ଆଜି ପଞ୍ଜାବ ରେ ଭୋଟ୍‌ ଦାନ ; ନିର୍ଧାରଣ ହେବ ହେବିୱେଟ ନେତା ଙ୍କ ଭାଗ୍ୟ …!

ଏଥର ସମ୍ଭାଳ ବ୍ୟୁରୋ (ପଞ୍ଜାବ) : ପଞ୍ଜାବରେ ଆରମ୍ଭ ହୋଇଛି ଭୋଟିଂ। ଆଜି ସମସ୍ତ ୧୧୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ୧ହଜାର ୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୧୪ଲକ୍ଷ ଭୋଟର। ଚଳିତଥର ପଞ୍ଜାବ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି। କଂଗ୍ରେସ, ଆପ, ଅକାଳୀ-ବିଏସପି ମେଣ୍ଟ, ବିଜେପି-ପିଏଲସି-ଏସଏଡି(ସଂଯୁକ୍ତ) ଏବଂ ସଂଯୁକ୍ତ ସମାଜ ମୋର୍ଚ୍ଚା କ୍ଷମତା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ଅଛନ୍ତି।

ପଞ୍ଜାବରେ ଆରମ୍ଭ ହୋଇଛି ଭୋଟିଂ। ଆଜି ସମସ୍ତ ୧୧୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ୧ହଜାର ୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୧୪ଲକ୍ଷ ଭୋଟର। ଚଳିତଥର ପଞ୍ଜାବ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି। କଂଗ୍ରେସ, ଆପ, ଅକାଳୀ-ବିଏସପି ମେଣ୍ଟ, ବିଜେପି-ପିଏଲସି-ଏସଏଡି(ସଂଯୁକ୍ତ) ଏବଂ ସଂଯୁକ୍ତ ସମାଜ ମୋର୍ଚ୍ଚା କ୍ଷମତା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ଅଛନ୍ତି।

ମହିଳା ମହାସଂଘରେ ମହା ଘୋଟାଲା, ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା …!

ଏଥର ସମ୍ଭାଳ ବ୍ୟୁରୋ (ଭଦ୍ରକ) : ମହିଳା ମହାସଂଘରେ ମହା ଘୋଟାଲା। ମିଳିମିଶି ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା। ନୋଟିସ୍‌ ପରେ ବି ଦେଉନାହାନ୍ତି ଜବାବ। ରିମାଇଣ୍ଡର ପଠାଇବ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ପ୍ରଶାସନ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ମହାଘୋଟାଲାକୁ ନେଇ ବାସୁଦେବପୁର ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି। ଇରମ ଓ ତା’ର ଆଖପାଖ ପଞ୍ଚାୟତର ୧୦୦ଟି ମହିଳା ସ୍ୱୟଂସହାୟ ଗୋଷ୍ଠୀକୁ ନେଇ ମହାସଂଘ ଗଠନ କରାଯାଇଥିଲା। ମହାସଂଘର ସଭାପତି ଭାବେ ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀଙ୍କୁ ଚୟନ କରାଯାଇଥିଲା। ଏହା ପରେ ଅର୍ଥାତ ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ମହାସଂଘକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଦେଇଥିଲେ। ସେହି ଅର୍ଥ ମହାସଂଘର ଜମା ଖାତାରେ ରହିଥିଲା। ଏହି ଅର୍ଥର ମୂଳ ଜମା ଓ ସୁଧକୁ ମିଶାଇଲେ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ। ମହାସଂଘର ଜମା ଖାତାକୁ ବ୍ଲକ୍‌ ମିଶନ୍‌ଶକ୍ତି ପକ୍ଷରୁ ଅଡିଟ୍‌ କରାଯାଇଥିଲା। ତେବେ ଅଡିଟ୍‌ ବେଳେ ଜମା ଖାତାରୁ ୧୮ଲକ୍ଷ ୮୦ ହଜାର ଟଙ୍କା ଗାଏବ ହୋଇଥିବା ଜଣାପଡ଼ିଥିଲା। ହେଲେ ଏହି ଅର୍ଥର ହିସାବ ମହାସଂଘ ଦେଇପାରିନଥିଲା। ଏହି ମହାଘୋଟାଲା ସମ୍ପର୍କରେ ଜାଣି ମଧ୍ୟ ବ୍ଲକ୍‌ ମିଶନ୍‌ ଶକ୍ତି ବିଭାଗ ଚୁପ୍‌ ବସିଥିଲା। ଘୋଟାଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଘୋଟାଲା ସମ୍ପର୍କରେ ଜାଣିବା ପରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେତେକ ମହିଳା ଏନେଇ ସ୍ଥାନୀୟ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ବିଡିଓ ମହାଶୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସବୁ ଜାଣି ଚୁପ୍‌ ବସିଥିଲେ।

ବିଡିଓଙ୍କଠାରୁ ନିରାଶ ହୋଇ ମହିଳାମାନେ ୨୦୨୧ ମସିହା ସେପ୍ଟେମ୍ୱର ୧ ତାରିଖରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହାସଂଘର ମହା ଘୋଟାଲାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମାମଲାର ଗୁରୁତ୍ୱ ଦେଖି ହାଇକୋର୍ଟ ରାଜ୍ୟ ମିଶନ ଶକ୍ତି କମିଶନ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଜବାବ ମାଗିଥିଲେ। ଏହା ପରେ ଭଦ୍ରକ ଜିଲ୍ଲାପାଳ ବାସୁଦେବପୁର ବିଡିଓଙ୍କୁ ଚିଠି କରିଥିଲେ। ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ମସିହା ଜାନୁଆରୀ ୨୯ ତାରିଖରେ ବାସୁଦେବପୁର ବିଡିଓ ମହାସଂଘର ସଭାପତି ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀଙ୍କୁ ଚିଠି କରି ଗାଏବ ହୋଇଥିବା ୧୮ଲକ୍ଷ ୮୦ ହଜାର ଟଙ୍କା ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥାଶୀଘ୍ର ଗାଏବ ହୋଇଥିବା ଅର୍ଥ ଗୋଷ୍ଠୀ ବିନିଯୋଗ ପାଣ୍ଠି ଜମାବହିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ ଆଜି ପର୍ଯ୍ୟନ୍ତ ତା’ର ହିସାବ ଦେଉନାହାନ୍ତି। ଏପରିକି ବିଡିଓଙ୍କ ଚିଠିର କୌଣସି ଉତ୍ତର ଦେଉନାହାନ୍ତି ମହାସଂଘର ସଭାପତି ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀ। ଏହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ତେବେ ଘଟଣାକୁ ନେଇ ମହିଳା ମହାସଂଘର ସଭାପତି ଓ ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ କେହି କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇନଥିଲେ। ଅନ୍ୟପଟେ ବିଡ଼ିଓ କହିଛନ୍ତି, ପ୍ରଥମ ଚିଠିର ଉତ୍ତର ପାଇ ନଥିବାରୁ ଆମେ ପୁନର୍ବାର ଏକ ରିମାଇନଣ୍ଡର ଚିଠି କରିଛୁ। ଏହାର ଉତ୍ତର ନମିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୋଟ୍‌ ଦାନ ରୁ ବଞ୍ଚିତ ୧୧୪ ପରିବାର ।

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) : ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍‌ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର। ଏପରି ଚିତ୍ର ଆଜି ସାମ୍ନାକୁ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ। ଶିମିଳିପାଳ ଆଭ୍ୟନ୍ତରଣ ଖେଜୁରୀ ଗାଁରେ ବସବାସ କରୁଥିଲେ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର ଲୋକ। ସମସ୍ତଙ୍କ ପାଖରେ ଭୋଟର ପରିଚୟପତ୍ର ଥିଲା। ଆଉ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରୁଥିଲେ। ହେଲେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ୨୦୨୦ ଜାନୁଆରୀ ୨୪ ତାରିଖରେ ବନ ବିଭାଗ ସେମାନଙ୍କୁ ଠାକୁରମୁଣ୍ଡା ବ୍ଲକର ସାଲେଇବେଡା ଗାଁରେ ବିସ୍ଥାପିତ କରିଥିଲା। ଗାଁ ଲୋକଙ୍କୁ ଥଇଥାନ ସମୟରେ ୩ ମାସ ଧରି ଖାଇବାକୁ ଦିଆଯାଇଥିଲା। ମୋଟ୍‌ ୧୧୪ ପରିବାର ମଧ୍ୟରୁ ମାତ୍ର ୧୦୭ ଜଣକୁ ସରକାରୀ ବାସଗୃହ ଯୋଗାଇ ଦିଆଯାଇଥିଲା। ତେବେ ବାକି ଗାଁ ଲୋକଙ୍କୁ ବାସଗୃହ ଦିଆଯାଇନଥିବାରୁ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେପଟେ ବିସ୍ଥାପନକୁ ଇତି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର ଭୋଟର ତାଲିକା ସଂଶୋଧନ କରାଯାଇପାରିନି। ଯେଉଁଥିପାଇଁ ଭୋଟ୍‌ଦାନରୁ ସେମାନେ ବଞ୍ଚିତ ହୋଇଛନ୍ତି। ଗାଁ ଲୋକେ ଏନେଇ ସ୍ଥାନୀୟ ବିଡିଓଙ୍କଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ସେମାନଙ୍କୁ କିଛି ଲାଭ ମିଳିପାରି ନାହିଁ। ସେମାନେ ଜଙ୍ଗଲ ଭିତରେ ଯେମିତି ଥିଲେ, ତା’ଠାରୁ ଆହରି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା କହିଛନ୍ତି। ପାଖରେ ଭୋଟ୍‌ ପରିଚୟପତ୍ର ରହିଛି, ମାତ୍ର ଭୋଟ୍‌ ଦେଇପାରୁ ନାହାନ୍ତି ବୋଲି ଗାଁ ଲୋକେ କହିଛନ୍ତି। ଏବେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିପାରୁ ନାହାନ୍ତି। ତେବେ ଏ ନେଇ ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମ ସୁନ୍ଦର ଟୁଡୁ କହିଛନ୍ତି, ବିଏଲ୍‌ଓ ସେଠାରେ କ୍ୟାମ୍ପ କରିଥିଲେ। ମାତ୍ର ଗାଁ ଲୋକ ଆସିଲେ ନାହିଁ। ସେପଟରେ ଗାଁର ଜଣେ ବ୍ୟକ୍ତି ରାମଚନ୍ଦ୍ର ସୋରେନ କହିଛନ୍ତି, ସ୍କୁଲ ପାଖଠାରୁ ୧୦୦ ମିଟର ଦୂରରେ ଆମେ ରହୁଛି। କିନ୍ତୁ କେହି ଆମକୁ ଜଣାଇ ନାହାନ୍ତି। ପ୍ରଶାସନ ମିଛ କହୁଛି।

ତୁଳା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିପାରନ୍ତି। ବିଛା: ଆୟର ନୂତନ ପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମନ ଶାନ୍ତ ରହିବ। ଆଜି ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଧନୁ: ଅଫିସ୍‌ରେ ଦାୟିତ୍ୱ ବଢ଼ିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଶତ୍ରୁମାନେ ପରାଜିତ ହେବେ। ମକର: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟରେ ଭଲ ଆୟ ହେବ। ମାନସିକ ଶାନ୍ତି ଲାଭ କରିବେ। କୁମ୍ଭ: ରୋଜଗାର ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ମୀନ: ଇଚ୍ଛା ବିରୋଧରେ ଯାଇ କିଛି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ। ଆର୍ଥିକ ଅବସ୍ଥା ଭଲ ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତ ହେବେ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ୍‌। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ନିଜ ନିଜ ମତାଧିକାର ସାବ୍ୟସ୍ତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସକାଳୁ ଆସି ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ଭୋଟ୍ ଗ୍ରହଣ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ଝାରସୁଗୁଡ଼ାକୁ ଛାଡ଼ି ବାକି ୨୯ଟି ଜିଲ୍ଲାର ୬୩ଟି ବ୍ଳକ୍‌ର ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧,୩୮୨ଟି ପଞ୍ଚାୟତରେ ଭୋଟ୍ ପଡ଼ିବ। ମୋଟ୍ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର୍ ୧୮,୪୯୫ଟି ବୁଥ୍‌ରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୨,୭୭୩ଟି ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ୍ ୬୭୯ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ଆଜି ସେମାନଙ୍କ ଭାଗ୍ୟ ଭୋଟ୍‌ ବାକ୍ସରେ ସିଲ୍ ହେବ।ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨ ପ୍ରତିଶତ ଭୋଟ୍ ପଡ଼ିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦାନ ହୋଇଛି। ସୂଚନାଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ୪୬ଟି ବୁଥ୍‌ରେ ମତଦାନକୁ ବାତିଲ କରାଯାଇଥିଲା। ସେଥିପାଇଁ ଏହି ସବୁ ବୁଥ୍‌ରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଆଜିର ରାଶିଫଳ : ୨୦ ଫେବ୍ରୁଆରୀ, ରବିବାର ।

ମେଷ: କାର୍ଯ୍ୟଭାର ବଢ଼ିଯିବାରୁ କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ହେବ। ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ।

ବୃଷ: ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ପରିବାରରେ ମତଭେଦ ମଧ୍ୟ ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟ ହେବ। ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ପରିବାରରେ ଅଯଥା ବିବାଦ ଯୋଗୁଁ ମନ ଅଶାନ୍ତ ରହିବ।

କର୍କଟ: ବିଭିନ୍ନ ସମସ୍ୟାର ସମାଧାନର ବାଟ ମିଳିବ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରି ପାରନ୍ତି।

ସିଂହ: ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ମାନସିକ ଅଶାନ୍ତି ଦେଖା ଦେଇପାରେ। ନୂତନ କାର୍ଯ୍ୟଭାର ହାତକୁ ନେବେ।

କନ୍ୟା: ବ୍ୟବସାୟରେ କ୍ଷତି ହେଇପାରେ। ପରିବାରରେ ସବୁ ଠିକ୍‌ଠାକ୍ ରହିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ।

ତୁଳା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିପାରନ୍ତି।

ବିଛା: ଆୟର ନୂତନ ପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମନ ଶାନ୍ତ ରହିବ। ଆଜି ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ଧନୁ: ଅଫିସ୍‌ରେ ଦାୟିତ୍ୱ ବଢ଼ିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଶତ୍ରୁମାନେ ପରାଜିତ ହେବେ।

ମକର: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟରେ ଭଲ ଆୟ ହେବ। ମାନସିକ ଶାନ୍ତି ଲାଭ କରିବେ।

କୁମ୍ଭ: ରୋଜଗାର ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମୀନ: ଇଚ୍ଛା ବିରୋଧରେ ଯାଇ କିଛି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ। ଆର୍ଥିକ ଅବସ୍ଥା ଭଲ ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତ ହେବେ।