ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଚରଣ ବିଧି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ନିର୍ବାଚନ ଭୋଟ ଗଣତି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।  କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ କୋର୍ଟରେ ମାମଲା ଥିବାରୁୁ ସେଠାରେ ନିର୍ବାଚନ ହେବ ନାହିଁ । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ ଓ ଭୋଟ ଗଣତି ମାର୍ଚ୍ଚ ୨୬ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଥିଲା । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ମୋଟ ୪୭ଟି ପୌର ପରିଷଦ, ୫୯ଟି ଏନଏଏସି ଓ ୩ଟି ମହାନଗର (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର)ରେ ଆସନ୍ତା ମାର୍ଚ୍ଚ ୨୪ତାରିଖରେ କାଉନସିଲର/କର୍ପୋରେଟର, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ନିର୍ବାଚନ ହେବ । ଏଥିପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ବିଧିବଦ୍ଧ ଭାବେ ଫେବୃୟାରୀ ୨୮ତାରିଖରେ ବିଜ୍ଞପ୍ତି ଜାରି କରିବେ । ମାତ୍ର ଆଜି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଭୋଟ ହେବାକୁ ଥିବା ସବୁ ପୌରାଂଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଯାହାକି ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମସ୍ତ ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ମାର୍ଚ୍ଚ ୯ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ୧୪ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୨୬ତାରିଖ ସକାଳ ୮ଟାରୁ ଭୋଟଗଣତି ହେବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଓ ଏନଏଏସି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ । ଏଥର ନିର୍ବାଚନରେ ଭୋଟରମାନେ ଇଭିଏମ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପୌରାଂଚଳ ଓ ଏନଏସିର ଅଧ୍ୟକ୍ଷ ପଦବୀ ଓ ମହାନଗରର ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ଏଥର ଭୋଟର୍ ଚାହିଁଲେ, ନିଜ ପସନ୍ଦରେ ନୋଟା (ନନ୍ ଅଫ୍ ଦି ଏଭବ୍)ର ଉପଯୋଗ ମଧ୍ୟ କରିପାରିବେ। ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ନିମନ୍ତେ ଖର୍ଚ୍ଚସୀମା ଓ ପ୍ରଚାର ନିମନ୍ତେ ପୂର୍ବରୁ ନିର୍ବାଚନ କମିଶନ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୫୦ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୨ଲକ୍ଷ ଟଙ୍କା, ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୭୫ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ସର୍ବାଧିକ ୩ଲକ୍ଷ ଟଙ୍କା, ୧ଲକ୍ଷରୁ ଊର୍ଦ୍ଧ୍ୱ ପୌର ସଂସ୍ଥାର କାଉନସିଲରଙ୍କ ପାଇଁ ୧ଲକ୍ଷ ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୫ଲକ୍ଷ ଟଙ୍କା ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିପାରିବେ । ସେହିପରି ୩ଟି ମହାନଗର ନିଗମରେ କର୍ପୋରେଟରମାନେ ୨ଲକ୍ଷ ଟଙ୍କା ଓ ମେୟର ସର୍ବାଧିକ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।

ପ୍ରତିଶୃତି ଭୁଲିଗଲା କି ଟାଟା ପାୱାର ; ନିୟୋଜିତ ଏଜେନ୍ସି ଙ୍କ ମନମୁଖୀ କାର୍ଯ୍ୟ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜୀବନ ଯାପନ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ପୋଷାକ , ଖାଦ୍ୟ ଓ ଘର ର ଆବଶ୍ୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ୍ ର ବୈଜ୍ଞାନିକ ଯୁଗରେ ଜୀବନ୍ ଜାପାନ ପାଇଁ ବିଜୁଳି ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । କେନ୍ଦ୍ରୀୟ ବିଦ୍ୟୁତ ଯୋଗାଣ ସଂସ୍ଥା ସେସୁ (CESU) ୧୯୯୯ ମସିହା ଠାରୁ ୨୦୨୦ ମସିହା ମେ ମାସ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶା ରେ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ରମ ସଫଳତା ର ସହ ତୁଲାଉଥିଲେ । ବର୍ତ୍ତମାନ ଟାଟା ପାୱାର ର ଦକ୍ଷିଣ ଓଡିଶା ଦାୟିତ୍ୱ ତୁଲାଉଥିବା (TPSODL) ସଂସ୍ଥା ର କେଳେଙ୍କାରୀ ବର୍ତ୍ତମାନ ଦାଣ୍ଡ ରେ ପଡି ହାଟ ରେ ଗଡୁଛି । ଟାଟା ପାୱାର କମ୍ପାନୀ ୨୦୨୦ ମସିହା ଜୁନ ମାସ ୧ ତାରିଖ ଠାରୁ ଓଡିଶା ସରକାର ଙ୍କ ସହ ଯଏଣ୍ଟ ଭେଞ୍ଚର ତଥା ସଂଯୁକ୍ତ ଉଦ୍ୟମ ରେ ଓଡିଶା ରେ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଓଡିଶା ସରକାର ଙ୍କ ସହ ଟାଟା ପାୱାର କମ୍ପାନୀ ର ଚୁକ୍ତି ଅନୁଯାୟୀ ଟାଟା ପାୱାର ଏହି କାର୍ଯ୍ୟ ତୁଲାଇବା ନିମନ୍ତେ ଚୁକ୍ତିବଦ୍ଧ । କିନ୍ତୁ ଟାଟା ପାୱାର କମ୍ପାନୀ ଉକ୍ତ କାର୍ଯ୍ୟ ନିଜେ ନକରି କିଛି ଏଜେନ୍ସି ମାନଙ୍କ ସହ ଚୁକ୍ତି ଭିତ୍ତିକ ଭାବେ କରାଉଥିବା ସୂଚନା ମିଳିଛି । ପ୍ରଥମେ ଏହି ତ୍ରି – ଫେଜ ରିଡିଙ୍ଗ କାର୍ଯ୍ୟ କୁ ଭାନମାରିଆ ଇମ୍ଫରା ନାମକ ପ୍ରାଇଭେଟ କମ୍ପାନୀ ରାୟଗଡା ଓ ଜୟପୁର ସର୍କିଲ ରେ ତୁଲାଉଥିଲା  କିନ୍ତୁ ବର୍ତ୍ତମାନ କିଛି ଦିନ ହେବ ଇନ୍ଭେଣ୍ଟିବ ନାମକ ପ୍ରାଇଭେଟ କମ୍ପାନୀ ଏହି କାର୍ଯ୍ୟ ତୁଲାଉଅଛି । ଓଡିଶା ସରକାର ଙ୍କ ସହ ଚୁକ୍ତି ଅନୁଯାୟୀ ଟାଟା ପାୱାର ପୂର୍ବରୁ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନଙ୍କୁ କାର୍ଯ୍ୟ ରୁ ବେଦଖଲ ନକରି ସେମାନଙ୍କ ସହ ସହଭାଗୀତା ରେ ହିତାଧିକାରୀ ମାନଙ୍କୁ ବିଦ୍ୟୁତ ଯୋଗାଣ କରିବା ନିମନ୍ତେ ସ୍ଥିର କରାଯାଇଥିଲା । ଏଣୁ ଗତ ଦିନ ରେ ଓଡିଶା ର ମାନ୍ୟବର ଏନର୍ଜୀ ମିନିଷ୍ଟର ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସହ ଆଲୋଚନା ବେଳେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର ସଭାପତି ଶ୍ରୀ ସୁବାସ ସିଂ କହିଥିଲେ ରେଗୁଲାର ଏମ୍ପ୍ଲୟର , ଆଉଟ ସୋରସ୍ କିମ୍ବା ଅସ୍ଥାୟୀ ଠିକା କର୍ମଚାରୀ ଯେଉଁ ମାନେ ଏଜେନ୍ସି ଦ୍ୱାରା ନିୟୋଜିତ ସମସ୍ତ ଙ୍କୁ କାର୍ଯ୍ୟ ରୁ ବାହାର କରିପାରିବେ ନାହିଁ ସେମାନେ ସମସ୍ତେ କାର୍ଯ୍ୟ କରିବେ ଏବଂ ଟାଟା ପାୱାର ବିଭିନ୍ନ ସେକ୍ଟର ରେ ୨୫ ହଜାର ନିଯୁକ୍ତି ଦେବା ସହ ନିୟୋଜିତ କର୍ମଚାରୀ ଙ୍କୁ ଠିକ ସମୟରେ ସେମାନଙ୍କ ପ୍ରାପ୍ୟ ବେତନ ଯୋଗାଇଦେବା ଏବଂ କର୍ମକ୍ଷେତ୍ର କୁ ଯିବା ପୂର୍ବରୁ କର୍ମଚାରୀ ଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ପରନ୍ତୁ ଟାଟା କମ୍ପାନୀ ଦ୍ଵାରା ନିଯୋଜିତ ଏଜେନ୍ସି ସମ୍ପୂର୍ଣ୍ଣ ଭାବେ ଏହାକୁ ଏଡ଼ାଇ ଦେଇ ନିଜ ର ମନମୁଖୀ କାର୍ଯ୍ୟ ତୁଲାଇବା ହେତୁ କର୍ମକ୍ଷେତ୍ର ରେ କର୍ମଚାରୀ ଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ବର୍ତ୍ତମାନ ପରିସ୍ଥିତି ରେ ଟାଟା ପାୱାର ଦ୍ୱାରା ନିୟୋଜିତ ଏଜେନ୍ସି ଇନ୍ଭେଣ୍ଟିଭ ୧୦ ବର୍ଷ ରୁ ଉର୍ଦ୍ଧ ଶ୍ରମଦାନ କରିଥିବା କର୍ମଚାରୀ ମାନଙ୍କୁ କୌଣସି କାରଣ ନ ଦର୍ଶାଇ ଛଟାଇ କରିଥିବା ଅଭିଯୋଗ ଆସିଛି ।ଟାଟା ପାୱାର ଦ୍ୱାରା କାର୍ଯ୍ୟାଦେଶ ପାଇଥିବା ନୂତନ ଏଜେନ୍ସି ଇନ୍ଭେଣ୍ଟିଭ ପୁରଣା କର୍ମଚାରୀ ମାନଙ୍କୁ ବାହାର କରି ଦେଇ ନୂତନ କର୍ମଚାରୀ ମାନଙ୍କ ଠାରୁ ହାତ ଗୁଞ୍ଜ। ନେଇ ସେମାନଙ୍କୁ କାମ ରେ ନିୟୋଜିତ କରିଥିବା ଅଭିଯୋଗର ଚର୍ଚ୍ଚା ଜୋର ଧରିଛି । କରୋନା ସମୟ ରେ ନିଜ ଜୀବନ କୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଛଟେଇ କରି ଟଙ୍କା ଆଶା ରେ ନୂତନ କର୍ମଚାରୀ ଙ୍କୁ ନିଯୁକ୍ତି ଦେବା ପଦକ୍ଷେପକୁ ନେଇ ବର୍ତ୍ତମାନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଏକ ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ତୃଣମୂଳ ସ୍ଥର ରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିବା ଆବଶ୍ୟକ ନାହିଁ ଏଜେନ୍ସି କୁ ସାହାଯ୍ୟ କରି ସେମାନଙ୍କ ସହଭାଗୀତା ରେ କାର୍ଯ୍ୟ କରିବା ନେଇ ଟାଟା କମ୍ପାନୀ ର କର୍ପୋରେଟ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତ ବିଭାଗ ର ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏସବୁ ଅଭିଯୋଗ ଉପରେ ଏକ ଦୃଢ଼ ତଦନ୍ତ କରାଯିବା ପାଇଁ ସାଧାରଣ ରେ ଦାବୀ ହେଉଛି ।