ଆମ ଜଙ୍ଗଲ ଓ ବନ୍ୟ ଜନ୍ତୁ କେତେ ସୁରକ୍ଷିତ, ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରାୟଗଡ ଜିଲ୍ଲାର ଜଙ୍ଗଲ ଓ ଏଠାରେ ରହୁଥିବା ବନ୍ୟଜନ୍ତୁ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡ଼ା) – କୁହାଯାଉଛି ବୃକ୍ଷ ହିଁ ଜୀବନ। ବୃକ୍ଷ ଓ ମଣିଷ ଉଭୟେ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ବୃକ୍ଷ ବିନା ଜୀବ ଜଗତ ବଞ୍ଚି ପାରିବେନି। ଯଦି ଆଜି ଆମ ବଣ ଜଙ୍ଗଲ କୁ ଆମେ ନିଜେ ଧ୍ଵଂସ କରୁଛେ ତେବେ ଆଗାମୀ ଦିନରେ ଆମର ଅସ୍ଥିତ୍ଵ କେତେ ସୁରକ୍ଷିତ ତାହା ଚିନ୍ତା ର କାରଣ ଅଟେ। ବୃକ୍ଷ, ଜଙ୍ଗଲ, ବନ୍ୟ ଜନ୍ତୁ ଓ ପ୍ରାଣୀ ମାନେ ହିଁ ଏହି ଧାରା ଧାମ ର ସୋନ୍ଦର୍ଯ୍ୟ କୁ ବୃଦ୍ଧି କରିଥାଏ। ଆମ ଜିଲ୍ଲା ରାୟଗଡ ସର୍ବଦା ଘଞ୍ଚ ଜଙ୍ଗଲ, ସବୁଜିମାରେ ପରିପୂର୍ଣ ପାହାଡ ଓ ଏଠାରେ ହଜାର ହଜାର ନିରୀହ ବନ୍ୟ ପ୍ରାଣୀ ରହି ଆସୁଥିଲେ , ସେମାନଙ୍କ ସୁରକ୍ଷା ଆମ ଜିଲ୍ଳାର ସୌନ୍ଦର୍ଯ୍ୟ କୁ ଆହୁରି ଦ୍ଵିଗୁଣିତ କରୁଥିଲା। ଏହାର ସୁରକ୍ଷା ପାଇଁ ଆମ ସରକାର ସବୁବେଳେ ଚେଷ୍ଟିତ। ସରକାର ଏହାର ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଏହାର ଦାୟିତ୍ଵ ପ୍ରଦାନ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ମଧ୍ୟସ୍ଥିରେ ହିଁ ଆଜି ରାୟଗଡ଼ା ଜିଲ୍ଲା ବନାଞ୍ଚଳରେ ଚାଲିଛି ହରିଲୁଟ। ଏଠାରେ ବୃକ୍ଷଲତା ଠାରୁ ବନ୍ୟପ୍ରାଣୀ ଆଉ ସୁରକ୍ଷିତ ନୁହନ୍ତି । ଗୋଟିଏ ପଟେ ଜଙ୍ଗଲ ସୃଷ୍ଟି ନାମରେ ଲୁଟ ହେଉଥିବା ବେଳେ ଏଠାରେ ବସ ବାସ କରୁଥିବା ବନ୍ୟଜନ୍ତୁ ମଧ୍ଯ ଅସୁରକ୍ଷିତ । ଜଙ୍ଗଲ ଭିତରେ ଥିବା ବନଜନ୍ତୁଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ବନ ବିଭାଗ ଅଧିକାରୀ । ଗତ ଦୁଇଦିନ ଭିତରେ ଗୋଟିଏ ବାଘ ଛାଲ ଜବତ ହୋଇଥିବା ବେଳେ ଆଉ ଦୁଇଟି ହାତୀଦାନ୍ତ ଜବତ ହେବା ସ୍ପଷ୍ଠ କରୁଛି ।

ତେବେ ପ୍ରଶ୍ନ ଉଠୁଛି ବାଘର ଛାଲ ଜବତ ହୋଇଥିବା ବେଳେ ବାଘ କୁଆଡ଼େ ଗଲା । ହାତୀର ଦାନ୍ତ ଜବତ ହୋଇଥିବା ବେଳେ ହାତୀ କୁଆଡ଼େ ଗଲା ଏହାର ଉତ୍ତର ଦେଇ ପାରୁନାହିଁ ବନ ବିଭାଗ । ଭୂବନେଶ୍ଵର ଠାରୁ ୬ ଜଣିଆ ସ୍ୱତନ୍ତ୍ର ଟିମ ଏସଟିଏଫ ଆସି ଚନ୍ଦ୍ରପୁର ଜଙ୍ଗଲରୁ ଆଣିଥିବା ବସ୍ତି ଠାରୁ ରାମନାଗୁଡ଼ା ନିକଟସ୍ଥ ବାଙ୍ଗୀ ଗ୍ରାମରେ ଜୟନ୍ତ ବିଭର( ୩୫ ) ଙ୍କ ଠାରୁ ୧୧୭ ସିଏମ ଥିବା କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଥିବା ବେଳେ ଠିକ ସେହିପରି ସବୁ ଜାଣି ଅଜଣା ହୋଇ ଚୁପ ରହିଥିବା ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଏସଟିଏଫ ଟିମ ଆସିଥିବା ଜାଣି ପଦ୍ମପୁର ତହସିଲ କେନ୍ଦୁଗୁଡ଼ା ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ହସ୍ତିନାପୁର କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ କରିଥିଲେ । ସେ ଦୁଇଟି ହାତୀ ଦାନ୍ତ ମଧ୍ୟରୁ ଗୋଟିଏ ୩ କିଲୋ ୭୦ ଗ୍ରାମ ଓ ଅନ୍ୟଟି ୩ କିଲୋ ୩୧୦ ଗ୍ରାମ ହୋଇଥିବା ବେଳେ କେନ୍ଦୁଗୁଡ଼ା ଫାଣ୍ଡି ଅଧିନସ୍ଥ କିନ୍ଦ୍ରାଗୁଡ଼ା ଗ୍ରାମର ଯାକବ ମାଝୀ ଓ ଡେରିଗାଁ ଗ୍ରାମର ପଦ୍ମନ କାଡ୍ରାକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏଭଳି ପରିପ୍ରେକ୍ଷିରେ ଉଭୟ ବନ୍ଯଜନ୍ତୁକୁ ଶୀକାର କରୁଥିବା ମାଫିଆ ହୁଅନ୍ତୁ ବା ଜଙ୍ଗଲ କ୍ଷୟ ହେଉଥିବା ଘଟଣା ହେଉ ଦୁଇଟିଯାକ ଉପରେ ସରକାରୀ ବାବୁଙ୍କ ଉପରୁକୁ ଆଙ୍ଗୁଠି ଉଠୁଛି । ତେବେ ସରକାଙ୍କ ଠାରୁ ପ୍ରତି ମାସରେ ଦରମା ।ବାବଦକୁ ମୋଟା ଅଙ୍କର ରାଶି ନେଉଥିବା ବେଳେ ଜଙ୍ଗଲ ଭିତରେ ବାଘ ଓ ହାତୀ ଦାନ୍ତ ମରୁଛି ବା ମାରୁଛନ୍ତି କେମିତି । ଅପର ପକ୍ଷରେ ଜଙ୍ଗଲ ସୃଷ୍ଠି ନାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ପ୍ରତି ବର୍ଷ ପାହାଡ଼ ଲଣ୍ଡା ହୋଇ ହୋଇଯାଉଛି କେମିତି । ଏହା ଗୋଟିଏ ବଡ଼ ପ୍ରଶ୍ନ ହୋଇ ଉଠୁଛି ।

ଅପର ପକ୍ଷରେ ହାତୀ ଦାନ୍ତ ଓ ବାଘ ଚମଡ଼ାର ସ୍ପଷ୍ଟୀକରଣ କାହିଁକି ଦେଉନାହିଁ ବନ ବିଭାଗ । ସେ ବାଘ ଛାଲ ଏବଂ ହାତୀ ଦାନ୍ତ କେଉଁଠୁ ଆସିଲା କେବେ ସେ ହାତୀକୁ ଶୀକାର କାରାଯାଇଥିଲା । ସେ ହାତୀ ବା ବାଘ କେଉଁ ଅଞ୍ଚଳର ବା କେଉଁ ଜଙ୍ଗଲରରେ ବିଚରଣ କରୁଥିଲା, ତାହାର ସମ୍ପୁର୍ଣ୍ଣ ସୂଚନା ଦେଉନଥିବା ବା ନିର୍ବାକ ସାଜିଥିବା ବିଭାଗୀୟ ଅଧିକାରୀ ମାନଙ୍କର ସମ୍ପୃକ୍ତି ଥିବା ବାରି ହେଉଛି । ସବୁଠାରୁ ବିଡ଼ମ୍ବନାର କଥା ରାୟଗଡ଼ା ଜିଲ୍ଲାରେ ଏତେ ବଡ ବଡ ପାରିବା ଭଳି ଅଧିକାରୀମାନେ ରହିଥିବା ବେଳେ ଭୁବନେଶ୍ଵର ଠାରୁ ଏସଟିଏଫ ଟିମ ଆସି ଯଦି ଜବତ କରିବାରେ ସଫଳ ହେଉଛି । ତେବେ ଏହା ନିଶ୍ଚୟ ବିଭାଗର ଗୋଟିଏ ବଡ଼ କଳା କାରନାମା ଚାଲିଥିବା ଅଙ୍ଗୁଳି ଦିର୍ଦ୍ଦେଶ କରୁଛି। ଏ ବିଷୟରେ ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର କହିଛନ୍ତି ଆମ ଜଙ୍ଗଲରେ ଥିବା ହାତୀ ସୁରକ୍ଷିତ ଅଛନ୍ତି ଏବଂ ଏହି କାରବାରରେ ବିଭାଗୀୟ ସମ୍ପୃକ୍ତି ନେଇ କୈଣସି ସୂଚନା ନାହିଁ । ତେବେ ଏ ବିଷୟରେ ସଠିକ ସୂଚନା ପାଇଁ ଜିଲ୍ଲା ବନାଞ୍ଚଳ ଅଧିକାରୀ କିଜୟ କୁମାର ପରିଡ଼ା ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫୋନର କଲ ଗ୍ରହଣ କରୁନାହାନ୍ତି । ଏଥିରୁ ଅନୁମେୟ କରନ୍ତୁ ଆମ ଜଙ୍ଗଲ ଓ ବନ୍ୟଜନ୍ତୁ କେତେ ସୁରକ୍ଷିତ। ତେଣୁ ଯେଉଁ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥି ନିମନ୍ତେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେନି ଏବଂ ଏହି ଲାଞ୍ଚୁଆ ଅଧିକାରୀଙ୍କ ପ୍ରତି ଉଚିତ୍ ପଦକ୍ଷେପ ନେବେ ନାହିଁ ସେ ପର୍ଯ୍ୟନ୍ତ ଆମର ଏହି ପ୍ରକୃତି ପ୍ରଦତ୍ତ ସବୁଜ ଜଙ୍ଗଲ, ସବୁଜିମା ଭରା ପାହାଡ ଓ ବନ୍ୟଜନ୍ତୁ ଆଉ ରହିବେ ନାହିଁ ଆଉ ଆଗାମୀ ଦିନରେ ସବୁ ଟାଙ୍ଗରା ହୋଇଯିବ କି ଲୋକେ ଆଉ କୋଇଲିର ମଧୁର ସ୍ୱର୍ ଶୁଣିବାରୁ ବଞ୍ଚିତ ହୋଇ ରହିବେ।

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଏତେ ଭୟ କାହିଁକି? ନିମନ୍ତ୍ରଣ କରି ଡାକିଲେ ପୁଣି ତଡିଦେଲେ, ଭୁଲ୍ କରୁଛନ୍ତି ଜିଲ୍ଲାପାଳ ଆଉ କ୍ଷମା ମାଗୁଛନ୍ତି ଜନ ପ୍ରତିନିଧି…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ଅଧ୍ୟକ୍ଷାଙ୍କ ୭୫ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ବୈଠକରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପ୍ରଥମେ ନିମନ୍ତ୍ରଣ କରି ବୈଠକରେ ଅତିଥି ଚର୍ଚ୍ଚା । ଆଉ ଠିକ ୧୦ ମିନିଟ ପରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ବୈଠକରୁ ତଡ଼ି ଦେବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲା ପରିଷଦ ବୈଠକ ପାଇଁ ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ଉପସ୍ଥିତ ରହିବାକୁ ସୁଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ । ଯଥା ସମୟରେ ମିଡିଆ ବନ୍ଧୁ ମାନେ ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ ଯୋଗଦାନ କରିଥିଲେ । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନବ ନିର୍ବାଚିତ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ଓ ଉପାଧ୍ୟକ୍ଷ ସନ୍ତୋଷ କୁନାର ସୁନାଙ୍କୁ ଶପଥ ପାଠ କରାଇବାର କିଛି ସମୟ ପରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା, ମାନ୍ୟବର ମନ୍ତ୍ରୀ ଅନୁସୂଚୀତ ଜନଜାତି ଓ ଜାତି ବିକାଶ ଓଡ଼ିଶା, ଶ୍ରୀଯୁକ୍ତ ସପ୍ତଗିରି ଉଲାକା,ମାନ୍ୟବର ସାଂସଦ, କୋରାପୁଟ ଲୋକସଭା,ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି,ମାନ୍ୟବର ବିଧାୟକ ରାୟଗଡ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ ଗୁଣୁପୁର, ରାୟଗଡ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା , ଜିଲାର ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ମାନେ ଉପସ୍ଥିତି ସତ୍ବେ ଜିଲ୍ଲାପାଳଙ୍କୁ କେହି ମଧ୍ୟ ପ୍ରତିବାଦ କରିନଥିଲେ । ଫଳରେ ଗଣମାଧ୍ୟମ ପ୍ରତିନିଧି ମାନେ ଗେଟ୍ ଆଗରେ ଧାରଣା ଦେବାସହ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ । ପରେ ରାଜ୍ୟସଭା ସାଂସଦ ଏନ୍.ଭାଷ୍କର ରାଓ , ଲୋକସଭା ସାଂସଦ ଶପ୍ତଗିରିଶଙ୍କର ଉଲାକା ଏବଂ ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ଏଭଳି ଭୁଲ ପୁନରାବୃତ୍ତି ନକରିବା ପ୍ରତିଶୃତି ଦେବାସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଭାଗୃହକୁ ପାଛୋଟି ନେଇଥିଲେ । ତେବେ ଆଜିର ଜିଲ୍ଲା ପରିଷଦ ବୈଠକରେ କେଉଁ ଗୁପ୍ତ ତଥ୍ୟ ପ୍ରଘଟ ଭୟ ଜିଲ୍ଲାପାଳଙ୍କୁ ଘାରିଥିଲା ଯାହାକୁ ନେଇ ଗଣମାଧ୍ୟମ କୁ ଆଜିର ବୈଠକକୁ ବାରଣ କରାଯାଇଥିଲା ସେନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ରେଖାପଦର ଗ୍ରାମରେ ମା’ ଠାକୁରାଣି ପର୍ବ ପାଳିତ …!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା) – କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମରେ ଆଜିଠାରୁ ମା ଠାକୁରାଣି ଘଣ୍ଟ ପର୍ବ ପାଳନ କରାଯାଉଛି। ଦୀର୍ଘ ୫ ଦିନ ଧରି ପାଳନ ହେବାକୁ ଥିବା ଏହି ଘଣ୍ଟ ପର୍ବ ୦୧ତାରିଖ ଦିନ ଉଦଯାପିତ ହେବ ବୋଲି ପର୍ବ ପରିଚାଳନା କମିଟି କହିଛି । ଆଜି ସନ୍ଧ୍ୟାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ବହୁ ଆଡ଼ମ୍ବରେ ମା’ ଠାକୁରାଣୀ ଙ୍କ ମନ୍ଦିରରୁ ମା’ଙ୍କ ପାଦ ଅଣାଯାଇଥିଲା। ଆସନ୍ତା କାଲି ଠାରୁ ମା’ଙ୍କ ଘଟ ଗାଁର ପ୍ରତ୍ୟେକ ଘର ବୁଲି ପୂଜା ପାଇବେ । ଗ୍ରାମଦେବୀଙ୍କ ଏହି ଘଣ୍ଟ ପର୍ବ ପାଳନ ଦ୍ୱାରା ଗାଁରେ ସୁଖଶାନ୍ତି ବଜାୟ ରହିବା ସହ ଗାଁ କୁ ଆସିବାକୁ ଥିବା ସମସ୍ତ ବାଧାବିଘ୍ନ ମା’ ଅଟକାଇ ଗ୍ରାମବାସୀ ଙ୍କୁ ସହାୟ ହୋଇଥାନ୍ତି ବୋଲି ଗ୍ରାମବାସୀ ଙ୍କ ମନରେ ବିଶ୍ଵସ ରହିଛି । ଘଣ୍ଟ ପର୍ବର ଉଦଯାପନୀ ଦିବସରେ ଗ୍ରାମରେ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା କରାଯିବା ସହ ମା’ଙ୍କୁ ବିଦାୟ ଦିଆଯିବ ବୋଲି ଜଣାପଡିଛି। ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେଲା ମା’ଙ୍କ ଏହି ପର୍ବ ପାଳିତ ହୋଇପାରି ନଥିଲା। ତେବେ କରୋନା ଲହରୀ କମିବା ପରେ ଏବେ ଏହି ପର୍ବକୁ ବହୁ ଧୁମଧାମରେ ପାଳିତ କରା ଯାଉଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପର୍ବ ଦେଖିବାକୁ ଆଖପାଖ ଗ୍ରାମରୁ ବହୁ ଲୋକେ ରେଖାପଦର ଗାଁରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ମା’ଙ୍କ ଏହି ଘଣ୍ଟ ପର୍ବକୁ ରେଖାପଦର ଗ୍ରାମର ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା ସମିତି ସଭ୍ୟ ସରୋଜ ପଣ୍ଡୁ,ସମେତ ସମସ୍ତ ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ।

ବେଆଇନ ଗୁଟଖା ଏବଂ ଖଇନି ବିକ୍ରି ଉପରେ ଚଢାଉ ….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ଼ା ସହରରେ ବେଆଇନ ଗୁଟଖା ଏବଂ ଖଇନି ବିକ୍ରି କୁ ବନ୍ଦ କରିବା ପାଇଁ ଖାଦ୍ୟ ଅଧିକାରୀ,ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ ର ଏକ ମିଳିତ ଟିମ୍ ଦ୍ଵାରା ରାୟଗଡା ସହରର ଜ୍ୟୋତିମହଲ ରୋଡ,ନିୟୁ କଲୋନୀ,ସ୍ଵାଗତ ହୋଟେଲ ଲାଇନ ଏବଂ ମେନରୋଡ ରେ ଥିବା ତେଜରାତି ଏବଂ ପାନ ଦୋକାନ ଉପରେ ଚଢ଼ାଉ ମିଳିତ ଚଢ଼ାଉ କରାଯାଇଥିଲା ।ଅଧିକ ଗୁଟଖା ବିକ୍ରି ଉପରେ ଅଙ୍କୁଶ ଲଗେଇବା ଏବଂ ଗୁଟଖା ର କ୍ଷତିକାରିତା ଉପରେ ଜନ ସାଧାରଣଙ୍କୁ ଜାଗୃତ କରିବା ଉଦ୍ଦେଶ୍ୟରେ ଏହି ଚଡାଉ କରିଥିବା ଟିମ ପକ୍ଷରୁ କୁହାଯାଇଛି।ପ୍ରାୟ ୩୦ ଗୋଟି ଦୋକାନ ଉପରେ ଚଢ଼ାଉ କରା ଯାଇଥିବା ସୂଚନା ଦେଇଛନ୍ତି।ଏଥିମଧ୍ୟରୁ ୨୧ ଗୋଟି ଦୋକାନ ରୁ ହାନିକାରକ ଏବଂ ବେଆଇନ ଗୁଟଖା ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ଦୋକାନ ରେ ଥିବା ଗୁଟଖା ର ପରିମାଣ କୁ ଆଖି ଆଗରେ ରଖି ଦୋକାନୀ ମାନଙ୍କୁ ୧୦୦ ରୁ ୨୦୦ ଟଙ୍କା ର ସାମାନ୍ୟ ଜରିମାନା ଆଦାୟ କରିବା ସହ ଆଗାମୀ ଦିନରେ ଏଭଳି ବିକ୍ରି ବନ୍ଦ ନକଲେ ଅଧିକ ଜରିମାନା ଆଦାୟ କରାଯିବ ବୋଲି ଟିମ ପକ୍ଷରୁ ଦୋକାନୀ ମାନଙ୍କୁ ଚେତାବନି ଦିଆଯାଇଛି।ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ କରାଯାଇଥିବା ଏହି ଚଢ଼ାଉ ସମୟରେ ୨୧ ଗୋଟି ଦୋକାନୀ ଙ୍କ ଠାରୁ ୪୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ ମହିଳା….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ଗାଁକୁ ରାସ୍ତା ନାହିଁ ପାହାଡ଼ ଉପରେ ଘର ଏପରି ସ୍ଥଳେ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଶେଷରେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ ଦୁଇ କିଲୋମିଟର ବୋହି ଜଙ୍ଗଲ ପାହାଡ଼ିଆ ରାସ୍ତାଦେଇ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାଟାଙ୍ଗପଦର ଗ୍ରାମରେ।ଉକ୍ତ ଗ୍ରାମର ଆଲେମେ କୃଙ୍ଗେଲିକା ଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ଏହାପରେ ୧୦୮ ଆମ୍ବୁଲାନ୍ସ ସେବା କୁ ଯୋଗାଯୋଗ କରିଥିଲେ ପରିବାର ଲୋକେ।ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରୁ ଆଉ ଆମ୍ବୁଲାନ୍ସ ଗାଁକୁ ଯିବାକୁ ରାସ୍ତା ନାହିଁ। ଏପରି ସ୍ଥଳେ ବଦାନ୍ୟତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ଡ୍ରାଇଭର ଉମାକାନ୍ତ ଦଳପତି,ଇ.ଏମ.ଟି ଦୁର୍ଗା ପ୍ରସାଦ ଜେନା ଆଉ ହେଲପର ସନ୍ତୋଷ କୁସିକା । ମହିଳାଙ୍କ ଗର୍ଭ ଯନ୍ତ୍ରଣା ବଢୁଥିବା ଦେଖି ଏକ ଷ୍ଟ୍ରେଚର ଯୋଗେ ବୋହି ଆଣି ସେଠାରୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।ତେବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ବଦାନ୍ୟତା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର କାଠ ଜବତ …!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଆଜି ଚଢାଉ କରି ବିପୁଳ ପରିମାଣର ସାଇଜ ଏବଂ କାଠପଟ୍ଟା ଜବତ କରାଯାଇଛି।କୈଣଷି ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଆଜି ଅପରାହ୍ନରେ ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀ ଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀ ମାନେ ସ୍ଥାନୀୟ ଏକ ଇଟା ଭାଟି ପରିସରରେ ଥିବା ଏକ ଗୃହରେ ଗଚ୍ଛିତ ରହିଥିବା ୨୦୫ ଖଣ୍ଡ ଟେକ,ପଣସ, ଜାମୁକୋଳି,ସାଇଜକାଠ ଇତ୍ୟାଦି ପ୍ରକାର ର କାଠ ଜବତ କରିଥିଲେ।ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସୁଶ୍ରୀ ସେଠୀ ସୂଚନାଦେଇଛନ୍ତି।ଚଢ଼ଉ ବେଳେ ଘର ମାଲିକ ଏଲ ଏନ ସାହୁ ଅନୁପସ୍ଥିତ ଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଡାକି ଘଟଣା ସମ୍ପର୍କରେ ପଚରା ଉଚରା କରାଯାଉଛି। ଏହି ଚଢାଉ ରେ ଟିକିରି ବନ ବିଭାଗର ର ସମସ୍ତ କର୍ମଚାରୀ ଙ୍କ ସମେତ ଟିକିରି ଥାନା ଏ. ଏସ. ଆଇ ସନ୍ତୋଷ ଶିର୍କା ସହଯୋଗ କରିଥିଲେ ।