ମୋବାଇଲ୍ ଟାୱାର ନିର୍ମାଣକୁ ବିରୋଧ କରି ସାହି ବାସିନ୍ଦା ରାସ୍ତା ଅବରୋଧ….!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ମୋବାଇଲ୍ ଟାୱାର୍ ପ୍ରତିଷ୍ଠାକୁ ନେଇ ରାୟଗଡ଼ା ସହର ରୋହିତ କଲୋନିରେ ଜନ ଅସନ୍ତୋଷ ଦେଖା ଦେଇଛି।ସାହିବାସୀ ଟାୱାର୍ ପ୍ରତିଷ୍ଠାକୁ ବିରୋଧ କରି ରାସ୍ତା ଅବରୋଧ କରିବା ସହ ତୁରନ୍ତ ଟାୱାର୍ ନିର୍ମାଣ କାମ ବନ୍ଦ କରିବାକୁ ଦାବି କରିଛନ୍ତି।ସାହିବାସୀଙ୍କ ବିରୋଧ ପରେ ଟାୱାର୍ ନିର୍ମାଣ କରୁଥିବା ସଂସ୍ଥାର ଶ୍ରମିକମାନେ କାମ ବନ୍ଦ କରି ଫେରି ଯାଇଛନ୍ତି।ରୋହିତ କଲୋନିର ନବମ ଗଳିରେ ଏକ ଘରୋଇ ଟେଲିକମ କମ୍ପାନି ପକ୍ଷରୁ ଟାୱାର ନିର୍ମାଣ ପାଇଁ ଆଜି ସକାଳେ କାମ ଆରମ୍ଭ ହୋଇଥିଲା।ଜେସିବି ମେସିନ ସାହାର୍ଯ୍ୟରେ ନିର୍ମାଣକାରୀ ସଂସ୍ଥା କାମ ଆରମ୍ଭ କରିବା ପରେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ନିର୍ମାଣ କାମକୁ ବିରୋଧ କରିଥିଲେ।

ଲୋକଙ୍କ ବିରୋଧ ସତ୍ତ୍ବେ ରୋହିତ କଲୋନି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଟାୱାର୍ ନିର୍ମାଣ ଚାଲିଥିବାରୁ ସାହିବାସୀ ଉତ୍ତ୍ୟକ୍ତ ହୋଇ ସାହି ଦେଇ ଯାଇଥିବା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।ଫଳରେ ନିର୍ମାଣକାରୀ ସଂସ୍ଥା କର୍ମଚାରୀ କାମ ବନ୍ଦ କରି ଫେରି ଯାଇଥିଲେ।ମୋବାଇଲ୍ ଟାୱାର ଦ୍ବାରା ସାହିରେ ରହୁଥିବା ବୃଦ୍ଧ,ବୃଦ୍ଧା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବା ସହ ରେଡିଏସନ ଯୋଗୁଁ ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ରହିଥିବାରୁ ସାହିବାସିନ୍ଦା ଟାୱାରକୁ ବିରୋଧ କରୁଥିବା କହିଛନ୍ତି।ପୂର୍ବରୁ ଏ ନେଇ ସାହିବାସିନ୍ଦା ଜିଲ୍ଲାପାଳ,ପୌର ସଂସ୍ଥା ନିର୍ବାହୀ ଅଧିକାରୀ,ରାୟଗଡ଼ା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ହେଲେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେବାକୁ ଗ୍ରହଣ ନ କରିବା ସାହିବାସୀ ଅଭିଯୋଗ କରିଛନ୍ତି।

ଫ୍ଲିପକାର୍ଡ ଅନଲାଇନ୍ ସପିଂ ସଂସ୍ଥାରେ କଳାକନା ବୁଲାଇଲେ ଦୁର୍ବୃତ୍ତ…!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ସ୍ଥାନୀୟ ସାଈ ଇଣ୍ଟରନ୍ୟାସନାଲ୍ ରୋଡରେ ଥିବା ଫ୍ଲିପକାର୍ଡ ଅନଲାଇନ୍ ସପିଂ ସଂସ୍ଥାରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ।ସଟର୍‌ ତାଡ଼ି ଦୁର୍ବୃତ୍ତ ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ଅନଲାଇନ ସପିଂ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ନେଇଛନ୍ତି।ସଂସ୍ଥା ମାଲିକ ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଡଗ୍ ସ୍ମାର୍ଡ ସହାୟତାରେ ତଦନ୍ତ ଆରମ୍ଭ କରିଛି।ଅନଲାଇନ୍ ମାଧ୍ୟମରେ ଅର୍ଡର ହୋଇଥିବା ସାମଗ୍ରୀକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାମ କରୁଛି ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍।ଫ୍ଲିପକାର୍ଟ ସହ ବହୁ ନାମଦାମୀ ଅନଲାଇନ୍ ସଂସ୍କାର ସାମଗ୍ରୀ ଡେଲିଭେରି କରୁଥିବାଏହି ସଂସ୍ଥାରୁ ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଛି।ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ଗ୍ରାହକଙ୍କ ନିକଟରୁ ସାମଗ୍ରୀ ଡେଲିଭେରି ବାବଦକୁ ସଂଗ୍ରହ ହୋଇଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅଫିସରେ ରଖୁଥୁଲେ ମ୍ୟାନେଜର୍ ପିକଲ ଲକ୍ଷ୍ମୀ ନାରାୟଣ।ଗତକାଲି ରାତିରେ ସଂସ୍ଥା ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସଟର ତାଡ଼ି ଅଫିସରେ ପଶି ୧୦ରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଆଜି ସକାଳେ ଚୋରି ସଂପର୍କରେ ଜାଣି ମ୍ୟାନେଜର୍ ପୁଲିସକୁ ଖବର ଦେବା ପରେ ପୁଲିସ୍ ଡଗ୍ ସ୍କାର୍ଡ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ରାୟଗଡ଼ା ଅତିରିକ୍ତ ଥାନା ଅଧିକାରୀ ସୁମତି ମହାନ୍ତି,ଏ.ସ.ଆଇ ଶିବ ଶଙ୍କର ସାହୁ,ସଞ୍ଜୟ ଛତର ପ୍ରମୁଖ ଅନଲାଇନ୍ ସପିଂ ସଂସ୍ଥାରେ ପହଞ୍ଚି ପାରିପାର୍ଶ୍ବକ ସ୍ଥିତି ଯାଞ୍ଚ କରିଥିଲେ।ଅନୁସନ୍ଧାନୀ କୁକୁର ଘଟଣାସ୍ଥଳରୁ କିଛି ସ୍ଥାନ ଚାରିପଟେ ବୁଲିଥିଲେ ସୁଦ୍ଧା କିଛି ସୁରାକ୍ ପାଇ ନ ଥିଲା।ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରଖୁଛି।କ୍ରମାଗତ ଭାବେ ଗତ କିଛି ଦିନ ଧରି ରାୟଗଡ଼ା ସହରରେ ବଡ଼ ଧରଣରଲୁଟ୍ କରିବାରେ ଦୁର୍ବୃତ୍ତ ସକ୍ଷମ ହେଉଥିବାରୁ ସହରବାସୀ ଭୟଭୀତ ହୋଇ ପଡିଛନ୍ତି।ଡିସେମ୍ବର ୫ ତାରିଖରେ ନ୍ୟୁକଲୋନିସ୍ଥିତ ହନୁମାନ ଏଜେନ୍ସିର ସଟର ତାଡି ଦୁର୍ବୁତମାନେ ୩ ଲକ୍ଷରୁ ଉର୍ଧ ଟଙ୍କା ଚୋରି କରି ନେଇଥିଲେ।ସେହିପରି ପ୍ରତିଦିନ ସହରରୁ ଚୋରି କରିବାରେ ଦୁର୍ବୃତ୍ତ ସଫଳ ହେଉଥିଲେ ମଧ୍ୟ ପୁଲିସ୍ ଦୁର୍ବୃତ୍ତକୁ ଠାବ କରିବାରେ ବିଫଳ ହୋଇଛି।ରାତ୍ର ପେଟ୍ରୋଲିଂକୁ କଡାକଡି, ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦୁର୍ବୃତ୍ତକୁ ଠାବ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ଦିଗରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବା ପାଇଁ ସହରବାସୀ ଦାବି କରିଛନ୍ତି।

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଭବିଷ୍ୟ ନିଧି ସଂଗଠନ କାଯ୍ୟାଳୟ ପକ୍ଷରୁ ଇ-ନାମାଙ୍କନ ତାଲିମ ଶିବିର ଅନୁଷ୍ଠିତ।

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଭବିଷ୍ୟ ନିଧି ସଂଗଠନ ଆଞ୍ଚଳିକ କାଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଇ-ନାମାଙ୍କନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସହାୟକ ଭବିଷ୍ୟନିଧି ଆଯୁକ୍ତ ସଞ୍ଜୟ କୁମାର ରଥ ଏବଂ ପ୍ରବର୍ତ୍ତନ ଅଧିକାରୀ ଧୀରେନ୍ଦ୍ର କୁମାର ଦଳାଇ ପ୍ରମୁଖ ଯୋଗ ଦେଇ ଏହି ଇ-ନାମାଙ୍କନ ବ୍ୟବସ୍ଥା ଦ୍ୱାରା କର୍ମଚାରୀ ମାନେ କିପରି ଭାବେ ଭବିଷ୍ୟନିଧି ସଂଗଠନ ଦ୍ବାରା ପ୍ରଦତ୍ତ ଭବିଷ୍ୟ ନିଧି ପାଣ୍ଠି,ପେନସନ ତଥା ବୀମା ସୁବିଧା ଅନଲାଇନ ମଧ୍ୟାମରେ ବିନା ବାଧାରେ ସହଜ ରେ ଉଠାଣ ସଂପର୍କରେ ସୁଚନା ଦେଇଥିଲେ।

ଭବିଷ୍ୟ ନିଧି ସଂଗଠନ ରାୟଗଡା କାର୍ଯ୍ୟାଳୟ ର ବରିଷ୍ଠ ସହାୟକ ମନୋରଞ୍ଜନ ସାହୁ ପ୍ରୋଜେକ୍ଟର ମାଧ୍ୟମରେ କିପରି ଭାବେ ଇ -ନାମାଙ୍କନ ଦାଖଲ କରିବେ ତାହା ସୋପାନ କ୍ରମେ ବୁଝାଇଥିଲେ।ଵିଶ୍ଵ ବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ. ଏନ.ଭି.ଜେ. ରାଓ ଯୋଗଦେଇ ବିଶ୍ବବିଦ୍ୟାଳୟ ପରିସରରେ ଏହି ଇ-ନାମାଙ୍କନ ପ୍ରକ୍ରିୟା ନିମନ୍ତେ ଏକ ସ୍ୱତନ୍ତ୍ର କକ୍ଷ ପ୍ରତିଷ୍ଠା କରିବା ନେଇ ସୂଚନା ଦେଇଛନ୍ତି। ଏହି ଶିବିରରେ ବିଶ୍ୱ ବିଦ୍ୟାଳୟର ବିଭାଗୀୟ ମୁଖ୍ୟ,କର୍ମଚାରୀ ସମେତ ଗାନ୍ଧୀ ପୁବ୍ଲିକ ସ୍କୁଲ ,ସରସ୍ବତୀ ଶିଶୁ ମନ୍ଦିର ର କର୍ମଚାରୀ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ସେବାର ନଗ୍ନଚିତ୍ର, ନାହାନ୍ତି ସ୍ଥାୟୀ ଏଏନଏମ ….!
!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଶେଷ ଅଞ୍ଚଳ ହେଉଛି ଅଙ୍ଗାରଗାଁ ଏବଂ କୁମ୍ଭାରଗାଁ ପଞ୍ଚାୟତ।ଏହି ଦୁଇ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବାର ଦେଖିବାକୁ ମିଳିଛି ନଗ୍ନ ଚିତ୍ର । ଏକଥା ଆମେ କହୁନୁ ଯାହା ସାଧାରଣ ଲୋକ ମାନେ କୁହନ୍ତି । ଜଣେ କର୍ତ୍ତବ୍ୟ ନିଷ୍ଠ ଗଣମାଧ୍ୟମର ପ୍ରତିନିଧି ହିସାବରେ ଆମେ ଅନୁଧ୍ଯାନ କରିବା ସହ ଉପଯୁକ୍ତ ପ୍ରମାଣ ଆଧାରରେ କେବଳ ଖବର ପ୍ରସାରଣ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବା ହେଉଛି ଆମର କର୍ତ୍ତବ୍ୟ । ବେଳେ ବେଳେ ମଧ୍ଯ କିଛି ଅସାଧୁ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ଆମ୍ଭମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼େ । ପ୍ରାପ୍ତ ସୂଚନା ମୁତାବକ, ଏହି ଦୁଇ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ପାଖାପାଖି ୧୨ ହଜାର ହେବ । ଆଜକୁ ପ୍ରାୟ ୬ ମାସ ହେଲାଣି ଏଠାରେ କାର୍ଯ୍ୟରତ ଥିବା ଏଏନଏମଙ୍କ ପଦନ୍ନୋତି ଯୋଗୁଁ ସେ ଅନ୍ୟତ୍ର ଚାଲିଗଲେ । ତାହା ପରଠାରୁ ସେହି ସ୍ଥାନରେ ଆଉ ସ୍ଥାୟୀ ଏଏନଏମ ପଦବୀ ପୂରଣ ହୋଇ ନାହିଁ, ଫଳରେ ଛୋଟ ଛୋଟ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କ ଚିକିସ୍ଥା କ୍ଷେତ୍ରରେ ଅସୁବିଧା ହେଉଛି । ଆଗରୁ ଠିକ୍ ଠାକ୍ ସେବା ଚାଲିଥିଲା । ସେପଟେ ଦୀର୍ଘ ଦିନ ହେଲାଣି ଲକ୍ଷାଧିକ ଟଙ୍କା ବିନିମୟରେ ଅଙ୍ଗାରଗାଁ ପଞ୍ଚାୟତ ନିକଟରେ ଏକ ଏଏନଏମ କାର୍ଯ୍ୟାଳୟ ବା କୋଠା ନିର୍ମାଣ ହୋଇଥିଲେ ମଧ୍ଯ ତାହା ଖାଲି ପଡ଼ିଛି ।
ଏହି କୋଠାଟି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନଥିବା ଯୋଗୁଁ ଏ ଭଳି ଅବସ୍ଥାରେ ଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି । ଏହି ଏଏନଏମ କାର୍ଯ୍ୟାଳୟଟି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାହାଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ଯ ଏଥିପ୍ରତି କୌଣସି ଅଧିକାରୀଙ୍କ ନିଘା ନ ଥିବା ଭଳି ଜଣା ପଡୁଛି । ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଙ୍ଗାରଗାଁ ଏବଂ କୁମ୍ଭାରଗାଁ ଗ୍ରାମପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖବାକୁ ମିଳିଛି । ଧର୍ମକୁ ଆଖି ଠାର ନ୍ୟାୟରେ ପାଖାପାଖି ୧୨ ହଜାର ଜନସଂଖ୍ୟା ବିଶିଷ୍ଟ ଦୁଇ ପଞ୍ଚାୟତରେ ଜଣେ ବହୁମୂଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଚାଲିଛି କୋମଳମତି ଶିଶୁ ଏବଂ ଗର୍ଭବତୀ ମା ଙ୍କ ଚିକିତ୍ସା । ଜନସାଧାରଣଙ୍କ କହିବା ଅନୁସାରେ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ ଜଣଙ୍କ ନିଜର ପାରିବା ପର୍ଯ୍ୟନ୍ତ ସେବା ଦିଅନ୍ତି । ଏବଂ ତାଙ୍କର ବ୍ୟବହାର ଅତ୍ୟନ୍ତ ଉତ୍ତମ । ପରିତାପର ବିଷୟ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଏହି ଦୁଇ ପଞ୍ଚାୟତରେ ସ୍ଥାୟୀ ଏଏନଏମ ପଦବୀ ଖାଲି ପଡ଼ିଥିବା ବେଳେ ଅସ୍ଥାୟୀ ଭାବରେ ବେଳେ ବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ଚିକିତ୍ସା କରି ସଙ୍ଗେ ସଙ୍ଗେ ଚାଲି ଯାଆନ୍ତି । ଏ ଦିଗରେ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦୃଷ୍ଟି ନ ଥିବା ଭଳି ନେଇ ସାଧାରଣରେ ଆଲୋଚନା ଚାଲିଛି ! ଏନେଇ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ତାହା ସମ୍ଭବ ପର ହୋଇପାରିନାହିଁ । ଏଥିସହିତ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକିରହିଲା ?
ଆଉ ନାହଁ।ନ୍ତି ଗୁରୁ ଚିତ୍ତରଞ୍ଜନ ; ମାନବିକତା ଦେଖାଇଲେ ଗୁଣପୁରବାସୀ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)-ଆଉ ନାହଁ।ନ୍ତି ସଙ୍ଗୀତ ସାଧକ ଗୁରୁ ଚିତ୍ତରଞ୍ଜନ । ଆଉ ଶୁଭିବନି ହାରମନିୟମରୁ ସରେଗାମାପାର ଝଙ୍କାର କି ତବଲାର ଘୁମ ଘୁମ ଶବ୍ଦ। ରାୟଗଡା ଜିଲା ଗୁଣପୁର ସହର ପ୍ରଥମ ଓ ସର୍ବ ପୁରାତନ ସଂଗୀତ ବିଦ୍ୟାଳୟ ଭାବେ ପରିଚିତ ସଂଗୀତ କଳା ନିକେତନର ପ୍ରତିଷ୍ଠାତା ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତିଙ୍କ ଶୁକ୍ରବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି । ସେ ଗତ ୪ ଦିନ ତଳେ ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଗୁଣପୁର ସରକାରୀ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ତେବେ ଅଚାନକ ମଧ୍ୟ ରାତ୍ରରେ ତାଙ୍କରି ପ୍ରାଣ ବାୟୁ ଉଡିଯାଇଥିଲା। ଖବର ପାଇ ଗୁଣପୁର ସହରର ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ବିଶେଷ କରି ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ଗାମଙ୍ଗ, ସଂଗୀତ କଳା ନିକେତନର ସଭାପତି ଇଂ ଵିଷ୍ଣୁ ପଟ୍ଟନାୟକ, ଗୌରୀ ତ୍ରିପାଠୀ , ସମାଜସେବୀ ତଥା ନବ ନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାସ, ସମ୍ପାଦକ ରଂଜୀତ ପାଢ଼ୀ, ଉମା ଦାସ, ଯୁବ ଆଇନଜୀବି ରମେଶ ଲିମା, ଆମ ପରିବାର ପକ୍ଷରୁ ଶିବ ଗୌଡ଼, ଦୟାନିଧୀ ବାରିକ, ପ୍ରସାନ୍ତ କୁମାର ହୋତା, ନୁନୁ ପାଢ଼ୀ, ଅଜିତ ପଣ୍ଡା, ବର୍ଷିଆନ ଶିକ୍ଷକ ଜଗନ୍ନାଥ ମିଶ୍ର, ଅନନ୍ତ ପାତ୍ର, ପ୍ରଭାତ ମହାପାତ୍ର ସହ ବହୁ ଲୋକେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତ ଗୁରୁ ଙ୍କ ମର ଶରୀରରେ ଗୁଣପୁର ବାସୀ କାନ୍ଦ ଦେଇ ସ୍ଵର୍ଗ ରଥ ଯାଏଁ ବୋହି ନେଇ ମାନବିକତା ଦେଖାଇଲେ ପରେ ସ୍ୱର୍ଗରଥରେ ବଂଶଧାରା ନଦୀ ତୀରେ ଶବ ସତ୍କାର କରାଯାଇଥିଲା। ବରିଷ୍ଠ ଓକିଲ ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରଦୀପ କୁମାର ଦାସ ମୁଖାଗ୍ନି ପ୍ରଦାନ କରିଥିଲେ।

କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସହିଦ୍ ଯବାନ ଙ୍କ ନିମନ୍ତେ ନୀରବ କେଣ୍ଡାଲ ଶୋଭାଯାତ୍ରା ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱାତ ଙ୍କ ସମେତଦେଶର କେତେକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁ ର କ୍ଳନୁର ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏମାନଙ୍କ ଉଦ୍ଦେଶ୍ୟରେ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ସ୍ଥନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ କ୍ୟାଣ୍ଡାଲ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏହି କ୍ୟାଣ୍ଡାଲ ଶୋଭା ଯାତ୍ରାରେ ଏମାନଙ୍କ ସହ ସ୍ଥାନୀୟ ପୋଲିସ ବିଭାଗ ର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଦିବଙ୍ଗତ ଯବାନ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯବାନଙ୍କ ମରଆତ୍ମା ର ସଦ୍ଗତି କାମନା ଉଦ୍ଦେଶ୍ୟରେ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ମା ମଝିଗୌରୀ କିନ୍ନର ସେବା ସଂଘ ସହଯୋଗରେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା ।

କିନ୍ନର ସଂଘ ର ଜିଲ୍ଲା ସଭାପତି ପିଙ୍କି ମହାପାତ୍ର ,ସମାଜ ସେବୀ ଉମା ଦାଶ , ପ୍ରେମ ପଣ୍ଡା ଓ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଦ୍ୱୀପ ପ୍ରଜ୍ୱଳନ କରି କ୍ୟାଣ୍ଡାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ପୁରୁଣା ବସ ଷ୍ଟାଣ୍ଡ ଠାରେ ଜାତୀୟ ପିତା ବାପୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ଦିବଙ୍ଗତ ଯବାନଙ୍କ ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା । ନିଜ ଅଭିଭାଷଣ ରେ ସମାଜ ସେବୀ ଉମା ଦାଶ ଏବଂ ସ୍ଥାନୀୟ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜସୱନ୍ତ ହିଆଲ୍ ପ୍ରତିରକ୍ଷା କ୍ଷେତ୍ର ରେ ବୈପ୍ଳବିକ ବିକାଶ ଆଣିଥିବା ଏଭଳି ଭାରତବର୍ଷର ସୁଯୋଗ୍ୟ ସାନ୍ତାନ କୁ ଦେଶ ବାସୀ ହରାଇ ଥିବା କହି ଦୁଃଖ ପ୍ରକାଶ କରିଥିଲେ ।

ଏହି ଶୋଭାଯାତ୍ରାରେ କଳିଙ୍ଗ ସାମ୍ବାଦିକ ସଂଘ ର ସମସ୍ତ କର୍ମକର୍ତ୍ତା ଏବଂ ସହକାରୀ ଥାନା ଅଧିକାରୀ ଆଶ୍ରିତା ଖାଲକୋ, ସବ ଇନ୍ସପେକ୍ଟର ତାରକା ସେଠ୍, ଶ୍ରୀ ସୁକାନ୍ତ ବେହେରା, ଶ୍ରୀ ରବୀନ୍ଦ୍ରନାଥ ଗୌଡ, ଶ୍ରୀ ଅଶୋକ ପାଢୀ, ଏ.ଏସ୍ .ଆଇ ଶ୍ରୀ ପ୍ରଶାନ୍ତ ପାଲକା ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରିଥିଲେ ।

ମାନବାଧିକାର ଦିବସ ପାଳିତ ….!

!!! ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଅମିତ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୟୂରଭଞ୍ଜ)- ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ମୟୂରଭଞ୍ଜ ଶାଖା ପକ୍ଷରୁ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ପାଠାଗାର ଠାରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଗୀତିକାର ଓ ସାହିତ୍ୟିକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି ଯୋଗା ଦେଇ ମାନବ ସମାଜ ସାମ୍ନା କରିଥିବା ଅସୁବିଧା ରୁ କିଭଳି ବର୍ତ୍ତିପାରିବେ ତାହା ବୁଝାଇ ଥିଲେ । ପରିଷଦ ର ରାଜ୍ୟ ଅଧ୍ୟକ୍ଷ ସିଭିଲ୍ ଡିଫେନ୍ସ ରଜତ ପଣ୍ଡା , ପୂର୍ବ ଭାରତ ଭୂଖଣ୍ଡ (ଇଷ୍ଟ୍ ଇଣ୍ଡିଆ ଜୋନ ) ସଭାପତି ଦିବ୍ୟଜ୍ୟୋତି ମହାନ୍ତ,ଜିଲ୍ଲା ସଂପାଦକ ପ୍ରକାଶ ବେହେରା , ସହ- ସଂପାଦକ ଅମିତ୍ ନାୟକ, ବରିଷ୍ଠ ଜିଲ୍ଲା ଉପସଭାପତି ଗତିକୃଷ୍ଣ ତିୱର୍ ,ଜିଲ୍ଲା ଉପ ସଭାପତି ଦିପ୍ତେନ୍ତୁ ମିଶ୍ର , କାର୍ତ୍ତିକ ମହାନ୍ତ ଆଦି ଉପସ୍ଥିତ ରହି ସମାଜରେ ମାନବ ଅଧିକାରର ଉପଦେୟତାନେଇ ବକ୍ତବ୍ୟ ମାଧ୍ୟମରେ ନିଜର ମତ ଉପସ୍ଥାପନା କରିଥିଲେ । ମୂଖ୍ୟ ବକ୍ତା ଭାବେ ବୈତ ବନ୍ଦନର ସଭାପରି ଶ୍ରୀ ନିମନ୍ତ୍ରିତ ଅତିଥି ଉଗ୍ରେଶ୍ୱର ବେହେରା ଯୋଗଦେଇ ମାନବ ଅଧିକାରର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ବାଲିଯୋଡା ମହାବିଦ୍ୟାଳୟ ସନ୍ତୋଷ ବାଦଲ ଦାସ୍ ପରିଚୟ ପ୍ରଦାନ କରିଥିଲେ ।।ଜିଲ୍ଲା ସଭାପତି ରହିତାଶ୍ୱ ବେହେରା କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ  ଆସିଥିବା ବିଭିନ୍ନ ସାମ୍ବାଦିକ ମାନଙ୍କୁ ଚାରା ବଣ୍ଟନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ ବକରା ଯାଇଥିଲା ।

ଜିଲ୍ଲାପାଳଙ୍କ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ପରିଦର୍ଶନ ….!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ)- ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ରାୟଗଡ ବ୍ଲକର ଆନ୍ଧ୍ର ଓଡିଶା ସୀମାନ୍ତ ଗ୍ରାମ ସାନ ଲୁକୁଟି ଓ ବଡ ଲୁକୁଟି ପରିଦର୍ଶନ କରିଛନ୍ତି । ସାନ ଲୁକୁଟି ନାଳରେ ଉପରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣଧିନ କଲଭର୍ଟର କାମକୁ ରାୟଗଡ ଜିଲ୍ଲା ପ୍ରଶାସନର ଅଭିଯୋଗ କ୍ରମେ ବହୁତ ଦିନ ବନ୍ଦ ରହିଥିଲା । ଏହାକୁ ଆଜି ଜିଲ୍ଲାପାଳ ଅନୁଧ୍ୟାନ କରିବା ସଂପୃକ୍ତ ଜମିମାଲିକଙ୍କୁ ଡାକି ଜମି ଦେବା ସମନ୍ଧରେ ଆଲୋଚନା କରିଥିଲେ । ତାଙ୍କ ଜମି କଳଭର୍ଟ କଲେ ଜମି ମାଲିକର କୌଣସି ଆପତ୍ତି ନାହିଁ ବୋଲି କହିବାରୁ ଏହାକୁ ନେଇ କାଗଜ ପତ୍ର କରିବାକୁ ତହସିଦଲଦାରଙ୍କୁ ନିର୍ଦ୍ଦେଶ ଜିଲାପାଳ ଦେଇଥିଲେ ।

ଏହାପରେ ବଡ ଲୁକୁଟି ଗ୍ରାମରେ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ ଗର୍ଭବତି ଓ ପ୍ରସ୍ତୁତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭୀମସେନ ଶବର, ରାୟଗଡ ବ୍ଲକ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ସହକାରୀ ଯନ୍ତ୍ରୀ, ତହସିଲଦାର ରାୟଗଡ, ଆଦି ଯୋଗ ଦେଇଥିଲେ । ଏହାପରେ ଅପରାହ୍ନରେ କୋଲନରା ତହସିଲ କାର୍ଯ୍ୟାଳୟର ପରିଦର୍ଶନ କରି ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ ।

ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ୫ତମ ବାର୍ଷିକ ଉତ୍ସବ ପାଳିତ ….!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ)- ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ୫ତମ ବାର୍ଷିକ ଉତ୍ସବ ରାୟଗଡ ନିକଟସ୍ଥ ପିତମହଲ ଠାରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ସରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖାଉଟି ଅଦାଲତର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଦଶ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସେଞ୍ଚୁରିଆନ ୟୁନିଭରସିଟିର ନିର୍ଦେଶକ ଶ୍ରୀ ରାଜେଶ କୁମାର ପାଢୀ ଯୋଗଦେଇ ଥିଲେ । ଏହି ଅବସରରେ ପ୍ରଥମେ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହାପରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ତାମିଲନାଡୁର ନୀଳଗିରିରେ ଘଟି ଥିବା ଭାରତୀୟ ବାୟୁ ସେନାର ହେଲିକେପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ସିଡିଏସ ମୁଖ୍ୟ ବିପିନ ରାୱତ ଏବଂ ତାଙ୍କର ସହଧର୍ମିଣୀ ଓ ସେନା କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇ ଥିବା ଯୋଗୁଁ ତାଙ୍କ ଆମର ଆତ୍ମା ର ସଦ୍ଗତି ଉଦ୍ଦେଶ୍ୟ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ସଭା ଆରମ୍ଭ ରେ ସମ୍ପାଦକ ମନୋଜ କୁମାର ସମ୍ପାଦକୀୟ ବିବାରିଣୀ ପାଠ କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ମହାପାତ୍ର ସଭାପରିଚାଳନା କରିଥିଲେ। ସଭାରେ ବକ୍ତବ୍ୟ ମାଧ୍ୟମରେ ଗୋପବନ୍ଧୁ ବୀମା ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ବୃଦ୍ଧି କରିବା, କାର୍ଯ୍ୟରତ ସାମ୍ବାଦିକ ଙ୍କ ପାଇଁ ବସ ଏବଂ ରେଳ ପାସ ପ୍ରଦାନ କରିବା ,ସାମ୍ବାଦିକ ଙ୍କୁ ସୁରକ୍ଷା ଓ ଅବସର କାଳୀନ ଭତ୍ତା ପ୍ରଦାନ କରିବା ଏବଂ ବାସଗୃହ ପ୍ରଦାନ କରିବା ପାଇଁ ରାୟଗଡା ଜ଼ିଲ୍ଲା ଶାଖା ସଭାପତି ସରୋଜ କୁମାର ସାହୁ ଦାବି କରିଥିଲେ । ସାମ୍ବାଦିକ ମାନେ କିଭଳି ସମାଜ ର ଜାଗ୍ରତ ପ୍ରହରୀ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏବଂ ଦୁର୍ନୀତି କୁ ଲୋକଲୋଚନକୁ ଆଣିବା ସହ ସମାଜ ର ବିଭିନ୍ନ ସମସ୍ୟା ମୂଳକ ଦାବି ଗୁଡିକୁ ଲୋକଲୋଚନ କୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଏନେଇ ଉପସ୍ଥିତ ଅତିଥି ମାନେ ଅଭିଭାଷଣ ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ । ଏହି ଅବସର ରେ ସମାଜ ରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରସାଦ କୁମାର ବେହେରା, ବନରଖି, ରାୟଗଡା,ସର୍ପ ବନ୍ଧୁ ପ୍ରଦୀପ କୁମାର ସେନାପତି, ମହିଳା ଶକ୍ତିଉତ୍ତଳନକାରୀ ପ୍ରୀତି କଣ୍ଡାଗରି ଙ୍କ ସମେତ ଅନ୍ୟ ମାନଙ୍କୁ ଉପଢୌକନ, ମାନପତ୍ର ଓ ସିଲ ଦେଇ ସମ୍ମାନିତ କରାଯାଇଥିଲା।

ରାୟଗଡା ଜିଲ୍ଲାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବ୍ୟାଙ୍କ ସଖୀ ତାଲିମ ପ୍ରଦାନ….!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଆଜି ମିଶନ ଶକ୍ତି ବିଭାଗ ଦ୍ବାରା ବ୍ୟାଙ୍କ ସଖୀ ମାନଙ୍କର ଏକ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ମାନବ ସମ୍ବଳ ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା।ଏହି ତାଲିମ ଶିବିରକୁ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୬ ଗୋଟି ବ୍ଲକ ଯଥା ବିଷସମକଟକ, ଗୁଡାରି,ଗୁଣୁପୁର,କଲ୍ୟାଣସିଂପୁର, ମୁନିଗୁଡା ଓ ରାୟଗଡା ରୁ ଆସିଥିବା ୧୦ ଜଣ ବ୍ୟାଙ୍କ ସଖୀ ଅଂଶଗ୍ରହଣ କରିଥିଲେ। ବ୍ୟାଙ୍କ ନଥିବା ପଞ୍ଚାୟତ ଗୁଡିକରେ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଏହି ବ୍ୟାଙ୍କ ସଖୀ ମାନଙ୍କୁ ତାଲିମ ଦିଆଯାଇଥିଲା।ଏହି ଶିବିରରେ ମଣିପାଲ ଟେକ୍ନୋଲୋଜିକାଲ ଲିମିଟେଡ଼ (ସହିତେ) ଦ୍ବାରା ଯୋଗାଇଦିଆଯାଇଥିବା ବ୍ୟାଙ୍କିଙ୍ଗ ଉପକରଣ ଗୁଡିକୁ ଜିଲ୍ଲାପାଳ ବ୍ୟାଙ୍କ ସଖୀ ମାନଙ୍କୁ ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ,ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ,ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ,ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ,ଵି.ପି.ସି. ରାୟଗଡା ବ୍ଲକ ଓ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।