ସଂରକ୍ଷିତ ଆସନରେ ସାଧାରଣ ବର୍ଗଙ୍କ କବ୍‌ଜା;ବିଜେଡି ପ୍ରାର୍ଥୀ ଓ ରିଟର୍ଣ୍ଣିଂ ଅଫିସରଙ୍କ ଗିରଫ ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜିଲ୍ଲା ପରିଷଦ ଜୋନ-୨ ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ଶାସକ ବିଜେଡି ଚଂଚକତା କରି ଏଠାରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥିୀ କରିଛି। ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି । ତେଣୁ ଜାଲିଆତି କରି ନିର୍ବାଚନ ଲଢ଼ୁଥିବାରୁ ଉଭୟ ବିଜେଡି ପ୍ରାର୍ଥି ଓ ରିଟର୍ଣ୍ଣିଂ ଅଫିସରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ପ୍ରଦେଶ କଂଗ୍ରେସ କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ତଥ୍ୟଭିତ୍ତିକ ଅଭିଯୋଗ କରିଛି । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲବେଳେ ରିଟର୍ଣ୍ଣିଂ ଅଫିସର ନିରବଦ୍ରଷ୍ଟା ସାଜିଛନ୍ତି। ତେଣୁ ସଂପୃକ୍ତ ପ୍ରାର୍ଥିଙ୍କ ପ୍ରାର୍ଥିପତ୍ର ନାକଚ ସହ ଜାଲିଆତିରେ ସହଯୋଗ କରିଥିବା ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ଫୌଜଦାରି ମୋକଦ୍ଦମା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି। ପିସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ। ଏହି ସଂରକ୍ଷିତ ଆସନରେ ଶାସକ ବିଜେଡି ସାଧାରଣ ବର୍ଗର ଜଟାଧାରୀ ଦାସଙ୍କୁ ପ୍ରାର୍ଥୀ କରିଛି। ଜଟାଧାରୀଙ୍କ ଜାତି କୈବର୍ତ –ବୈଷ୍ଣବ ଯାହା ଅନୁସୂଚିତ ଜାତି ତାଲିକାରେ ନାହିଁ। ଶ୍ରୀ ଦାସଙ୍କର ବାପା ଓ ଜେଜେବାପା କୈବର୍ତ ବୈଷ୍ଣବ ବୋଲି ତଥ୍ୟ ପ୍ରମାଣ କମିଶନଙ୍କ ପାଖରେ ଦାଖଲ ହୋଇଛି । କିନ୍ତୁ ଜଟାଧାରୀ ଚଂଚକତା କରି ଏକ ମିଥ୍ୟା ଜାତିଗତ ପ୍ରମାଣପତ୍ର ହାସଲ କରିଛନ୍ତି। ଯେଉଁଥିରେ ତାଙ୍କର ଜାତି ‘କେଉଟ-ଦେୱର’ ଉଲ୍ଲେଖ ରହିଛି ଓ ଏହା ୧୯୯୬ ମସିହାରେ ଜାରି ହୋଇଛି। ଜଟାଧାରୀ ନିକଟରେ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ସେ ସାଧାରଣ ବର୍ଗର ହୋଇଥିବାରୁ ତାଙ୍କ ଆବେଦନକୁ ବାଲିକୁଦା ତହସିଲଦାର ଖାରଜ କରିବା ସତ୍ତ୍ୱେ ୨୫ବର୍ଷ ତଳର ଏକ ହାତ ଲେଖା ଜାତି ପ୍ରମାଣପତ୍ରକୁ ଦାଖଲ କରି ସେ ସଂରକ୍ଷିତ ଆସନରେ ବିଜେଡିର ପ୍ରାର୍ଥୀ ହେବା ସମ୍ପୂର୍ଣ୍ଣ ନିନ୍ଦନୀୟ। ଏନେଇ କଂଗ୍ରେସ ପକ୍ଷରୁ ସ୍ଥାନୀୟ ରିଂଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇ ପ୍ରାର୍ଥିପତ୍ର ତୁରନ୍ତ ନାକଚ ସହ ତାଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବାକୁ ଦାବି କରାଯାଇଥିଲା। କିନ୍ତୁ ବାଲିକୁଦା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷପାତପୂର୍ଣ୍ଣ ବେଆଇନ କାର୍ଯ୍ୟପାଇଁ ତାଙ୍କ ବିରୋଧରେ ମଧ୍ୟ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରୁଛି ବୋଲି ଡାକ୍ତର ମହାପାତ୍ର କହିଛନ୍ତି। ଏହି ପ୍ରତିନିଧି ଦଳରେ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସନ୍ତୋଷ କୁମ୍ଭାର, ଦୀପକ ମହାପାତ୍ର, ବିକ୍ରମ ପରିଡ଼ା ଓ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥି ଶରତ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।

ରାମନାଗୁଡା କ ଯୋନ ପ୍ରାର୍ଥୀ ଶିବାଶିଷଙ୍କ ନାମାଙ୍କନ ପତ୍ର ନାକଚ ମାମଲା, କୋର୍ଟ ରେ ମାମଲା ପାଇଁ ସଜବାଜ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କ ଯୋନ ଜିଲା ପରିଷଦ ନିର୍ବାଚନ ମାମଲା ଏବେ ବିବାଦୀୟ ହୋଇ ପଡିଛି l ଏହି ଯୋନର ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଥିବା ଶିବାଶିଷ ପାଣିଗ୍ରାହୀ କୋର୍ଟ ର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣା ପଡ଼ିଛି l ତାଙ୍କର ପ୍ରାର୍ଥୀ ପତ୍ର କିପରି ନାକଚ ହେଲା ତାହା ବିରୋଧରେ ସେ ନିର୍ବାଚନୀ ମାମଲା ରୁଜୁ କରିବେ ବୋଲି ତାଙ୍କ ଓଲିଲ ପ୍ରଦିପ ଦାସ ସୂଚନା ଦେଇଛନ୍ତି l ଜିଲା ପରିଷଦ ନିର୍ବାଚନ ପାଇଁ ଶିବାଶିଷ ନାମାଙ୍କନ ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ l ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ତାଙ୍କର ଭୋଟର ଲିଷ୍ଟ ରେ ନାମ ନଥିବା କହି ନାମାଙ୍କନ ପତ୍ର କୁ ଖାରଜ କରି ଥିଲେ ନିର୍ବାଚନ ଅଧିକାରୀ l ଏହାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି l ତାଙ୍କ ନାମ ଗୁଣପୁର ପୌର ପରିଷଦରେ ଥିବାରୁ ତାଙ୍କ ନାମକୁ ନିର୍ବାଚନ ଅଧିକାରୀ ନାକଚ କରି ଦେଇଥିଲେ l ହେଲେ ଏହାକୁ ନେଇ ଶିବାଶିଷ ଏବଂ ତାଙ୍କ ଓକିଲ ଖାରଜ କୁ ନେଇ ପ୍ରଶ୍ନ ଉଠାଇଛନ୍ତି l ସେମାନଙ୍କର ଅଭିଯୋଗ ହେଲା ତାଙ୍କ ର ପ୍ରାର୍ଥି ପତ୍ର ଦାଖଲ ସମୟରେ କିପରି ଏହା ଜାଣି ପାରିଲେ ନାହିଁ l ସେତେବେଳେ ସମସ୍ତ ତନଖି ପରେ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା l ପ୍ରାର୍ଥୀ ପତ୍ର ଦାଖଲ ସମୟରେ କେଉଁ ଭୋଟର ତାଲିକା ସେମାନେ ଦେଖିଥିଲେ l ବର୍ତ୍ତମାନ ଲେଉଁ ଭୋଟର ତାଲିକା ଦେଖି ଖାରଜ କଳେ l ଯଦି ନାମ ନଥିଲା ପ୍ରାର୍ଥୀ ପତ୍ର ଗ୍ରହଣ ସମୟରେ ହିଁ ଗ୍ରହଣ କରିବା କଥା ନୁହଁ l ଯାଞ୍ଚ ରେ କିପରି ଖାରଜ କଲେ ତାହା ପରେ ନିର୍ବାଚନ ପରିଚାଳନରେ ଅନିୟମିତତା ନୁହେଁ କି ବୋଲି କହିଛନ୍ତି l ଶିବାଶିଷ ପୂର୍ବରୁ ଗୁଣପୁର ବ୍ଲକ ରେଗେଡା ପଞ୍ଚାୟତ ଅଧୀନ ଗୋପାଳ ନଗର ଠାରେ ରହୂଥିଲେ l ତାଙ୍କର ନାମ ଗ୍ରାମାଞ୍ଚଳରେ ରହୁ ଥିବାରୁ ସେହି ଅନୁସାରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ତାଙ୍କ ନାମ ବର୍ତ୍ତମାନ ମଧ୍ଯ ସେହି ଅନୁସାରେ ରହିଛି, ପୌର ପରିଷଦର ଭୋଟର ତାଲିକା ହୋଇ ନାହିଁ l ବର୍ତ୍ତମାନ ସୁଦ୍ଧା ପୌର ପରିଷଦ ଘୋଷଣା ହୋଇ ଭୋଟ ହୋଇ ନାହିଁ କିମ୍ବା ତାଙ୍କ ନାମ ଭୋଟର ତାଲିକାରୁ ବା ଦ ପଡି ନାହିଁ । ଯଦି କୌଣସି ବ୍ୟକ୍ତି ଭୋଟର ତାଲିକାରୁ ବ।ଦ ପଡିବା ଜାଣି ଥାନ୍ତା ତେବେ ଅନ୍ୟ ଭୋ ଟର ତାଲିକା ରେ ସଂଯୋଗ କରିଥାନ୍ତେ । ଭୋଟର ତାଲିକାରେ ନାମ ଥାଇ ତାଙ୍କ ପ୍ରାର୍ଥୀ ପତ୍ର ଗ୍ରହଣ କରାଯାଇ ନାକଚ କରିଥିବାରୁ ଏହା ଉପଜିଲାପାଳ ଗୁଣପୁର ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ ବିଜେଡି ଦଳକୁ ସହାୟତା ଦିଗରେ ପରୋ କ୍ଷ ହସ୍ତକ୍ଷେପ ବୋଲି ନବଭାର ତ ନିର୍ମାଣ ସେବା ପାର୍ଟି ର ଜାତୀୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।