ମୁଖ୍ୟମନ୍ତ୍ରୀଙ୍କ ଦିନ କାଳ ଧୀରେ ଧୀରେ ଶେଷ ହେବ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଆଜି ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତି ସଭାରେ ଭର୍ଚୁଆଲ ଜରିଆରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ବର୍ଷକ ପରେ ଆଜି ମାମଲା କେଉଁ ଅବସ୍ଥାରେ ଅଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର କହିଛନ୍ତି, କୁଳମଣିଙ୍କ ହତ୍ୟା ଘଟଣାରେ ପ୍ରଥମେ ସ୍ଥାନୀୟ ବିଧାୟକ ତଥା ବେଆଇନ ମନ୍ତ୍ରୀଙ୍କ ନାଁ ଏଫଆଇଆର ତାଲିକାରେ ଥିଲା। ହେଲେ ପରେ ପୁଲିସ ତାଙ୍କ ନାଁକୁ ଏଫଆଇଆରରୁ କାଟିଦେଲା। ଏମିତି କରି ପୁଲିସ୍ ତଳ କୋର୍ଟ ନିର୍ଦ୍ଦେଶକୁ ମାନି ନଥିଲା। ଏମିତିକି ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ, ଯାହା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା କିପରି, ତାହା ଦର୍ଶାଉଛି। ଅସଲରେ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଲୋକଙ୍କ ଚିନ୍ତା ନାହିଁ କିମ୍ବା ତାଙ୍କ ପାଇଁ ଦରଦ ନାହିଁ। ଯେଉଁ କାରଣରୁ ରାଜ୍ୟରେ ଏସବୁ ଘଟୁଛି ବୋଲି କହି ନବୀନକୁ ସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଜୋରଜବରଦସ୍ତ ଶାସନ ଚଳାଇବା ଏବେ ମୁଖ୍ୟମନ୍ତ୍ରୀଙ୍କ ନୀତି ହୋଇଯାଇଛି। ଆପଣଙ୍କ ପାଖରେ ଆଜି ଅର୍ଥ ବଳ ଅଛି। ଆପଣଙ୍କ ପାଖରେ ପ୍ରଶାସନିକ କଳର ଆସୁରିକ ଶକ୍ତି ଆସିଯାଇଥିବାର ଦମ୍ଭ ଓ ଅହଙ୍କାର ହୋଇଯାଇଛି। ଦିନେ ରାବଣ ଓ ଦୁର୍ଯୋଧନର ଏ ଅହଙ୍କାର ଓ ଦମ୍ଭ ଥିଲା। ହେଲେ ଆପଣଙ୍କର ଏହି ଅହଂକାରକୁ ମହାପ୍ରଭୁ ଜଗନ୍ନାଥ ଦେଖୁଛନ୍ତି। ଆପଣଙ୍କ ଦିନ କାଳ ଧୀରେ ଧୀରେ ଶେଷ ହେବ ବୋଲି ନବୀନକୁ କଡ଼ା ଭାଷାରେ କହିଛନ୍ତି ଧର୍ମେନ୍ଦ୍ର। ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ଟ୍ୟାକ୍ସ ଚୋରି କରୁଛନ୍ତି। ଏପରିକି ସରକାର ଗରିବଙ୍କ ହକ୍ ମଧ୍ୟ ମାରୁଛନ୍ତି। ଗରିବ ବିରୋଧୀ କାମର ପ୍ରତିବାଦ କରିବାରୁ କୁଳମଣିଙ୍କୁ ହତ୍ୟା କରାଗଲା। ତାଙ୍କର ବଳିଦାନକୁ ମୁଁ ନତମସ୍ତକ କରୁଛି। ଏହାଛଡ଼ା କୁଳମଣିଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୨ ତାରିଖରେ ଉଭୟ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଥିଲା। ଘଟଣାକୁ ବର୍ଷେ ପୂରିଯାଇଥିଲେ ହେଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କିଏ, ତାହା ଜଣାପଡ଼ିନାହିଁ।

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସିଭିଲ ଇଂଜିନିୟରିଂ ବିଭାଗ ର ଛାତ୍ର ଙ୍କ ଓ ପି ଏସ ସି ପରୀକ୍ଷା ରେ ସଫଳତା….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଗୁଣପୁର)- ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସିଭିଲ ଇଂଜିନିୟରିଂ ବିଭାଗ ର ଛାତ୍ର ସୁଧାଂଶୁ ବେହେରା ଓ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ଓ ପି ଏସ ସି ପରୀକ୍ଷା ରେ କୃତ କାର୍ଯ୍ୟ ହୋଇ ପଂଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ ଉର୍ଣ୍ଣତ ମାନର ଶିକ୍ଷାଦାନ ସହ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନକୁ ପ୍ରତିଫଳିତ କରିଛି। ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା ,ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏ. ଭି .ଜଗନ୍ନାଧା ରାଓ ,ବିଭାଗୀୟ ମୁଖ୍ୟ ,ଅଧ୍ୟାପକ ,ଅଧ୍ୟାପିକା ପ୍ରମୁଖ ସଫଳ ଛାତ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ନୂଆଗାଁ କାଳିମନ୍ଦିର ଠାରୁ ବେହେରା ସାହି ରାସ୍ତା ମଝିରେ କୃତିମ ପୋଖରି …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମପଞ୍ଚାୟତ ର ନୂଆଗାଁ କାଳି ମନ୍ଦିର ଠାରୁ ବେହେରା ସାହି ବା ଗୁଡ଼ିଆ ନାଳ ରାସ୍ତା ମଝିରେ ପୋଖରି ସଦୃଶ ପାଣି ଜମି ରହୁଛି। ଫଳରେ ଏହି ରାସ୍ତା ଦେଇ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ । ଏ ନେଇ ଗ୍ରାମବାସୀ ମାନେ ମୌଖିକ ଭାବେ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି । ଦେଖାଯାଉ କେବେ ଏହି ରାସ୍ତା ଉପରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧି ଙ୍କ ନଜର ପଡୁଛି ତାହା ଦେଖିବାକୁ ବାକି ରହିଲା ।

ସହର ତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଦାବୀରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ବ୍ରହ୍ମପୁର)- ହ୍ମପୁର ସହର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ମହାନଗର ନିକଟସ୍ଥ ସହର ତଳି ଅଞ୍ଚଳ ଏବଂ ୧୮ ଟି ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଦାବୀ ନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା। କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ କମିଟିର ବହୁ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ସହର ତଳି ଅଞ୍ଚଳକୁ ବିଏମସି ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଏବଂ ବୃହତ୍ତର ମହାନଗର ନିଗମ ଗଠନ ନେଇ ସ୍ଲୋଗାନ ଦେବା ସହ ଏନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।


ଏଠାରେ ସୂଚନାଯୋଗ୍ୟ ଯେ ମହାନଗର ସନ୍ନିକଟ ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ସରକାର ଜାରୀ କରିଥିବା ୨୦୦୮ ଗେଜଟ ନୋଟିଫିକେସନ ଅନୁଯାୟୀ ମହାନଗର ସାମିଲ କରିବା ଦାବୀ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦୀର୍ଘ ୧୩ ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଆସୁଛି। ଏନେଇ ଆରଡିସିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧି ଏବଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବହୁ ବାର ଦାବୀ ପତ୍ର ଦିଆଯାଇଛି, ଆଜିର ଦାବୀ ପତ୍ରକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହା ତୃତୀୟ ବାର ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅଟେ । ସବୁଠାରେ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନାହିଁ ବୋଲି ସଭାପତି ଅତି କ୍ଷୋଭର ସହ କହିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ସାରା ଭାରତ ବର୍ଷରେ ସବୁଠାରୁ କ୍ଷୁଦ୍ରତମ ମହାନଗର ନିଗମ ହେଇଥିଲ ମଧ୍ୟ ସରକାର ଲୋକଙ୍କ ଦାବୀ ସ୍ଵତ୍ତେ ସହର ତଳି ଅଞ୍ଚଳକୁ ମିଶ୍ରଣ କରି ଏକ ପୂର୍ଣ୍ଣାଙ୍ଗ ଏବଂ ବୃହତ୍ତର ମହାନଗର ନିଗମ ଗଠନ କରିବାରେ କାହିଁକି ଆଜି ପର୍ଯ୍ୟନ୍ତ ପଦକ୍ଷେପ ନେବାରେ ଅସମର୍ଥ ରହି ଆସିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ଅବୁଝା ହୋଇ ରହିଛି। କମିଟି ସଭାପତି କହିଛନ୍ତି ଯେ ମିଶ୍ରଣ ପକ୍ରିୟା ସାକାର ହେଲେ ମହାନଗର ନିଗମ ଅଧିନକୁ ଲୋଚାପଡ଼ା ପଞ୍ଚାୟତ ସହ ନିମଖଣ୍ଡି, ଜଗଦଳପୁର, ଦକ୍ଷିଣପୁର, ଲାଠି,ଅଙ୍କୁଶପୁର, ବଡକୁଷସ୍ଥଳି, ଡୁରା, ଗଞ୍ଜୁ, କନିଶି, ହଳଦିଆପଦର ଓ ଗୋଳବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲ ଏହିଭଳି ମହାନଗର ସନ୍ନିକଟ ୧୮ ଟି ପଞ୍ଚାୟତ ଏବଂ ଏହାର ବାସିନ୍ଦା ମହାନଗର ନିଗମରେ ସାମିଲ ହୋଇ ମୌଳିକ ସୁବିଧା ସୁଯୋଗ ହାସଲ କରିପାରି ଥାନ୍ତେ ,ଯେଉଁଥିରେ ସାଠିଏ ହଜାରରୁ ଉର୍ଦ୍ଧ୍ବ ଘର ଓ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣ ସାମିଲ ଅଛନ୍ତି। ସେହିଭଳି ବ୍ରହ୍ମପୁର ସହର ନିକଟରେ ଥିବା ତହସିଲ ଏବଂ ଥାନାର ତ୍ୱରିତ ସେବା ମଧ୍ୟ ପାଇବାରେ ସକ୍ଷମ ହୁଅନ୍ତେ। ତତ୍ ସହିତ ମହାନଗର ନିଗମରେ ଏହି ସବୁ ନୂତନ ଅଞ୍ଚଳ ଓ ଅଞ୍ଚଳ ବାସି ସାମିଲ ହେଲେ ମହାନଗର ନିଗମ ଏବଂ ଏହି ସବୁ ଅଞ୍ଚଳର ଭିତ୍ତିଭୂମି ସଜାଡ଼ିବା ଏବଂ ମୌଳିକ ସୁବିଧା ସୁଯୋଗର ଉପଲବ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରଚୁର ଅନୁଦାନ ଆସିପରିଥନ୍ତା। ଯାହାର ସୁଫଳ ସମସ୍ତଙ୍କୁ ମିଲିପରିଥନ୍ତା। ଏତେ ସବୁ ସ୍ଵତ୍ତେ ଏବଂ ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ଵ ସ୍ଵତେ ମିଶ୍ରଣ ନେଇ ରାଜନୈତିକ ଇଚ୍ଛା ଶକ୍ତି ପ୍ରକାଶ ନପାଇବା ବିଡ଼ମ୍ବନାର ବିଷୟ ବୋଲି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏପରିକି ସାମିଲ ହେବା ପାଇଁ ଲୋଚାପଡ଼ା ଏବଂ ଅନ୍ୟ ତିନୋଟି ଗ୍ରାମ ନିଜ ନିଜ ପଞ୍ଚାୟତରେ ସଂକଳ୍ପ ପତ୍ର ପାସ କରିଦେଲା ପରେ ମଧ୍ୟ ସରକାର ତାହାକୁ ଅଣଦେଖା କରିଆସୁଛନ୍ତି।କମିଟି ମିଶ୍ରଣ ନେଇ ସମସ୍ତ ଉପଲବ୍ଧ ମାର୍ଗ ଆପଣେଇ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଥିଲେ ମଧ୍ୟ ସରକାରଙ୍କୁ ନିଦରୁ ଉଠେଇବାରେ ବିଫଳ ହେବାରୁ ପରିଶେଷରେ କମିଟି ହାଇ କୋର୍ଟ ଙ୍କ ଦ୍ଵାରସ୍ଥ ହେଇଛି। ଇତି ମଧ୍ୟରେ ମହାନଗର ନିଗମ ଗଠନପରେ ଦୁଇଟି ନିର୍ବାଚନ ହୋଇ ତୃତୀୟ ନିର୍ବାଚନ ହେବାକୁ ଯାଉଛି ତେଣୁ ସରକାର ଏଇଥର ମିଶ୍ରଣ ନେଇ ସରକାର କିଛି ଠୋସ ପଦକ୍ଷେପ ନନେଲେ ଲୋକଙ୍କ ଆକ୍ରୋଶର ଶିକାର ହେବା ସୁନିଶ୍ଚିତ ତେଣୁ ବେଳ ଥାଉ ଥାଉ ସରକାର କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସହର ମଧ୍ୟରେ ଗ୍ରାମର ଭ୍ରମ କେବେ ଦୂର ହେବ ଦେଖିବାକୁ ବାକି ରହିଲା ।ମିଶ୍ରଣ ପକ୍ରିୟା ସାକାର ରୂପ ନନେଲା ପର୍ଯ୍ୟନ୍ତ ଆଇନଗତ ଲଢେଇ ସହ ସାମାଜିକ ଓ ରାଜନୈତିକ ସ୍ତରରେ ଲଢେଇ କମିଟି ଜାରୀ ରଖିବ ବୋଲି କମିଟି ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆଜିର ପ୍ରତିବାଦ ସଭାରେ ସଭାପତିଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ଉପସଭାପତି ହରିହର ନାୟକ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ବିଜୟ ଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି ଭି ସାଗର, ସଂଯୋଜକ ସି ଏଚ ରାମକୃଷ୍ପୁ ଦାସ, ସହ ସଂଯୋଜକ ଶ୍ରୀମନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଏମ ଲାବଣ୍ୟ ପାତ୍ର,ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପଦେଷ୍ଟା ପ୍ରଫେସର ରଙ୍ଗନାଥ ମିଶ୍ର ଓ ଲକ୍ଷ୍ମଣ ପାତ୍ର ଏବଂ କାର୍ଯ୍ୟକରୀ ସଦସ୍ୟ ଅନ୍ତର୍ଯ୍ୟାମୀ ବେହେରା, ଅଜିତ୍ ପଟ୍ଟନାୟକ, କାହ୍ନୁ ଚରଣ ପତି, ସିଲ୍ଲା ବୈରୀ, ଗଣେଶ ଦାସ,ପି କେ ଦାସ, କିଶୋର ପାତ୍ର, ଅମୀୟ ପଟନାୟକ, ଇ ଟି ରାଓ, ହିମାଂଶୁ ପାଣିଗ୍ରାହୀ, ଅଶୋକ ପାଣିଗ୍ରାହୀ, ବସନ୍ତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ଏମ ପ୍ରକାଶ ପାତ୍ର, ଶ୍ରୀକାନ୍ତ ପଢିହାରୀ, ବୃନ୍ଦାବନ ପଟ୍ଟନାୟକ, ଅନିଲ ଅଧିକାରୀ, ଶଙ୍କର୍ଷଣ ସାହୁ, କବିରାଜ ରାଉତ, କୁମାର ସ୍ବାମୀ ପାତ୍ର, ବିଜୟ ଚନ୍ଦ୍ର ମହାରଣା, ଶ୍ୟାମ ସୁନ୍ଦର ଖାଡଙ୍ଗା, ରାଜା ସାହୁ, ଅଶୋକ କୁମାର ପାଣିଗ୍ରାହୀ, ଏ ଚ ଏସ ପାଣିଗ୍ରାହୀ,ପ୍ରଣବ କୁମାର ଦାସ, ଜବାହାରଲାଲ ପାତ୍ର , ଲଳିତ ରଥ ଏବଂ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ପଞ୍ଜାବ ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ନେଇ ଉଭୟ ରାଜନୀତିକ ଓ ଆଇନଗତ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଆଜି ହଠାତ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ପଞ୍ଜାବର ଫିରୋଜପୁର ଯିବା ବାଟରେ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଢିଲାପଣ ଯୋଗୁ ଭୋଗିଥିବା ସମସ୍ୟା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ରାଷ୍ଟ୍ରପତି ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ବେଶ ଚିନ୍ତା ପ୍ରକଟ କରିଥିଲେ। ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଥିବାରୁ ମୋଦି ଆଜି ରାଷ୍ଟ୍ରପତି ଭବନ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍‌ରେ ଅଟକି ଯାଇଥିଲା। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଅଟକି ରହିଥିଲା। ଶେଷରେ ମୋଦିଙ୍କ  ଫ୍ଲାଏଓଭର୍‌ରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା; କାର୍ଯ୍ୟାନୁଷ୍ଠାନ ଆରମ୍ଭ …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଛି। ଏହି ଘଟଣାରେ ଫିରୋଜପୁର ଏସଏସପିଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫିରୋଜପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ଆସୁଥିବା ଜାଣି ସେଠିକାର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋଦି ଆସୁଥିବା ବାଟରେ ଏକ ଫ୍ଲାଏ ଓଭରକୁ ଅବରୋଧ କରିବାରୁ ମୋଦିଙ୍କ କାରକେଡ୍‌ ଫସିଯାଇଥିଲା । ଏମିତିକି ସେଠାରେ ମୋଦିଙ୍କ କାର ୨୦ ମିନିଟ୍ ଅଟକି ରହିଥିଲା । ପରେ ମୋଦି କାର୍ଯ୍ୟକ୍ରମ ବାତିଲ କରି ଫେରି ଆସିଥିଲେ। ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇ ନଥିବା ଗୃହମନ୍ତ୍ରଣାଳୟ କହିଛି । ଏହି ଘଟଣାରେ ରାଜନୀତି ଜୋର ଧରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।ଯଦି ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଦେଇ ପାରୁ ନାହାନ୍ତି ତେବେ ଏହି ସରକାର ଶାସନରୁ ଓହରି ଯିବା କଥା। ପଞ୍ଜାବରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେ କହିଛନ୍ତି ଯେ, ପାକିସ୍ତାନ ସୀମାଠାରୁ ମାତ୍ର ୧୦ କିମି ଦୂରରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇ ପାରୁ ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଅଧିକାର ନାହିଁ। ତୁରନ୍ତ ସେ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି । ଏମିତିକି ଆଜିର ପରିସ୍ଥତି ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂଙ୍କ ସାହାଯ୍ୟ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେ ଏଡ଼ାଇ ଯାଇଥିଲେ ବୋଲି ବିଜେପି କହିଛି।

ଅସ୍ତରଙ୍ଗ ଓ କୋଣାର୍କ ବନାଞ୍ଚଳକୁ ଆସିଛନ୍ତି ୭ ପ୍ରକାର ବିଦେଶୀ ପକ୍ଷୀ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବନ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଉପକୂଳ ଓ ବିଭିନ୍ନ ନଦୀ ପାର୍ଶ୍ୱବତ୍ତି ଅଞ୍ଚଳରେ ପକ୍ଷୀ ଗଣନା ଚାଲିଛି। ପୂର୍ବବର୍ଷ ଅପେକ୍ଷା ଏଥର ପାକ୍ଷୀମାନଙ୍କ ଆଗମନ ସଂଖ୍ୟା ବଡ଼ିଥିଲେ ମଧ୍ୟ ପ୍ରଜାତି ସଂଖ୍ୟା କମିଛି। ବର୍ତ୍ତମାନ ସୁଦ୍ଧା ୭ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି। ଚଳିତବର୍ଷ ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ ୫ଟି ଟିମ୍‌ ଗଙ୍ଗାଦେବୀ, ନାସି, ନୂଆଗଡ଼, କେଳୁଣୀ ମୁହାଣ ପ୍ରମୁଖ ଅଞ୍ଚଳରେ ଗଣନା କରୁଛି। ବର୍ତ୍ତମାନ ସୁଦ୍ଧା ୭ ପ୍ରକାର ବିଦେଶାଗତ ପକ୍ଷୀ ଆସିଥିବା ଦେଖିବାକୁ ମିଳିଛି। ଠିକ୍‌ ସେହିପରି କୋଣାର୍କ ବନାଞ୍ଚଳ ଅଧୀନରେ  ୭ଟି ଟିମ୍‌ ପକ୍ଷୀ ଗଣନା କରି ୭ପ୍ରକାର ଦେଶୀୟ ପକ୍ଷୀ ଠାବ କରିଛନ୍ତି। ବିଶେଷ କରି ଅସ୍ତରଙ୍ଗ ଅଞ୍ଚଳରେ ନର୍ଦନ ପିଂଟେଲବ୍ରାହ୍ମୀନ ରୁଡ଼ିସିଏଲ୍‌ ଡକଲେସର ହ୍ୱିସିଲିଂ ଡକୟୁରେସିଆଁ କାର୍ଲ୍ୟୁବ୍ରାଉନ୍‌ ହେଡେଡ୍‌ ସି ଗଲଡାର୍ଟର ଆଦି ବିଦେଶୀ ପକ୍ଷୀ ଦେଖାଯାଇଛନ୍ତି। ଗତବର୍ଷ ୨୭ ପ୍ରକାର ଦେଶ ଓ ବିଦେଶର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। ପୁରୀ ଜିଲ୍ଲା ଉପକୂଳରେ ୩୦ ହଜାର ପକ୍ଷୀ ଦେଖିବାକୁ ମିଳିଥିବା ବେଳେ ଚଳିତବର୍ଷ ଏମାନଙ୍କ ସଂଖ୍ୟା ସାମାନ୍ୟ କମିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ମୋଦିଙ୍କ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମନ୍ତ୍ର ପାଠ। ଚାଲିଛି ମହାମୃତ୍ୟୁଞ୍ଜୟ ପୂଜା। ଆଜି ସାରା ଦେଶରେ ମୋଦିଙ୍କ ଦୀର୍ଘୟୁ କାମନା କରି ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଗତକାଲି ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ଏଡାଇବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ଆୟୋଜନ ହୋଇଛି। ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ  ପଣ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ମୋଦୀଙ୍କ ଦୀର୍ଘାୟୁ କାମନା କରି ପୂଜାପାଠ କରିଛନ୍ତି।  ସାରା ଦେଶରେ ଆଜି ମୋଦିଙ୍କ ପାଇଁ ପୂଜାପାଠ କରାଯାଉଥିବା ବେଳେ ସଂଧ୍ୟାରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ହେବ। ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୯୫୦ ଜିଲ୍ଲା କ୍ୟାଣ୍ଡେଲ ରାଲିର ଆୟୋଜନ କରାଯିବ। ମୋଦିଙ୍କ ସୁରକ୍ଷା ଅବହେଳା ପଞ୍ଜାବ କଂଗ୍ରେସ ସରକାର ଓ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏହାକୁ ଜିଲ୍ଲା ବିଜେପି ଦୃଢ଼ ନିନ୍ଦା କରୁଛି। ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ଦାବି କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଗତକାଲିର ଘଟଣା ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ହୋଇଥିଲା।  କୃଷକଙ୍କ ବିକ୍ଷୋଭ ପାଇଁ ଫ୍ଲାଏ ଓଭରରେ କିଛି ସମୟ ଫସି ରହିଥିଲେ ମୋଦି। ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ କରାଯାଇଥିଲା  ଘଟଣାର ତଦନ୍ତ କରିବା ପାଇଁ ପଂଜାବ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।  ଏହି କମିଟି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ। ସେପଟେ ତଦନ୍ତ ପାଇଁ ଗଠିତ  ଉଚ୍ଚସ୍ତରୀୟ କମିଟିକୁ ବିଜେପି ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି କୌଣସି ତଥ୍ୟ ପାଇବେ ନାହିଁ କାରଣ ପଂଜାବ ମୁଖ୍ୟମନ୍ତ୍ରୀ ହିଁ ଷଡ଼ଯନ୍ତ୍ରକାରୀ ବୋଲି ପଂଜାବ ବିଜେପି ସଭାପତି ଅଭିଯୋଗ କରିଛନ୍ତି। ସେପଟେ ପଞ୍ଜାବ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡର ସୁରକ୍ଷାରେ ଅବହେଳା ଘଟଣାକୁ ନେଇ ଭୁବନେଶ୍ୱରରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଥିଲା। ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏ ଘଟଣାର ପ୍ରତିବାଦ କରାଯାଇଥିଲା। ରାଜ୍ୟ ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଶତାଧିକ ବିଜେପି କର୍ମୀ ରାମ ମନ୍ଦିର ଛକରେ ପ୍ରତିବାଦ କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଓ ସୁରକ୍ଷା ଯୋଗାଇବା ସବୁ ରାଜ୍ୟର ଦାୟିତ୍ୱ ବୋଲି ବିଜେପି କହିଛି।