ଗୁଣପୁର କୋର୍ଟ ପରିସର ଠାରେ ଧାରା ୩୯ କ ଫଳକ ଉନ୍ମୋଚିତ ।

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣୁପୁର ସିଭିଲ କୋର୍ଟ ପରିସର ରେ ଭାରତୀୟ ସମ୍ବିଧାନ ର ଧାରା – ୩୯ – କ ଫଳକ ଶୁକ୍ରବାର ଦିନ ଉନ୍ମୋଚନ ହୋଇଯାଇଛି । ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରନ୍ ଭିଡ଼ିଓ କନଫେରେନ୍ସି ଜରିଆରେ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଭାରତ ସମ୍ବିଧାନର ଧାରା ୩୯(କ)ରେ ଉଲ୍ଲେଖ ଥିବା ବିଷୟକୁ ସର୍ବ ସାଧାରଣ ଙ୍କ ଅବଗତି ନିମନ୍ତେ ସୂଚାଇବା ଉଦ୍ଦେଶ୍ୟ ନେଇ “ଭାରତୀୟ ସମ୍ବିଧାନର ଧାରା ୩୯-କ” ଫଳକ କୁ ଉଦ୍ଘାଟନ କରାଯାଇଛି ।

ଏହି ଧାରାରେ ସମାନ ନ୍ୟାୟ ଓ ମାଗଣା ବିଧିକ ସହାୟତା ଯୋଗାଇଦେବା ନେଇ ଆଇନ ରହିଥିବା ସୁଚାଉଛି ।ଉନ୍ମୋଚିତ ଫଳକ ମାଧ୍ୟମରେ ତାଲୁକ ଆଇନ ସହାୟତା କମିଟି ,ଗୁଣପୁର ଙ୍କ ପକ୍ଷରୁ ଏହାବି ସୂଚାଇ ଦିଆଯାଇଛି କି,ରାଜ୍ୟ ଏହା ସୁନିଶ୍ଚିତ କରିବ ଯେ ଵିଧି ବ୍ୟବସ୍ଥା ଏପରି କାର୍ଯ୍ୟକାରୀ ହେବ ଯେପରିକି ନ୍ୟାୟ ସମାନ ସୁଯୋଗ ର ଭିତ୍ତି ରେ ସୁଲଭ ହେବ ଏବଂ ବିଶେଷ କରି କୌଣସି ନାଗରିକ ଆର୍ଥିକ ବା ଅନ୍ୟ ସାମର୍ଥ୍ୟ ହେତୁ ନ୍ୟାୟ ପାଇବା ର ସୁଯୋଗ ରୁ ଯେପରି ବଞ୍ଚିତ ନୁହଁନ୍ତି ତାହା ସୁନିଶ୍ଚିତ କରାଇବା ନିମିତ୍ତ ଉପଯୁକ୍ତ ବିଧାନ ବା ପରିକଳ୍ପନା ଦ୍ୱାରା ବା ଅନ୍ୟ ଭାବ ରେ ମାଗଣା ବିଧିକ୍ ସହାୟତା ର ବ୍ୟବସ୍ଥା କରିବ । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ର ଏଡ଼ିଜେ ଶ୍ରୀ ମାନସ ରଞ୍ଜନ ରଥ , ସବ୍ ଜର୍ଜ ସଂଗୀତ ମଲ୍ଲିକ , ଜେ ଏମ୍ ଏଫ୍ ସି ବର୍ଷା ମହାନ୍ତି , ଗୁଣୁପୁର ଆଇନଜୀବି ସଂଘ ର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ , ସମ୍ପାଦକ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ଆଇନଜୀବି ଗୌରୀ ଶଙ୍କର ଦାଶ , ଉମା ଚରଣ ପଟ୍ଟନାୟକ , ଦେବୀ ଆଚାର୍ଯ୍ୟ , ରମେଶ ଲିମା ଏବଂ ଅନ୍ୟ ସମସ୍ତ ଆଇନଜୀବି ବୃନ୍ଦ ଉପସ୍ଥିତ ରହିଥିଲେ ।

ଅବ୍ୟବସ୍ଥା ଘେରରେ ସ୍ମାର୍ଟ କାର୍ଡ ବଣ୍ଟନ ବ୍ୟବସ୍ଥା ।

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିବା ପରେ ରାୟଗଡା ଜିଲ୍ଲା ରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଶାସକ ଦଳ ପକ୍ଷରୁ ବହୁ ଆଡମ୍ବର ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଡ ସହାୟତାରେ ଚିକିତ୍ସା ଜନିତ କିଛି ସୁବିଧା ପାଇବା ଆଶାରେ ବଣ୍ଟନ ସ୍ଥଳରେ ଜନତା ଙ୍କ ନାହିଁ ନଥିବା ଭିଡ଼ ଜମୁଛି । ପରନ୍ତୁ ସ୍ଥାନୀୟ ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଦିନତମାମ ଅପେକ୍ଷା କରି ଲୋକେ ହନ୍ତସନ୍ତ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।

                                     
ବଣ୍ଟନ ପୂର୍ବରୁ ଏନେଇ ସେଭଳି କିଛି ଖସଡ଼ା ପ୍ରସ୍ତୁତ କରାଯାଇ ନଥିବା କିମ୍ବା ସୁଚନା ପ୍ରଦାନ କରାଯାଇ ନଥିବା ଅଭିଯୋଗ ଉଠୁଛି । ଯଦ୍ୱାରା ବୟଯେଷ୍ଠ ହିତାଧିକାରୀ ବଣ୍ଟନ ସ୍ଥଳ କୁ ଅଟୋ ଭଡ଼ା କରି ଆସି ଦିନ ତମାମ ଅପେକ୍ଷା କରିବା ପରେ ମଧ୍ୟ କାର୍ଡ ପାଇନପାରି ଫେରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିରୋଧୀ ଗୋଷ୍ଠୀ ଏହା ଏକ ଧୂଆଁବାଣ ; କେବଳ ଆଗାମୀ ନିର୍ବାଚନ ବୈତରଣୀ ପାର ର ରାଜନୈତିକ ଚାଲ ବୋଲି ମତବ୍ୟକ୍ତ କରିଛନ୍ତି । ବିଶ୍ବ ସମ୍ପୁର୍ଣ୍ଣ ଭାବେ କରୋନା ମୁକ୍ତ ହୋଇନଥିବା ସତ୍ୱେ ସ୍ମାର୍ଟ କାର୍ଡ ପ୍ରଦାନ ବେଳେ ସ୍ଥାନୀୟ ପ୍ରଶାସନ କିଭଳି ସାମାଜିକ ଦୂରତା ଓ କଟକଣା କୁ ବଜାୟ ରଖିବା ବିଷୟ ଭୁଲିଗଲେ ବୋଲି ପ୍ରଶ୍ନ ଉଠିଛି । ଏକ ସ୍ଥାନ ରେ ଏଭଳି ଜନ ସମାଗମ କରାନଯାଇ ପ୍ରତି ୱାର୍ଡ ର ପାଇବାକୁ ଥିବା ହିତାଧିକାରୀ ମାନଙ୍କୁ ନିଜ ୱାର୍ଡ ରେ ଥିବା ଗୋଷ୍ଠି କେନ୍ଦ୍ର ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ସ୍ମାର୍ଟ କାର୍ଡ ବଣ୍ଟନ ର ବ୍ୟବସ୍ଥା କରାଗଲେ ହିତାଧିକାରୀ ସୁବିଧା ରେ ଖର୍ଚ୍ଚାନ୍ତ ନହୋଇ ଏହା ଉପଲବ୍ଧ କରିବା ର ସୁଯୋଗ ପାଇବା ସହ କରୋନା ସଂକ୍ରମଣ ଭୟ ରୁ ମୁକ୍ତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।

୫ ଦଫା ଦାବୀ ନେଇ ସମବାୟ କର୍ମଚାରୀ ଙ୍କ ଗୁଣପୁର ସମବାୟ ସମିତି ନିବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ।

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଓଡିଶା ସମବାୟ କର୍ମଚାରୀ ମହାସଂଘ ର ଆହ୍ୱାନ କ୍ରମେ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ର ସମସ୍ତ ସମବାୟ କର୍ମଚାରୀ ଙ୍କ ପକ୍ଷରୁ ସମବାୟ ସମିତି ନିବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦିଆଯାଇ ଏକ ୫ ଦଫା ସମ୍ବଳିତ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟ ରେ ପ୍ରେରଣ କରାଯାଇଛି ।

ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ କୁ ରଦ୍ଧ କରିବା , ଓଡିଶା ର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ସରକାର କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରିବା , ୭ମ ବେତନ କମିଶନ ଙ୍କ ସୁପାରିଶ ପ୍ରକାରେ ସମସ୍ତ ବର୍ଗ ର କର୍ମଚାରୀ ମାନଙ୍କୁ ଦରମା ଓ ରାଜ୍ୟ ସରକାର ଙ୍କ ଦ୍ୱାରା ବର୍ଦ୍ଧିତ ମହଙ୍ଗା ଭତ୍ତା ୧୮୯% କୁ ସମିତି ଓ ଲ୍ୟାମ୍ପସ୍ କର୍ମଚାରୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯିବା ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରିବା ସହ କର୍ମଚାରୀଙ୍କ ଦରମା ଓ ଭତ୍ତା ନିମନ୍ତେ ଆଗାମୀ ବଜେଟ ରେ ଏକ ହଜାର କୋଟି ଟଙ୍କା ମଞ୍ଜୁର କରିବା, କରୋନା ରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ଅତି କମରେ ପଚାଶ ହଜାର ଟଙ୍କା କ୍ଷତିପୂରଣ ଦେବା, ନୟାଗଡ଼ ଜିଲ୍ଲା ଗୋଳ ଗାଁ ସେବା ସମିତି ରେ କାର୍ଯ୍ୟରତ ସମ୍ପାଦକ ମାନସ ରଞ୍ଜନ ମିଶ୍ର ଙ୍କ ପରିବାରକୁ ମୃତ୍ୟୁ ଜନିତ କ୍ଷତିପୂରଣ ବାବଦରେ ପଚାଶ ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ତାଙ୍କ ପରିବାର ର ଜଣକୁ ସରକାରୀ ନିଯୁକ୍ତି ଦେବା ଭଳି ମୁଖ୍ୟ ୫ ଦଫା ସମ୍ବଳିତ ଦାବୀ ଉଲ୍ଳେଖ କରାଯାଇଛି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀ ଗତ ୮ ତାରିଖ ଠାରୁ ୧୩ ତାରିଖ ଯାଏଁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରି ଆସୁଥିବା ବେଳେ ପୁର୍ବ ସୂଚୀତ କାର୍ଯ୍ୟକ୍ରମ ଅନୁଯାୟୀ ୧୪ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇ ସମବାୟ ସମିତି ନିବନ୍ଧକ ଗୁଣପୁର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଧାରଣା ଦେଇଛନ୍ତି । 

ରାୟଗଡ଼ ରେ ସୁପର୍ ସ୍ପେଶାଲିଷ୍ଟ ଡାକ୍ତରଖାନା ଦାବି ରେ ୩ ଘଣ୍ଟିଆ ଧାରଣା…!

!!! ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ। ଆର୍ଥିକ ଅନଗ୍ରସର ଭିତରେ ସ୍ଵାସ୍ଥ୍ୟ ସେବା ପାଇଁ ଦହଗନ୍ଜ ହେଉଥିବା ର ନଗ୍ନ ଦ୍ରୁଶ୍ଯ ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ପଛୁଆ ଜିଲ୍ଲା ଭାବେ ଜନସାଧାରଣ ଙ୍କୁ ସରକାର ଙ୍କ ଦ୍ଵାରା ଉପେକ୍ଷା କରାଯାଉଛି । ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ହେଉ କିମ୍ବା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ଯୁବ ବିକାଶ ପରିଷଦ । ସୁପର୍ ସ୍ପେଶାଲିଷ୍ଟ ଡାକ୍ତରଖାନାର ମାନ୍ୟତା ଓ ଜିଲ୍ଲା ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଗତ ଫେବୃଆରୀ ୧୭ ତାରିଖ ରେ ପ୍ରଶାସନ ର ପ୍ରତିଶ୍ରୁତି ପରେ ଅନଶନରୁ ଓହରି ଥିଲା ବିକାଶ ପରିଷଦ । ପ୍ରତିଶ୍ରୁତି କୁ ୭ ମାସ ବିତିଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟ ସମସ୍ୟା କୁ ଅଣଦେଖା କରୁଛି ବିଭାଗ । ସ୍ଥାନୀୟ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟବସ୍ଥାର ନଗ୍ନ ଚିତ୍ର ଆଜି ବି ହ୍ରୁଦୟବିଦାରକ ହୋଇ ଥିବା ବେଳେ ସରକାର କର୍ଣ୍ଣପାତ କରୁନାହାନ୍ତି । ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଥିବାବେଳେ ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ତାହା ଆଗେଇ ପାରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଯୁବ ବିକାଶ ପରିଷଦ ର ସଭାପତି ଶ୍ରୀ ଶିବାଜୀ ଦାସ ।

ଜିଲ୍ଲା ର ସାଧାରଣ ଜନତା ଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି ପାଣିରେ ଗାର ସଦୃଶ । ଯୁବ ବିକାଶ ପରିଷଦ ସର୍ବଦା ଶାନ୍ତି ପୁର୍ଣ ଆନ୍ଦୋଳନ କରି ଜିଲ୍ଲା ବାସୀ ଙ୍କ ମୈଳିକ ସମସ୍ୟା କୁ ପ୍ରଶାସନ ର ଦୃଷ୍ଟି କୁ ଆଣିଛି । ଉତ୍ତମ ଭିତ୍ତିଭୂମି ସହିତ ପର୍ଯ୍ୟାପ୍ତ ପରିମାଣ ରେ ଜାଗା ରହିଥିଲେ ମଧ୍ୟ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦିଗରେ ସରକାର ଏହି ଜିଲ୍ଲା କୁ ଅଣଦେଖା କରୁଛି । ଜିଲ୍ଲା ବାସୀଙ୍କ ସମୁହ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସରକାରୀ ଅର୍ଥ କୁ ଆତ୍ମସାତ କରାଯାଉଛି। ଯାହାର ପ୍ରତିବାଦରେ ଯୁବ ବିକାଶ ପରିଷଦ ର ସଭାପତି ଶ୍ରୀ ଶୀବାଜୀ ଦାସ ଓ ପରିଷଦ ର ସଭ୍ୟ ଗୋପିନାଥ ଗୈଡ, ଗଣେଶ ସାହୁ ,ସୁରେଶ ନାୟକ ,ପୁତୁଲୁ ପାଢ଼ୀ ,ଶିବ ପ୍ରସାଦ ପାଢ଼ୀ, ଅଶୋକ ପଟ୍ଟନାୟକ, ସୁନୀଲ ଚନ୍ଦ୍ର ପଣ୍ଡା , ଦାସ ରଥି ପଢିଆରି, ପ୍ରମୁଖ ମିଳିତ ହୋଇ ପୈରପରିଷଦ ର ୧୨ ନମ୍ବର ୱାର୍ଡ ସେକ୍ରେଟାରୀ ହାର୍ଟ ବିଦ୍ୟାଳୟ ଠାରେ ୩ ଘଣ୍ଟିଆ ଶାନ୍ତି ପୁର୍ଣ୍ଣ ଧାରଣା ଦେଇଥିଲେ । ଏହି ଅନଶନ କୁ ସହମତି ଜଣାଇ ବିନୋଦ ଚରଣ ପଣ୍ଡା, ଲକ୍ଷ୍ମୀ ନାରାୟ ପାଣିଗ୍ରାହୀ, ଯୋଗେଶ୍ୱର ଦାସ,ସଂଗ୍ରାମ ପଟ୍ଟନାୟକ,କେ.କେ.ଜେନା, ଦେବେନ୍ଦ୍ର ନାଥ ମହାପାତ୍ର, ଗୋପାଳ ଜେନ, କୈଳାସ ଚନ୍ଦ୍ର ପାଳ, ଦିଲ୍ଲିପ ମିତଲ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ସାଧାରଣ ଜନତା ସାମିଲ ହୋଇ ଦସ୍ତଖତ କରିଥିଲେ । ଆଗାମୀ ଦିନରେ ସହରାଞ୍ଚଳ ପରେ ପଙ୍ଚାୟତ ସ୍ତରର ପ୍ରତିଟି ଗାଁ ଗାଁ ରେ ଏହି ଶିନ୍ତିପୁର୍ଣ ଧାରଣା ଦିଆଯିବ ବୋଲି ଯୁବ ବିକାଶ ପରିଷଦ ର ସଭାପତି ଶ୍ରୀ ଶୀବାଜୀ ଦାସ କହିଛନ୍ତି ।

ରାୟଗଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ର ସମ୍ମୀଳନୀ…!

!!! ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP) ରାୟଗଡ଼ା ନଗର ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀମାନ ଶୁଭମ୍ ପାଣିଗ୍ରାହିଙ୍କ ସଭାପତିତ୍ୟ ରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ କୁମାର ରାଉତ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ତଥା ଗଞ୍ଜାମ , ଗଜପତି, ରାୟଗଡ଼ ବିଭାଗ ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ ଉପସ୍ଥିତ ରହି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଅଣରାଜନୈତିକ ଛାତ୍ର ସଙ୍ଗଠନ , ଜ୍ଞାନ ,ଚରିତ୍ର ,ଏକତା କୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଦେଶ ପ୍ରେମର ଭାବ ଜାଗୃତ କରିବା, ସମାଜ ପ୍ରତି ସମ୍ବେଦନଶୀଳ ହେବା, ଅନ୍ୟାୟ ଓ ଭ୍ରଷ୍ଟାଚାରକୁ ବିରୋଧ କରିବା, ଦେଶର ବୈଭବଶାଳୀ ଇତିହାସକୁ ମନେପକେଇ ରାଷ୍ଟ୍ରର ନିର୍ମାଣ ଏବଂ ବ୍ୟକ୍ତିତ୍ଵ ନିର୍ମାଣ ଉପରେ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଉକ୍ତ ସମ୍ମିଳନୀରେ ରାୟଗଡ଼ ନଗରର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ନୂତନ କାର୍ଯ୍ୟକର୍ତ୍ତା ଭାବେ ସଭାପତି ମୋନୋଜ ଷଡ଼ଙ୍ଗୀ , ଉପସଭାପତି ସଞ୍ଜୀବ ନାୟକ , ସମ୍ପାଦକ ସିଦ୍ଧାନ୍ତ ବିଡିକା , ସହ ସମ୍ପାଦକ ଭଜନ ନାୟକ ଓ ମଙ୍ଗଳ ପଣ୍ଡା , ପାଠ୍ୟଚକ୍ର ପ୍ରମୁଖ ଏବଂ ମିଡିଆ ପ୍ରମୁଖ ଲୋକେଶ ମଙ୍ଗରାଜ , ଏସ୍ ଏଫ୍ ବି ପ୍ରମୁଖ ରୋହନ କୁମାର ଚୌଧୁରୀ , ଜନଜାତି ଛାତ୍ର ପ୍ରମୁଖ ଦୈତାରି ନାୟକ , ଏମ୍ ଏଫ୍ ଏମ୍ ପ୍ରମୁଖ ମୁନା ନାୟକ , ଛାତ୍ର ସନ୍ଦେଶ ପ୍ରମୁଖ ମଣ୍ଡରାଜ ମିଣିଆକା , ଏବଂ କାର୍ଯ୍ୟକାରିଣୀ ଭାବେ ଚାରିଜଣଙ୍କୁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନଗରର ବହୁ ଛାତ୍ର ଯୋଗ ଦେଇଥିଲେ ଶେଷରେ ନଗର ବିସ୍ତାରକ ବିରଞ୍ଚି ନାରାୟଣ ତ୍ରୀପାଠୀ ଧନ୍ୟବାଦ୍ ଦେଇଥିଲେ ।

 

ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ୍ ବୈଠକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଆଗାମୀ ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ମୋହର  ବାଜିବ। ଆଜି ଅପରାହ୍ନ ୫ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ୨୦୨୧-୨୨ ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଞ୍ଜୁରୀ ଉପରେ ମଧ୍ୟ ଆଲୋଚନା ହେବ। ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ। ଏହାପରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ଯୋଗେ ପ୍ରଥମେ ମନ୍ତ୍ରିପରିଷଦ ଓ ପରେ କ୍ୟାବିନେଟ ବୈଠକ ହେବ। ସୂଚନାଯୋଗ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଏବେ ଅଧିକାଂଶ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ରହିଥିବାରୁ ସେମାନେ ସମ୍ପୃକ୍ତ ଜିଲ୍ଲା ଅବା ବ୍ଲକ୍ ମୁଖ୍ୟାଳୟରୁ ଭର୍ଚୁଆଲ ମୋଡରେ ବୈଠକରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଜବାବ ଦେଲେ ପୀତାମ୍ୱର ଆଚାର୍ଯ୍ୟ: କହିଲେ-ପ୍ରଣବ ପ୍ରକାଶ ଆଇନ ବିଷୟରେ ଅଜ୍ଞ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି। ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଏହାର ଜବାବ ଦେବାକୁ ଆଗକୁ ଆସିଥିଲେ ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ଟ୍ୱିଟ୍‌ କରି ସେ ଧର୍ମେନ୍ଦ୍ରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ବବିଙ୍କ ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ବାନ୍ଧିବେ ବୟାନକୁ ଆଜି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଆଇନ୍‌ ବିଷୟରେ ଅଜ୍ଞ। ଏଭଳି ବୟାନ ପ୍ରଣବଙ୍କ ଅଜ୍ଞତା ଓ ଅହଂକାରର ପରିପ୍ରକାଶ। ଗୋଟିଏ ପଟେ ମହାଲିଙ୍ଗ ମାମଲାରେ ପ୍ରମାଣ ମାଗୁଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ମାହାଙ୍ଗା ମାମଲାରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ। ଯଦି ଦମ୍‌ ଅଛି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ପ୍ରଣବ। ଗୃହ ଓ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କରି CBI ତଦନ୍ତ କରାନ୍ତୁ ବୋଲି ପୀତାମ୍ୱର କହିଛନ୍ତି। ଏଥିରୁ ଜଣାପଡ଼ିଯିବ ଏହି ଦୁଇ ମନ୍ତ୍ରୀ ଦୋଷୀ କି ନାହିଁ। ଦୁଇ ଦିନ ତଳେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଅହଂକାର ବେଶୀଦିନ ତିଷ୍ଠି ରହିବ ନାହିଁ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ବାହାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସିରିଜ୍‌ ଟ୍ୱିଟ୍‌ କରିଥିଲେ ବବି। ସେ ଲେଖିଥିଲେ, ଭାଇ ଅଶେଷ ଧନ୍ୟବାଦ। ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ ଯେତେବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏବେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ଯଦି ଆପଣ ଓ ଆପଣର ଦଳ ଦମ୍‌ ଅଛି, ତାହାହେଲେ ପୁଲିସ କିମ୍ବା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଠୋସ ପ୍ରମାଣ ଦିଅନ୍ତୁ। ଇସ୍ତଫା ଛାଡ଼ନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲରେ ଭର୍ତ୍ତି କରିବେ ବୋଲି ବବି ଲେଖିଥିଲେ।

ଉତ୍କଳ ଆଲୁମିନାର ‘ପ୍ରୋଜେକ୍ଟ ଉଦ୍ୟମୀ’ ଉଦଘାଟିତ…!

!!! ଦକ୍ଷିଣ ଓଡିଶା ମୁଖ୍ୟ ହୃଷିକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଟିକିରି)- ଜୀବନରେ ରୂପାନ୍ତରଣ ଆଣିବା ଏବଂ ଏହା ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନ ସମୁଦାୟଙ୍କ ପାଇଁ ସାମାଜିକ ଅର୍ଥନୈତିକ ସୂଚକଗୁଡିକୁ ପରିବର୍ଦ୍ଧିତ କରିବା ଦିଗରେ ନିରନ୍ତର ଭାବରେ ଚଳାଇଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଓ ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ ଆଜି ଟିକିରିଠାରେ ପ୍ରୋଜେକ୍ଟ ଉଦ୍ୟମୀ ଉଦଘାଟିତ ହୋଇଛି । ଏହି ପ୍ରକଳ୍ପ କାଶିପୁର ଏବଂ ଥୁଆମୂଳା ରାମପୁର ଅଞ୍ଚଳରେ ଅଣ କୃଷି ଏବଂ କୃଷି ସମ୍ପର୍କିତ କ୍ଷେତ୍ରରେ ୩୦୦ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି । ବ୍ୟବସାୟିକ ବିକାଶମୂଳକ ସେବା ଯୋଗାଇଦେବାକୁ ଗୋକୁଳମୁଣ୍ଡା ଟିକିରିଠାରେ ଏକ ଗ୍ରାମ ବ୍ୟବସାୟ ଉନ୍ମେଷ କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ଉଦ୍ୟୋଗଗୁଡିକ ସମ୍ପର୍କରେ ମୋଟାମୋଟି ଚିତ୍ର ପ୍ରସ୍ତୁତି, ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ସମ୍ମିଶ୍ରଣ, ବଜାର ସହାୟତା ଆଦି ସେବା ଯୋଗାଇଦେବ ।

ଏଥିସହିତ ବଜାର ଚାହିଦା ପୂରଣ କରିବାକୁ ଏହା ଜୀବିକା ଉପାର୍ଜନ ପୁଞ୍ଜି ର ବିକାଶ କରିବା ସହିତ ଗ୍ରାମାଞ୍ଚଳ ଉଦ୍ୟୋଗସମୂହକୁ ସମର୍ଥନ ଯେ।।ଗାଇବ ଏବଂ ପ୍ରଥମ ତଥା ଦ୍ୱିତୀୟ ପିଢିର ଉଦ୍ୟୋଗୀଙ୍କ ମଧ୍ୟରେ କୁଶଳତା ଓ ଜ୍ଞାନର ବିକାଶ ଘଟାଇବ । ଉଦଘାଟନି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ୍‍, ଜିଏମ ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଇଡିଆଇଆଇ ଓଡ଼ିଶାର ରିଜିଓନାଲ ଇନଚାର୍ଜ ଡଃ ସୁବ୍ରତ ବିଶ୍ୱାଳ ଏବଂ ଇଡିଆଇଆଇର ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ଆଶା ପୋଷଣ କରିଥିଲେ ଯେ, ‘ପ୍ରୋଜେକ୍ଟ ଉଦ୍ୟମୀ’ ଗ୍ରାମାଞ୍ଚଳରେ ଉଦ୍ୟୋଗ ପ୍ରୋତ୍ସାହନ କ୍ଷେତ୍ରରେ ଏକ ଅଭୁତପୂର୍ବ ରେକର୍ଡ ସ୍ଥାପନ କରିବାକୁ ଯାଉଛି ଏବଂ ଏହା ଭବିଷ୍ୟତ ପିଢି ଦ୍ୱାରା ଗ୍ରହଣ କରାଯିବାକୁ ଏହା ଏକ ଦୃଷ୍ଟାନ୍ତଯୋଗ୍ୟ ପ୍ରକଳ୍ପ ଭାବରେ ବିବେଚିତ ହେବ । ସ୍ଥାନୀୟ ଚାହିଦା ପୂରଣ କରିବାକୁ ଆବଶ୍ୟକତା ଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ବଜାର ସଂଯୋଗିକରଣକୁ ସୁଗମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଉତ୍କଳ ଆଲୁମିନା ତାହାର ସିଆର ଆଣ୍ଡ ସଷ୍ଟେନେବିଲିଟି ବିଭାଗ ଅଧୀନକୁ ଏହି ନବୀନତମ ପ୍ରକଳ୍ପକୁ ଆଣିଥିବାରୁ ଡଃ ସୁବ୍ରତ ବିଶ୍ୱାଳ ଉତ୍କଳ ଆଲୁମିନା ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ଏହି ପ୍ରକଳ୍ପ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ସହିତ ଏହି ଅଞ୍ଚଳର ସ୍ଥାନୀୟ ଅର୍ଥନୀତିକୁ ବିସ୍ତାରିତ ଭାବରେ ସମର୍ଥନ ଯୋଗାଇବ ।

ବିପଦ ସଙ୍କୁଳ ଅବସ୍ଥାରେ ଗୁଣପୁର ମହିଳା ମହାବିଦ୍ୟାଳୟ କୋଠା; କୌଣସି ଅଧିକାରୀ ଙ୍କ ଦୃଷ୍ଟି ନାହିଁ …!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ସହରର ଏକ ମାତ୍ର ମହିଳା ମହାବିଦ୍ୟାଳୟ ର କୋଠା ଭୁଶୁଡି ପଡିବା ଅବସ୍ଥାରେ । ଅନେକ ଦକ୍ଷ ରାଜନେତା ଓ ଅଧିକାରୀ ମାନେ ଏହି ବିଷୟରେ ଜାଣି ମଧ୍ୟ ଅଜଣା ଭଳି ରହୁଥିବା ଅଭିଯୋଗ । ୧୯୯୪ ମସିହାରେ ଗୁଣପୁର ସହରରେ ମହିଳା ମହାବିଦ୍ୟାଳୟ ର ଆବଶ୍ୟକ ତା କୁ ଅନୁଭବ କରି ଗୁଣପୁର ର ଅନେକ ବଦାନ୍ୟ ବ୍ୟକ୍ତି ଓ ସମାଜସେବୀ ମାନେ ପ୍ରୟାସ କରି ମହିଳା ମହାବିଦ୍ୟାଳୟ ଗଢ଼ି ତୋଳିଥିଲେ । ଗୁଣପୁର ର  ବରିଷ୍ଠ ଆଇନଜୀବୀ ଶ୍ରୀ ଉମା ଚରଣ ପଟନାୟକ ଙ୍କ ଭାଉଜ ସ୍ଵର୍ଗତ ଜି.ଥ।ୟ।ର।ମା ଙ୍କ ସ୍ମୃତି ରେ ମହାବିଦ୍ୟାଳୟ କରିବା ନିମନ୍ତେ ସେ ଟଙ୍କା ଦେଇ ମହିଳା ମହାବିଦ୍ୟାଳୟ କରିବା ନିମନ୍ତେ ପ୍ରୟାସ କରିଥିଲେ । ତତ୍କାଳୀନ ପରିଚାଳନା କମିଟିର ସଦସ୍ୟ ମାନେ ଏହି ମହାବିଦ୍ୟାଳୟ କୁ ପୁରୁଣା ତହସିଲ ପରିସରରେ ଚାଲୁ କରିଥିଲେ । ପରବର୍ତ୍ତୀ ସମୟ ରେ ବିଧାୟକ ଙ୍କ ଅନୁଦାନ ରେ ପର୍ଯ୍ୟାୟ କ୍ରମ ରେ ନୂତନ କୋଠା ନିର୍ମାଣ କରାଯାଇ ମହାବିଦ୍ୟାଳୟ ନଅ ଗୋଟି ଶ୍ରେଣୀ କକ୍ଷ ରେ କାର୍ଯ୍ୟ ଚାଲୁ ରହିଲା । ଏହି ଥ।ୟ।ର।ମା ମହିଳା ମହାବିଦ୍ୟାଳୟ ନିମନ୍ତେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ସ୍ଥାନରେ ମୋଟ ୪ ଏକର ୫୦ ସେଣ୍ଟ ଜାଗା ସରକାରୀ ନିୟମ ପ୍ରକାରେ ପଞ୍ଜିକୃତ ହୋଇ ରହିଛି , ଯେଉଁ ଜାଗାରେ ମହାବିଦ୍ୟାଳୟ ର ଆବଶ୍ୟକ ଭିତ୍ତିଭୂମି ସହ ଖେଳ ପଡିଆ ଇତ୍ୟାଦି ନିମନ୍ତେ ଯୋଜନା ରହିଥିଲା । କିନ୍ତୁ ସରକାର ଙ୍କ ନିର୍ଦ୍ଦେଶ ପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ କୁ ଅଲଗା କରାଯାଇ ମୋଟ ୯ ଗୋଟି ଶ୍ରେଣୀ କକ୍ଷ କୁ ଦୁଇ ଭାଗରେ ବାଣ୍ଟି ଯୁକ୍ତ ୨ ନିମନ୍ତେ ରହିଲା ମାତ୍ର ୩ ଗୋଟି କକ୍ଷ । ଅନ୍ୟପକ୍ଷରେ ଖେଳ ପଡିଆ ଇତ୍ୟାଦି ମଧ୍ୟ ଯୋଜନା ବିହୀନ ଭାବେ ଦୁଇ ବିଭାଗ ଯୁକ୍ତ ୨ ଓ ଯୁକ୍ତ ୩ ନିମନ୍ତେ ସମବେତ ଭାବେ ଛଡା ଯାଇଛି । ଏହି ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ନିମନ୍ତେ ପରିଶେଷରେ ମିଳିଥିବା ୩ ଗୋଟି ଶ୍ରେଣୀ କକ୍ଷ ନିଅଣ୍ଟିଆ ହୋଇଥିଲେ ମଧ୍ୟ ଶ୍ରେଣୀ ଚାଲୁ ରହିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ତତ୍କାଳୀନ ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ପରିସ୍ଥିତି କୁ ଅନୁଭବ କରି ଅନୁଦାନ ଦେଇଥିବା ପରେ ସେହି ଅନୁଦାନ ରେ ନିର୍ମିତ କକ୍ଷ ଗୁଡ଼ିକ ରେ ଲାଇବ୍ରେରୀ ଓ କମନ ରୁମ କରାଯାଇଥିଲା । ବର୍ତ୍ତମାନ ଉକ୍ତ ଲାଇବ୍ରେରୀ କୋଠା ଓ ଶ୍ରେଣୀ କୋଠ। ଗୁଡିକ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ । ଲାଇବ୍ରେରୀ ଓ କମନ ରୁମ ଗୁଡ଼ିକ ଉପରୁ ମାଟି ଝଡି ମୂଷା ଓ ସାପ ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ବଳକା ରହିଥିବା ୩ ଗୋଟି ଶ୍ରେଣୀ କକ୍ଷ ରେ ବର୍ତ୍ତମାନ ୪୨୦ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଛନ୍ତି । ଆବଶ୍ୟକ କୋଠା ଅଭାବ କାରଣରୁ ଦୁଇ ଗୋଟି ସିଫ୍ଟ ରେ ଶିକ୍ଷା ଦାନ କରାଯାଉଛି ।

ବହୁ ଦିନ ପୂର୍ବରୁ ଏନ॰ଏ॰ସି ଦ୍ୱାରା ନିର୍ମିତ ଏକ କକ୍ଷ ରେ ଗୁଂଜା ଗୁଂଜି ହୋଇ ବହୁ କଷ୍ଟରେ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଓ ମହାବିଦ୍ୟାଳୟ ର  କାର୍ଯ୍ୟ।ଳୟ ଚାଲୁଛି । ଏହି ଭଳି ଅବ୍ୟବସ୍ଥା ଓ ବିପଦ ସଙ୍କୁଳ କୋଠା ମାନଙ୍କ ରେ ଶ୍ରେଣୀ ଗୃହ ତଥା ମହାବିଦ୍ୟାଳୟ ଚାଲୁଥିବା ବେଳେ ଆବଶ୍ୟକ ଖେଳ ପଡିଆ, ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ କମନ ରୁମ ମନୋରଞ୍ଜନ କେନ୍ଦ୍ର, ଲାଇବ୍ରେରୀ କକ୍ଷ, ବ୍ୟକ୍ତିଗତ ଶିକ୍ଷା ସାଧନ କେନ୍ଦ୍ର, କମ୍ପୁଟର ଲ୍ୟାବ ଏହି ମହାବିଦ୍ୟାଳୟ ପଢ଼ୁଥିବା ଶିକ୍ଷାର୍ଥୀ ଓ ଅଧ୍ୟ।ପିକା ମାନଙ୍କ ନିମନ୍ତେ ସାତ ସ୍ୱପ୍ନ ପାଲଟିଛି । ସହର ର ମଧ୍ୟଭାଗରେ ରହି ମଧ୍ୟ ଏହି ଏକ ମାତ୍ର ମହିଳା ମହାବିଦ୍ୟାଳୟ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଭଳି ଦୁରାଵସ୍ଥା ରେ ଗତି କରୁଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଉଛି ସରକାର ଙ୍କ ନିର୍ଦ୍ଦେଶ ପରେ ସମସ୍ତ ମହାବିଦ୍ୟାଳୟ ମାନଙ୍କ ରେ ପ୍ରଥମେ ବିଧାୟକ ଓ ପରେ ସ୍ଥାନୀୟ ଉପ ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ହୋଇଥିଲେ ମଧ୍ୟ କୌଣସି ଅଧିକାରୀ ମହାବିଦ୍ୟାଳୟ ର ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ଆସି ନଥିବା ପରିତାପର ବିଷୟ । ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ନିମନ୍ତେ ସରକାର ବାଧ୍ୟ କରୁଥିବା ବେଳେ ମହିଳା ମହାବିଦ୍ୟାଳୟ ର ଏହିଭଳି ପରିସ୍ଥିତି ରେ ଶିକ୍ଷ।ର୍ଥୀ ମାନେ କେଉଁ ଭଳି ଶିକ୍ଷା ଗ୍ରହଣ କରିବେ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାବିଦ୍ୟାଳୟ ର ଏହି ଦୁରାଵସ୍ଥା ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ସରକାର ଓ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅନୁରୋଧ କରିଥିବା ବେଳେ ଗୁଣପୁର ର ଏକ ମାତ୍ର ମହିଳା ମହାବିଦ୍ୟାଳୟ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ ନିନ୍ଦା କରିଛି ।

ପୁଣି କେବେ ଆସିବେ କେନ୍ଦ୍ର ଟିମ ; ଅନେଇ ବସିଛନ୍ତି ସ୍ଥାନୀୟ ଜନ ସାଧାରଣ ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡର ମାନ୍ୟତା ପାଇବା ପରଠାରୁ ଏଯାବତ ଏହା ଚକାଚକ ହୋଇଥିବା ଦେଖା ଯାଇନଥିବା ବେଳେ ସ୍ଥାନୀୟ କିଛି ଚାଟୁକାର ଙ୍କୁ ଧରି କେବଳ କାଗଜ କଲମରେ ସବୁକିଛି କରିସାରୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ଚକାଚକ କରିବା ତତ୍ପରତା କୁ ଦେଖି ଏଠାରେ ଭର୍ତ୍ତି ଥିବା ରୋଗୀ ଓ ଜନସାଧାରଣ ଏହାକୁ ସହଜେ ଗ୍ରହଣ କରିପାରିନଥିଲେ । ପରନ୍ତୁ କିଛି ଘଣ୍ଟା ପରେ ଯେତେବେଳେ ଜଣାଗଲା ଏଠାକୁ ସମୀକ୍ଷା ନିମନ୍ତେ କେନ୍ଦ୍ରୀୟ ଟିମ ଆସୁ ଥିବାରୁ ଏ ଭଳି ଚକାଚକ କରାଯାଇଛି ପରେ ସାଧାରଣରେ ଆଶ୍ଵସ୍ତି ଆସିଛି ।ଏହାକୁ ନେଇ କିଛି ବ୍ୟକ୍ତି କଟାକ୍ଷ କରି କହିଛନ୍ତି, ପୁଣି କେବେ ଆସିବେ କେନ୍ଦ୍ରୀୟ ଟିମ ।

ଗୁଣପୁର ଉପଖଣ୍ଡରୁ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାକୁ ଜଣେ ନେତା ମନୋନୀତ ହୋଇଥିଲେ ମଧ୍ୟ ସେ କେବେବି ଏହି ଚିକିତ୍ସାଳୟ ପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ କେନ୍ଦ୍ରୀୟ ଟିମ ଗସ୍ତ ସାଧାରଣ କୁ ଉତ୍ସାହିତ କରିଛି । କେନ୍ଦ୍ର ମାତୃ ମଙ୍ଗଳ ମନ୍ତ୍ରାଳୟର କେନ୍ଦ୍ରୀୟ ତିମ୍ବ ଡ଼ଃ ,ପଦ୍ମିନୀ କାଶ୍ୟପଙ୍କ ନେତୃତ୍ୱରେ ଗୁଣପୁର ଠାରେ ପହଞ୍ଚି ସମୀକ୍ଷା କରି ଫେରିଛନ୍ତି । କେନ୍ଦ୍ରୀୟ ଟିମକୁ ଏଠାର ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ଟିମ ଏଠାରୁ ଯିବାପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଦେଖିବାଜୁ ରହିଲା ଏଠାର ଜନତା କେଉଁ ସ୍ୱାଦର ଦିଲ୍ଲୀକାଲଡୁ ପାଉଛନ୍ତି ।