ଅଣଓଡ଼ିଆ ଏଜେନ୍ସି କୁ କାମ ଯୋଗାଇ ଶ୍ରମିକ ମାରଣ ନୀତି ଅପଣାଇଛି ଟାଟା ପାୱାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଟାଟା ପାୱାର କମ୍ପାନୀ ଓଡ଼ିଶାରେ ଅଣ ଓଡ଼ିଆ ଏଜେନ୍ସି କୁ କାମ ଯୋଗାଇ ଶ୍ରମିକ ମାରଣ ନୀତି ଅପଣାଇଥିବା ଅଭିଯୋଗ ଉଠିଛି । ଖୁବ କମ ପାରିଶ୍ରମିକ ଦେଇ ଯୁବକ ମାନଙ୍କୁ ୪୪୦ ଭୋଲଟ୍ ଭଳି ବିପଦ ସଂକୁଳ କାର୍ଯ୍ୟରେ ଖଟାଉଥିବା କୁହାଯାଉଛି ।କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇ ପ୍ରତିଶୃତି ଭୁଲିଯାଇଛି କମ୍ପାନୀ ।ଯାହାଫଳରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ଲାଇ ଲାଇ ପଞ୍ଚାୟତ ତିଲି ଗ୍ରାମର ନିରୀହ ଆଦିବାସୀ ଯୁବକ ସୁରେଶ ଶବର । ୨୦୨୧ ମସିହା ଜୁଲାଇ ମାସରେ ରାୟଗଡା ଓ ଜୟପୁର ସର୍କଲରେ ତ୍ରିଫେଜ ରିଡିଙ୍ଗ କାର୍ଯ୍ୟ ସମ୍ପାଦନା କରିବା ନିମନ୍ତେ ଟାଟା କମ୍ପାନୀ ରାଜସ୍ଥାନ ର ଭନମାରିଆ ଏଜେନ୍ସିକୁ କାର୍ଯ୍ୟଭାର ଦେଇଥିଲା । ଏହି କାର୍ଯ୍ୟ ସମ୍ପାଦନ କରିବା ସମୟରେ ଜଙ୍ଗଲ ଭିତରେ ଗଜପତି ଜିଲ୍ଲା ଗାରାବନ୍ଧ ବ୍ଲକ ଲାଇଲାଇ ପଞ୍ଚାୟତ ତିଲି ଗ୍ରାମ ର ନିୟୋଜିତ ୨୫ ବର୍ଷୀୟ ଆଦିବାସୀ ଯୁବକ ସୁରେଶ ଶବର ସାପ କାମୁଡ଼ାରେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଥିପାଇଁ ପରିବାର ଲୋକ ଟାଟା କମ୍ପାନୀର ଅସୁରକ୍ଷିତ ବ୍ୟବସ୍ଥା କୁ ଦାୟୀ କରିଛନ୍ତି । ପରେ ସୁରେଶ ଙ୍କ ପରିବାର ଟାଟା ସହ ଚୁକ୍ତିବଦ୍ଧ ରହି ଏହି ଅଂଚଳର ଦାୟିତ୍ୱ ନେଇଥିବା ଭନମାରିଆ କମ୍ପାନୀ ର ଜେନେରାଲ ମ୍ୟାନେଜର ଅଙ୍କିତ ସିଂହାଲ ଙ୍କ ସହ ସର୍କଲ ସର୍କଲ ଇନଚାର୍ଜ ହରିହର ଶତପଥୀ ଓ ସୁପର ଭାଇଜର ୱାଇ ମନମାଧା ଙ୍କ ମାଧ୍ୟମରେ ଯୋଗାଯୋଗ କରିବାରୁ ଭାନମରିଆ କମ୍ପାନୀ ପକ୍ଷରୁ ୨୫୦୦୦ ଟଙ୍କା ଶବ ସତ୍କାର ନିମନ୍ତେ ପାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ସୁବିଧା ପାଇନାହାନ୍ତି । ପରିବାରର ଭରଣପୋଷଣ ନିମନ୍ତେ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ସହ ପରିବାରର ଜଣେ ବ୍ୟକ୍ତିଙ୍କୁ ଚାକିରୀ ଯୋଗାଇ ଦେବାକୁ ଦାବୀ ହେଉଛି । ଅନ୍ୟ ପକ୍ଷରେ ସୁରେଶ ଶବର ଙ୍କ ଗ୍ରାମବାସୀ ବିଶ୍ୱ ହିନ୍ଦୁ ପରିଷଦ ର କର୍ମକର୍ତ୍ତା ବୃନ୍ଦ ହୋଇ ଥିବାରୁ ପରିଷଦ ପକ୍ଷରୁ ଦାବୀ ପୁରଣ ନିମନ୍ତେ ଆନ୍ଦୋଳତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ…!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଉପଖଣ୍ଡ ସ୍ଥରୀୟ ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ନାୟକ ଏବଂ ଅନ୍ୟତମ ଅତିଥି ଭାବେ ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ଉପସ୍ଥିତ ରହି ମଞ୍ଚାସୀନ ହୋଇଥିଲେ ।  ପ୍ରଥମେ ବୀର ପୁରୁଷ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ସାଧାରଣ ସଭା ଓ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ସଂଯୋଜନା କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ଅଚାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଶ୍ରୀ ଧନଞ୍ଜୟ ବେହେରା ଓ ଶ୍ରୀ ଅନନ୍ତ ପାତ୍ର ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l