍କ ଘଣ୍ଟ ପର୍ବ ପାଳନ କରାଯାଇଛି। ଯଦି ମାଙ୍କ କୃପାରୁ ସୁବିଧା ହୁଏ ତା ହେଲେ ଆସନ୍ତା ବର୍ଷ ମଧ୍ୟ ଘଣ୍ଟ ପର୍ବ ପାଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଘଣ୍ଟ ପର୍ବ ପାଳନ ଦ୍ବାରା ଗ୍ରାମରେ ସୁଖ ଶାନ୍ତି ବଜାୟ ରହେ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ରହିଛି। ଘଣ୍ଟ ପର୍ବର ଉଦଯାପନୀ ଦିବସରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ କୃଷକ ଜନତା ଦଳର ବି ତିରୁପତି, କୋଲନରା ବ୍ଲକ କଂଗ୍ରେସ କମିଟି ସଭାପତି ଡକ୍ଟର ଆଇ ଗୋବର୍ଦ୍ଧନ ରାଓ, ବିଷମକଟକ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନୀଳମାଧବ ଉଲାକା, କୋଲନରା ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବ୍ଲକ କର୍ମଚାରୀ, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ବଡ ଖିଲାପଦର ସରପଞ୍ଚ ମାଦାରାଓ କଣ୍ଡାଗରି, ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା, ମୁକୁନ୍ଦପୁର ସରପଞ୍ଚ ସନ୍ତୋସିନୀ ହୁଇକା, କୈଳାଶପୁର ସରପଞ୍ଚ ହେମାବତୀ କଣ୍ଡାଗରି, ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା, କାଟିକଣା ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ରେଖାପଦର ସମିତି ସଭ୍ୟ ସରୋଜ ପଣ୍ଡୁ ଓ ମୁକୁନ୍ଦପୁର ସମିତି ସଭ୍ୟ ଅଜୟ ନିସାଲ, ଇଦି ଚନ୍ଦ୍ରଶେଖର ନାଇଡୁ, ଇଦି ମନ୍ମଥ ରାଓ ଓ ଟି ରାଜେଶ ସମେତ ଅନ୍ୟମାନେ ରେଖା ପଦର ଗାଁରେ ପହଞ୍ଚି ମାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଘଣ୍ଟ ପର୍ବକୁ ଗାଁର ଗୋବିନ୍ଦ ମାଣ୍ଡାଙ୍ଗି, ନବୀନ କାଡ୍ରାକା, ମାଧବ ରାଓ ପାତିକା, ରାଜେଶ୍ୱର ମାଣ୍ଡାଙ୍ଗି, ମନୋଜ କଣ୍ଡାଗରି, ଇଦି ଭାସ୍କର ରାଓ, ଇଦି ସର୍ବେଶ୍ୱର ରାଓ ଓ ପାଲାକା ମାଗତା ଙ୍କ ସମେତ ସମସ୍ତ ଯୁବଗୋଷ୍ଠୀ ପରିଚାଳନା କରିଥିଲେ। ଆଜି ଶେଷ ଦିବସରେ ଘରେ ଘରେ ଭୋଜିଭାତର ଆସର ଲାଗି ରହିଥିଲା।

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ସ୍ଥାନୀୟ ହୋଟେଲ୍ ତେଜସ୍ଵୀ ରେ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିରେ ତୃତୀୟ ବର୍ଷ ପୂର୍ତ୍ତି ଉପଲକକ୍ଷେ ଓ ମୋଦୀ ସରକାର ଉପଲବଧି ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ପ୍ରଧାନ ମନ୍ତ୍ରୀଙ୍କ ସୁଶାସନ,କୁଟ ନୈତକ, ଆର୍ଥିକନିତି,ବିଦେଶ ନୀତି,ଇତ୍ୟାଦି ବିଷୟରେ ଅବଗତ କରିଥିଲେ। ଆଜି ଠାରୁ ୧୫ ଦିନ ବିଜେପି ଦଳର ସହର ଓ ଗ୍ରାମ ପଞ୍ଚାୟତର ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ। ରାୟଗଡା ଜିଲ୍ଲାର ବିଜେପି ଦଳର ସଭାପତି ଶ୍ରୀ ଶିବ ପଟ୍ଟନାୟକ, ରାଜ୍ୟସଭା ସାଂସଦ ପାର୍ଥି,ଲୋକସଭା ପାର୍ଥୀ, ପୌର ପରିଷଦ ଅଧ୍ୟକ୍ଷ ପାର୍ଥି ଓ ଅନ୍ୟ ବିଜେପି ଦଳର ପଦାଧିକାରୀ ମାନେ ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଥିଲେ।

ଜିଲ୍ଲା ସ୍ଥରୀୟ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ ଜିଲ୍ଲାସ୍ତରୀୟ ବିତ୍ତୀୟ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭlଗୃହରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାର ବରିଷ୍ଠ ନାଗରିକ ଓ ପେନସନଧାରୀଙ୍କୁ ସଚେତନତା ଉଦେଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଲେ ଯେ ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ବା ପରିବାରର ମେରୁଦଣ୍ଡ ସଦୃଶ l ସେମାନେ ବିତ୍ତୀୟ ସାକ୍ଷରତl ସମ୍ବନ୍ଧରେ ସଚେତନ ହେଲେ ସମଗ୍ର ସମାଜ ବା ପରିବାର ସଚେତନତା ହୋଇପାରିବ l ବର୍ତ୍ତମାନ କିଛି ସୁଖସ୍ୱଛଂଦକୁ ହ୍ରାସକରି ଆଗାମୀ ପିଢି ପାଇଁ ସଂଚୟ କରିବା ଜରୁରୀ ତତ ସଙ୍ଗେ ସଙ୍ଗେ ଚିଟଫଣ୍ଡ ଭଳି ଅନାଧିକୃତ ସଂସ୍ଥାର ମିଥ୍ୟା ପ୍ରତିଶୃତିରେ ପ୍ରଲୋଭିତ ନହୋଇ ନିଜର କଷ୍ଟଉପାର୍ଜିତ ସଞ୍ଚିତ ଅର୍ଥକୁ ସୁବିନିଯୋଗ କରି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ lଏଥିରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ସମ୍ମlନିତ ଅତିଥି ଭାବରେ ଯୋଗଦାନ କରି କହିଲେ ଯେ କିଛି ଠକ ବ୍ୟକ୍ତି ବ୍ୟାଙ୍କ ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ସରକାରୀ ହିତାଧିକାରୀଙ୍କ ବ୍ୟାଙ୍କ ଖାତା,ଆଧାର ପରିଚୟପତ୍ର ନେଇଯାଇ ସେମାନଙ୍କ ଟଙ୍କା ଲୁଟକରିଥିବା ବାଲେଶ୍ବର ଜିଲ୍ଲାରେ ସଦ୍ୟ ଘଟିଥିବା ଘଟଣାକୁ ଉଦାହରଣ ଦେଇ ବୁଝାଇଥିଲେ l ସେହିପରି ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଧୀରେନ୍ଦ୍ରନାଥ ବିହାରୀ ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ସରକାରଙ୍କ ଦ୍ବାରା ପ୍ରଣୟନ କରିଥିବା ଜନହିତକlରି ଯୋଜନା ସମ୍ପର୍କରେ ବୁଝାଇଥିଲେ l ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବିମlଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ,ଅଟଳ ପେନସନ ଯୋଜନାରେ ସାମିଳ ହୋଇ ଉପରୋକ୍ତ ଦୁଇ ଯୋଜନାରେ ବାର୍ଷିକ ୪୩୬ଟଙ୍କା ଓ ୨୦ଟଙ୍କା ଦେଇ କୌଣସି ମୃତ୍ୟୁଜନିତ ୨ଲକ୍ଷ ଟଂକା ସର୍ବମୋଟ ଦୁଇଟି ଯୋଜନାରେ ୪ଲକ୍ଷ ଟଙ୍କା ପରିବାର ମନୋନୀତ ସଦସ୍ୟମାନେ ପାଇ ପାରିବେ ବୋଲି କହିଥିଲେ l ଅନ୍ୟତମ ବକ୍ତା ଭାବେ ରାୟଗଡ ମୁଖ୍ୟ ଡାକ ମଣ୍ଡଳ ଅଧିକ୍ଷକ ନବୀନ ଚନ୍ଦ୍ର ପାଢ଼ୀ ଯୋଗଦେଇ ଡାକଘରରେ ପ୍ରଚଳିତ ବିଭିନ୍ନ ସ୍ବଳ୍ପ ସଂଚୟ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ l

 

ତତ୍ପରେ ରାୟଗଡ ଡାକମଣ୍ଡଳ କାର୍ଯ୍ୟାଳୟର ଆଇପିପିବି(IPPB)ମ୍ୟାନେଜର ଆଇପିପିବି ଜମାଖାତା ଖୋଲିଲେ କିପରି ବିଭିନ୍ନ ସୁବିଧା ଉପଲବ୍ଧ ହୋଇପାରିବ ସେବିଷ୍ୟରେ ବୁଝାଇଥିଲେ l ଵିଶେଷ କରି ଆଧାର ସିଷ୍ଟମ ବ୍ୟବହାର ଆଧାର ଇନାବଲଡ଼ପେମେଂଟ ସିଷ୍ଟମ ବ୍ୟବହାର କରି ଘରେ ବସି ଅନ୍ୟବ୍ୟାଂକରୁ ୧୦ହଜାର ପର୍ଯ୍ୟନ୍ତ ତାଙ୍କ ଉଠାଇପାରିବେ ତାହାସମ୍ପର୍କରେ ବୁଝାଇଥିଲେ l ସଭାପ୍ରାମ୍ଭରେ ଜିଲ୍ଲା ବିତ୍ତୀୟ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କlରଣ ଅଧିକାରୀ ଧ୍ରୁବ ଚରଣ ନାୟକ ସ୍ୱାଗତ ଭାଷଣ ଦେବାସହ ଅତିଥିମାଙ୍କ ପରିଚୟ ପ୍ରଦାନ କରି ଏହି ଦିବସର ତାତ୍ପର୍ଯ୍ୟତା ଉପରେ କହିଥିଲେ lଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ଜଣ ବରିଷ୍ଠ ନାଗରିକ ଓ ପେନସନଧାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ଯବସ୍ଥା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ ଏନଏସି ଅଧ୍ୟକ୍ଷ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ)- ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଛି ଅବ୍ଯବସ୍ଥା। ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଆଇପିଏଚ୍ ଷ୍ଟାଣ୍ଡାର୍ଡ ମାନ୍ଯତା ପାଇଥିବା ବେଳେ ଏଠାରେ ୪ ଟି ସ୍ପେଶାଲିଷ୍ଟ ଓ ୨ ଟି ଏମ୍ ବି ବି ଏସ୍ ଡାକ୍ତର ରହିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଜଣେ ବି ଡାକ୍ତର ଏଠାରେ ନାହାନ୍ତି। ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଡାକ୍ତର ନୂହେଁ, ଅନ୍ଯାନ୍ଯ ଷ୍ଟାଫ୍ ମଧ୍ୟ ଆବଶ୍ୟକତା ଠାରୁ ଅତି କମ୍ ସଂଖ୍ୟକ ରହିଛନ୍ତି। ଫଳରେ ମେଡିକାଲ ରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଅତି ଛୋଟ ଛୋଟ ରୋଗ କ୍ଷେତ୍ରରେ ଏଠି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ମାନର ଯନ୍ତ୍ରପାତି ଥାଇ ମଧ୍ୟ କୌଣସି କାମରେ ଲାଗୁନି। ନିରାମୟ ଔଷଧରୁ ବଞ୍ଚିତ ହେଉଛନ୍ତି ଲୋକେ। ଲୋକେ ବାଧ୍ୟ ହୋଇ ଘରୋଇ କ୍ଲିନିକ୍ ଓ ହସ୍ପିଟାଲ୍ ଉପରେ ନିର୍ଭର କରୁଛନ୍ତି। ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସବୁ ଅବ୍ଯବସ୍ଥାକୁ ନେଇ ଆଜି ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ପ୍ରତିନିଧି ରଜନୀ ସେଠୀ, କୋଦଳା ବିଜେପି ଯୁବମୋର୍ଚ୍ଚା ଅଧ୍ଯକ୍ଷ ଭଗବାନ ସ୍ୱାଇଁ, ରବୀନ୍ଦ୍ର ପରିଡା ପ୍ରମୁଖ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।ଏଥି ସହିତ ଗଞ୍ଜାମ ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି। ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଶିଶୁ ଶ୍ରମିକ ମୁକ୍ତ ଅଭିଯାନ….!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ସ୍ଥାନୀୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ସମ୍ମୁଖ ରୁ ଏକ ଶିଶୁ ଶ୍ରମ ମୁକ୍ତ ସଚେତନତା ରଥ ବାହାର କରିଥିଲେ।ଏହି ସଚେତନତା ରାୟଗଡା ପୌରପରିଷଦର ପ୍ରତ୍ୟେକ ସାହି ଓ ୱାର୍ଡରେ ରାୟଗଡା ସହର ବାସୀଙ୍କୁ ସଚେତନତା ସୃଷ୍ଟି କରି ସାରା ସହର ପରିକ୍ରମା କରିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଅବଗତ କରିଥିଲେ। ୧୪ ବର୍ଷରୁ କମ ବୟସ ଶିଶୁ କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ,୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ ନିୟୋଜନକୁ ବାରଣ,ଏପରି କାମ କରାଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଢିବ । ଏପରି ଭୁଲ ତୃତୀୟଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରିବ । ଶିଶୁ ଶ୍ରମ ମୁକ୍ତ ରାୟଗଡା କରିବା ପାଇଁ ପଦେକ୍ଷପ ନିଆଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ମନ୍ତବ୍ୟ ଦେଇ ଥିଲେ।

ବିଶ୍ଵ ତମାଖୁ ମୁକ୍ତ ଦିବସ ପାଳନ କରାଯାଇଛି…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ସ୍ଥାନୀୟ ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟର ଶହ ଶହ ଛାତ୍ରୀ ଓ ଛାତ୍ର ରାୟଗଡା ମହାବିଦ୍ୟାଳୟ ପରିସରରୁ ପଦ ଯାତ୍ରାରେ ବାହାରି ତମାଖୁ ବର୍ଜନ କରିବା ପାଇଁ ସଚେତନତା ସୃଷ୍ଟି କରି ସହର ପରିକ୍ରମା କରି ଥିଲେ। ରାସ୍ତାରେ ତମାଖୁ ବର୍ଜନ ଓ ମୁକ୍ତ କରିବା ନିମନ୍ତେ ସ୍ଲୋଗାନ ଦେଇ ଥିଲେ। ତମାଖୁ ବିରୋଧରେ ରାୟଗଡା ଜନସାଧାରଣଙ୍କୁସଚେତନ ଓ ତମାଖୁ ବର୍ଜ୍ଜନ କରିବା ପାଇଁ ଜାଗୃତ କରିଥିଲେ ।ଉକ୍ତ ଛାତ୍ର ଓ ଛାତ୍ରୀ ମାନେ ପୁଣୀ ପଦ ଯାତ୍ରାକରି ପୁଣି ସ୍ଵଂୟ ଶାସିତ ମହାବିଦ୍ୟାଳୟପରିସରକୁ ଫେରି ଯାଇ ଥିଲେ। ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ଓ ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟର ଆନୁକୁଲୟରେ ଆୟୋଜନ କରାଯାଇ ଥିଲା।