ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମାଲକାନଗିରି ଜିଲ୍ଲା ରେ ୫ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଗିରଫ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଲୋକ ଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଭଳି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଙ୍କ କଣ୍ଠରୋଧ କରାଯାଇ ସେମାନଙ୍କ ପୋଲିସ ଲଗାଇ ଗିରଫ କରାଯାଇଥିବା ବିଷୟ କୁ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଗିରଫ କରାଯାଇଥିବା ସାମ୍ବାଦିକ ମାନଙ୍କୁ ନିସର୍ତ୍ତ ରେ ଖଲାସ କରିବା , ଉକ୍ତ ଘଟଣା ର ଏକ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ଉଚ୍ଚ ସ୍ତରୀୟ କମିଟି ପ୍ରସ୍ତୁତ କରିବା , ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ବୋଲାଉ ଥିବା ସାମ୍ବାଦିକ ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଭଳି ଦାବିପତ୍ର ନେଇ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ଜରିଆ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କଳିଙ୍ଗ ସାମ୍ବାଦିକ ସଂଘ ର ସଦସ୍ୟ ମାନେ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ କଳିଙ୍ଗ ସାମ୍ବାଦିକ ସଂଘ ର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସଂଘ ର ଆବାହକ ଶକ୍ତି ଦାଶ ଙ୍କ ସହ ଅନ୍ୟ ସାମ୍ବାଦିକ ମନେ ଉପସ୍ଥିତ ରହିଥିଲେ ।

ନାଟକ ସଫୋସ୍କିସ୍ ରାଜା ଇଡିପ୍ସ ଓଡିଶାରେ ମଞ୍ଚସ୍ଥ ; ଭାଗ୍ୟ ଓ ମଣିଷର ସଂଘର୍ଷ ର କାହାଣୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଭାଗ୍ୟ ମଣିଷର ସଂଘର୍ଷ ର କାହାଣୀ ଉପରେ ଆଧାରିତ ଅଢେଇ ହଜାର ବର୍ଷ ତଳର ଗ୍ରୀକ୍ ନାଟକ ସଫୋସ୍କିସ୍ ଙ୍କ ରାଜା ଇଡିପ୍ସ ଗତ ଶନିବାର ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ହୋଇଯାଇଛି।  ହୃଦୟ ଅନୁଷ୍ଠାନ ପକ୍ଷରୁ ପରିବେଷିତ ଏ ନାଟକ ର ଓଡ଼ିଆ ଭାଷାନ୍ତର ଓ ନିର୍ଦ୍ଦେଶନା ଅଧ୍ୟାପକ ରମାକାନ୍ତ ମିଶ୍ର ଦେଇଥିଲେ। ସଭ୍ୟତା ର ଆଦିମ କାଳରୁ ଭାଗ୍ୟ ସହିତ ମଣିଷର ଜୀବନ ମୁର୍ଚ୍ଛା ସଂଘର୍ଷ ଜାରି ରହିଛି ଏବଂ ବୁଦ୍ଧୀମାନ ଓ ବିବେକ ଯୁକ୍ତ ପ୍ରାଣୀ, ମନୁଷ୍ୟ, ନିଜର ଚେଷ୍ଟା ରେ ଓ ନିଜ ଇଚ୍ଛା ମୁତାବକ ଭାଗ୍ୟ କୁ ଗଢିବାକୁ ଚାହିଁ ଥାଏ ମାତ୍ର ବହୁ ସମୟରେ ତାର ସମସ୍ତ ଯୋଜନା ନିୟତି ର କ୍ରୁର ପରିହାସ ଏହାକୁ ପଣ୍ଡ କରିଥାଏ ।  ମନୁଷ୍ୟ ତାର ଭଲ ପଣିଆ ଓ ବୀରତ୍ୱ କୁ ଉପଯୋଗ କରି ମଧ୍ଯ ନିଜ ଇଛିତ ଜୀବନ ବଞ୍ଚି ପାରେ ନାହିଁ।

ଶେଷରେ ବିଧି ନିର୍ଦ୍ଧିଷ୍ଟ ଭବିତ୍ୟବ ଆଗରେ ମୁଣ୍ଡ ନୁଆଁଇ ଏହାକୁ ଗ୍ରହଣ କରିବାକୁ ପଡ଼ିଥାଏ । ଏଭଳି କଥା ବସ୍ତୁ ଉପରେ ଆଧାରିତ ଏହି ନାଟକରେ ଅଭିଜ୍ଞ କଳାକାର ବିନାୟକ ମିଶ୍ର, ଶଙ୍କର ବସୁ ମଲ୍ଲିକ, ହରେନ ସାହୁ, କୃଷ୍ଣା ମହାରଣା, ବିଭୁ ଦୀକ୍ଷିତ ଓ ରମାକାନ୍ତ ମିଶ୍ର ଏଥିରେ ଅଭିନୟ କରିଥିଲେ।  ଏଥି ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟ ନିର୍ଦ୍ଦଶେକ ଅନନ୍ତ ମହାପାତ୍ର, ଟିଭି ସିନେମା ପ୍ରଯୋଜକ ଅକ୍ଷୟ କୁମାର ପରିଜା ଓ କାଦମ୍ବିନୀ ର ସମ୍ପାଦିକା ଡ଼. ଇତିରାଣୀ ସାମନ୍ତ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।  ମଧୁମିତା ମହାନ୍ତି ସଭା ପରିଚାଳନା କରିଥିବା ବେଳେ ହୃଦୟ ର ସମ୍ପାଦକ ସନ୍ତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ତପସ୍ୱିନୀ ଙ୍କୁ ଦୀର୍ଘ ୧୧ ଦିନ ପରେ ବ୍ରହ୍ମପୁର ଏସ୍ଡିଜେଏମ କୋର୍ଟ ରୁ ମିଳିଲା ନ୍ୟାୟ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ)- ବ୍ରହ୍ମପୁର ବହୁ ଚର୍ଚ୍ଚିତ ଖବର ତପସ୍ୱିନୀ ଓ ସୁମିତଙ୍କ ଘର ସାମ୍ନା ରେ ଦୀର୍ଘ ୧୧ ଦିନ ପରେ ଏସ୍ଡିଜେଏମ କୋର୍ଟ ମିଳିଥିଲା ନ୍ୟାୟ ୭ଦିନ ଏକାଠି ରହିବ ପାଇଁ । ସୁମିତ ଚାକିରୀ କରୁଥିବା ଅଞ୍ଚଳରେ ହିଁ ରହିବା ପାଇଁ ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱ ଦିଆ ଯାଇଥିଲା ।ସାତ ଦିନ ପରେ କୋର୍ଟ ଆସି ପୁଣି ରାୟ ଦେବା ପରେ ସୁମିତ ସ୍କୁଟିରେ ବସି କେଉଁ ଆଡେ ଚାଲି ଯାଇଥିଲେ । ପରେ ଜାଣିବା କୁ ପାଇଥିଲେ ସେ କୁଆଡେ ଯାଇ ନାହାଁନ୍ତି ତାଙ୍କ ସାଙ୍ଗ ଘରେ ରେଷ୍ଟ ନେଉଛନ୍ତି ସୁମିତ ଙ୍କ ଦେହ ଖରାପ ଥିବାରୁ ସେ ପୁଣି ଛୁଟି ବଢ଼ାଇ ତପସ୍ୱିନୀ ଙ୍କୁ ଛାଡି ଚାଲି ଯାଇଥିବା ତପସ୍ୱିନୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ।ସେ ଆସିକ ସୁଗାର ଫେକ୍ଟ୍ରି ଆଇବି ରେ ରହି ଆସୁଥିଲେ । ଆସିକା ଥାନା ଅଧିକାରୀ ସେଠିକାର ଭଡା ମାଗିଥିବା କଥା ମଧ୍ୟ ସୂଚନା ଦେଇଛନ୍ତି । ଏମିତି ସେ ଅନେକ ଅଭିଯୋଗ କରିଛନ୍ତି ପୋଲିସ ପ୍ରଶାସନ ଙ୍କ ଉପରେ । ଏବଂ ସୁମିତ ଙ୍କୁ ପାଇବା ପାଇଁ ସବୁ କିଛି କରି ପାରିବି ଦେଖିବା କିଏ ମୋ ଠୁ ମୋ ସୁମିତଙ୍କୁ ଛଡାଇ ନେବ କହିଥିଲେ ।ଆଜି ମଧ୍ଯ ଏସ୍ଡିଜେଏମ କୋର୍ଟ ରେ ଶୁଣାଣି ଥିଲା ମାତ୍ର ସୁମିତ ହାଇକୋର୍ଟ ରୁ ଆଉ ଏକ ରି ପିଟିସନ ପକାଇଛନ୍ତି । ଏବେ ତପସ୍ୱିନୀ କୋର୍ଟ ରୁ ନିରାଶୟ ହୋଇ ପୁଣି ସୁମିତ ଙ୍କ ଘର ସାମ୍ନା ରେ ଧାରଣାରେ ବସିଛନ୍ତି । ଏବଂ ସୁମିତ ଙ୍କ ସହ ଶାଶୁ ଶଶୁର ଙ୍କ ପାଖରେ ରହିବା ପାଇଁ ନିଷ୍ପତ୍ତି ନେଇ ଧାରଣା ରେ ବସିଛନ୍ତି ।ଦେଖା ଯାଉ ଏବେ ତପସ୍ୱିନୀ ଙ୍କୁ କିପରି ନ୍ୟାୟ ମିଳିବ ଦେଖିବାକୁ ରହିଲା ।

କରୋନା ସଚେତନତା ରଥ ଏବଂ ଟୀକା ବାହାନ ଯାନର ଶୁଭାରମ୍ଭ।

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- କରୋନାର ଦ୍ୱିତୀୟ ଲହର ଯାଇଛିକି ନାହିଁ ପୁଣି ଏକ ନୂଆ ରୂପରେ କରୋନା ମହାମାରୀ ଓମିକ୍ରନ ମାଡି ଆସୁଛି, ସରକାର ୧୦୦% ଟୀକାକରଣ ର ଲକ୍ଷ ରଖି ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏଥିପାଇଁ ସହଯୋଗର ହାତ ବଢ଼ାଇ ବେସରକାରୀ ସଂସ୍ଥା ଯେଏସଆଇ ଏବଂ ଏଚଏଲଏଫପି ପିଟି ର ମିଳିତ ସହଯୋଗରେ ଓଡ଼ିଶାର ଆଠ ଗୋଟି ଜିଲ୍ଲା ମଧ୍ୟରୁ ଅନ୍ୟତମ ରାୟଗଡା ଜିଲ୍ଲାରେ ନିଜର କର୍ମଚାରୀ ଙ୍କୁ ନେଇ ଶହେ ଶତକଡ଼ା ଟୀକା ଦାନର ମହତ ଉଦ୍ଦେଶ୍ୟ ରଖି ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି।ଆଜି ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର. ଅରତବନ୍ଧୁ ନାୟକ, ଡିପିଏମ୍ ଶ୍ରୀ ରାଜେଶ ପଟନାୟକ, ୟେଡିପିହେଚସିଓ ଶ୍ରୀ ପାଣୁ କିସାନ୍, ଲଜିଷ୍ଟିକ୍ ମେନେଜର୍ ଶ୍ରୀ ଅରବିନ୍ଦ ପରିଡା, ଅନୁଷ୍ଠାନ ର ରାଜ୍ୟ ମୁଖ୍ୟ ପରିଚାଳକ ଶ୍ରୀ ସଞ୍ଜୟ କୁମାର ପଟନାୟକ , ଜିଲ୍ଲା ମୁଖ୍ୟ ଵିଷ୍ଣୁ ଚରନ ପଣ୍ଡା ପ୍ରମୁଖ ଙ୍କ ଉପସ୍ଥିତି ରେ ଟୀକାକରଣ ନେଇ ସଚେତନତା ସୃଷ୍ଟି କରିବା ସହିତ ଦୁର୍ଗମ ଅଞ୍ଚଳରେ ଟୀକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ଦୁଇଗୋଟି ଯାନ କୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ..ଏହି ଯାନ ଦ୍ୱାରା ନିହାତି ଟୀକାକରଣ ଅଭିବୃଦ୍ଧି ରେ ସହାୟକ ହେବ ବୋଲି ମତ ଦେଇ ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇବା ସହିତ ରାୟଗଡା ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ରେ ଯଥେଷ୍ଟ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ।

ରୁପେଲି ପରଦା ରେ ଆସୁଅଛି ଓଡିଆ ଚଳଚ୍ଚିତ୍ର ଅଭିସାରିକା ; ଆଜି ହେଲା ଶୁଭ ମହୁରତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ବର) – ଭୁବନେଶ୍ୱର ମହାନଗର ସ୍ଥିତ ଜାଗମରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜେନେସିସ୍ ମୋସନ ପିକ୍ଚର ଓ କାନ୍ତା ଜ୍ୟୋତି ପ୍ରଡକ୍ସନ ର ମିଳିତ ଅନୁକୂଲ୍ୟ ରେ ବଡ଼ ପରଦା ଚଳଚ୍ଚିତ୍ର ତଥା ହଲ୍ ଫିଲ୍ମ ” ଅଭିସାରିକା ” ର ଶୁଭ ମହୁରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଚଳଚ୍ଚିତ୍ର ରେ ନାୟକ ଭାବେ ସିନେ ଜଗତ ର ଜଣାଶୁଣା ଅଭିନେତା ପ୍ରେମ କୁମାର ରହିଥିବା ବେଳେ ପ୍ରଥମ ନାୟିକା ଭାବେ ସିନେ ଜଗତ ର ଆଗଧାଡି ର ଅଭିନେତ୍ରୀ ପୂଜା ରାଓ ଓ ଦ୍ଵିତୀୟ ନାୟିକା ଭାବେ ଅଭିନେତ୍ରୀ ମୋନାଲିସା ଦାଶ ରହିଛନ୍ତି ।

 

ଏହାର ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ଭାର ଶ୍ରୀ ଅଜିତ୍ ଗୋଛାୟତ ତୁଲାଉଥିବା ବେଳେ ମୁଖ୍ୟ ସହ ନିର୍ଦ୍ଦେଶକ ଓ ପ୍ରଡକ୍ସନ ମୁଖ୍ୟ ର ଦାୟିତ୍ୱ ଶ୍ରୀ ଶକ୍ତି ଦାଶ ତୁଲାଉଛନ୍ତି । ଏହି ଚଳଚ୍ଚିତ୍ର ଟି ର କାହାଣୀ ଓ ସଂଳାପ ଶ୍ରୀ ଅଜିତ୍ ଜି ଏବଂ ସୁଶ୍ରୀ ତାପସି ଲେଖିଛନ୍ତି ଏବଂ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଏନ କେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଥିବା ବେଳେ, ଡି ଓ ପି (କ୍ୟାମେରା) ର ଭାର ସତ୍ୟମ୍ ଏସ୍ଏସ୍ ତୁଲାଉଛନ୍ତି । ଚଳଚ୍ଚିତ୍ର ଟି ର ପ୍ରଯୋଜକ ଭାବେ ଶ୍ରୀ ବି କାନ୍ତା ରାଓ ରହିଥିବା ବେଳେ ସହ ପ୍ରଯୋଜକ ଭାବେ ଶ୍ରୀ ସିଦ୍ଧାର୍ଥ ଦାଶ ଓ ଚେପାଲି ପ୍ରେମ କୁମାର ରହିଛନ୍ତି । ଏଥିରେ ଅନ୍ୟାନ୍ୟ ଭୂମିକାରେ ଫିଲ୍ମ ଜଗତର କଳାକାର ଦେବ, କାଳିଆ ଷଣ୍ଡ, ଲଲି ପପୁ, ପ୍ରଜ୍ଞା ପ୍ରିୟଦର୍ଶିନୀ, ତାପସି, ପ୍ରିୟା ଦାଶ, ସତ୍ୟ କଣ୍ଠ ରହିଛନ୍ତି । ଚଳଚ୍ଚିତ୍ର ଟି ଏକ ହରର୍ ଓ ଟିନ ଏଜ ଲଭ ଷ୍ଟୋରି ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ ଅଜିତ୍ ଗୋଛାୟତ ସୂଚନା ଦେଇଛନ୍ତି । ଆଗାମୀ ନୂତନ ବର୍ଷ ରେ ଦର୍ଶକ ଙ୍କୁ ଏକ ଭିନ୍ନ ଧରଣର ମନୋରଞ୍ଜନ ଭିତ୍ତିକ ଉପହାର ଦେବା ନିମନ୍ତେ ଚେଷ୍ଟା ଜାରି ରଖିଥିବା ପ୍ରଡକ୍ସନ ମୁଖ୍ୟ ତଥା ମୁଖ୍ୟ ସହ ନିର୍ଦ୍ଦେଶକ ଶକ୍ତି ଦାଶ କହିଛନ୍ତି ।

ଜଙ୍ଗଲରେ ଚାଲିଥିଲା ବେଆଇନ କାଠ ବ୍ୟବସାୟ, ପର୍ଦ୍ଦାଫାସ କଲା ବନ ବିଭାଗ।

!!! ମୟୁରଭଞ୍ଜ ରୁ ଅମିତ୍ କୁମାର ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୟୁରଭଞ୍ଜ) – ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ପାଞ୍ଚମାଣିଆ ଜଙ୍ଗଲ ଭିତରୁ ଲକ୍ଷାଧିକ ଟଙ୍କାର କାଠ ଚିରା ମେସିନ ଜବତ । ଏକ ଫାଙ୍କା ସ୍ଥାନରେ ଦୀର୍ଘ ଦିନ ହେବ ଲୁଚା ଚୋରାରେ ଜଙ୍ଗଲରୁ କାଠ ଆଣି ପଟା ବାହାର କରାଯାଇ ବାହାରକୁ ଚାଲାଣ କରାଯାଉବା ସୂଚନା ପାଇବା ପରେ ପର୍ଦ୍ଦାଫାସ କରିଛି ବନ ବିଭାଗ । ସୂଚନାନୁସାରେ, ଦୀର୍ଘ ଦିନ ଧରି ଜଙ୍ଗଲରୁ କାଠ ଆଣି ପଟା ବାହାର କରାଯାଇ ବେଆଇନ ବିକ୍ରି ହେଉଥିଲା । ମଙ୍ଗଳବାର ବିଶେଷ ସୂତ୍ରରୁ ଖବର ପାଇ ରାସଗୋବିନ୍ଦପୁର ରେଞ୍ଜର ମଧୁସ୍ମିତା ଦାସ ଓ ଅତିରିକ୍ତ ରେଞ୍ଜର ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ୩୫ ଜଣ କର୍ମଚାରୀ ହଠାତ ପାଞ୍ଚମାଣିଆ ଜଙ୍ଗଲ ଭିତରେ ଚଢ଼ଉ କରିଥିଲେ । ଚଢଉରେ ବନ ବିଭାଗ କାଠ ଚିରା ମେସିନ ଓ ପଟା ଜବତ କରିଛି । ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ଜଣାପଡିଛି । ଏହି କାଠ କାରବାର ରେ କେହି ଜଣେ ବେହେରା ବାବୁଙ୍କ ସଂପୃକ୍ତି ଥିବା ଅଞ୍ଚଳବାସୀ କହିଛନ୍ତି ।

ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ରେ ଉତ୍ତମ ଖେଳ ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ରାଜପୁର ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ‘ସୁନିତା’ ।

!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର(ରାଗପୁର) ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୁନିତା ଦାସ ନିଜ ବିଦ୍ୟାଳୟ ,ବ୍ଲକ ତଥା ଗଞ୍ଜାମ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ସେହି ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ଶ୍ରୀମତୀ ପୂଜା ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ସୁନିତା ,ଖୋ-ଖୋ ଖେଳରେ ଜିଲ୍ଲାରୁ ରାଜ୍ୟ ସ୍ତରକୁ ଚୟନ ହୋଇ ଅନୁଗୁଳ ରେ ହେଉଥିବା ୫୪ତମ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ରେ ଉତ୍ତମ ଖେଳ ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ଏଥିପାଇଁ ଗଞ୍ଜାମ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ ସମ୍ପାଦକ ଶ୍ରୀ ଅଶୋକ ସାହୁ ଙ୍କ ସମେତ ବହୁ କ୍ରୀଡା ପ୍ରେମୀ ଶୁଭେଚ୍ଛା ଜଣେଇଛନ୍ତି ।

ସୂଚନା ଥାଉକି,ଡିସେମ୍ବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲା ର ଉଭୟ ପୁରୁଷ ଏବଂ ମହିଳା ଦଳ ଅନୁଗୁଳ ଗ୍ରସ୍ତ କରିଥିଲେ । ଦଳ ସହିତ କୋଚ୍ ମଧୁସୂଦନ ବେହେରା ,
( ମହିଳା ), ରାକେଶ ପାତ୍ର (ପୁରୁଷ), ମ୍ୟାନେଜର ସୁନିତା ପାତ୍ର (ମହିଳା),ଚତୃଭୂଜ ତ୍ରିପାଠୀ(ପୁରୁଷ) ଏବଂ ଟେକନିକାଲ ଅଫିସିଆଲ ଭାବରେ ଶ୍ରୀ ପ୍ରୀତି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ ।ସୁନିତା ଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ର ଚଣ୍ଡପଲି ଗ୍ରାମରେ ହୋଇଥିବା ବେଳେ ପଦ୍ମନାଭ ଦାଶ ଏବଂ ସୁନିତା ଦାଶ ଙ୍କ ସେ ଝିଅ ଅଟନ୍ତି । ସୁନିତା ବର୍ତ୍ତମାନ ରାଜପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏହାର ଶ୍ରେୟ ସେ ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ପୂଜା ପ୍ରଧାନ ଙ୍କୁ ଦେଇଛନ୍ତି ।ଏଥିସହିତ ସମସ୍ତ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ କ୍ରୀଡାପ୍ରତି ଆକୃଷ୍ଟ ହେବା ପାଇଁ ସେ କହିଛନ୍ତି ।

ରାୟଗଡା GCD ପଡିଆ ଠରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଦୁଇ ଦିନିଆ କାର ଲୋନ ମେଳା ଅନୁଷ୍ଠିତ ହୋଇଅଛି.

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ଆଜି ରାୟଗଡା ସ୍ତିତ GCD ପଡିଆ ଠରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଦୁଇ ଦିନିଆ କାର ଲୋନ ମେଳା ଅନୁଷ୍ଠିତ ହୋଇଅଛି. ଏହାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକାଲ ହେଡ ଅଫିସ ଭୁବନେଶ୍ୱର ଜେନେରାଲ ମ୍ୟାନେଜେର ବେଜୟ କେ କୁଜ଼ର ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି. ଏଥିରେ ମାରୁତି ଟାଟା ହୋଣ୍ଡାଇ ମହିନ୍ଦ୍ରା dealer ମାନେ ବିଭିନ୍ନ କାର ଗ୍ରାହକ ମାନଙ୍କୁ କାର ହୋମେ ଲୋନ ସଂମ୍ବଧୀୟ ସମସ୍ତ ତଥ୍ୟ ବିଷୟରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶଖା ର କ୍ଷେତ୍ର ଅଧିକାରୀ ଦ୍ୱାରା ଅବଗତ କରାଇଥିଲେ ଏଥିରେ ଅନ୍ୟ ଅଧିକାରୀ ଯଥା ଶଶାଙ୍କ ଶେଖର ନାୟକ ରେଜିନାଲ ମ୍ୟାନେଜେର, ସରୋଜ କାନ୍ତ ବେହେରା ଚିଫ ମ୍ୟାନେଜେର, ମହେନ୍ଦ୍ର କୁମାର ବଗତି ଚିଫ ମ୍ୟାନେଜେର ବ୍ରହ୍ମପୁର ଓ ଦେବଦାଶ ଲିମା ଚିଫ ମ୍ୟାନେଜେର RACC ଯୋଗ ଦେଇଥିଲେ । ଏତଦ ବତୀତ ସାଇପ୍ରିୟା ନଗର ସ୍ତିତ ମାତୃ କୃପା ବୃଦ୍ଧା ଶ୍ରମ କୁ ଫିଲଟର ଏବଂ ସାଉଣ୍ଡ  ସିଷ୍ଟମ କୁଜ଼ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ର ଦକ୍ଷିଣବଡ଼ ପଞ୍ଚାୟତର ବିଶିଷ୍ଟ ବିଜେପି ନେତା ଶ୍ରୀ ସନ୍ତୋଷ କୁମାର ସାହୁ ଓ ବୁୟାଁ ବନାପୁର ପଞ୍ଚାୟତର ନିରୋଜ ଦ୍ୱିବେଦୀ ବିଜେପି ଦଳ ଛାଡ଼ି ସେମାନଙ୍କର ସମର୍ଥକମାନଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ଶ୍ରୀ ସାହୁ ଓ ଶ୍ରୀ ଦ୍ୱିବେଦୀ ପିସିିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଯୋଗଦାନ ଭଣ୍ଡାରୀପୋଖରୀରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

କେନାଲ ଠାରୁ କୁମ୍ଭାରଗାଁ ରାସ୍ତା ଫାଟି ଆଁ କରିଛି !

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)-  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ର କେନାଲ ଠାରୁ କୁମ୍ଭାରଗାଁ ପର୍ଯ୍ଯନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ସୂଚନା ମୁତାବକ ଅଙ୍ଗାରଗାଁ ପଟୁ କୁମ୍ଭାରଗାଁ କୁ ଯିବାକୁ ହେଲେ ଏହି କେନାଲ ରାସ୍ତାଟି ପାଖ ବା ନିକଟ ଅଟେ । କିନ୍ତୁ ଦୁଖଃର ବିଷୟ ଏହି ରାସ୍ତାଟି କଂକ୍ରିଟ ହୋଇଥିଲେ ମଧ୍ଯ ରାସ୍ତା ଫାଟି ଆଁ କରିଅଛି ଏବଂ ଖାଲଖଣାରେ ପରିଣତ ହୋଇଛି । ଫଳରେ ଗାଡି ମୋଟର ଯିବା ଆସିବା ବେଳେ ନାନା ଦୁର୍ଘଟଣା ର ଶିକାର ହେବାକୁ ପଡୁଛି । ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଲୋକ ଯାତାୟାତ କରନ୍ତି ।କିନ୍ତୁ ଏଥିପ୍ରତି ସତେ ଯେମିତି କାହାର ଦୃଷ୍ଟି ନ ଥିବା ଭଳି ଜଣାପଡୁଛି ।ଏହି ରାସ୍ତା ନିର୍ମାଣ ପାଇଁ ଜନସାଧାରଣ ରେ ଦାବୀ ହୋଇଛି ।ଦେଖାଯାଉ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧି ଙ୍କ କେବେ ଦୃଷ୍ଟି ପଡୁଛି ତାହା ଦେଖବାକୁ ବାକି ରହିଲା । ଏ ନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।