ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ।

ଏଥର ସମ୍ଭାଳ ବ୍ୟୁରୋ (ଢେଙ୍କାନାଳ) –  ସମିତି ସଭ୍ୟା ଭାବ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ମନ୍ତ୍ରୀ। ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳୀ ବେହେରା ଗତକାଲି ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଅଞ୍ଜଳୀ ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟିକା ହେବା ପରେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବରେ ମନୋନୀତ ହୋଇଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ। ଗତ କିଛି ଦିନ ହେବ ଅଞ୍ଜଳୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଗତକାଲି ନାମାଙ୍କନ ଦାଖଲର ଶେଷ ଦିନରେ ସେ  ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏନେଇ ଅଞ୍ଜଳୀ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ପଡ଼ିବ । ତୃଣମୂଳ ସ୍ତରରେ ସଙ୍ଗଠନ କରିବାକୁ ହେଲେ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ । ଦଳ ପରିବର୍ତ୍ତନ ହେତୁ ୭ ବର୍ଷ ହେଲା ଲୋକଙ୍କଠାରୁ ଦୂରେଇ ଯାଇଥିଲି। ତେଣୁ ଲୋକଙ୍କ ନିକଟକୁ ଯିବାକୁ ହେଲେ ଏବେ ନିର୍ବାଚନ ଥିବାରୁ ନିର୍ବାଚନ ଲଢ଼ୁଛି।

 

ଆଜିର ରାଶିଫଳ : ୨୨ ଜାନୁଆରୀ, ଶନିବାର ।

ମେଷ: ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବୃଷ: ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇ ପାରିବେ।

ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନ-ସମ୍ମାନ ବୃଦ୍ଧି ପାଇବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ବ୍ୟବସାୟରେ ଅଧିକ ଲାଭ ମିଳିବ।  ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ ।

ସିଂହ: ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ।

କନ୍ୟା:  ଘରକୁ ଅତିଥି ଆସିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବ୍ୟବସାୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ ନ କଲେ ଧନ ହାନି ହୋଇପାରେ।

ତୁଳା: ଖୁସିଖବର ପ୍ରାପ୍ତି ହେବ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଅପରାହ୍ନରେ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

ବିଛା: ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

ଧନୁ: କୌଣସି କଥାକୁ ନେଇ ମନରେ ଭୟ ସଞ୍ଚାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ କରିବେ। ବ୍ୟବସାୟରେ ଆୟ ଅଧିକ ହେବାରୁ ମନ ଖୁସି ରହିବ।

କୁମ୍ଭ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

ମୀନ: ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସୁସ୍ୱାଦୁ ଭୋଜନ କରିବେ।

ଆଜିର ରାଶିଫଳ -୧୮ ଜାନୁଆରୀ ; ମଙ୍ଗଳବାର

ମେଷ: କାର୍ଯ୍ୟସ୍ଥଳରେ ସହଯୋଗୀମାନଙ୍କ ସହ ବାଦ ବିବାଦ ଦେଖାଦେଇପାରେ। ଶତ୍ରୁମାନେ ହଇରାଣ ହରକତ କରି ପାରନ୍ତି। ଅଯଥା ବ୍ୟୟ ମଧ୍ୟ ଚିନ୍ତାର କାରଣ ହେବ।

ବୃଷ: ପାରିବାରିକ ଏବଂ ସନ୍ତାନ ସୁଖରେ ସୁଖୀ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ ମଧ୍ୟ କରିବେ। ଭୂମି ଓ ବାହନ କ୍ରୟ ପାଇଁ ମନ ବଳାଇବେ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ପରିବାରରେ ବିଶୃଙ୍ଖଳା ଯୋଗୁ ମନରେ ଅଶାନ୍ତି ଭାବ ରହିବ।

କର୍କଟ: ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ଆୟର ପନ୍ଥା ମିଳିପାରେ। ଚାକିରିରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି।

ସିଂହ: କର୍ମ କ୍ଷେତ୍ରରେ ଅଯଥା ବିବାଦ ଦେଖାଦେଇପାରେ। ବନ୍ଧୁବାନ୍ଧବଙ୍କ ସହିତ ମତାନ୍ତର ଏବଂ ମନାନ୍ତର ମଧ୍ୟ ସୃଷ୍ଟି ହୋଇପାରେ।

କନ୍ୟା: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସମାଜସେବାରେ ମନ ନିବେସ କରିବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ।

ତୁଳା: କର୍ମ କ୍ଷେତ୍ରରେ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପରିବାରରେ ସୁଖ ଶାନ୍ତି ପାଇବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ।

ବିଛା: ପୂର୍ବରୁ ଅଟକିଥିବା କାର୍ଯ୍ୟକୁନେଇ  ଚିନ୍ତିତ ରହିବେ। ସାମାନ୍ୟ କଥାରେ ସହଯୋଗୀଙ୍କ ସାଙ୍ଗରେ ବଚସା ହୋଇପାରେ। ପାରିବାରିକ ଶାନ୍ତି ଅନୁଭବ କରିବେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ସହ ବନ୍ଧୁବାନ୍ଧବଙ୍କ ସହ ମିଳନ ହୋଇପାରେ। ସତର୍କ ହୋଇ ଯାନ ବାହନ ଚଳାଇବେ, ଆଘାତ ଲାଗିବାର ସମ୍ଭାବନା ରହିଛି।

ମକର: କର୍ମକ୍ଷେତ୍ରରେ ଉଚ୍ଚ ପଦ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ସହଯୋଗୀ ମାନେ ସାହାଯ୍ୟର ହାତ ବଢାଇବେ। ପରିବାରରେ ଶାନ୍ତି ପାଇବେ। ଯାନ ବାହନ ସତର୍କ ହୋଇ ଚଳାନ୍ତୁ।

କୁମ୍ଭ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଦ୍ରବ୍ୟ ଘରପାଇଁ କ୍ରୟ କରିବେ।ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଅଧିକ ସମୟ ଅତିବାହିତ କରିବେ।

ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

୨୫ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର କମିଶନ କାର୍ଯ୍ୟାଳୟ ଶଟଡାଉନ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟକୁ ଆଜିଠୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଶଟଡାଉନ୍ ହୋଇଛି। ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କମିଶନଙ୍କ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶଟ୍ ଡାଉନ୍ ଘୋଷଣା କରାଯାଇଛି । ଯଦି ଏହି ଶଟଡାଉନ୍ ଅବଧି ମଧ୍ୟରେ କୌଣସି ଅତ୍ୟନ୍ତ ଜରୁରୀ ମାମଲା ଥିବ ତା’ହେଲେ ଭର୍ଚୁଆଲ ମୋଡରେ ତା’ର ଶୁଣାଣି କରାଯିବ । ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟର ଇମେଲ୍ ମାଧ୍ୟମରେ ଅଭିଯୋଗ ଦାଖଲ ହୋଇପାରିବ । ଯଦି ଜରୁରୀ ଶୁଣାଣି ଆବଶ୍ୟକ ଥିବ ତା’ହେଲେ ଓଏଚଆରସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କ ମୋବାଇଲ ନମ୍ବର-୯୪୩୭୦୯୨୬୩୨ ସହ ଯୋଗାଯୋଗ କରିବାକୁ କୁହାଯାଇଛି । କମିଶନ ଅଧ୍ୟକ୍ଷଙ୍କ ଅନୁମତିରେ ଜରୁରୀ ମାମଲାକୁ ବିଚାର ପାଇଁ ଗ୍ରହଣ କରାଯାଇ ଶୁଣାଣି କରାଯିବ । ଯେଉଁ ପକ୍ଷ ରାଜି ହେବେ ମାମଲାର ଭର୍ଚୁଆଲ ଶୁଣାଣି ହେବ । ସୂଚନାଯୋଗ୍ୟ, ଢିଙ୍କିଆରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ପାନବରଜ ଭଙ୍ଗାଯିବା ଓ ସ୍ଥାନୀୟ ଲୋକଙ୍କୁ ଅମାନବୀୟ ଭାବେ ମାରପିଟ୍ କରାଯିବା ଘଟଣାର ଅନୁଧ୍ୟାନ ପାଇଁ ମାନବାଧିକାର କର୍ମୀଙ୍କ ଟିମକୁ ଢିଙ୍କିଆ ଯିବା ପାଇଁ ଅନୁମତି ମିଳୁନଥିବାରୁ ତା’ର ପ୍ରତିବାଦରେ ବିଶ୍ୱପ୍ରିୟ କାନୁନଗୋ ଓ ପ୍ରଦୀପ୍ତ ନାୟକ ଆଜି ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । କମିଶନ ଏହି ଘଟଣାରେ ହସ୍ତକ୍ଷେପ କରି ଶୁକ୍ରବାର ପୁଲିସର ଅମାନବୀୟ ଆଚରଣର ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି ।

ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୧୨୨ ସରପଞ୍ଚ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ୧୧୨୨ଜଣ ସରପଂଚ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ୭୧୧୬ଜଣ ୱାର୍ଡମେମ୍ବର ପ୍ରାର୍ଥୀ, ୧୧୨୨ଜଣ ସରପଂଚ ପ୍ରାର୍ଥୀ, ୫୧୨ଜଣ ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ଓ ୨୨ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। ଅଧିକାଂଶ ଜିଲ୍ଲାରେ ଶାସକ ବିଜେଡି ପକ୍ଷରୁ ଏକାଧିକ ପ୍ରାର୍ଥୀ ଦାବିଦାର ଥିବାରୁ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ମୁଣ୍ଡବ୍ୟଥା ବଢ଼ାଇଛି । ଶାସକ ବିଜେଡି ୭ରୁ ୮ଟି ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ବାକି କୌଣସି ସ୍ଥାନରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,ଚଳିତଥର ତ୍ରିସ୍ତରୀୟ ପଂଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଂଚ, ୬୭୯୩ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ନାମାନଙ୍କ ପତ୍ର ଦାଖଲର ତାରିଖ ଫେବୃୟାରୀ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ହେବ। ୨୨ତାରିଖରେ ନାମାଙ୍କନ ପତ୍ର ଯାଂଚ, ୨୫ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ। ସେହି ୨୫ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ପଂଚାୟତ ନିର୍ବାଚନ ରେ ୩୦ ଜିଲ୍ଲା ପାଇଁ ୭୨ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନକୁ ମୁକ୍ତ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ୩୦ଟି ଜିଲ୍ଲା ପାଇଁ ମୋଟ ୭୨ଜଣ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ୩୪ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରହିଛନ୍ତି। ଆଜି ଏହି ପର୍ଯ୍ୟବେକ୍ଷକମାନଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକ କରି ନିର୍ବାଚନୀ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଆଜିର ବୈଠକରେ ନିର୍ବାଚନ କମିଶନର ନିୟମିତ ବ୍ୟବଧାନରେ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ତାଗିଦ୍ କରିଛନ୍ତି। ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ସଠିକ ପାଳନ ହେଉଛି କି ନାହିଁ ତା’ ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ରଖିବେ। ଚଳିତ ନିର୍ବାଚନପରେ ଯେକୌଣସି ପ୍ରକାର ର‌୍ୟାଲିକୁ ନିଷେଧ କରାଯାଇଥିବାବେଳେ ଏଥିପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ।ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଓ ରାଜନୀତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଂଚ କରିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି। ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ, ତା’ହେଲେ ଏ ସମ୍ପର୍କରେ ତୁରନ୍ତ କମିଶନରଙ୍କ ନଜରକୁ ଆଣିବା ପାଇଁ କମିଶନର କହିଛନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ ଯୋଗାଯୋଗରେ ରହି ନିର୍ବାଚନ କମିଶନରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । କମିଶନରଙ୍କ ବିନା ଅନୁମତିରେ ପର୍ଯ୍ୟବେକ୍ଷକମାନେ ଛୁଟିରେ ରହିପାରିବେ ନାହିଁ କିମ୍ବା ଅନ୍ୟ କୌଣସି ସରକାରୀ କିମ୍ବା ବିଦେଶ ଗସ୍ତ କରିପାରିବେ ନାହିଁ ବୋଲି କମିଶନର କହିଛନ୍ତି ।

ଚକଲେଟ୍ ରାପରରେ ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ଚିତ୍ର ବିରୋଧ ପରେ ଚେତିଲା କମ୍ପାନୀ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଟି ଓଡ଼ିଆଙ୍କର ହୃଦୟରେ ବାସ କରନ୍ତି ମହାପ୍ରଭୁ ଜଗନ୍ନାଥ। ହେଲେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି ଜଣାଶୁଣା ଚକଲେଟ୍ କମ୍ପାନୀ ନେସଲେ। ନେସଲେରେ ଚକଲେଟ୍ ପ୍ରଡକ୍ଟ କିଟକାଟ୍ ରାପରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ଫଟୋଚିତ୍ର। ଯାହାକୁ ନେଇ ବିବାଦ ଦେଖା ଦେଇଛି। ନେସଲେ କମ୍ପାନୀର କିଟକାଟ୍ ଚକଲେଟ୍‌ର ଏମିତି ଏକ ଉବ୍ଦଟ ବିଜ୍ଞାପନକୁ ନେଇ ଏବେ ସମଗ୍ର ଜଗନ୍ନାଥ ପ୍ରେମୀ ଖପ୍ପା। ମାର୍କେଟକୁ ଏହି ଚକଲେଟ୍ ଆସିବା ପରେ, ଚକଲେଟ୍ ରାପରକୁ ନେଇ ବିବାଦ ତେଜିବାର ଲାଗିଛି। ତୁରନ୍ତ ଚକଲେଟର ରାପରରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଉଠାଇବା ପାଇଁ ନେସଲେ କମ୍ପାନୀକୁ ଘନଘନ ଟୁଇଟ କରି ଚାଲିଛନ୍ତି ଭଗବତପ୍ରେମୀ। କାରଣ ଚକଲେଟ୍ ଖାଇବା ପରେ ରାସ୍ତାଘାଟ, ନାଳନର୍ଦ୍ଦମା ଓ ଡଷ୍ଟବିନ୍‌ରେ ପଡିବ ରାପର। ଯାହାକି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତାଙ୍କୁ ଅପମାନ ହେବା ସହ ହିନ୍ଦୁଧର୍ମାଲମ୍ବୀଙ୍କ ଭାଗନାକୁ କୁଠାରଘାତ କରିବ। ସାଧାରଣ ଲୋକଙ୍କ ଭାବାବେଗ ଓ ଅଭିଯୋଗ ପରେ କମ୍ପାନୀ ଚେତିଛି। ଜଗନ୍ନାଥଙ୍କ ପ୍ରତିଛବି ଥିବା କିଟକାଟ୍ ରାପର ପ୍ରଡକ୍ସନ୍ ଉପରେ କମ୍ପାନୀ ରୋକ ଲଗାଇଛି। ଏପରିକି ଜଗନ୍ନାଥପ୍ରେମୀଙ୍କୁ ଟ୍ୱିଟ୍ କରି ଭୁଲ ମଧ୍ୟ ମାଗିଛି। ଅଜାଣତରେ ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବାରୁ କମ୍ପାନୀ ମର୍ମାହତ ବୋଲି କହିଛି। ମାର୍କେଟରେ ଜଗନ୍ନାଥଙ୍କ ରାପର ସହ ଥିବା ସମସ୍ତ ଚକଲେଟକୁ ଆଉ ବିକ୍ରୀ ନକରି ଫେରାଇ ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ସରିଥିବା ନେସଲେ ପକ୍ଷରୁ ସଫେଇ ଦିଆଯାଇଛି।ଓଡିଶାର ହସ୍ତକଳା ପ୍ରତି ପ୍ରର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱର ୟୁନିଟ୍-୩ରେ ଖୋଲାଯାଇଛି ଏକ୍ରାମ ହାଟ। ଆଉ ଏହି ହାଟରେ ବିକ୍ରୀ ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାନ୍ନାଦି ପଟ୍ଟଚିତ୍ର। ଏକଚା, କେଟିଲୀ ଉପରେ ପଟ୍ଟଚିତ୍ର ଶୈଳୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପ୍ରତିଛବିକୁ ଆଙ୍କିଛନ୍ତି ଜଣେ କଳାପ୍ରେମୀ। ଯାହାର ଛବିଟିକୁ ନେସଲେ କମ୍ପାନୀ ତାର ଲୋକପ୍ରିୟ ଚକେଲେଟ୍ କିଟକାଟ୍ ରାପରରେ ସ୍ଥାନ ଦେଇଛି। ଗୋଟିଏ ପଟେ ବ୍ୟବସାୟ, ଅନ୍ୟପଟେ ଲୋକଙ୍କୁ ଓଡିଶାର ହସ୍ତକାଳ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଛବିକୁ ବ୍ୟବହାର କରାଯାଇଥିବା କମ୍ପାନୀ ପକ୍ଷରୁ ଟୁଇଟ୍‌ କରାଯାଇଛି। ଗତ ତିନି ଦିନ ହେଲା ଏହାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଜ୍ଞାପନର ନୂଆ ଫଣ୍ଡା ବାହାର କରିବା ଏହା ପ୍ରଥମ ଘଟଣା ନୁହେଁ। କେବେ ଟି-ସାର୍ଟରେ ତ ଆଉ କେବେ ଚପଲରେ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ପ୍ରତିଛବି ରହିଥିବା ଦେଖିବାକୁ ମିଳିଛି। ଏପରିକି ଟଏଲେଟ୍ ସିଟ୍ କଭରରେ ମଧ୍ୟ ଦେବାଦେବୀଙ୍କ ପ୍ରତିଛବି ରଖି ଆମାଜନ୍ ଇ-କମର୍ସ ସଂସ୍ଥାକୁ ଭୁଲ ମାଗିବାକୁ ପଡିଥିଲା। ତେବେ ଦେବାଦେବୀଙ୍କୁ ବିଜ୍ଞାପନରେ କାହିଁକି ବ୍ୟବହାର କରାଯାଉଛି, ତାକୁ ନେଇ ପ୍ରଶ୍ନ ଉଠୁଛି।

ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ ଘଟିଛି ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ ହୋଇଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ବିର୍‌ଜୁ ମହାରାଜଙ୍କୁ ୮୩ ବର୍ଷ ହେଇଥିଲା। ବିର୍‌ଜୁ ମହାରାଜଙ୍କ ପ୍ରକୃତ ନାମ ବୃଜମୋହନ ମିଶ୍ର। ବିର୍‌ଜୁ ମହାରାଜ୧୯୩୮ ମସିହା ଫେବ୍ରୁଆରୀ ୪ ତାରିଖରେ ଲକ୍ଷ୍ମୌରେ ଜନ୍ମ ଗ୍ରହଣ କରିଥିଲେ। କଥକ ନୃତ୍ୟ ପାଇଁ ବିର୍‌ଜୁ ମହାରାଜଙ୍କୁ ୧୯୮୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା। ବିର୍‌ଜୁ ମହାରାଜ ଅନେକ ବଲିଉଡ୍ ଫିଲ୍ମରେ କୋରିଓଗ୍ରାଫି କରିଥିଲେ। ଉମରାଓ ଜାନ, ଦେଢ଼ ଇଶକିଆ ଓ ବାଜିରାଓ ମସ୍ତାନୀଙ୍କ ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ ସେ କୋରିଓଗ୍ରାଫି କରିଥିଲେ। ବିର୍‌ଜୁ ମହାରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ ବାଦ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳି ଦାଶ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।  ୨୦୧୨ ମସିହାରେ ‘ବିଶ୍ୱରୁପମ୍‌’  ଫିଲ୍ମର  କୋରିଓଗ୍ରାଫି ପାଇଁ ବିର୍‌ଜୁ ମହାରାଜଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପଣ୍ଡିତ  ବିର୍‌ଜୁ ମହାରାଜ ଏକାଧାରରେ  ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର୍, ଗାୟକ ଓ  ସଂଗୀତକାର ଥିଲେ। ବିର୍‌ଜୁ ମହାରାଜ ତବଲା ବଜାଇବାକୁ ଭଲ ପାଉଥିଲେ। ଏହାସହ  କବିତା ଲେଖିବା ଓ ଚିତ୍ର  ଆଙ୍କିବାକୁ ମଧ୍ୟ ଭଲ ପାଉଥିଲେ। ବିର୍‌ଜୁ ମହାରାଜଙ୍କୁ ଲୋକେ ଶ୍ରଦ୍ଧାର ସହିତ ପଣ୍ଡିତ ଜୀ ଓ ମହାରାଜ ଜୀ ମଧ୍ୟ କହୁଥିଲେ। ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିର୍‌ଜୁ ମହାରାଜ ଗତକାଲି ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ  ନିଜ ନାତି ସହ ଅନ୍ତାକ୍ଷରୀ ଖେଳୁଥିଲେ।  ଏହି ସମୟରେ  ସେ ହଠାତ୍ ବେହୋସ ହୋଇଗଲେ। ପରିବାର  ପକ୍ଷରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିର୍‌ଜୁ ମହାରାଜ କିଛି ଦିନ ପୂର୍ବରୁ କିଡନୀ ରୋଗରେ ପୀଡିତ ହୋଇଥିଲେ। ତାଙ୍କର ଡାଇଲିସିସ୍ କରାଯାଇଥିଲା। ଏହାପରେ ସେ ସୁସ୍ଥ ଥିବା ବେଳେ  ତାଙ୍କର ହଠାତ୍‌ ମୃତ୍ୟୁକୁ ପରିବାର ଲୋକେ ତଥା ତାଙ୍କ ଫ୍ୟାନ୍ସ ସହଜେ ଗ୍ରହଣ କରିପାରୁ ନାହାନ୍ତି। ବିର୍‌ଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ ଓ କକା ସମ୍ଭୁ ମହାରାଜ ମଧ୍ୟ  ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ଥିଲେ।

ଆଉ ନାହାନ୍ତି ସମାଜସେବୀ ତଥା ପଦ୍ମଶ୍ରୀ ଶାନ୍ତିଦେବୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ । ଭୂଦାନ ଆନ୍ଦୋଳନ ପାଇଁ ଘରେ ଘରେ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ  ୮୮ ବର୍ଷ ହୋଇଥିଲା। ଆଦିବାସୀ ଅଞ୍ଚଳରେ ହଷ୍ଟେଲ ପ୍ରତିଷ୍ଠା କରି ସେବା ଯୋଗାଇ ଆସୁଥିଲେ ଶାନ୍ତି ଦେବୀ । ସେ ପଦ୍ମଶ୍ରୀ ସହ ଜମୁନାଲାଲ ବଜାଜ୍ ପୁରସ୍କାର ମଧ୍ୟ ପାଇଥିଲେ  । ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶାନ୍ତିଦେବୀ  । ପରେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶାନ୍ତିଦେବୀ ମାତ୍ର ୧୭ ବର୍ଷ ବୟସରୁ  ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବୀ ଓ ଭୂଦାନ ଆନ୍ଦୋଳନରେ ଯୋଗଦେଇଥିଲେ  । ୧୯୪୧ ମସିହାରେ ସେ ଗୁଣୁପୁର ଅଞ୍ଚଳକୁ ଆସି ସମାଜସେବା ଓ ଭୂଦାନ ଆନ୍ଦୋଳନ ଜାରି ରଖିଥିଲେ । ତାଙ୍କ ନିସ୍ୱାର୍ଥପର ସେବା ପାଇଁ ଗତ ୨୦୨୧ ନଭେମ୍ବର ୯ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ଭୂଷିତ କରିଥିଲେ ।

ଆଜିର ରାଶିଫଳ : ୧୭ ଜାନୁଆରୀ, ସୋମବାର ।

ମେଷ:  କର୍ମ କ୍ଷେତ୍ରରେ ସଫଳତା ପାଇବେ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ । ପରିବାରରେ ଶାନ୍ତି ବଜାୟ ରହିବ ।

ବୃଷ: କର୍ମଜୀବୀମାନଙ୍କ ପାଇଁ ଦିନଟି ଶୁଭ ନାହିଁ । ଏଣୁ ସମସ୍ତ କାର୍ଯ୍ୟରେ ସତର୍କ ରହି କାର୍ଯ୍ୟ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ବେଶି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ମିଥୁନ: ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ସୁସମ୍ବାଦ ପ୍ରାପ୍ତି ସହ ସୁଖାଦ୍ୟ ଭୋଜନ କରିବେ । ବନ୍ଧୁଙ୍କ ସହ ଦେଖା ହୋଇପାରେ । ପରିବାରରେ ଶାନ୍ତି ବଜାୟ ରହିବ।

କର୍କଟ: ଅତ୍ୟଧିକ ବ୍ୟୟ ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ। ନିଜର କୌଣସି ମନ ପସନ୍ଦର ଦ୍ରବ୍ୟହାନୀ ହେଇପାରେ । ସତର୍କ ରହିବେ । କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳ ପରିସ୍ଥିତି ମଧ୍ୟ ଉପୁଜିପାରେ ।

ସିଂହ: ପୂର୍ବରୁ ଅଟକିଥିବା କାର୍ଯ୍ୟ ସବୁ ପୁନର୍ବାର ଆରମ୍ଭ ହୋଇପାରେ । ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ ଏବଂ ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ମିଳିବ । ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ପାଇବେ । ନୂତନ ଯାନବାହନ ମଧ୍ୟ କ୍ରୟ କରିପାରନ୍ତି । ଶାରିରୀକ ସୁସ୍ଥତା ଅନୁଭବ କରିବେ ।

ତୁଳା: ଆଗରୁ ଚାଲିଥିବା ବାଦବିବାଦର ଅବସାନ ଘଟିବ । କର୍ମରେ ଉନ୍ନତି ହେବ, ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ ।  ସ୍ୱାସ୍ଥ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହିପାରନ୍ତି ।

ବିଛା: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ବିବାଦର ସମ୍ମୁଖୀନ ହେବେ । ପରିବାରରେ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖାଦେଇପାରେ, ସତର୍କ ରୁହନ୍ତୁ ।

ଧନୁ: ସମସ୍ତଙ୍କର ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭବାନ ହେବେ । ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇବେ ।

ମକର: ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଶରୀରରେ ଆଘାତ ଲାଗିପାରେ । ସତର୍କ ରହି ଯାନବାହନ ଚଳାଚଳ କରନ୍ତୁ ।

କୁମ୍ଭ: କର୍ମକ୍ଷେତ୍ରରେ ବାଦ ବିବାଦ ଉପୁଜିପାରେ । ସହଯୋଗୀମାନେ ଅସହଯୋଗ କରିବା ଦ୍ୱାରା ବିରକ୍ତିଭାବ ପ୍ରକାଶ ପାଇବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରି ପାରନ୍ତି ।

ମୀନ: ଶତୃମାନଙ୍କ ଚକ୍ରାନ୍ତରେ ପଡିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ ।ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ ।