ରୁପେଲି ପରଦା ରେ ଆସୁଅଛି ଓଡିଆ ଚଳଚ୍ଚିତ୍ର ଅଭିସାରିକା ; ଆଜି ହେଲା ଶୁଭ ମହୁରତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ବର) – ଭୁବନେଶ୍ୱର ମହାନଗର ସ୍ଥିତ ଜାଗମରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜେନେସିସ୍ ମୋସନ ପିକ୍ଚର ଓ କାନ୍ତା ଜ୍ୟୋତି ପ୍ରଡକ୍ସନ ର ମିଳିତ ଅନୁକୂଲ୍ୟ ରେ ବଡ଼ ପରଦା ଚଳଚ୍ଚିତ୍ର ତଥା ହଲ୍ ଫିଲ୍ମ ” ଅଭିସାରିକା ” ର ଶୁଭ ମହୁରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଚଳଚ୍ଚିତ୍ର ରେ ନାୟକ ଭାବେ ସିନେ ଜଗତ ର ଜଣାଶୁଣା ଅଭିନେତା ପ୍ରେମ କୁମାର ରହିଥିବା ବେଳେ ପ୍ରଥମ ନାୟିକା ଭାବେ ସିନେ ଜଗତ ର ଆଗଧାଡି ର ଅଭିନେତ୍ରୀ ପୂଜା ରାଓ ଓ ଦ୍ଵିତୀୟ ନାୟିକା ଭାବେ ଅଭିନେତ୍ରୀ ମୋନାଲିସା ଦାଶ ରହିଛନ୍ତି ।

 

ଏହାର ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ଭାର ଶ୍ରୀ ଅଜିତ୍ ଗୋଛାୟତ ତୁଲାଉଥିବା ବେଳେ ମୁଖ୍ୟ ସହ ନିର୍ଦ୍ଦେଶକ ଓ ପ୍ରଡକ୍ସନ ମୁଖ୍ୟ ର ଦାୟିତ୍ୱ ଶ୍ରୀ ଶକ୍ତି ଦାଶ ତୁଲାଉଛନ୍ତି । ଏହି ଚଳଚ୍ଚିତ୍ର ଟି ର କାହାଣୀ ଓ ସଂଳାପ ଶ୍ରୀ ଅଜିତ୍ ଜି ଏବଂ ସୁଶ୍ରୀ ତାପସି ଲେଖିଛନ୍ତି ଏବଂ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଏନ କେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଥିବା ବେଳେ, ଡି ଓ ପି (କ୍ୟାମେରା) ର ଭାର ସତ୍ୟମ୍ ଏସ୍ଏସ୍ ତୁଲାଉଛନ୍ତି । ଚଳଚ୍ଚିତ୍ର ଟି ର ପ୍ରଯୋଜକ ଭାବେ ଶ୍ରୀ ବି କାନ୍ତା ରାଓ ରହିଥିବା ବେଳେ ସହ ପ୍ରଯୋଜକ ଭାବେ ଶ୍ରୀ ସିଦ୍ଧାର୍ଥ ଦାଶ ଓ ଚେପାଲି ପ୍ରେମ କୁମାର ରହିଛନ୍ତି । ଏଥିରେ ଅନ୍ୟାନ୍ୟ ଭୂମିକାରେ ଫିଲ୍ମ ଜଗତର କଳାକାର ଦେବ, କାଳିଆ ଷଣ୍ଡ, ଲଲି ପପୁ, ପ୍ରଜ୍ଞା ପ୍ରିୟଦର୍ଶିନୀ, ତାପସି, ପ୍ରିୟା ଦାଶ, ସତ୍ୟ କଣ୍ଠ ରହିଛନ୍ତି । ଚଳଚ୍ଚିତ୍ର ଟି ଏକ ହରର୍ ଓ ଟିନ ଏଜ ଲଭ ଷ୍ଟୋରି ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ ଅଜିତ୍ ଗୋଛାୟତ ସୂଚନା ଦେଇଛନ୍ତି । ଆଗାମୀ ନୂତନ ବର୍ଷ ରେ ଦର୍ଶକ ଙ୍କୁ ଏକ ଭିନ୍ନ ଧରଣର ମନୋରଞ୍ଜନ ଭିତ୍ତିକ ଉପହାର ଦେବା ନିମନ୍ତେ ଚେଷ୍ଟା ଜାରି ରଖିଥିବା ପ୍ରଡକ୍ସନ ମୁଖ୍ୟ ତଥା ମୁଖ୍ୟ ସହ ନିର୍ଦ୍ଦେଶକ ଶକ୍ତି ଦାଶ କହିଛନ୍ତି ।

ଜଙ୍ଗଲରେ ଚାଲିଥିଲା ବେଆଇନ କାଠ ବ୍ୟବସାୟ, ପର୍ଦ୍ଦାଫାସ କଲା ବନ ବିଭାଗ।

!!! ମୟୁରଭଞ୍ଜ ରୁ ଅମିତ୍ କୁମାର ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୟୁରଭଞ୍ଜ) – ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ପାଞ୍ଚମାଣିଆ ଜଙ୍ଗଲ ଭିତରୁ ଲକ୍ଷାଧିକ ଟଙ୍କାର କାଠ ଚିରା ମେସିନ ଜବତ । ଏକ ଫାଙ୍କା ସ୍ଥାନରେ ଦୀର୍ଘ ଦିନ ହେବ ଲୁଚା ଚୋରାରେ ଜଙ୍ଗଲରୁ କାଠ ଆଣି ପଟା ବାହାର କରାଯାଇ ବାହାରକୁ ଚାଲାଣ କରାଯାଉବା ସୂଚନା ପାଇବା ପରେ ପର୍ଦ୍ଦାଫାସ କରିଛି ବନ ବିଭାଗ । ସୂଚନାନୁସାରେ, ଦୀର୍ଘ ଦିନ ଧରି ଜଙ୍ଗଲରୁ କାଠ ଆଣି ପଟା ବାହାର କରାଯାଇ ବେଆଇନ ବିକ୍ରି ହେଉଥିଲା । ମଙ୍ଗଳବାର ବିଶେଷ ସୂତ୍ରରୁ ଖବର ପାଇ ରାସଗୋବିନ୍ଦପୁର ରେଞ୍ଜର ମଧୁସ୍ମିତା ଦାସ ଓ ଅତିରିକ୍ତ ରେଞ୍ଜର ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ୩୫ ଜଣ କର୍ମଚାରୀ ହଠାତ ପାଞ୍ଚମାଣିଆ ଜଙ୍ଗଲ ଭିତରେ ଚଢ଼ଉ କରିଥିଲେ । ଚଢଉରେ ବନ ବିଭାଗ କାଠ ଚିରା ମେସିନ ଓ ପଟା ଜବତ କରିଛି । ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ଜଣାପଡିଛି । ଏହି କାଠ କାରବାର ରେ କେହି ଜଣେ ବେହେରା ବାବୁଙ୍କ ସଂପୃକ୍ତି ଥିବା ଅଞ୍ଚଳବାସୀ କହିଛନ୍ତି ।

ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ରେ ଉତ୍ତମ ଖେଳ ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ରାଜପୁର ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ‘ସୁନିତା’ ।

!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର(ରାଗପୁର) ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୁନିତା ଦାସ ନିଜ ବିଦ୍ୟାଳୟ ,ବ୍ଲକ ତଥା ଗଞ୍ଜାମ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ସେହି ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ଶ୍ରୀମତୀ ପୂଜା ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ସୁନିତା ,ଖୋ-ଖୋ ଖେଳରେ ଜିଲ୍ଲାରୁ ରାଜ୍ୟ ସ୍ତରକୁ ଚୟନ ହୋଇ ଅନୁଗୁଳ ରେ ହେଉଥିବା ୫୪ତମ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ରେ ଉତ୍ତମ ଖେଳ ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ଏଥିପାଇଁ ଗଞ୍ଜାମ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ ସମ୍ପାଦକ ଶ୍ରୀ ଅଶୋକ ସାହୁ ଙ୍କ ସମେତ ବହୁ କ୍ରୀଡା ପ୍ରେମୀ ଶୁଭେଚ୍ଛା ଜଣେଇଛନ୍ତି ।

ସୂଚନା ଥାଉକି,ଡିସେମ୍ବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲା ର ଉଭୟ ପୁରୁଷ ଏବଂ ମହିଳା ଦଳ ଅନୁଗୁଳ ଗ୍ରସ୍ତ କରିଥିଲେ । ଦଳ ସହିତ କୋଚ୍ ମଧୁସୂଦନ ବେହେରା ,
( ମହିଳା ), ରାକେଶ ପାତ୍ର (ପୁରୁଷ), ମ୍ୟାନେଜର ସୁନିତା ପାତ୍ର (ମହିଳା),ଚତୃଭୂଜ ତ୍ରିପାଠୀ(ପୁରୁଷ) ଏବଂ ଟେକନିକାଲ ଅଫିସିଆଲ ଭାବରେ ଶ୍ରୀ ପ୍ରୀତି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ ।ସୁନିତା ଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ର ଚଣ୍ଡପଲି ଗ୍ରାମରେ ହୋଇଥିବା ବେଳେ ପଦ୍ମନାଭ ଦାଶ ଏବଂ ସୁନିତା ଦାଶ ଙ୍କ ସେ ଝିଅ ଅଟନ୍ତି । ସୁନିତା ବର୍ତ୍ତମାନ ରାଜପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏହାର ଶ୍ରେୟ ସେ ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ପୂଜା ପ୍ରଧାନ ଙ୍କୁ ଦେଇଛନ୍ତି ।ଏଥିସହିତ ସମସ୍ତ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ କ୍ରୀଡାପ୍ରତି ଆକୃଷ୍ଟ ହେବା ପାଇଁ ସେ କହିଛନ୍ତି ।

ରାୟଗଡା GCD ପଡିଆ ଠରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଦୁଇ ଦିନିଆ କାର ଲୋନ ମେଳା ଅନୁଷ୍ଠିତ ହୋଇଅଛି.

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ଆଜି ରାୟଗଡା ସ୍ତିତ GCD ପଡିଆ ଠରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଦୁଇ ଦିନିଆ କାର ଲୋନ ମେଳା ଅନୁଷ୍ଠିତ ହୋଇଅଛି. ଏହାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକାଲ ହେଡ ଅଫିସ ଭୁବନେଶ୍ୱର ଜେନେରାଲ ମ୍ୟାନେଜେର ବେଜୟ କେ କୁଜ଼ର ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି. ଏଥିରେ ମାରୁତି ଟାଟା ହୋଣ୍ଡାଇ ମହିନ୍ଦ୍ରା dealer ମାନେ ବିଭିନ୍ନ କାର ଗ୍ରାହକ ମାନଙ୍କୁ କାର ହୋମେ ଲୋନ ସଂମ୍ବଧୀୟ ସମସ୍ତ ତଥ୍ୟ ବିଷୟରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶଖା ର କ୍ଷେତ୍ର ଅଧିକାରୀ ଦ୍ୱାରା ଅବଗତ କରାଇଥିଲେ ଏଥିରେ ଅନ୍ୟ ଅଧିକାରୀ ଯଥା ଶଶାଙ୍କ ଶେଖର ନାୟକ ରେଜିନାଲ ମ୍ୟାନେଜେର, ସରୋଜ କାନ୍ତ ବେହେରା ଚିଫ ମ୍ୟାନେଜେର, ମହେନ୍ଦ୍ର କୁମାର ବଗତି ଚିଫ ମ୍ୟାନେଜେର ବ୍ରହ୍ମପୁର ଓ ଦେବଦାଶ ଲିମା ଚିଫ ମ୍ୟାନେଜେର RACC ଯୋଗ ଦେଇଥିଲେ । ଏତଦ ବତୀତ ସାଇପ୍ରିୟା ନଗର ସ୍ତିତ ମାତୃ କୃପା ବୃଦ୍ଧା ଶ୍ରମ କୁ ଫିଲଟର ଏବଂ ସାଉଣ୍ଡ  ସିଷ୍ଟମ କୁଜ଼ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।