ଗୁଣପୁର ରୁ ଆରମ୍ଭ ହେଲା ପରିବର୍ତ୍ତନ ର ସ୍ଵର ; ବିଜେଡି କୁ କଡା ଜବାବ ଦେଲେ ସ୍ଵାଧୀନ ପ୍ରାର୍ଥୀ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ପୌର ନିର୍ବାଚନ ଶେଷ ହେବାପରେ ବିଜୟୀ ଶିବିର ରେ ଆନନ୍ଦ ର ଲହରୀ ଦେଖା ଦେଇଛି । ରାୟଗଡା ଜିଲ୍ଲାରେ ଥିବା ରାୟଗଡା,ଗୁଣପୁର, ଗୁଡାରୀ ମଧ୍ୟରୁ ଦୁଇଟିରେ ବିଜେଡି ବାଜିମାତ କରିଥିବା ବେଳେ ଗୁଣପୁରରେ ବିଧାନସଭା ନିର୍ବାଚନ ପରେ ପରେ ବିଜେଡିରୁ ନିଲମ୍ବିତ ପ୍ରାକ୍ତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓରଫ ସାନ ଗୌଡ଼ ଙ୍କ ନେତୃତ୍ୱରେ ପରିଚାଳିତ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଆସନକୁ ହାତେଇ ନେଇଛି । ସଦ୍ୟ ସଦ୍ୟ ହୋଇଯାଇଥିବା ପ୍ରଞ୍ଚାୟତ ନିର୍ବାଚନରେ ଗୁଣପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ପଦବୀ ସାନ ଗୌଡ଼ ଙ୍କ ସମର୍ଥିତ ପ୍ରାର୍ଥୀ ହାତେଇ ନେବା ପରେ ରାୟଗଡା ଜିଲ୍ଲାରେ ବିଜେଡି ଦଳ ମଧ୍ୟରେ ଗୁଣପୁର ପୌର ଆସନ ଏକ ସମ୍ମାନର ପ୍ରଶ୍ନ ହୋଇ ଯାଇଥିଲା । ଏଠାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ଜିଲ୍ଲା ଓ ରାଜ୍ୟର ମୂଖ୍ୟ ନେତାମାନେ ଡେରା ପକାଇ ଥିଲେ । ଅଧ୍ୟକ୍ଷା ପଦବୀ ନିମନ୍ତେ ସାନ ଗୌଡ଼ ଙ୍କ ପତ୍ନୀ ଶ୍ରୀମତୀ ମମତା ଗୌଡ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ସୁଧୀର ଦାସ ଙ୍କ ବଡ଼ ଭଉଣୀ ଶ୍ରୀମତୀ ସଂଯୁକ୍ତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଚାର ଆରମ୍ଭ ପୂର୍ବରୁ ସାନ ଗୌଡ଼ ଙ୍କ ସ୍ତ୍ରୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାର ଏକ ରକମର ସମ୍ଭାବନା ରହିଥିବାରୁ ବିଜେଡି ପକ୍ଷରୁ ଏହାଙ୍କୁ ହରାଇବା ନିମନ୍ତେ କସରତ ଆରମ୍ଭ ହୋଇଥିଲା ।ନିର୍ବାଚନ ପାଖେଇ ଆସୁଥିବା ବେଳେ ସାନ ଗୌଡ଼ ଙ୍କ ସ୍ତ୍ରୀ ଜିତିବା ଉଜ୍ବଳ ଦେଖା ଯାଉଥିବା ହେତୁ ୱାର୍ଡ ଗୁଡିକୁ ହାତେଇବା ପାଇଁ ବିଜେଡି ସମସ୍ତ ପ୍ରକାରର ଚେଷ୍ଟା ଚଳାଇଥିଲା ଏଭଳିକି କିଛି ଗଣ ମାଧ୍ୟମ ଓ ସୋସିଆଲ ମିଡିଆ ଚଳନ୍ତି ସରକାର ଙ୍କ ଯୋଜନା ଗୁଡିକୁ ଉପସ୍ଥାପନା କରି ଭୋଟର ଙ୍କୁ ଆକୃଷ୍ଟ କରାଇବା ସହ ଶ୍ରୀ ଗୌଡ ଙ୍କ ଅଧ୍ୟକ୍ଷତା ସମୟରେ ହୋଇଯାଇଥିବା କାର୍ଯ୍ୟ ଗୁଡିକୁ ପରୋକ୍ଷ ଭାବେ ବିରୋଧ କରି ଭୋଟର ଙ୍କ ନିକଟରେ ପହଞ୍ଚାଇ ବିଜେଡି କୁ ଜିତାଇବା ନିମନ୍ତେ କରିଥିବା ପ୍ରୟାସ କୁ ନିର୍ବାଚନୀ ଫଳାଫଳ ଭୂଲ ପ୍ରମାଣିତ କରିଛି । ପ୍ରଚାର ଶେଷ ଦିବସରେ ନାଗରିକ କମିଟି ପକ୍ଷରୁ ବଣ୍ଟନ କରାଯାଇଥିବା ପ୍ରଚାର ପତ୍ର ଏସବୁକୁ ଚେକ୍ ଡ୍ୟାମ୍ ଦେଇଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । କିଛି ୱାର୍ଡ ରେ ବିଜେଡି ର କାର୍ଯ୍ୟରତ କର୍ମୀ କାଉନ୍ସିଲର ପ୍ରାର୍ଥୀ ଙ୍କୁ ଶଙ୍ଖ ଚିହ୍ନ ରେ ଏବଂ ଅଧ୍ୟକ୍ଷା ପ୍ରାର୍ଥୀ ଙ୍କୁ ସାଇକେଲ୍ ଚିହ୍ନ ରେ ଭୋଟ ଦେବା ନିମନ୍ତେ ପ୍ରଚାର କରିଥିବା ବିଷୟ ବର୍ତ୍ତମାନ୍ ସାଧାରଣ ରେ ଚର୍ଚ୍ଚିତ ହେବା ସହ କୌତୁହଳ ସୃଷ୍ଟି କରିଛି । ଘୋଷିତ ୧୯ ଗୋଟି ୱାର୍ଡ ମଧ୍ୟରୁ ୧୧ ଗୋଟି ୱାର୍ଡରେ ସାନ ଗୌଡ଼ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ପଳାଫଳ ଘୋଷଣା ପରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ନେଇ ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ନିଜ ଘର ପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରାରେ ଯାଇଥିଲେ । ସନ୍ଧ୍ୟାରେ ୨ନମ୍ବର ୱାର୍ଡ ଠାରେ ସ୍ୱାଧୀନ ପ୍ରାର୍ଥୀ ସମର୍ଥିତ ବ୍ୟକ୍ତି ମାନେ ଶ୍ରୀ ଗୌଡ଼ ଏବଂ ଶ୍ରୀମତୀ ଗୌଡ଼ ଙ୍କ ତୈଳ ଚିତ୍ର ରେ କ୍ଷୀର ଅଭିଷେକ କରି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

