ପ୍ରସ୍ତୁତି ବୈଠକ ଅନୁଷ୍ଠିତ …!

!!! ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ ଜିଲ୍ଲା ପାଇକମାଳ- ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ପବିତ୍ର ସ୍ଥାନ ରେ ଗଢିଉଠିଥିବା ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ର ଶାରଦୀୟ ରାମଚଣ୍ଡୀ ପୂଜା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଶ୍ରୀମାନ ଭୋଲାନାଥ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି lପ୍ରତିବର୍ଷ ଭଳି ଚଳିତ ବର୍ଷ ରେ ଦଶହରା ପୂର୍ଣ୍ଣିମା ତା ୨୦.୧୦.୨୦୨୧ ରିଖ ବୁଧବାର ଦିବସରେ ରୀତିନୀତି ଅନୁସାରେ ପାଳନ କରାଯିବ lକିନ୍ତୁ ସରକାର ଙ୍କ ଦ୍ଵାରା ଘୋଷିତ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି l ପ୍ରଶାସନ ର ନିର୍ଦ୍ଦେଶ ମୁତାବକ ପୂଜନୋତ୍ସୋବ ପାଳନ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଛି lଉକ୍ତ ପ୍ରଭୃତି ବୈଠକ ରେ ପଦ୍ମପୁର କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇ,ବରଗଡ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ହେମସାଗର ସାହୁ,ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ପ୍ରଧାନ,ଚଣ୍ଡିଭଟା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ବାସୁଦେବ ପ୍ରଧାନ, ଗୈାଡମାଲ କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ରସାନନ୍ଦ ପ୍ରଧାନ,କୋତନା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ତୁଳାରାମ ପ୍ରଧାନ,ଭଣ୍ଡାରପୁରୀ କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ହାରାଧନ ପ୍ରଧାନ,ମଲଦା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ କୁବେର ପ୍ରଧାନ,ସଭ୍ୟ ଉପେନ୍ଦ୍ର ବାରିକ, ହେମନ୍ତ ସାହୁ, ଟଙ୍କଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ଚାଷୀ,ଚାଷ ଆଉ ମର୍ଡି …!

!!!  ପ୍ରତିନିଧି ନିରଞ୍ଜନ ତ୍ରିପାଠୀ !!!

ଅରନଦାତା, ମାଟିର ପୁଓ ଆଉ ଚାଷୀ ଏନ୍ତା ତାର କେତେନି ଟେ ନାଁ l ଲୋକ କହେସନ ଚଷା ଲକ୍ଷେ ଜୀବ ପୁଷା l ଦୁନିଆ ଯାକର ଲୋକର ମୁହେଁ ଅରନ ଟିକେ ପରଷି ଦେଇ ପାରସି ବଲି ତାର ନାଁ ଅରନ ଦାତା l ମାଏଟ୍ ସଂଗେ ମାଏଟ୍ ହେଇକରି ଚାଷ୍ କରି ଧାନ୍ ଚଉଳ୍ ତୁନଶାଗ୍, ମୁଗ୍ ବିରି,କୁଲୁଥ୍ ଫଲେଇ ପାରସି ବଲି ନାଁ ପାଇଛେ ଚାଷୀ l ଏସୁର ସାଲେ କେତେ ଆଶ ରଖିକରି ଚଷା ପୁଓ ଚାଷ କରିଥିଲା ବନେ କରି ଫସଲ ହେଲେ ତାର ଦୁଃଖ ଯାଇଥିଥା ଦୂର୍ ହେବା, ହେଲେ ଇନ୍ଦର୍ ରଜା କେ ଇ ବୁପରା ଦୁଃଖ ନାଇଁ ଦିଶଲା l କାଏଁ କରି ଦିଶବା ହେଲେ ଇ ବୁପରା କେ କିଏ ସହେସି ଯେ ଇନ୍ଦର୍ ରଜା ହେଲେ ସହେତା l ଅଷାଡ଼ ଗଲା ଶରାବନ ଗଲା, ଭୂଦୋ ବି ଗଲା ଆକାଶେ ମେଘ ର୍ ଦେଖା ନାଇଁ ଖର୍ଡ଼ି ଫସଲ କେ ମରଡି ଅସୁର୍ ଗିଲି ଦେଲା l ଯେନ ସମିଁଆ କେ ଚାଷୀ ର ଖେତେ ସୁନାର ଫସଲ ଲହଡି ମାରୁଥିତା ସେ ସମିଁଆ ଥି ଚାଷୀ ର ମୁହେଁ ପାଏନ ନାଇଁନ l ଖେତେ ଫସଲ ପୁଡିଯଉଛେ l ମନ କାନ୍ଦୁଛେ, ହୁରୁଦ କାନ୍ଦୁଛେ କେନ୍ତା କରବା କାଣା କରବା ଉପେ ନାଇଁ ଦିଶବାର୍ l ପାଠ ପଢ଼ୁଥିବା ପୁଓ ଝି ର ଖର୍ଚ୍ଚା, କୁଟୁମ ର ଲାଗି ପିନ୍ଧନ ଓଢଣ, ରୋଗ ଦୁଃଖ ଖର୍ଚ୍ଚା, ଯୁଆନ୍ ପୁଓ ଝି ର୍ ବିହା ବର୍ ଖର୍ଚ୍ଚା, ଲାଗିଥିବା ଲାଗବାଗ ସୁଝବାର୍ ସବୁ ଚିନ୍ତା ଚାଷୀ ର ମୁଡ଼ କେ ଅଥୟେ କରି ପକଉଛେ l ବୁପରା ରାହା ନାଇଁ ପାଉଛେ l ଇ ଜୀବନ ଥାଇକରି କାଏଁ ଲାଭ ବଲି ଦୁଆଁରସି, ବିଷ ବୁତଲ ଖୁଜି ବସିଲାନ l ସତେ ଯେନ୍ତା ଚାଷୀ ହଇକରି ବଢ଼େ ଟେ ପାପ୍ କରିଛେ l ପାଁଚ୍ ବଛର୍ ଲାଗି ଦୁଃଖ୍ ସୁଖ୍ ବୁଝବା ବଲି ଭୋଟ୍ ଦେଇକରି ଯେନ୍ ମାନଂକୁ ଆସନ୍ ଉପରେ ବସେଇଛେ ସେମାନଙ୍କୁ ବି ପଛ କରିଦେଇଛନ ଆଖି ଥାଇ କରି ବି ଅନ୍ଧା ହେଇ ଯାଇଛନ୍ l ନିଜର୍ ପ୍ରଚାର୍ ପ୍ରସାର୍ ଲାଗି ଯୁଜନା କରୁଛନ୍ ହେଲେ ଚାଷୀ ବୁପରା ତକ୍ ଆସଲା ବେଲ୍ କେ ଛୁଛାଫସ୍ l ଏକଲା ଲଢ଼ି କରି କେତେ ଲଢ଼ବା ବୁପରା ଚଷା l କିହେ ସାହାପଟ୍ ନାଇଁ ହେବାର୍ l ଚାଷୀ ଆରୁ କାଏଁ କରି ତାର୍ ଛୁଆ କେ ଚଷା କରବା? ବାହାଲ୍ ଜମିନ୍ ଭି ପଡିଆ ପଡିବସଲାନ l ଏନ୍ତା ଦିନ୍ ନାଇଁ ଆସୁ ମାଟିର ପୁଓ ମାଏଟ୍ ନୁ ମୁହୁଁ ନାଇଁ ମୁଡି ଦଉ l ଅରନ୍ ମୁଠେ କର ଲାଗି ପୂରଥୀ ଥି ହାହାକାର୍ ନାଇଁ ହଉ l ନେତା,ସରକାରୀବାବୁ ସତେ ଯଦି ଚାଷୀ ର ଦୁଃଖ ସୁଖ ରେ ସାଙ୍ଗେ ଅଛୁ ବଲି କହୁଛନ୍ ସେମାନେ ପ୍ରକୃତି ରାନୀ କୂଲେ ନଏଦ୍ ମାନଂକୁ ଛୋଟ୍ ଛୋଟ୍ ଆନିକଟ୍ ବନେଇ କରି ସବୁ ଖେତ୍ ମାନଂକୁ କେନାଲ୍ ପାଏନ୍ ପହଁଞ୍ଚେଇ ପାରଲେ ଚାଷୀ ର୍ ଖେତେ ଫସଲ୍ ଲହଡି ମାର୍’ତା lସରକାର୍ ଚାହେଁଲେ ଗୁଟେ ଶାଗୁଆ ବିପ୍ଳବ୍ ହେଇପାରବା l ଚାଷୀ ର୍ ହୁରୁଦ୍ ଭିତରେ ସବୁଦିନ୍ ଲାଗି ଠାଁନ ବନେଇ ପାରତେ l ନି ହେଲେ ଚାଷୀ ବି ଆଏବାର ଦିନେ ଉଚିତ୍ ଜବାବ୍ ଦେଇକରି ଆସନ୍ ନୁ ହଟେଇ ଦେବାର ଟା ବେଶୀ ଦୁରିଆ ନୁଁହେସେ l ସମକେ୍ ଚେତବାର୍ କେ ପଡବା l ମାଟିର୍ ପୁଓ ଚଷା ର୍ ଦୁଃଖ୍ ଶୁନି କରି ତାର୍ ହକ୍ ତାହାକେ ଦେବାର୍ ଲାଗି ଲଢ଼ବାର୍ ପଡବା l ଚଷା କେ କଥାଥି ଖାଲି ଦେଶର୍ ମେରୁଖୁଁଟି ଆଏ ବଲି କହିଦେଲେ ନାଇଁ ଚଲେ l ଉଚିତ୍ ସନମାନ୍ ଦେବାର୍ କେ ପଡିବା l ଜୟ କିସାନ୍ l

ବ୍ୟାସ କବି ସାହିତ୍ୟ ସଂସଦର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

!!! ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବୁଧବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ବ୍ଯାସ କବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ଵର ତରଫରୁ ତୃତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସଙ୍ଗୀତା ବାରିକ୍ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ ବାର୍ଷିକ ପତ୍ରିକା ଓ ବାର୍ଷିକ ଉତ୍ସବ ବିଷୟର ଆଲୋଚ୍ୟ ବିଷୟ ବସ୍ତୁ ଉପସ୍ଥାପନା କରିଥିଲେ। ଉପଦେଷ୍ଟା ଇଂ ଅଭୟ କୁମାର ସୁତାର, ଶ୍ରୀଯୁକ୍ତ ସୋମନାଥ ନାୟକ, ଶ୍ରୀଯୂକ୍ତ, ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପରିଡା, ଡକ୍ଟର ଶରତ କୁମାର ବିଶ୍ଵାଳ, ଶ୍ରୀଯୁକ୍ତ ବଲରାମ ପୂଜାରୀ ଉପସଭାପତି ଶ୍ରୀଯୁକ୍ତ ଗୋଦାବରିଶ ଦାସ, ଶ୍ରୀଯୁକ୍ତ କରୁଣାକର ମଲ୍ଲିକ, ଶ୍ରୀଯୁକ୍ତ ସାରଦା ପ୍ରସାଦ ଆଚାର୍ଯ୍ୟ, କାର୍ଯ୍ୟକାରି ସମ୍ପାଦକ ଶ୍ରୀମାନ୍ ରଶ୍ମିରଞ୍ଜନ ଦାସ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅଜିତ୍ କୁମାର ତ୍ରିପାଠୀ, ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଭୋଇ, ଅଧ୍ୟକ୍ଷ ନବ କିଶୋର ସାମନ୍ତରାୟ,ମହିଳା ମଞ୍ଚ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସରସ୍ଵତୀ ବାରିକ ସମ୍ମାନିତ ଅତିଥି ଶ୍ରୀମତୀ ନୂରାମତୀ ସାହୁ, ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଶବର, ପରିଚାଳକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନନ୍ଦୀ, ଶ୍ରୀଯୁକ୍ତ ପ୍ରଦୀପ ସରକାର, ଶ୍ରୀଯୁକ୍ତ ବାଲାଜୀ ସେଠି, ଶ୍ରୀମତୀ ରୋଜାଲିନ ତ୍ରିପାଠୀ, ଶ୍ରୀଯୁକ୍ତ ଧ୍ରୁବ ମୁଦୁଲି, ଶ୍ରୀମାନ୍ ଅରୁଣ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନିରଞ୍ଜନ ତ୍ରିପାଠୀ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା, ଶ୍ରୀଯୁକ୍ତ ଭାଗିରଥୀ ସିଂହ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରୀଯୁକ୍ତ ରଞ୍ଜନ କୁମାର ନାୟକ, ଶ୍ରୀଯୁକ୍ତ ନିଧି ସାହୁ ଆଦି ଅନଲାଇନ୍ ବୈଠକ ରେ ଯୋଗ ଦେଇ ବାର୍ଷିକ ଉତ୍ସବ ଓ ବାର୍ଷିକ ପତ୍ରିକା ପାଇଁ ଚୁଡାନ୍ତ ନିଷ୍ପତ୍ତି ନେଇଥିଲେ। ଯାନ୍ତ୍ରିକ ତୃଟି ଯୋଗୁ ରାଜ୍ଯ ସଂଯୋଜକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଶେଷ ସମୟରେ ଯୋଗ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

ଜୁଆଆଡ୍ଡା ରେ ପୋଲିସ ର ଚଢ଼ାଉ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- କିଛି ଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ କୁ ମିଳିଛି ବଡ ସଫଳତା l କବିସୂର୍ଯ୍ୟନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ପୂର୍ବରୁ ଚାଲିଥିବା ଜୁଆଆଡ୍ଡା ଉପରେ ଅଚାନକ ପୋଲିସ ଚଢ଼ାଉ କରି ୧୦ ଜଣ ଜୁଆଡ଼ି ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜୁଆଆଡ୍ଡା ନିକଟରୁ ୧ଲକ୍ଷ ୧୮ ହଜାର ରୁ ଉର୍ଦ୍ଧ ଟଙ୍କା,୧୯ ଗୋଟି ମୋବାଇଲ ଏବଂ ୧୫ ଗୋଟି ମୋଟରସାଇକଲ ଜବତ କରିଛି ପୋଲିସ l ଗିରଫ ଜୁଆଡ଼ି ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ l

ବେଗୁନିଆପଡା ରେ ସିଂ ବାବୁ ଙ୍କ ବାଡ଼ି ପଟେ ଫୁଟିଛି ଦୁର୍ଲଭ ବ୍ରହ୍ମକମଳ ପୁଷ୍ପ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ବ୍ରହ୍ମକମଳ ଏକ ଦୁର୍ଲଭ ପୁଷ୍ପ ଅଟେ ।ଏହି ପୁଷ୍ପ ସୃଷ୍ଟିକର୍ତ୍ତା ବ୍ରହ୍ମା ଙ୍କର ଅତି ପ୍ରିୟ ବୋଲି ମଧ୍ଯ କଥା ଅଛି । ଏହି ପୁଷ୍ପ ସମସ୍ତ ଅଭିଳାଷ ପୂରଣ କରିଥାଏ ବୋଲି ମଧ୍ଯ ବିଶ୍ବାସ ରହିଛି । ଏହା କେବଳ ଶରତ ଋତୁରେ ଏବଂ ରାତିରେ ହିଁ ଫୁଟୁ ଥାଏ ବୋଲି ଶୁଣିବାକୁ ମିଳୁଛି । ଏହା ଅତ୍ୟନ୍ତ ଦୁର୍ଲଭ ବୋଲି ମଧ୍ଯ କେହି କେହି କହନ୍ତି । ବର୍ତ୍ତମାନ ଏହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ର ବାଲିସାହି ରେ ରହୁଥିବା ରାଧାକାନ୍ତ ଜୟସିଂ ଙ୍କ ବାଡ଼ି ପଟେ । ସିଂ ବାବୁ ବେଗୁନିଆପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି। ଏଥିସହିତ ସେ ଜଣେ ମିଷ୍ଟଭାସି ଓ ପରୋପକାରୀ ବ୍ୟକ୍ତି ଅଟନ୍ତି । ସେ ଏହି ପୁଷ୍ପ ବୃକ୍ଷ ଟି ରାୟଗଡା ରୁ ଆଣି ନିଜ ବାଡି ପଟେ ଲଗାଇଥିଲେ । ଲଗାଇବାର ପାଞ୍ଚ ବର୍ଷ ପରେ ଏହି ପୁଷ୍ପ ଫୁଟିଛି । ଏହି ପୁଷ୍ପ ଦେଖି ସିଂ ପରିବାର ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି । ଏହାକୁ ଦେଖିବାକୁ ମଧ୍ଯ ବହୁ ଲୋକ ଆସୁଛନ୍ତି ।

ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ତରଫରୁ ଜୋକୋଲେଣ୍ଡି ଠାରେ ବୈଠକ ଅନୁଷ୍ଠିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର ଜୋକୋଲେଣ୍ଡି ଗ୍ରାମରେ ଆନ୍ତର୍ଜାତୀୟ ମାନବାଧିକାରର ବୁଗୁଡ଼ା ବ୍ଲକ ମହିଳା ସଭାପତି ଗୀତାଞ୍ଜଳି ପ୍ରଧାନ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସେହି ଗ୍ରାମରେ ବସବାସ କରୁଥିବା ଲୋକ ପ୍ରାୟତଃ ଗରିବ ଶ୍ରେଣୀର ହେଇଥିବାରୁ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ।

ସେମାନଙ୍କୁ କିପରି ସରକାରୀ ଯୋଜନା ପାଇବେ ସେହି ଦିଗରେ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମରେ ଥିବା ଗ୍ରାମଦେବୀ ମନ୍ଦିର ଭଗ୍ନା ଅବସ୍ଥାରେ ପଡିରହିଥିଲା ତାହାର ପୁନଃରୁଦ୍ଧାର କରିବାପାଇଁ ଗୀତାଞ୍ଜଳି କିଛି ଲୋକମାନଙ୍କ ଠାରୁ ସାହାଯ୍ୟ ମାଗି ଗ୍ରାମର ଲୋକମାନଙ୍କୁ ଦେଇଥିଲେ । ଆନ୍ତର୍ଜାତୀୟ ମାନବାଧିକାର କର୍ମୀଙ୍କ ଏପରି କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି ଜୋକୋଲେଣ୍ଡି ଗ୍ରାମବାସୀ ।

ଏଇତ ଆରମ୍ଭ ମାତ୍ର ଫିଲ୍ମ ଦେଖିବାକୁ ବାକିରହିଲା;ବିଜେପି ର ଶତାଧିକ କର୍ମୀ ବିଜେଡି ରେ ସାମିଲ …. !

!!! ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଅଞ୍ଚଳ ର ବିଜୁଜନତା ଦଳ ର ହେବିୱେଟ ନେତା ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଓଡ଼ିଶା ର ପୁରପଲ୍ଲୀ ରେ ବେଶ ଚର୍ଚ୍ଚିତ ଚେହେରା lସେ ଯାହାକୁ ଯାହା ପ୍ରତିଶୃତି ଦିଅନ୍ତି ତାକୁ ପାଳନ ରେ କେବେ ହେଳା କରନ୍ତି ନାହିଁ lତାଙ୍କ ବ୍ୟକ୍ତିତ୍ୱ କୁ ସମସ୍ତେ ସମ୍ମାନ ଦେଇ ଆସିଛନ୍ତି lତାଙ୍କ କାର୍ଯ୍ୟ କଳାପ ରେ ଅତ୍ୟନ୍ତ ସନ୍ତୁଷ୍ଟ ପ୍ରକାଶ ସହ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବଢୁଥିବା ଲୋକପ୍ରିୟତା କୁ ପାଥେୟ କରି ଭଟଲି ନିର୍ବାଚନମଣ୍ଡଳୀ ର ଅମ୍ବାଭୋନା ଅଞ୍ଚଳ ର ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ସ୍ୱତଃ ପ୍ରବୃତ ଭାବେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ସୋହେଲା-ହଲଦିପାଲି ସ୍ଥିତ କାର୍ଯ୍ୟାଳୟ କୁ ଆସି ବିଜୁଜନତା ଦଳ ରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି l

ନିଜ ନିର୍ବାଚନ ମଣ୍ଡଳୀ ର ସାମୁହିକ ବିକାଶ ଦିଗରେ ସଦାସର୍ବଦା ମୋର ଚେଷ୍ଟା ଜାରି ରହିଥିବ ଏବଂ ଆପଣମାନଙ୍କ ଅସୁବିଧା ସମୟ ରେ ସଦାବେଳେ ସାମିଲ ହୋଇରହିଥିବି ବୋଲି ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମନ୍ତ୍ରୀ ଶ୍ରୀ ସିଂ lଏଠାରେ ଉଲ୍ଲେଖନୀୟ ଯେ, ପିପିଲି ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ସମୟରେ ସେ ଯାଇ ତାଙ୍କ ଗୋଟିଚାଳନା କରି ବିଜେଡି ଦଳର ପ୍ରାର୍ଥୀ ଙ୍କୁ ଜିତାଇବାରେ ସକ୍ଷମ ହୋଇଥିଲେ lତାଙ୍କୁ ପଶ୍ଚିମାଞ୍ଚଳ ର ଗୋପବନ୍ଧୁ କହିଥିଲେ ଅତ୍ୟୁକ୍ତି ହେବନାହିଁ lସେ ସଦାବେଳେ ପଶ୍ଚିମ ଓଡ଼ିଶା ର କୋଣ ଅନୁକୋଣ ର ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରାଞ୍ଚଳ ର ଲୋକ ଙ୍କ ଦୁର୍ଦ୍ଦିନ ପରିସ୍ଥିତି ରେ ତାଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବାରେ ଭାଗୀଦାର ହୋଇ ପ୍ରତିବିମ୍ବ ଭାବେ ଲୋକମାନସ ରେ ସବୁ ଦିନପାଇଁ ରହିଥିବେ ବୋଲି ଅଞ୍ଚଳବାସୀ ଙ୍କ ଦୃଢ ବିଶ୍ବାସ ରହିଛି l

ବଡ଼ଚମ୍ପିଆ ଗ୍ରାମରେ ମା ବନଦୂର୍ଗା ଯୁବକ ସଂଘ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ପ୍ରୁଥିରାଜ୍ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋଲନରା)- ବଡ଼ ଚାମ୍ପିଆ ଗ୍ରାମରେ ମା ବନଦୁର୍ଗା ଯୁବକ ସଂଘ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କିଲି ପଞ୍ଚାୟତର ବଡ଼ଚମ୍ପିଆ ଗ୍ରାମରେ ମା ବନଦୁର୍ଗା ଯୁବକ ସଂଘ ର ସମସ୍ତ ସଦସ୍ୟ ଏକାଠି ହୋଇ ଗ୍ରାମର ରାସ୍ତା ଘାଟ ଓ ଚତ୍ରୁପାର୍ଶ୍ଵ ସଫେଇ କରୁଥିବାର ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ମା ବନଦୂର୍ଗା ଯୁବକ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଏକାଠି ହୋଇ ଗ୍ରାମକୁ ରୋଗ ମୁକ୍ତ ଓ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଗ୍ରାମର ରାସ୍ତା ଘାଟ ଓ ଚତ୍ରୁପାର୍ଶ୍ଵ ସଫେଇ କରିଥିଲେ।ଏଥିରେ ମା ବନଦୁର୍ଗା ଯୁବକ ସଂଘର ସଦସ୍ୟ ମାଧବ ପାଲକା,ସୁରେନ୍ଦ୍ର ମୁଟୁକା,ସହଦେବ କଲକା,ବୁବୁ ମହାପାତ୍ର, ସିଦ୍ଧାନ୍ତ ହାରକାଓ ଅନ୍ୟ ସଦସ୍ୟ ମିଶି ସହଯୋଗ କରିଥିଲେ ।

ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ।

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ହାତୀଖମ୍ବା ନିକଟରେ ଥିବା ମା କୂଳବନ୍ଧ ମନ୍ଦିର ପ୍ରାଙ୍ଗଣରେ ଆଜି କୋଲନରା ବିଜେଡି ଖ ଜନ ପକ୍ଷରୁ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁକୁନ୍ଦପୁର ପଞ୍ଚାୟତର ବହୁ ଗ୍ରାମରୁ ଶତାଧିକ ଲୋକେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜୁ କୃଷକ ସେଲର ସମ୍ପାଦକ ବି.ତିରୁପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ବ୍ଲକ ଅଧକ୍ଷା ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ, ବାଙ୍କିଲି ସରପଞ୍ଚ ବିସିକେଶନ କଣ୍ଡାଗରିଙ୍କ ସହ ୯ ଗୋଟି ପଞ୍ଚୟତର ସରପଞ୍ଚ, ସମିତିସଭ୍ୟ ଓ କର୍ମୀମାନେ ଉପସ୍ଥିତ ଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ବହୁ ସଂଖ୍ୟାରେ ଯୋଗଦାନ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ହାତ ମୁଠାକୁ ଅଧିକ ଟାଣ କରିବାରେ ସହାୟକ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇ ଅବଗତ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଶ୍ରୀ ତିରୁପତି କହିଥିଲେ। ଏଥିରେ ଆଗାମୀ ପଞ୍ଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସାଙ୍ଗଠନିକ ସୁଦୃଢ କରିବା ନିମନ୍ତେ ଅଲୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପଦକ ଜାଲଦୁ କଣ୍ଡାଗରି ମଞ୍ଚ ପରିଚାଳନା କରିଥିବା ବେଳେ ଅଞ୍ଚଳର ପ୍ରମୁଖ କର୍ମୀ ଇଦି ମନ୍ମଥ ରାଓ ପରିଚାଳନା ଓ ଯୁବ କର୍ମୀ ଟି ରାଜେଶ ସହଯୋଗ କରିଥିଲେ। ଏଥିରେ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ସାନ୍ତୁ ବାବୁ, ବିଜୁ ଜନତା ଦଳର ବ୍ଲକ ସଭାପତି ବିକ୍ରମ ପିର୍ବାକା, ସୁରୀ ସରପଞ୍ଚ ଗଙ୍ଗାଧର ହିକକା, ସମିତିସଭ୍ୟ କାନ୍ତାରାଓ, ବଡଖିଲାପଦର ସରପଞ୍ଚ ସୋମନାଥ କାଡ୍ରାକା, ଭୋଇମଡା ସମିତିସଭ୍ୟ କେୟା କୁମ୍ବ୍ରିକା ପ୍ରମୁଖ ଉପସ୍ଥିତ ରହିଥିଲେ।

ହିଣ୍ଡାଲ୍‌କୋ ରିଫାଇନେରି ୟୁନିଟ୍ ପାଇଁ ଜନଶୁଣାଣି…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ରେ ଥିବା କଂସାରିଗୁଡ଼ାରେ ହିଣ୍ଡାଲକୋ ରିଫାଇନେରି ୟୁନିଟ୍ ପ୍ରତିଷ୍ଠା ପାଇଁ ଆଜି ୧୧ଟାରେ ପୋଡାପାଡି ଗ୍ରାମର ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନଶୁଣାଣି ହେବ।ଏଥି ପାଇଁ ସକାଳ ୬ଟା ସୁଦ୍ଧା ଆଉ ୧୨ଟି ସ୍ଥାନରେ ଚେକ୍ ପୋଷ୍ଟ୍ କରାଯାଇ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି ରାୟଗଡ଼ା ଏସ.ପି ବିବେକାନନ୍ଦ ଶର୍ମା। ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଜରିଆରେ ପୁଲିସ୍ ୨୦ ଜଣଙ୍କୁ ୧୦୭ ସି.ଆର୍‌.ପି ନୋଟିସ୍ ଜାରି କରିଛି।

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର,ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ,ରାୟଗଡ଼ା ଉପଜିଲ୍ଲାପାଳ ଏବଂ ହିଣ୍ଡାଲକୋ କମ୍ପାନିର ଉଚ୍ଚ ଅଧିକାରୀ ଜନଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ପକ୍ଷ ଶୁଣିବେ । ଜନଶୁଣାଣି ସ୍ଥଳରେ ଅସ୍ଥାୟୀ ପୁଲିସ୍ ପୋଷ୍ଟ୍ ସହ ୨ ଜଣ ଅତିରିକ୍ତ ଏସ୍‌.ପି,୫ ଜଣ ଡି.ଏସ୍‌.ପି,୮ଜଣ ଆଇ.ଆଇ.ସି, ୧୭ ଏ.ସ୍‌.ଆଇ,୧୯ ଜଣ ଏ.ଏସ୍‌.ଆଇଙ୍କ ସମେତ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।ଏଥି ସହିତ ଜନଶୁଣାଣି କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଭିଡିଓ ରେକଡିଂ ବ୍ୟବସ୍ଥା କରାଯାଇଛି।କଂସାରିଗୁଡ଼ାରେ ବାର୍ଷିକ ୩ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ରିଫାଇନେରି ୟୁନିଟ୍ ଓ ୧୫୦ ମେଗାୱାଟ୍ ବିଶିଷ୍ଟ ନିଜସ୍ବ ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଲୋକଙ୍କ ମତାମତ ସଂଗ୍ରହ ହେବ।