ଗୁଡ଼ାରୀ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ…!

ଏଥର ସମ୍ଭାଳ (ଗୁଡ଼ାରୀ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ଗୁଡ଼ାରୀ ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଦୂର୍ଗାପୂଜା ଗୋଷ୍ଠୀ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି। ଗୁଡ଼ାରୀ ବ୍ଳକ ସଭାନେତ୍ରୀ ଶ୍ରୀମତୀ ରମା ବାଉରୀଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ତଥା ଗୁଡ଼ାରୀ ବ୍ଳକ ସଭାପତି ପ୍ରମୋଦ କୁମାର ପତି , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ , ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖା କୁ ବିରୋଧ କରିବା ସହ ଦୃଢ଼ ବିରୋଧ କରିଥିଲେ। ଏବଂ ସରକାରଙ୍କ ଓଜନ ସପ୍ତାହ କାର୍ଯ୍ୟକ୍ରମ କରିବା ଦ୍ଵାରା କର୍ମୀମାନେ ବିଭ୍ରାନ୍ତ ହେଉଥିବା ରୁ ସେହି କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ସହି କାମକୁ ଖାତା ପତ୍ର ମାଧ୍ୟମରେ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦରମା ବିଭାଜିତ ହୋଇ ପ୍ରଦାନ କରୁଥିବାରୁ ଦୃଢ଼ ବିରୋଧ କରାଯାଇଥିଲା ଏପରିକି ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ସମସ୍ତ କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତଙ୍କୁ ମମତା ବିର ଦଳାଇ ଧନ୍ୟବାଦ ଜଣାଇଥିଲେ।

ଆକାଶ ଛୁଆଁ ଦରକୁ ମନୋମୂଖୀ ପରିବା ଓ ରେସନ ବେପାର…!

!!! ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଏସ୍. ଏନ୍. ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ନବରଙ୍ଗପୁର) – ନବରଙ୍ଗପୁର ଜିଲ୍ଲା କୃଷିପ୍ରଧାନ୍ୟ ଜିଲ୍ଲା ହେଲେ ମଧ୍ୟ୍ୟ ବର୍ତ୍ତମାନ ବଜାର ଓ ଖାଉଟି ଦର ଆକାଶ ଛୁଆଁ ପରିବା ବଜାରରେ ବାଇଗଣ ୪୦ ଟଙ୍କା , ବିନିସ ୪୦ ଟଙ୍କା , ପୋଟଳ ୬୦ ଟଙ୍କା , କୋବି ୮୦ ଟଙ୍କା , ଭେଣ୍ଡି ୫୦ ଟଙ୍କା, କଞ୍ଚାଲଙ୍କା ୮୦ ଟଙ୍କା, ପିଆଜ ୩୦ ଟଙ୍କା ହୋଇଥିବା ବେଳେ ତେଲ ଲିଟର ପିଛା ୨୦୦ ଟଙ୍କା ତ କେଉଁଠି ୨୨୦ ଟଙ୍କା ପ୍ରଯନ୍ତ ବିକିବା ଦେଖିବା ମିଳିଛି l ପ୍ରାୟ ଦୋକାନ ମାନଙ୍କରେ ଦରଦାମ ତାଲିକା ଟଙ୍ଗା ଯାଉନି l

ମନ ମୁତାବକ ଦୋକାନରେ ବିକ୍ରି ହେଉଛି l ଗରିବ ଓ ମଧ୍ୟବିତ ପରିବାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ପେଟ୍ରୋଲ ଦରବୃଦ୍ଧି ପୁରା ଭାରତବର୍ଷରେ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ବୋଝ ଥିବାବେଳେ ଏବେ ପରିବା ଓ ଖାଇବା ତେଲ ର ପ୍ରଭାବ ବେଶି ଦେଖିବାକୁ ମିଳିଛି l ବର୍ତ୍ତମାନ ଖାଉଟି ବିଭାଗ ଏହାର ତଦନ୍ତ କରି ସମାନ ଦରରେ କିପରି ନବରଂଗପୁରରେ ପାଇପାରିବେ ଧ୍ୟାନଦେଇ ମୂଲ୍ୟାକଣ କଲେ ଗରିବ କିଛିଟା ଅସୁସ୍ତୀ ପାଇପାରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l

ନବରଙ୍ଗପୁର ଲାଇନ୍ସ କ୍ଲବର ସଭାପତି ଚୟନ..!

!!! ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଏସ୍. ଏନ୍. ପଟ୍ଟନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ନବରଙ୍ଗପୁର) – ନବରଙ୍ଗପୁର ଲାଇନ୍ସ କ୍ଲବର ଚତୁର୍ଥ ଥର ପାଇଁ ସଭାପତି ହେଲେ ଜଗନ୍ନାଥ ମହାପାତ୍ର ନବରଙ୍ଗପୁର ଲାଇନ୍ସ କ୍ଲବ ର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୨୦୨୨ -୨୩ ବର୍ଷ ପାଇଁ ଲାଇନ୍ସ କ୍ଲବର କର୍ମକର୍ତ୍ତା ନିର୍ବାଚନ ସମନ୍ଧରେ ଆଲୋଚନା ହୋଇଥିଲା । ଲାଏନ୍ସ କେ ଡି ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ଲାଏନ୍ସ ଜଗନ୍ନାଥ ମହାପାତ୍ରଙ୍କୁ ପୁନର୍ବାର ଆଗାମୀ ୨୦୨୨ -୨୩ ବର୍ଷ ପାଇଁ ସଭାପତି ରୂପେ ମନୋନୀତ କରଯାଇଥିଲା `। ଅନୁରୂପ ଭାବେ ଲାଏନ୍ସ ଭୂବିନି ସୁରଙ୍କୁ କ୍ଲବର ସମ୍ପାଦକ ରୂପେ , ଲାଏନ୍ସ ବିଜୟ ଜୈନଙ୍କୁ କୋଷାଧ୍ୟକ୍ଷ ରୂପେ ,ଲାଏନ୍ସ ପି ଏସ ଆର ଶେଖର ମୂର୍ତି ଓ ଲାଏନ୍ସ ପି ନନ୍ଦୀ କେସର ରେଡ୍ଡୀଙ୍କୁ ପ୍ରଥମ ଓ ଦ୍ଵିତୀୟ ଉପସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଲାଏନ୍ସ କ୍ଳବର ସାମ୍ବିଧାନିକ ନିୟମ ପ୍ରକାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାରେ ଲାଏନ୍ସ ପି ଏଲ ମୁର୍ତୀ ,ଶ୍ରୀକାନ୍ତ ମହାନ୍ତି ଓ ଲାଏନ୍ସ ଦିଲୀପ ଦାସ , ଅଖିଳ ଭଟ୍ଟ,ପପୁ ଜୈନ,ରବି ରେଡ୍ଡୀ ସହାୟତା କରିଥିଲେ । ପରିଶେଷରେ ଲାଏନ୍ସ ମୁରୁଳି ପ୍ରସାଦ ଦାଶ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକ ବହୁ ସଂଖ୍ୟାରେ ଲାଏନ୍ସ ମାନେ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ , ବିଶିଷ୍ଟ ସମାଜସେବୀ ତଥା ଲାଏନ୍ସ ଜଗନ୍ନାଥ ମହାପାତ୍ର ଚତୁର୍ଥ ଥର ପାଇଁ ସଭାପତି ରୂପେ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।