ବାସୁଦେବପୁର ମହିଳା ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱୀ ପଠାଇଲେ ଅଶ୍ଲୀଳ ମେସେଜ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ବାସୁଦେବପୁର) : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ଉଷ୍ମ ରହିଛି। ଏହାରି ଭିତରେ ଜଣେ ମହିଳା ସରପଞ୍ଚ ପ୍ରାର୍ଥୀଙ୍କ ପାଖକୁ ତାଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ହ୍ୱାଟ୍ସଆପ୍‌ରେ ପଠାଇଛନ୍ତି ଅଶ୍ଲୀଳ ମେସେଜ। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବାସୁଦେବପୁର ବ୍ଲକ୍‌ ସୁଦର୍ଶନପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ରେବତୀ ସେଠୀ। ସେହିଭଳି ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସୂର୍ଯ୍ୟକାନ୍ତ ମଲ୍ଲିକ। ଆଜି ସୂର୍ଯ୍ୟକାନ୍ତ ହ୍ୱାଟ୍ସଆପ୍‌ରେ ରେବତୀଙ୍କ ପାଖକୁ ପଠାଇଥିଲେ ଅଶ୍ଳୀଳ ଭିଡ଼ିଓ ମେସେଜ। ଏହାଛଡ଼ା ଟେକ୍ସଟ୍‌ ମେସେଜ ମଧ୍ୟ ପଠାଇଥିଲେ। ଏସବୁ ମେସେଜ ସୂର୍ଯ୍ୟକାନ୍ତଙ୍କ ନମ୍ୱରରୁ ଆସିଥିବା ରେବତୀ କହିଛନ୍ତି। ସୂର୍ଯ୍ୟକାନ୍ତ ଲେଖିଥିଲେ, ‘ଭାଉଜ କେମିତି ଅଛନ୍ତି? ଦିନ ୨ଟାରେ ଭେଟିବାକୁ ଚାହୁଁଛି। ଦିନ ୨ଟାରେ ଫୋନ୍‌ କର। ଲଭ ୟୁ ହମେସା…।’ ତେବେ ଏହି ଟେକ୍ସଟ୍ ମେସେଜ ସହିତ ସୂର୍ଯ୍ୟକାନ୍ତ ଏକ ଅଶ୍ଲୀଳ ଭିଡିଓ ମେସେଜ ମଧ୍ୟ ପଠାଇଥିଲେ। ରେବତୀ ଏନେଇ ବାସୁଦେବପୁର ଥାନା ଓ ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଉଭୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଶ୍ଳୀଳ ମେସେଜ ପଠାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି ସୂର୍ଯ୍ୟକାନ୍ତ। ଅଭିଯୋଗକାରୀ ରେବତୀଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ଅଭିଯୋଗକୁ ନେଇ ବାସୁଦେବପୁର ବିଡିଓ ଓ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ କରାଯିବ।

ଆପ୍‌ ନେତ୍ରୀ ଙ୍କୁ ଉଠାଇ ନେଲା ସିବିଆଇ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ଲାଞ୍ଚ କାରବାର ମାମଲାରେ ସିବିଆଇ ଆମ ଆଦମୀ ପାର୍ଟି(ଆପ୍)ର ଦିଲ୍ଲୀ ମ୍ୟୁନ୍ସିପାଲ କାଉନସିଲରଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି। ଗିରଫ କାଉନସିଲର ହେଲେ ଗୀତା ରାୱତ।  ଆପ ଟିକେଟରୁ ଗୀତା ପୂର୍ବ ଦିଲ୍ଲୀର ମ୍ୟୁନ୍ସିପାଲ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ।  ବିଲାଲ ନାମକ ଅନ୍ୟ ଜଣେ ଅଭିଯୁମକ୍ତଙ୍କ ସହ  ଗୀତାଙ୍କଳୁ ଆଜି କୋର୍ଟରେ ହାଜର କରିବ ସିବିଆଇ । ଘର ଛାତକୁ ନେଇ ଜଣେ ମାଲିକଙ୍କ ଠାରୁ  ଆପ କାଉନସିଲର ଗୀତା ୨୦,୦୦୦ ଟାଙ୍କା ଦାବି କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଛି। ଆବେଦନକାରୀ ନିଜ ଘର ବିଲଡିଂର ଛାତକୁ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ଫଳରେ ତାଙ୍କୁ  ଲାଞ୍ଚ ମାଗିଥିଲେ ଗୀତା। ଫଳରେ ଘର ମାଲିକ ସିବିଆଇକୁ ଜଣାଇଥିଲେ । ଏହା ପରେ କାଉନସିଲର ଗୀତାଙ୍କୁ ଧରିବା ପାଇଁ ସିବିଆଇ ଜାଲ ବିଛାଇ ଥିଲା । ଚୁକ୍ତି ଅନୁଯାୟୀ ଘର ମାଲିକ ବିଲାଲ ନାମକ ଜଣେ ଭେଣ୍ଡରଙ୍କୁ ୨୦,୦୦୦ ଟଙ୍କା ଦେଇଥିଲେ। ଗୀତା ରାୱତଙ୍କ ଅଫିସ ନିକଟରେ ବିଲାଲ ଜଣେ ଭେଣ୍ଡର ଭାବେ କାର୍ଯ୍ୟ କରନ୍ତି। ସିବିଆଇ ଉଭୟ ଭେଣ୍ଡର ଏବଂ କାଉନସିଲର ଗୀତାଙ୍କୁ ଗିରଫ କରିଛି। ଏଥିସହ ସିବିଆଇ ଅଧିକ ତଦନ୍ତ ପାଇଁ ଖୋଳତାଡ଼ ଆରମ୍ଭ କରିଛି। ଗୀତା ଓ ଭେଣ୍ଡରଙ୍କ ଘରେ  ଘରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଆଜିର ରାଶିଫଳ : ୧୯ ଫେବ୍ରୁଆରୀ, ଶନିବାର …!

ମେଷ: ଛାତ୍ରଛାତ୍ରୀମାନେ ଚାକିରି କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ।

ବୃଷ: ସହଯୋଗ ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ। ଆୟଠୁ ବ୍ୟୟ ଅଧିକ ହେବ। ମନ ଭଲ ରହିବ।

ମିଥୁନ: ଜୀବନସାଥିଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତ୍ତି କରିବେ।

କର୍କଟ: କର୍ମକ୍ଷେତ୍ରରେ ଆଗକୁ ଯିବାକୁ ଯୋଜନା କରିବେ। ପାରିବାରିକ ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ ଚିନ୍ତା କରିବେ।

ସିଂହ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ସନ୍ତାନମାନଙ୍କ କାର୍ଯ୍ୟ ସନ୍ତୋଷଜନକ ରହିବ।

କନ୍ୟା: କର୍ମକ୍ଷେତ୍ରରେ ଉନ୍ନତ୍ତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂରସ୍ଥାନକୁ ଯାତ୍ରା କଲା ବେଳେ ସାବଧାନ ରୁହନ୍ତୁ।

ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅର୍ଥହାନୀ ହୋଇପାରେ।

ବିଛା: ବ୍ୟବସାୟରେ ବକେୟା ଅର୍ଥ ମିଳିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ।

ଧନୁ: ଖୁସିଖବର ମିଳିପାରେ। ସୁସ୍ୱାଦୁ ଭୋଜନ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବାପା-ମାଙ୍କୁ ପ୍ରଣାମ କରନ୍ତୁ।

ମକର: ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ଭାବିଚିନ୍ତି ଜମିବାଡି କ୍ରୟ କରନ୍ତୁ। ପରିବାରରେ ଭାତୃ କଳହ ଦେଖା ଦେଇପାରେ।

କୁମ୍ଭ: ମନ ଅଶାନ୍ତ ରହିବ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ମାନସମ୍ମାନ ହାନି ହୋଇପାରେ।

ମୀନ: ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ଅପରାହ୍ଣରେ ଖୁସି ଖବର ମିଳିପାରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ।

ଅରାଜକତା ସ୍ପଷ୍ଟ ଦେଖାଗଲା , ହିଂସାରେ ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ : କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି । ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ନ୍ୟୁଜ-୧୮ର ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାମ୍ୟାନ ଚେତନ ସ୍ୱାଇଁଙ୍କୁ ଏବଂ ନ୍ୟୁଜ-୭ର ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇ ତାଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି ।ଯାହାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ।ରାଜ୍ୟରେ ଅବାଧ ଓ ଶାନ୍ତିଶୃଙ୍ଖଳାରେ ପଂଚାୟତ ନିର୍ବାଚନ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାର ପୁର୍ବରୁ ଯେଉଁ ବାହାସ୍ଫୋଟ ମାରୁଥିଲେ, ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପଂଚାୟତ ନିର୍ବାଚନରେ ଯେଉଁଭଳି ହିଂସା ହୋଇଛି ସେଥିରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥିଙ୍କ ଜିତିବା ସୁନିଶ୍ଚିତ କରିବା ପାଇଁ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ପାଇଁ ଗାଁ ଗାଁ ବୁଲି ବାରଣ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।  ରାଜ୍ୟ ସରକାରଙ୍କର ଏପରି ଆଚରଣ ଓ ଉଚ୍ଚାରଣରେ ସେ ବ୍ୟଥିତ ହେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଆଡ଼କୁ ଗତି କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଖୋଦ୍ ଶାସକ ଦଳର ପ୍ରାର୍ଥୀମାନଙ୍କ ଦ୍ୱାରା ତୃଣମୁଳ ସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଆଉ ଶାସକ ବିଜେଡି ଏହାକୁ ପ୍ରୋତ୍ସାହିତ କରୁଛି । ସମ୍ବିଧାନରେ ‘ଅହିଂସା’ ଶବ୍ଦ ଯୋଡ଼ିବା ପାଇଁ ଦାବି କରୁଥିବା ରାଜନୀତିକ ଦଳ ନିଜେ ପଂଚାୟତ ନିର୍ବାଚନରେ ଲୋକମାନଙ୍କୁ ଆକ୍ରମଣ କରିବା, ସାମ୍ବାଦିକଙ୍କୁ ଲହୁଲୁହାଣ କରିବା, ଭୋଟରଙ୍କୁ ଧମକେଇବା ଆଦି କେଉଁ ଅହିଂସା ନୀତିରେ ଅନୁପ୍ରାଣିତ ବୋଲି ସେ କଟାକ୍ଷ କରିଛନ୍ତି? ରାଜ୍ୟ ପୋଲିସ ପ୍ରଶାସନ ସରକାରୀ ଦଳର କର୍ମୀ ହିସାବରେ ବିଭିନ୍ନ ଅଂଚଳରେ ପୁଲିସ ଗାଡ଼ିରେ ଟଙ୍କା ବାଂଟିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହିଭଳି ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ସରକାର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକ କିପରି ସ୍ୱଚ୍ଛ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

ଆଜିର ରାଶିଫଳ : ୧୭ ଫେବ୍ରୁଆରୀ, ଗୁରୁବାର ।

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପୂର୍ବରୁ ଯୋଜନା କରିଥିବା କାର୍ଯ୍ୟ ସମ୍ପାଦାନ କରିବେ। ପରିବାରରେ ଶାନ୍ତି ମିଳିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ କଥାରେ ବଚସା ହୋଇପାରେ।

ମିଥୁନ: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବ। ଚାକିରିରେ ପଦୋନ୍ନତି ହୋଇପାରେ। ସୁସ୍ୱାଦୁ ଭୋଜନ କରିବେ। ବନ୍ଧୁ ମିଳିନ ହେବ।

କର୍କଟ: ଆର୍ଥିକ କ୍ଷତି ଯୋଗୁ ମାନସିକ ଅଶାନ୍ତି ଦେଖାଦେବ। ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ପରିବାରରେ ବାଦ ବିବାଦ ଲାଗିପାରେ।

ସିଂହ: ଅଟକିରହିଥିବା କାର୍ଯ୍ୟକୁ ସମ୍ପନ୍ନ କରିବେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭବାନ ହେବେ। ପରିବାରରେ ମାନସିକ ଶାନ୍ତି ରହିବ।

କନ୍ୟା: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେବ। କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଛୋଟ ଛୋଟ କଥାରେ ପରିବାରରେ ବିବାଦ ଉପୁଜିପାରେ।

ତୁଳା: କ୍ଳାନ୍ତି ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇ ପାରେ।

ବିଛା: ପୂର୍ବରୁ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଭଲ ଲାଭ କରିବେ। ପରିବାର ଏବଂ ବନ୍ଧୁମାନଙ୍କ ସହ ଅଧିକ ସମୟ ବିତାଇବେ।

ଧନୁ: ବ୍ୟବସାୟ ବାଣିଜ୍ୟକୁ ନେଇ ଚିନ୍ତା କରିବେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଦୂରଯାତ୍ରା କରିପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ପରିବାରରେ କଳହ ଦେଖାଦେଇପାରେ।

କୁମ୍ଭ: ବ୍ୟବସାୟରେ ଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିବାରରେ ସୁଖ ଶାନ୍ତି ପାଇବେ ।

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ। ସ୍ୱାସ୍ଥ୍ୟରେ ଉନ୍ନତ୍ତି ଆସିବ।

ସଲମାନଙ୍କ ଶୋ’ରେ ଅଗ୍ନିକାଣ୍ଡ, ଜଳିଗଲା ସେଟ୍‌…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ବହୁ ଚର୍ଚ୍ଚିତ ଶୋ’ ବିଗ୍‌ ବସ୍‌ରେ ଅଗ୍ନିକାଣ୍ଡ। ଜଳିଗଲା ବିଗ୍‌ ବସ୍‌-୧୫ ସେଟ୍‌। ଏନେଇ ଖବର ସାମ୍ନାକୁ ଆସିଛି। ଏଏନ୍‌ଆଇ ରିପୋର୍ଟ ମୁତାବକ, ନିଆଁ ଲାଗିବା ଖବର ସାମ୍ନାକୁ ଆସିବା ପରେ ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଏହା ଲେବୁଲ୧ର ଅଗ୍ନିକାଣ୍ଡ ଥିଲା ବୋଲି ଜଣାପଡିଛି। ତେବେ ବିଗ୍‌ ବସ୍‌ ସେଟ୍‌ର କେଉଁ ଭାଗରେ ନିଆଁ ଲାଗିଛି ଓ କିଭଳି ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ। ବର୍ତ୍ତମାନ ଲାଗି ଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ବିଗ୍‌ ବସ୍‌ ସେଟ୍‌ରେ ଲାଗିଥିବା ନିଆଁର କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଏମ୍‌ସି ଦେଇଥିବା ସୂଚନା ମୁତାବକ, ମୁମ୍ବାଇର ଗୋରେଗାଓଁ ସ୍ଥିତ ରିଆଲିଟି ଶୋ ବିଗ୍‌ ବସ୍‌ର ସେଟ୍‌ରେ ଆଜି ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟିଥିଲା। ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ ଗତମାସ ୩୦ ତାରିଖରେ ଶେଷ ହୋଇଥିଲା। ଏହି ସିଜିନ୍‌ର ବିଜେତା ଥିଲେ ତେଜସ୍ୱୀ ପ୍ରକାଶ। ସେ ବିଗ୍‌ ବସ୍‌-୧୫ର ଟ୍ରଫି ହାତେଇବା ସହ ନଗଦ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଜିତିଥିଲେ। ସେହିପରି ପ୍ରତିକ ସହଜପାଲ ରନରଅପ୍‌ ଥିଲେ। ଏହି ସିଜନ୍‌ରେ ଅନେକ ଚର୍ଚ୍ଚିତ ସେଲେବ୍ରିଟି ଏଣ୍ଟ୍ରି କରିଥିଲେ। ସେପଟେ ଶୋ’ର ୱାଇଲ୍ଡ କାର୍ଡ ଏଣ୍ଟ୍ରି ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ରାଖୀ ସାୱାନ୍ତ ଏହି ସିଜନ୍‌ରେ ନିଜ ସ୍ୱାମୀ ରତେଶଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ।

ବିବାହ କରିସାରିଛନ୍ତି ରଣବୀର-ଆଲିଆ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଆଲିଆ ଭଟ୍ଟ ଦୀର୍ଘ ଦିନ ଧରି ରିଲେସନଶିପରେ ଅଛନ୍ତି। ଏହି ସମ୍ପର୍କ କେବେ ବିବାହର ରୂପ ନେବ, ତାକୁ ନେଇ ଫ୍ୟାନ୍ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। କିନ୍ତୁ ଏବେ ଏମିତି ଏକ କଥା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ରଣବୀର ଓ ଆଲିଆଙ୍କର ବିବାହ ସରିଯାଇଛି। ଏକଥା ଆମେ କହୁନାହୁଁ, ଖୋଦ୍ ଆଲିଆ ଭଟ୍ଟ ଏହା କହିଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ଆଲିଆଙ୍କୁ ତାଙ୍କ ବିବାହ ସମ୍ବନ୍ଧରେ ପଚରାଯାଇଥିଲା। ଜବାବରେ ଆଲିଆ କହିଥିଲେ ଯେ ମନ ଭିତରେ ସେ ରଣବୀରଙ୍କୁ କେବେ ଠାରୁ ବିବାହ କରିସାରିଛନ୍ତି। ଏବେ କେବଳ ଔପଚାରିକ ବିବାହ ହେବା ବାକି ରହିଲା। ତେବେ ଆଲିଆ କେଉଁ ଉଦ୍ଦେଶ୍ୟରେ ଏମିତି କହିଲେ, ତାହା କେବଳ ସେ ହିଁ କହିପାରିବେ।୨୦୧୭ରେ ଆଲିଆ ଓ ରଣବୀରଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ଯୋଡ଼ି ସେମାନଙ୍କର ସମ୍ପକକୁ ନେଇ କିଛି ବି ଖୁଲାସା କରିନଥିଲେ। କିନ୍ତୁ ୨୦୧୮ରେ ସୋନମ କପୁରଙ୍କ ବିବାହ ରିସେପସନରେ ଦୁହେଁ ଏକାଠି ସାମିଲ୍ ହୋଇ ନିଜ ସମ୍ପର୍କ ଉପରେ ମୋହର ଲଗାଇଥିଲେ। ୨୦୨୦ରେ ଏକ ସାକ୍ଷାତକାରରେ ରଣବୀରଙ୍କୁ ଆଲିଆଙ୍କ ସମ୍ବନ୍ଧରେ ପଚରା ଯାଇଥିଲା। ଜବାବରେ ରଣବୀର କହିଥିଲେ ଯେ ଯଦି କରୋନାର ମହାମାରୀ ଆସିନଥାନ୍ତା, ତାହେଲେ ସେ ଆଲିଆଙ୍କ ସହ ବିବାହ କରିସାରିଥାନ୍ତେ। ହେଲେ ଚଳିତ ବର୍ଷ ଦୁହିଁଙ୍କର ବିବାହ ହେବ ବୋଲି ଜଣାପଡ଼ିଛି। ମିଡିଆ ରିପୋର୍ଟ ମୁତାବକ ଏବେ ରଣବୀର ଏବଂ ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି। କୁହାଯାଉଛି ଯେ ଏହି ଷ୍ଟାର ଦମ୍ପତ୍ତି ରାଜସ୍ଥାନର ରନ୍ଥାମ୍ଭୋରରେ ହାତକୁ ଦି ହାତ ହେବେ। ଏହି କପୁଲ ପ୍ରାୟତଃ ରାଜସ୍ଥାନର ରନ୍ଥାମ୍ଭୋରରେ ଛୁଟି କାଟିବା ପାଇଁ ଯାଆନ୍ତି। ଏହା ଉଭୟ ରଣବୀର ଏବଂ ଆଲିଆଙ୍କ ସବୁଠାରୁ ଫେଭରେଟ୍‌ ପ୍ଲେସ୍‌। ତେବେ ବିବାହକୁ ନେଇ ରଣବୀର ଓ ଆଲିଆ କୌଣସି ଅଫିସିଆଲ୍ ସୂଚନା ଦେଇନାହାନ୍ତି।ସୂଚନାଯୋଗ୍ୟ, ଆଲିଆ ନିଜର ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ଆସିଲା ପରେ ତାଙ୍କ ଲୁକକୁ ଖୁବ୍ ପ୍ରଶଂସା କରାଯାଉଛି। ସେହିପରି ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଓ ରଣବୀର ଏକାଠି କାମ କରୁଛନ୍ତି। ଏହି ଫିଲ୍ମ ନଭେମ୍ବର ୯, ୨୦୨୨ରେ ରିଲିଜ୍ ହେବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ମୌନି ରୟ ମଧ୍ୟ ଅଛନ୍ତି।

ଆଇପିଏଲ୍ ୨୦୨୨ ପାଇଁ ନିଲାମୀ; ଟପ୍ ଟେନ୍‌ରେ ୪ ଭାରତୀୟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମୀ । ଦୁଇ ଦିନ ବେଙ୍ଗଳୁରୁରେ ଚାଲିବ ଏହି ମେଗା ଅକ୍ସନ । ୨୦୨୨ ଆଇପିଏଲ୍‌ରେ ମୋଟ ୫୯୦ ଖେଳାଳିଙ୍କ ନିଲାମି  ହେବ  । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୨୮ କ୍ୟାପଡ୍ ଏବଂ ୩୫୫ ଅନକ୍ୟାପଡ୍  ଖେଳାଳି ରହିଛନ୍ତି  । ନିଲାମ ପାଇଁ ୨ କୋଟି ଟଙ୍କା ସର୍ବାଧିକ ରିଜର୍ଭ ଦର ଧାର୍ଯ୍ୟ କରାଯାଇଛି  । ୨୦ ଖେଳାଳି  ୧.୫ କୋଟି ଟଙ୍କାର ବ୍ରାକେଟରେ ରହିଛନ୍ତି । ୩୪ ଖେଳାଳି ୧ କୋଟିର ରିଜର୍ଭ ପ୍ରାଇସରେ ଅଛନ୍ତି । ଏଥିଲାଗି ଲିଷ୍ଟ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଟପ୍‌ଟେନ୍‌ରେ ରହିଛନ୍ତି ୪ ଭାରତୀୟ ଖେଳାଳି । ଭାରତର ଅଶ୍ୱୀନ, ଶ୍ରେୟସ ଆୟର, ମହମ୍ମଦ ଶାମି ଏବଂ ଶିଖର ଧାଓ୍ୱନଙ୍କ ସହ ୬ ବିଦେଶୀ ଖେଳାଳି ଟପ୍ ଟେନ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଟପ୍ ଟେନ୍ ଲିଷ୍ଟରେ ଥିବା ବିଦେଶୀ ଖେଳାଳିମାନେ ହେଲେ ଡେଭିଡ୍ ଓ୍ୱାର୍ଣ୍ଣର, ଫାଫ୍ ଡୁ ପ୍ଲେସି, କେ. ରାବାଡା, ଟ୍ରେଣ୍ଟ ବୋଲ୍ଡ, ପାଟ୍ କମିନ୍ସ ଏବଂ କ୍ୱିଣ୍ଟନ ଡିକକ୍  । ଏମାନଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି ଟଙ୍କା । ଚଳିତ ଥର ନିଲାମି ଲିଷ୍ଟରେ ୪୪ ନୂଅଆ ଚେହେରାଙ୍କୁ ସ୍ଥାନ ମିଳିଛି । ବଛାବଛା ଟପ୍ ଟେନ୍ ପ୍ଲେୟାର ଲିଷ୍ଟରୁ ଅକ୍ସନ ଆରମ୍ଭ ହେବ । ଚଳିତବର୍ଷ ଆଇପିଏଲ ନିଲାମୀରେ ଓଡିଶାର ଦୁଇଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ସାମିଲ ହେବେ । ଓସିଏ ପକ୍ଷରୁ ୫ଜଣ ଖେଳାଳିଙ୍କ ନାଁ ଆଇପିଏଲରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏବର୍ଷ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବେ ।