ଆଇଏଏସ୍ ସ୍ତରରେ ଅଦଳବଦଳ ; ରାଜ କୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ଓ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ଵ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ସଚିବ ଭାବେ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ତାଙ୍କୁ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଭାବେ ମଧ୍ୟ  ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସଚିବ ଥିବା ସଞ୍ଜୀପ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରେ ପ୍ରିନ୍ସିପାଲ୍ ସେକ୍ରେଟାରୀ ଥିବା ମଧୁସୂଦନ ପାଢୀଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରେଶ କୁମାର ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗର OSD ଭାବେ ନିଯୁକ୍ତି ପାଇଛନ୍ତି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଭୂପେନ୍ଦ୍ର ସିଂ ପୁନିଆଙ୍କୁ IDCOର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ସଚିବ ଭାବେ ନିଯୁକ୍ତି କରାଯାଇଛି। ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି।

ମୌଳିକ ସୁବିଧାରୁ ବଞ୍ଚିତ ସାନାଇଗୁଡା ଅଧିବାସୀ ଙ୍କ ଚେତାବନୀ ” ଆମେ ଆନ୍ଧ୍ର ରେ ମିଶିବୁ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାର ଲୋକଙ୍କ ଯାତାୟତର ସୁବିଧା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳବାସୀ ଏହି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । କିଛି ସ୍ଥାନରେ ବାଟମାରଣା ଯୋଗୁଁ ଗ୍ରାମାଞ୍ଚଳ ଗୁଡିକରେ ଏହି ବିକାଶ ମୂଳକକାର୍ଯ୍ୟ ଦିଗହରା ହେବାରେ ଲାଗିଛି। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଗୋଠଲ ପଦର ପଞ୍ଚାୟତର ସାନାଇଗୁଡା ଗ୍ରାମରେ ୪୫ ପରିବାର ର ୩୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ଏଯାଏଁ ଏମାନଙ୍କ ନିମନ୍ତେ ପକ୍କା ରାସ୍ତାଟିଏ ନାହିଁ। ମୁଖ୍ୟରାସ୍ତା ବଡ଼ ସାଙ୍ଗିଡ଼ିଠାରୁ ସାନାଇଗୁଡା ପ୍ରାୟ ୨ କିଲୋମିଟର । ୨୦୨୦- ୨୧ ଆର୍ଥିକ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ରାସ୍ତା ନିର୍ମାଣ ସକାଶେ ଅନୁଦାନ ଆସି ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ପ୍ରସାସନ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ସରକାରୀ କଳକୁ ଅପବ୍ୟବହାର କରାଯାଇ ଆଖି ଦୃସିୟା କେବଳ ମାଟି ପକାଇ କାମ ସାରି ଦିଆଯାଇଥିବା ଅଭିଯୋଗ ଉଠୁଛି । ଗ୍ରାମବାସୀ ଯାତାୟତ କରୁଥିବା ଏହି ରାସ୍ତାଟି ସାମନ୍ୟ ବର୍ଷାହେଲେ କାଦୁଅ ପଚ ପଚ ରେ ଭରି ରହୁଥିବା ଯୋଗୁଁ ସେହି ରାସ୍ତାଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଛି। ଏହି ଗାଁ ଆର ଡି ରାସ୍ତା ଠାରୁ ମାତ୍ର ୨ କିଲମିଟର ଦୁର । ତଥାପି କାଦୁଅ ଯୋଗୁଁ ଏଠାକୁ ଅମୁଲେନ୍ସ ଆସିପାରୁ ନାହିଁ। ଫଳରେ ଗ୍ରାମବାସୀ ରୋଗୀଙ୍କୁ କୌଣସି ଦୁଇ ଚକିଆ ରେ ବହୁକଷ୍ଟରେ ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଇଥାନ୍ତି। ପିଲାମାନେ ସ୍କୁଲଯାଇନପାରି ପାଠପଡା ବନ୍ଦ କରିଥିବା ମତ ପ୍ରକାଶ ପାଇଛି। କିଛିିପିଲା ବାଧ୍ୟ ହୋଇ  ପଡ଼ୋଶୀ ରାଜ୍ୟ ଆନ୍ଦ୍ର କୁ ଯାଇ ପାଠ ପଡୁଛନ୍ତି।

 

ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ନେତା ମନ୍ତ୍ରୀ ସମସ୍ତଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାଏଁ ପକାରାସ୍ତା ହୋଇ ପାରିନାହିଁ। ସମସ୍ୟା ଭିତରେ ଆଉ ଏକ ବଡ଼ ସମସ୍ୟା ରହିଛି ଏହି ଗ୍ରାମ ଏକ ପାହାଡ଼ ତଳ ଅଞ୍ଚଳରେ ରହିଛି କିଛିବର୍ଷ ହେବ ବର୍ଷା ଦିନେ ପାହାଡ଼ରୁ ପାଣି ଖସି ଏହି ଗ୍ରାମ ଦେଇ ଆସିଥାଏ ଯାହାଫଳରେ ଅତଡା ଖସି ଗ୍ରାମର ଅଧା ଭାଗ ମାଟିରେ ମିଶି ସାରିଲାଣି। ଆଉ ଯାହା କିଛି ଅଂଶ ରହିଛି ତାହା କିଛି ବର୍ଷ ଭିତରେ ସମ୍ପୂର୍ଣ୍ଣ ଧସି ହୋଇ ଗ୍ରାମ ଲୋପ ପାଇଯିବ। ଏହି ସମସ୍ୟା ନେଇ ବାରମ୍ବାର ପ୍ରସାସନ କୁ ଅବଗତ କରିବାରୁ ପ୍ରସାସନ ଏହି ସମସ୍ୟର ସମାଧାନ ପାଇଁ ସେଠାରେ ପଥର ୱାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଯାଏ ହୋଇପାରିନାହିଁ । ଫଳରେ ବର୍ଷା ଦିନେ ଏଠାକାର ଲୋକେ ଭୟରେ ଜୀବନ ବିତାଉଥିବା ଗ୍ରାମବାସୀ କହିଛନ୍ତି । ଏହି ଗ୍ରାମଟି ଆନ୍ଦ୍ର ସୀମାନ୍ତ ବର୍ତୀ ଅଞ୍ଚଳ ହାଇଥିବା ହେତୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ମିଶିବାକୁ ଲୋକେ ମନ ବଳାଉଛନ୍ତି। ନିର୍ବାଚନ ଆସିଲେ ଏହି ଗ୍ରାମକୁ ନେତା ମନ୍ତ୍ରୀ ସରପଞ୍ଚ ଆସି ପୁଳା ପୁଳା ପ୍ରତିଶ୍ରୁତି ଦେଇଥାନ୍ତି। ପରେ ସବୁ ଭୁଲିଯାଇଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଯଦି ଯଥାଶୀଘ୍ର ଆମ ଗ୍ରାମର ସମସ୍ୟର ସମାଧାନ ନ ହୁଏ ତା’ହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବା ସହ ଆମେ ଆନ୍ଧ୍ରରେ ମିଶିବୁ ବୋଲି ସରକାରଙ୍କୁ ସିଧା ସିଧା ଚେତାବନୀ ଦେଇଛନ୍ତି ।

ବଂଶଧାରା ବାଲି ପଠାରୁ ବାଲି ଚୋରା ଚାଲାଣ କେବେ ବନ୍ଦ ହେବ…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ଗୁଣୁପୁର କତ୍ଵାଲଗୁଡ଼ା ଗ୍ରାମ ନିକଟରେ ବଂଶଧାରା ନଦୀ ରୁ ଚୋରା ବାଲି ଚାଲାଣ ଖବର ପାଇ ଅତର୍କିତ ଭାବେ ଗୁଣୁପୁର ରାଜସ୍ୱ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ୬ ଟି ଟ୍ରାକ୍ଟର କୁ ଜବତ କରିଛି । ସେଥି ମଧ୍ୟରୁ ୨ ଟି ଟ୍ରାକ୍ଟର ରେ ବାଲି ଲୋଡିଂ ଥିବା ବେଳେ ଅନ୍ୟ ଚାରୋଟି ଖାଲି ଟ୍ରାକ୍ଟର ଥିବା ଜଣାପଡିଛି । ସମ୍ପୃକ୍ତ ସମସ୍ତ ଗାଡି ମାଲିକ ଙ୍କ ଠାରୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଥିବା ଗୁଣୁପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଜଣାଇଛନ୍ତି । ଏହି ଚଢ଼ାଉ ରେ ଗୁଣୁପୁର ଆଦର୍ଶ ପୋଲିସ ଥାନାର ଅଧିକାରୀ ରବୀନ୍ଦ୍ର ଗୌଡ଼, ଏସ॰ଆଇ ଅଶୋକ ପାଢୀ , ରାଜସ୍ୱ ନିରୀକ୍ଷକ ପି ମାଣିକଣ୍ଠ। ଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ ।

ଗୁଣୁପୁର ବଂଶଧାରା ନଦୀ ପଟ୍ଟା ରୁ ବାଲି ଉଠାଣ ପାଇଁ  ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ଅଧ୍ୟକ୍ଷତା ରେ ହୋଇ ଥିବା ଟେଣ୍ଡର କୁ ଜଣେ ଜୈନିକ ବ୍ୟକ୍ତି ହାତେଇ ଥିବା ବେଳେ ସେ ପ୍ରଦୂଷଣ ଅନୁମତି ପାଇବାରେ ବିଳମ୍ୱ ଯୋଗୁଁ ସ୍ଥାନୀୟ ସରକାରୀ ଉନ୍ନତି କାମ ନିମନ୍ତେ ବାଲି ଉଠାଉଥିବା କହି ବାଲି ମାଫିଆ ମାନେ ରାଜସ୍ୱ ବିଭାଗକୁ ଭୁଆଁ ବୁଲାଉ ଥିବା କୁହାଯାଉଛି । ଅନ୍ୟ ପଟେ ବଂଶଧାରା ନଦୀ ରୁ ପ୍ରତିଦିନ ସ୍ଥାନୀୟ ପ୍ରଶାସକ ଙ୍କ ଜାଣତ ରେ ରାତି ତମାମ ଚୋରା ବାଲି ଚାଲାଣ ହେଉ ଥିବା ଏବଂ କୋଭିଡର କର୍ଫ୍ୟୁ ସମୟରେ ମଧ୍ୟ ଏମାନଙ୍କ ପ୍ରତି କୌଣସି ନିୟମ ଲାଗୁ କରାଯାଉନି ବୋଲି ଅଭିଯୋଗ ଉଠୁଛି । ସ୍ଥାନୀୟ ପ୍ରଶାସକ ଙ୍କ ଦୂରଦୃଷ୍ଟି ଅଭାବରୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଥିବା ଥିବା ଜଣାପଡୁଛି । ସ୍ଥାନୀୟ ପ୍ରଶାସକ ଙ୍କ ଏଭଳି ମନୋଭାବ କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରାଯାଇଛି।

ନିମ୍ନ ପ୍ରଥମିକ ବିଦ୍ୟାର୍ଥୀ ଙ୍କ ସଂଖ୍ୟା ଓ ଭାଷା ଜ୍ଞାନ ର ବିକାଶ ନିମନ୍ତେ ସ୍ଵତନ୍ତ୍ର ପୁସ୍ତକ ପ୍ରସ୍ତୁତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ଗୁଣାତ୍ମକ କରିବା ପାଇଁ ଷ୍ଟେଟ କାଉନ୍ସିଲ ଅଫ୍ ଏଜୁକେସନାଲ ରିସର୍ଚ ଏଣ୍ଡ ଟ୍ରେନିଂ ପକ୍ଷ୍ୟରୁ ନିପୁଣ ଭାରତ ଯୋଜନା ରେ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ସଂଖ୍ୟା ଓ ଭାଷା ଜ୍ଞାନ୍ ରେ ଦକ୍ଷ କରାଇବା ନିମନ୍ତେ ପିଲାଙ୍କ ପାଇଁ ବିଶେଷ ଧ୍ୟାନ ଦିଆଯାଇ ସ୍ଵତନ୍ତ୍ର ପାଠ୍ଯ ପୁସ୍ତକ କରାଯାଇ ଅଛି । ଏହି କ୍ରମରେ ଏସ୍. ସି. ଆଇ. ଆର. ଟି ପକ୍ଷରୁ ମାର୍ଗ ଦର୍ଶିକା ସହ ତିନି ମାସ ପାଇଁ ପାଠ୍ଯ ଖସଡା ପ୍ରସ୍ତୁତ କରାଯାଇଛି. ଦୁଇ ବର୍ଷ ର ବ୍ୟବଧାନ ପରେ ଆସନ୍ତା କାଲି ଠାରୁ ସମସ୍ତ୍ ଶିକ୍ଷା ଅନୁଷ୍ଠାନ ଖୋଲୁ ଥିବାରୁ ପିଲାଙ୍କ
ସଂଖ୍ୟା ଓ ଭାଷା ଜ୍ଞାନ୍ କୁ ବିକଶିତ କରିବା ପାଇଁ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଶେଷ ଧ୍ୟାନ ଦିଆ ଯାଇଚି । ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ କାର୍ଯ୍ୟକ୍ରମ ‘ମିସନ୍ ୧,୨,୩’ ଦ୍ଵାରା ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ । ଶିକ୍ଷକ ମାନେ ମାର୍ଗ ଦର୍ଶିକା ଅନୁଯାୟୀ ପିଲାଙ୍କୁ ପାଠ ପଢ଼ାଇବେ । ତୃଣମୂଳ ସ୍ତରରୁ ପିଲାଙ୍କୁ ଭାଷା ଓ ଗଣିତ ରେ ଦକ୍ଷ କରାଇବା ପାଇଁ ଗୁରୁତ୍ଵ ଦେବେ । ଏଥି ନିମନ୍ତେ ପ୍ରସ୍ତୁତ ସ୍ଵତନ୍ତ୍ର ପୁସ୍ତକ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇବେ. ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏସ୍. ସି. ଆଇ. ଆର. ଟି ଓସେପା କୁ ଚିଠି ଲେଖିଛି. ମିସନ୍ ର କାର୍ଯ୍ୟ କରିବା ଲାଗି ରାଜ୍ଯ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯିବା ସହିତ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି ।  ରାଜ୍ଯ ଷ୍ଟିୟରିଂ କମିଟି ର ଅଧ୍ୟକ୍ଷ ଭାବେ ଗଣ ଶିକ୍ଷା ବିଭାଗ ର ପ୍ରମୁଖ ଶାସନ୍ ସଚିବଙ୍କୁ ଦାୟିତ୍ଵ ଦିଆଯାଇ ଥିବା ବେଳେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଛି ।

ପଛୁଆବର୍ଗଙ୍କୁ ସଂରକ୍ଷଣ; ପଞ୍ଚାୟତ ସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବିଜେପି …..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଛୁଆ ବର୍ଗଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦେବା ଦାବିକୁ ବିଜେପି ଜୋରଦାର କରିବା ସହ ପଂଚାୟତସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବୋଲି ଘୋଷଣା କରିଛି। ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର କ୍ରମାଗତ ହୀନ ଷଡ଼ଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି। ଶାସକ ବିଜେଡି ବିଭିନ୍ନ ସମୟରେ ଆଳ ଦେଖାଇ ନିଜ ସାମ୍ବିଧାନିକ ଦାୟିତ୍ୱରୁ ଓହରି ଯିବା ସହିତ ପଛୁଆ ବର୍ଗଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ଆସୁଛନ୍ତି। ବିଗତ କିଛି ଦିନର କାର୍ଯ୍ୟକଳାପରୁ ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାର ଆନ୍ତରିକତାର ଅଭାବ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହ କୋର୍ଟଙ୍କ ଆଳ ଦେଖାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଇବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ। ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ। ୫୪ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଓଡିଶା ରାଜ୍ୟର ପଛୁଆ ବର୍ଗଙ୍କୁ ଆହୁରି ପଛକୁ ଠେଲି ଦେଉଛନ୍ତି। ତେଣୁ ରାଜ୍ୟର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ତା’ର ଆନ୍ଦୋଳନକୁ ଜୋରଦାର କରିବ। ବିଜେଡି ସରକାରଙ୍କର ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ରାଜଧାନୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଏହାସହିତ ରାଜ୍ୟତମାମ ପଂଚାୟତ ସ୍ତରରେ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲି ସାହୁ ଓ ଜ୍ଞାନରଂଜନ ସ୍ୱାଇଁ ଉପସ୍ଥିତ ଥିଲେ।

ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ; ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ଖୋଲିଥା’ନ୍ତା ପ୍ରାଥମିକ ସ୍କୁଲ୍‌। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଯାଇଥା’ନ୍ତେ ସ୍କୁଲ୍‌। କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ପାଖାପାଖି ୨୩ ହଜାର ବିଦ୍ୟାଳୟକୁ ଆସନ୍ତାକାଲି ଠାରୁ ଖୋଲିବାକୁ ପ୍ରସ୍ତୁତି କରାଯାଉଥିଲା। ବାକି ୩୦୯୩ ବିଦ୍ୟାଳୟ ଜାନୁଆରୀ ୧୦ ତାରିଖରୁ ଖୋଲିଥା’ନ୍ତା। ବର୍ତ୍ତମାନ ର କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତିକୁ ଦୃଷ୍ଟିରେ ରଖି ସାମୂହିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି। ଏଭଳି ସମୟରେ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ନଜର ରେ ରଖି ଏଭଳି ନିଷ୍ପତ୍ତି ବନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଗତ ଦୁଇ ତିନି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓ ନୋଡାଲ ଅଫିସର ମାନଙ୍କ ରିପୋର୍ଟକୁ ଭିତ୍ତି କରି ସାମୂହିକ ଭାବେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଇତିମଧ୍ୟରେ ନୋଡାଲ ଅଫିସର ମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଥିଲେ। ପିଲାମାନଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ମତାମତ ଆଣିଥିଲେ। ସ୍କୁଲ୍ ଖୋଲିବା ନେଇ କେହି କେହି ଅଭିଭାବକ ଅସନ୍ତୁଷ୍ଟ ଥିବାରୁ ଏଭଳି ନିସ୍ପତି ଗ୍ରହଣ କରାଯାଇଥିବା କୁହାଯାଇଛି । କିନ୍ତୁ ପୂର୍ବ ଭଳି  ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେମିତି ପାଠପଢ଼ା ଚାଲିଥିଲା ସେମିତି ଚାଲିବ।  ଜାନୁଆରୀ ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ମଧ୍ୟ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

ଆଜିର ରାଶିଫଳ – ୨ ଜାନୁଆରୀ, ରବିବାର

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇବେ। ପରିବାରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରି ସଫଳ ହେବେ।

ବୃଷ: ମାନସିକ ଅସ୍ଥିରତା ଦେଖାଦେବ। କଡ଼ା କଥା କହି ସ୍ଥିତିକୁ ଆହୁରି ବିଗାଡ଼ି ଦେବେ। ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡ଼ିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ମିଳିବ ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ସୁନାମ ଅର୍ଜନ କରିବେ।

କର୍କଟ: ମାନସମ୍ମାନ ବଢ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ପରିବାରରେ ସୁଖଶାନ୍ତି ଫେରାଇ ଆଣିବାରେ ସଫଳ ହେବେ। ବନ୍ଧୁ ଦର୍ଶନର ଯୋଗ ରହିଛି।

ସିଂହ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ସମସ୍ୟା ରହିଥିଲେ ମଧ୍ୟ ନୂଆ ସୁଯୋଗ ମିଳିବ। ଅଫିସରେ ଆପଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆସିପାରେ।

କନ୍ୟା: ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। ଦୂରଯାତ୍ରା ଯୋଗ ରହିଛି।

ତୁଳା: ଆଶା ପୂରଣ ହେବ। ବହୁଦିନରୁ ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆୟ ବଢ଼ିବ। ମହିଳାମାନେ ପ୍ରଶଂସା ପାଇବେ।

ଧନୁ: ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ସହଯୋଗରେ ସମାଧାନ କରିବେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବିରକ୍ତ ହୋଇଯିବେ। ପୁରାତନ ରୋଗରୁ ଉପଶମ ମିଳିବ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖା ଦେଇପାରେ। ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି।

ମୀନ: ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।