ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସର୍ବଦା ପ୍ରଶଂସନୀୟ |
ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଗୋଷ୍ଠି ସାଧନ ସଂଯୋଜକ ଶ୍ରୀ ନିରଞ୍ଜନ ଦଲାଇ ଙ୍କୁ ଗୁଣପୁର ଠାରୁ ବଦଳି ହୋଇଯାଇଛି । ଏହି ଅବସରସରେ ଗୋଷ୍ଠି ସାଧନ କେନ୍ଦ୍ରରେ ଆୟୋଜିତ ଏଜ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଯୋଗଦେଇ ଶ୍ରୀ ଦଲାଇ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ସମସ୍ତ ସି ଆର ସି ସି ଙ୍କ ସମେତ ଏବିଓ ଶ୍ରମତୀ ଲକ୍ଷ୍ମୀ ବେହେରା , ଶ୍ରୀମତୀ ସବିତା ଶବର କାର୍ଯ୍ୟଳୟର କର୍ମକର୍ତ୍ତା ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଶ୍ରୀ ଦଲାଇ ଙ୍କୁ ତାଙ୍କ କର୍ମମୟ କାର୍ଯ୍ୟକୁ ନେଇ ଉଚ୍ଚଶିତ ପ୍ରଶଂସା କରିଛନ୍ତି । ଏଭଳି ଜଣେ କର୍ମମୟ , ନିଷ୍କପଟ , ମେଳାପୀ , ଶିକ୍ଷକ ପ୍ରେମୀ ଅଧିକାରୀଙ୍କୁ ହରାଇ ଶିକ୍ଷକ ସମାଜ ମର୍ମାହତ ବୋଲି ସଂଘ କର୍ମକର୍ତ୍ତା ଭାସ୍କର ଦାସ , ପ୍ରବୀଣ ରଥ , ତ୍ରିନାଥ ବାଉରୀ , ଟନୀ ମହାପାତ୍ର ମତବ୍ୟକ୍ତ କରିବା ସହ ଶ୍ରୀ ଦଲାଇ ଙ୍କ ପରବର୍ତ୍ତୀ କର୍ମମୟ ଜୀବନ କୁସୁମିତ ହେଉବୋଲି କାମନା କରିଛନ୍ତି ।




