ଗୁଣପୁର ଠାରେ ବ୍ଲକ ସ୍ତରୀୟ ମୂର୍ତ୍ତିକା ମେଳା ଅନୁଷ୍ଠିତ ।

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଠାରେ ବ୍ଲକ ସ୍ଥାରୀୟ ମୂର୍ତ୍ତିକା ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଃଶାସନ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ , ଗୁଣପୁର ବ୍ଲକ କୃଷି ଅଧିକାରୀ କେ ଧର୍ମାରାଜୁ , ଗୁଣପୁର ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଝିଲ୍ଲୀ ଶବର , ଗୁଣପୁର ପଞ୍ଚାୟତ ସମିତି ଉପାଧକ୍ଷ ଶ୍ରୀ ସୁଦର୍ଶନ ଶବର ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ । ଏହି ଅବସର ରେ ଆୟୋଜିତ ସଭା ରେ ଗୁଣପୁର ବ୍ଲକ ର ନବନିର୍ବାଚିତ ୧୯ ଗୋଟି ପଞ୍ଚାୟତ ର ସମସ୍ତ ସମିତି ସଭ୍ୟ , ସରପଞ୍ଚ ଓ କୃଷକ ସାଥି ମାନଙ୍କ ସହ ୧୯ ଗୋଟି ପଞ୍ଚାୟତ ର ଭି.ଏ.ଡବ୍ଲୁ ମାନେ ଉପସ୍ଥିତ ରହିଥିଲେ । ଆୟୋଜିତ ଏହି ସଭା ରେ କୃଷକ ମାନେ କିପରି ନିଜ ମାଟି ର ଯତ୍ନ ନେବା ସହ ଚାଷ ଉପଯୋଗୀ କରି ଉତ୍ତମ ଖାଦ୍ୟ ଶସ୍ୟ ଉତ୍ପାଦନ କରିହେବ ତାହା ର ପ୍ରକ୍ରିୟା ଏବଂ କୌଶଳ ବିଷୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆଲୋକପାତ କରିଥିଲେ ।

ଅଧକ୍ଷା ଙ୍କ ଦାୟିତ୍ଵ ଗ୍ରହଣ ରେ ବିଡିଓ ଙ୍କ ଅନୁପସ୍ଥିତି କୁ ନେଇ ସାଧାରଣ ରେ ଚର୍ଚ୍ଚା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ରେ ନିର୍ବାଚନ ସାରିବା ପରେ ବିଜେଡ଼ି କୁ ପରାସ୍ତ କରି ସ୍ଵାଧୀନ ପ୍ରାର୍ଥୀ ତଥା ବିଜେଡି ର ବିଦ୍ରୋହୀ ନେତା ଶିବ ପ୍ରସାଦ ଗୌଡ ଓରଫ ସାନ ଗୌଡ ଙ୍କ ସମର୍ଥିତ ଝିଲ୍ଲି ଶବର ଅଧ୍ୟକ୍ଷା ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଙ୍କ ନେତୃତ୍ବରେ ନବ ନିର୍ବାଚିତ ବ୍ଲକ ଉପାଧକ୍ଷ ସୁଦର୍ଶନ ଶବର ଓ ତାଙ୍କ ସମର୍ଥିକ ନେତା ଏବଂ କର୍ମୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ । ସେଠାରେ ପୂଜା ପାଠ ପରେ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିଥିଲେ ।

କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ର ସମସ୍ତ କର୍ମକର୍ତ୍ତା ଓ ସରପଞ୍ଚ, ସମିତି ସଭ୍ଯ ଉପସ୍ଥିତ ଥିଲେ । ଅନୁଷ୍ଠିିତ ଏହି କାର୍ଯ୍ୟକ୍ରମରେ ବିଡିଓ ଶାନ୍ତି ପ୍ରଭା ପ୍ରଧାନ ଙ୍କ ଅନୁପସ୍ଥିତି ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚା ହେଉଛି ।  ବର୍ତ୍ତମାନ୍ ଦାୟିତ୍ଵ ଗ୍ରହଣ କରିଥିବା ଅଧ୍ୟକ୍ଷା ଓ ତାଙ୍କ ସମର୍ଥକ ଙ୍କୁ ନିର୍ବାଚନ ରେ ହଟାଇବା ନିମନ୍ତେ ପରୋକ୍ଷ ଭାବେ ଶ୍ରୀମତୀ ପ୍ରଧାନ ଚଳାଇଥିବା ଚାଲ ଫେଲ ମାରିଥିବା ଯୋଗୁଁ ଶ୍ରୀମତୀ ପ୍ରଧାନ ମୁହଁ ଲୁଚାଇ ରହିଲେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସମୟ କହିବ କେଉଁ ପାଣି କୁଆଡେ ଯାଉଚି ।

ଗୁଣପୁର ରୁ ଆରମ୍ଭ ହେଲା ପରିବର୍ତ୍ତନ ର ସ୍ଵର ; ବିଜେଡି କୁ କଡା ଜବାବ ଦେଲେ ସ୍ଵାଧୀନ ପ୍ରାର୍ଥୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ପୌର ନିର୍ବାଚନ ଶେଷ ହେବାପରେ ବିଜୟୀ ଶିବିର ରେ ଆନନ୍ଦ ର ଲହରୀ ଦେଖା ଦେଇଛି । ରାୟଗଡା ଜିଲ୍ଲାରେ ଥିବା ରାୟଗଡା,ଗୁଣପୁର, ଗୁଡାରୀ ମଧ୍ୟରୁ ଦୁଇଟିରେ ବିଜେଡି ବାଜିମାତ କରିଥିବା ବେଳେ ଗୁଣପୁରରେ ବିଧାନସଭା ନିର୍ବାଚନ ପରେ ପରେ ବିଜେଡିରୁ ନିଲମ୍ବିତ ପ୍ରାକ୍ତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓରଫ ସାନ ଗୌଡ଼ ଙ୍କ ନେତୃତ୍ୱରେ ପରିଚାଳିତ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଆସନକୁ ହାତେଇ ନେଇଛି । ସଦ୍ୟ ସଦ୍ୟ ହୋଇଯାଇଥିବା ପ୍ରଞ୍ଚାୟତ ନିର୍ବାଚନରେ ଗୁଣପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ପଦବୀ ସାନ ଗୌଡ଼ ଙ୍କ ସମର୍ଥିତ ପ୍ରାର୍ଥୀ ହାତେଇ ନେବା ପରେ ରାୟଗଡା ଜିଲ୍ଲାରେ ବିଜେଡି ଦଳ ମଧ୍ୟରେ ଗୁଣପୁର ପୌର ଆସନ ଏକ ସମ୍ମାନର ପ୍ରଶ୍ନ ହୋଇ ଯାଇଥିଲା । ଏଠାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ଜିଲ୍ଲା ଓ ରାଜ୍ୟର ମୂଖ୍ୟ ନେତାମାନେ ଡେରା ପକାଇ ଥିଲେ । ଅଧ୍ୟକ୍ଷା ପଦବୀ ନିମନ୍ତେ ସାନ ଗୌଡ଼ ଙ୍କ ପତ୍ନୀ ଶ୍ରୀମତୀ ମମତା ଗୌଡ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ସୁଧୀର ଦାସ ଙ୍କ ବଡ଼ ଭଉଣୀ ଶ୍ରୀମତୀ ସଂଯୁକ୍ତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଚାର ଆରମ୍ଭ ପୂର୍ବରୁ ସାନ ଗୌଡ଼ ଙ୍କ ସ୍ତ୍ରୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାର ଏକ ରକମର ସମ୍ଭାବନା ରହିଥିବାରୁ ବିଜେଡି ପକ୍ଷରୁ ଏହାଙ୍କୁ ହରାଇବା ନିମନ୍ତେ କସରତ ଆରମ୍ଭ ହୋଇଥିଲା ।ନିର୍ବାଚନ ପାଖେଇ ଆସୁଥିବା ବେଳେ ସାନ ଗୌଡ଼ ଙ୍କ ସ୍ତ୍ରୀ ଜିତିବା ଉଜ୍ବଳ ଦେଖା ଯାଉଥିବା ହେତୁ ୱାର୍ଡ ଗୁଡିକୁ ହାତେଇବା ପାଇଁ ବିଜେଡି ସମସ୍ତ ପ୍ରକାରର ଚେଷ୍ଟା ଚଳାଇଥିଲା ଏଭଳିକି କିଛି ଗଣ ମାଧ୍ୟମ ଓ ସୋସିଆଲ ମିଡିଆ ଚଳନ୍ତି ସରକାର ଙ୍କ ଯୋଜନା ଗୁଡିକୁ ଉପସ୍ଥାପନା କରି ଭୋଟର ଙ୍କୁ ଆକୃଷ୍ଟ କରାଇବା ସହ ଶ୍ରୀ ଗୌଡ ଙ୍କ ଅଧ୍ୟକ୍ଷତା ସମୟରେ ହୋଇଯାଇଥିବା କାର୍ଯ୍ୟ ଗୁଡିକୁ ପରୋକ୍ଷ ଭାବେ ବିରୋଧ କରି ଭୋଟର ଙ୍କ ନିକଟରେ ପହଞ୍ଚାଇ ବିଜେଡି କୁ ଜିତାଇବା ନିମନ୍ତେ କରିଥିବା ପ୍ରୟାସ କୁ ନିର୍ବାଚନୀ ଫଳାଫଳ ଭୂଲ ପ୍ରମାଣିତ କରିଛି । ପ୍ରଚାର ଶେଷ ଦିବସରେ ନାଗରିକ କମିଟି ପକ୍ଷରୁ ବଣ୍ଟନ କରାଯାଇଥିବା ପ୍ରଚାର ପତ୍ର ଏସବୁକୁ ଚେକ୍ ଡ୍ୟାମ୍ ଦେଇଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । କିଛି ୱାର୍ଡ ରେ ବିଜେଡି ର କାର୍ଯ୍ୟରତ କର୍ମୀ କାଉନ୍ସିଲର ପ୍ରାର୍ଥୀ ଙ୍କୁ ଶଙ୍ଖ ଚିହ୍ନ ରେ ଏବଂ ଅଧ୍ୟକ୍ଷା ପ୍ରାର୍ଥୀ ଙ୍କୁ ସାଇକେଲ୍ ଚିହ୍ନ ରେ ଭୋଟ ଦେବା ନିମନ୍ତେ ପ୍ରଚାର କରିଥିବା ବିଷୟ ବର୍ତ୍ତମାନ୍ ସାଧାରଣ ରେ ଚର୍ଚ୍ଚିତ ହେବା ସହ କୌତୁହଳ ସୃଷ୍ଟି କରିଛି । ଘୋଷିତ ୧୯ ଗୋଟି ୱାର୍ଡ ମଧ୍ୟରୁ ୧୧ ଗୋଟି ୱାର୍ଡରେ ସାନ ଗୌଡ଼ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ପଳାଫଳ ଘୋଷଣା ପରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ନେଇ ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ନିଜ ଘର ପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରାରେ ଯାଇଥିଲେ । ସନ୍ଧ୍ୟାରେ ୨ନମ୍ବର ୱାର୍ଡ ଠାରେ ସ୍ୱାଧୀନ ପ୍ରାର୍ଥୀ ସମର୍ଥିତ ବ୍ୟକ୍ତି ମାନେ ଶ୍ରୀ ଗୌଡ଼ ଏବଂ ଶ୍ରୀମତୀ ଗୌଡ଼ ଙ୍କ ତୈଳ ଚିତ୍ର ରେ କ୍ଷୀର ଅଭିଷେକ କରି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

ଗୁଣପୁର ଜି.ଆଇ.ଇ.ଟି ୟୁନିଭରସିଟି ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣପୁର ରେ ଆନ୍ତର୍ଜାତୀୟ ମହିଳା ଦିବସ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଫ୍ଲିପକାର୍ଟ ର ଅସୋସିଏଟ ଡ଼ିରେକ୍ଟର ସୁଶ୍ରୀ ଇଶାଦର୍ଶୀ ପି ମିଶ୍ର ଆକର୍ଷଣୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସତ୍ୟ ପ୍ରକାଶ ପଣ୍ଡା , ଉପାଧକ୍ଷ ଶ୍ରୀ ଚନ୍ଦ୍ର ଧ୍ୱଜ ପଣ୍ଡା , ଡିରେକ୍ଟର ଜେନେରାଲ ଶ୍ରୀ ଜଗଦୀଶ ପଣ୍ଡା ଓ ଭାଇସ ଚାନ୍ସଲର ଗୌତମ ଘୋଷ ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ । ଏହି ଅବସରରେ ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ଆଜିର ଦିନ କୁ ସଦା ସର୍ବଦା ମନେ ରଖି ନାରୀ ସୁରକ୍ଷା କୁ ଗୁରୁତ୍ୱ ଦେବା ସହ ମହିଳା ଓ ଛାତ୍ରୀ ମାନଙ୍କ ମନୋବଳ କୁ ନିଜ ଅଭିଭାଷଣ ଜରିଆ ରେ ଦୁଇଗୁଣ କରିଥିଲେ । ଅନ୍ୟତମ ସଂମାନୀୟ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ୟୁ ଜି ସି ର ସ୍ଵୟଂ ଶାସିତ ବିଭାଗର ଶ୍ରୀମତୀ ଭି କେ ସୁଦର୍ଶନା ଦେବୀ ଏକ ବାର୍ତ୍ତା ମାଧ୍ୟମରେ ଆନ୍ତର୍ଜାତୀୟ ମହିଳା ଦିବସ ର ଶୁଭେଚ୍ଛା ଜଣାଇଥିଲେ ।

ପରେ ଅନୁଷ୍ଠାନରେ ଅଧ୍ୟୟନ ସାରିଥିବା ଛାତ୍ରୀ ମାନଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରେରଣା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । । ଉକ୍ତ କାର୍ଯ୍ୟକ୍ରମ ରେ ବିଶ୍ୱ ବିଦ୍ୟାଳୟ ର ଅଧ୍ୟାପିକା ଡ଼ଃ ବନ୍ଦିତା ସାହୁ , ଡ଼ଃ ରିଣୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ଅଧ୍ୟାପିକା ଘନିଷ୍ଠା ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ରେଜିଷ୍ଟ୍ରାର ଡ଼ ଏନ.ଭି.ଜେ.ରାଓ ଡିନ , ବିଭାଗୀୟ ମୁଖ୍ୟ, ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।ଏହି ବିଶ୍ବ ମହିଳା ଦିବସ ପାଳନ କରିବା ପାଇଁ ଗତ ଏକ ସପ୍ତାହ ବ୍ୟାପି ଝୋଟି, ଖୋ କୋ , ବକୃତା , ପ୍ରବନ୍ଧ ଲିଖନ, ଚିତ୍ରଙ୍କନ ପ୍ରଭୃତି ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ର ପରିଶେଷ ରେ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଆକର୍ଷଣୀୟ ଅତିଥି ଏବଂ ସମ୍ମାନୀୟ ଅତିଥି ଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ଆବାହକ ପ୍ରଫେସର ସୁମନ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ଆବାହକ ଡ଼. ପ୍ରତିଭା କର ଧନ୍ୟବାଦ ଅର୍ପଣ କରିଥିଲେ ।

ପୌର ନିର୍ବାଚନ ପାଇଁ ଦଳୀୟ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମକର୍ତ୍ତାମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୌର ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇଛନ୍ତି। ପଂଚାୟତ ନିର୍ବାଚନରେ ମିଳିଥିବା ବିପୁଳ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ପୌର ନିର୍ବାଚନରେ ସେହି ସମାନ ସଫଳତାକୁ ଦୋହରାଇବାକୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ନବୀନ ଆଜି ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ବିରୋଧୀ ଦଳର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ପଂଚାୟତ ନିର୍ବାଚନରେ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ଏହି ବିଜୟ ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଫଳାଫଳ ଆଗକୁ ଆହୁରି କଠି ପରିଶ୍ରମ କରିବାକୁ ପ୍ରେରଣା ଦେବ। ପଂଚାୟତ ନିର୍ବାଚନରେ ବିରୋଧୀ ଦଳ ଅନେକ ଅପପ୍ରଚାର କରିଛନ୍ତି । ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ ଓ ନେଗେଟିଭ ପଲିଟିକ୍ସ କରିଛନ୍ତି। ଆଗାମୀ ପୌର ନିର୍ବାଚନରେ ସେଭଳି ଅପପ୍ରଚାର ସେମାନେ ପୁଣିଥରେ କରିବେ । ତେଣୁ ଲୋକଙ୍କ ଆଗରେ ବିରୋଧୀ ଦଳର ‘ଅପପ୍ରଚାରର ମୁଖା ଖୋଲିବା କାମ ହେଉଛି ଆମ ଦଳର ପ୍ରତ୍ୟେକ ଭାଇଭଉଣୀଙ୍କ ଦାୟିତ୍ୱ’ । ବିରୋଧୀ ଦଳର ମିଛ ଓ ନେଗେଟିଭ ପଲିଟିକ୍ସକୁ ଆମର ସକରାତ୍ମକ ତଥା ସତ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।ପଂଚାୟତ ନିର୍ବାଚନରେ ଯେଭଳି କଠିନ ପରିଶ୍ରମ କରିଥିଲେ, ସେଭଳି ପୌର ନିର୍ବାଚନରେ ମଧ୍ୟ ସେହିଭଳି ଉଦ୍ୟମ ଜାରି ରଖିଲେ ପୁଣିଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବେ। ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡ଼ିଶାର କାମ କରିବ ନାହିଁ। ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠୁ ଦୁର୍ଗମ ଅଂଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ୱାସ ହେବା ଦରକାର । ପଲିଟିକ୍ସ, ଟ୍ରାନ୍ସଫରମେଟିଭ୍ ଗଭର୍ଣ୍ଣାନ୍ସ ଓ ପିପୁଲସ ଏମପାୱାମେଣ୍ଟ ହେଉଛି ଆମର ହଲମାର୍କ । ସହରାଂଚଳରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଂଚମାର୍କ ସୃଷ୍ଟି କରିଛି। ଷ୍ଟ୍ରିଟଲାଇଟଠାରୁ ଆରମ୍ଭ କରି ଇନ୍ଦୋର ଷ୍ଟାଡ଼ିୟମ, ଭଲ ପିଇବା ପାଣିଠୁ ଆରମ୍ଭ କରି ଅତ୍ୟାଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମିଶନ ଶକ୍ତିରେ ମା’ ମାନଙ୍କ ପାଇଁ ରୋଜଗାର ନୂଆ ନୂଆ ସୁଯୋଗ, ୱାର୍ଡସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା, ଅନଲାଇନ୍ ମ୍ୟୁନିସପାଲଟି ସେବା, ସବୁ ବର୍ଗର ଲୋକଙ୍କ ପାଇଁ ପ୍ରତିବଦ୍ଧତାର ସହ କାମ କରିଛୁ ସେସବୁ ଲୋକଙ୍କ ନିକଟରେ ପହଂଚାଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ବିଇଓ ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) –  ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ। ୧୦ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଜଣେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ମହାପାତ୍ରଙ୍କ ଠାରୁ ପେନସନ କରିବା ନିମନ୍ତେ ୧୦ ହାଜର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କୁ ରାୟଗଡ଼ା କାର୍ଯ୍ୟାଳୟରେ ଅଟକ ରଖିଛି ଭିଜିଲାନ୍ସ। ସେ ୬ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପେନସନ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ୩୦୦ ଟଙ୍କା ଓ ୨୯ ଜନ ଶିକ୍ଷକଙ୍କ ଏରିଅର କରିବା ନିମନ୍ତେ ୨୫୦ ଟଙ୍କା ଲେଖାଏ ସହ ମୋଟ ୧୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏନେଇ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାକର ମିଶ୍ର ରାୟଗଡ଼ା ଭିଜିଲାନ୍ସ ମିକଟରେ ଏତଲା ଦେଇଥିଲେ। ଯାହା ପରେ ରାୟଗଡ଼ା ଡିଏସପି ଆରଡି ନାୟକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବିଇଓଙ୍କ ବାସଗୃହରେ ପହଞ୍ଚି ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲେ।

ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ପାସ୍‌, ପୁଣି ଭୋଟ ଦାନରୁ ଦୂରେଇ ରହିଲା ଭାରତ ।

ଏଥର ସମ୍ଭାଳ ବ୍ୟୁରୋ (ମିଳିତ ଜାତିସଂଘ) –  ୟୁକ୍ରେନରେ ରୁଷ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷର ପଦକ୍ଷେପକୁ ନିନ୍ଦା କରାଯାଇଛି। ସେହିପରି ରୁଷ ସୈନ୍ୟ ତୁରନ୍ତ ୟୁକ୍ରେନ ଛାଡ଼ନ୍ତୁ ବୋଲି ପାରିତ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ ଦୂରେଇ ରଖିଛି। ଭାରତ ସମେତ ପାକିସ୍ତାନ, ଚାଇନା ଭଳି ୩୫ଟି ଦେଶ ପ୍ରସ୍ତାବ ଉପରେ ଭୋଟ ଦେଇ ନାହାନ୍ତି। ସେହିପରି ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ମହାସଭାର ୧୪୧ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ରୁଷ ସମେତ ୫ ଦେଶ ଏହା ବିରୋଧରେ ମତ ରଖିଛନ୍ତି। ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାରୁ ଏହା ପାରିତ ହୋଇଛି। ୟୁକ୍ରେନରେ ରୁଷ ଆକ୍ରମଣ କରୁଥିବାରୁ ବିଭିନ୍ନ ରାଷ୍ଟ୍ର ଏହାକୁ ବିରୋଧ କରି ଆସୁଛନ୍ତି। ଏଥିପାଇଁ ଜାତିସଂଘର ବିଭିନ୍ନ ଫୋରମରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ କରାଯାଉଛି। ହେଲେ ଭାରତ ସବୁବେଳେ ନିଜକୁ ପ୍ରସ୍ତାବ ଠାରୁ ଦୂରେଇ ରଖୁଛି। ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦ ଓ ଜାତିସଂଘର ମାନବାଧିକାର ପରିଷଦରେ ଆଗତ ରୁଷ ବିରୋଧୀ ପ୍ରସ୍ତାବର ଭୋଟଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲା। ଏବେ ଜାତିସଂଘ ସାଧାରଣ ମହାସଭାରେ ମଧ୍ୟ ସମାନ ନୀତି ଆପଣାଇଛି। ଏହି ପ୍ରସ୍ତାବରେ ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି। ସେହିପରି ରୁଷର କାର୍ଯ୍ୟକଳାପ ଜାତିସଂଘର ଧାରା ୨୪(୩)ର ଉଲ୍ଲଙ୍ଘନ କରୁଛି ବୋଲି କୁହାଯାଇଛି। ତେଣୁ ରୁଷ ତୁରନ୍ତ ୟୁକ୍ରେନରରୁ ସେନା ପ୍ରତ୍ୟାହାର କରୁ ଓ ଭବିଷ୍ୟତରେ ଜାତିସଂଘର କୌଣସି ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ନ କରୁ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଏହି ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଏହାକୁ ମାନିବା ପାଇଁ କୌଣସି ରାଷ୍ଟ୍ର ବାଧ୍ୟ ନୁହନ୍ତି। କେବଳ ରୁଷ ଉପରେ ଚାପ ପକାଇବାକୁ ଏପରି ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭୋଟ ଦାନରୁ ଦୂରେଇ ରହିଥିଲେ ମଧ୍ୟ ଭୁଟାନ, ମାଳଦ୍ୱୀପ ଓ ଆଫଗାନିସ୍ତାନ ଭଳି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି। ରୁଷ ସପକ୍ଷରେ କେବଳ ବେଲାରୁଷ, ସିରିୟା, ଉତ୍ତର କୋରିଆ ଓ ଇରିଟ୍ରେଆ ଭୋଟ କରିଛନ୍ତି। ଭାରତ ଭୋଟ ଦାନରୁ ବିରତ ରହିଥିଲେ ମଧ୍ୟ ୟୁକ୍ରେନ ଓ ରୁଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛି। ସେହିପରି ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ ୟୁକ୍ରେନ ଓ ରୁଷକୁ ଅନୁରୋଧ କରିଛି।

ଆଜି ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା, ୫୭ ଆସନ ପାଇଁ ଭୋଟିଂ ଆରମ୍ଭ ।

ଏଥର ସମ୍ଭାଳ ବ୍ୟୁରୋ (ଲକ୍ଷ୍ନୌ) – ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ଥିବା ୫୭ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଭୋଟ ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ୬ଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଲୋକେ। କାରଣ ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନ ମଧ୍ୟରେ ଗୋରଖପୁର ମଧ୍ୟ ରହିଛି। ଯୋଗୀ ଆଦିତ୍ୟନାଥ ପ୍ରଥମଥର ପାଇଁ କୌଣସି ବିଧାନସଭା ନିର୍ବାଚନରେ ଲଢ଼େଇ କରୁଛନ୍ତି। ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଥିଲା। ଏହା ତାଙ୍କ ଗଡ଼ ଭାବେ ପରିଚିତ। ଯୋଗୀଙ୍କ ବ୍ୟତୀତ ଏକାଧିକ ବରିଷ୍ଠ ମନ୍ତ୍ରୀ ଓ ହେଭିୱେଟଙ୍କ ଭାଗ୍ୟ ମଧ୍ୟ ଆଜି ଭୋଟ ପରେ ଇଭିଏମରେ ସିଲ୍ ହୋଇଯିବ। ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ ବିଧାନସଭା ୪୦୩ ଆସନରୁ ୨୯୨ଟିରେ ଭୋଟିଂ ଶେଷ ହୋଇଛି। ଏବେ ସମସ୍ତଙ୍କ ଫୋକସ ପୂର୍ବାଞ୍ଚଳ ଉପରେ ରହିଛି। ଏହି ଅଞ୍ଚଳରେ ପ୍ରାୟ ୧୧୧ଟି ଆସନ ପାଇଁ ଭୋଟିଂ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନରୁ ୪୬ଟିରେ ଜିତିଥିଲା। ଏହି ଆସନ ଗୁଡ଼ିକ ଆମ୍ବେଦକର ନଗର, ବଳାରାମପୁର, ସିଦ୍ଧାର୍ଥ ନଗର, ବସ୍ତି, ସନ୍ଥ କବିର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଶିନଗର, ଦେଓରିଆ ଓ ବଲ୍ଲିଆ ଭଳି ଅଞ୍ଚଳରେ ରହିଛି। ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ୫ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଗୋରଖପୁର ଅର୍ବାନ ସିଟ୍‌ରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ୨୦୧୭ରେ ଏଠାରେ ବିଜେପିର ରାଧା ମୋହନ ଦାସ ଅଗ୍ରୱାଲ ପ୍ରାୟ ୬୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ଯୋଗୀଙ୍କୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟି ମହିଳା କାର୍ଡ ଖେଳିଛି। ଦଳ ପକ୍ଷରୁ ଗୋରଖପୁରରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ପତ୍ନୀ ପ୍ରାର୍ଥୀ କରାଯାଇଛି। ସେହିପରି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଯୋଗୀଙ୍କ ବ୍ୟତୀତ ଏହି ପର୍ଯ୍ୟାୟରେ କଂଗ୍ରେସର ଉତ୍ତର ପ୍ରଦେଶ ମୁଖ୍ୟ ଅଜୟ କୁମାର ଲାଲ୍ଲୁ, ସମାଜବାଦୀ ପାର୍ଟିର ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ପାଇଁ ମଧ୍ୟ ଲୋକମାନେ ଭୋଟ କରିବେ। ସୂଚନାଯୋଗ୍ୟ, ରାଜ୍ୟର ବାକି ୫୪ଟି ଆସନ ପାଇଁ ମାର୍ଚ୍ଚ ୭ରେ ଭୋଟିଂ ହେବ। ଏହାପରେ ଅର୍ଥାତ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଆଜିର ରାଶିଫଳ : ୩ ମାର୍ଚ୍ଚ, ଗୁରୁବାର ।

ମେଷ: ଆଜି ଦିନଟି ଆପଣଙ୍କ ପାଇଁ  ଶୁଭ ପ୍ରଦ ହେବ । ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ। ବ୍ୟବସାୟରେ ଲାଭ ମିଳିବ  । ମହିଳା ଓ ଛାତ୍ରଛାତ୍ରୀଙ୍କୁ ମାନସିକ ଶାନ୍ତି ମିଳିବ ।

ବୃଷ: ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ  । ପାରିବାରିକ ଜୀବନ ସୁଖମୟ ହେବ  । ଆର୍ଥିକ ଉନ୍ନତି ଘଟିବ, ଯାହା ଫଳରେ ଭାରାକ୍ରାନ୍ତ ମନ ପ୍ରଫୁଲ୍ଲିତ ରହିବ।

ମିଥୁନ: ଆଜି ଆପଣ ବ୍ୟବସାୟରେ ଲାଭବାନ ହେବେ  । ପାରିବାରିକ ଶାନ୍ତି ମିଳିବ  । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ ।

କର୍କଟ: ଆଜି ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି  । ଆର୍ଥିକ ଉନ୍ନତି  ହେବ  । ମହିଳା ଓ ଛାତ୍ରୀମାନେ  ସମ୍ମାନିତ ହେବେ  ।

ସିଂହ: ଆଜି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ  । ଧନ ସଞ୍ଚୟ ପାଇଁ ଦିନଟି ଅନୁକୂଳ ରହିବ। କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିବ ।

କନ୍ୟା: ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ। ରାଜନୈତିକ କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା: ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନ ହେଲେ  କ୍ଷତି ସହିବାକୁ ପଡିପାରେ । ବହୁଦିନରୁ ଲାଗି ରହିଥିବା ମକଦ୍ଦମାର ସମାଧାନ ହୋଇପାରେ। କୃଷି କ୍ଷେତ୍ରରେ ଉନ୍ନତି କରିବେ, ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ବିଛା: ଆଜି ଦିନଟି ମନ ପ୍ରଫୁଲ ରହିବ । ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ ।

 ଧନୁ: ଆଜି ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ। କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।

ମକର: ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ । ବ୍ୟବସାୟରେ ଲାଭ କମ ହେବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ  ।

କୁମ୍ଭ: ଆଜି କର୍ମକ୍ଷେତ୍ରରେ  ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।

ମୀନ: ଆଜି ଦେହ ମନ ଭଲ ରହିବ,  ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ହାସଲ କରିବେ ।

କିଏ ସମ୍ଭାଳିବ ପୌରାଧକ୍ଷ ପଦବୀ ….?

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) ଆସନ୍ତା ୨୪ରେ ଗୁଣପୁର ପୌର ପରିଷଦ ନିର୍ବାଚନ ହେବାକୁ ଯାଉଛି । ଆଉ ଏହାପରେ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନକୁ ମାସେ ରୁ କମ ସମୟ ଥିବାରୁ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରମୁଖ ତିନି ଦଳ ସହ ସ୍ଵାଧୀନ ପାର୍ଥୀ ଙ୍କ  ପକ୍ଷରୁ କସରତ ଆରମ୍ଭ ହୋଇଛି । ପୌର ପରିଷଦ ଅଧକ୍ଷ ପଦକୁ ନେଇ ଦୌଡ ଆରମ୍ଭ ହୋଇଛି l ଯଦିଓ କେହି ମୁଁହ ଖୋଲି ଦାବିଦାରୀ ରଖିନାହାନ୍ତି , ତଥାପି ଚର୍ଚାରେ ପୂର୍ବତନ ପୌରାଧକ୍ଷ ଙ୍କ ସମର୍ଥିତ ସ୍ଵାଧୀନ । ବର୍ତ୍ତମାନ ନିର୍ବାଚନ ର ସିଧାସଳଖ ଲଢେଇ ରେ ପ୍ରମୁଖ ଦଳ ଗୁଡିକ ପକ୍ଷରୁ କିଏ ହେବେ ପୌରାଧକ୍ଷ ପ୍ରାର୍ଥୀ ଏହାକୁ ନେଇ ସବୁ ସସ୍ପେନ୍ସରେ l ସିଧାସଳଖ ଲଢେଇ ହେଉଥିବାରୁ କୌଣସି ଦଳ ରିକ୍ସ ନେବାକୁ ଚାଁହୁନାହିଁ l ବିରୋଧୀ, ବିଦ୍ରୋହ ଆଶଙ୍କା ଥିବାରୁ ସବୁ ମାପିଚୁପି ବାଟ ଚାଲୁଛନ୍ତି l ଅନୁମାନ କରାଯାଉଛି, ଶୂନ୍ୟରୁ ଖସିଲା ଭଳି କୌଣସି ନୂଆ ମୁଁହଙ୍କୁ ପୌରାଧକ୍ଷ ଟିକେଟ ମିଳିପାରେ l ସେ କିଏ ହେବେ କେହିବି ସଠିକ କଳ୍ପନା କରିପାରୁନାହାନ୍ତି  l  ପ୍ରଥମ ଥର ପାଇଁ ସିଧାସଳଖ ଲୋକଙ୍କ ଭୋଟରେ ନିର୍ବାଚିତ ହେବେ ପୋରାଧକ୍ଷ  l ପୋରାଧକ୍ଷ ପଦ ସବୁ ଦଳ ପାଇଁ ଗୁରୁତ୍ୱପୂର୍ଣ l ତେଣୁ ସବୁ ଦଳ ଏମିତି ବ୍ୟକ୍ତିତ୍ୱ ଖୋଜୁଛନ୍ତି, ଯିଏ ଭୋଟରଙ୍କୁ ନିଜ ଯୋଗ୍ୟତା ବଳରେ ଆକର୍ଷିତ କରିପାରିବ l ଦଳରେ ଗ୍ରହଣୀୟ ହେବା ଭଳି ମାପକାଠି ବି ଦେଖାଯାଉଛି l ଶାସକ ଦଳ ରେ ବିଜେଡି ଥିବା ହେତୁ ଆଶାୟୀ ପ୍ରାର୍ଥୀ ମାଳ ମାଳ  l କେହି ମୁଁହ ଖୋଲିନାହାନ୍ତି, ହେଲେ ଲବି ପ୍ରବଳ l ଦଳର ଜିଲ୍ଲା ସ୍ତରୀୟ ହେବିୱେଟ ନେତା ଙ୍କ ସମ୍ପର୍କୀୟା ମହିଳା ନେତ୍ରୀ ଏ ଦୋୖଡରେ ସଭିଁଙ୍କଠାରୁ ଆଗରେ ଥିବା ନେଇ ଚର୍ଚ୍ଚା ହେଉଛି l ଜିଲ୍ଲା ସ୍ତର ରେ ଦଳ ଗୁଡିକ ମଧ୍ୟରେ ଅନ୍ତରଦ୍ଵନ୍ଦ ଓ ମନମାଳିନ୍ୟ ଥିବା ହେତୁ ସରପ୍ରାଇଜ କାର୍ଡ ବି ଖେଳ ଯାଇପାରେ । ସମ୍ଭାବ୍ୟ ପୌରାଧକ୍ଷ ପ୍ରାର୍ଥୀଙ୍କୁ ନେଇ କେହି କିଛି ଆକଳନ କରିପାରୁନାହାନ୍ତି l

ଗୁଣପୁର ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ l କିନ୍ତୁ ହୋଇଯାଇଥିବା ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କିଛି ଆସନ କଂଗ୍ରେସ ଓ ସ୍ଵାଧୀନ ଛଡାଇ ନେଇଥିବା ହେତୁ ପୌରାଧକ୍ଷ ଆସନକୁ ଯେମିତି ହେଉ ଦଖଲ କରିବା ଏବେ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି l ସେପଟେ କାଉନ୍ସିଲର ଟିକଟ ପାଇଁ ଅଧିକାଂଶ ୱାର୍ଡରୁ ମାଳମାଳ ଆଶାୟୀ ବାହାରିଲେଣି l ଲବି ଜୋରଦାର କଲେଣି l କେତେକ ପୂର୍ବତନ କାଉନ୍ସିଲର ନେତାଙ୍କ ଚାରିପଟେ ଚକ୍କର କାଟୁଛନ୍ତି ତ କିଏ କହୁଛନ୍ତି – ମତେ ଟିକଟ ଦିଅ , ଆଉ କିଏ କହୁଛି -ମୋ ପତ୍ନୀଙ୍କୁ ପ୍ରାର୍ଥୀ କର l ଛାମୁଆ ସଙ୍ଗଠନରେ ଥିବା କିଛି ଯୁବ ନେତା ବି ଏଥର ପ୍ରାର୍ଥୀ ଟିକଟ ନିମନ୍ତେ ଲବି କରୁଥିବା ଜଣାପଡିଛି  l  କଂଗ୍ରେସ ପକ୍ଷରୁ ଏଥର ପୌର ନିର୍ବାଚନ ରେ ବଳ କଷିବାକୁ ପୂରା ପ୍ରସ୍ତୁତ l କୋରାପୁଟ ସାଂସଦ ଅଧୀନରେ ଥିବା ଗୁଣପୁର ଜିଲ୍ଲାପରିଷଦ ର ଦୁଇଟି ଯାକ ଆସନ ଅକ୍ତିଆର କରିବା ପରଠୁ କଂଗ୍ରେସ ମନୋବଳ ବଢୁଛି l ପୂର୍ବଭଳି ପୁଣି ଅଧକ୍ଷ ପଦ କଂଗ୍ରେସ ଦଖଲ କୁ ଆଣିବା ନିମନ୍ତେ କର୍ମକର୍ତ୍ତା ଙ୍କ  ନଜର ରହିଛି l ଦଳ ପାଇଁ ପୌର ନିର୍ବାଚନ ର ମଙ୍ଗ ଧରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲକା l ଏଭଳି ବିଜେପି ଦଳ ରେ ଏକାଧିକ ଆଶାୟୀ ଥିଲେ ହେଁ ଜଣେ ମହିଳା ଙ୍କୁ ଅଚାନକ ରାଜନୀତି ରେ ଆଣି ପ୍ରାର୍ଥୀ କରିବା ଉପରେ ବିଜେପି ବିଚାର ବିମର୍ଷ ଚଳାଇଛି l  ନିର୍ବାଚନ ତାରିଖ ଘୋଷଣା ପରେ ଗତକାଲି ସନ୍ଧ୍ୟା ରେ ସମସ୍ତ ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୯ ଟି ୱାର୍ଡରେ ଆଶାୟୀ ପାର୍ଥୀଙ୍କ ସହ ବୈଠକ ହୋଇଥିଲା l  ଗୁଣପୁର ସମିତି ରେ ଥିବା ୧୯ ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟତଃ ପଞ୍ଚାୟତ ଗୁଡିକ ରେ ନିଜ ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଙ୍କୁ ଜିତାଇ ଗୁଣପୁର ସମିତି ଅଧକ୍ଷ୍ୟା ପଦ କୁ ଅକ୍ତିଆର କରିବା ଦାବୀ କରୁଥିବା ବିଜେଡି ସମର୍ଥିତ ପୂର୍ବତନ ଅଧକ୍ଷ ଶିବ ଗୌଡ (ସାନ) ଏବେ ଗୁଣପୁର ପୌର ଆସନ କୁ ଅକ୍ତିଆର କରିବା ନେଇ ସେମାନଙ୍କ ସମର୍ଥିତ ବ୍ୟକ୍ତି ଆଶା ବାନ୍ଧିଥିବା ବେଳେ ଏହାକୁ ବିଜେଡି ର ବର୍ତ୍ତମାନ ଜିଲ୍ଲା ସଭାପତି ଏବଂ ସମ୍ପାଦକ ଦୃଢ ବିରୋଧ କରି ଅଧକ୍ଷ୍ୟା ଆସନ ପୂର୍ବବତ ଅକ୍ତିଆର ମଧ୍ୟରେ ରଖିବା ନେଇ ଗୋଟି ଚଲାଉଥିବା ଜଣାପଡିଛି । ଏଥି ମଧ୍ୟରେ କେତେକ ସାମ୍ବାଦିକ ନିଜେ ଏବଂ ନିଜ ପରିବାର ବର୍ଗ ଙ୍କୁ ରାଜନୀତି ମଇଦାନ କୁ ଓହ୍ଳାଇବା ନେଇ ମନବଳାଇଥିବା  ସାଧାରଣ ରେ ଚର୍ଚା ଜୋର ଧରିଛି ।