୨୨୦/୧୩୨/୩୩ କେ.ଭି.ଗୁଣପୁର ଓକିଲଗୁଡା ଗ୍ରୀଡ ସବଷ୍ଟେସନ୍ ର ଶୁଭଉଦ୍ଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣୁପୁର) – ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସେନ୍ସି ମାଧ୍ୟମରେ ୨୨୦/୧୩୨/୩୩ କେ.ଭି.ଗୁଣପୁର ଓକିଲଗୁଡା ଗ୍ରୀଡ ସବଷ୍ଟେସନର ଶୁଭ ଉଦ୍ଘାଟନ କରିଛନ୍ତି। ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଓକିଲଗୁଡ଼ାଠାରେ ପ୍ରାୟ ୮୨କୋଟି ଟଙ୍କା ୨୦ଏକର ଜମି ପରିମିତ ଅଞ୍ଚଳରେ ଆଜି ଓପିଟିସିଏଲର ଗ୍ରୀଡ଼ ମାନ୍ୟବର ମୁଖ୍ୟମନ୍ତ୍ରୀ ଭ୍ରଚୁଏଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଗ୍ରୀଡ଼ ଦ୍ୱାରା ଗୁଣପୁର, ପଦ୍ମପୁର, ରମାନଗୁଡା, ଗୁଡlରି, କୋଲନର। ଅଞ୍ଚଳର ୮୦ ହଜାର ଉପଭୋକ୍ତା ଉତ୍ତମ ବିଦ୍ୟୁତ ନିରବିଛିନ୍ନ ସେବା ପାଇଁ ପାରିବେ । ଏଥିସହ ଗୁଣପୁର ନୂଆପଡା ରେଳlଚଳ ପାଇଁ ବିଦ୍ୟୁତ ସେବା ପାଇପାରିବ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଣପୁରର ଗୁଣପୁର, ପୁଟ୍ଟସିଂ, ବିକର୍ମପୁର,ରାମନଗୁଡା, ପଦ୍ମପୁର, ଆଦି ଅଞ୍ଚଳର ଉପଭୋକ୍ତା ଭୋଲ୍ଟେଜ ସମସ୍ୟାରୁ ମୁକ୍ତି ପାଇବେ । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ମାନ୍ୟବର ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡ ଜିଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ରାୟଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଓପିଟିସିଏଲ ଡିଜେଏମ ଶ୍ରୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ l

ସଡ଼କ ଦୁର୍ଘଟଣା ଓ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବା ନିମନ୍ତେ ଜିଲ୍ଲା ସଡକ ସୁରକ୍ଷା କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ…! 

!!! ରାୟଗଡାରୁ ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡା)- ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଜିଲ୍ଲା ପାଳ ରାୟଗଡ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମହନ ରାଉତରାୟ ଯୋଗଦାନ କରି ଦୈନିକ ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଧନ ଜୀବନ ହାନି ଘଟୁଥିବା ରୁ ସେହି ସମୟରେ କ୍ଷତ ବିକ୍ଷତ ମାନଙ୍କ ପାଖରେ ତତକ୍ଷଣାତ ପହଞ୍ଚି ସେମାନଙ୍କ ଜୀବନ ରକ୍ଷା କରିବା ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବାଉପରେ ବୈଠକ ଆଲୋଚନା କରିଥିଲେ l ଏହି ବୈଠକରେ ଵିଶେଷ କରି ଜିଲ୍ଲାରେ ବହୁଳ ଭାବରେ ଘଟୁଥିବା ସଡକ ଦୁର୍ଘଟଣା ସ୍ଥାନ, କେଉଁ ସମୟରେ ଏବଂ କେଉଁ ମାସରେ ବିଶେଷ ଦୁର୍ଘଟଣା ଘଟୁଥିବା ଉପରେ ବିଗତ ଦୁବର୍ଷର ତଥ୍ୟ ଉପସ୍ଥାପନ କରି ତାହାର ନିରାକରଣ ଉପରେ ଆଲୋଚନା କରାଯାଇଥିଲା l ପୋଲିସ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଗତ ୨୦୨୦ବର୍ଷରେ ୨୭୨ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୧୦ଜଣ ମୃତ୍ୟୁବରଣ କରିଥିଲେ l ସେହିପରି ୨୦୨୧ବର୍ଷରେ ୨୯୭ଟି ଦୁର୍ଘଟଣା ଘଟିଥିବା ବେଳେ ୧୩୩ଜଣ ମୃତ୍ୟୁବରଣ କରିଥିଲେ ଏବଂ ଚଳିତବର୍ଷ ୪ମାସ ଭିତରେ ୧୦୬ଟି ଦୁର୍ଘଟଣା ଘଟିଥିବା ବେଳେ ୪୭ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି l

ଜିଲ୍ଲାରେ ଏହିଭଳି ଦୁର୍ଘଟଣା ଜନିତ ଘଟଣା ଓ ମୃତକୁ ଦେଖି ବୈଠକରେ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ l ଜିଲ୍ଲା ପାଳ ରାୟଗଡ ଓ ଆରକ୍ଷୀ ଅଧିକ୍ଷକ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହିତ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକ ଉପରେ ଆଲୋଚନା କରିଥିଲେ l ଜିଲ୍ଲାର ରାୟଗଡ, ଶେଷଖାଲ, ଚାନ୍ଦିଲ, ଆମ୍ବଦଳା ଅଂଚଳରେ ବିଶେଷ ଭାବରେ ଦୁର୍ଘଟଣା ଘଟିଥିବା ଜଣାପଡିଛି l ଏହି ଦୁର୍ଘଟଣା ଵିଶେଷ କରି ଡିସେମ୍ବର, ଜାନୁଆରୀ ,ଫେବ୍ରୁଆରୀ, ଜୁନ ଏବଂ ସେପ୍ଟେମ୍ବର ମାସରେ ଅଧିକାକାଂଶ ଭାବରେ ଘଟୁଛି l ଦୁର୍ଘଟଣା ପ୍ରାୟ ଆପରାହ୍ଣ ୩.୦୦ଘଟିକାରୁ ୯.୦୦ଘଟିକା ମଧ୍ୟରେ ଘଟୁଥିବା ତଥ୍ୟରୁ ଜଣାପଡିଛି l ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ଗୁଡ଼ିକର ଉପରେ ଆଲୋଚନା କରାଯାଇଥିଲା l ସଡକ ନିର୍ମାଣ ତୃଟିଗୁଡ଼ି ଶୀଘ୍ର ସୁଧୁରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତି ବିଭାଗ,ଗ୍ରାମୀୟ ନିର୍ମାଣ ବିଭାଗକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟୁଥିବା ସ୍ଥାନରେ ଗୁଡ଼ିକର ପୋଲିସ ବିଭାଗ ତରଫରୁ ଚିହ୍ନଟ କରାଯାଇଛି l ଏହି ସ୍ଥାନରେ ମାନଙ୍କରେ ଵିଶେଷ ଧ୍ୟାନ ଦେବାକୁ ଜିଲ୍ଲା ପାଳ କହିଥିଲେ l ଟିକିରି ଥାନା ଅନ୍ତର୍ଗତ କlଳିଆପଡ଼ା ଘlଟିରେ ବାରମ୍ବାର ଘଟୁଥିବାରୁ ସଡ଼କ ତ୍ରୁଟି ନିର୍ମାଣ ସୁଧାରିବା ନିମନ୍ତେ ଯଏଣ୍ଟ କମିଟି ମାଧ୍ୟମରେ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଧେଶ ଦେଇଛନ୍ତି l ଜିଲ୍ଲାରେ ସଡକ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ଵିଶେଷ କରି ହେଲମେଟ ବ୍ୟବହାର,ମଧ୍ୟପlନ କରି ଗାଡ଼ି ଚଳାଚଳ ଉପରେ ଯାଞ୍ଚ କରିବାକୁ ଜିଲ୍ଲାପାଳ କହିଥିଲେ l ସଡ଼କ ଦୁର୍ଘଟଣା ଜନିତ କ୍ଷେତବିକ୍ଷତ ଵ୍ୟକ୍ତି ମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନେଇ ଚିକିତ୍ସା କରିବାକୁ ଜନସାଧାରଣଙ୍କୁ ସଚେତନ କରିବାକୁ କହିଛନ୍ତି l ସେମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ଦିଆଯିବ l ଉଦ୍ଧାରକାରୀଙ୍କୁ କୌଣସି ଥାନାକୁ ଡାକାଯିବ ନାହିଁ କି ସଖି କରାଯିବ ନାହିଁ ବୋଲି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ କହିଥିଲେ l ଏହି ବୈଠକରେ ସଡ଼କ ସୁରକ୍ଷା କମିଟିର ସଦସ୍ୟ ମାନେ, ଟ୍ରକମାଲିକ ସଂଘ,ବୁସମାଳିକ ସଂଘ, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦନ କରିଥିଲେ l ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ,ରାୟଗଡ, ହେମେନ୍ଦ୍ର ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ପୌର ପରିଷଦ ର ଟିକଟ କଲେକ୍ଟର ଗିରଫ; ଅନ୍ୟଙ୍କ ପାଳି କେବେ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଟ ରିପୋର୍ଟର ତଥ୍ୟ ଅନୁଯାୟୀ ଗୁଣପୁର ପୋୖର ପରିଷଦ ର କୋଷାଧ୍ୟକ୍ଷ ମାଲିକେଶ୍ୱର ରାଓ ଭତ୍ତା ଟଙ୍କା ହଡପ କରିଥିବା ଘଟଣା ନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ହେବାପରେ ରାୟଗଡା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପୋୖର ପରିଷଦ ର ନଥିପତ୍ର ଯାଞ୍ଚ କରାଯାଇ ମାଲିକେଶ୍ୱର ଉଠିଥିବା ଭତ୍ତା ବାବଦ ଟଙ୍କାରୁ ୨୫ ଲକ୍ଷ ୨୦ ହଜାର ୨ଶହଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଖବର ମିଳିଛି ।ଗିରଫ କରିଏହାଙ୍କୁ ଜୟପୁର ଭଜିଲାନ୍ସ କୋର୍ଟ ରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଯାଇଥିବା ଜଣାପଡିଛି । ଏହି ଗିରିଫଦାରୀକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । କେବଳ ଏହାନୁହଁ ଏଭଳି ପରିଷଦର ଉନ୍ନତି ନାମରେ ବିଭିନ୍ନ ପାଣ୍ଠିରୁ ଖର୍ଚ୍ଚ ଜରା ଯାଇଥିବା ଅର୍ଥ ବାଟମାରଣା ହୋଇଥିବା ଏବଂ ଏଥୁରେ ଅନେକ ସମ୍ପୃକ୍ତ ଥିବା ଖବର ପ୍ରକାଶ ପାଇବା ପରେବି କୌଣସି ଜର୍ଯ୍ୟାନୁଷ୍ଠାନ ହୋଇନଥିବା ଏବଂ ଏତତ୍ ସମ୍ପର୍କିତ ଅଡିଟ ରିପୋର୍ଟକୁ ଲୁଚାଇ ରଖିଥିବା ବେଳେ ଏହି ଅଡିଟ ହେବାର ଦୀର୍ଘ ଦିନପରେ ଅଫିସ ଫାଇଲ ରୁ ରିପୋର୍ଟ ଗଣ ମାଧ୍ୟମକୁ ଆଣିଲା କିଏ ? ତତ୍କାଳୀନ ସମୟରେ ମାଟ୍ରିକ ଫେଲ କରିଥିବା କୁହାଯାଉଥିବା ଟିକଟ କଲେକ୍ଟର ଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟୀତ୍ୱ ହସ୍ତାନ୍ତର କରିବା ନିମନ୍ତେ କିଏ ଫାଇଲ ଉପସ୍ଥାପନା କରିଥିଲେ ଏବଂ ଏହାକୁ କେଉଁ ଅଧିକାରୀ ଏହାକୁ ଏପ୍ରୁଭ କରିଥିଲେ ? ବିନା ସାକ୍ଷାତକାରରେ କେମିତି କିଏ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ? ଏଥିରୁ ସେ କେତେ ଟଙ୍କା ହାତ ଗୁଞ୍ଜ। ପାଇଛନ୍ତି ? ଏଗୁଡିକ ର ତଦନ୍ତ କେବେ ହେବ ? ଏହି ଅଭିଯୋଗ ଗୁଡିକରେ ସଂଶ୍ଲିଷ୍ଟ ବ୍ୟକ୍ତି ଙ୍କୁ କେବେ ଗିରଫ ଜରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ରାୟଗଡା ଜିଲ୍ଲା ଦୁର୍ନୀତି ସଂଘର୍ଷ ଅଭିଯାନ ଶାଖାର ଆଇନ ଉପଦେଷ୍ଟା ପ୍ରଦୀପ ଦାଶ ପ୍ରଶ୍ନ କରିଛନ୍ତି । ଏସବୁ ଗୁଡିକର ଯାଞ୍ଚ କରାଗଲେ ପୋୖର ପରିଷଦରେ ହୋଇଥିବା ଦୁର୍ନୀତି ଉପରୁ ପରଦା ଉଠିବ ବୋଲି ସାଧାରଣ ରେ ଆଶା ସଞ୍ଚାର ପାଇଛି ।

୫-ଟି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) –
ସରକାରଙ୍କ ୫-ଟି ଅନ୍ତର୍ଗତ ଗଜପତି ଜିଲ୍ଲାର ଦ୍ଵିତୀୟ ପର୍ଯ୍ୟାୟ ରେ ୪ଟି ବ୍ଳକର ୧୪ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୫୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ନେତୃତ୍ବ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ୫ ଦିନିଆ ତାଲିମ ଶିବିର ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଆନୁକୂଲ୍ୟରେ ଆୟୋଜନ କରାଯାଇ ଆଡମ୍ବର ସହିତ ଶେଷ ହେଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ ରୁମ , ବିଜ୍ଞାନଗାର ଓ ଇ-ପାଠାଗାରର ସୁବିନିଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ପାରମ୍ପରିକ ପଦ୍ଧତିରେ ଓ ଇଲେକ୍ଟ୍ରୋନିକ ଓ ଡିଜିଟାଲ ପଦ୍ଧତିରେ ମିଳିତ ଭାବେ ଶିକ୍ଷା ଦାନ ଦ୍ୱାରା ଶିକ୍ଷା ଦାନ ପ୍ରକ୍ରିୟା ସରଳ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ପି. ଶିବ କୁମାର , ସାଥ ଇ ପ୍ରୋଗ୍ରାମ ମ୍ୟାନେଜେର ଆୟେନ୍ସ ରାୟ ଓ ଏଲ. ଦିଲୀପ କୁମାର , ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇ ପ୍ରଶିକ୍ଷଣ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ , ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ଲିଙ୍ଗରାଜ ପାଢୀ ,ୱାଇ. ଧର୍ମା ରାଓ , ସନ୍ତୋଷ କୁମାର ଆଚରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତାଲିମ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହେବାର ଯୋଜନା ଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଅଛି । ଅନ୍ତିମ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ….!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲାସ୍ତରୀୟ ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି ଏହି ବୈଠକରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏହି ବୈଠକକୁ ପରିଚାଳନା କରି ପ୍ରାକୃତିକ ବିପର୍ଯୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳ ଶ୍ରୀ ପଣ୍ଡା ଗଜପତି ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା , ଯେଉଁ ଠାରେ ପ୍ରାୟ ପ୍ରତିବର୍ଷ ବନ୍ୟାବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଘଟିଥାଏ ଯାହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି କହିବା ସହ ପ୍ରଶାସନ ସର୍ବଦା ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରି ପୂର୍ବ ପ୍ରସ୍ତୁତି ଓ ସଫଳତାର ସହ ମୁକାବିଲା କରିବାରେ ବହୁ ଦୃଷ୍ଟାନ୍ତ ରହିଛି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ କିପରି ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଉପରେ ଆଲୋଚନା କରିଥିଲେ।

କ୍ଷୁଦ୍ର ଜଳସେଚନ ବିଭାଗ , ଜିଲ୍ଲା ଯୋଗାଣ ବିଭାଗ , ପୂର୍ତ୍ତ ବିଭାଗ , ଜନସ୍ୱାସ୍ଥ୍ୟ ବିଭାଗ , ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ବନ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ଏବଂ ବିଦ୍ୟୁତ , ଟେଲିକମ୍ ବିଭାଗ ପ୍ରଭୃତି ବିଭାଗ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ମୁଖ୍ୟତଃ ଏନ୍‌ଡିଆର୍‌ଏଫ , ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୁରୁଦାୟିତ୍ୱ ରହିଥିବାବେଳେ ସେମାନେ ଧନଜନକୁ ରକ୍ଷା କରିବାପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କୁହାଯାଇଥିଲା। ସେହିପରି ଆଞ୍ଚଳିକ ପରିବହନ ବିଭାଗ କିପରି ବିପର୍ଯ୍ୟୟ ସମୟରେ ବିଭିନ୍ନ ଯାତ୍ରୀବାହୀ ଓ ମାଲବଝୋଇ ଗାଡି ପ୍ରସ୍ତୁତି କରି ରଖିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲା ରାଜସ୍ୱ ଅଧିକାରୀ ରାଜେନ୍ଦ୍ର ରଞ୍ଜିତ କୁମାର ପ୍ରମୁଖ ଉପସ୍ଥିତଥିଲେ। ଜିଲ୍ଲାପାଳ ଶ୍ରୀ ପଣ୍ଡା ଏହି ଅବସରରେ କହିଥିଲେ ଯେ, ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସଭା କାର୍ଯ୍ୟ ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଭାସ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ରାଜସ୍ୱ ଅଧିକାରୀ ରାଜେନ୍ଦ୍ର ରଞ୍ଜିତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ନାତକ ମହାବିଦ୍ୟାଳୟରେ ଗୋଷ୍ଠି କନ୍ଦଳ ବିଦ୍ୟାର୍ଥୀଙ୍କ ପାଇଁ କାଳ….!

!!! ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ରୁ ପ୍ରତିନିଧି ବୀର କିଶୋର ନନ୍ଦ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଡ଼ାରୀ) –  ଉପାନ୍ତ ରାୟଗଡା ଜିଲ୍ଲାର

ଗୁଡ଼ାରି ଏବଂ ଚନ୍ଦ୍ରପୁର ବ୍ଲକର ଏକ ମାତ୍ର ସ୍ନାତକ ମହାବିଦ୍ୟାଳୟ ,ଗୁଡ଼ାରି , ଗତ ୧୯୯୭-୧୯୯୮ମସିହା ଠାରୁ ସ୍ଥାପିତ ହୋଇ ଆସୁଥିଲେ ମଧ୍ୟ ତାର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଅକାରଣ ହେବାର ଲାଗିଛି । ଗତ ୨୦୧୨ମସିହ +୨,+୩ ପୃଥକୀ କରଣ ବ୍ୟବସ୍ଥାରେ ଏହି ମହା ବିଦ୍ୟାଳୟ +୨ ମହାବିଦ୍ୟାଳୟ ରୁ ପୃଥକୀ କରଣ ହୋଇ ପୂର୍ବରୁ ପଡ଼ି ରହିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ଜରାଜୀର୍ଣ୍ଣ ଶ୍ରେଣୀ ଗୃହରେ ସମ୍ପ୍ରତି ଏହା କାର୍ଯ୍ୟକରୀ ହୋଇ ଆସୁଅଛି ।ଉକ୍ତ ସମୟରେ ଶ୍ରୀ ସନ୍ତୋଷ କୁମାର ତୁଳ ମହା ବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ସରକାରୀ ଶିକ୍ଷକ ନିଯୁକ୍ତ ପାଇବା ପରେ ଶ୍ରୀ ଅମୂଲ୍ୟ କୃଷ୍ଣ ପ୍ରଧାନ ବରିଷ୍ଠ ଅଧ୍ୟାପକ ପରିଚାଳନା ସମ୍ପାଦକ ସହ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟୀତ୍ୱ ନିର୍ବାହ କରି ଆସୁଛନ୍ତି ।ଗତ ୨୦୧୪ ମସିହା ବ୍ଲକ ଗ୍ରାଣ୍ଟ ଅଧି ନିୟମ ପ୍ରକାରେ ଏହା ୦୧-୦୧-୨୦୧୪ଠାରୁ ଚାଳିଶି ଶତକଡା ଅନୁଦାନ ଗ୍ରହଣ କରିବା ପାଇଁ ସକ୍ଷମ ହୋଇଅଛି । ଏହାପରେ ୨୦୧୮ ଗ୍ରାଣ୍ଟ- ଇନ- ଏଡ଼ ମୁକ୍ତ ହୋଇ ୦୧-୦୧-୨୦୨୨ଠାରୁ ପୂର୍ଣ୍ଣ ଅନୁଦାନ ଯୋଗ୍ୟ ମହାବିଦ୍ୟାଳୟ ପାଇଁ ସ୍ୱୀକୃତି ଲାଭ କରିଥିଲା ।କିନ୍ତୁ ଉକ୍ତ ମହାବିଦ୍ୟାଳୟର ସ୍ଥାନୀୟ ଜୈନିକ ଅଧ୍ୟାପକ ବିହାର ବୁନ୍ଦଲ ଖଣ୍ଡ ବିଶ୍ୱ ବିଦ୍ୟାଳୟରୁ ଏମ.ଏ ସାର୍ଟିଫିକେଟ ଆଣି ନିଯୁକ୍ତି ପାଇଥିବା ବେଳେ ସେ ୨୦.୧୦.୨୦୨୦ମସିହାରେ କିଭଳି ଉଚ୍ଚ ଶିକ୍ଷା ବିଭାଗ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ ଅନୁମୋଦନ କଲେ ତାହା ସନ୍ଦେହ ଘେରରେ ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିହାର ବୁନ୍ଦଲ ଖଣ୍ଡ ହୋଇଥିବା ବେଳେ ଏହାର ଅସଲି ଓ ନକଲି ସଠିକତା ତଦନ୍ତ ହୋଇ ନଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ତାହା କିପରି ଅନୁମଦନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଗତ ୧/୬/୨୦୧୨ ମସିହା ଠାରୁ ସ୍ଥାନୀୟ ବରିଷ୍ଠ ଓଡ଼ିଆ ଅଧ୍ୟାପକ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି।ସୁଦୂର ରାୟଗଡାରୁ ଆସୁଥିବା ରାଜନୀତି ବିଜ୍ଞାନ ଅଧ୍ୟାପକ ,ଢ଼େପା ଗୁଡ଼ାରୁ ଆସୁଥିବା ଇତିହାସ ଅଧ୍ୟାପକ ,ଗୁଣୁପୁରୁରୁ ଆସୁଥିବା ଇଂରାଜୀ ଅଧ୍ୟାପକ ପି. ସେସଗିରି ନିୟମିତ ଅସୁନଥିବା ଦେଖା ଯାଉଛି । ସୁଦୂର କର୍ଲଘାଟି , ଢେପଗୁଡା ,ଗୁମି, ସମ୍ବରଲେଣ୍ଡି ,ଏବଂ ଗୁଡ଼ାରି ବ୍ଲକର ବିଭିନ୍ନ ସ୍ଥାନରୁ ଏଠାକୁ ଆସି ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ଶ୍ରେଣୀ ଶିକ୍ଷା ଦାନରୁ ବଞ୍ଚିତ ହେଉଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି ।

ଅଧ୍ୟାପକ ମାନେ ମହାବିଦ୍ୟାଳୟକୁ ସଠିକ ଭାବେ ନ ଆସି ସଉରା ସାହି ନିଘାମନ ସାହିରେ ଘର ଭଡ଼ା ନେଇଁ ଟ୍ୟୁସନ ପଢଉଥିବା ନଜର ରହିଛି ।ପ୍ରତ୍ୟୟ ପଦ୍ମପୁର ଅଞ୍ଚଳରୁ ଆସୁଥିବା ଜୈନିକ ଶିକ୍ଷା ଅଧ୍ୟାପକ ଗୁଡ଼ାରି ଗ୍ରାମର ନିଘାମନ ସାହିରେ ଏଜ ଘରକୁ ଭଡ଼ା ସୂତ୍ରରେ ରଖି କଲେଜ ପାଠ୍ୟ ଦାନ ସମୟରେ ଟ୍ୟୁସନ ଶିକ୍ଷା ପ୍ରଦାନ କରୁଥିବା ଫଳରେ କେତେକ ନୀରିହ ଛାତ୍ର ଛାତ୍ରୀ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି । ଇଂରାଜୀ ଅଧ୍ୟାପକ ସଠିକ ଭାବେ କେବେବି କ୍ଲାସ ନେଉନଥିବା ଦେଖା ଯାଉଛି ।ଫଳରେ ଓଡ଼ିଆ, ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ଓ ଶିକ୍ଷା ସ୍ନାତକ ଛାତ୍ର ଛାତ୍ରୀ ମାନେ ଉଚ୍ଚିତ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି । ପ୍ରାୟତଃ ଓଡ଼ିଆ ଶିକ୍ଷାଦାନ ହେଉଥିବା ବେଳେ ଅନ୍ୟ ବିଷୟର ପାଠପଢା ହେଉନଥିବା ଦେଖା ଦେଇଛି ।ନିର୍ଦ୍ଧାରିତ ସମୟ ମଧ୍ୟରେ ଅଧ୍ୟାପକ ମାନଙ୍କ ନ ଆସିବା ଯଥା ଶୀଘ୍ର ପଳେଇବା ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବସ୍ରେ ଦେଖା ଯାଇଛି ।ଯେ ଇଂରାଜୀ ,ଇତିହାସ, ଶିକ୍ଷା ଗୋଟିଏ ଗୋଷ୍ଠୀ ଅନ୍ୟ ପଟେ ଓଡ଼ିଆ ଅଧ୍ୟାପକ ତଥା ଅଧ୍ୟକ୍ଷ କିରାଣୀ ଓ,ପିଅନ ଅନ୍ୟ ଗୋଟିଏ ଗୋଷ୍ଠୀ ହୋଇ ନିଜ ମଧ୍ୟରେ ଗୋଷ୍ଟି କନ୍ଦଳ ରେ ଲିପ୍ତ ଥୁବାରୁ ଏହା ବିଦ୍ୟାର୍ଥୀଙ୍କ ପାଇଁ କାଳ ସାଜି ଶିକ୍ଷା ଦାନରେ ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଜନସାଧାରଣ ନିଜ ପିଲା ମାନଙ୍କ ଭିବିଷ୍ୟତ ପାଇଁ ଚିନ୍ତିତ ହୋଇ ପଡିଛନ୍ତି । ଏଥିପ୍ରତି ଜିଲାପାଳ ଏବଂ ଉଚ୍ଚ ଶିକ୍ଷା ପରିଷଦ ଦୃଷ୍ଟି ଦେବାଜୁ ଦାବୀ ହେଉଛି ।

ତହସିଲଦାର ହେବତ ଏମିତି..!

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡ଼ା) – ରାୟଗଡା ଜିଲ୍ଲା ରାମନାଗୁଡା ଅଧିନସ୍ତ ତହସିଲ ଅଞ୍ଚଳ ରୁ  ବେନିୟମ ରେ ମାଟି ଉତ୍ତୋଳନ କରୁଥିବା ଅଭିଯୋଗରେ ତହସିଲ ପକ୍ଷରୁ ୨ଟି ଟ୍ରାକ୍ଟର ଏବଂ ୧ ଟି ଜେସିବି ଜବତ କରାଯାଇ ପୋଲିସ କୁ ହସ୍ତାନ୍ତର କରାଯାଇଛି ।

ରାଜ୍ୟର ଅନେକ ସ୍ଥାନରେ ମାଫିଆ ମାନେ ବାଲି ଓ ମାଟି ଉତ୍ତୋଳନ କରି  ସମ୍ପୃକ୍ତ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ,ରାଜନୈତିକ ନେତାଙ୍କ ଚାପ ପକାଇ ଖସି ଯାଉଥିବା ବେଳେ ବେଆଇନ ଭାବେ ମାଟି ଉଠାଣ କରୁଥିବା ଗାଡି ଜୈନିକ ମିଡ଼ିଆ ବନ୍ଧୁଙ୍କ ସମ୍ପର୍କୀୟ ଙ୍କ ବୋଲି ଜାଣି ସୁଦ୍ଧା ତାଙ୍କ ଠାରୁ ରୟାଲଟି ଓ ପେନାଲ୍ଟି ବାବଦକୁ ୯୦ ହଜାର ଟଙ୍କା ଆଦାୟ କରି ସ୍ଥାନୀୟ ତହସିଲଦାର ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ନିର୍ମଳଭାବ ମୂର୍ତ୍ତିର ପ୍ରତିଛବି ସୃଷ୍ଟି କରିଛନ୍ତି ।

ଏହି ଘଟଣା ଜଣାଯିବା ପରେ ରାମନାଗୁଡା ଅଞ୍ଚଳରେ ସୁଶ୍ରୀ ଝୋଡ଼ିଆଙ୍କ କାର୍ଯ୍ୟ ଶୈଳୀ ପ୍ରତି ଜନ ସାଧାରଣଙ୍କ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯିବା ସହ ତହସିଲଦାର ହେବତ ଏମିତି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।