ଆଜି ମହାଶିବରାତ୍ରି ; ରାତ୍ର ରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ଆଜି ପବିତ୍ର ମହାଶିବରାତ୍ରି। ଜାଗର ପାଇଁ ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭିଡ଼ ଲାଗିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।  ଡିସିପି ଏହାର ଦାୟିତ୍ୱ ନେଇଛନ୍ତି। କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୁଲିସ କମିଶନର କହିଛନ୍ତି।

ମହା ଶିବରାତ୍ରୀ ରେ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ମହାଶିବରାତ୍ରୀ। ଏହି ଅବସରରେ ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରାତିରେ ମହାଦୀପ ଉଠିବ। ତେବେ ରାଜ୍ୟରୁ ଏଯାଏ କୋଭିଡର ଡର ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି। ଏଥିପାଇଁ ପ୍ରମୁଖ ଶିବାଳୟରେ ଭକ୍ତଙ୍କ ଗହଳି ଲାଗି ନପାରେ। ଚଳିତ ଥର ବି ବିନା ଭକ୍ତରେ ପୂଜା ପାଇବେ ବାବା ଧବଳେଶ୍ୱର। କଟକ ଜିଲ୍ଲା ‌ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ  ବି  ଫିକା  ପଡିବ ଜାଗର ପର୍ବ।  କୋଭିଡ କଟକଣା ପାଇଁ  ପୀଠରେ  ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ  ହୋଇଛି।  ସକାଳ ୫ଟା ରୁ ୨  ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।  ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ।  ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କ ଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ।

ବିଜେଡି, ବିଜେପି ଚିତ୍‌ପଟାଙ୍ଗ; ବାଜି ମାରିନେଲେ ପରିବା ବେପାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପରିବା ବ୍ୟବସାୟରୁ ରାଜନୀତିକୁ ଲମ୍ୱା ଡିଆଁ ମାରିଛନ୍ତି ଟି. ଶ୍ରୀଧର। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚିତ୍‌ପଟାଙ୍ଗ କରିଛନ୍ତି। ଆଉ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଜୋନ-୧କୁ ନିଜ ଅକ୍ତିଆର୍‌ରେ ରଖିଛନ୍ତି। ଶ୍ରୀଧର କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ପରିବା ବ୍ୟବସାୟରୁ ରାଜନୀତିକୁ ଲମ୍ୱା ଡିଆଁ ମାରିଛନ୍ତି ଟି. ଶ୍ରୀଧର। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚିତ୍‌ପଟାଙ୍ଗ କରିଛନ୍ତି। ଆଉ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଜୋନ-୧କୁ ନିଜ ଅକ୍ତିଆର୍‌ରେ ରଖିଛନ୍ତି। ଶ୍ରୀଧର କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀଧର ବାଜି ମାରି ନେଇଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ସେ ୨୫୦ରୁ ଅଧିକ ଭୋଟ୍‌ରେ ହରାଇ ହରାଇଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନରେ ତ୍ରିମୁଖି ଲଢେଇ ହୋଇଥିଲା। ତେବେ ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟୀ ଲାଭ କରିଛନ୍ତି। ଜିତିବା ପରେ ଶ୍ରୀଧର କହିଛନ୍ତି, କଂଗ୍ରେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢ଼ିଥିଲି। ରାମନାଗୁଡ଼ାର ମୁଁ ଜଣେ ଛୋଟ ପରିବା ବ୍ୟବସାୟୀ। ଚାଷୀଙ୍କଠୁ ପରିବା ଆଣି ମୁଁ ବିକ୍ରି କରେ। ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଛି। ଗରିବମାନଙ୍କ ପାଇଁ ସେବା କରିବି। ଲୋକମାନେ ଯେଉଁଭଳି ଭାବେ ମୋତେ ସମର୍ଥନ କରି ଭୋଟ୍‌ ଦେଇ ଜିତାଇଛନ୍ତି, ଏଥିପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀଧର କହିଛନ୍ତି।

ଆଜିର ରାଶିଫଳ – ୧ ମାର୍ଚ୍ଚ, ମଙ୍ଗଳବାର

ମେଷ: ଆଜିର ଦିନ ଶୁଭଫଳ ପ୍ରଦାନ କରିବ। ମହିଳାମାନେ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ନୂଆ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ।

ବୃଷ: ଆଜି କମ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। କୋର୍ଟ କଚେରିରେ ବିଚାରଧୀନ ମାଲିମୋକଦମାରେ ଜୟଯୁକ୍ତ ହେବେ।

ମିଥୁନ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ: ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ: ଆଜି ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।

କନ୍ୟା:  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ। ଆକସ୍ମିକ ଧନଲାଭ ହେବ।

କନ୍ୟା: ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିବେ। ଅର୍ଥ ଓ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ।

ତୁଳା: ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ବିଚ୍ଛା: ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବାଦ-ବିବାଦ କରନ୍ତୁ ନାହିଁ। ମାନ-ସମ୍ମାନ ବଢ଼ିବ।

ମକର: ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଘରକୁ ଅତିଥି ଆସିପାରନ୍ତି। ନୂଆ ଜାଗା କିଣି ପାରନ୍ତି।

କୁମ୍ଭ: ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।ଶତ୍ରୁମାନେ ପରାସ୍ତ ହେବେ।

ମୀନ: ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଘର କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ।