ବିଜେଡି ପାଇଁ ପ୍ରଚାର କରୁଛନ୍ତି ସାଉଥ୍‌ ଷ୍ଟାର ସୁମନ୍‌…!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପଞ୍ଚାୟତ ନିର୍ବାଚନରେ ସାଉଥ୍‌ ଷ୍ଟାର୍‌ଙ୍କ କ୍ରେଜ୍‌। ଖୋଲା କାର୍‌ରେ ବୁଲୁଛନ୍ତି ଓ ବିଜେଡି ପାଇଁ ଭୋଟ୍‌ ମାଗୁଛନ୍ତି। ଓଡ଼ିଶାରେ ବସବାସ କରୁଥିବା ତେଲୁଗୁ ଲୋକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି। ଆଜି ଏପରି ଚିତ୍ର ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ଆସନ୍ତା ୨୪ ତାରିଖରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ର ୨୧ଟି ପଞ୍ଚାୟତ ଓ ଏହା ଅଧୀନରେ ଥିବା ଦୁଇଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ ହେବ। ସେଥିପାଇଁ ଜମ୍ପୁଛି ପ୍ରଚାର। ତେବେ ଏହି ପ୍ରଚାରରେ ବିଜେଡି ସବୁଠୁ ଆଗରେ ରହିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରଚାରରେ ସାମିଲ୍‌ ହୋଇଛନ୍ତି ତେଲୁଗୁ ଷ୍ଟାର ସୁମନ୍‌ ତଲୱାର। ସେ ତେଲୁଗୁ ଭାଷାଭାଷି ଅଞ୍ଚଳରେ ବୁଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ପାଇଁ ପ୍ରଚାର କରିବାକୁ ଆସିଥିବା ସୁମନ୍‌ କହିଛନ୍ତି। ଏହି ପ୍ରଚାରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଜେଡି ନେତା ଡା.ତିରୁପତି ପାଣିଗ୍ରାହୀ ସାମିଲ ହୋଇଛନ୍ତି। ସୁମନ ତଲୱାରଙ୍କ ପଛେ ପଛେ ଭୋଟ୍‌ ମାଗୁଥିବା ଦେଖିବାକୁ ମିଳିଛି। ଗୋଷାଣୀ ବ୍ଲକରେ ସଂଖ୍ୟଧୀକ ତେଲୁଗୁ ଭୋଟର ରହିଥିବାରୁ ସୁମନଙ୍କ ପ୍ରଚାର ଦଳ ପାଇଁ ସହାୟକ ହେବ ବୋଲି ବିଜେଡି ନେତାମାନେ ଆଶା ପ୍ରକାଶ କରିଛନ୍ତି। ତେଲୁଗୁ ତାରକା ସୁମନ୍‌ ତଲୱାର କହିଛନ୍ତି, “ଡା.ତିରୁପତି ପାଣିଗ୍ରାହୀ ହେଉଛନ୍ତି ମୋର ପ୍ରିୟ ବନ୍ଧୁ। ତାଙ୍କ ଅନୁରୋଧ ରକ୍ଷା କରି ପ୍ରଚାର କରିବାକୁ ଆସିଛି। ଖାସ୍‌କରି ତେଲୁଗୁ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରିବାକୁ ଆସିଛି। ଗୋଟିଏ ଭଲ ପାର୍ଟି ଓ ସିଏମ୍‌ ପାଇଁ ଇଏ ମୋର ସାମାନ୍ୟ ଯୋଗଦାନ। ରାଜ୍ୟର ଗରିବ ଲୋକଙ୍କ ପାଇଁ ସିଏମ୍‌ ଭଲ କାମ କରୁଛନ୍ତି। ସାରା ଭାରତରେ ନବୀନଜୀଙ୍କ ନାଁ ରହିଛି। ତାମିଲନାଡୁ, କେରଳ, କର୍ଣ୍ଣାଟ ଯେଉଁଠିକି ମୁଁ ଯାଉଛି, ତାଙ୍କ ନାଁ ଶୁଣିବାକୁ ପାଉଛୁ। କ୍ରମାଗତ ଭାବେ ୫ ଥର ଜିତି ମୁଖ୍ୟମନ୍ତ୍ରୀ ହେବା ଗୋଟିଏ ଜୋକ୍‌ ନୁହେଁ। ସେଥିପାଇଁ ମୁଁ କହୁଛି, ସିଏ ଜଣେ ବ୍ୟକ୍ତି ନୁହେଁ, ମହାଶକ୍ତି। ଏପରି ବ୍ୟକ୍ତିଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଉ। ଯଦି ମୁଖ୍ୟମନ୍ତ୍ରୀ ମୋତେ ଡାକିବେ, ତାହାହେଲେ ମୁଁ ଆସି ତାଙ୍କ ଦଳ ପାଇଁ ପ୍ରଚାର କରିବି।”

ଆଇପିଏଲ୍-୧୫: ୪ଟି ଭେନ୍ୟୁରେ ୭୦ ମ୍ୟାଚ୍, ମେ’ ୨୯ରେ ଫାଇନାଲ୍….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଇପିଏଲ୍-୨୦୨୨ର ଶୁଭାରମ୍ଭ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ୍ ମେ’ ମାସରେ ଖେଳାଯିବ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ କାର୍ଯ୍ୟସୂଚୀକୁ ନେଇ ପୂରା ପ୍ରସ୍ତୁତି କରିସାରିଛି। ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଜାରି ହୋଇପାରେ। ରିପୋର୍ଟ ମୁତାବକ, ଏଥର ୧୦ ଟିମ୍ ମଧ୍ୟରେ ଗ୍ରୁପ୍ ଷ୍ଟେଜରେ ମୋଟ ୭୦ ମ୍ୟାଚ୍ ଖେଳାଯିବ। ତେବେ ଏଥିମଧ୍ୟରୁ ୫୫ ମ୍ୟାଚ୍ ମୁମ୍ବାଇର ତିନୋଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଗୁଡ଼ିକ ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯିବ। ଏହାବ୍ୟତୀତ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍ ଆୟୋଜିତ ହେବ। ସମସ୍ତ ୧୦ଟି ଯାକ ଟିମ୍ ୱାଙ୍ଖଡେ ଓ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୪ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାବ୍ୟତୀତ ବ୍ରାବୋର୍ଣ୍ଣ ଓ ପୁଣେରେ ତିନୋଟି ଲେଖାଏ ମୁକାବିଲା ଖେଳିବେ। ଏଥର ଆଇପିଏଲରେ ଦୁଇ ନୂଆ ଟିମ୍ ଯଥା ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଓ ଗୁଜରାଟ୍ ଲାୟନ୍ସ (ଅହମଦାବାଦ ଫ୍ରାଞ୍ଚାଇଜି) ସାମିଲ୍ ଅଛନ୍ତି। ଏଥର ଆଇପିଏଲର ଓପନିଂ ପାଇଁ ଦୁଇଟି ତାରିଖ ଧାର୍ଯ୍ୟ କରାଯାଇଛି। ବ୍ରଡକାଷ୍ଟର୍ ବିସିସିଆଇକୁ ଅନୁରୋଧ କରିଛି ଯେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୬ ତାରିଖ ଅର୍ଥାତ୍ ଶନିବାର ଆୟୋଜିତ କରାଯାଉ। ପରବର୍ତ୍ତୀ ଦିନ ଅର୍ଥାତ୍ ରବିବାର ଡବଲ୍ ହେଡର୍ ରଖାଯାଉ, ଯାହାଦ୍ୱାରା ଓପନିଂରୁ ୱିକେଣ୍ଡର ଫାଇଦା ମିଳିପାରିବ। ହେଲେ ବିସିସିଆଇ ମାର୍ଚ୍ଚ ୨୭ ତାରିଖରେ ପ୍ରଥମ ମ୍ୟାଚ୍ କରାଇବା ସପକ୍ଷରେ ଅଛି। ଆଇପିଏଲର ଫାଇନାଲ୍‌ ମ୍ୟାଚ୍ ମେ ୨୯ ତାରିଖ ଅର୍ଥାତ୍ ରବିବାର ହୋଇପାରେ। ବିସିସିଆଇ ପ୍ଲେଅଫ୍ ପାଇଁ ଏପର୍ଯ୍ୟନ୍ତ ଭେନ୍ୟୁ ଫାଇନାଲ୍‌ କରିନାହିଁ। କିନ୍ତୁ ବିଶେଷ ସୂତ୍ର ଅନୁଯାୟୀ, ଫାଇନାଲ୍‌ ସମେତ ପ୍ଲେ-ଅଫ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କରାଯିବାର ସମ୍ଭାବନା ରହିଛି। ତେବେ ଫେବୃଆରୀ ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକ ହେବ। ଏହିଦିନ ସିଡ୍ୟୁଲକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରେ। ଏହା ପରେ ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଜାରି କରାଯିବ।

ମହେଶ ମଞ୍ଜରେକରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଢ଼ିଲା ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଅଡ଼ୁଆ। ମହେଶଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନର ଅଲଗା ଅଲଗା ଧାରାରେ ମାମଲା ରୁଜୁ କରାଯାଇଛି। ମହେଶ ମଞ୍ଜରେକର ତାଙ୍କର ଆଗାମୀ ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ କାରଣରୁ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି। ଏହି ଫିଲ୍ମରେ ନାବାଳକଙ୍କ ସହ ଅଶ୍ଳୀଳ ଦୃଶ୍ୟ ଦେଖାଇବା ଭଳି ଅଭିଯୋଗ ହୋଇଛି। ଯେଉଁ କାରଣରୁ ମହେଶଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସୋ ଧାରା ୧୪ ଏବଂ ଆଇଟି ଧାରା ୬୭ ଓ ୬୭-ବି ଆଧାରରେ ମାମଲା ରୁଜୁ କରାଯାଇଛି। କୋର୍ଟ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହେଶଙ୍କ ଏହି ଫିଲ୍ମରେ ପିଲାମାନଙ୍କୁ ଆପତ୍ତିଜନକ ସିନର ଶୁଟ୍ କରିବା ନେଇ ଅଭିଯୋଗ କରାଯାଇଥିଲା। ଏ ନେଇ ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ତଦନ୍ତ କରିବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହି ତାଲିକାରେ ନିର୍ଦ୍ଦେଶକ ଓ ଅଭିନେତା ମହେଶ ମଞ୍ଜରେକରଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ର ଟ୍ରେଲର୍ ରିଲିଜ୍ ହେବା ପରେ ଏହାର କଣ୍ଟେଟକୁ ନେଇ ଆପତ୍ତି ହୋଇଥିଲା। ଟ୍ରେଲରରେ ଦେଖାଯାଇଥିବା ଶିଶୁ ଓ ମହିଳାଙ୍କ ଯୌନ ଦୃଶ୍ୟକୁ ନେଇ ଖୁବ୍ ବିବାଦ ହୋଇଥିଲା। ଏ ନେଇ ଦୁଇଟି ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହା ପରେ ମହେଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା। ମହେଶଙ୍କ ଏହି ଫିଲ୍ମରେ ପିଲାମାନଙ୍କୁ ଆପତ୍ତିଜନକ ସିନର ଶୁଟ୍ କରିବା ନେଇ ଅଭିଯୋଗ କରାଯାଇଥିଲା। ଏ ନେଇ ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ତଦନ୍ତ କରିବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହି ତାଲିକାରେ ନିର୍ଦ୍ଦେଶକ ଓ ଅଭିନେତା ମହେଶ ମଞ୍ଜରେକରଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ର ଟ୍ରେଲର୍ ରିଲିଜ୍ ହେବା ପରେ ଏହାର କଣ୍ଟେଟକୁ ନେଇ ଆପତ୍ତି ହୋଇଥିଲା। ଟ୍ରେଲରରେ ଦେଖାଯାଇଥିବା ଶିଶୁ ଓ ମହିଳାଙ୍କ ଯୌନ ଦୃଶ୍ୟକୁ ନେଇ ଖୁବ୍ ବିବାଦ ହୋଇଥିଲା। ଏ ନେଇ ଦୁଇଟି ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହା ପରେ ମହେଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା।

ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ଆଲିଆ ଭଟ୍ଟଙ୍କୁ ଶକ୍ତ ଝଟ୍‌କା….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍‌କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ। ଫିଲ୍ମର ଟାଇଟଲ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏହି ଫିଲ୍ମର ନିର୍ମାତା ସଞ୍ଜୟ ଲୀଳା ଭଂସାଲି ଦ୍ୱିତୀଥର ପାଇଁ ଟାଇଟଲକୁ ନେଇ ଆଇନ୍‌ ଜାଲରେ ଫସିବା ସହ ତାଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ନାମ ପରିବର୍ତ୍ତନ ପାଇଁ ଭଂସାଲିଙ୍କୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ।  ଏହି ବିବାଦୀୟ ଚଳଚ୍ଚିତ୍ରଟି ଆସନ୍ତା ଶୁକ୍ରବାର ରିଲିଜ୍‌ ହେବାର ଥିଲା।  ରିଲିଜ ପୂର୍ବରୁ  ଉକ୍ତ ଚଳଚ୍ଚିତ୍ରକୁ ନେଇ ଏକାଧିକ ମାମଲା ରୁଜୁ ହୋଥିଲା। ଆଜି ଶୁଣାଣି ବେଳେ ଭଂସାଲିଙ୍କ ଓକିଲ ସିଦ୍ଧାର୍ଥ ଦେଭ ହାଜର ହୋଇଥିଲେ।  କୋର୍ଟଙ୍କ ରାୟକୁ ସେ ନିଜାର ମହକିଲ ଭଂଶାଳୀଙ୍କୁ ଅବଗତ କରାଇ ଦେବେ ବୋଲି କହିଛନ୍ତି।। ତେବେ ମାମଲାର ଆସନ୍ତାକାଲି ମଧ୍ୟ ଶୁଣାଣି ହେବ। ଜଣେ ଯୌନ କର୍ମୀଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମଟିକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ରାଜନୀତୀ ମଧ୍ୟ ଜୋର ଧରିଥିଲା।  ଅଡୁଆରେ ପଡିଥିଲେ ଆଲିଆ ଭଟ୍ଟ । ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଉଭୟ ସଞ୍ଜୟ ଏବଂ ଆଲିଙ୍କ ପାଇଁ  ସମସ୍ୟା ବଢିଥିଲା । ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି । ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାଁରେ ମାମଲା ଦାଏର କରିଛନ୍ତି । ଗଙ୍ଗୁବାଈଙ୍କ ପୁଅଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇନଥିଲା । ପୂର୍ବରୁ ଯେତେବେଳେ ଗଙ୍ଗୁବାଈଙ୍କ ଉପରେ ବହି ଲେଖାଯାଇଥିଲା ସେତେବେଳେ ମଧ୍ୟ ଅନୁମତି ନେନେଇ ଲେଖାଯାଇଥିଲା । ଏବେ ମୁଭିରେ ତାଙ୍କ ମା’ଙ୍କୁ ଯେଉଁଭଳିଭାବେ ଚିତ୍ରଣ କରାଯାଇଛି ତାକୁ ନେଇ ତାଙ୍କ ପରିବାରରେ ସମସ୍ୟା ବଢିଯାଇଛି । ଲୋକ ଲଜ୍ଜା ଯୋଗୁଁ ତାଙ୍କ ପରିବାରକୁ ବାରମ୍ବାର ଘର ବଦଳାଇବାକୁ ପଡୁଛି ବୋଲି ସେ କହିଥିଲେ।

ଖାଲି ପେଟରେ ଗ୍ରୀନ୍‌ ଟି’ ପିଉଥିଲେ ସାବଧାନ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି। ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି’କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ଭୟାନକ ହୋଇପାରେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ସକାଳୁ ଖାଲି ପେଟରେ ଗ୍ରୀନ୍‌ ଟି’ ପଇଲେ କ’ଣ ସବୁ ଅସୁବିଧା ଭୋଗିବାକୁ ପଡେ ଆସନ୍ତୁ ଜାଣିବା।

  • ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟ ଜଳେ ଓ ଭୋକ ହୁଏନି। କିଛି ଖାଇବାକୁ ଭଲ ଲାଗିବନି। ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଏସିଡ୍‌ ସୃଷ୍ଟି ହୁଏ। ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ବିଶେଷଜ୍ଞଙ୍କ ମୁତାବକ, ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ।
  • ଅତ୍ୟଧିକ ମାତ୍ରାରେ ଗ୍ରୀନ୍‌ ଟି’ ସେବନ କରିବା ଦ୍ୱାରା ଶରୀରରେ ଆଇରନ୍‌ର ଅଭାବ ଦେଖାଦିଏ। ଗ୍ରୀନ୍‌ ଟି’ରେ ଥିବା ଟ୍ୟାନିନ୍‌, ଖାଦ୍ୟ ପଦାର୍ଥ ଏବଂ ପୋଷକ ତତ୍ତ୍ୱରୁ ହେଉଥିବା ଆଇରନ୍‌ ଉତ୍ପନ୍ନରେ ବାଧା ସୃଷ୍ଟି କରେ। ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଏହାକୁ ଅଧିକ ପିଅନ୍ତି ତେବେ ଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ।
  • କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍ ରହିଛି। ଯଦିଓ ଏହାର ପରିମାଣ ବେଶ କମ୍‌ ତଥାପି ଖାଲି ପେଟରେ ଲଗାତର ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ।
  • ଅନେକ ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କୁହାଯାଏ, ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଗ୍ୟାସ୍‌ ଭଳି ସମସ୍ୟା ଉପୁଜେ। କିଛି ସମୟ ପରେ ଏହି ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବିନ୍ଧେ। ତେବେ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍‌ ଟି’ ପଇବାକୁ ଚେଷ୍ଟା କରିବା ଉଚିତ।
ଆଜିର ରାଶିଫଳ – ୨୪ ଫେବ୍ରୁଆରୀ (ଗୁରୁବାର)

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ରାଜନୀତି କ୍ଷେତ୍ରରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ହସଖୁସିରେ ସମୟ ବିତେଇବେ।

ବୃଷ: ବିବେକ ବୁଦ୍ଧି ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। ଅଧସ୍ତନ କର୍ମୀ ଓ ସହକର୍ମୀଙ୍କ ସାହାଯ୍ୟ ଏବଂ ସମର୍ଥନ ହାସଲ କରିବେ।

ମିଥୁନ: କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ସୁଖଶାନ୍ତିରେ ଦିନଟି କଟାଇ ପାରିବେ। ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନ ଖୁସିର କଟିବ।

କର୍କଟ: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ।  ଶୁଭ ସମ୍ବାଦ ପାଇ ଆନନ୍ଦିତ ହେବେ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ: ମାନସମ୍ମାନ ବୃଦ୍ଧି ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: ସନ୍ତାନ ସୁଖରେ ସୁଖୀ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦୂରଯାତ୍ରା କରି ମନ ଖୁସି ରହିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା: ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ରାଜନୀତି କ୍ଷେତ୍ରରେ ମାନ- ସମ୍ମାନ ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ।

ବିଚ୍ଛା: ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆୟୋଜନ କରିବେ।  ରାଜନୀତିରେ ଶତ୍ରୁମାନେ ଦୁର୍ବଳ ହେବେ। ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ମିଳିବ।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତଳ ମହଲରୁ ଆଶାତୀତ ଲାଭ ପାଇ ପାରିବାରିକ ଜୀବନ ଆନନ୍ଦରେ କଟିବ। ଘର ପାଇଁ କିଛି ଜିନିଷ କିଣିବେ।

ମକର: ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ପରିବାରରେ ଥିବା ତିକ୍ତତା ଦୂର ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ।

ମୀନ: ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଦୂରସ୍ଥାନକୁ ଯାତ୍ରା କରିବେ।  ଘରକୁ ଅତିଥି ଆସିପାରନ୍ତି।