ଭୂତ ଖାଇଗଲା ଚାଉଳ;ଯୋଗାଣ ବିଭାଗ ରେ ଆଉ ଏକ ଦୁର୍ନୀତିର ଅଭିଯୋଗ …!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡ଼ା ଜିଲ୍ଲା ଗୁଣପୁର ଅଧିନରେ ଥିବା ମୈତ୍ରୀ ଯୋଗାଣ କେନ୍ଦ୍ରରେ ହିତାଧିକାରୀଙ୍କ ଚାଉଳ ଭୂତ ଖାଇଗଲା ବୋଲି ହିତାଧିକାରୀଙ୍କ ସମ୍ପର୍କୀୟ କଟାକ୍ଷ କରି ଅଭିଯୋଗ କରିଛନ୍ତି ।ଏହି କେନ୍ଦ୍ରରୁ ଖାଉଟି ସାମଗ୍ରୀ ଉଠାଣ କରୁଥିବା ହିତାଧିକାରୀଙ୍କ ଦୀର୍ଘ ମାସର ଚାଉଳ ଏବଂ କିରୋସିନ ଉଠାଇ ନେଇଥିବା ଦର୍ଶାଇ ଦିଆଯାଇଥିବା ବେଳେ ପ୍ରକୃତ ହିତାଧିକାରୀ ଏହା ନେଇ ନଥିବା ଅଭିଯୋଗ ଆସିଛି ।କାର୍ଡ ନମ୍ବର ୨୭୧୩୧୨୨୦୮୮୦ ଧାରୀ ହିତାଧିକାରୀ ଶ୍ରୀମତୀ ସରୋଜିନୀ ପଟ୍ଟନାୟକ ଗତ ୨୦୨୦ମସିହା ପର୍ଯ୍ୟନ୍ତ ଏହି କାର୍ଡରେ ରେସନ ସାମଗ୍ରୀ ନେଇଥିଲେ । କିନ୍ତୁ ଏହାର ପରବର୍ତ୍ତୀ ସମୟରେ କୌଣସି ରାସନ ସାମଗ୍ରୀ ନେଇ ନଥିବା ସତ୍ତ୍ୱେ ତାଙ୍କ ମୋବାଇଲନଂ ୯୮୬୧୮୭୫୮୯୧ କୁ ସେ ରାସନ ସାମଗ୍ରୀ ଉଠାଇ ନେଇଥିବା ଭଳି ମେସେଜ ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଉକ୍ତ ମେସେଜଟିକୁ ଉଲ୍ଲେଖ କରି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମାନ୍ୟବର ଉପଜିଲ୍ଲା ପାଳଙ୍କୁ ଏକ ଦରଖାସ୍ତ ମାଧ୍ୟମରେ ଗତ ଅଭିଯୋଗ କରିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସୂଚନାଦେଇ କ୍ଷୋଭ ପ୍ରକାଶ କରିଛନ୍ତି ।


ଏଥି ପୂର୍ବରୁ ଏଭଳି ଏକ ଅଭିଯୋଗ ଆସିଥିବା ବେଳେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କର୍ତ୍ତୃପକ୍ଷ ଘଣ୍ଟ ଘୋଡାଇ ରଖିଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମୈତ୍ରୀ କେନ୍ଦ୍ରର ଏଭଳି କାରନାମା ପଛରେ ଏଠାରେ କାର୍ଯ୍ୟରତ କଣ୍ଟାବାଲା ଶ୍ରୀ ମାଝି ଗୌର ପ୍ରସାଦ ଙ୍କ ପ୍ରଚ୍ଛଦ ହାତ ରହିଥିବା ଅଭିଯୋଗ ଉଠିଛି । ସେ ନିଜ କାର୍ଯ୍ୟ ସମ୍ପାଦନ ନକରି ପଞ୍ଜିକରଣ ଦାୟିତ୍ୱ ରେ ରହି କେନ୍ଦ୍ର ନିକଟରେ ଘୁରି ବୁଲୁଥିବା ଚାଉଳ ବ୍ୟବସାୟୀ ଙ୍କ ସହଯୋଗରେ ଏସବୁ କେଳେଙ୍କାରୀ କରୁଥିବା ନେଇ ଯେଉଁ ଅଭିଯୋଗ ଉଠୁଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯେଉଁ ଖାଉଟି ମାନେ ରେସନ ସାମଗ୍ରୀ ପାଇ ନାହାନ୍ତି ସେମାନଙ୍କୁ ସେମାନଙ୍କ ନାଯ୍ୟ ପ୍ରାପ୍ୟ ଦେବା ନିମନ୍ତେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ପକ୍ଷରୁ ଦାବୀ କରାଯାଇଛି ।


କିନ୍ତୁ ଦୁଃଖର ବିଷୟ ଏହିକି ଯେ ସେଠାରେ ବ୍ୟବହୃତ ମୋରମ୍ ନିମନ୍ତେ ଠିକାଦାର କୌଣସି ପ୍ରକାର ରୟେଲ୍ଟି ପୈଠ ନକରି ମୋରମ୍ ର ଚୋରା ଚାଲାଣ କରୁଥିବା ଅଭିଯୋଗ କରି ସ୍ଥାନୀୟ ଜନସାଧାରଣ ଏହାକୁ ପ୍ରତିବାଦ କରିଥିଲେ । ଯଦ୍ୱାରା କି ଠିକାଦାର ରାଜସ୍ୱ ନିରୀକ୍ଷକ ଙ୍କ ଉପସ୍ଥିତି ରେ ପ୍ରାୟ ୪୦,୦୦୦ ଟଙ୍କା ର ତଣ୍ଡ ଗଣିବା କୁ ବାଧ୍ୟ ହୋଇଥିଲେ । ଏହା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଉକ୍ତ ପ୍ରମୋଦ ଉଦ୍ୟାନ ର ସୀମା ସରହଦ ସିମେଣ୍ଟ ତିଆରି ଇଟା ରେ ନିର୍ମାଣ କରିବା ନିମନ୍ତେ ଠିକାଦାର ସିବାିଶିଷ ସାହୁ ଚୁକ୍ତିବଦ୍ଧ । କିନ୍ତୁ ଠିକାଦାର ଏବଂ ପୌର ପରିଷଦ ର ଏମ୍ ଇ ବିଶ୍ୱନାଥ ସାରକା ଓ କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରାଙ୍କ ମଧୁଚନ୍ଦ୍ରିକା ରେ ଠିକାଦାର ସିମେଣ୍ଟ ଇଟା ରେ ସୀମା ସରହଦ ନିର୍ମାଣ ନକରି ମାଟି ତିଆରି ଇଟା ରେ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ଉଠିଛି।
ଉକ୍ତ ବିଷୟ ନେଇ ପୋୖର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ଚରଣ ଦାଶଙ୍କ ସହ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ର କର୍ମକର୍ତ୍ତା ଯୋଗାଯୋଗ କରିବାରୁ ସେ ଏହି ବିଷୟ ସମ୍ପର୍କ ରେ ଅଜ୍ଞ ବୋଲି ସୂଚାଇ ବା ପରେ ଘଟଣା ସମ୍ପର୍କ ରେ ଏମ୍. ଇ ଶ୍ରୀ ବିଶ୍ୱନାଥ ସାରକା ଏବଂ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁକାନ୍ତ ବେହେରା ଙ୍କ ସହ ମଞ୍ଚ ର କର୍ମକର୍ତ୍ତା ଯୋଗାଯୋଗ କରିବାରୁ ସେ ଉକ୍ତ ଠିକାଦାର ଙ୍କ ସହ ସାଲିସ କରିବା ନିମନ୍ତେ ପ୍ରସ୍ତାବ ଦେଇ ଦୁର୍ନୀତି କୁ ଘଣ୍ଟ ଘୋଡ଼ାଉ ଥିବା କେତେ ଯଥାର୍ଥ ବୋଲି ମଞ୍ଚ ଦୃଢ଼ ନିନ୍ଦା କରିଛି । ଏକ ସରକାରୀ ଅଧିକାରୀ ହୋଇ ଜଣେ ଦୁର୍ନୀତି ଗ୍ରସ୍ତ ଠିକାଦାର ଙ୍କୁ ଘଣ୍ଟ ଘୋଡ଼ାଇବା କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଘଟଣା ର ସବିଶେଷ ତଦନ୍ତ କରି ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଗୁଣପୁର ଶାଖା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମଞ୍ଚର ଆବାହକ ଶ୍ରୀ ଶକ୍ତି ଦାଶ ଚେତାବନୀ ଦେଇଛନ୍ତି।






