ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ଓ ଆଦିବାସୀଙ୍କୁ ସଂରକ୍ଷଣ ପାଇଁ ଭୀମ ଆର୍ମୀ ପକ୍ଷରୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି)- ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରକାରଙ୍କ ସଂରକ୍ଷଣ ନୀତିକୁ ନେଇ ପଛୁଆ ବର୍ଗ ଓ ଆଦିବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଯାହାର ପ୍ରଭାବେ କଳାହାଣ୍ଡିରେ ଦେଖିବାକୁ ମିଳିଛି। ସରକାରଙ୍କ ଏଭଳି ପାତରଅନ୍ତର ନୀତି ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲା ଭୀମ ଆର୍ମୀ ଭାରତ ଏକତା ମିଶନ ପକ୍ଷରୁ ରାଜ୍ୟ ସରକାର ଏହାର ସମୀକ୍ଷା କରିବା ସହ ଏହି ବର୍ଗ ପାଇଁ ୨୭% ଆରକ୍ଷଣ ଦେବା କୁ ଦାବି କରିଛି। ଏନେଇ ଭୀମ ଆର୍ମୀ ରାଜ୍ୟ ଉପ-ସଭାପତି ଆଶିଷ ରଞ୍ଜନ ନାଏକ, ଭୀମ ଆର୍ମୀ ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ଭବାନୀପାଟଣା ଟାଉନ ସଭାପତି ଚନ୍ଦନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର ,ପାଣ୍ଡବ ମେହେର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗତ ୪ ତାରିଖ ଦିନ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କୋଦଳା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଟୀକାକରଣ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା)- ସାରା ରାଜ୍ୟ ରେ 15 ରୁ 18 ବର୍ଷ ବୟସ କିଶୋର ଙ୍କୁ କୋଭିଡ ଟୀକା କରଣ ଲାଗି ସରକାର ନିଷ୍ପତି ନେଇଛନ୍ତି l ଏଥିଲାଗି ସରକାର ଙ୍କ ପକ୍ଷରୁ ଟୀକା କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି କରାଯାଇଛି l ଅନ୍ୟପଟେ ଟୀକା ନେବାଲାଗି କିଶୋର ମାନେ ମଧ୍ୟ ଆଜି କୋଦଳା ଲଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଟୀକା କେନ୍ଦ୍ର ଖୋଲା ଯାଇଥିଲା ।


ଟୀକା ନେବା ଲାଗି କଲେଜ ଛାତ୍ର ଛାତ୍ରୀ ଆସି ଟୀକା ନେବା ପରେ ଖୁସି ବ୍ୟକ୍ତ କରିଛନ୍ତି l ଏଥିରେ କଲେଜ ଅଧ୍ୟକ୍ଷ ଡ଼ ସିମାଞ୍ଚଳ ମୁନି, ରେଡ଼କ୍ରସ କାଉଁସିଲର ସାସାଲିପି ନାୟକ, ଏନ. ଏସ. ଏସ ପୋଗ୍ରାମ ଅଫିସର ସରୋଜ କୁମାର ଆଚାର୍ଯ୍ୟ, ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ କାଳନ୍ଦୀ ଚରଣ ଦାସ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ

ସନାତନ ସନ୍ଥ ସମାଜର ଦଶମ ବାର୍ଷିକ ସମ୍ମିଳନୀ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-  ଭୁବନେଶ୍ଵରର ଶିଶୁପାଳଗଡ ସ୍ଥିତ ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍ ପରିସରରେ ଓଡିଶାର ବୃହତ୍ତମ ସାଧୁସନ୍ଥ ସଂଗଠନ “ସନାତନ ସନ୍ଥ ସମାଜ” ର ଦଶମ ବାର୍ଷିକ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବେଦାନ୍ତ ବିଜ୍ଞାନ ଗୁରୁକୁଲମ୍ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସନାତନ ସନ୍ଥ ସମାଜର ଅଧ୍ଯକ୍ଷ ସ୍ବାମୀ ଭାଗବତାନନ୍ଦ ସରସ୍ବତୀ ଏହି ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ । ଓଡିଶା ତଥା ଓଡିଶା ବାହାରୁ ବିଭିନ୍ନ ସମ୍ପ୍ରଦାୟର ଅଗଣିତ ସାଧୁସନ୍ଥ, ସନ୍ନ୍ୟାସୀ, ବ୍ରହ୍ମଚାରୀ, ଓ ମହନ୍ତ ମହାରାଜମାନେ ଯଥା ସ୍ବାମୀ ସଂପୂର୍ଣ୍ଣାନନ୍ଦ ସରସ୍ବତୀ, ସ୍ବାମୀ ବ୍ରହ୍ମ ସ୍ବରୂପାନନ୍ଦ ପୁରୀ, ସ୍ବାମୀ ଜିଜ୍ଞାସାନନ୍ଦ ସରସ୍ବତୀ, ସ୍ବାମୀ ହରିଶରଣାନନ୍ଦ, ସ୍ବାମୀ ପ୍ରାଣସ୍ବରୂପାନନ୍ଦ ସରସ୍ବତୀ, ସ୍ବାମୀ ଗୁରୁଶରଣାନନ୍ଦ, ସ୍ବାମୀ ହରିଭକ୍ତାନନ୍ଦ, ସ୍ବାମୀଶ୍ରୀ ଜୟଦେବ ଭାରତୀ, ସ୍ବାମୀଶ୍ରୀ ଶାଶ୍ବତାନନ୍ଦ, ସ୍ବାମୀ ଅଭେଦାନନ୍ଦ, ସ୍ବାମୀ ଶୁଭାନନ୍ଦ, ସ୍ବାମୀ କ୍ରାନ୍ତି ସ୍ବରୂପାନନ୍ଦ, ସ୍ବାମୀ ଭୂମାନନ୍ଦ ଗିରି, ସ୍ବାମୀ ଓମାନନ୍ଦ ସରସ୍ବତୀ, ଖଗେଶ୍ବର ବାନପ୍ରସ୍ଥି, ବ୍ରହ୍ମଚାରୀ ସତ୍ଯ ଚୈତନ୍ଯ ପ୍ରମୁଖ ଯୋଗଦାନ କରିଥିଲେ ।

ପ୍ରାରମ୍ଭରେ ବେଦପାଠ କରାଯିବା ସହ ସାମ୍ପ୍ରତିକ ସମାଜରେ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସୁଚିନ୍ତିତ ସୁସଂଗଠିତ ଖସଡା ପ୍ରସ୍ତୁତି, ଏକ ସଚେତନଶୀଳ ତଥା ହିନ୍ଦୁତ୍ବ ଭାବାବେଗ ଆଧାରରେ ବ୍ଯକ୍ତିତ୍ବର ବିକାଶ, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ତାର ମୂଲ୍ଯବୋଧ ସମ୍ପର୍କରେ ଦିଗ୍ ଦର୍ଶନ, ଦୈନନ୍ଦିନ ଜୀବନରେ ବେଦ ଉପନିଷଦର ଉପଦେଶ ଓ ନିର୍ଦ୍ଦେଶ ପାଳନ ଏବଂ କରୋନା ପିଡୀତ ତଥା ପଛୁଆବର୍ଗଙ୍କୁ ଯଥାସାଧ୍ଯ ସହାୟତା ଯୋଗାଇଦେବା ନିମନ୍ତେ “ଓଡିଶା ଉତ୍ଥାନ ମଞ୍ଚର” ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ କରାଯିବା ସହ ଏହି ସମସ୍ତ କାର୍ଯ୍ୟରେ ସାଧୁ ସନ୍ଥମାନଙ୍କର ଭୂମିକା କିପରି ରହିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ସନ୍ଥ ସମାଜର ମୁଖପତ୍ର “ହିତେରତା” ର ଦଶମ ସ୍ମରଣୀକା ଲୋକାର୍ପଣ, ପ୍ରସାଦ ସେବନ, ସାଧୁସନ୍ଥମାନଙ୍କୁ ଶୀତବସ୍ତ୍ରା, ମାସ୍କ ଓପତ୍ରିକାଦି ବିତରଣ କରାଯାଇଥିଲା । ସନାତନ ସନ୍ଥ ସମାଜର କାର୍ଯ୍ଯକାରିଣୀ ସଙ୍ଘ ” ଓଡିଶା ଉତ୍ଥାନ ମଞ୍ଚ (ଓୟୁମ୍) ” ର ଡଃ ବିଶ୍ବନାଥ ରଥ ଏବଂ ସମସ୍ତ କର୍ମକର୍ତ୍ତାଙ୍କ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଶ୍ରୀଯୁକ୍ତ ବାବାଜୀ ଚରଣ ବିଶ୍ବାଳ, ଗୁରୁକୁଲମର ଟ୍ରଷ୍ଟି ଶ୍ରୀ ଆଲୋକ ଦାସ, ଶିଶିର ଜେନା, ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ଦାଶ ଓ ଅନ୍ଯାନ୍ଯ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସାଧୁ ସନ୍ଥମାନଙ୍କୁ ସହାୟତା ପୂର୍ବକ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ତଥା ଅଧ୍ଯକ୍ଷ ସ୍ବାମୀ ଶ୍ରୀ ଭାଗବତାନନ୍ଦ ସରସ୍ବତୀ ସମସ୍ତଙ୍କୁ ଧନ୍ଯବାଦ ପ୍ରଦାନ ସହ ଜଗତ କଲ୍ଯାଣ ନିମନ୍ତେ ସାମୁହିକ ସ୍ବସ୍ତିମନ୍ତ୍ର ପାଠ ଓ କରୋନା ମହାମାରୀର ସମ୍ପୂର୍ଣ୍ଣ ବିଲୋପ ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।

କାଲିଠୁ ନନ୍ଦନକାନନ କାଉଣ୍ଟରରେ ମିଳିବନି ଟିକେଟ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଙ୍ଗ ଜମ୍ପ ମାରିଛି। ଲଗାତର କରୋନା ମାମଲା ବଢ଼ୁଥିବାର ଦେଖି ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ପାଇଁ କର୍ତ୍ତୃପକ୍ଷ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ଆସନ୍ତାକାଲି ଠାରୁ ନନ୍ଦନକାନନର କାଉଣ୍ଟରରେ ଆଉ ଟିକେଟ ମିଳିବନି। ଅର୍ଥାତ୍ ଶୁକ୍ରବାର ଠାରୁ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ। ଅନଲାଇନରେ ଟିକେଟ୍ କାଟିବା ପରେ ନନ୍ଦନକାନନ ଯିବାକୁ ଅନୁମତି ମିଳିବ। କରୋନା ଭାଇରସ୍ ପୁଣିଥରେ ରାଜ୍ୟରେ ବଢ଼ୁଥିବାର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛି। ନନ୍ଦନକାନନର ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳେ। ଭିଡ଼ ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ତେଣୁ କାଉଣ୍ଟରରେ କିପରି ଭିଡ଼ ନହେବ, ତାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲାରେ ଲଗାତର ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ଭିତରେ ବିଏମସିରୁ ୪୦୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଲୋକାଲ କେସ୍ ୩୬୨ ରହିଛି। ସେହିପରି ଆଜି ରାଜ୍ୟରେ ୧୮୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୭୯୧ଟି । ଏଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୫୮ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଭୁବନେଶ୍ୱରରେ ଏହି ସଂଖ୍ୟା ଗତ ୨୪ ଘଣ୍ଟାରେ ଆହୁରି ଅଧିକ ରହିଥିବା ଅନୁମାନ କରାଯାଉଛି।

ପୁରୀ ଭକ୍ତ ନିବାସ ର ଘରୋଇକରଣ ନେଇ ଉଠିଲା ବିରୋଧୀ ସ୍ଵର …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିବା ନୀଳାଦ୍ରି ଭକ୍ତ ନିବାସ, ଗୁଣ୍ଡିଚା ଭକ୍ତ ନିବାସ ଓ ନୀଳାଚଳ ଭକ୍ତ ନିବାସକୁ ଦୀର୍ଘମିଆଦ ଲିଜ ଦିଆଯିବ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୦ମସିହା ମାର୍ଚ୍ଚ ୨୮ ତାରିଖରେ ପ୍ରାଇଭେଟ ପାର୍ଟି ବା ପିପିପି ମୋଡରେ ଲିଜ ଦିଆଯିବ ବୋଲି ନୀତି ପ୍ରଶାସକ କହିଥିଲେ। ଅନ୍ୟପଟେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି। ଲିଜ ଦିଆଗଲେ ଏହାର ବ୍ୟାବସାୟୀକରଣ ହେବାର ଆଶଙ୍କା ଦେଖାଦେଇଛି। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଗଣଙ୍କ ଠାରୁ ସେବାୟତ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ର ଆସୁଥିବା ଗରିବ ଭକ୍ତଙ୍କ ରହଣୀ ପାଇଁ ବ୍ୟବସ୍ଥା କରିବାକୁ ୨୦୧୮ରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ୬୦ ହଜାର ଭକ୍ତଙ୍କ ରହଣୀର ବ୍ୟବସ୍ଥା କର। ରାଜ୍ୟ ସରକାର ବି ଏ ନେଇ ସତ୍ୟପାଠ ଦାଖଲ କରିଥିଲେ। ହେଲେ ପ୍ରଶାସନ ଏଯାଏ ଗରିବ ଭକ୍ତଙ୍କ ପାଇଁ ରହଣୀ ବ୍ୟବସ୍ଥା କରିବାରେ ବିଫଳ ହୋଇଛି। ଅନ୍ୟପଟେ ଯେଉଁ କେତୋଟି ଭକ୍ତନିବାସ ଥିଲା ସେଥି ମଧ୍ୟରୁ ଦୁଇଟି ଭକ୍ତନିବାସକୁ ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାକୁ ଦୀର୍ଘମିଆଦି ଲିଜ୍ ସୂତ୍ରରେ ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ଘରୋଇ ସଂସ୍ଥା ହାତକୁ ଭକ୍ତନିବାସ ଗଲାପରେ ସାଧାରଣ ଭକ୍ତଟିଏ ସୁଲଭ ଦରରେ ରହିବାର ସୁବିଧା ପାଇବ କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ପୁରୀକୁ ବିଭିନ୍ନ ଯାନିଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ବିଭିନ୍ନ ହୋଟେଲ୍ ଲଜିଂରେ ମନଇଚ୍ଛା ଦର ଯାତ୍ରୀଙ୍କ ଠାରୁ ନିଆଯାଉଛି। ସେହିପରି ଭକ୍ତନିବାସକୁ ଯେଉଁ ଘରୋଇ ସଂସ୍ଥା ପରିଚାଳନା କରିବ ବା ଲିଜ୍ ସୂତ୍ରରେ ନେବ, ସେ କେତେ ଦରରେ ଲୋକଙ୍କୁ ଲଜ୍ ଦେବ, ତାକୁ ନେଇ ପ୍ରଶ୍ନ ଉଠୁଛି। ସରକାରୀ ଅଧିକାରୀଙ୍କର ଘରୋଇ ସଂସ୍ଥା ପ୍ରତି ଏତେ ଅହେତୁକ ଅନୁକମ୍ପା କଣପାଇଁ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେପଟେ ଲିଜ ସମ୍ପର୍କରେ ନୀତି ପ୍ରଶାସକ କହିଛନ୍ତି ଭକ୍ତ ନିବାସ, ପୂର୍ବରୁ ମଧ୍ୟ କମର୍ସିଆଲ ଭାବେ ପରିଚାଳିତ ହେଉଥିଲା। ଏବେ କେବଳ ପିପିପି ମୋଡରେ ଲିଜ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଗରିବ ଭକ୍ତଙ୍କ ରହଣି ବ୍ୟବସ୍ଥା ପାଇଁ ବିକଳ୍ପ ଭାବେ ଅନ୍ୟ କୋଠା ର୍ନିମାଣ କରାଯାଉଛି ବୋଲି ସେ କହିଛନ୍ତି। ଭକ୍ତ ନିବାସ କ୍ଷତିରେ ଚାଲୁଥିବାରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏଭଳି ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂବର୍ତନ ପରିଚାଳନା କମିଟି ସଦସ୍ୟ। ତେବେ ଆଇନ ମନ୍ତ୍ରୀ କହିଛନ୍ତି ଏନେଇ କିଛି ଚୂଡ଼ାନ୍ତ ହୋଇନି, ଯାତ୍ରୀଙ୍କ ପାଇଁ ଯାହା ଠିକ ହେବ, ପଦକ୍ଷେପ ନିଆଯିବ।

କରୋନା କବଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କରୋନାରେ ଆକ୍ରାନ୍ତ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ପରେ ମନ୍ତ୍ରୀ ଶ୍ରୀ ଦାସ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କରିଛନ୍ତି। ଏଥିସହ ଗତ ୩ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି। ଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ସାଂଘାତିକ ରୂପ ନେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୧୨୪ଟି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଅଛନ୍ତି।

ଶିମିଳିପାଳ ଅଭୟାରଣ୍ୟରେ ଆଜିଠାରୁ ଗଡ଼ିବ ବସ୍‌ ….!

ଏଥର ସମ୍ଭାଳ (କରଞ୍ଜିଆ) – ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ଆଜିଠୁ ୬ଟି ଟ୍ରାଭେଲର ବସ୍ ଚଳାଚଳ କରିବ। ଫଳରେ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କର ଆଗ୍ରହ ବଢ଼ିବ ବୋଲି ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି। ମିନି ବସ୍‌କୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ ରକ୍ଷଣାବେକ୍ଷଣ କରିବ। ଏଥିଲାଗି ଅଫ୍‌ଲାଇନରେ ଟିକେଟ ବୁକିଂ ହେବ। ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର  ପିଠାବଟା ଗେଟ ନିକଟରେ ଦୁଇଟି ବସ୍ ରହିବ। ଯଶିପୁରର ଧୋବାଡିହା ମୁଖ୍ୟଗେଟ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍‌ ଭଡ଼ା ଛଅ ହଜାର ଟଙ୍କା ରଖାଯାଇଛି। ସେହିପରି ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର  ପିଠାବଟା ଗେଟ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍‌ର ଭଡ଼ା ସାଢ଼େ ୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଟିଏ ବସ୍‌ରେ ୧୨ ଜଣ ପର୍ଯ୍ୟଟକ ନେଚର କ୍ୟାମ୍ପକୁ ଯାଇପାରିବେ। ପର୍ଯ୍ୟଟନ ଋତୁ ଚାଲିଥିବାରୁ  ଶିମିଳିପାଳରେ ପର୍ଯ୍ୟଟକ ଭିଡ଼ ଜମୁଛି। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ।  ଏହାସହ ଶୀତୁଆ ସକାଳର ଭରପୂର ମଜା  ଉଠାଇଥାନ୍ତି ପର୍ଯ୍ୟଟକ।

ଆଜି ର ରାଶିଫଳ : ୭ ଜାନୁଆରୀ, ଶୁକ୍ରବାର

ମେଷ: କଠିନ ପରିଶ୍ରମ କରିବେ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।

ବୃଷ: ଶୁଭ ଖବର ପାଇ ଖୁସିହେବେ। ଶରୀର ସୁସ୍ଥ ରହିବ। ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବା ସହ ଆୟ ମଧ୍ୟ ଉତ୍ତମ ହେବ। ଛାତ୍ରଛାତ୍ରୀମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇବେ।

ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

କର୍କଟ: ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସମାନ ବିଚାରଧାରାର ବ୍ୟକ୍ତିଙ୍କ ସହିତ ଭେଟ ହେବ । ମନ ପ୍ରଫୁଲ୍ଲ ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ସିଂହ: ମାନ-ସମ୍ମାନ ବଢ଼ିବ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ଦିନଟି ଖୁସିରେ ବିତିବ।

କନ୍ୟା: ମାଲିମୋକଦ୍ଦମାରେ ସଫଳ ହେବେ।  କର୍ମକ୍ଷେତ୍ରରେ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ।

ତୁଳା: ପରିଶ୍ରମ ଅନୁଯାୟୀ ଫଳପ୍ରାପ୍ତି ହେବ। ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ।

ବିଚ୍ଛା: ସରକାରୀ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।

ଧନୁ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅଧିକ ହେବ।  ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

ମକର: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼େଇବେ। କୌଣସି ସହକର୍ମୀ ଆପଣଙ୍କ ପ୍ରତି ଈର୍ଷାନ୍ୱିତ ହେବେ, ତେବେ କିଛି କ୍ଷତି କରିପାରିବେ ନାହିଁ।

ମୀନ: ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ।  ପରିବାରରେ ହସ ଖୁସିରେ ବାତାବରଣ  ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।

ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଗୁଣପୁର ବନାଞ୍ଚଳ ପକ୍ଷରୁ ଆୟୋଜିତ ହୋଇଯାଇଛି ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) ରାୟଗଡ ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ବିଦ୍ୟା ନିକେତନ ଆମ୍ବ ତୋଟା ଠାରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ରାୟଗଡା ଶ୍ରୀ ବିଜୟ କୁମାର ପରିଡା , ସହ ବନଖଣ୍ଡ ଅଧିକାରୀ ରାୟଗଡା ଶ୍ରୀ ଅଶୋକ କୁମାର ପ୍ରଧାନ , ଗୁଣପୁର ବନପାଳ ଶ୍ରୀ ନୀଳମାଧବ ପାଢ଼ୀ , ଶ୍ରୀ ଗଙ୍ଗାଧର ମିଶ୍ର ଗୁଡାରୀ ବନପାଳ, ଶ୍ରୀ ନରେନ୍ଦ୍ର ଗମାଙ୍ଗ ରାମନଗୁଡ଼ା ବନପାଳ, ଶ୍ରୀ ମାଝୀ ମହାପାତ୍ର ପଦ୍ମପୁର ବନପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥି ମାନେ ବେଣ୍ଟ ଶିକାର ନ କରିବା , ଜଙ୍ଗଲ ର ସୁରକ୍ଷା କରିବା ଏବଂ ଜଙ୍ଗଲ ଆମ ଅମୂଲ୍ୟ ସମ୍ପଦ ଏହାକୁ ନିଆଁ ଲଗାଇ ନଷ୍ଟ କରିବା ନାହିଁ ଭଳି ବିଷୟ ନେଇ ଆଲୋକପାତ କରିଥିଲେ ।

ଗୁଣୁପୁର ବନାଞ୍ଚଳ ଅଧିନ ରେ ୩୦୯.୬୯୦୧୪୭୫ ସ୍କୁୟାର କିମି କ୍ଷେତ୍ରଫଳ ର ବନ ରହିଛି ଯେଉଁଥିରେ ସଂରକ୍ଷିତ ଜଙ୍ଗଲ ୨୩ ଗୋଟି , ସୁରକ୍ଷିତ ଜଙ୍ଗଲ ୨୬ ଗୋଟି , ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ୮ ଗୋଟି , ଗ୍ରାମ୍ୟ ଜଙ୍ଗଲ ୧୧ ଗୋଟି ଓ କମପେନସେଟାରୀ ବୃକ୍ଷ ରୋପଣ ୬ ଗୋଟି ରହିଅଛି । ଏହାର ସୁରକ୍ଷା ନିମନ୍ତେ କମ୍ ସଂଖ୍ୟା ରେ ବନପାଳ ଏବଂ ବନ ଅଧିକାରୀ ରହିଥିବା ଯୋଗୁଁ ଜନସାଧାରଣ ନିଜେ ସଚେତନ ହୋଇ ଏହାକୁ ସୁରକ୍ଷା କରିବା ନିମନ୍ତେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଗୁଣପୁର ବନାଞ୍ଚଳ ବିଭାଗ ପରିଚାଳିତ କରିଥିଲେ । ସମସ୍ତ ପ୍ରକାର କୋଭିଡ଼ ନିୟମ କୁ ମାନି କାର୍ଯ୍ୟକ୍ରମ କରିଥିବା ନେଇ ସାଧାରଣ ରେ ପ୍ରଶଂସା କରାଯାଇଛି ।